ମେଟ୍ରୋ

ତୃତୀୟ ମହଲାରୁ ଡେଇଁପଡ଼ିଲେ ନର୍ସିଂ ଛାତ୍ରୀ, ପରିବାର ଲୋକେ ଆଣିଲେ ନିର୍ଯାତନା ଅଭିଯୋଗ

ତୃତୀୟ ମହଲାରୁ ଡେଇଁପଡ଼ିଲେ ନର୍ସିଂ ଛାତ୍ରୀ, ପରିବାର ଲୋକେ ଆଣିଲେ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର,୯।୪(ବ୍ୟୁରୋ): ଭୁବନେଶ୍ୱରର ଏକ ନର୍ସିଂ କଲେଜ ହଷ୍ଟେଲର ତୃତୀୟ ମହଲାରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ, ଛାତିରେ ଗଭୀର ଆଘାତ ଲାଗିଥିବାବେଳେ ମୁଣ୍ଡ ଫାଟି ଯାଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଜଣକ ହେଲେ ଭଞ୍ଜନଗର ଅଞ୍ଚଳର।

ଯୁକ୍ତ୨ ଖାତା ମୂଲ୍ୟାୟନ ବର୍ଜନ ପ୍ରସଙ୍ଗ: ଶିକ୍ଷକଙ୍କୁ ସମର୍ଥନ କଲେ ଛାତ୍ରୀଛାତ୍ର

ଯୁକ୍ତ୨ ଖାତା ମୂଲ୍ୟାୟନ ବର୍ଜନ ପ୍ରସଙ୍ଗ: ଶିକ୍ଷକଙ୍କୁ ସମର୍ଥନ କଲେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୯।୪(ବ୍ୟୁରୋ): ଦାବି ପୂରଣ ପାଇଁ ଓଡ଼ିଶା ସ୍କୁଲ୍‌ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ନିଷ୍ପତ୍ତିକ୍ରମେ ଅଧ୍ୟାପିକା ଅଧ୍ୟାପକମାନେ ଯୁକ୍ତ୨ ଖାତା ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଚଳାଇଛନ୍ତି। ଏବେ ଏହି ଶିକ୍ଷକମାନଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରୀଛାତ୍ର। ସୋମବାର ପ୍ରାୟ ୧୦ହଜାର ଛାତ୍ରୀଛାତ୍ର ଶିକ୍ଷକଙ୍କ ଅନ୍ଦୋଳନରେ ସାମିଲ ହୋଇଛନ୍ତି।

ବିମାନ ବନ୍ଦରରୁ ପୁଣି ୨୨ ଲକ୍ଷ ଟଙ୍କାର ସୁନା ଜବତ: ଗ୍ରାଇଣ୍ଡର ମୋଟର ଭିତରେ ରହିଥିଲା ସୁନା

ବିମାନ ବନ୍ଦରରୁ ପୁଣି ୨୨ ଲକ୍ଷ ଟଙ୍କାର ସୁନା ଜବତ: ଗ୍ରାଇଣ୍ଡର ମୋଟର ଭିତରେ ରହିଥିଲା ସୁନା

ଭୁବନେଶ୍ୱର,୯।୪(ବ୍ୟୁରୋ)- ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଏବେ ଚୋରା ସୁନା ଚାଲାଣର ମାଧ୍ୟମ ପାଲଟିଛି। ଚୋରା ସୁନା ବେପାରୀମାନେ ଏହି ବିମାନ ବନ୍ଦର ଦେଇ ଦେଶର ବିଭିନ୍ନ ସ୍ଥାନକୁ ସୁନା ଚାଲାଣ କରୁଛନ୍ତି। ଏଠାରେ ମାସକ ମଧ୍ୟରେ ୭ଥର ସୁନା ଜବତ ହୋଇଥିବାବେଳେ ସୋମବାର ପୁଣି କଷ୍ଟମ ବିଭାଗର ଅଧିକାରୀମାନେ ଜଣେ ବିମାନ ଯାତ୍ରୀଙ୍କଠାରୁ ୬ ଖଣ୍ଡ ସୁନା ବିସ୍କୁଟ ଜବତ କରିଛନ୍ତି।

ପଶ୍ଚିମ ଓଡ଼ିଶା ଉପରେ ଓଡ଼ିଶା ଟୁରିଜମ୍‌ର ପ୍ରଥମ ପ୍ରମୋଶନାଲ: ଜାତୀୟ, ଅନ୍ତର୍ଜାତୀୟ ଟିଭି ଚ୍ୟାନେଲରେ  ହେବ ପ୍ରସାରଣ

