Dharitri News

ମେଟ୍ରୋ

ଆକର୍ଷଣ ସାଜିଲା ଗ୍ଲୋରିକୁଇନ ପ୍ରତିଯୋଗିତା

ଆକର୍ଷଣ ସାଜିଲା ଗ୍ଲୋରିକୁଇନ ପ୍ରତିଯୋଗିତା

ପୁରୀ ଅଫିସ, ୧୧।୧: ପୌର ସଦନରେ ଚାଲିଥିବା ୨୩ତମ ଗ୍ଲୋରିଫେଷ୍ଟର ତୃତୀୟ ଦିବସରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ଅନୁଷ୍ଠିତ ଗ୍ଲୋରିକୁଇନ୍‌ ପ୍ରିଲିମ୍‌ନାରୀ ରାଉଣ୍ଡ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

କଟକରେ ଭାଜପାର ଗୁଣ୍ଡାରାଜ

କଟକରେ ଭାଜପାର ଗୁଣ୍ଡାରାଜ

କଟକ ଅଫିସ, ୧୧।୧- କଟକରେ ଗୁରୁବାର ଦେଖିବାକୁ ମିଳିଛି ଭାଜପା କର୍ମୀଙ୍କ ଗୁଣ୍ଡାରାଜ। ସିଏମ୍‌ସି ଅଫିସ୍‌ ଘେରାଉବେଳେ ଭାଜପା କର୍ମୀମାନଙ୍କ ହିଂସ୍ରରୂପ ଦେଖି ସାଧାରଣ ଲୋକେ ତାଜୁବ ହୋଇଯାଇଥିଲେ।

ଦେଢ଼କୋଟି ହଡ଼ପ: ଶାଖା ପୋଷ୍ଟ ମାଷ୍ଟର ଗିରଫ

କଟକ ଅଫିସ/ କଟକ ସଦର(ଡି.ଏନ୍‌.ଏ.), ୧୧।୧- ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି ଝାରକଟା ଶାଖା ଡାକଘର ପୋଷ୍ଟମାଷ୍ଟର ନାରାୟଣ ଦାସ। ଗୁରୁବାର ସଦର ଥାନା ପୋଲିସ ତାଙ୍କୁ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ାରୁ ଗିରଫ କରିଛି।

ଠିକାଦାରଙ୍କ ଘର ଉପରକୁ ବୋମାମାଡ

ନିଆଳି, ୧୧।୧ (ଡି.ଏନ.ଏ.)- ନିଆଳି ଥାନା ନିକଟରେ ଠିକାଦାର ରାଜକିଶୋର ରାଉତଙ୍କ ଘର ଉପରକୁ ଗୁରୁବାର ବୋମାମାଡ ହୋଇଛି। ରାତି ପ୍ରାୟ ୯ଟାରେ କୌଣସି ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି।

୧୨ ମାମଲାର ଅଭିଯୁକ୍ତଙ୍କୁ ପୋଲିସ ଗୁଳି

୧୨ ମାମଲାର ଅଭିଯୁକ୍ତଙ୍କୁ ପୋଲିସ ଗୁଳି

କଟକ ଅଫିସ/ ଚୌଦ୍ୱାର(ଡି.ଏନ୍‌.ଏ.), ୧୧।୧- କଟକରେ ୭ ଦିନ ବ୍ୟବଧାନରେ ପୁଣି ପୋଲିସର ଏନ୍‌କାଉଣ୍ଟର। ଏହାକୁ ମିଶାଇ ଏନ୍‌କାଉଣ୍ଟର ସଂଖ୍ୟା ପହଞ୍ଚତ୍ଛି ୮ରେ। ଏହାର ଶିକାର ହୋଇଛନ୍ତି ପୋଲିସର ମୋଷ୍ଟ ୱାଣ୍ଟେଡ ସୁନୀଲ ଓରଫ ସୌମ୍ୟରଞ୍ଜନ ସାହୁ। ସୁନୀଲଙ୍କ ଘର ଲାଲବାଗ ଥାନା ଅନ୍ତର୍ଗତ କାଫଲାବଜାରରେ। ତାଙ୍କ ନାମରେ କଟକ ସହରର ବିଭିନ୍ନ ଥାନାରେ ୧୨ଟି ମାମଲା ରହିଛି।

