ମେଟ୍ରୋ

ଖୋର୍ଦ୍ଧା: ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ

ଖୋର୍ଦ୍ଧା: ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ

ଖୋର୍ଦ୍ଦା ଅଫିସ,୧୮।୪: ଜିଲା କୃଷି ବିଭାଗ ପକ୍ଷରୁ ସରକାରୀ କୃଷି ଫାର୍ମରେ ବୁଧବାର ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଓ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ମିଳିତ ଭାବେ ଅଖିମୁଠି ଅନୁକୂଳ କରିଥିଲେ।

ଟେଣ୍ଡର ମାଫିଆ, ଦାଦାବଟି ଆଦାୟ କରୁଥିବା ଅପରାଧୀଙ୍କୁ ସାବାଡ୍‌ କର

ଟେଣ୍ଡର ମାଫିଆ, ଦାଦାବଟି ଆଦାୟ କରୁଥିବା ଅପରାଧୀଙ୍କୁ ସାବାଡ୍‌ କର

କଟକ ଅଫିସ,୧୮।୪: କଟକ କମିଶନରେଟ ପୋଲିସର କ୍ରାଇମ ମିଟିଂ ବୁଧବାର ପୂର୍ବାହ୍ନରେ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଟେଣ୍ଡର ମାଫିଆ ଓ ଦାଦାବଟି ଆଦାୟ କରୁଥିବା ଅପରାଧୀମାନଙ୍କୁ ସାବାଡ୍‌ କରିବାକୁ ସମସ୍ତ ଥାନା ଆଇଆଇସି ଓ ଏସିପିମାନଙ୍କୁ ଡିସିପି ଅଖିଳେଶ୍ୱର ସିଂହ ନିର୍ଦ୍ଦେଶ ଦେଇଛନ୍ତି।

ପରିବାରର ମଙ୍ଗଳ ପାଇଁ ଘଡ଼ି ପତୁଲି ପୂଜା

ପରିବାରର ମଙ୍ଗଳ ପାଇଁ ଘଡ଼ି ପତୁଲି ପୂଜା

ପୁରୀ ଅଫିସ,୧୮।୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୁଧବାର ପୁରୀ ଓ ଏହାର ପାର୍ଶ୍ୱବର୍ତ୍ତୀ ଗ୍ରାମମାନଙ୍କରେ ନିଆରା ପରମ୍ପରା ଘଡ଼ି ପତୁଲି ପୂଜା ଅନୁଷ୍ଠିତ ହୋଇଛି। ଏହି ପୂଜା ଷଷ୍ଠୀ ଦେବୀଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ। ପ୍ରତ୍ୟେକ ଘରର ସଧବା ମହିଳାମାନେ ପ୍ରାତଃ ସ୍ନାନ କରି ଶୁଦ୍ଧ ବସ୍ତ୍ର ପରିଧାନ ପୂର୍ବକ ଘଡି ପତୁଲି ପୂଜା କରିଛନ୍ତି।

ପୋଷ୍ୟପୁତ୍ର  ନାଁରେ ଅର୍ଥ ହଡ଼ପ: ତଦନ୍ତ ପାଇଁ ଜିଲାପାଳଙ୍କୁ ଭିଜିଲାନ୍ସରୁ ଚିଠି

ପୋଷ୍ୟପୁତ୍ର ନାଁରେ ଅର୍ଥ ହଡ଼ପ: ତଦନ୍ତ ପାଇଁ ଜିଲାପାଳଙ୍କୁ ଭିଜିଲାନ୍ସରୁ ଚିଠି

କଟକ ଅଫିସ,୧୮।୪: ଘରୋଇ ଲୋକଙ୍କଠାରୁ ଜମି ଅଧିଗ୍ରହଣ ବାବଦରେ କଟକ ଜିଲା ବାରଙ୍ଗ ତହସିଲରେ ୨୦୦୭ ମସିହାରେ ହୋଇଥିବା ଦୁର୍ନୀତିର ତଦନ୍ତ ନିମନ୍ତେ କଟକ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଜିଲାପାଳଙ୍କୁ ଚିଠି ଲେଖାଯାଇଛି।