ପଶ୍ଚିମ ଓଡ଼ିଶା ଉପରେ ଓଡ଼ିଶା ଟୁରିଜମ୍‌ର ପ୍ରଥମ ପ୍ରମୋଶନାଲ: ଜାତୀୟ, ଅନ୍ତର୍ଜାତୀୟ ଟିଭି ଚ୍ୟାନେଲରେ ହେବ ପ୍ରସାରଣ

ଭୁବନେଶ୍ୱର,୯।୪(ବ୍ୟୁରୋ): ବହୁଦିନର ପ୍ରତୀକ୍ଷା ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ଏକ ପ୍ରମୋଶନାଲ ଭିଡିଓ ପ୍ରସ୍ତୁତ କରିଛି ଓଡ଼ିଶା ଟୁରିଜମ୍‌। ପଶ୍ଚିମ ଓଡ଼ିଶାର ଆକର୍ଷଣୀୟ ଏବଂ କେତେକ ଅନାଲୋଚିତ ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରୟାସ କରାଯାଇଛି। ପୂର୍ବରୁ ଉପକୂଳ ଓଡ଼ିଶା ସହ ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀ ଉପରେ ବିଭାଗ ଏକାଧିକ ବ୍ରଡ୍‌କାଷ୍ଟ କମର୍ସିଆଲ ପ୍ରସ୍ତୁତ କରିଥିବା ବେଳେ ଏବେ ପଶ୍ଚିମ ଓଡ଼ିଶା ଉପରେ ଫୋକସ୍‌ କରି ନିର୍ମାଣ ହୋଇଛି ପ୍ରଥମ କମର୍ସିଆଲ।

ବାଲିଅନ୍ତା ହାଇସ୍କୁଲରୁ ଜେନେରେଟର,  କମ୍ପ୍ୟୁଟର ଚୋରି

ବାଲିଅନ୍ତା ହାଇସ୍କୁଲରୁ ଜେନେରେଟର, କମ୍ପ୍ୟୁଟର ଚୋରି

ବାଲିଅନ୍ତା, ୯।୪(ଡ.ଏନ୍‌.ଏ.): ରାଜଧାନୀ ଉପକଣ୍ଠ କମିଶନରେଟ ପୋଲିସ ଅଧୀନ ବାଲିଅନ୍ତା ଥାନା ଅଞ୍ଚଳରେ ଚୋରି ଦିନକୁ ଦିିନ ବଢିବାରେ ଲାଗିଛି। ରବିବାର ବିଳମ୍ବିତ ରାତିରେ ବାଲିଅନ୍ତା ନୋଡାଲ ହାଇସ୍କୁଲରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସ୍କୁଲର ଉପର ମହଲାର କମ୍ପ୍ୟୁଟର କକ୍ଷରେ ପଶି ଗୋଟିଏ କମ୍ପ୍ୟୁଟର ଓ ଜେନେରେଟର ସମେତ ଅନ୍ୟାନ୍ୟ ଉପକରଣ ଚୋରିକରି ନେଇଛନ୍ତି।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ବାଲିଅନ୍ତା, ୯।୪(ଡ.ଏନ୍‌.ଏ.): ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ଓ୍ବାର୍ଡ ଅଧୀନ ନହରକଣ୍ଟାସ୍ଥିତ ସରଶ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିସରରେ ଆୟୋଜିତ ଉତ୍ସବରେ ଭୁବନେଶ୍ୱର ଏପିଜେ ସ୍କୁଲର ଅଧ୍ୟକ୍ଷା ଡା. ସସ୍ମିତା ତ୍ରିପାଠୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ନୈତିକ ଶିକ୍ଷା ସହ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।

