ମେଟ୍ରୋ

ହାଇକୋର୍ଟଙ୍କ ରାୟକୁ ନେଇ ଭକ୍ତ ଉତ୍ସାହିତ: ଭିତରକାଠ ନିକଟରୁ ମିଳିବ ଦର୍ଶନ

ହାଇକୋର୍ଟଙ୍କ ରାୟକୁ ନେଇ ଭକ୍ତ ଉତ୍ସାହିତ: ଭିତରକାଠ ନିକଟରୁ ମିଳିବ ଦର୍ଶନ

ପୁରୀ ଅଫିସ,୧୧ା୪: ଆସନ୍ତା ୧୬ ତାରିଖ ସୁଦ୍ଧା ଭକ୍ତଙ୍କ ପାଇଁ ଜଗମୋହନ ଖାଲି କର। ମଙ୍ଗଳବାର ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଏହି ରାୟକୁ ନେଇ ଭକ୍ତମାନେ ଉତ୍ସାହିତ ହୋଇପଡିଛନ୍ତି। କାରଣ ଖୁବ୍‌ଶୀଘ୍ର ସେମାନେ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ହାତ ମାରିବାକୁ ଡର

ହାତ ମାରିବାକୁ ଡର

କଟକ ଅଫିସ, ୧୧।୪: ଭୁବନେଶ୍ୱର ଓ କଟକରେ ଇଚ୍ଛାଧୀନ କୋଟା(ଡିକ୍ୟୁ)ରେ ପ୍ଲଟ, ଫ୍ଲାଟ ଆବଣ୍ଟନକୁ ନେଇ ହୋଇଥିଲା ମହାଦୁର୍ନୀତି। ଏହା ଏବେ ଚପିଯିବାକୁ ବସିଛି। କାରଣ ଏହାକୁ ନେଇ ସରକାର ଓ ପ୍ରଶାସନକୁ ଡ଼ର ଘାରିଛି। ଏହି ମାମଲାରେ ହାତ ମାରିବା ମାତ୍ରେ କେଉଁ କୂଳ ଖାଇବ ତାହାର ଆକଳନ ସରକାର କରି ପାରୁନାହାନ୍ତି।

ମହିଳାଙ୍କୁ ବଳାତ୍କାର ମାମଲା: ବିଏମ୍‌ସି କର୍ମଚାରୀ ଗିରଫ

ମହିଳାଙ୍କୁ ବଳାତ୍କାର ମାମଲା: ବିଏମ୍‌ସି କର୍ମଚାରୀ ଗିରଫ

ଭୁବନେଶ୍ୱର, ୧୧।୪(ବ୍ୟୁରୋ)- ସାଲିଆସାହି ଜନତାନଗରରେ ରହୁଥିବା ଜଣେ ମହିଳାଙ୍କୁ ବଳାତ୍କାର ମାମଲାରେ ପୋଲିସ ଅଭିଯୁକ୍ତ ବେଣୁଧର ନାୟକଙ୍କୁ ବୁଧବାର ଗିରଫ କରିଛି। ବେଣୁଧର ରଙ୍ଗମାଟିଆ ଅଞ୍ଚଳରେ ରହୁଥିବାବେଳେ ସେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଜଣେ କର୍ମଚାରୀ। ଘଟଣା ସଂକ୍ରାନ୍ତରେ ମାମଲା ରୁଜୁ ହେବାର ଦୀର୍ଘ ୬ମାସ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିଛି।

ଅଣଛାତ୍ରଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ: ବାଣୀବିହାର ଛାତ୍ର ଗିରଫ

ଅଣଛାତ୍ରଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ: ବାଣୀବିହାର ଛାତ୍ର ଗିରଫ

ଭୁବନେଶ୍ୱର, ୧୧।୪(ବ୍ୟୁରୋ)- ଉକତ୍ଳ ବିଶ୍ୱବିଦ୍ୟାଳୟ(ବାଣୀବିହାର)ରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ କେନ୍ଦ୍ରକରି ଜଣେ ଅଣଛାତ୍ରଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ମାମଲାରେ ଜଡିତ ଥିବା ବାଣୀବିହାରର ଜଣେ ଛାତ୍ର ଦେବେଶ ଦାସଙ୍କୁ ଶହୀଦନଗର ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି।

