ମେଟ୍ରୋ

ଅଡିଓଭିଜୁଆଲ୍‌ ବୟାନ ରେକର୍ଡ ବ୍ୟବସ୍ଥା ଆରମ୍ଭ:  ଏଣିକି ବଦଳାଇ ହେବନି ବୟାନ

ଅଡିଓଭିଜୁଆଲ୍‌ ବୟାନ ରେକର୍ଡ ବ୍ୟବସ୍ଥା ଆରମ୍ଭ: ଏଣିକି ବଦଳାଇ ହେବନି ବୟାନ

ଭୁବନେଶ୍ୱର, ୫।୪।(ବ୍ୟୁରୋ)- ଏଣିକି ଅଭିଯୁକ୍ତ, ସାକ୍ଷୀ କିମ୍ବା ଅଭିଯୋଗକାରୀ ଆଉ ନିଜ ବୟାନ ବଦଳାଇ ପାରିବେ ନାହିଁ। ପୋଲିସ ଆଗରେ ଯାହା ବୟାନ ଦେବେ ତାହା ଅଡିଓ ଭିଜୁଆଲ ମାଧ୍ୟମରେ ରେକର୍ଡ କରାଯିବ। ପୋଲିସ ବି ସେମାନଙ୍କଠାରୁ ଜୋରଜବରଦସ୍ତି ବୟାନ ରେକର୍ଡ କରି କୋର୍ଟରେ ଉପସ୍ଥାପନ କରିପାରିବ ନାହିଁ।

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାଜ୍ୟପାଳ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାଜ୍ୟପାଳ

ପୁରୀ ଅଫିସ,୫।୪: ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲିକ ଗୁରୁବାର ଦିନ ୧୧ଟାରେ ରାଜଭବନଠାରେ ପହଞ୍ଚିଥିଲେ। ଗାଡିରୁ ଓହ୍ଲାଇବା ସମୟରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ଓ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ତାଙ୍କୁ ସ୍ବାଗତ କରିଥିଲେ । ଏହି ସ୍ବାଗତ ପର୍ବ ଚାଲିଥିବା ବେଳେ ହଠାତ୍‌ ତାଙ୍କର କାର୍‌ଟି ପଛକୁ ଗଡିଯାଇଥିଲା।

ହାଇକୋର୍ଟରେ ଜଗମୋହନ ମାମଲା: ମଙ୍ଗଳବାର ସୁଦ୍ଧା କେବେ ଖୋଲିବ ଜଣାଇବାକୁ ନିର୍ଦ୍ଦେଶ, ନଚେତ ହାଜର ହେବେ ମନ୍ଦିର ମୁଖ୍ୟ ପ୍ରଶାସକ

ହାଇକୋର୍ଟରେ ଜଗମୋହନ ମାମଲା: ମଙ୍ଗଳବାର ସୁଦ୍ଧା କେବେ ଖୋଲିବ ଜଣାଇବାକୁ ନିର୍ଦ୍ଦେଶ, ନଚେତ ହାଜର ହେବେ ମନ୍ଦିର ମୁଖ୍ୟ ପ୍ରଶାସକ

କଟକ ଅଫିସ,୫।୪: ଶ୍ରୀମନ୍ଦିର ଜଗମୋହନ ମାମଲାକୁ ନେଇ ଗୁରୁବାର ମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ଜଗମୋହନ କେବେ ଖୋଲିବ ସେ ନେଇ କୌଣସି ତଥ୍ୟ ଦର୍ଶାଯାଇ ନ ଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର ସୁଦ୍ଧା ଜଗମୋହନ ଖୋଲିବା ନେଇ ନିର୍ଦ୍ଧିଷ୍ଟ ତାରିଖ ଦର୍ଶାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପାଇକମାନଙ୍କ ବୀରତ୍ୱ ଓ ଦେଶପ୍ରେମ ବିରଳ

