ମେଟ୍ରୋ

ବିଜେବି କଲେଜରେ ଛାତ୍ରୀଙ୍କୁ ଅସଦାଚରଣ

ବିଜେବି କଲେଜରେ ଛାତ୍ରୀଙ୍କୁ ଅସଦାଚରଣ

ଭୁବନେଶ୍ୱର, ୨୭।୪(ବ୍ୟୁରୋ)/କଟକରୋଡ୍‌(ଡି.ଏନ୍‌.ଏ.)- ବିଜେବି କଲେଜ କ୍ୟାମ୍ପସ ଭିତରେ ଜଣେ ଛାତ୍ରୀଙ୍କୁ ୨ଜଣ ଛାତ୍ର ଅସଦାଚରଣ କରିଛନ୍ତି। ଛାତ୍ରୀଙ୍କ ସହପାଠୀ ବିରୋଧ କରିବାରୁ ତାଙ୍କୁ ସମ୍ପୃକ୍ତ ଛାତ୍ରଦ୍ୱୟ ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଭଳି ଲଜ୍ଜାଜନକ ଘଟଣାକୁ ନେଇ ଛାତ୍ରୀଛାତ୍ରଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଓମ୍‌ଫେଡ୍‌ ବୁଥ୍‌ରେ ଯୁବକଙ୍କ ଆତ୍ମହତ୍ୟା

ଓମ୍‌ଫେଡ୍‌ ବୁଥ୍‌ରେ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର, ୨୭।୪(ବ୍ୟୁରୋ)- ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗରର ୨୫୦ ନଂ. ଓମ୍‌ଫେଡ୍‌ ବୁଥ୍‌ରେ କାର୍ଯ୍ୟରତ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ପୋଲିସ ତାଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ନୟାଗଡ ଜିଲା ଫେତେଗଡ ଥାନା ଅନ୍ତର୍ଗତ ମର୍ଦ୍ଦରାଜ ପ୍ରସାଦ ଗଁ।ର ପ୍ରକାଶ ପ୍ରଧାନ(୧୯)। ବର୍ଷେ ହେବ ପ୍ରକାଶ ଉକ୍ତ ଓମ୍‌ଫେଡ୍‌ ବୁଥ୍‌ରେ କାମ କରିଆସୁଥିଲେ।

ବୟସ୍କଙ୍କ ମଧ୍ୟରୁ ୧୫% ଶ୍ୱାସରୋଗରେ ଆକ୍ରାନ୍ତ

ବୟସ୍କଙ୍କ ମଧ୍ୟରୁ ୧୫% ଶ୍ୱାସରୋଗରେ ଆକ୍ରାନ୍ତ

ଭୁବନେଶ୍ୱର, ୨୭।୪(ବ୍ୟୁରୋ)- ଆଧୁନିକ ଜୀବନଶୈଳୀ ସହ ଗଁ। ଓ ସହରରେ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେଇଛି ଏବଂ ଲୋକେ ଶ୍ୱାସରୋଗରେ ଆକ୍ରାନ୍ତ ହୋଉଛନ୍ତି। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ରୋଗ ଅଧିକ ବ୍ୟାପିଥାଏ।

କ୍ୟାବିନେଟ ବୈଠକ ଆରମ୍ଭ

କ୍ୟାବିନେଟ ବୈଠକ ଆରମ୍ଭ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟ ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକରେ ୭ଟି ଗୁରୁତପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ। ଏଥିସହ ବିଧାୟକମାନଙ୍କ ଭତ୍ତା ବୃଦ୍ଧି ନେଇ ମଧ୍ୟ ମଞ୍ଜୁରୀ ମିଳିପାରେ ବୋଲି ଜଣାପଡିଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୦ ଲକ୍ଷର ୩୦ ପ୍ରକଳ୍ପକୁ ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୦ ଲକ୍ଷର ୩୦ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୩୦ ପ୍ରକଳ୍ପକୁ ୧ କୋଟି ୪୦ ଲକ୍ଷ ଟଙ୍କାର ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ବାରୋ, ସାନତ୍ରିବିଡା, କୁଡାଲୋଇ ଓ ଗୁଦାରୀ ପଞ୍ଚାୟତ ରହିଛି।