୬ଦିନ ଥାନାକୁ ଦୌଡ଼ିଲେଣି ବୃଦ୍ଧା

୬ଦିନ ଥାନାକୁ ଦୌଡ଼ିଲେଣି ବୃଦ୍ଧା

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- କେତେଜଣ ବ୍ୟକ୍ତି ମାଡ଼ ମାରି ଜଣେ ବୃଦ୍ଧାଙ୍କ ମୁଣ୍ଡ ଫଟାଇଦେଲେ। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସେ ଥାନାକୁ ଦୌଡ଼ିଥିଲେ ନ୍ୟାୟ ଆଶାରେ। ଥାନାରେ ଏତଲା ଦେଲେ। କିନ୍ତୁ ପୋଲିସ ମାମଲା ରୁଜୁ କରୁନାହିଁ।

୪ ଥର ଏତଲା ଦେଲେଣି ଯୁବକ: କପି ମିଳୁ ନ ଥିବାରୁ ଜବତ ଗାଡ଼ି ପାଇପାରୁ ନାହାନ୍ତି

୪ ଥର ଏତଲା ଦେଲେଣି ଯୁବକ: କପି ମିଳୁ ନ ଥିବାରୁ ଜବତ ଗାଡ଼ି ପାଇପାରୁ ନାହାନ୍ତି

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- ଅଭିଯୋଗକାରୀ ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ତାହାର ନକଲ ଦିଆଯିବା ନିୟମ ରହିଛି। ଥାନା ଅଧିକାରୀଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଏହି ନିୟମ ମାନିବାକୁ ବାଧ୍ୟ। କିନ୍ତୁ ଶହୀଦନଗର ଥାନା ସବୁଠୁ ଊର୍ଦ୍ଧ୍ୱରେ। ଏଠି କର୍ମଚାରୀଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ନିଜ ଇଚ୍ଛାରେ କାମ କରୁଛନ୍ତି।

ନାବାଳିକା ହତ୍ୟାକାଣ୍ଡ: ଶୁଣାଣୀ ଶେଷ, ୩୧ରେ ଚୁଡ଼ାନ୍ତ ରାୟ

ନାବାଳିକା ହତ୍ୟାକାଣ୍ଡ: ଶୁଣାଣୀ ଶେଷ, ୩୧ରେ ଚୁଡ଼ାନ୍ତ ରାୟ

ପୁରୀ ଅଫିସ, ୧୧।୧:ବହୁ ଚର୍ଚ୍ଚିତ ହୃଷ୍ଟିହୀନ ନାବାଳିକା ହତ୍ୟା ଘଟଣାର ୪ ବର୍ଷ ପରେ ଗୁରୁବାର ପୁରୀ ଜିଲାଜଜ୍‌ଙ୍କ କୋର୍ଟରେ ଶୁଣାଣୀ ଶେଷ ହୋଇଛି। ଆସନ୍ତା ଜାନୁଆରୀ ୩୧ରେ ଏହାର ରାୟ ପ୍ରକାଶ ପାଇବ।

୨୦୧୯ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

୨୦୧୯ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବୀକରଣ ଏପ୍ରିଲ ୨୦୧୯ ସୁଦ୍ଧା କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ଭାବରେ ବିକଶିତ କରାଯିବ। ଏଥିରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ଧାରଣା

ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ଧାରଣା

ପୁରୀ ଅଫିସ, ୧୧।୧: ବିଭିନ୍ନ ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ଗୁରୁବାର ପୁରୀ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି।

ଦେଢ଼ କାଟି ହଡ଼ପ କରିଥିବା ପୋଷ୍ଟମାଷ୍ଟର ଗିରଫ, ଡାକଘର ସମ୍ମୁଖରେ ବିକ୍ଷୋଭ

ଦେଢ଼ କାଟି ହଡ଼ପ କରିଥିବା ପୋଷ୍ଟମାଷ୍ଟର ଗିରଫ, ଡାକଘର ସମ୍ମୁଖରେ ବିକ୍ଷୋଭ

କଟକ ସଦର, ୧୧।୧(ଡି.ଏନ୍‌.ଏ.): ଶତାଧିକ ଜମାକାରୀଙ୍କ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡପ କରିଥିବା ଅଭିଯୋଗରେ ଝାରକଟା ଶାଖା ଡାକଘର ପୋଷ୍ଟମାଷ୍ଟର ନାରାୟଣ ଚନ୍ଦ୍ର ଦାସଙ୍କୁ ଗୁରୁବାର କଟକ ସଦର ଥାନା ପୋଲିସ କଟକ ମହାନଗର ନିଗମ ନୂଆପଡ଼ାରୁ ଗିରଫ କରିଛି।

