ମେଟ୍ରୋ

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ପାଇଖାନା ଟାଙ୍କି ସଫେଇ ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ପାଣି ପାଇପ ମିସ୍ତ୍ରିଙ୍କର ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାର ଅଞ୍ଚଳରେ ରବିବାର ଏହି ଅଘଟଣ ଘଟିଛି। ମୃତକ ଜଣକ ହେଉଛନ୍ତି କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଭଣ୍ଡାରିଡିହ ଅଞ୍ଚଳର ଜୟନ୍ତ ମହାନ୍ତି(୪୫)।

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

କାକଟପୁର,୧୭।୬(ଡି.ଏନ୍‌.ଏ.): ଅସ୍ତରଙ୍ଗ ବ୍ଲକ ଜିଉନ୍ତିି ଗ୍ରାମସ୍ଥିତ ଇଶ୍ୱରନାଥ ଶମ୍ଭୁ ମନ୍ଦିରରେ ପବିତ୍ର ଶୀତଳ ଷଷ୍ଠୀ ପର୍ବ ପାଳିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପରମ୍ପରାନୁଯାୟୀ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି।

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

ଖୋର୍ଦ୍ଧା ଅଫିସ,୧୭।୬: ରବିବାର ଅପରାହ୍ନ ୪ଟାରେ ମାତ୍ର ୧୦ ମିନିଟର କାଳବୈଖାଖୀ ଖୋର୍ଦ୍ଧା ତହସିଲ ଅଞ୍ଚଳରେ ତାଣ୍ଡବ କରିଛି। କାଳବେଶାଖୀ ପ୍ରଭାବରେ ତହସିଲ ଅନ୍ତର୍ଗତ ଟାଙ୍ଗିଆପଡା ପଞ୍ଚାୟତ ଉଇଲ୍‌କିଶନ ନଗର ଗହୀରରେ ଥିବା ମେଣ୍ଢାଶାଳ-ଖୋର୍ଦ୍ଧା ୨୨୦ କେଭି ଟାୱାର ଭାଙ୍ଗି ପଡିଛି ।

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

କାକଟପୁର,୧୭।୬(ଡି.ଏନ୍‌.ଏ.): ପ୍ରାଚୀ ଉପତ୍ୟକାର ବେଲପଡ଼ା ଗ୍ରାମର ଗ୍ରାମଦେବତୀ ମା’ ବୁଢ଼ିଆଣୀଙ୍କ ମନ୍ଦିର ପୁନଃନିର୍ମାଣ ଶେଷ ହୋଇଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମନ୍ଦିରଟି ଭାଙ୍ଗି ମାଟିରେ ମିଶିଯାଇଥିଲା। ଏହାର ପୁନଃରୁଦ୍ଧାର ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଚିଠି ଲେଖି ବିଫଳ ହେବା ପରେ ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ।

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଆୟୁଷ୍ମାନ ଯୋଜନାରେ ରାଜ୍ୟର ୯ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ କେନ୍ଦ୍ର ଅଗ୍ରାହ୍ୟ କରିଦେଇଛି। ଏହା ବ୍ୟତୀତ ରାଜ୍ୟ ସରକାର ଦେଇଥିବା କିଛି ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିନାହିଁ କେନ୍ଦ୍ର। ଆୟୁଷ୍ମାନ ଯୋଜନା ଘୋଷିତ ହୋଇଥିଲେ ମଧ୍ୟ ଏହାର ରୂପରେଖ ସ୍ପଷ୍ଟ ହୋଇନାହିଁ।

ନୀତି ଆୟୋଗ ବୈଠକରେ ଯୋଗଦେଲେନି ନବୀନ: ବିରୋଧୀଙ୍କ ସମାଲୋଚନା

ନୀତି ଆୟୋଗ ବୈଠକରେ ଯୋଗଦେଲେନି ନବୀନ: ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜଧାନୀ ନୂଆଦିଲ୍ଲୀରେ ରବିବାର ନୀତି ଆୟୋଗ ବୈଠକ ଜାରି ରହିଛି। ମାତ୍ର ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନେଇ ନାହାନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନ ଦେବା ଘଟଣାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି।

ଯୋଡ଼ାଗଲା କଟା ହାତ

ଯୋଡ଼ାଗଲା କଟା ହାତ

କଟକ ଅଫିସ,୧୭।୬: କଟକର ଏକ ଘରୋଇ ହସ୍ପିଟାଲରେ ସଫଳ ହୋଇଛି ଏକ ଜଟିଳ ଅପରେଶନ। ଜଣେ ଯୁବକଙ୍କ କଟା ହାତ ସଫଳ ଭାବେ ଯୋଡା ଯାଇଛି। ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକ ଏହି ଅପରେଶନ କରିଛନ୍ତି।