ନାବାଳିକା ସ୍ତ୍ରୀଙ୍କୁ ଶିଶୁଯତ୍ନ ଅନୁଷ୍ଠାନରେ ଛଡ଼ାଗଲା: ଦିବ୍ୟାଙ୍ଗଙ୍କ ସହ କରିଥିଲେ ବିବାହ

ନାବାଳିକା ସ୍ତ୍ରୀଙ୍କୁ ଶିଶୁଯତ୍ନ ଅନୁଷ୍ଠାନରେ ଛଡ଼ାଗଲା: ଦିବ୍ୟାଙ୍ଗଙ୍କ ସହ କରିଥିଲେ ବିବାହ

ପାରାଦୀପ,୨୭।୪(ସ୍ବ.ପ୍ର.): ପାରାଦୀପ ମଙ୍ଗରାଜପୁର ଅଞ୍ଚଳରେ ଗୁରୁବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ବିବାହ ହୋଇଥିଲା। ବିବାହପରେ ନାବାଳିକାଙ୍କୁ ମଧ୍ୟରାତ୍ରିରେ କୁଜଙ୍ଗ ପୋଲିସ ଓ ଶିଶୁ ଯତ୍ନ ଅନୁଷ୍ଠାନ(ଜିଲା ସିଡବ୍ଲ୍ୟୁସି) ପକ୍ଷରୁ ଉଦ୍ଧାର କରାଯାଇଥିଲା।

କଂଗ୍ରେସ ରାଜନୀତି: ଇସ୍ତାହାରର ‘ମୁଖବନ୍ଧ’ ପ୍ରସ୍ତୁତ କଲେଣି ଶ୍ରୀକାନ୍ତ

କଂଗ୍ରେସ ରାଜନୀତି: ଇସ୍ତାହାରର ‘ମୁଖବନ୍ଧ’ ପ୍ରସ୍ତୁତ କଲେଣି ଶ୍ରୀକାନ୍ତ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟିର ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ନିର୍ବାଚନ ପାଇଁ ଇସ୍ତାହାରର ମୁଖବନ୍ଧ ପ୍ରସ୍ତୁତ କରି ଏଆଇସିସି, ପିସିସି ଏବଂ ରାଜ୍ୟ କଂଗ୍ରେସ ଅଧିକାରୀଙ୍କ ପରାମର୍ଶ ଲାଗି ସେ ଚିଠି ଲେଖିଥିବା ଜଣାପଡ଼ିଛି।

ଭୁବନେଶ୍ୱର କୋର୍ଟ ପରିସରରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର କୋର୍ଟ ପରିସରରୁ ଜବରଦଖଲ ଉଚ୍ଛେଦ

କଟକରୋଡ଼,୨୭।୪(ଡି.ଏନ୍‌.ଏ.): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ କମିଶନରେଟ ପୋଲିସ ସହାୟତାରେ ଭୁବନେଶ୍ୱର କୋର୍ଟ ପରିସରରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି।

ଚାଲିଛି ବନ୍ଧକାମ: ଚଳଚଞ୍ଚଳ ରଥଖଳା

ଚାଲିଛି ବନ୍ଧକାମ: ଚଳଚଞ୍ଚଳ ରଥଖଳା

ପୁରୀ ଅଫିସ,୨୭।୪: ଜୁଲାଇ ୧୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏବେ ରଥ ଖଳାରେ ତିନି ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ରଥ ନିର୍ମାଣ ଚାଲିଛି। ବର୍ତ୍ତମାନ ସୁଦ୍ଧା ୪୨ ଚକରୁ ୩୬ଟି ତୁମ୍ଭ କାମ ସରିଲାଣି। ଶୁକ୍ରବାରଠାରୁ ବାକି ୬ଟି ତୁମ୍ଭ ନିର୍ମାଣ ଚାଲିଛି।