ଚିଲିକା ମହୋତ୍ସବ ଆରମ୍ଭ

ଚିଲିକା ମହୋତ୍ସବ ଆରମ୍ଭ

କୃଷ୍ଣ ପ୍ରସାଦ, ୧୧।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ାରେ ଗୁରୁବାରଠାରୁ ୬ଷ୍ଠ ଚିଲିକା ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହା ୪ ଦିନ ଧରି ଚାଲିବ।

ଶ୍ରୀମନ୍ଦିରରେ ମୋବାଇଲ ଫୋନ୍‌ ପ୍ରବେଶ ପ୍ରସଙ୍ଗ: ଯାଞ୍ଚ୍‌ ଢିଲା, ଭିତରେ କଟକଣା

ଶ୍ରୀମନ୍ଦିରରେ ମୋବାଇଲ ଫୋନ୍‌ ପ୍ରବେଶ ପ୍ରସଙ୍ଗ: ଯାଞ୍ଚ୍‌ ଢିଲା, ଭିତରେ କଟକଣା

ପୁରୀ ଅଫିସ,୧୦ା୧: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଟକଣା ଲଗାଯାଇଛି। ଜାନୁୟାରୀ ୩ରୁ ଏହି କଟକଣାକୁ ଅଧିକ କଡ଼ାକଡି କରିଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ଭିତରେ ଯଦି କାହାଠାରୁ ମୋବାଇଲ ଫୋନ ଜବତ ହୁଏ ତେବେ ତାହାକୁ ବାଜ୍ୟାପ୍ତି କରାଯିବ ନଚେତ୍‌ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବାକୁ ଆଇନ ହୋଇଛି। ଗତ ୩ ତାରିଖରୁ ୧୦ ଦିନ ଅର୍ଥାତ୍‌ ଏହି ୮ ଦିନ ମଧ୍ୟରେ ଜରିମାନା ବାବଦରେ ଭକ୍ତଙ୍କଠାରୁ ପ୍ରାୟ ୬୦ ହଜାର ଟଙ୍କା ଆଦାୟ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ବିଏଡ୍‌ ନାମଲେଖା ନିୟମ ରଦ୍ଦ କଲେ ହାଇକୋର୍ଟ: ଚିକିରିରେ ଥିବା ଶିକ୍ଷକଙ୍କ ପାଇଁ ସର୍ବନିମ୍ନ ମାର୍କ ମାନଦଣ୍ଡ ଗ୍ରହଣୀୟ ନୁହେଁ

ବିଏଡ୍‌ ନାମଲେଖା ନିୟମ ରଦ୍ଦ କଲେ ହାଇକୋର୍ଟ: ଚିକିରିରେ ଥିବା ଶିକ୍ଷକଙ୍କ ପାଇଁ ସର୍ବନିମ୍ନ ମାର୍କ ମାନଦଣ୍ଡ ଗ୍ରହଣୀୟ ନୁହେଁ

କଟକ ଅଫିସ, ୧୦ା୧- ଚାକିରିରେ ଥିବା ଶିକ୍ଷକଙ୍କ ପାଇଁ ବିଏଡ୍‌ ନାମଲେଖା ନିମନ୍ତେ ସ୍ନାତକ ଅଥବା ସ୍ନାତକୋତ୍ତରରେ କୌଣସି ସର୍ବନିମ୍ନ ମାର୍କ ମାନଦଣ୍ଡ ରହିବ ନାହିଁ। ଏଥିସହ ବିଏଡ୍‌ ନାମଲେଖା ପାଇଁ ଜାରି ବିଜ୍ଞପ୍ତିରେ ଇନ୍‌ସର୍ଭିସ ପ୍ରାର୍ଥୀଙ୍କ ପାଇଁ ରହିଥିବା ନିୟମକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।