ପାଇକମାନଙ୍କ ବୀରତ୍ୱ ଓ ଦେଶପ୍ରେମ ବିରଳ

ପୁରୀ ଅଫିସ, ୫।୪: ସ୍ଥାନୀୟ ଗୁଣ୍ଡିଚା ବିହାର ଭକ୍ତନିବାସଠାରେ ଗୁରୁବାର ପାଇକ ବିଦ୍ରୋହ ଓ ଜୟୀ ରାଜଗୁରୁ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରକୁ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଉଦ୍‌ଘାଟନ କରି ପାଇକମାନଙ୍କ ବୀରତ୍ୱ ଓ ଦେଶପ୍ରେମ ପୃଥିବୀ ଇତିହାସରେ ବିରଳ ବୋଲି କହିିଥିଲେ।

ପୁରୀରେ ରାଜ୍ୟପାଳ

ପୁରୀରେ ରାଜ୍ୟପାଳ

ପୁରୀ ଅଫିସ,୫।୪: ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲିକ ଗୁରୁବାର ମଧ୍ୟାହ୍ନ ୧୨ଟାରେ ପୁରୀରେ ପହଞ୍ଚିଛନ୍ତି। ପୁୁରୀ ଭିଆଇପି ରୋଡ୍‌ସ୍ଥିତ ରାଜଭବନରେ ଅବସ୍ଥାନ କରିଛନ୍ତି। ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ, ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ରାଜ୍ୟପାଳ ଅପରାହ୍ନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

୧୫ ଦିନ ମଧ୍ୟରେ ବଦଳିବ ଅଣ ଓଡ଼ିଆ ନାମଫଳକ

୧୫ ଦିନ ମଧ୍ୟରେ ବଦଳିବ ଅଣ ଓଡ଼ିଆ ନାମଫଳକ

ପୁରୀ ଅଫିସ,୫।୪: ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଏହାକୁ ପୁରୀ ଜିଲାରେ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟଠାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୫ ଦିନ ମଧ୍ୟରେ ସହରର ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାରେ ଲାଗିଥିବା ନାମଫଳକକୁ ବଦଳାଇ ଓଡ଼ିଆରେ ଲେଖିବା ପାଇ ନିଷ୍ପତ୍ତି ହୋଇଛି।

ସରିଲା ୮ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ : ଶ୍ରେଷ୍ଠ ବିକେଏସ୍‌ଏସ୍‌ ସହ ୯ କଳାକାର ସମ୍ବର୍ଦ୍ଧିତ

ସରିଲା ୮ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ : ଶ୍ରେଷ୍ଠ ବିକେଏସ୍‌ଏସ୍‌ ସହ ୯ କଳାକାର ସମ୍ବର୍ଦ୍ଧିତ

ଭୁବନେଶ୍ୱର,୪ା୪(ବ୍ୟୁରୋ)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘୮ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ’ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଉତ୍କଳ ମଣ୍ଡପରେ ଚାଲିଥିବା ଏହି ତିନିଦିନିଆ ମହୋତ୍ସବର ଶେଷ ସନ୍ଧ୍ୟା ବର୍ଷା ଯୋଗୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଲୋକନୃତ୍ୟର ପସରା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ।

ବନ୍ଦ ଘରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଅପହୃତା ଉଦ୍ଧାର : ଟ୍ରେନ୍‌ରେ ବାହାର ରାଜ୍ୟକୁ ଚାଲାଣ ଯୋଜନା

ଭୁବନେଶ୍ୱର,୪।୪(ବ୍ୟୁରୋ)- ରାଜଧାନୀରେ ମହିଳାଙ୍କୁ ଅପହରଣ। ଦିନ ଦ୍ୱିପହରରେ ରାସ୍ତା ଉପରେ ଘଟିଛି ଏହି ଘଟଣା। ପଟିଆ ନିକଟ ଏକ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିବା ଜଣେ ମହିଳାଙ୍କୁ ଦୁଇଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିଲେ। ଏହାର ୧୦ଘଣ୍ଟା ପରେ ଏକ ବନ୍ଦ ଘରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଅପହୃତା ମହିଳାଙ୍କୁ ଉଦ୍ଧାର କରାଯାଇଛି। ତେବେ ପୋଲିସ ନୁହେଁ, ପରିବାର ଓ ସମ୍ପର୍କୀୟ ଖୋଜାଖୋଜି କରି ନିଜେ ଉଦ୍ଧାର କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାରେ କମିଶନରେଟ ପୋଲିସର ଅସହଯୋଗକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଲୁହାରଡ଼ରେ ପିଟି ଯୁବକଙ୍କ ମୁଣ୍ଡ ଫଟାଇଲେ: ଥାନା ଟେବୁଲରେ ଶୋଇପଡ଼ିଲେ ନିଶାସକ୍ତ ଯୁବତୀ