ନଦୀରେ ନିଖୋଜ ବାଳକଙ୍କ ମୃତଦେହ ଉଦ୍ଧାର

ନଦୀରେ ନିଖୋଜ ବାଳକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି,୧୭।୬(ଡି.ଏନ୍‌.ଏ): ପୁରୀ ଜିଲା ବାଲିହରଚଣ୍ଡୀ ପୀଠରେ ରଜ ମହୋତ୍ସବ ପାଳିତ ହେଉଥିବାବେଳେ ନିକଟସ୍ଥ ନଦୀରେ ନିଖୋଜ ହୋଇଯାଇଥିବା ବାଳକ ଜ୍ଞାନଦୀପଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ସକାଳେ ଉକ୍ତ ସ୍ଥାନରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

ଅସାମାଜିକଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାରୋକୋ

ଅସାମାଜିକଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାରୋକୋ

କଣ୍ଟାପଡ଼ା,୧୭।୬(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନାଠାରୁ ମାତ୍ର ୩ଶହ ମିଟର ଦୂର ଗୋବିନ୍ଦପୁର ବଜାରରେ ଶନିବାର ବିଳମ୍ବିତ ରାତିରେ କେତେକ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଏହାର ପ୍ରଦିବାଦରେ ଗୋବିନ୍ଦପୁର ଏବଂ ବାଲିପଡ଼ା ବଜାରର ବ୍ୟବସାୟୀମାନେ ରବିବାର ସେମାନଙ୍କ ଦୋକାନ ବନ୍ଦ ରଖିଛନ୍ତି।

ବ୍ରାହ୍ମଣ ମହାସଂଘର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ବ୍ରାହ୍ମଣ ମହାସଂଘର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପୁରୀ ଅଫିସ,୧୭।୬: ଜାତିଭିତ୍ତିକ ସଂରକ୍ଷଣ ନୀତିକୁ ବିରୋଧ କରିଛି ଓଡ଼ିଶା ବ୍ରାହ୍ମଣ ମହାସଂଘ। ଏନେଇ ରବିବାର ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପୁରୀ ଜିଲା ବ୍ରାହ୍ମଣ ମହାସଂଘର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।

ଚିଲିକାରେ ଡଙ୍ଗାବୁଡ଼ି ଘଟଣା: ୬ଜଣଙ୍କ ମୃତଦେହ ଉଦ୍ଧାର, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଚିଲିକାରେ ଡଙ୍ଗାବୁଡ଼ି ଘଟଣା: ୬ଜଣଙ୍କ ମୃତଦେହ ଉଦ୍ଧାର, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର/ବାଲୁଗାଁ,୧୭।୬(ବ୍ୟୁରୋ)(ଡି.ଏନ୍‌.ଏ.): ଚିଲିକା ଡଙ୍ଗାବୁଡ଼ିରେ ନିଖୋଜ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ଏଥିରେ ମୋଟ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ଟିମ୍‌ ଯାଯାବରରେ ସରିଲା ରଜ ମଉଜ:ସ୍ବପ୍ନକୁ ବାସ୍ତବତାର ରୂପ ଦେବାକୁ ସହଯୋଗ ଦରକାର

ଟିମ୍‌ ଯାଯାବରରେ ସରିଲା ରଜ ମଉଜ:ସ୍ବପ୍ନକୁ ବାସ୍ତବତାର ରୂପ ଦେବାକୁ ସହଯୋଗ ଦରକାର

ପୁରୀ ଅଫିସ/ସାକ୍ଷୀଗୋପାଳ,୧୭।୬(ଡି.ଏନ.ଏ.)-ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପଟ୍ଟନାୟକିଆ ଛକସ୍ଥିତ ଟିମ୍‌ ଯାଯାବର ପରିସରରେ ଚାଲିଥିବା ତିନିଦିନିଆ ରଜ ମଉଜ ଉଦ୍‌ଯାପିତ ହୋଇଯାଇଛି। ପହିଲି ରଜରେ ପୁଚି, ରଜ ସଂକ୍ରାନ୍ତିରେ କବାଡ଼ି ଓ ପିଠାପଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରଜ ଅର୍ଥାତ୍‌ ଶନିବାର ସନ୍ଧ୍ୟାରେ ପୁରସ୍କାର ବିତରଣ ସାଙ୍ଗକୁ ନିଆରା ଭଜନ ସମାରୋହ ଏହି ରଜ ମଉଜକୁ ସ୍ମରଣୀୟ କରିଥିଲା।