ହାବିଲ୍‌ଦାର, କନ୍‌ଷ୍ଟେବଳ ନେବେ ତଦନ୍ତ ଦାୟିତ୍ୱ: ତର୍ଜମା ପରେ ଲାଗୁ କରାଯିବ

ହାବିଲ୍‌ଦାର, କନ୍‌ଷ୍ଟେବଳ ନେବେ ତଦନ୍ତ ଦାୟିତ୍ୱ: ତର୍ଜମା ପରେ ଲାଗୁ କରାଯିବ

କଟକ ଅଫିସ, ୧୦।୧- ରାଜ୍ୟରେ ଅପରାଧୀମାନେ ନୂଆ ଧାରାରେ ଅପରାଧ ଘଟାଉଛନ୍ତି। ଥାନାମାନଙ୍କରେ ପ୍ରାୟ ୪ଶହରୁ ୫ଶହ ପର୍ଯ୍ୟନ୍ତ ମାମଲା ରହୁଛି। ଏହାକୁ ହ୍ରାସ କରିବାକୁ ଚିନ୍ତା କରାଯାଉଛି। ଦେଶର ଅନ୍ୟାନ୍ୟ ରାଜ୍ୟରେ ହାବିଲଦାର ଓ କନଷ୍ଟେବଳମାନଙ୍କୁ ଛୋଟ ମାମଲାଗୁଡ଼ିକର ତଦନ୍ତ ଭାର ଦିଆଯାଉଛି। ତେଣୁ ଓଡ଼ିଶାରେ ମଧ୍ୟ ଦକ୍ଷତା ଥିବା ହାବିଲଦାର ଓ କନଷ୍ଟେବଳମାନଙ୍କୁ ଚୟନ କରାଯାଇ ତଦନ୍ତ ଦାୟିତ୍ୱ ଦିଆଯିବ। ଏହାକୁ ତର୍ଜମା କରାଯିବା ପରେ ଆବଶ୍ୟକ ପଡ଼ିଲେ ଲାଗୁ କରାଯିବ। ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରୁ ଫେରିବା ପରେ ବୁଧବାର ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହା କହିଛନ୍ତି।

୨ ମାସ ମଧ୍ୟରେ ଜିଲା ଖାଉଟି ସୁରକ୍ଷା ପରିଷଦ ଗଠନ କରିବାକୁ ହାଇକୋର୍ଟଙ୍କ ତାଗିଦ

୨ ମାସ ମଧ୍ୟରେ ଜିଲା ଖାଉଟି ସୁରକ୍ଷା ପରିଷଦ ଗଠନ କରିବାକୁ ହାଇକୋର୍ଟଙ୍କ ତାଗିଦ

କଟକ ଅଫିସ, ୧୦।୧- ଜିଲା ଖାଉଟି ସୁରକ୍ଷା ପରିଷଦ ୨ ମାସ ମଧ୍ୟରେ ଗଠନ କରିବାକୁ ବୁଧବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହା ପାଳନ ନ ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଅଦାଲତରେ ବ୍ୟକ୍ତିଗତ ହାଜର ହୋଇ କାରଣ ଦର୍ଶାଇବେ ବୋଲି ହାଇକୋର୍ଟ ତାଗିଦ୍‌ କରିଛନ୍ତି।

ଗ୍ଲୋରିଫେଷ୍ଟ: ଅଭିନୟରେ ସଚେତନତାର ବାର୍ତ୍ତା

ଗ୍ଲୋରିଫେଷ୍ଟ: ଅଭିନୟରେ ସଚେତନତାର ବାର୍ତ୍ତା

ପୁରୀ ଅଫିସ, ୧୦।୧: ସାମ୍ପ୍ରତିକି ସମାଜରେ ଯୁବତୀଙ୍କୁ ବଳାତ୍କାର ଘଟଣା ବଢିବାରେ ଲାଗିଛି। ନ୍ୟାୟ ପାଇବା ପାଇଁ ବଳାତ୍କୃତା ଆକୁଳ ନିବେଦନ କରୁଥିଲେ ମଧ୍ୟ ସଭ୍ୟ ସମାଜରେ ତାଙ୍କୁ ଲାଞ୍ଚତ୍ତ ହେବାକୁ ପଡୁଛି। ଓକିଲଙ୍କ ପାଖକୁ ଗଲେ ବଳାତ୍କାର କେମିତି କରାଯାଇଥିଲା ଭଳି ପ୍ରଶ୍ନ ପୀଡ଼ିତାଙ୍କୁ ପଚରା ଯାଉଛି।