ବିଶ୍ୱଶାନ୍ତି ଲାଗି ମହାଯଜ୍ଞ

ବିଶ୍ୱଶାନ୍ତି ଲାଗି ମହାଯଜ୍ଞ

ଫୁଲନଖରା, ୨୭।୪(ଡି.ଏନ୍‌.ଏ.): କଟକ ଜିଲା ଫୁଲନଖରା ସ୍ଥିତ ଆମଣ ଗ୍ରାମରେ ଶ୍ରୀଶ୍ରୀ ବରୁଣେଶ୍ୱର ମହାଦେବ ଓ ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ପୀଠସ୍ଥଳୀରେ ୩ ଦିନ ଧରି ୪୮ତମ ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ ହୋଇଆସୁଛି। ଶୁକ୍ରବାର ତୃତୀୟ ଦିନରେ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଛି।

ଗଡରୋଡଙ୍ଗ ଗ୍ରାମର ୧୯ଜଣଙ୍କୁ ରାତି ଅଧିଆ ଉଠାଇ ଆଣିଲା ପୋଲିସ, ତାତିଲେ ମହିଳା

ଗଡରୋଡଙ୍ଗ ଗ୍ରାମର ୧୯ଜଣଙ୍କୁ ରାତି ଅଧିଆ ଉଠାଇ ଆଣିଲା ପୋଲିସ, ତାତିଲେ ମହିଳା

ବ୍ରହ୍ମଗିରି,୨୭ା୪(ଡି.ଏନ.ଏ): ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗଡରୋଡଙ୍ଗ ଗ୍ରାମରେ ବାସନ୍ଦ ପରିବାରର ଘର ଭଙ୍ଗାରୁଜା ଘଟଣାରେ ବ୍ରହ୍ମଗିରି ପୋଲିସ ଗୁରୁବାର ରାତିରେ ଚଢାଉ କରି ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଚଢାଉ ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ଉକ୍ତ ଗ୍ରାମର ମହିଳାମାନେ ଶୁକ୍ରବାର ଥାନାକୁ ଘେରାଉ କରିଥିଲେ । ଫଳରେ କିଛି ଘଣ୍ଟା ଧରି ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଭାରତୀୟ ସଫ୍ଟବଲ ଦଳରେ ଓଡ଼ିଶାର ଜ୍ୟୋତି

ଭାରତୀୟ ସଫ୍ଟବଲ ଦଳରେ ଓଡ଼ିଶାର ଜ୍ୟୋତି

ପୁରୀ ଅଫିସ,୨୭।୪: ଆସନ୍ତା ମଇ ୧ ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଆନ୍ତର୍ଜାତୀୟ ସଫ୍ଟବଲ୍‌ ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍‌ର ଭାରତୀୟ ଦଳରେ ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳର ଜ୍ୟୋତି ପ୍ରକାଶ ସାହୁ ମନୋନୀତ ହୋଇଛନ୍ତି। ଜ୍ୟୋତିଙ୍କ ସଫଳତା ଲାଗି ଶୁକ୍ରବାର ସ୍ଥାନୀୟ ଝାଡେଶ୍ୱର କ୍ଲବ ପରିସରରେ ସଫ୍ଟବଲ୍‌ ଆସୋସିଏଶନ୍‌ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା।

ରାଜ୍ୟରେ ଭିକାରି ସଂଖ୍ୟା ୬୩୯୦: କଟକରେ ସର୍ବାଧିକ

ରାଜ୍ୟରେ ଭିକାରି ସଂଖ୍ୟା ୬୩୯୦: କଟକରେ ସର୍ବାଧିକ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୩୯୦ ଭିକାରିଙ୍କୁ ଚିହ୍ନଟ କରାଯାଇଛି। ଶୁକ୍ରବାର ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଶାସକ ଦଳ ସଭ୍ୟ ମହେଶ ସାହୁଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି।

