ମେଟ୍ରୋ

ରେଲ୍‌ଓ୍ବେ କେନ୍ଦ୍ରୀୟ ଚିକିତ୍ସାଳୟରେ ବିରଳ ଆଣ୍ଠୁ ଅସ୍ତ୍ରୋପଚାର

ରେଲ୍‌ଓ୍ବେ କେନ୍ଦ୍ରୀୟ ଚିକିତ୍ସାଳୟରେ ବିରଳ ଆଣ୍ଠୁ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୮।୧: ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ଏକ ବିରଳ ଦ୍ୱିପାକ୍ଷିକ ଆଣ୍ଠୁ ପ୍ରତ୍ୟାରୋପଣ ସଫଳ ହୋଇଛି। ସୂଚନା ଅନୁସାରେ, ୫୫ ବର୍ଷୀୟା ଜଣେ ମହିଳାଙ୍କ ଆଣ୍ଠୁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ସେ ଚାଲିବା ପାଇଁ ସକ୍ଷମ ହେଉ ନ ଥିଲେ।

ନନ୍ଦନକାନନରେ ମହାବଳର ମାଙ୍କଡ଼ ଶିକାର

ନନ୍ଦନକାନନରେ ମହାବଳର ମାଙ୍କଡ଼ ଶିକାର

ବାରଙ୍ଗ, ୨୮।୧(ଡି.ଏନ.ଏ.)- ଗଛ ଡାଳରେ ଖେଳୁଥିବାବେଳେ ନଂ. ୩୧ ବି ଏନ୍‌କ୍ଲୋଜରକୁ ଖସିପଡ଼ିଲା ଏକ ଛୁଆ ମାଙ୍କଡ଼। ଛୁଆଟିକୁ ବଞ୍ଚାଇବାକୁ ଯାଇ ଆଉ ଏକ ଅଣ୍ଡିରା ମାଙ୍କଡ଼ ଏନ୍‌କ୍ଲୋଜର ଭିତରକୁ ଡେଇଁଲା।

ମୌଳିକ ଓଡ଼ିଆ ଭାଷା ବ୍ୟବହାରକୁ ପ୍ରୋତ୍ସାହନ ଜରୁରୀ

ମୌଳିକ ଓଡ଼ିଆ ଭାଷା ବ୍ୟବହାରକୁ ପ୍ରୋତ୍ସାହନ ଜରୁରୀ

ଭୁବନେଶ୍ୱର, ୨୮।୧(ବ୍ୟୁରୋ)- ଓଡ଼ିଆ ଭାଷାକୁ ଶାସନ, ଜ୍ଞାନ ଓ ରୋଜଗାରର ଭାଷା କରିବା ପାଇଁ ଅତୀତରେ ରାଜ୍ୟର ବହୁ ନେତୃତ୍ୱମାନଙ୍କ ଦ୍ୱାରା ଉଦ୍ୟମ ହୋଇଥିଲେ ହେଁ ତାହା ସମ୍ଭବ ହୋଇପାରି ନ ଥିଲା।

ଏସ୍‌ସିବିରେ ପିଲା ବଦଳ ଅଭିଯୋଗ

ଏସ୍‌ସିବିରେ ପିଲା ବଦଳ ଅଭିଯୋଗ

କଟକ ଅଫିସ, ୨୮ା୧- ଏସ୍‌ସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ପିଲା ବଦଳ ନେଇ ରବିବାର ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଶ୍ରୀନୀଳଚକ୍ର ଆଳତି ଆରମ୍ଭ

ଶ୍ରୀନୀଳଚକ୍ର ଆଳତି ଆରମ୍ଭ

ପୁରୀ ଅଫିସ,୨୮।୧: ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ରବିବାର ପବିତ୍ର ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ଶ୍ରୀନୀଳଚକ୍ର ଆଳତି। ଗୋଟିଏ ପଟେ ଶ୍ରୀମନ୍ଦିର ଉପରେ ପତିତପାବନ ବାନା ଫର ଫର ଉଡୁଥିବାବେଳେ ସିଂହଦ୍ୱାର ସମ୍ମୁଖ ମଞ୍ଚରେ ଶ୍ରୀନୀଳଚକ୍ର ଆଳତିର ଦୃଶ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଅପରାହ୍ନ ୫ଟା ୪୫ରେ ପୂଜାର୍ଚ୍ଚନା ପରେ ସନ୍ଧ୍ୟା ୬ଟାରେ ଶ୍ରୀନୀଳଚକ୍ରଙ୍କ ୧୦୮ ମହାଆଳତି କରାଯାଇଥିଲା।

ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ବନ୍ଦ : ଗୋଟିଏ ବହି ଛାପି ଶ୍ରୀମନ୍ଦିର  ପ୍ରଶାସନ ଚୁପ୍‌

ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ବନ୍ଦ : ଗୋଟିଏ ବହି ଛାପି ଶ୍ରୀମନ୍ଦିର ପ୍ରଶାସନ ଚୁପ୍‌

ପୁରୀ ଅଫିସ, ୨୮।୧: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଲାଗି ଗଠନ ହୋଇଥିବା ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ୭ବର୍ଷ ହେଲା ବନ୍ଦ ହୋଇ ରହିଛି। ଏହି ପ୍ରକଳ୍ପ ଜରିଆରେ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସମ୍ପର୍କିତ ୧୧ଟି ଗ୍ରନ୍ଥ ପ୍ରକାଶନ ଲାଗି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲକ୍ଷ୍ୟ ରହିଥିବାବେଳେ କେବଳ ଗୋଟିଏ ବହି ଛପା ଯାଇଛି।

ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ: ଅଭିଯୋଗ କରିବାକୁ ଯିବାରୁ ଥାନା ସମ୍ମୁଖରେ ମା’ଝିଅଙ୍କୁ ମାଡ଼

ଭୁବନେଶ୍ୱର, ୨୮।୧(ବ୍ୟୁରୋ)- ଜଣେ ଯୁବତୀଙ୍କୁ କେତେଜଣ ଯୁବକ କିଛିଦିନ ହେବ ନିୟମିତ କମେଣ୍ଟ କରିବା ସହ ହଇରାଣ କରୁଥିଲେ। ଶେଷରେ ରବିବାର ସନ୍ଧ୍ୟାରେ ଯୁବତୀ ଜଣକ ତାଙ୍କ ମା’ଙ୍କୁ ସାଙ୍ଗରେ ଧରି ଅଭିଯୋଗ କରିବାକୁ ତମାଣ୍ଡୋ ଥାନା ଆସିଥିଲେ।

ବିନା ଟିକେଟରେ ଯାତ୍ରା ଦେଖିବାକୁ ଯାଇ ପୋଲିସ ହଟହଟା

ଭୁବନେଶ୍ୱର, ୨୮।୧(ବ୍ୟୁରୋ)- ବିନା ଟିକେଟ୍‌ରେ ଯାତ୍ରା ଦେଖିବା ନିଶା ପୋଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଶନିବାର ରାତିରେ ଖଣ୍ଡଗିରି ମେଳାରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇ ସ୍ଥାନୀୟ ପୋଲିସକୁ ହଟହଟା ହେବାକୁ ପଡ଼ିଛି।

ଗଣଦୌଡ଼ରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ବାର୍ତ୍ତା  : ୩୫ ସହରରେ ଦୌଡ଼ିଲେ ୭୫ ହଜାର ଲୋକ

ଗଣଦୌଡ଼ରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ବାର୍ତ୍ତା : ୩୫ ସହରରେ ଦୌଡ଼ିଲେ ୭୫ ହଜାର ଲୋକ

ଭୁବନେଶ୍ୱର, ୨୮।୧(ବ୍ୟୁରୋ)- କିଟ୍‌ ଓ କିସ୍‌ ପକ୍ଷରୁ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟରେ ରବିବାର ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ସମେତ ଓଡ଼ିଶାର ୩୫ ସହରରେ ରବିବାର ଗଣଦୌଡ଼ ଆୟୋଜିତ ହୋଇଥିଲା।

ବଜରଙ୍ଗୀ ସେବା ସଂଘ ପକ୍ଷରୁ ସଫେଇ ଅଭିଯାନ

ବଜରଙ୍ଗୀ ସେବା ସଂଘ ପକ୍ଷରୁ ସଫେଇ ଅଭିଯାନ

ପୁରୀ ଅଫିସ, ୨୮।୧: ଶାନ୍ତିସୁରକ୍ଷା କିନ୍ନର ସଂଘ ସହଯୋଗରେ ସ୍ବେଚ୍ଛାସେବୀ ସଂଗଠନ ବଜରଙ୍ଗୀ ସେବା ସଂଘ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ବେଳାଭୂମିରେ ରବିବାର ଏକ ସଫେଇ ଅଭିଯାନ କରାଯାଇଛି।