ଲୁହାରଡ଼ରେ ପିଟି ଯୁବକଙ୍କ ମୁଣ୍ଡ ଫଟାଇଲେ: ଥାନା ଟେବୁଲରେ ଶୋଇପଡ଼ିଲେ ନିଶାସକ୍ତ ଯୁବତୀ

ଭୁବନେଶ୍ୱର,୪।୪(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ୫ନଂ. ଜାତୀୟ ରାଜପଥର ସତ୍ୟ ବିହାର ନିକଟ ସପ୍ତସତୀ ମନ୍ଦିର ସମ୍ମୁଖରେ ଜଣେ ଯୁବତୀଙ୍କ ଲୁହାରଡ଼ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଯୁବତୀଙ୍କ ସହ କାର୍‌ରେ ଥିବା ଅନ୍ୟଜଣେ ଯୁବତୀ ଓ ଦୁଇ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଥାନା ପରିସରରେ ବାନ୍ତି କରିବା ସହ ଟେବୁଲ ଉପରେ ମୁଣ୍ଡ ଲଗାଇ ଶୋଇଯାଇଥିଲେ। ସେ ନିଶାସକ୍ତ ଥିବା ଜଣାପଡ଼ିଥିଲା।

ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ: ରତ୍ନଭଣ୍ଡାର ଛାତ କାନ୍ଥରେ ଫାଟ

ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ: ରତ୍ନଭଣ୍ଡାର ଛାତ କାନ୍ଥରେ ଫାଟ

ପୁରୀ ଅଫିସ, ୪।୪: ବାହାର ରତ୍ନଭଣ୍ଡାର କାନ୍ଥ ଓଦା ରହିଛି। କାନ୍ଥରେ ବି ଫାଟ ରହିଛି। ଛାତ ସ୍ଥିତି ଠିକ୍‌ ନାହିଁ। ବିଶେଷଜ୍ଞ ଟିମ୍‌ ରତ୍ନଭଣ୍ଡାର ଭିତରେ କେତେକ ମରାମତି କରିବାର ଆବଶ୍ୟକତା ଉପଲବ୍ଧି କରିଛନ୍ତି। ଆଗାମୀ ୭ଦିନ ମଧ୍ୟରେ ଏଏସ୍‌ଆଇ ରିପୋର୍ଟ ଦେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଘାଟରୁ ବାଲି ଚୋରି

ଘାଟରୁ ବାଲି ଚୋରି

କଟକ ଅଫିସ, ୪।୪: ୭ଟି ବାଲିଘାଟରୁ ୮କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଲି ଚୋରି ହୋଇଛି। ଖଣି ବିଭାଗର ରେଜିଷ୍ଟେର୍ଡ କ୍ବାଲିଫାଏଡ ପର୍ସନ(ଆରକ୍ୟୁପି) ବା ଭୂତତ୍ତ୍ୱବିଦ୍‌ମାନେ ଆକଳନ କରି ଏହି ରିପୋର୍ଟ ଦାଖଲ କରିଛନ୍ତି। କଟକ ସଦର ତହସିଲ ଅଧୀନରେ ଥିବା ଏହି ୭ଟି ବାଲିଘାଟରୁ ଏଭଳି ଆଖିବୁଜା ବାଲି ଚୋରି ହୋଇଛି।

ବହୁ ଆଡ଼ମ୍ବରେ ଲଘୁକ୍ରିୟା

ବହୁ ଆଡ଼ମ୍ବରେ ଲଘୁକ୍ରିୟା

ପୁରୀ ଅଫିସ, ୪।୪: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଦୀର୍ଘ ୩୩ ବର୍ଷ ପରେ ଫିଟିବ ଭିତର ଭଣ୍ଡାରର ଚାବି। ଯାଞ୍ଚ ହେବ ଭଣ୍ଡାର ଘରର ସ୍ଥିତି। ଅଧିକୃତ ବ୍ୟକ୍ତି ପରଖିବେ କାନ୍ଥ ଓ ଛାତର ଅବସ୍ଥା। ଏଥିପାଇଁ ୧୪ ଦିନ ହେଲା ଚାଲିଥିଲା କସରତ। ଦିନ ଯେତିକି ଗଡୁଥିଲା ରତ୍ନଭଣ୍ଡାର ରହସ୍ୟ ଜାଣିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢୁଥିଲା।