ଅଳକାଲାଗି ହେବେ ଚତୁର୍ଦ୍ଧା ବିଗ୍ରହ

ଅଳକାଲାଗି ହେବେ ଚତୁର୍ଦ୍ଧା ବିଗ୍ରହ

ପୁରୀ ଅଫିସ,୧୮।୪: ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହ ବୁଧବାରଠାରୁ ଅଳକା ଲାଗି ହେବେ। ଚନ୍ଦନ ଯାତ୍ରା ପରଦିନ ଠାକୁର ମସ୍ତକରେ ଅଳକାଲାଗି ହେବାର ବିଧି ରହିଛି। ଚଳିତବର୍ଷ ଯୋଡା ଜେଷ୍ଠ ପଡ଼ୁଥିବାରୁ ଚନ୍ଦନ ଯାତ୍ରା ୬୩ଦିନ ପାଳିତ ହେବ।

ସରିଲା ‘ଇକ୍‌ଅର୍ଗାନ୍‌-୨୦୧୮’: ରୋଗରୁ ମୁକ୍ତ ରଖେ ଜୈବିକ ଖାଦ୍ୟ

ଭୁବନେଶ୍ୱର,୧୮।୪(ବ୍ୟୁରୋ)- କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଜୈବମେଳା ବା ଅର୍ଗାନିକ୍‌ ଫେୟାର୍‌ ‘ଇକ୍‌ଅର୍ଗାନ୍‌-୨୦୧୮’। ଚନ୍ଦ୍ରଶେଖରପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ଇକ୍‌ଅର୍ଗାନ୍‌ର ଦ୍ୱିତୀୟ ସଂସ୍କରଣ ଦୁଇଦିନ ବ୍ୟାପୀ ଚାଲିବା ପରେ ସୋମବାର ଉଦ୍‌ଯାପିତ ହୋଇଯାଇଛି। ସୁରକ୍ଷିତ ତଥା ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଏବଂ ଅର୍ଗାନିକ୍‌ ଫୁଡ୍‌ର ଲୋକପ୍ରିୟତା ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସହରବାସୀଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିଲା। ସେହିଭଳି ବିନା ରାସାୟନିକ ସାର ପ୍ରୟୋଗରେ ନିଜ ଖାଦ୍ୟ ନିଜେ ଉତ୍ପାଦନ କରିବା ଏବଂ ସ୍ଥାନୀୟ ଚାଷୀମାନଙ୍କୁ ଏଥିପ୍ରତି ସଚେତନ କରାଇବା ମଧ୍ୟ ଏହାର ଆଉ ଏକ ପ୍ରମୁଖ ଲକ୍ଷ୍ୟ ଥିଲା। ଲିଭିଙ୍ଗ୍‌ ଫାର୍ମସ୍‌ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ଜୈବ ମେଳା ଗତ ଦୁଇବର୍ଷ ହେବ ରାଜ୍ୟରେ ଆଗ୍ରୋ-ଇକୋଲୋଜିକାଲ୍‌ ଫାର୍ମିଂ ପ୍ରଣାଳୀକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଚୋରା ଅସ୍ତ୍ରଶସ୍ତ୍ର କାରବାର ମାମଲା: ପୋଲିସ ସୁରକ୍ଷା ବଳୟରେ ସାକ୍ଷ୍ୟ ପ୍ରଦାନ

କଟକ ଅଫିସ, ୧୮।୪- ଚୋରା ଅସ୍ତ୍ରଶସ୍ତ୍ର କାରବାର ମାମଲାରେ କଟକ ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ଶୁଣାଣି ଜାରି ରହିଛି। ଉକ୍ତ ମାମଲାରେ ସାକ୍ଷ୍ୟ ପ୍ରଦାନ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ଜଣେ ସାକ୍ଷୀ ପୋଲିସ ସୁରକ୍ଷା ବଳୟରେ ଯାଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ତେବେ ଅଭିଯୁକ୍ତ ସଂଗ୍ରାମ କେଶରୀ ରାଉତରାୟଙ୍କଠାରୁ ବନ୍ଧୁକ ଜବତ ହୋଇଥିବା ସମ୍ପର୍କରେ ସେ ସାକ୍ଷ୍ୟ ପ୍ରଦାନ କରି ଅଦାଲତଙ୍କୁ ଅବଗତ କରାଇଥିଲେ। ସୂଚନାଥାଉକି, ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ପୋଲିସ ଅନେକ ସହଯୋଗୀଙ୍କୁ ଗିରଫ କରିଥିଲା। ଯୋବ୍ରାର ସଂଗ୍ରାମଙ୍କୁ ମାଲଗୋଦାମ ଥାନା ପୋଲିସ ଚୋରା ଅସ୍ତ୍ରଶସ୍ତ୍ର କାରବାର ମାମଲାରେ ଗିରଫ ବେଳେ ତାଙ୍କଠାରୁ ମାଉଜର ଓ ଅଫୁଟା ଗୁଳି ଜବତ କରାଯାଇଥିଲା। ସୁଶାନ୍ତ ଧଳସାମନ୍ତ ଏହି ମାଉଜର ତାଙ୍କୁ ଯୋଗାଇଥିବା ନେଇ ସଂଗ୍ରାମ ସ୍ବୀକାର କରିଥିଲେ। ଏ ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

