ମେଟ୍ରୋ

ଶ୍ରୀମନ୍ଦିର ପରିଚାଳନା କମିଟି ଖୁବ୍‌ଶୀଘ୍ର

ଶ୍ରୀମନ୍ଦିର ପରିଚାଳନା କମିଟି ଖୁବ୍‌ଶୀଘ୍ର

ପୁରୀ ଅଫିସ, ୧।୧: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନ ହୋଇନାହିଁ। ନୂଆ କମିଟି କେବେ ଗଠନ ହେବ ତାହାକୁ ନେଇ ଅନିଶ୍ଚିତତା ଲାଗିରହିଛି। ପାଖାପାଖି ସାଢେ ୫ ମାସ ହେଲାଣି ବିନା ପରିଚାଳନା କମିଟିରେ ପରିଚାଳିତ ହେଉଛି ଶ୍ରୀମନ୍ଦିର।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ, ୧।୧: ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସଡ଼କ ପଥରେ ଆସି ପୂର୍ବାହ୍ନ ୧୧ଟା ୩୫ରେ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ।

ମିଥ୍ୟା ମାମଲା କରି ବୀମା ଅର୍ଥ ହଡ଼ପ

ମିଥ୍ୟା ମାମଲା କରି ବୀମା ଅର୍ଥ ହଡ଼ପ

କଟକ ଅଫିସ, ୧।୧: ବୀମା ଅର୍ଥ ହାତେଇବା ପାଇଁ ହେଉଛି ଚଞ୍ଚକତା। ଦୁର୍ଘଟଣା ଘଟିଥିବା ଦର୍ଶାଇ ବୀମା ଅର୍ଥ ହଡ଼ପ କରିବା ଉଦ୍ଦେଶ୍ୟରେ ଥାନାରେ ମିଥ୍ୟା ମାମଲା ରୁଜୁ କରାଯାଉଛି। ଏହି କାରବାରରେ ଏକ ର଼୍ୟାକେଟ୍‌ କାର୍ଯ୍ୟ କରୁଛି। ଯେଉଁଥିରେ ଓକିଲ, ଡାକ୍ତର, ପରିବହନ ଓ ପୋଲିସ ବିଭାଗର ଅଧିକାରୀମାନେ ସାମିଲ ଅଛନ୍ତି।

ବନ୍ଦ ହେଲା ୭ ଖଣି

ବନ୍ଦ ହେଲା ୭ ଖଣି

ଭୁବନେଶ୍ୱର, ୧।୧(ବ୍ୟୁରୋ): ନିର୍ଦ୍ଧାରିତ ତାରିଖରେ ଏକାଧିକ କମ୍ପାନୀ ଜରିମାନ ପୈଠ ନ କରିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୋମବାରଠାରୁ ୭ଟି ଖଣି ବନ୍ଦ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି।

ଚାରାରୋପଣ କରି ନୂତନ ବର୍ଷକୁ ସ୍ବାଗତ

ଚାରାରୋପଣ କରି ନୂତନ ବର୍ଷକୁ ସ୍ବାଗତ

ପୁରୀ ଅଫିସ, ୧।୧: ନବବର୍ଷର ସ୍ବାଗତ ଲାଗି ଚାରିଆଡେ ଉତ୍ସବମୁଖର। ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ। ଅନ୍ୟପଟେ ପୁରୀ ସହରର ଶତାଧିକ ସ୍ବେଚ୍ଛାସେବୀ ନୂତନ ବର୍ଷକୁ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି। ନାଚଗୀତର ଆୟୋଜନ ପରିବର୍ତ୍ତେ ବାର୍ତ୍ତା ଦେଇଛନ୍ତି ପରିବେଶ ସୁରକ୍ଷାର।

ଗୋଷ୍ଠୀ ସଂଘର୍ଷ, ୫ ଆହତ

ଗୋଷ୍ଠୀ ସଂଘର୍ଷ, ୫ ଆହତ

ଖୋର୍ଦ୍ଧା ଅଫିସ, ୧।୧: ନବବର୍ଷ ଉପଲକ୍ଷେ ରବିବାର ରାତିରେ ଭୋଜିକୁ ନେଇ ଖୋର୍ଦ୍ଧା ଟାଉନ୍‌ ଥାନା ସାମନ୍ତରାପୁରସ୍ଥିତ ମୋନାର୍କ ପ୍ୟାଲେସ ନିକଟରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୫ଜଣ ଆହତ ହୋଇଥିବା ବେଳେ ୫ ବାଇକ୍‌ ପୋଡ଼ି ଦିଆଯାଇଛି।