୭ ଦଫା ଦାବିରେ ବିକ୍ଷୋଭ

୭ ଦଫା ଦାବିରେ ବିକ୍ଷୋଭ

ଖୋର୍ଦ୍ଧା ଅଫିସ, ୨୭।୪: ୭ ଦଫା ଦାବି ନେଇ ଜିଲାର ସରକାରୀ, ପୂର୍ଣ୍ଣ ଅନୁଦାନ, ନୂତନ ଅନୁଦାନ ପ୍ରାପ୍ତ ତଥା ଅନୁଦାନ ଯୋଗ୍ୟ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ ପ୍ରମୁଖ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ନେଇ ବିଧାନସଭାରେ ହଙ୍ଗାମା: ୩ଟା ଯାଏ ଗୃହ ମୁଲତବୀ

ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ନେଇ ବିଧାନସଭାରେ ହଙ୍ଗାମା: ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ନେଇ ବିରୋଧୀ ଦଳ ଶୁକ୍ରବାର ବିଧାନସଭାରେ ହଙ୍ଗାମା କରିଛନ୍ତି।

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଜଟଣୀ,୨୭।୪ (ଡି.ଏନ୍‌.ଏ.): ବିଭିନ୍ନ ଚୋରି ଓ ଡକାୟତି ଘଟଣାରେ ଜଟଣୀ ପୋଲିସ ଶୁକ୍ରବାର ସକାଳୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରକାଶ ଚନ୍ଦ୍ର ସିଂହ(୨୪), ଗୋଲାମ ଖାନ୍‌ (୨୩), ଅନ୍‌ସର ଖାନ୍‌(୨୧), ବୁଲୁ ଖାନ୍‌ (୨୦), ଅବ୍‌ଦୁଲ ମନ୍‌ସୁର୍‌(୨୧) ଓ ସାବିତ୍‌ ଖାନ୍‌ (୨୦)।

ବିଜେଡି ଛାଡିଲେ ହେମା

ବିଜେଡି ଛାଡିଲେ ହେମା

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ହେମା ଗମାଙ୍ଗ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏଥିନେଇ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। ତେବେ ବିଭିନ୍ନ କାରଣ ଦର୍ଶାଇ ସେ ଦଳ ଛାଡିଥିବା କହିଛନ୍ତି।

ମିଛ ମାମଲାରେ ଛନ୍ଦିଦେଲା ପୋଲିସ:ଥାନାର କନଷ୍ଟେବଳ ମାଗୁଥିଲେ ଟଙ୍କା

ଭୁବନେଶ୍ୱର,୨୭।୪(ବ୍ୟୁରୋ)/ ଚନ୍ଦ୍ରଶେଖରପୁର(ଡିଏନ୍‌ଏ) : ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ କମିଶନ୍‌ରେଟ୍‌ ପୋଲିସ ‘ଉଇ କେୟାର ଓ ଉଇ ଡେୟାର’ ସ୍ଲୋଗାନ ଦେଉଛି। କିନ୍ତୁ ବାସ୍ତବରେ ପୋଲିସ ଅନ୍ୟ ଶକ୍ତିଦ୍ୱାରା ପ୍ରଭାବିତ ହୋଇ ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଛି। କେଉଁଠି ଦୋଷ ନ କରି ସ୍ବୀକାର କରିବା ପାଇଁ ମାଡ଼ ମାରୁଛି ତ ଆଉ କେଉଁଠି ମିଛ ମାମଲାରେ ଫସାଇ କୋର୍ଟ ଚାଲାଣ କରୁଛି। ଚନ୍ଦ୍ରଶେଖରପୁର ଥାନାଞ୍ଚଳର ପାଣ୍ଡବ ଦେଓଗାମ୍‌ ନାମକ ଜଣେ ବ୍ୟକ୍ତି ଏଭଳି ପୋଲିସର ଆକ୍ରୋଶର ଶିକାର ହୋଇଛନ୍ତି। ପୋଲିସ ତାଙ୍କୁ ମିଛ ମାମଲାରେ ଫସାଇ କୋର୍ଟ ଚାଲାଣ କରିଛି ବୋଲି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଓ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।