ବସୁନ୍ଧରାରେ ରହିଲେ ଶିଶୁପୁତ୍ର: କାନ୍ଦି କାନ୍ଦି ଫେରିଗଲେ ଉଦ୍ଧାର କରିଥିବା ପରିବାର

କଟକ ଅଫିସ, ୧୦।୧- ୧୧ଦିନ ପ୍ରତୀକ୍ଷାର ଏକ ଦୁଃଖଦ ଅନ୍ତ ଘଟିଛି। ବାଉଁଶ ବୁଦା ମୂଳରୁ ଉଦ୍ଧାର ନବଜାତ ଶିଶୁପୁତ୍ରକୁ ପୁଅ କରି ରଖିବାର ଆଶା ମଉଳି ଯାଇଛି। ବୁଧବାର ଉକ୍ତ ଶିଶୁପୁତ୍ରକୁ ଶିଶୁଭବନରୁ ସିଧା ବସୁନ୍ଧରାର ଚିଲ୍‌ଡ୍ରେନ୍ସ ହୋମକୁ ନିଆଯାଇ ଯତ୍ନ ଓ ଅନ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ହେଲେ ଉଦ୍ଧାର କରିଥିବା ପରିବାର ଶେଷରେ ଶିଶୁପୁତ୍ରକୁ ନ ପାଇ କାନ୍ଦି କାନ୍ଦି ଖାଲି ହାତରେ ଘରକୁ ଫେରିଛନ୍ତି।

ଶ୍ରୀମନ୍ଦିରରେ ନଡ଼ିଆ ଭଙ୍ଗା ଉପରେ କଟକଣା

ଶ୍ରୀମନ୍ଦିରରେ ନଡ଼ିଆ ଭଙ୍ଗା ଉପରେ କଟକଣା

ପୁରୀ ଅଫିସ, ୧୦।୧: ଏଣିକି କୌଣସି ସେବାୟତ ଶ୍ରୀମନ୍ଦିର ଜଗମୋହନ ତଥା ଭିତରକାଠରେ ନଡ଼ିଆ ଭାଙ୍ଗିପାରିବେ ନାହିଁ। ଏ ନେଇ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ବୁଧବାର ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଶ୍ରୀମନ୍ଦିର: ମୋବାଇଲ ନେଇ ଧରାପଡିଲେ ବୃନ୍ଦାବନର ମହିଳା ଭକ୍ତ

ଶ୍ରୀମନ୍ଦିର: ମୋବାଇଲ ନେଇ ଧରାପଡିଲେ ବୃନ୍ଦାବନର ମହିଳା ଭକ୍ତ

ପୁରୀ ଅଫିସ,୧୦।୧: ଶ୍ରୀମନ୍ଦିର ଭିତରକୁ ଭକ୍ତ ମୋବାଇଲ ନେଇଯିବା ଘଟଣାରେ ରୋକ୍‌ ଲାଗି ପାରୁନାହିଁ। ସବୁ ପ୍ରକାର କଟକଣା ଏବଂ ସଚେତନତା ସତ୍ତ୍ବେ ଭିତରକୁ ଯାଉଛି ମୋବାଇଲ ଫୋନ। ବୁଧବାର ବୃନ୍ଦାବନର ଜଣେ ମହିଳା ଭକ୍ତ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଉଥିବା ବେଳେ ଧରାପଡିଥିଲେ।