ଅଧ୍ୟାପକଙ୍କୁ ସମର୍ଥନ ଜଣାଇଲେ ଛାତ୍ରୀଛାତ୍ର

ଅଧ୍ୟାପକଙ୍କୁ ସମର୍ଥନ ଜଣାଇଲେ ଛାତ୍ରୀଛାତ୍ର

ପୁରୀ ଅଫିସ, ୯।୪: ବିଭିନ୍ନ ଦାବି ନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଯୁକ୍ତ ୨ ଖାତାଦେଖା ବର୍ଜନ କରାଯାଇ ସୋମବାର ମୂଲ୍ୟାଙ୍କନ କେନ୍ଦ୍ର ଆଗରେ ଧାରଣା ଦିଆଯାଇଛି। ଅଧ୍ୟାପକଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ଯୁକ୍ତ ୨ କଲେଜ ଛାତ୍ରୀଛାତ୍ର ସମର୍ଥନ ଜଣାଇଛନ୍ତି। ସୋମବାର ମିଳିତ ମଞ୍ଚ ପକ୍ଷରୁ ଏସ୍‌ସିଏସ୍‌ କଲେଜ ଆଗରେ ଚାଲିଥିବା ଧାରଣାସ୍ଥଳରେ ଛାତ୍ରୀଛାତ୍ର ବସିଥିଲେ।

ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ପୁରୀ ଅଫିସ, ୯।୪ : ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ପୁରୀ ଜିଲା ଜନମଙ୍ଗଳ ବସ୍ତି ବିକାଶ ସମିତି ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ସମିତିର ସଦସ୍ୟମାନେ ପୁରୀ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

କଂଗ୍ରେସ ପକ୍ଷରୁ ଉପବାସ ବ୍ରତ ପାଳନ

କଂଗ୍ରେସ ପକ୍ଷରୁ ଉପବାସ ବ୍ରତ ପାଳନ

ଭୁବନେଶ୍ୱର, ୯।୪ (ବ୍ୟୁରୋ): ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ସୋମବାର ଉପବାସ ବ୍ରତ ପାଳନ କରାଯାଇଛି। କଂଗ୍ରେସର ବରିଷ୍ଠ ନେତାମାନେ ଏକତ୍ର ହୋଇ ଏକଦିବସୀୟ ଉପବାସ ବ୍ରତ ପାଳନ କରୁଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ କାହ୍ନୁଚରଣ ଲେଙ୍କାଙ୍କ ସମେତ କଂଗ୍ରେସର ଆଗଧାଡ଼ିର ବହୁ ନେତା ଏକାଠି ହୋଇଛନ୍ତି।

ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ ୨୦୧୮: ପାଠ୍ୟକ୍ରମରେ ସାମିଲ ହେଉ ସନ୍ଥ ଭକ୍ତଚରଣଙ୍କ ବିଷୟ

ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ ୨୦୧୮: ପାଠ୍ୟକ୍ରମରେ ସାମିଲ ହେଉ ସନ୍ଥ ଭକ୍ତଚରଣଙ୍କ ବିଷୟ

ଭୁବନେଶ୍ୱର,୮।୪(ବ୍ୟୁରୋ)- ଉତ୍କଳୀୟମ୍‌ ଫାଉଣ୍ଡେଶନ ପକ୍ଷରୁ ପ୍ରଥମ ରାଜ୍ୟସ୍ତରୀୟ ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ ୨୦୧୮ ରବିବାର ଗୋଦାବରୀଶ ସାହିତ୍ୟ ସଂସଦଠାରେ ଅନୁଷ୍ଠିତ ହୋଇଯାଇଛି।

‘ଗାଡ଼ିକୁ ଜଗନ୍ନାଥ ଅଟକାଇଲେ, ବଞ୍ଚିଗଲୁ’

‘ଗାଡ଼ିକୁ ଜଗନ୍ନାଥ ଅଟକାଇଲେ, ବଞ୍ଚିଗଲୁ’

ପୁରୀ ଅଫିସ, ୮।୪- ଗାଡ଼ିକୁ ଜଗନ୍ନାଥ ଅଟକାଇଲେ, ଆମେ ବଞ୍ଚିଗଲୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପୁରୀରେ ପହଞ୍ଚିବା ଜଗନ୍ନାଥ ଆମକୁ ମୃତ୍ୟୁମୁଖରୁ ଉଦ୍ଧାର କରିଛନ୍ତି। ପୁରୀରେ ପହଞ୍ଚିବୁ ଆଉ ମହାପ୍ରଭୁଙ୍କୁ ଦର୍ଶନ କରିବୁ ଏହି ବିଶ୍ୱାସ ଆମର ନ ଥିଲା। ବିନା ଇଞ୍ଜିନରେ ୧୭ କି.ମି. ଗଡ଼ିଯାଇଥିବା ଅହମ୍ମଦାବାଦ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ପୁରୀ ରେଳ ଷ୍ଟେଶନରେ ରବିବାର ଅପରାହ୍ନରେ ପହଞ୍ଚିବା ପରେ ଭାବ ବିହ୍ବଳିତ ହୋଇ ଏଭଳି କଥା କହିଛନ୍ତି ଛତିଶଗଡର ଯାତ୍ରୀ ମୋହନଲାଲ ସାହୁ।