କଟକ ଜିଲା ଦ୍ୱିଭାଷୀ ୱେବ୍‌ସାଇଟ୍‌ର ଶୁଭାରମ୍ଭ: ରାଜ୍ୟରେ ପ୍ରଥମ

କଟକ ଜିଲା ଦ୍ୱିଭାଷୀ ୱେବ୍‌ସାଇଟ୍‌ର ଶୁଭାରମ୍ଭ: ରାଜ୍ୟରେ ପ୍ରଥମ

କଟକ ଅଫିସ, ୧୮।୪- ଏଣିକି ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପ ଏବଂ ଜିଲା ସମ୍ପର୍କିତ ସୂଚନା ଆଦି ଇଂଲିଶ ଓ ଓଡିଆ ଭାଷାରେ ଓ୍ବେବ୍‌ସାଇଟ୍‌ରେ ଉପଲବ୍‌ଧ ହେବ। ମଙ୍ଗଳବାର ଜିଲାପାଳ ସୁଶାନ୍ତ ମହାପାତ୍ର ଜିଲାର ଏହି ଦ୍ୱିଭାଷୀ ଓ୍ବେବ୍‌ସାଇଟ୍‌କୁ ଉଦ୍‌ଘାଟନ କରିଛନ୍ତି। ସୁଶାସନ ଏବଂ ତ୍ୱରିତ ସୂଚନା ପ୍ରଦାନ ଦିଗରେ ଏହି ୱେବ୍‌ସାଇଟ୍‌ ସହାୟକ ହେବ ବୋଲି ଜିଲାପାଳ କହିଛନ୍ତି।