ନିଖିଳ ଉକତ୍ଳ ଶିକ୍ଷକ ମହାସଂଘର ଧାରଣା:ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର, ପ୍ରତଶ୍ରୁତି ଦେଲେ ସଚିବ

ଭୁବନେଶ୍ୱର, ୨୭।୪(ବ୍ୟୁରୋ)- ସପ୍ତମ ବେତନ କମିଶନ ଅନୁସାରେ ଦରମା ଓ ପେନସନ୍‌ ପ୍ରଦାନରେ ସରକାର ପକ୍ଷପାତିତା କରୁଛନ୍ତି। ରାଜ୍ୟରେ ଥିବା ବହୁ ଶିକ୍ଷକ, ଅଧ୍ୟାପିକା ଅଧ୍ୟାପକଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକ ସପ୍ତମ ବେତନ କମିଶନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସରକାରଙ୍କ ଏହି ପକ୍ଷପାତିତା ନୀତିକୁ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ବିରୋଧ କରୁଛି। ୟୁଜିସି ଦରମା ସ୍କେଲ୍‌କୁ ସଂଶୋଧନ କରି ସପ୍ତମ ବେତନ ପ୍ରଦାନ କରିବାକୁ ପୂର୍ବରୁ ମହାସଂଘ ଦାବି କରି ଆସୁଥିବାବେଳେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ସାଧାରଣ ସମ୍ପାଦକ ଅଧ୍ୟାପକ ରବି ରାୟ କହିଛନ୍ତି। ଗୁରୁବାର ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ପାଣ୍ଡିଆନ୍‌ଙ୍କ ଘର ଆଗରେ ମହିଳାଙ୍କ ଧାରଣା ଉଦ୍ୟମ:ଉଲଗ୍ନ ହୋଇ ବସିଥାନ୍ତେ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିତ ଭି.କେ ପାଣ୍ଡିଆନ୍‌ଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେବାକୁ ଆସିଥିଲେ ଜଣେ ମହିଳା। ହେଲେ ସେ ପହଞ୍ଚତ୍ବାମାତ୍ରେ ଆଗୁଆ ସୂଚନା ପାଇଥିବା ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା। ମହିଳା ଜଣକ ହେଲେ ସୋନାଲିକା ମହାନ୍ତି। ସେ ନିଜକୁ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ସ୍ତ୍ରୀ ବୋଲି ଦାବିକରି ଆସୁଛନ୍ତି। ବିଧାୟକ ତାଙ୍କୁ ବିବାହ କରି ପ୍ରତାରଣା କରିଥିବା ଅଭିଯୋଗ ଆଣି ନ୍ୟାୟ ପାଇଁ ସେ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଆପଣାଉଛନ୍ତି। ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସୋନାଲିକା ଉଲଗ୍ନ ହୋଇ ପାଣ୍ଡିଆନଙ୍କ ଘର ଆଗରେ ଧାରଣାରେ ବସିବେ ବୋଲି ପୂର୍ବରୁ କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ହେଲେ ଗୁରୁବାର ଧାରଣାରେ ବସିବା ପୂର୍ବରୁ ଏହି ଖବର ପୋଲିସ ନିକଟରେ ପହଞ୍ଚତ୍ ଯାଇଥିଲା। ଜୋନ୍‌ ଏସିପି ଓ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉକ୍ତ ସ୍ଥାନରେ ଜଗି ରହିଥିଲେ। ସୋନାଲିକା ପାଣ୍ଡିଆନ୍‌ଙ୍କ ଘର ଆଗକୁ ଚାଲି ଚାଲି ଯାଉଥିବା ସମୟରେ ପୋଲିସ ତାଙ୍କୁ କାବୁ କରିନେଇଥିଲା।