ସାକ୍ଷୀଗୋପାଳ ମନ୍ଦିରରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କେନ୍ଦ୍ର

ସାକ୍ଷୀଗୋପାଳ ମନ୍ଦିରରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କେନ୍ଦ୍ର

ସାକ୍ଷୀଗୋପାଳ, ୧୧।୪ (ଡି.ଏନ.ଏ.): ସ୍ବଚ୍ଛ ଆଇକନ୍‌ ପ୍ରକଳ୍ପ ଜରିଆରେ ସାକ୍ଷୀଗୋପାଳ ମନ୍ଦିର ପରିସରରେ ନାଲ୍‌କୋ ପକ୍ଷରୁ ସ୍ବଚ୍ଛ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ବୁଧବାର ଉନ୍ମୋଚିତ ହୋଇଯାଇଛି। ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ନାଲ୍‌କୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡା. ତପନ କୁମାର ଚାନ୍ଦ ଶୁଭାରମ୍ଭ କରିଛନ୍ତି।

କୁନ୍ଦୁଲି ଗଣବଳାତ୍କାର ମାମଲା: ସିବିଆଇ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କୁନ୍ଦୁଲି ଗଣବଳାତ୍କାର ମାମଲା: ସିବିଆଇ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ ଅଫିସ,୧୧।୪: କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବା ପାଇଁ ହାଇକୋର୍ଟ ସିବିଆଇ, ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।

ବିଧାନସଭାରେ ମହାନଦୀ ତାତି: ୩ଟା ଯାଏ ଗୃହ ମୁଲତବୀ

ବିଧାନସଭାରେ ମହାନଦୀ ତାତି: ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୧୧।୪(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିଥିଲେ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିଜ ଆସନରୁ ଠିଆ ହୋଇ ଉତ୍ତର ରଖିବା ମାତ୍ରେ ବିଜେଡ଼ି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ହଟ୍ଟଗୋଳ କରିଥିଲେ।

ଭବିଷ୍ୟତ ରଣନୀତି ପ୍ରସ୍ତୁତ କରୁଛି ଭାଜପା

ଭବିଷ୍ୟତ ରଣନୀତି ପ୍ରସ୍ତୁତ କରୁଛି ଭାଜପା

ଭୁବନେଶ୍ୱର, ୧୧।୪(ବ୍ୟୁରୋ): ଭବିଷ୍ୟତ ରଣନୀତି ପ୍ରସ୍ତୁତ କରୁଛି ଭାଜପା। ଏ ନେଇ ବୁଧବାର ଭାଜପା ପଦାଧିକାରୀମାନଙ୍କ ବୈଠକ ଦଳୀୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ସମସ୍ତ ବିଧାୟକ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଯୋଗ ଦେଇଛନ୍ତି। ।

କାଜୁ ବଗିଚାରେ ଅହିରାଜ

କାଜୁ ବଗିଚାରେ ଅହିରାଜ

ଭୁବନେଶ୍ୱର, ୧୧।୪(ବ୍ୟୁରୋ): ସ୍ଥାନୀୟ ଭୀମକୁଣ୍ଡ କାଜୁ ବଗିଚାରେ ବୁଧବାର ସକାଳେ ଏକ ଅହିରାଜ ଦେଖିବାକୁ ମିଳିଛି। ଲୋକେ ଏହାକୁ ଦେଖିବା ପରେ ସ୍ନେକ୍‌ ହେଲ୍ପଲାଇନ୍‌କୁ ଖବର ଦେଇଥିଲେ।

ହାଇସ୍କୁଲରେ ଏକାଦଶ ମିଶିବା ପ୍ରସଙ୍ଗ: ୫ବର୍ଷରେ ସୁଧୁରିବ ହାଇସ୍କୁଲ ଭିତ୍ତିଭୂମି,୧୩୭ ପିଜିଟିଙ୍କୁ ଦିଆଯିବ ନିଯୁକ୍ତି