‘କମ୍ପାନୀ, ପୋଲିସ ପାଇଁ ମୋ ସ୍ବାମୀଙ୍କ ଜୀବନ ଗଲା’

ଭୁବନେଶ୍ୱର, ୪।୪(ବ୍ୟୁରୋ)- ସ୍ବାମୀଙ୍କ ନାଁରେ ମିଥ୍ୟା ଚୋରି ଅଭିଯୋଗ ଆଣିଲେ। ସେ ଟଙ୍କା ଚୋରି କରି ନ ଥିଲେ ବି ତାଙ୍କ ଉପରେ ଦୋଷ ଲଦିଲେ। ଟଙ୍କା ଦେବାକୁ ବାଧ୍ୟ କରିବା ସହ ନିସ୍ତୁକ ମାଡ଼ ମାରିଲେ। ପୋଲିସ ବି ମିଥ୍ୟା ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ବାମୀଙ୍କୁ ମାଡ଼ ମାରିଲା। କମ୍ପାନୀ କର୍ମଚାରୀ ଏବଂ ପୋଲିସର ନିର୍ଯାତନା ଯୋଗୁ ଶେଷରେ ମୋ ସ୍ବାମୀଙ୍କ ମୃତ୍ୟୁ ଘଟିଲା।

୨.୬୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

୨.୬୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର, ୪।୪(ବ୍ୟୁରୋ)- କମିଶନରେଟ ପୋଲିସ ମଙ୍ଗଳବାର ରାତି ଏବଂ ବୁଧବାର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୨କୁଇଣ୍ଟାଲ ୬୨ କି.ଗ୍ରା. ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି।

ଖୋଲା ହୋଇପାରିଲାନି ଭିତର ରତ୍ନଭଣ୍ଡାର

ଖୋଲା ହୋଇପାରିଲାନି ଭିତର ରତ୍ନଭଣ୍ଡାର

ପୁରୀ ଅଫିସ, ୪।୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚକୁ ନେଇ ଯେଉଁ ଉତ୍କଣ୍ଠା ରହିଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ବାହାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗୃହର ସ୍ଥିତି ଯାଞ୍ଚ କରାଯିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ବୁଧବାର ଯାଞ୍ଚ କରାଯାଇଥିଲେ ମଧ୍ୟ ଭିତର ରତ୍ନଭଣ୍ଡାର ଖୋଲାଯାଇ ନାହିଁ।

ଯୁବତୀ ଚାଲାଣ ଅଭିଯୋଗରେ ୨ ଗିରଫ, କୋର୍ଟ ଚାଲାଣ

ଯୁବତୀ ଚାଲାଣ ଅଭିଯୋଗରେ ୨ ଗିରଫ, କୋର୍ଟ ଚାଲାଣ

ସାକ୍ଷୀଗୋପାଳ, ୪।୪(ଡି.ଏନ.ଏ.): ଚାକିରୀ କରାଇଦେବାକୁ କହି ମନ୍ଦ ଉଦ୍ଦେଶ୍ୟରେ ରାଜ୍ୟ ବାହାରକୁ ଜଣେ ଯୁବତୀଙ୍କୁ ଚାଲାଣ କରିବା ଅଭିଯୋଗରେ ସତ୍ୟବାଦୀ ଥାନା ପୋଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ ଅଞ୍ଚଳର ଆଶୁ ଦୁବେ ଓ ବବିତା ଦୁବେ।

ଯୁକ୍ତ ୨ ଖାତା ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି

ଯୁକ୍ତ ୨ ଖାତା ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି

ପୁରୀ ଅଫିସ, ୪।୪: ରାଜ୍ୟର ୬୦ ହଜାର ଶ୍ରମିକ କର୍ମଚାରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ରାଜ୍ୟ ସରକାର । ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ସରକାର ଅଣଦେଖା କରୁଛନ୍ତି। ଶିକ୍ଷାର ଘରୋଇକରଣ ଚାଲିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଉ ନାହିଁ।