 ସ୍ତ୍ରୀଙ୍କୁ ଭରଣପୋଷଣ ନ ଦେଇ ସ୍ବାମୀ ଗିରଫ

ସ୍ତ୍ରୀଙ୍କୁ ଭରଣପୋଷଣ ନ ଦେଇ ସ୍ବାମୀ ଗିରଫ

ଭୁବନେଶ୍ୱର, ୮।୪(ବ୍ୟୁରୋ)- ଭରଣପୋଷଣ ବାବଦକୁ ସ୍ତ୍ରୀଙ୍କ ମାସିକ ଟଙ୍କା ଦେଇ ନ ଥିବାରୁ ସ୍ବାମୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଲେ ୟୁନିଟ୍‌-୧ ଅଞ୍ଚଳର କୃପାସିନ୍ଧୁ ନାୟକ। ସୂଚନା ଅନୁଯାୟୀ, ବିବାହର ୬ ମାସ ପରେ କୁପାସିନ୍ଧୁ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା।

ପେଟ୍ରୋଲ ଟାଙ୍କିରେ ଯୁବ କଂଗ୍ରେସର ପ୍ରତିବାଦ: ମୋଦିଙ୍କ ପୋଷ୍ଟର ଚିରି ୬ କର୍ମୀ ଗିରଫ

ପେଟ୍ରୋଲ ଟାଙ୍କିରେ ଯୁବ କଂଗ୍ରେସର ପ୍ରତିବାଦ: ମୋଦିଙ୍କ ପୋଷ୍ଟର ଚିରି ୬ କର୍ମୀ ଗିରଫ

ଭୁବନେଶ୍ୱର, ୮।୪(ବ୍ୟୁରୋ)- ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ରବିବାର ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା। ଯୁବ କଂଗ୍ରେସ କର୍ମୀମାନେ ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଲଗାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଚିରି ପ୍ରତିବାଦ କରିଥିଲେ।

ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେଇ ଲାଞ୍ଚ ନେବା ଘଟଣା: ନାର୍କୋଟିକ୍ସ ବ୍ୟୁରୋର ୩ କର୍ମଚାରୀ ନିଲମ୍ବିତ

ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେଇ ଲାଞ୍ଚ ନେବା ଘଟଣା: ନାର୍କୋଟିକ୍ସ ବ୍ୟୁରୋର ୩ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର, ୮।୪(ବ୍ୟୁରୋ)- ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେବା ଏବଂ ଏଥିରୁ ମୁକୁଳାଇବା ଲାଗି ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ୩ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

 ଭୂତଳ ରାସ୍ତା ନିର୍ମାଣ ସରୁନି: ଆନ୍ଦୋଳନ ଚେତାବନୀ ଦେଲେ ଭିଏସ୍‌ଏସ୍‌ ନଗରବାସୀ

ଭୂତଳ ରାସ୍ତା ନିର୍ମାଣ ସରୁନି: ଆନ୍ଦୋଳନ ଚେତାବନୀ ଦେଲେ ଭିଏସ୍‌ଏସ୍‌ ନଗରବାସୀ

ଭୁବନେଶ୍ୱର, ୮।୪(ବ୍ୟୁରୋ)- ବାଣୀବିହାର-ଆଚାର୍ଯ୍ୟବିହାର ଓଭରବ୍ରିଜ ଖୋଲିବାର ୪ବର୍ଷ ପୂରିଗଲାଣି। ମାତ୍ର ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ନଗରରୁ ଶହୀଦନଗର ଯିବାକୁ ହୋଇଥିବା ଭୂତଳ ରାସ୍ତା ନିର୍ମାଣ ସରୁନାହିଁ। ଏଥିପାଇଁ ଭିଏସ୍‌ଏସ୍‌ନଗର ବାସିନ୍ଦା ବହୁ ଅସୁବିଧା ଭୋଗୁଥିବାବେଳେ ଅଧିକାଂଶ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।