ଜିଲା ସଂସ୍କୃତି ଭବନ ଉଦ୍‌ଘାଟିତ

ଜିଲା ସଂସ୍କୃତି ଭବନ ଉଦ୍‌ଘାଟିତ

ପୁରୀ ଅଫିସ, ୧।୧: ପୁରୀ ଜିଲା ସଂସ୍ମୃତି ଭବନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଚକ୍ରତୀର୍ଥ ରୋଡ଼ରେ ଥିବା ଏହି ସଂସ୍କୃତି ଭବନର କାମ ୨୦୧୨-୧୩ ମସିହାରେ ଆରମ୍ଭ ହୋଇଥିଲା।

ଯୁବକଙ୍କୁ ହତ୍ୟା ସନ୍ଦେହ: କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଯୁବକଙ୍କୁ ହତ୍ୟା ସନ୍ଦେହ: କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ)- ନୂଆ ବର୍ଷ ଆରମ୍ଭ ପୂର୍ବରୁ ରାଜଧାନୀରେ ଘଟିଛି ଅଘଟଣ। ନୟାପଲୀ ଥାନା ସାଲିଆସାହି ନୀଳଚକ୍ର ନଗରବସ୍ତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ରବିବାର ସକାଳେ ପୋଲିସ ଉକ୍ତ ଯୁବକଙ୍କ କ୍ଷତବିକ୍ଷତ ମୃତଦେହକୁ ଜବତ କରିଛି।

ବିଲ୍‌ଡରଙ୍କ ଦାଦାଗିରି: ବୃଦ୍ଧାଙ୍କ ଜମି ନେଲେ, ଗୁଣ୍ଡା ଲଗାଇ ପିଟିଲେ

ବିଲ୍‌ଡରଙ୍କ ଦାଦାଗିରି: ବୃଦ୍ଧାଙ୍କ ଜମି ନେଲେ, ଗୁଣ୍ଡା ଲଗାଇ ପିଟିଲେ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ)- ତୁମର ରାସ୍ତା ପାଖ ଜମି ଆମକୁ ଦିଅ। ଆମେ ତୁମକୁ ଅନ୍ୟ ସ୍ଥାନରେ ଅଧିକ ଜାଗା ଦେବୁ, ଏଥିସହିତ ଆଉ ୨୦ ଲକ୍ଷ ଟଙ୍କା ଦେବୁ। ଏଭଳି ପ୍ରଲୋଭନ ଦେଖାଇ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ରହୁଥିବା ସତ୍ୟ ରାଉତ ନାମ୍ନୀ ଜଣେ ବୃଦ୍ଧାଙ୍କଠାରୁ ଜମି ନେଇଯାଇଛି ରସୁଲଗଡରେ ଥିବା ଏକ ବିଲ୍ଡର ସଂସ୍ଥା। ଟଙ୍କା ନ ଦେବାରୁ ଜମି ଉପରେ ଘର କରିବାକୁ ମନା କରିଥିଲେ ସତ୍ୟ।

ବ୍ଲାକମେଲ୍‌ କରି ବଳାତ୍କାର: ୨ବର୍ଷ ଧରି ନିର୍ଯାତନା ଭୋଗୁଛନ୍ତି ମହିଳା

ବ୍ଲାକମେଲ୍‌ କରି ବଳାତ୍କାର: ୨ବର୍ଷ ଧରି ନିର୍ଯାତନା ଭୋଗୁଛନ୍ତି ମହିଳା

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ)- ଜଣେ ମହିଳାଙ୍କୁ ବ୍ଲାକମେଲ୍‌ କରି ଜଣେ ଯୁବକ ବଳାତ୍କାର କରିଛନ୍ତି। ଦୀର୍ଘ ୨ବର୍ଷ ହେବ ଅଭିଯୁକ୍ତ ଜଣକ ସମ୍ପୃକ୍ତ ମହିଳାଙ୍କୁ ଏଭଳି ନିର୍ଯାତନା ଦେବା ସହିତ ଗଣବଳାତ୍କାର କରିଆସୁଛନ୍ତି। ରବିବାର ମହିଳାଙ୍କ ସ୍ବାମୀ ଏ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ମା’ ସମେତ ଦୁଇ ଶିଶୁ ଗୁରୁତର