ଏସ୍‌ସିବି ମେଡିସିନ୍‌ ଆଇସିୟୁ ଏସି ଅଚଳ

ଏସ୍‌ସିବି ମେଡିସିନ୍‌ ଆଇସିୟୁ ଏସି ଅଚଳ

କଟକ ଅଫିସ, ୧୮।୪- ଏସ୍‌ସିବି ମେଡିକାଲର ମେଡିସିନ ଆଇସିୟୁରେ ଏବେ ଅଚଳାବାସ୍ଥା। ବକେୟା ବିଲ୍‌କୁ ନେଇ ବିବାଦ ଉପୁଜିବା ପରେ ଆଇସିୟୁ କାର୍ଯ୍ୟ କରିଥିବା ଠିକାଦାର ଜଣକ ଆଇସିୟୁର ସେଣ୍ଟ୍ରାଲ ଏସି(କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା)କୁ ସଜାଡୁନାହାନ୍ତି। ଫଳରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଉକ୍ତ ଆଇସିୟୁରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଡାକ୍ତର ଓ କର୍ମଚାରୀମାନେ ବେଶୀ ସମୟ ରହୁନାହାନ୍ତି। ସୋମବାର ସନ୍ଧ୍ୟାରେ ହାଇକୋର୍ଟ ମୁଖ୍ୟ ବିଚାରପତି ବୀନୀତ ସରନ୍‌ ଆଇସିୟୁରେ ଚିକିତ୍ସିତ ହେଉଥିବା ହାଇକୋର୍ଟର ଜଣେ କର୍ମଚାରୀଙ୍କୁ ଦେଖିବାକୁ ଆସିଥିଲେ। ଏହି ଗସ୍ତ ପରିପ୍ରେକ୍ଷୀରେ ଯୁଦ୍ଧକାଳୀନ ଭିତ୍ତିରେ ଆଇସିୟୁ ଏସିକୁ ଠିକ୍‌ କରାଯାଇଥିଲା। ମାତ୍ର ମଙ୍ଗଳବାର ସକାଳୁ ପୁଣି ସମାନ ଅବସ୍ଥା। ଅପରାହ୍ନରେ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ବିଷଖିଆ ରୋଗୀଙ୍କ ମୃତ୍ୟୁ ପରେ ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲ ଅଧୀକ୍ଷକଙ୍କ ଚ୍ୟାମ୍ବରକୁ ଆସି ଏହାର ପ୍ରତିବାଦ କରିଥିଲେ। ଏ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଶ୍ୟାମା କାନୁନଗୋ କୁହନ୍ତି, ଏହା ଜିଇଡିର ଦାୟିତ୍ୱ। ଏସ୍‌ସିବି ଦାୟିତ୍ୱରେ ଥିବା ଜିଇଡିର କନିଷ୍ଠ ଯନ୍ତ୍ରୀ ଶିଖା ଦାସ କୁହନ୍ତି, ଫେଜ୍‌ ଓ ଫ୍ୟୁଜରେ ସମସ୍ୟା ରହିଛି। ତାହାର ସ୍ଥାୟୀ ମରାମତି ନିମନ୍ତେ ବ୍ୟବସ୍ଥା କରାଯାଉଛି। ତେବେ ଠିକାଦାରଙ୍କ ବିଲ୍‌ ବକେୟା ଥିବା ଘଟଣାକୁ ସେ ସ୍ବୀକାର କରି ନ ଥିଲେ।

ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ମାମଲା: ନିମ୍ନ ଅଦାଲତଙ୍କ ରାୟ ହାଇକୋର୍ଟରେ କାଏମ

ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ମାମଲା: ନିମ୍ନ ଅଦାଲତଙ୍କ ରାୟ ହାଇକୋର୍ଟରେ କାଏମ

କଟକ ଅଫିସ, ୧୮।୪- କନ୍ଧମାଳ ଜିଲା ଫୁଲବାଣୀର ଟିକାବାଲି ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିଲା। ଏହି ମାମଲାରେ ଅଭିଯୁକ୍ତ ପ୍ରକାଶ କହଁରଙ୍କୁ ବାଲିଗୁଡ଼ା ସହକାରୀ ସେସନ୍ସ ଜଜ୍‌ ୧୦ ବର୍ଷ ସଶ୍ରମ ଜେଲ୍‌ଦଣ୍ଡ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ପିଟିଶନକୁ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏଥିସହ ନିମ୍ନ ଅଦାଲତଙ୍କ ଉକ୍ତ ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି। ଆଇନ ଅନୁଯାୟୀ ପୀଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ବଳାତ୍କାର ଭଳି ସମ୍ବେଦନଶୀଳ ମାମଲାରେ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଗ୍ରହଣୀୟ ବୋଲି ବିଚାରପତି ସଙ୍ଗମ କୁମାର ସାହୁ ତାଙ୍କ ରାୟରେ ଦର୍ଶାଇଛନ୍ତି।

ବ୍ରହ୍ମପୁର ଜିଆର୍‌ପି ଥାନା ଆଇଆଇସି ରାଜେନ୍ଦ୍ର ମୁଣ୍ଡା ସସ୍‌ପେଣ୍ଡ

କଟକ ଅଫିସ, ୧୮।୪- ଟିଟିଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ନିଲମ୍ବିତ ହୋଇଛନ୍ତି ବ୍ରହ୍ମପୁର ସରକାରୀ ରେଲ୍‌ଓ୍ବେ ଥାନା ଆଇଆଇସି ରାଜେନ୍ଦ୍ର କୁମାର ମୁଣ୍ଡା। ମଙ୍ଗଳବାର ଡିଜିପି ଆର୍‌ପି ଶର୍ମା ତାଙ୍କୁ ନିଲମ୍ବିତ କରିଛନ୍ତି। ଗତ ୧୬ ତାରିଖରେ ଆଇଆଇସି ମୁଣ୍ଡା ବିନା ଟିକେଟରେ ପୁରୁଲିଆ ଭିଲୁପୁରମ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ଜନୈକ ଟିଟିଇ ଯାଞ୍ଚ୍‌ ପାଇଁ ଟିକେଟ ମାଗିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇଥି ଥାନାଧିକାରୀ ଅନ୍ୟ କେତେଜଣ ପୋଲିସ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ନିସ୍ତୁକ ମାଡ଼ ମାରି ଚଳନ୍ତା ଟ୍ରେନ୍‌ରୁ ଘୋଷାରି ଆଣିଥିଲେ। ଏହି ସମୟରେ ଟିଟିଇ ଜଣକ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଡିଜିପି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।