ଆଜି ପଇତା ଲାଗି : ବନ୍ଦ ରହିବ ୪ଘଣ୍ଟା ଦର୍ଶନ

ଆଜି ପଇତା ଲାଗି : ବନ୍ଦ ରହିବ ୪ଘଣ୍ଟା ଦର୍ଶନ

ପୁରୀ ଅଫିସ,୮। ୪: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ପଇତା ଲାଗି ଅନୁଷ୍ଠିତ ହେବ। ଦଇତାପତି ମାନେ ଏହି ନୀତି ସମ୍ପାଦନ କରିବେ। ଏଥିପାଇଁ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଜଣାଇଛନ୍ତି।

 ରଥକାଠକୁ ଅସମ୍ମାନ

ରଥକାଠକୁ ଅସମ୍ମାନ

ପୁରୀ ଅଫିସ, ୮।୪: ଜୁଲାଇ ୧୪ରେ ରଥଯାତ୍ରା। ତିନିରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପହଞ୍ଚତ୍ଲାଣି ରଥକାଠ। ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ କାଠ ଗଦା ହୋଇରହିଛି। କିନ୍ତୁ ଏହି ରଥକାଠକୁ ଅସମ୍ମାନ କରୁଛନ୍ତି ଲୋକେ। ଏହା ଉପରେ ବସୁଥିବା ବେଳେ ଉଠାଦୋକାନୀ ମଧ୍ୟ ସେମାନଙ୍କ ପସରା ମେଲାଇ ଦେଇଛନ୍ତି। ଏମିତି କି କେହି କେହି ରଥକାଠ ଉପରେ ଗୋଡ ରଖି ବସୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହାକୁ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗୋବିନ୍ଦ ଜୀଉ ଗୋଶାଳାର ୭ମ ବାର୍ଷିକ ଉତ୍ସବ

ଗୋବିନ୍ଦ ଜୀଉ ଗୋଶାଳାର ୭ମ ବାର୍ଷିକ ଉତ୍ସବ

ସାକ୍ଷୀଗୋପାଳ, ୮।୪ (ଡି.ଏନ୍‌.ଏ): ସ୍ଥାନୀୟ ମହାବଳପଡା ଗ୍ରାମରେ ଶ୍ରୀ ଗୋବିନ୍ଦଜୀଉ ଗୋଶାଳାର ୭ମ ବାର୍ଷିକ ଉତ୍ସବ ରବିବାର ପାଳିତ ହୋଇଯାଇଛି।

ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟର ଆଲୋଚନାଚକ୍ର:୧୩ଜଣଙ୍କୁ ମିଳିଲା ଶ୍ରୀଗୁଣ୍ଡିଚା ସମ୍ମାନ

ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟର ଆଲୋଚନାଚକ୍ର:୧୩ଜଣଙ୍କୁ ମିଳିଲା ଶ୍ରୀଗୁଣ୍ଡିଚା ସମ୍ମାନ

ପୁରୀ ଅଫିସ, ୮।୪: ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ‘ଶ୍ରୀଜଗନ୍ନାଥଙ୍କ ଉପାସନାର ବିବର୍ତ୍ତନ ଧାରା’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଜଗତପୁରସ୍ଥିତ ଘରୋଇ ବ୍ୟାଙ୍କ ସମ୍ମୁଖରୁ ୨୭ ଲକ୍ଷ ଲୁଟ ମାମଲା:୪ ଅଭିଯୁକ୍ତ ଗିରଫ, ଟଙ୍କା ଜବତ

ଜଗତପୁରସ୍ଥିତ ଘରୋଇ ବ୍ୟାଙ୍କ ସମ୍ମୁଖରୁ ୨୭ ଲକ୍ଷ ଲୁଟ ମାମଲା:୪ ଅଭିଯୁକ୍ତ ଗିରଫ, ଟଙ୍କା ଜବତ

କଟକ ଅଫିସ,୮।୪: ଜଗତପୁରସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ସମ୍ମୁଖରୁ ଗତ ୧ତାରିଖ ଅପରାହ୍ନରେ ଜଣେ ନିର୍ମାଣକାରୀ ସଂସ୍ଥାର କର୍ମଚାରୀଙ୍କଠାରୁ ୨୭ ଲକ୍ଷ ଟଙ୍କା ଲୁଟ ହୋଇଥିଲା। ଏହି ମାମଲାର ପର୍ଦ୍ଦାଫାଶ କରିଛି ଜଗତପୁର ପୋଲିସ। ଏହି ଅଭିଯୋଗରେ ପୋଲିସ ରବିବାର ୪ଜଣଙ୍କୁ ଗିରଫ କରିଛି।