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ମା’ ସମେତ ଦୁଇ ଶିଶୁ ଗୁରୁତର

ପୁରୀ ଅଫିସ, ୩୧।୧୨: ପୁରୀ ଜିଲା ସମୁଦ୍ରକୂଳ ଥାନା ଅଧୀନ ହରିହର ଛକଠାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା: ପୁରୀ ଚାମ୍ପିୟନ

ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା: ପୁରୀ ଚାମ୍ପିୟନ

ସାକ୍ଷୀଗୋପାଳ, ୩୧।୧୨(ଡି.ଏନ.ଏ.): ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘ ଆନୁକୂଲ୍ୟରେ ମନ୍ଦିର ସିଂହଦ୍ୱାରଠାରେ ଚାଲିଥିବା ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୀ ଚାରିନଳା ଟିମ୍‌ର ପ୍ରଶାନ୍ତ କୁମାର ପଣ୍ଡା ଓ ସଞ୍ଜୟ କୁମାର ମାନସିଂହ ଚାମ୍ପିୟନ ଟ୍ରଫି ହାସଲ କରିଛନ୍ତି।

ଟ୍ରାକ୍ଟର ଦୁର୍ଘଟଣାରେ ଯୁବକ ମୃତ

ଟ୍ରାକ୍ଟର ଦୁର୍ଘଟଣାରେ ଯୁବକ ମୃତ

କଣ୍ଟାପଡା, ୩୧।୧୨(ଡି.ଏନ.ଏ.): ଫୁଲନଖରା-ନିଆଳି ୬୦ନଂ ରାଜ୍ୟ ରାଜପଥର ବରାହୀପୁର ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିଆଳି ଥାନା ଅନ୍ତର୍ଗତ ଖରିବିହି ଗ୍ରାମର ବିଶ୍ୱଜିତ ମହାପାତ୍ର(୨୨)।

ମହିଳାଙ୍କୁ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌

ମହିଳାଙ୍କୁ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌

ସାକ୍ଷୀଗୋପାଳ, ୩୧।୧୨(ଡି.ଏନ.ଏ.): ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ତାଙ୍କ ନାମ ପୁଷ୍ପଲତା ଦାଶ(୪୮)।

ଫରେଷ୍ଟଗାର୍ଡଙ୍କୁ କାଠଚୋରଙ୍କ ମରଣାନ୍ତକ ଆକ୍ରମଣ

ଫରେଷ୍ଟଗାର୍ଡଙ୍କୁ କାଠଚୋରଙ୍କ ମରଣାନ୍ତକ ଆକ୍ରମଣ

ଖୋର୍ଦ୍ଧା ଅଫିସ, ୩୧।୧୨: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ରେଞ୍ଜ୍‌ର ନୀଳାଦ୍ରିପ୍ରସାଦ ଜଙ୍ଗଲରେ ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଫରେଷ୍ଟଗାର୍ଡ ଜ୍ୟୋତିରଞ୍ଜନ ସାହୁଙ୍କୁ କାଠଚୋରମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି।

ଗୀତା ପାଠ କଲେ ଶାନ୍ତି ମିଳିବ: ଗଜପତି

ଗୀତା ପାଠ କଲେ ଶାନ୍ତି ମିଳିବ: ଗଜପତି

ପୁରୀ ଅଫିସ, ୩୦।୧୨: ସାମ୍ପ୍ରତିକ ସମାଜରେ ଶାନ୍ତି ପାଇବା ବି ସମସ୍ୟା ହେଲାଣି। ପ୍ରତ୍ୟେକ ମଣିଷ ଭିତରେ ଶାନ୍ତି ଅଛି, ହେଲେ ମଣିଷ ଏହାର ସାନ୍ନିଧ୍ୟ ପାଇପାରୁନାହିଁ। କେବଳ ଲୋଭ, ମୋହ, ମାୟା ପଛରେ ଧାଉଁଛି। ତେଣୁ ମଣିଷକୁ ଶାନ୍ତି ପାଇବାକୁ ହେଲେ ଭଗବତ ଗୀତା ପାଠ କରିବା ଦରକାର।