ହାଇସ୍କୁଲରେ ଏକାଦଶ ମିଶିବା ପ୍ରସଙ୍ଗ: ୫ବର୍ଷରେ ସୁଧୁରିବ ହାଇସ୍କୁଲ ଭିତ୍ତିଭୂମି,୧୩୭ ପିଜିଟିଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର, ୧୦।୪(ବ୍ୟୁରୋ)- ଉଚ୍ଚଶିକ୍ଷା ବିଭାଗର ଡିଗ୍ରୀ କଲେଜରୁ ଯୁକ୍ତ୨ କଲେଜ ଅଲଗା ହୋଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆସିବ। ଯୁକ୍ତ୨ର ଏକାଦଶ ଓ ଦ୍ୱାଦଶ ଶ୍ରେଣୀକୁ ହାଇସ୍କୁଲରେ ମିଶାଯିବ। ୨୦୧୮-୧୯ ଶିକ୍ଷାବର୍ଷରୁ ହାଇସ୍କୁଲରେ ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଆଡମିଶନ କରାଯାଇ ପାଠପଢା ଆରମ୍ଭ ହେବ ବୋଲି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର. ବାଲ୍‌କ୍ରିଷ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ସରିଲା ସାହିଯାତ: ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହେଲେ ଶ୍ରୀରାମ

ସରିଲା ସାହିଯାତ: ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହେଲେ ଶ୍ରୀରାମ

ପୁରୀ ଅଫିସ,୧୦।୪: ପିତୃସତ୍ୟ ପାଳି ୧୪ ବର୍ଷ ବନବାସରେ ଗଲେ ଶ୍ରୀରାମ। ଭ୍ରାତୃଭକ୍ତ ଭରତ ଅଯୋଧ୍ୟା ସିଂହାସନରେ ଶ୍ରୀରାମଙ୍କ ପାଦୁକା ସ୍ଥାପନକରି ରାଜ୍ୟ ପରିଚାଳନା କରିଛନ୍ତି। ୧୪ବର୍ଷ ପୂରିବାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ରାମଚନ୍ଦ୍ର ନ ଆସିବାରୁ ଭରତ ଅଗ୍ନିରେ ଝାସ ଦେବେ ବୋଲି ସ୍ଥିର କରିଛନ୍ତି। ଏହି ସମୟରେ ହନୁମାନ ପହଞ୍ଚତ୍ ଭରତଙ୍କୁ ରୋକିଛନ୍ତି। ଏହାପରେ ଭରତ ସିଂହାସନରୁ ପାଦୁକା ନେଇ ଶ୍ରୀରାମଙ୍କ ପାଖକୁ ଯାଇଛନ୍ତି। ଶ୍ରୀରାମଙ୍କୁ ପାଦୁକା ଅର୍ପଣ କରିବା ସହିତ ଭ୍ରାତୃସତ୍ୟ ପାଳନକରି ରାଜ୍ୟ ଭାର ଗ୍ରହଣ କରିବା ଲାଗି ଅନୁରୋଧ କରିଛନ୍ତି।

ପ୍ରେମୀଯୁଗଳ ହାତାହାତିରୁ ରାସ୍ତା ଜାମ୍‌

ପ୍ରେମୀଯୁଗଳ ହାତାହାତିରୁ ରାସ୍ତା ଜାମ୍‌

ଭୁବନେଶ୍ୱର, ୧୦।୪(ବ୍ୟୁରୋ)- ମଙ୍ଗଳବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ଛକରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ। ସମ୍ପର୍କକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ପ୍ରେମୀଯୁଗଳଙ୍କ ମଧ୍ୟରେ ଲାଗିଥିଲା ମାରପିଟ୍‌। ଏହାକୁ ନେଇ ଉକ୍ତ ସ୍ଥାନରେ ଭିଡ଼ ଜମିବାରୁ ରାସ୍ତାଜାମ ହୋଇଯାଇଥିଲା। ପୋଲିସ ପହଞ୍ଚତ୍ ଉଭୟଙ୍କୁ ନିୟନ୍ତ୍ରଣ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲାନି ମହଲତ: ଜଗମୋହନ ୧୬ ସୁଦ୍ଧା ଖୋଲିବ

ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲାନି ମହଲତ: ଜଗମୋହନ ୧୬ ସୁଦ୍ଧା ଖୋଲିବ