ଆଜିଠୁ ଚନ୍ଦନ ଯାତ୍ରା: ନନ୍ଦା, ଭଦ୍ରା ପ୍ରସ୍ତୁତ, ମହାପ୍ରଭୁଙ୍କୁ ଅପେକ୍ଷା

ଆଜିଠୁ ଚନ୍ଦନ ଯାତ୍ରା: ନନ୍ଦା, ଭଦ୍ରା ପ୍ରସ୍ତୁତ, ମହାପ୍ରଭୁଙ୍କୁ ଅପେକ୍ଷା

ପୁରୀ ଅଫିସ, ୧୭।୪: ଅକ୍ଷୟତୃତୀୟା ପବିତ୍ର ତିଥିରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଚଳିତବର୍ଷ ଯୋଡା ଜ୍ୟେଷ୍ଠ ପଡୁଥିବାରୁ ଚନ୍ଦନ ଯାତ୍ରା ୬୩ ଦିନ ପାଳିତ ହେବ। ବାହାର ଚନ୍ଦନ ୨୧ ଦିନ ଏବଂ ଭିତର ଚନ୍ଦନ ୪୨ ଦିନ ହେବ। ବାହାର ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ।

ଦିନସାରା ଉପାସରେ ମହାପ୍ରଭୁ

ଦିନସାରା ଉପାସରେ ମହାପ୍ରଭୁ

ପୁରୀ ଅଫିସ, ୧୮।୪: ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ସବୁ ସୀମା ଟିପିଯାଇଛି। ପ୍ରଶାସନିକ ଅଧିକାରୀ, ସେବାୟତଙ୍କ ଜିଦ୍‌ ଏବଂ ବେଖାତିର ମନୋଭାବ ଲାଗି ହଟାହଟା ହୋଇଛନ୍ତି କାଳିଆ ଠାକୁର। ଓଳିଏ ଖାଇ ରାତି ସାରା ଉଜାଗର ରହିବା ପରେ ବି ମହାପ୍ରଭୁଙ୍କ ଯାତନା ଦୂର ହୋଇନି। ମଙ୍ଗଳବାର ଠାକୁର ସ୍ନାନ ସାରି ଦିନତମାମ୍‌ ଭୋକ ଉପାସରେ ରତ୍ନସିଂହାସନ ଉପରେ ବସିରହିଛନ୍ତି। ଭୋକିଲା ଠାକୁରଙ୍କ ଦର୍ଶନ କରି ଭକ୍ତ ବି ମହାପ୍ରସାଦ ନ ପାଇ ମନଦୁଃଖରେ ଫେରିଛନ୍ତି।

ଆଲବମ୍‌ ଗାୟିକା, ଇଞ୍ଜିନିୟରିଂ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

ଭୁବନେଶ୍ୱର, ୧୮।୪(ବ୍ୟୁରୋ)- ରାଜଧାନୀରେ ପୁଣି ଭାଇରାଲ ହୋଇଛି ଅଶ୍ଳୀଳ ଭିଡିଓ। ଏଥର ଏହାର ଶିକାର ହୋଇଛନ୍ତି ଜଣେ ଆଲବମ୍‌ ଗାୟିକା ଏବଂ ଅନ୍ୟ ଜଣେ ଇଞ୍ଜିନିୟରିଂ ଛାତ୍ରୀ।