ବାଲୁଖଣ୍ଡ ଅଭୟାରଣ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲୁଖଣ୍ଡ ଅଭୟାରଣ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ ଅଫିସ, ୪।୪: ତାଳବଣିଆ ଥାନା ଅଧୀନ ବାଲୁଖଣ୍ଡ ଅଭୟାରଣ୍ୟରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବୋଲି ଜଣାପଡ଼ିଛି। ଯୁବକ ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଓୟୁଏଟି କୁଳପତିଙ୍କ ଅଫିସ ସମ୍ମୁଖରେ ଶତାଧିକ ଶ୍ରମିକଙ୍କ ଧାରଣା

ଓୟୁଏଟି କୁଳପତିଙ୍କ ଅଫିସ ସମ୍ମୁଖରେ ଶତାଧିକ ଶ୍ରମିକଙ୍କ ଧାରଣା

ଭୁବନେଶ୍ୱର, ୪।୪(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶତାଧିକ ଅସ୍ଥାୟୀ ଶ୍ରମିକ ଓୟୁଏଟି କୁଳପତିଙ୍କ ଅଫିସ ସମ୍ମୁଖରେ ବୁଧବାର ଧାରଣାରେ ବସିଛନ୍ତି।

ଧନୁଯାତ୍ରା ମହୋତ୍ସବ ପାଇଁ ଗଲା ଆଜ୍ଞାମାଳ

ଧନୁଯାତ୍ରା ମହୋତ୍ସବ ପାଇଁ ଗଲା ଆଜ୍ଞାମାଳ

ପୁରୀ ଅଫିସ, ୪।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡ଼ାଠାରେ ଅନୁଷ୍ଠିତ ହେବ ପୂର୍ବ ଓଡ଼ିଶାର ଧନୁଯାତ୍ରା ମହୋତ୍ସବ। ଆସନ୍ତା ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ପାଇଁ ବୁଧବାର ମହାପ୍ରଭୁଙ୍କ ଆଜ୍ଞାମାଳ ଯାଇଛି।

ରତ୍ନଭଣ୍ଡାର ଖୋଲାକୁ ବିରୋଧ, ଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ରତ୍ନଭଣ୍ଡାର ଖୋଲାକୁ ବିରୋଧ, ଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ପୁରୀ ଅଫିସ, ୪।୪: ବୁଧବାର ଅପରାହ୍ନରେ ଖୋଲିବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଯାଞ୍ଚ ହେବ ରତ୍ନଭଣ୍ଡାର ଗୃହର ସ୍ଥିତି। ତେବେ ରତ୍ନଭଣ୍ଡାର ଖୋଲାଯିବାକୁ ବିରୋଧ କରିଛି ଜଗନ୍ନାଥ ସେନା। ଏ ନେଇ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଧାରଣା ଦିଆଯିବା ସହ ଦୀପଦାନ କରାଯାଇଛି।

ମହିଳା ଆଇନଜୀବୀଙ୍କୁ ଅଶ୍ଳୀଳ ଇଙ୍ଗିତ ମାମଲା: ପପୁ ପମ୍‌ପମ୍‌ଙ୍କ ପୁରୁଣା ମାମଲାର ରେକର୍ଡ ଲୋଡ଼ିଲା ପୋଲିସ

କଟକ ଅଫିସ/ଫୁଲନଖରା(ଡି.ଏନ.ଏ.), ୩।୪- ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ବ ପ୍ରକାଶ ଶତପଥୀଙ୍କ ବିରୋଧରେ ଥିବା ପୁରୁଣା ମାମଲା ସମ୍ପର୍କିତ ରେକର୍ଡପତ୍ର ଲୋଡିଛି ସଦର ଥାନା ପୋଲିସ। ଏ ସଂକ୍ରାନ୍ତରେ ଭୁବନେଶ୍ୱର ମହିଳା ଥାନାକୁ ମଙ୍ଗଳବାର ଚିଠି ଲେଖିଛି। ଅନ୍ୟପକ୍ଷରେ ସଦର ଥାନା ପୋଲିସ ତେଲେଙ୍ଗାପେଣ୍ଠର ହୋଟେଲ ମାଲିକ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛି। ଏଥିସହ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଥିବା ସଦର ଥାନା ଭାରପ୍ରାପ୍ତ ଏସିପି ଦେବଦତ୍ତ କର କହିଛନ୍ତି।