କଟକ ଅଫିସ, ୧୦।୪: ଶ୍ରୀମନ୍ଦିର ଜଗମୋହନ ଏପ୍ରିଲ ୧୬ ସୁଦ୍ଧା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗର୍ଭଗୃହ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଛନ୍ତି ହାଇକୋର୍ଟ। ଗର୍ଭଗୃହ ମଧ୍ୟକୁ କେଉଁମାନେ ପ୍ରବେଶ କରିପାରିବେ ଉକ୍ତ ପ୍ରସଙ୍ଗ ଉପରେ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେବାପୂଜା ସହିତ ଜଡ଼ିତ ସେବାୟତମାନେ ହିଁ କେବଳ ଗର୍ଭଗୃହ ଭିତରକୁ ଯାଇପାରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ପିଜି ପାଠ୍ୟକ୍ରମ ପାଇଁ ନାହାନ୍ତି ହେମିଓପାଥି ଅଧ୍ୟାପକ: ୬ମେଡିକାଲ କଲେଜରେ ୪୦ ପଦବୀ ଖାଲି

ପିଜି ପାଠ୍ୟକ୍ରମ ପାଇଁ ନାହାନ୍ତି ହେମିଓପାଥି ଅଧ୍ୟାପକ: ୬ମେଡିକାଲ କଲେଜରେ ୪୦ ପଦବୀ ଖାଲି

ଭୁବନେଶ୍ୱର, ୧୦।୪(ବ୍ୟୁରୋ)- ରାଜ୍ୟରେ ଥିବା ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକରେ ପିଜି ପାଠ୍ୟକ୍ରମ ପାଇଁ ଅଧ୍ୟାପକ ପଦବୀ ପୂରଣ ହୋଇପାରୁନି। ଅଧ୍ୟାପକ, ରିଡର ଓ ପ୍ରଫେସର ଭଳି ଅନେକ ପଦବୀ ଖାଲି ପଡିଛି। ହୋମିଓପାଥିରେ ପିଜି କରିଥିବା ଡାକ୍ତରୀ ଛାତ୍ରଙ୍କ ଅଭାବ ଯୋଗୁ ଅଧ୍ୟାପକ ପଦବୀ ପୂରଣ ହୋଇପାରୁନି। ସେଥିପାଇଁ ରାଜ୍ୟରେ ଥିବା ୬ ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲରେ ୪୦ ଅଧ୍ୟାପକ ପଦବୀ ଖାଲିପଡିଛି ବୋଲି ଆୟୁଷ ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ କହିଛନ୍ତି।

ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଯାତ୍ରା: ‘ମହାନଦୀର ଡାକ, ସଭିଁଏ ହୁଅ ଏକ’

ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଯାତ୍ରା: ‘ମହାନଦୀର ଡାକ, ସଭିଁଏ ହୁଅ ଏକ’

ପୁରୁଣା ଭୁବନେଶ୍ୱର(ଡି.ଏନ.ଏ.)/ଭୁବନେଶ୍ୱର,୧୦।୪(ବ୍ୟୁରୋ)- ମହାନଦୀ ଉପର ମୁଣ୍ଡରେ ନିର୍ମିତ ୬ଟି ବ୍ୟାରେଜ୍‌ ଦ୍ୱାରା ତଳମୁଣ୍ଡକୁ ଜଳପ୍ରବାହ ଗଭୀର ଭାବେ ପ୍ରଭାବିତ ହେଉଛି। ଧୀରେ ଧୀରେ ମହାନଦୀ ଶୁଖିଯିବାକୁ ବସିଛି। ବିଶେଷକରି କଲମା ବ୍ୟାରେଜ୍‌ର ୬୭ଟି ଗେଟ୍‌ ବନ୍ଦ ହେବା ଦ୍ୱାରା ହୀରାକୁଦକୁ ପାଣି ନିସ୍କାସିତ ହେଉନାହିଁ, ଯାହା ଦ୍ୱାରା ହୀରାକୁଦର ଜଳସ୍ତର କମିଯାଇଛି। ଏହା ଯଦି ଲାଗି ରହେ ତେବେ ନିକଟ ଭିବଷ୍ୟତରେ ଓଡ଼ିଶାର ୧୫ ଜିଲାରେ ଗଭୀର ଜଳସଙ୍କଟ ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ମହାନଦୀ ବଞ୍ଚାଅ ଆନ୍ଦୋଳନ(ଏମ୍‌ବିଏ) କଲମାର ସମସ୍ତ ଗେଟ୍‌ ଖୋଲା ରଖିବାକୁ ଦାବି କରି ମଙ୍ଗଳବାରଠାରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛି।