ମହାଲକ୍ଷ୍ମୀ ପିନ୍ଧିବେ ନୂଆ କିରୀଟ

ମହାଲକ୍ଷ୍ମୀ ପିନ୍ଧିବେ ନୂଆ କିରୀଟ

ପୁରୀ ଅଫିସ,୩୦।୧୨: ଶ୍ରୀମନ୍ଦିର ପରିସର ମା’ ମହାଲକ୍ଷ୍ମୀଙ୍କ ପାଇଁ ନୂଆ କିରୀଟ ନିର୍ମାଣ ଆରମ୍ଭ ହୋଇଛି। କଟକର ଏକ ଗହଣା ଦୋକାନରେ ଏହା ନିର୍ମାଣ ହେଉଛି। ଏହା ସମ୍ପୂର୍ଣ୍ଣ ହେବା ପରେ ଅଣାଯାଇ ମା’ଙ୍କୁ ପିନ୍ଧାଯିବ।

ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ: ରାତି ୧୧ଟା ସୁଦ୍ଧା ପହୁଡ଼, ୨ଟାରେ ଦ୍ୱାରଫିଟା

ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ: ରାତି ୧୧ଟା ସୁଦ୍ଧା ପହୁଡ଼, ୨ଟାରେ ଦ୍ୱାରଫିଟା

ପୁରୀ ଅଫିସ, ୩୦।୧୨: ଆସୁଛି ନବବର୍ଷ। ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ବାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ। ସହରର ସବୁଠି ଭିଡ଼। ଜମିଗଲାଣି ପର୍ଯ୍ୟଟକଙ୍କ ଗହଳି। ହୋଟେଲ, ଲଜ୍‌, ରେସ୍ତୋରଁ।, ହଲିଡେ ହୋମ୍‌ଗୁଡିକ ମଧ୍ୟ ପ୍ୟାକ୍‌ ହୋଇଯାଇଛି।

ଜାନୁୟାରୀ ୨ ଓ ୩୧ରେ ସୁପର ମୁନ୍‌

ଭୁବନେଶ୍ୱର, ୩୦। ୧୨ (ବ୍ୟୁରୋ)୨୦୧୮ ଜାନୁୟାରୀରେ ପୂର୍ବ ଆକାଶରେ ଦୁଇ ଥର ସୁପର ମୁନ୍‌ ଦୃଶ୍ୟମାନ ହେବ। ଗୋଟିଏ ଜାନୁୟାରୀ ୨ ତାରିଖରେ ଦୃଶ୍ୟମାନ ହେବାକୁ ଥିବାବେଳେ ଅନ୍ୟଟି ମାସର ୩୧ତାରିଖରେ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ ସୂଚନା ଦିଆଯାଇଛି।

ବିଏମ୍‌ସି ବର୍ଜ୍ୟବସ୍ତୁର ୪୦% ପଲିଥିନ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)- ପଲିଥିନ ପରିବେଶ ପାଇଁ ବିପଦର କାରଣ ହୋଇଛି। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ପଲିଥିନର ବହୁଳ ବ୍ୟବହାର ବଢ଼ିଚାଲିଛି। ସହରାଞ୍ଚଳରେ ଏହା ଭୟଙ୍କର ପରିସ୍ଥିତି ସୃ୍‌ଷ୍ଟି କଲାଣି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ଦୈନିକ ୫୫୦ ମେଟ୍ରକ୍‌ ଟନ ବର୍ଜ୍ୟବସ୍ତୁ ବାହାରୁଛି। ସେଥିରୁ ପ୍ରାୟ ୪୦ ପ୍ରତିଶତ ପଲିଥିନ୍‌।