୪ ସ୍ବାସ୍ଥ୍ୟ ସେବା ଯୋଜନା ଘୋଷଣା

୪ ସ୍ବାସ୍ଥ୍ୟ ସେବା ଯୋଜନା ଘୋଷଣା

ଭୁବନେଶ୍ୱର,୭। ୪(ବ୍ୟୁରୋ): ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ଶନିବାର ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଟିି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି। ସେହି ଯୋଜନାଗୁଡିକ ହେଲା ନିର୍ମଳ, ସୁନେତ୍ର, ସମ୍ପୂର୍ଣ୍ଣ ସୁରକ୍ଷା କବଚ, ସହାୟ । ନିର୍ମଳ ଯୋଜନାରେ ଡାକ୍ତରଖାନାଗୁଡିକରେ ସ୍ବଚ୍ଛ ପରିବେଶ ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ବାର୍ଷିକ ୧୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ସୁନେତ୍ର ଜରିଆରେ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ ସେବା ଆରମ୍ଭ କରାଯାଇଛି।

ଖାତାଦେଖା ଧିମା

ଖାତାଦେଖା ଧିମା

ଭୁବନେଶ୍ୱର,୭। ୪ (ବ୍ୟୁରୋ)- ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନରେ ଅହେତୁକ ବିଳମ୍ବ ହେଉଛି। ମୂଲ୍ୟାୟନକୁ ୪ଦିନ ବିତି ଯାଇଛି। ଏହି ୪ଦିନ ଭିତରେ ଯେତିକି ଖାତା ଦେଖାଯିବା କଥା ତାର ୫୦% କମ୍‌ ଖାତା ମୂଲ୍ୟାୟନ ହୋଇପାରିଛି। ମୂଲ୍ୟାୟନ ଧିମା ଯୋଗୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବର ସମ୍ଭାବନା ଦେଖାଦେଲାଣି। ଅନ୍ୟପଟେ ମୂଲ୍ୟାୟନ କେନ୍ଦ୍ରକୁ ଅଧ୍ୟାପିକା ଅଧ୍ୟାପକ ଆସୁ ନ ଥିବାରୁ ଖାତା ମୂଲ୍ୟାୟନରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି।

ଦକ୍ଷତା ଥିଲେ ସୁଯୋଗ ଆପେ ଆସିବ: ସୁବ୍ରତ ବାଗ୍‌ଚି

ଦକ୍ଷତା ଥିଲେ ସୁଯୋଗ ଆପେ ଆସିବ: ସୁବ୍ରତ ବାଗ୍‌ଚି

ଭୁବନେଶ୍ୱର, ୭।୪(ବ୍ୟୁରୋ)- ଛାତ୍ରୀଛାତ୍ରମାନେ ପାଠପଢା ପରେ ଚାକିରି ପାଇଁ ନିଜର ଦକ୍ଷତା ବୃଦ୍ଧି କରିବା ଦରକାର। ଦକ୍ଷତା ସୃଷ୍ଟି କରିପାରିଲେ ସୁଯୋଗ ଆପେ ଆପେ ଆସିବ। ଶନିବାର ଓଡ଼ିଶା ବେସରକାରୀ ଇଞ୍ଜିନିୟରିଂ ସ୍କୁଲ ସଂଘ(ଓପେସା) ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ରାଜ୍ୟସ୍ତରୀୟ ସେମିନାରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ଯୋଗଦେଇ ଏହା କହିଛନ୍ତି।

ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେଇ ଲାଞ୍ଚ ନେବା ଘଟଣା: ଏନ୍‌ସିବି ଅଧିକାରୀଙ୍କୁ ଜେରା, ମିଳୁନି ଲାଞ୍ଚ ଟଙ୍କା

ଭୁବନେଶ୍ୱର, ୭।୪(ବ୍ୟୁରୋ)- ମିଥ୍ୟା ମାଲାରେ ଫସାଇବାକୁ ଧମକ ଦେଇ ଲାଞ୍ଚ ନେଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଜଣେ ଅଧିକାରୀ ଏବଂ ଦୁଇ କର୍ମଚାରୀଙ୍କୁ ସିବିଆଇ ୪ଦିନିଆ ରିମାଣ୍ଡରେ ଆଣିଛି।