ନୂଆ ଜଗନ୍ନାଥ ସଡ଼କ ପାଲଟିଛି ମରଣଯନ୍ତା

ନୂଆ ଜଗନ୍ନାଥ ସଡ଼କ ପାଲଟିଛି ମରଣଯନ୍ତା

ପୁରୀ ଅଫିସ, ୨୮।୧(ଡି.ଏନ୍‌.ଏ.): ନୂଆ ଜଗନ୍ନାଥ ସଡ଼କ ଯାତ୍ରୀଙ୍କ ପାଇଁ ସାଜିଛି ମରଣଯନ୍ତା। ରବିବାର ରୁଆ ନିକଟସ୍ଥ ଚୁରାଲି ଛକରେ ଏକ ପଥର ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି।

ବେଆଇନ ଗିରଫଦାରି: ୨ ଲକ୍ଷ ଟଙ୍କା ଦରମାରୁ ଗଣିବେ ଦୋଷୀ ଅଧିକାରୀ

ବେଆଇନ ଗିରଫଦାରି: ୨ ଲକ୍ଷ ଟଙ୍କା ଦରମାରୁ ଗଣିବେ ଦୋଷୀ ଅଧିକାରୀ

କଟକ ଅଫିସ, ୨୭।୧- ପୋଲିସ ଅନେକ ମାମଲାରେ ଲକ୍ଷ୍ମଣରେଖା ଡେଇଁ କାର୍ଯ୍ୟ କରୁଛି। କେତେବେଳେ ମିଥ୍ୟା ମାମଲା ତ କେତେବେଳେ ନିର୍ଦ୍ଦୋଷଙ୍କୁ ଗିରଫ କରୁଛି। ପୋଲିସର ନିର୍ଯାତନା ଓ ଅପମାନ ବାବଦ ଭରଣା ଟଙ୍କା ଦେଇ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। କିନ୍ତୁ ଆବେଦନକାରୀଙ୍କ ସମ୍ମାନକୁ ଫେରାଇ ଆଣିବା ପାଇଁ କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ବିଧାୟକଙ୍କୁ ଟ୍ରକ ଚଢ଼ାଇ ମାରିଦେବାକୁ ଉଦ୍ୟମ

ବିଧାୟକଙ୍କୁ ଟ୍ରକ ଚଢ଼ାଇ ମାରିଦେବାକୁ ଉଦ୍ୟମ

କଟକ ଅଫିସ, ୨୭।୧-ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ହତ୍ୟା କରିବାକୁ ହୋଇଛି ଷଡଯନ୍ତ୍ର। ଏପରି କି ଟ୍ରକ ଚଢାଇ ମାରିଦେବାକୁ ହୋଇଥିଲା ଉଦ୍ୟମ। ଫଳରେ ବିଧାୟକ ବେହେରାଙ୍କ କାରଟି ଭାଙ୍ଗି ଚୂରମାର ହୋଇଯାଇଛି। ଦୁର୍ଘଟଣା ସମୟରେ କାର ଭିତରେ ବିଧାୟକଙ୍କ ସମେତ ତାଙ୍କ ପିଏସ୍‌ଓ ଓ ଡ୍ରାଇଭର ଥିଲେ। ସମସ୍ତେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ରଙ୍ଗମାଟିଆରେ ବୋମାମାଡ଼

ରଙ୍ଗମାଟିଆରେ ବୋମାମାଡ଼

ଭୁବନେଶ୍ୱର, ୨୭।୧(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ବୋମାମାଡ଼ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ୪ଟି ବାଇକରେ ଆସି ରଙ୍ଗମାଟିଆରେ ଥିବା ଏକ ଦୋକାନକୁ ୨ଟି ବୋମାମାଡ଼ କରିଥିଲେ। ଏହି ସମୟରେ ଦୋକାନ ନିକଟରେ ଦୋକାନ ମାଲିକ ତାଙ୍କ ୩ବର୍ଷୀୟ ଶିଶୁପୁତ୍ର ସହ ଛିଡ଼ା ହୋଇଥିଲେ। ବୋମାମାଡ଼ରେ ଶିଶୁ ଜଣକ ଆହତ ହୋଇଥିଲେ। ଦୁର୍ବୃତ୍ତମାନେ ଯିବା ବେଳେ ଆମ ପଛରେ ନ ପଡ଼ିବା ପାଇଁ କହି ଚାଲିଯାଇଥିଲେ। ଶୁଶୁଟିକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ର: ମୋବାଇଲରେ କଥା ହେବାବେଳେ ଆତ୍ମହତ୍ୟା

ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ର: ମୋବାଇଲରେ କଥା ହେବାବେଳେ ଆତ୍ମହତ୍ୟା

ଭୁବନେଶ୍ୱର, ୨୭।୧(ବ୍ୟୁରୋ)- ପ୍ରେମ ପାଇଁ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ପ୍ରେମିକାଙ୍କ କଥାରେ ହତୋତ୍ସାହିତ ହୋଇ ଛାତ୍ର ଜଣକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। କାନରେ ଇୟରକର୍ଡ ଦେଇ ପ୍ରେମିକାଙ୍କ ସହ କଥା ହେବା ସମୟରେ ହିଁ ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ନୟାପଲ୍ଲୀ ଥାନା ଅନ୍ତର୍ଗତ ଏନ୍‌-୩ରେ ଏହି ଘଟଣା ଘଟିଛି। ଶନିବାର ସକାଳୁ ପୋଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତକ ହେଲେ ଭଦ୍ରକ ଜିଲାର ସତ୍ୟବ୍ରତ ଦାଶ। ଇଞ୍ଜିନିୟରିଂ ପରେ ସେ ଭୁବନେଶ୍ୱରରେ ରହି କମ୍ପିଟିଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପିକୁ, ରୋଗୀମାନଙ୍କ ଲାଗି ବ୍ୟାଟେରି ଚାଳିତ ରିକ୍ସା

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପିକୁ, ରୋଗୀମାନଙ୍କ ଲାଗି ବ୍ୟାଟେରି ଚାଳିତ ରିକ୍ସା

ଭୁବନେଶ୍ୱର, ୨୭।୧(ବ୍ୟୁରୋ)- ଏଣିକି ଏକ ମାସରୁ ଊର୍ଦ୍ଧ୍ୱ ବୟସର ଗୁରୁତର ଶିଶୁ ରୋଗୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ। ଏଥିଲାଗି ପେଡିଆଟ୍ରିକ୍ସ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌ ବା ପିକୁ(ପିଆଇସିୟୁ) ଖୋଲାଯାଇଛି। ଶନିବାର ଭୁବନେଶ୍ୱର ଏମ୍‌ପି ପ୍ରସନ୍ନ କୁମାର ପାଟଶାଣୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ମୃତଦହେ ସଂରକ୍ଷଣ ନିମନ୍ତେ ଏକ ଯନ୍ତ୍ର ଏବଂ ରୋଗୀମାନଙ୍କ ଲାଗି ବ୍ୟାଟେରି ଚାଳିତ ରିକ୍ସାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ. ଚିତ୍ତରଞ୍ଜନ ଦାସ ଓ ହସ୍ପିଟାଲର ଅଧ୍ୟକ୍ଷ ଡ. ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ମହିଳାଙ୍କୁ ଅପହରଣ ଅଭିଯୋଗରେ ଥାନା ଘେରାଉ

ମହିଳାଙ୍କୁ ଅପହରଣ ଅଭିଯୋଗରେ ଥାନା ଘେରାଉ

କଟକ ଅଫିସ, ୨୭।୧: ଦଳିତ ମହିଳାଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗରେ ଜାଗୃତି ଆଞ୍ଚଳିକ ମହାସଂଘ ପକ୍ଷରୁ ଶନିବାର ଅପରାହ୍ନରେ ଥାନା ଘେରାଉ କରାଯାଇଥିଲା।

ନୀଳଚକ୍ର ଆଳତୀ ପାଇଁ ସଚେତନତା ଶୋଭାଯାତ୍ରା

ନୀଳଚକ୍ର ଆଳତୀ ପାଇଁ ସଚେତନତା ଶୋଭାଯାତ୍ରା

ପୁରୀ ଅଫିସ, ୨୭।୧: ଶ୍ରୀ ନୀଳଚକ୍ର ଆରଧନା ସେବା ସଂସ୍ଥାନ ଆନୁକୂଲ୍ୟରେ ଭୌମ୍ୟ ଏକାଦଶୀ ତିଥି ଅର୍ଥାତ୍‌ ରବିବାରଠାରୁ ନୀଳଚକ୍ର ଆଳତୀ ଶୁଭାରମ୍ଭ ହେବ।