ଅପହରଣକାରୀଙ୍କୁ ଏନ୍‌କାଉଣ୍ଟର

ଅପହରଣକାରୀଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର, ୧୦।୧(ବ୍ୟୁରୋ)- ବୁଧବାର ବିଳମ୍ବିତ ରାତିରେ ଫିଲ୍ମ ଷ୍ଟାଇଲରେ ଲକ୍ଷ୍ମୀସାଗର ଏବଂ ବଡ଼ଗଡ଼ ପୋଲିସ ୪ ଅପହରଣକାରୀଙ୍କୁ ଧରିଛି। ଅଭିଯୁକ୍ତମାନେ ଅପହରଣ କରିନେଇଥିବା ଜଣେ ଯୁବକଙ୍କୁ ରାସ୍ତାରେ ଫିଙ୍ଗି ଚାଲିଯାଉଥିବାବେଳେ ପୁରୀ ବାଇପାସ୍‌ ରୋଡ୍‌ରେ ପୋଲିସ ସହିତ ସେମାନଙ୍କର ଗୁଳିବିନିମୟ ଘଟିଛି। ଏହି ଏନ୍‌କାଉଣ୍ଟରରେ ଜଣେ ଅପହରଣକାରୀ ଜନ୍ମେଜୟ ରାଉତ ଆହତ ହୋଇଛନ୍ତି।

ଦେଢ଼କୋଟି ହଡ଼ପ କଲେ ପୋଷ୍ଟମାଷ୍ଟର: କ୍ରାଇମବ୍ରାଞ୍ଚରେ ଅଭିଯୋଗ, ଧାରଣା ଆଜି

ଦେଢ଼କୋଟି ହଡ଼ପ କଲେ ପୋଷ୍ଟମାଷ୍ଟର: କ୍ରାଇମବ୍ରାଞ୍ଚରେ ଅଭିଯୋଗ, ଧାରଣା ଆଜି

କଟକ ଅଫିସ, ୧୦।୧- ଡାକଘରେ ଟଙ୍କା ଜମା ରଖିବା ବି ସୁରକ୍ଷିତ ନୁହେଁ। ଏଠିବି ଜମାକାରୀଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଉଭାନ ହୋଇଯାଉଛି। ୪୨ ମୌଜା ବେଣ୍ଟକାର ଉପଡାକଘର ଅଧୀନ ଝାରକଟା ଶାଖା ଡାକଘରେ ଏଭଳି କେଳେଙ୍କାରୀ ପଦାକୁ ଆସିଛି। ଶତାଧିକ ଜମାକାରୀଙ୍କ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜମାକାରୀମାନେ କ୍ରାଇମବ୍ରାଞ୍ଚ୍‌ର ଦ୍ୱାରସ୍ଥ ହୋଇଛନ୍ତି।

ଏନ୍‌ବିଡବ୍ଲ୍ୟୁ ସତ୍ତ୍ୱେ ବିଲଡରଙ୍କୁ ଧରୁନି ପୋଲିସ

ଏନ୍‌ବିଡବ୍ଲ୍ୟୁ ସତ୍ତ୍ୱେ ବିଲଡରଙ୍କୁ ଧରୁନି ପୋଲିସ

ଭୁବନେଶ୍ୱର, ୧୦।୧(ବ୍ୟୁରୋ)- ଫ୍ଲାଟ ଦେବା ନଁାରେ ଜଣେ ବିଲ୍‌ଡର ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକିନେଇଛନ୍ତି। ପୋଲିସ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳା ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଅଭିଯୁକ୍ତ ବିଲ୍‌ଡରଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ(ଜାମିନ ବିହୀନ ଗିରଫ ପରଓ୍ବାନା) ଜାରି କରିବା ସହିତ ଗିରଫ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଭରତପୁର ଜଙ୍ଗଲରୁ ଶିକାରୀ ଗିରଫ

ଭରତପୁର ଜଙ୍ଗଲରୁ ଶିକାରୀ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/ବାରଙ୍ଗ(ଡି.ଏନ୍‌.ଏ.), ୧୦।୧- ଚନ୍ଦକା ବନଖଣ୍ଡସ୍ଥିତ ଭରତପୁର ଅଭୟାରଣ୍ୟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ କୁଖ୍ୟାତ ବନ୍ୟଜନ୍ତୁ ଶିକାରୀ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜଣକ ହେଲେ ସୁନ୍ଦରପୁର ବାରମାଣ ଗ୍ରାମର ବିଷ୍ଣୁ ଚରଣ ପ୍ରଧାନ ଓରଫ ଖଣ୍ଡି।