ପ୍ରେମିକାଙ୍କଠାରୁ ୬ଲକ୍ଷ ଧରି ଫେସ୍‌ବୁକ୍‌ ପ୍ରେମିକ ଚମ୍ପଟ

ଭୁବନେଶ୍ୱର, ୧୮।୪(ବ୍ୟୁରୋ)- ଫେସ୍‌ବୁକ୍‌ରେ ଜଣେ ଯୁବକଙ୍କୁ ପ୍ରେମ କରି ଫସିଯାଇଛନ୍ତି ଯୁବତୀ। ପ୍ରେମିକ ଜଣକ ପ୍ରେମିକାଙ୍କଠାରୁ କିଛି ସୁନାଗହଣା ସମେତ ୬ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ। ଶେଷରେ ଯୁବତୀଙ୍କ ମା’ ତାଙ୍କ ସହ ଝିଅର ବିବାହ କରାଇବା ବାହାନାରେ ଡକାଇ ଯୁବକଙ୍କୁ ଧରିବାରେ ସଫଳ ହୋଇଛନ୍ତି।

ଛତିଶଗଡ଼ରୁ ଡକାୟତି ଘଟଣା: କଟକରୁ ୫୦୦ ଗ୍ରାମ ସୁନା, ୩୮ କିଗ୍ରା ରୁପା ଜବତ

କଟକ ଅଫିସ, ୧୮।୪- ଛତିଶଗଡ଼ ସାରିଆ ଥାନା ଅଞ୍ଚଳରେ ଘଟିଥିବା ସୁନା ଦୋକାନ ଡକାୟତି ଘଟଣାର କଟକ ଲିଙ୍କ୍‌ ମିଳିଛି। ମଙ୍ଗଳବାର ରାତିରେ କଟକ ଜଗତପୁର ବଜାର ଏବଂ ଦରଘାବଜାରରେ ଥିବା ଦୁଇଟି ସୁନା ଦୋକାନରେ ଛତିଶଗଡ଼ କ୍ରାଇମବ୍ରାଞ୍ଚ ଓ ସାରିଆ ଥାନା ପୋଲିସ ମିଳିତ ଚଢାଉ କରିଛି। ଉଭୟ ଦୋକାନରୁ ୫୦୦ ଗ୍ରାମ ସୁନା ଏବଂ ୩୮ କି.ଗ୍ରା. ରୁପା ଅଳଙ୍କାର ଜବତ ହୋଇଛି।

ଧରାପଡ଼ିଲା ଆନ୍ତଃ ଜିଲା ବନ୍ଧୁକଧାରୀ ଲୁଟେରା ଗ୍ୟାଙ୍ଗ: ୯ ଗିରଫ,  ୪ ବନ୍ଧୁକ, ୮ ଗୁଳି, ୭ବାଇକ୍‌ ଜବତ

ଧରାପଡ଼ିଲା ଆନ୍ତଃ ଜିଲା ବନ୍ଧୁକଧାରୀ ଲୁଟେରା ଗ୍ୟାଙ୍ଗ: ୯ ଗିରଫ, ୪ ବନ୍ଧୁକ, ୮ ଗୁଳି, ୭ବାଇକ୍‌ ଜବତ

ଭୁବନେଶ୍ୱର, ୧୭।୪(ବ୍ୟୁରୋ)- ଏକ ଆନ୍ତଃଜିଲା ବନ୍ଧୁକଧାରୀ ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌। ସେମାନଙ୍କୁ ନିକଟରୁ ପୋଲିସ ୪ଟି ବନ୍ଧୁକ, ୮ଟି ଗୁଳି ଓ ୭ଟି ବାଇକ୍‌ ଜବତ କରିଛି।

ଡକାୟତ ଗ୍ୟାଙ୍ଗର ୭ ଗିରଫ

ଡକାୟତ ଗ୍ୟାଙ୍ଗର ୭ ଗିରଫ

ଭୁବନେଶ୍ୱର, ୧୭।୪(ବ୍ୟୁରୋ)- ରାଜଧାନୀରେ ଏକାକୀ ରହୁଥିବା ବରିଷ୍ଠ ନାଗରିକ ଏବେ ଡକାୟତଙ୍କ ଟାର୍ଗେଟରେ। ଅନେକ ବରିଷ୍ଠ ନାଗରିକ ଭୁବନେଶ୍ୱରରେ ରହୁଥିବାବେଳେ ସେମାନଙ୍କ ପୁଅବୋହୂ ବାହାରେ ରହୁଛନ୍ତି। ଏକା ରହୁଥିବାରୁ ଏମାନଙ୍କ ଘରୁ ଲୁଟ୍‌ପାଟ କରିବା ସହଜ। ତେଣୁ ଭୁବନେଶ୍ୱରରେ ରହୁଥିବା ଏହି ବରିଷ୍ଠ ନାଗରିକ ଏବଂ ବୃଦ୍ଧ ଦମ୍ପତିଙ୍କ ଘରୁ ଲୁଟ୍‌ ଯୋଜନା କରୁଛନ୍ତି ଡକାୟତ ଗ୍ୟାଙ୍ଗ।