ନୂଆବର୍ଷରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦। ୧୨(ବ୍ୟୁରୋ)ଗତ କିଛି ଦିନ ହେବ ସାରା ରାଜ୍ୟରେ ଜାରି ରହିଥିବା ଶୀତ ସାମାନ୍ୟ ହ୍ରାସ ପାଇଛି। ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠିଯାଇଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି।

ମଶାଣିରୁ ଶିଶୁକନ୍ୟା, ବୁଦାମୂଳରୁ ଶିଶୁପୁତ୍ର

କଟକ ଅଫିସ, ୩୦।୧୨ମଶାଣି ନିକଟରେ ଏକ ନବଜାତ ଶିଶୁକନ୍ୟା ଓ ବାଉଁଶବୁଦା ମୂଳରେ ଏକ ନବଜାତ ଶିଶୁପୁତ୍ରଙ୍କୁ ଶନିବାର ଠାବ କରାଯାଇଥିଲା। ଏଭଳି ସମ୍ବେଦନଶୀଳ ଘଟଣା କଟକ ସହରର ବିଡାନାସୀ ଓ ଜିଲାର ନରସିଂହପୁର ଥାନା ଅନ୍ତର୍ଗତ ଝାଡଗାଡିଆରେ ନଜରକୁ ଆସିଥିଲା। ଦୁଇ ଶିଶୁଙ୍କୁ ଉଦ୍ଧାର କରିବାକୁ ଯାଇ ଚାଇଲ୍ଡଲାଇନ କର୍ମକର୍ତ୍ତାମାନେ ସ୍ଥାନୀୟ ଲୋକଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଛି।

ଏସ୍‌ସିବିରେ ୨୪ଘଣ୍ଟା ଚାଲିବ ଟ୍ରମାକେୟାର ଓଟି

ଏସ୍‌ସିବିରେ ୨୪ଘଣ୍ଟା ଚାଲିବ ଟ୍ରମାକେୟାର ଓଟି

କଟକ ଅଫିସ, ୩୦।୧୨- ଦୁର୍ଘଟଣାଜନିତ ଆଘାତ ରୋଗୀମାନଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଦେବା ପାଇଁ ଏସ୍‌ସିବି ଟ୍ରମାକେୟାର ଅପରେଶନ ଥିଏଟରକୁ ୨୪ ଘଣ୍ଟା କାର୍ଯ୍ୟକାରୀ କରାଯିବ। ସେହିପରି ମେଡିକାଲର ଗୁରୁତ୍ୱପୁର୍ଣ୍ଣ ୟୁନିଟ କାଜୁଆଲଟିକୁ ମଧ୍ୟ ସଶକ୍ତୀକରଣ କରାଯିବ। କୌଣସି ରୋଗୀ ୨ଘଣ୍ଟାରୁ ଅଧିକ ସମୟ କାଜୁଆଲଟିରେ ପଡ଼ିରହିବେ ନାହିଁ। ଏସ୍‌ସିବି ମେଡିକାଲର କାଜୁଆଲଟି ଓ ଟ୍ରମାକେୟାର ୟୁନିଟର ସୁପରିଚାଳନା ନିମନ୍ତେ ସରକାର ଏକ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଜିଓର(ଏସ୍‌ଓପି) ପ୍ରସ୍ତୁତ କରିଛନ୍ତି।

ରାଜ୍ୟ ସଂଗ୍ରହାଳୟର ୬୦ତମ ପ୍ରତିଷ୍ଠା ଦିବସ ଉଦ୍‌ଯାପିତ

ରାଜ୍ୟ ସଂଗ୍ରହାଳୟର ୬୦ତମ ପ୍ରତିଷ୍ଠା ଦିବସ ଉଦ୍‌ଯାପିତ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ରାଜ୍ୟ ସଂଗ୍ରହାଳୟର ୬୦ତମ ପ୍ରତିଷ୍ଠା ଦିବସ ଶନିବାର ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍‌.ସି.ଜମିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗ୍ରହାଳୟରେ ସ୍ଥାନ ପାଇଥିବା ଓଡ଼ିଶାର କଳା, ସଂସ୍କୃତି ଓ ସାମାଜିକ ଚଳଣି ଆଦି ବିଷୟରେ ଆଲୋକପାତ କରିଥିଲେ।