ସ୍ନାନପୂର୍ଣ୍ଣିମା ପୂର୍ବରୁ ନାଟମଣ୍ଡପ ବିମ୍‌ରୁ ହଟିବ ଭାର

ସ୍ନାନପୂର୍ଣ୍ଣିମା ପୂର୍ବରୁ ନାଟମଣ୍ଡପ ବିମ୍‌ରୁ ହଟିବ ଭାର

ପୁରୀ ଅଫିସ, ୧୭।୬: ଜଗମୋହନ ଏବଂ ନାଟମଣ୍ଡପର ସଂଯୋଗ ସ୍ଥଳ ମରାମତି ଓ ସଂରକ୍ଷଣ କାର୍ଯ୍ୟ ରଥଯାତ୍ରା ମଧ୍ୟରେ ଶେଷ ହେବ। ସଂଯୋଗ ସ୍ଥଳରେ ୬ଇଞ୍ଚ ମୋଟେଇ ଏବଂ ୭ଫୁଟ ଲମ୍ବର ୨ଟି ବିମ୍‌ ସପୋର୍ଟ ଦିଆଯିବ।

ସରିଲା ରଜ ମହୋତ୍ସବ ନାଚଗୀତରେ ଜମିଲା ପରିବେଶ

ସରିଲା ରଜ ମହୋତ୍ସବ ନାଚଗୀତରେ ଜମିଲା ପରିବେଶ

ପୁରୀ ଅଫିସ, ୧୭ା୬: ପୁରୀରେ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବର ଶନିବାର ଥିଲା ଉଦ୍‌ଯାପନୀ ଉତ୍ସବ। ଛୁଟି ଦିନ ଥିବାରୁ ରଜ ମହୋତ୍ସବ ସ୍ଥଳରେ ଜମିଥିଲା ପ୍ରବଳ ଭିଡ। ଲୋକେ ପରିବାର ସହ ରଜର ଭରପୂର ମଜା ଉଠାଇଥିଲେ। ପିଠାପଣା, ରଜପାନ ସହ ଦୋଳି ଖେଳର ମଜା ନେଇଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଡ୍ୟାନ୍ସ, ଝୋଟି, ମୁରୁଜ, ପିଠାପଣା, ରଜପାନ ଭଙ୍ଗା, ଅଳତା, ମେହେନ୍ଦୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ନିଜ ପାଇଁ ନିଜେ ଶୁଣିଲାନି ପ୍ରତ୍ନତତ୍ତ୍ବ ବିଭାଗ, ମନ୍ଦିର ତୋଳିଲେ ଗ୍ରାମବାସୀ

ନିଜ ପାଇଁ ନିଜେ ଶୁଣିଲାନି ପ୍ରତ୍ନତତ୍ତ୍ବ ବିଭାଗ, ମନ୍ଦିର ତୋଳିଲେ ଗ୍ରାମବାସୀ

କାଳର କରାଳ ଗତିରେ ଲୀନ ହୋଇଯାଇଥିବା ମନ୍ଦିରର ସନ୍ଧାନ ମିଳିବା ପରେ ନୂଆ ମନ୍ଦିର ତିଆରି ପାଇଁ ଅଣ୍ଟା ଭିଡ଼ିଥିଲେ ଗ୍ରାମବାସୀ। ଏ ନେଇ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗ ମଧ୍ୟ ଲୋଡିଥିଲେ। ହେଲେ ଫଳ କିଛି ହେଲାନି । ସେମାନଙ୍କଠାରୁ ନିରାଶ ହେବା ପରେ ନିଜ ପାଇଁ ନିଜେ ନ୍ୟାୟକୁ ଆପଣାଇଲେ। ତୋଳିଳେ ମାଟିରେ ମିଶିଯାଇଥିବା ଗ୍ରାମଦେବତୀ ବୁଢିଆଣୀଙ୍କ ମନ୍ଦିର।