ଶ୍ରୀମନ୍ଦିର ଠିକା ପରିମଳ କର୍ମଚାରୀଙ୍କ ଧାରଣା

ଶ୍ରୀମନ୍ଦିର ଠିକା ପରିମଳ କର୍ମଚାରୀଙ୍କ ଧାରଣା

ପୁରୀ ଅଫିସ, ୨୭।୧: ଶ୍ରୀଜଗନ୍ନାଥ ମନ୍ଦିର ଠିକା ପରିମଳ କର୍ମଚାରୀ ସଂଘ ଦାବିକୁ ଅଣଦେଖା କରାଯାଉଛି। ହକ୍‌ ପାଇଁ ମୁହଁ ଖୋଲିଲେ କର୍ମଚାରୀଙ୍କୁ ଛଟେଇ କରାଯାଉଛି। ତେଣୁ ୧୦ ଦଫା ଦାବି ନେଇ ଶନିବାର କର୍ମଚାରୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି।

ରାସ୍ତା କାର୍ଯ୍ୟରେ ଅନିୟମିତତା ଦାବିରେ ରାସ୍ତାରୋକୋ

ରାସ୍ତା କାର୍ଯ୍ୟରେ ଅନିୟମିତତା ଦାବିରେ ରାସ୍ତାରୋକୋ

ଖୋର୍ଦ୍ଧା ଅଫିସ, ୨୭।୧: ଖୋର୍ଦ୍ଧା ବ୍ଲକ ନରଣଗଡ଼ ଗ୍ରାମ୍ୟ ରାସ୍ତା କାର୍ଯ୍ୟ ତ୍ୱରାନ୍ବିତ ଦାବିରେ ଶନିବାର ସକାଳୁ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ରାସ୍ତା କାର୍ଯ୍ୟରେ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟର ତଦନ୍ତ ଦାବିରେ ଗ୍ରାମାବସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ବାଇକ୍‌ ଦୁର୍ଘଟଣାରେ ବୃଦ୍ଧ ମୃତ

ବାଇକ୍‌ ଦୁର୍ଘଟଣାରେ ବୃଦ୍ଧ ମୃତ

ପୁରୀ ଅଫିସ, ୨୭।୧: ଚନ୍ଦନପୁର ଥାନା ଅଧୀନ ରୁଆ ଛକରେ ଶୁକ୍ରବାର ରାତିରେ ବାଇକ୍‌ ଧକ୍କରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରୁଆ ଅଞ୍ଚଳର କାଶିନାଥ ବରାଳ(୬୫)।

ସାଧାରଣତନ୍ତ୍ର ଦିବସ ଅବସରରେ ପଦକ ପାଇଲେ ୪୪ ପୋଲିସ

ସାଧାରଣତନ୍ତ୍ର ଦିବସ ଅବସରରେ ପଦକ ପାଇଲେ ୪୪ ପୋଲିସ

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ୬୯ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ସୂଚନା ଭବନ ପରିସରରେ ‘ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍‌.ସି.ଜମିର ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟର ୪୪ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି।

ଓଡ଼ିଶା ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ସହ ସମକକ୍ଷ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ସହ ସମକକ୍ଷ: ମୁଖ୍ୟମନ୍ତ୍ରୀ

କଟକ ଅଫିସ, ୨୬।୧: କଟକର ବାରବାଟି ଷ୍ଟାଡ଼ିୟମରେ ଶୁକ୍ରବାର ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଦୁଇ ଡ୍ରେସ୍‌ ଦୋକାନ ଜଳିଗଲା

ଦୁଇ ଡ୍ରେସ୍‌ ଦୋକାନ ଜଳିଗଲା

ଚନ୍ଦ୍ରଶେଖରପୁର,(ଡି.ଏନ୍‌.ଏ.)- ହାଉସିଂବୋର୍ଡ କଲୋନୀସ୍ଥିତ ମହାବୀର ଭେଣ୍ଡିଙ୍ଗ୍‌ ଜୋନ୍‌ ମାର୍କେଟ କମ୍ପ୍ଲେକ୍ସରେ ଗୁରୁବାର ଅଗ୍ନିକାଣ୍ଡ ଘଟି ହାପି ଓ ଜ୍ୟୋତ୍ସ୍ନା ଡ୍ରେସ୍‌ ଦୋକାନ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି। ଏହା ନିକଟରେ ତିଆରି ଚାଲିଥିବା ଏକ ନୂଆ ଦୋକାନର ଓ୍ବେଲ୍ଡିଂ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଅଗ୍ନିକାଣ୍ଡକୁ ନେଇ ଓ୍ବେଲ୍ଡିଂ ହେଉଥିବା ଦୋକାନ ମାଲିକଙ୍କ ସହ ଅନ୍ୟ ବ୍ୟବସାୟୀଙ୍କ ଗଣ୍ଡଗୋଳ ଘଟିଥିଲା।