ଜାଲରେ ଫସିଗଲେ ୨୦ ହଜାର କଇଁଛ ଛୁଆ

ଜାଲରେ ଫସିଗଲେ ୨୦ ହଜାର କଇଁଛ ଛୁଆ

ଭୁବନେଶ୍ୱର, ୧୭।୪(ବ୍ୟୁରୋ)- ଋଷିକୁଲ୍ୟା ମୁହାଣରେ ବର୍ତ୍ତମାନ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡା ଫୁଟିବା ଆରମ୍ଭ ହେଲାଣି। ଅଣ୍ଡା ଫୁଟିବା ପରେ କଇଁଛ ଛୁଆମାନେ ସମୁଦ୍ର ଭିତରକୁ ପ୍ରବେଶ କରୁଛନ୍ତି। କିନ୍ତୁ ଗତ ଶନିବାର ଏବଂ ରବିବାର ହଜାର ହଜାର କଇଁଛ ଛୁଆ ସମୁଦ୍ରକୁ ନ ଯାଇ ବିପରୀତ ଦିଗ ଅର୍ଥାତ ମୁହାଣ ଉପରିଭାଗକୁ ଚାଲିଆସିଥିଲେ।

 ପ୍ରଚଣ୍ଡ ତାତି:୪୨ ଡିଗ୍ରୀ ଟପିଲା, ଆହୁରି ବଢ଼ିବ

ପ୍ରଚଣ୍ଡ ତାତି:୪୨ ଡିଗ୍ରୀ ଟପିଲା, ଆହୁରି ବଢ଼ିବ

ଭୁବନେଶ୍ୱର, ୧୭।୪(ବ୍ୟୁରୋ)- ରାଜ୍ୟରେ ଗତ ଦୁଇ ତିନି ଦିନ ହେବ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ପାରଦ ଉପରମୁହଁ। ହୋଇଛି। ମଙ୍ଗଳବାର ତାପମାତ୍ରା ୪୨ ଡିଗ୍ରୀ ଟପିଯାଇଛି। ପ୍ରବଳ ଗରମ ହାଓ୍ବା ପରିବେଶକୁ ଉତ୍ତପ୍ତ କରିଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଯାଉଛି ତାତି। ସନ୍ଧ୍ୟା ପର୍ଯ୍ୟନ୍ତ ତତଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।

ନଦୀରେ ବୁଡ଼ି ଛାତ୍ର ମୃତ

ନଦୀରେ ବୁଡ଼ି ଛାତ୍ର ମୃତ

କେନ୍ଦ୍ରାପଡା ଅଫିସ, ୧୭ା୪- ରାଜକନିକା ଥାନା କର୍ଣ୍ଣପୁର ଗ୍ରାମ ନିକଟ ପେଟା ନଦୀରେ ବୁଡିଯାଇ ମଙ୍ଗଳବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କର୍ଣ୍ଣପୁର ଗ୍ରାମର ହର୍ଷବର୍ଦ୍ଧନ ଶତପଥୀଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି। ତାଙ୍କର ଏକମାତ୍ର ପୁଅ ଶୁଭନ୍ୟ ରଞ୍ଜନ (୧୭) ଗ୍ରାମର ଏକ ଅଶୌଚ କାର୍ଯ୍ୟରେ ସାମିଲ ହେବା ପାଇଁ ସୋମବାର ନିଜ ଗ୍ରାମକୁ ଆସିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ସେ ପେଟା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଗୋଡ ଖସିଯାଇଥିଲା। ସ୍ଥାନୀୟ ଲୋକ ଶୁଭନ୍ୟଙ୍କୁ ନଦୀରୁ ଉଦ୍ଧାର କରି ଡାକ୍ତରଖାନା ନେଉଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିବା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ବେହୁରା ସୂଚନା ଦେଇଛନ୍ତି। ଶୁଭନ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି।

ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ନେତା-ଜନତାଙ୍କ ସମ୍ପର୍କକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ

ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ନେତା-ଜନତାଙ୍କ ସମ୍ପର୍କକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ

ଭୁବନେଶ୍ୱର,୧୭।୪(ବ୍ୟୁରୋ)-ବିଜୁ ପଟ୍ଟନାୟକ ଓଡ଼ିଶାବାସୀଙ୍କର ଅତି ନିଜର ଥିଲେ। ଓଡ଼ିଆ ସ୍ବାଭିମାନ ଓ ଓଡ଼ିଆ ଜାତିର ଗୌରବ ତାଙ୍କ ସ୍ବପ୍ନ ଥିଲା। ଆଉ ଏଥିପାଇଁ ସେ କରିଥିଲେ ସଂଗ୍ରାମ। ମାଟି ମା’କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ପାଇଁ ସେ ନିଜ ଜୀବନକୁ ସମର୍ପଣ କରିଥିଲେ। ବିଜୁବାବୁ ଅନେକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି। ସାରା ବିଶ୍ୱରେ ଓଡ଼ିଆ ଜାତିର ଗୌରବ ବଢ଼ାଇଛନ୍ତି।

୯ ଅଧ୍ୟାପକଙ୍କୁ କାରଣଦର୍ଶାଅ ନୋଟିସ

୯ ଅଧ୍ୟାପକଙ୍କୁ କାରଣଦର୍ଶାଅ ନୋଟିସ

ଭୁବନେଶ୍ୱର, ୧୭। ୪(ବ୍ୟୁରୋ)- ଯୁକ୍ତ୨ ଇ-ମୂଲ୍ୟାୟନ ପାଇଁ ନିୟୋଜିତ ଅଧ୍ୟାପିକା ଅଧ୍ୟାପକଙ୍କ ମଧ୍ୟରୁ କେନ୍ଦ୍ରରେ ଯୋଗଦେଇ ନ ଥିବା ୯ ଜଣଙ୍କୁ ମଙ୍ଗଳବାର ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୩ଦିନ ଭିତରେ ବିଭାଗ ନିକଟରେ ଉତ୍ତର ରଖିବା ପାଇଁ ନୋଟିସରେ କୁହାଯାଇଛି।

ଦିନସାରା ଉପାସରେ ମହାପ୍ରଭୁ

ଦିନସାରା ଉପାସରେ ମହାପ୍ରଭୁ

ପୁରୀ ଅଫିସ, ୧୭।୪: ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ସବୁ ସୀମା ସରହଦକୁ ଟିପିଯାଇଛି। ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ଜିଦ୍‌ ଏବଂ ବେଖାତିର ମନୋଭାବ ଲାଗି ହଟାହଟା ହୋଇଛନ୍ତି କାଳିଆ ଠାକୁର। ଓଳିଏ ଖାଇ ରାତି ସାରା ଉଜାଗର ରହିବା ପରେ ବି ମହାପ୍ରଭୁଙ୍କ ଯାତନା ଦୂର ହୋଇନି। ମଙ୍ଗଳବାର ଠାକୁର ସ୍ନାନ ସାରି ଦିନତମାମ୍‌ ଭୋକ ଉପାସରେ ରତ୍ନସିଂହାସନ ଉପରେ ବସିରହିଛନ୍ତି। ଭୋକିଲା ଠାକୁରଙ୍କ ଦର୍ଶନ କରି ଭକ୍ତ ବି ମହାପ୍ରସାଦ ନ ପାଇ ମନଦୁଃଖରେ ଫେରିଛନ୍ତି। ଭକ୍ତ ଓ ଭଗବାନଙ୍କ ଦୁର୍ଦ୍ଦଶା ସତ୍ତ୍ବେ ବି ଚେତିନାହାନ୍ତି ସେବାୟତ ଓ ଅଧିକାରୀ। ନିଜ ମନମାନି ଏବଂ ଜିଦ୍‌ ଲାଗି ଶ୍ରୀମନ୍ଦିରରେ ଅଚଳାବସ୍ଥା ଦୂର ହୋଇପାରିନାହିଁ।