ପୁରୀରେ ଇଦ୍‌ ପର୍ବ ପାଳିତ

ପୁରୀରେ ଇଦ୍‌ ପର୍ବ ପାଳିତ

ପୁରୀ ଅଫିସ, ୧୬ା୬: ପବିତ୍ର ରମ୍‌ଜାନ ମାସ ଶେଷରେ ଶନିବାର ପୁରୀରେ ପବିତ୍ର ଇଦ୍‌ ପର୍ବ ପାଳିତ ହୋଇଯାଇଛି। ସମସ୍ତ ମୁସ୍‌ଲିମ ସମ୍ପ୍ରଦାୟର ଭାଇମାନେ ଏକତ୍ରିତ ହୋଇ ଚିତ୍ରକର ସାହିସ୍ଥିତ ନାଜରଖାନା ମସ୍‌ଜିଦ ଏବଂ କୁମ୍ଭାରପଡାସ୍ଥିତ ହର୍ଣ୍ଣିହାଟ ମସ୍‌ଜିଦ୍‌ରେ ଇଦୁଲ ଫିତରରେ ନମାଜ ପାଠ କରିଥିଲେ। ନାଜରଖାନା ମସ୍‌ଜିଦ କମିଟି ସହ ସମ୍ପାଦକ ମହମ୍ମଦ ୱଜିରଉଲ୍ଲା କହିଛନ୍ତି, ବିଶ୍ୱର ଶାନ୍ତି ଏବଂ ମଙ୍ଗଳ କାମନା କରି ପ୍ରଭୁ ଆଲ୍ଲାଙ୍କ ପାଖରେ ସମସ୍ତେ ପ୍ରାର୍ଥନା କରିଥିଲେ।

୧୨ ପ୍ରତିଭାଙ୍କୁ ‘ଶ୍ରୀ ସମ୍ମାନ’

୧୨ ପ୍ରତିଭାଙ୍କୁ ‘ଶ୍ରୀ ସମ୍ମାନ’

ଭୁବନେଶ୍ୱର, ୧୭ା୬(ବ୍ୟୁରୋ)- ପରିଚୟ ଫାଉଣ୍ଡେଶନ ପକ୍ଷରୁ ‘ଶ୍ରୀ ଆୱାର୍ଡ’ର ତୃତୀୟ ସଂସ୍କରଣ ଶନିବାର ସ୍ଥାନୀୟ ଏକ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ପିତୃ ଦିବସ ଉପଲକ୍ଷେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଚଳିତବର୍ଷ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ପଦ୍ମଭୂଷଣ ପ୍ରଭୁ ଚାୱଲା ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ୧୨ ପୁରୁଷ ପ୍ରତିଭାଙ୍କୁ ଶ୍ରୀ ଆୱାର୍ଡ ବା ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ବରିଷ୍ଠ ନାଗରିକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବରିଷ୍ଠ ନାଗରିକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ)- ଶହୀଦନଗର ପୋଲିସର ପାଟ୍ରୋଲିଂ ଅଭାବରୁ ଜଗନ୍ନାଥ ନଗର ଅଞ୍ଚଳରେ ଗତ କିଛିଦିନ ହେବ ଘନ ଘନ ଚୋରି ହେଉଛି। ଏ ନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଏହା ମଧ୍ୟରେ ଶୁକ୍ରବାର ରାତିରେ ପୁଣି ଉକ୍ତ ଅଞ୍ଚଳରୁ ଚୋରି ହୋଇଛି।

ଆରମ୍ଭ ହେଲା ସଂଗ୍ରହାଳୟ ପଦଯାତ୍ରା

ଭୁବନେଶ୍ୱର, ୧୭ା୬(ବ୍ୟୁରୋ)- ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏବଂ ଓଡ଼ିଶାର ସମୃଦ୍ଧ ହସ୍ତକଳା ଓ ହସ୍ତଶିଳ୍ପର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଶନିବାରଠାରୁ ଆରମ୍ଭ ହୋଇଛି ସଂଗ୍ରହାଳୟ ପଦଯାତ୍ରା ବା ମ୍ୟୁଜିୟମ୍‌ ଓ୍ବାକ୍‌। ଗଣ୍ଡମୁଣ୍ଡାସ୍ଥିତ ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ପରିସରରେ ଏହି ପଦଯାତ୍ରା ଆରମ୍ଭ ହୋଇଛି। ଛାତ୍ରୀଛାତ୍ର, ବୁଣାକାର, କାରିଗର, କଳାପ୍ରେମୀ ତଥା ଜନସାଧାରଣଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଶନିବାର ଏବଂ ରବିବାର ଦୁଇଦିନ ବ୍ୟାପୀ ଏହା ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଶୀତଳଷଷ୍ଠୀ ପରମ୍ପରାରେ ବଡ଼ ବ୍ୟତିକ୍ରମ : ବନ୍ଦ ରହିଲା ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ

ଶୀତଳଷଷ୍ଠୀ ପରମ୍ପରାରେ ବଡ଼ ବ୍ୟତିକ୍ରମ : ବନ୍ଦ ରହିଲା ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ

ପୁରୁଣା ଭୁବନେଶ୍ୱର, ୧୭ା୬(ଡି.ଏନ.ଏ.)- ସୋମବାର ଶୀତଳଷଷ୍ଠୀ। ରବିବାର ଦେବ ଦମ୍ପତିଙ୍କ ବିବାହ ଉତ୍ସବ ହୋଇଥାନ୍ତା। ହେଲେ ଏଥିପୂର୍ବରୁ ଶନିବାର ପରମ୍ପରାରେ ଘଟିଛି ବଡ଼ ବ୍ୟତିକ୍ରମ। ବଲ୍ଲଭ ଭୋଗଠାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିବା ସହ ମଙ୍ଗଳକୃତ୍ୟ ହୋଇପାରିନି। ବିବାହରେ ଭଦ୍ରଲୋକ କାର୍ଯ୍ୟ ତୁଲାଉଥିବା ପ୍ରଭୁ କପିଳେଶ୍ୱରଙ୍କ ଅନୁପସ୍ଥିତିକୁ ନେଇ ଏପରି ବିଭ୍ରାଟ ଦେଖାଦେଇଛି।

ଅସ୍ତିତ୍ୱ ହରାଇବ ୧୪୦ ସ୍କୁଲ:କଟକ ଜିଲାରେ ପ୍ରକ୍ରିୟା ଆରମ୍ଭ

ଅସ୍ତିତ୍ୱ ହରାଇବ ୧୪୦ ସ୍କୁଲ:କଟକ ଜିଲାରେ ପ୍ରକ୍ରିୟା ଆରମ୍ଭ

କଟକ ଅଫିସ, ୧୭।୬- ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ପାଇଁ କଟକରେ ଆରମ୍ଭ ହୋଇଛି ପ୍ରଶାସନିକ ଉଦ୍ୟମ। ଏହି ଅନୁଯାୟୀ ଜିଲାର ୧୪୦ ସ୍କୁଲ୍‌ର ଅସ୍ଥିତ୍ୱ ଲୋପ ପାଇବ। ଏହି ୧୪୦ ସ୍କୁଲ୍‌ ନିକଟସ୍ଥ ମୁଖ୍ୟ ସ୍କୁଲ୍‌ରେ ମିଶିବେ।

ବୟସ୍କଙ୍କ ପ୍ରତି ଅତ୍ୟାଚାର ରୋକିବାକୁ ସଚେତନତା କର୍ମଶାଳା

କଟକ ଅଫିସ, ୧୬।୬- ବିଶ୍ୱରେ ବୟସ୍କଙ୍କ ଉପରେ ଅତ୍ୟାଚାରର ସୀମା ଯେଉଁ ମାତ୍ରାରେ ବଢ଼ିବାରେ ଲାଗିଛି, ସେହି ମାତ୍ରାରେ ସେମାନଙ୍କୁ ନିଷ୍ପେସିତ ମଧ୍ୟ କରାଯାଉଛି। ଫଳରେ ଏହି ବୟସ୍କ ଲୋକଙ୍କ ମଧ୍ୟରୁ କିଏ ଜରାଶ୍ରମରେ ଦିନ କାଟୁଛନ୍ତି ତ ଆଉ କିଏ ପେଟକୁ ଦାନାଟିଏ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି।

୯୯ ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ବଦଳି

କଟକ ଅଫିସ, ୧୬।୬- ଓଡ଼ିଶା ପୋଲିସରେ ବଡ଼ଧରଣର ବଦଳି ହୋଇଛି। କାର୍ଯ୍ୟରତ ୯୯ ଜଣ ସବ୍‌ଇନ୍ସପେକ୍ଟର(ଏସ୍‌ଆଇ)ଙ୍କ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ପୋଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ଗତ ଶୁକ୍ରବାର ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ସୁନା ଚେନ ଲୁଟ୍‌ ଘଟଣା, ୨ ଗିରଫ

ସୁନା ଚେନ ଲୁଟ୍‌ ଘଟଣା, ୨ ଗିରଫ

ଭୁବନେଶ୍ୱର, ୧୬।୬(ବ୍ୟୁରୋ)- ମାଷ୍ଟରକ୍ୟାଣ୍ଟିନ ଛକରୁ ଜଣେ ମହିଳାଙ୍କଠାରୁ ସୁନା ଲକେଟ ଲୁଟ୍‌ ଘଟଣାରେ ୨ଅଭିଯୁକ୍ତଙ୍କୁ ଖାରବେଳନଗର ପୋଲିସ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ପୋଲସରା ଅଞ୍ଚଳର ଜଗନ୍ନାଥ ମହାପାତ୍ର(୨୨) ଏବଂ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରଭାତ ରଥ(୨୧)। ଉଭୟ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ଥିବା ଏକ ହୋଟେଲରେ କାମ କରୁଥିବା ବେଳେ ସେଠାରେ ରୁହନ୍ତି।