ବିଦ୍ୟାଳୟ ପରିଦର୍ଶନ କଲେ ଜିଲା ପରିଷଦ ଷ୍ଟାଣ୍ଡିଂ କମିଟି

ବିଦ୍ୟାଳୟ ପରିଦର୍ଶନ କଲେ ଜିଲା ପରିଷଦ ଷ୍ଟାଣ୍ଡିଂ କମିଟି

ସାକ୍ଷୀଗୋପାଳ, ୧୦।୪(ଡି.ଏନ୍‌.ଏ.): କ୍ରୀଡା, ସଂସ୍କୃତି ଓ ଶିକ୍ଷାର ବିକାଶ ଦିଗରେ କିଭଳି କାର୍ଯ୍ୟ କରାଯାଉଛି ତାହାର ତଦାରଖ ପାଇଁ ପୁରୀ ଜିଲା ପରିଷଦ ୭ମ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ମଙ୍ଗଳବାର ସତ୍ୟବାଦୀ ବ୍ଲକର ୯ଟି ବିଦ୍ୟାଳୟ ଅଚାନକ ପରିଦର୍ଶନ କରିଛନ୍ତି।

ଅସ୍ତରଙ୍ଗ  ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ: ୨୯ ଫାଇଲ ଜବତ

ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ: ୨୯ ଫାଇଲ ଜବତ

କାକଟପୁର,୧୦।୪ (ଡି.ଏନ୍‌.ଏ.): ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟରେ ମଙ୍ଗଳବାର ପୁରୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୯ଟି ଫାଇଲ ଜବତ କରାଯାଇଛି। ଭିଜଲାନ୍ସ ଡିଏସ୍‌ପି ହରିନାରାୟଣ ପତିଙ୍କ ନେତୃତ୍ୱରେ ୨ ଜଣିଆ ଟିମ୍‌ ଏହି ଚଢାଉ କରିଛନ୍ତି।

ସରକାରୀ ଜମିରୁ ବେଆଇନ ଚିଙ୍ଗୁଡିଘେରି ଉଚ୍ଛେଦ

ସରକାରୀ ଜମିରୁ ବେଆଇନ ଚିଙ୍ଗୁଡିଘେରି ଉଚ୍ଛେଦ

କାକଟପୁର,୧୦।୪ (ଡି.ଏନ୍‌.ଏ.): ଗତ କିଛି ମାସ ହେବ ଅସ୍ତରଙ୍ଗ ଉପକୂଳ ଅଞ୍ଚଳର ବିଭିନ୍ନ ନଦୀପଠା, ହେନ୍ତାଳବଣ, ଅନାବାଦୀ, ଗୋଚର ପ୍ରଭୃତି ସରକାରୀ ଜମିରେ ବେଆଇନ ଭାବେ କରାଯାଇଥିବା ଚିଙ୍ଗୁଡି ଘେରିକୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି।

ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୦।୪: ଶ୍ରୀମନ୍ଦିର ଜଗମୋହନ ଏପ୍ରିଲ ୧୬ ସୁଦ୍ଧା ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ ବି.ପି. ଦାସ ତଦନ୍ତ କମିଶନ କେତେକ ସୁପାରିସକୁ ସରକାର ଗ୍ରହଣ କରିଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ଏହି ସତ୍ୟପାଠରେ ଦର୍ଶାଯାଇଥିଲା।

ଜାତୀୟସ୍ତରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା

ଜାତୀୟସ୍ତରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,(ବ୍ୟୁରୋ)୧୦।୪: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମଙ୍ଗଳବାର କୁଳପତି ପ୍ରଫେସର ସୁରେନ୍ଦ୍ର ପଶୁପାଳକ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକଙ୍କୁ ଭେଟି ବିଶ୍ୱବିଦ୍ୟାଳୟର ସଫଳତା ସମ୍ପର୍କରେ ଅବଗତ କରାଇଛନ୍ତି।

ଜଗମୋହନ ମରାମତି ମାମଲା: ନୀତି ପ୍ରଶାସକଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ

ଜଗମୋହନ ମରାମତି ମାମଲା: ନୀତି ପ୍ରଶାସକଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ

କଟକ ଅଫିସ,୧୦।୪: ପୁରୀ ଶ୍ରୀମନ୍ଦିର ଜଗମୋହନ ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ଅପରାହ୍ନ ୨ଟା ସୁଦ୍ଧା ନୀତିପ୍ରଶାସକଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ନୀତିପ୍ରଶାସକଙ୍କ ପକ୍ଷରୁ ପୂର୍ବ ନିର୍ଦ୍ଦେଶ ମୁତାବକ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ଟ୍ରେନ୍‌ ଧକ୍କାରେ ମହିଳା ମୃତ

ଟ୍ରେନ୍‌ ଧକ୍କାରେ ମହିଳା ମୃତ

ନିରାକାରପୁର, ୧୦।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଲେଭଲକ୍ରସିଂ ନିକଟରେ ମଙ୍ଗଳବାର ସକାଳ ୫.୩୦ରେ ଟ୍ରେନ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିରାକାରପୁର ପଞ୍ଚାୟତ ମଞ୍ଜରିଆପାଟଣା ଗ୍ରାମର ହାରାମଣୀ ସାହୁ(୫୫)।

ବାଣ ଭିଡୁଥିବା ବେଳେ ଅଘଟଣ: ବାପ ମୃତ, ପୁଅ ଗୁରୁତର

ବାଣ ଭିଡୁଥିବା ବେଳେ ଅଘଟଣ: ବାପ ମୃତ, ପୁଅ ଗୁରୁତର

ଗୋପ,୧୦।୪(ଡି:ଏନ:ଏ): ଗୋପ ଥାନା ନୟାହାଟ ଫାଣ୍ଡି ଅଧୀନ ପିଣ୍ଡଳ ଗ୍ରାମରେ ମଙ୍ଗଳବାର ସକାଳେ ବାଣ ଭିଡୁଥିବା ବେଳେ ଅଘଟଣ ଘଟିଛି। ଏଥିରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ମୃତ ବାପା ହେଲେ ରଞ୍ଜିତ ବିଶ୍ୱାଳ(୫୪)। ଆହତ ପୁଅ ବାପି (୨୬)। ପ୍ରକାଶ ଯେ, ରଞ୍ଜିତ ଓ ବାପି ଘରର ଛାତ ଉପରେ ବାଣ ଭିଡୁଥିଲେ।

ଦାଦନ ସମସ୍ୟା ରୋକିବାକୁ ଦ୍ୱିତୀୟ ଆକ୍ସନ ପ୍ଲାନ୍‌: ୨୦୧୮ରୁ ୨୦୨୦ ଯାଏ କାର୍ଯ୍ୟ କରିବ

ଦାଦନ ସମସ୍ୟା ରୋକିବାକୁ ଦ୍ୱିତୀୟ ଆକ୍ସନ ପ୍ଲାନ୍‌: ୨୦୧୮ରୁ ୨୦୨୦ ଯାଏ କାର୍ଯ୍ୟ କରିବ

ଭୁବନେଶ୍ୱର,୯।୪(ବ୍ୟୁରୋ): ଓଡ଼ିଶାରେ ଦାଦନ ସମସ୍ୟା ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ। ଦାଦନପ୍ରବଣ ଜିଲାଗୁଡ଼ିକ ପାଇଁ ୨୦୧୪ରେ ପ୍ରସ୍ତୁତ ହୋଇଥିବା ପ୍ରଥମ ଆକ୍ସନ ପ୍ଲାନ୍‌ ପରେ ଏବେ ସେଥିରେ ଅଧିକ ଜିଲାକୁ ସାମିଲ କରାଯାଇ ପ୍ରସ୍ତୁତ ହେବ ଦ୍ୱିତୀୟ ଆକ୍ସନ ପ୍ଲାନ୍‌। ବଲାଙ୍ଗୀର ଓ ନୂଆପଡ଼ା ଜିଲାର ୩୦ ଦାଦନପ୍ରବଣ ପଞ୍ଚାୟତରେ ଦାଦନ ସମସ୍ୟା ରୋକିବାକୁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବ। ଏହାସହ ଦାଦନ ସମସ୍ୟା ଥିବା ୧୧ ଜିଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।