ଆହାର, ମଧ୍ୟାହ୍ନଭୋଜନରେ ଅନିୟମିତତା: ହାଇକୋର୍ଟରେ ରୁଜୁ ହେଲା ମାମଲା

କଟକ ଅଫିସ, ୩।୪- ରାଜ୍ୟର ୧୭ଟି ଜିଲାର ଥିବା ଆହାର କେନ୍ଦ୍ରଗୁଡ଼ିକ ରନ୍ଧାଖାଦ୍ୟ ଓ ୩ଟି ଜିଲାରେ ସରକାରୀ ସ୍କୁଲରେ ମଧ୍ୟାହ୍ନଭୋଜନ ଯୋଗାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇ ବିନା ଟେଣ୍ଡରରେ ଠିକା ପ୍ରଦାନ କରାଯାଇଛି। ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଉକ୍ତ ଅଭିଯୋଗ କରାଯାଇ ମଙ୍ଗଳବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ. ୫୫୯୭/୨୦୧୮) ରୁଜୁ ହୋଇଛି। ଆବେଦନକାରୀ ଏହାର ସିବିଆଇ କିମ୍ବା ହାଇକୋର୍ଟର କାର୍ଯ୍ୟରତ ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରିଛନ୍ତି । ଉକ୍ତ ସଂସ୍ଥାକୁ ପ୍ରଦାନ କରାଯାଇଥିବା ଠିକାକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଆବେଦନକାରୀ ତାଙ୍କ ପିଟିଶନରେ ନିବେଦନ କରିଛନ୍ତି। ଏହି ମାମଲାରେ ଆବେଦନକାରୀ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ନଗର ଉନ୍ନୟନ ସଚିବ, ଗଣଶିକ୍ଷା ସଚିବ, ସ୍ବାସ୍ଥ୍ୟ ସଚିବ, ସିବିଆଇ, ଖାଦ୍ୟ ନିରାପତ୍ତା ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ଯୌନ ନିର୍ଯାତିତା ଙ୍କୁ ସାମାଜିକ ବାସନ୍ଦ: ବାଦାମବାଡ଼ିରୁ ଉଦ୍ଧାର ହେଲେ କଳାହାଣ୍ଡିର ନାବାଳିକା

କଟକ ଅଫିସ, ୩।୪- ଯୌନ ନିର୍ଯାତନାର ଶିକାର ହେବା ପରେ ସାମାଜିକ ବାସନ୍ଦ ହେଲେ ନାବାଳିକା। ସାହି ଲୋକ ଟାହିଟାପରା କଲେ। ଏପରିକି ନିଜ ପରିବାର ମଧ୍ୟ କୋଳେଇ ନେବାକୁ କୁଣ୍ଠାବୋଧ କଲା। ପରିବାର ଭିତରେ ପ୍ରତିକ୍ଷଣରେ ନିଜକୁ ଅସହାୟ ମଣିଲା। ଦୁର୍ବିସହ ହୋଇପଡ଼ିଲା ପୀଡିତଙ୍କ ଜୀବନ। ଏଭଳି ପରିସ୍ଥିତିରେ କଳାହାଣ୍ଡିର ଏହି ପୀଡିତା ନାବାଳିକା ଜଣକ ଘରଛାଡ଼ିଲେ। ସୋମବାର ରାତିରେ ସେ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ମଙ୍ଗଳବାର ନାବାଳିକାଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଯାଇଥିଲା। କମିଟି ସଦସ୍ୟଙ୍କ ଆଗରେ ନାବାଳିକା ଜଣକ ନିଜ ଦୁଃଖ କାହାଣୀ କହିଥିଲେ। ଏହାପରେ ନାବାଳିକାଙ୍କୁ ଅସ୍ଥାୟୀ ଥଇଥାନ ନିମନ୍ତେ ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରକୁ ପଠାଯାଇଛି।