ସାଲେପୁର ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗିନ:ଟ୍ରାକୋଷ୍ଟୋମୀ ଚିକିତ୍ସା ପଦ୍ଧତି ପାଇଁ ପ୍ରସ୍ତୁତି

କଟକ ଅଫିସ, ୨୭।୪- ବଳାତ୍କାରର ଶିକାର ହୋଇଥିବା ସାଲେପୁର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ସଙ୍ଗିନ ହେବାରେ ଲାଗିଛି। ଗୁରୁବାର ଦିନ ତମାମ ପୀଡିତାଙ୍କ ଶରୀର ନିସ୍ତେଜ ଥିବାବେଳେ ଚିକିତ୍ସା ପାଇଁ ଗଠିତ ୧୩ଜଣିଆ ଡାକ୍ତରୀଦଳର ଘନଘନ ବୈଠକ ବସିଥିଲା। ସନ୍ଧ୍ୟା ସୁଦ୍ଧା ଟିମ୍‌ର ନିଷ୍ପତ୍ତି ଅନୁଯାୟୀ, ପୀଡିତାଙ୍କୁ ଟ୍ରାକୋଷ୍ଟୋମୀ ଚିକିତ୍ସା ପଦ୍ଧତି ଯୋଗାଇ ଦିଆଯିବ। ଟ୍ରାକୋଷ୍ଟୋମୀ ଚିକିତ୍ସା ହେଉଛି ଭେଣ୍ଟିଲେଟର ନଳୀକୁ ବେକବାଟ ଦେଇ ଶ୍ୱାସନଳୀ ସହିତ ଖଞ୍ଜାଯିବ। ଏବେ ପୀଡିତାଙ୍କ ଶ୍ୱାସକ୍ରିୟା ପାଇଁ ଭେଣ୍ଟିଲେଟର ନଳୀ ତାଙ୍କ ପାଟି ବାଟେ ଦିଆଯାଇଛି। ଏହି ଚିକିତ୍ସା ପଦ୍ଧତି ଅତିବେଶୀରେ ୭ରୁ ୧୦ ଦିନ ଚାଲିଥାଏ। ଅଧିକ ଦିନ ଏହି ଚିକିତ୍ସା ପଦ୍ଧତିରେ ରହିଲେ ଶରୀରର ଶବ୍ଦ ଇନ୍ଦ୍ରିୟ ନଷ୍ଟ ହୋଇଯିବାର ଆଶଙ୍କା ଥାଏ। ତେଣୁ ବେକ ପାଖରେ କଣା କରାଯାଇ ଏହି ନଳୀ ଖଞ୍ଜା ଯିବାକୁ ଡାକ୍ତରୀ ଟିମ୍‌ ନିଷ୍ପତ୍ତି ଗ୍ରହଣ କରିଛି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା:ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣି ଜେରା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା:ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣି ଜେରା

କଟକ ଅଫିସ, ୨୭।୪- କ୍ରାଇମବ୍ରାଞ୍ଚର ୬ ଦିନିଆ ରିମାଣ୍ଡରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଭଇଁସା ଜ୍ୟୋତି ବିକାଶ କଲେଜର ଇଂଲିଶ ଅଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ପୁଞ୍ଜିଲାଲଙ୍କୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଗୁରୁବାର ରାତିରେ ଏହି ରିମାଣ୍ଡରେ ଆଣିଛି। ତାଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇ ଜେରା ଆରମ୍ଭ ହୋଇଛି । କଲେଜ ଅଧ୍ୟକ୍ଷ ଚୌକିକୁ ନେଇ ପୁଞ୍ଜିଲାଲଙ୍କ ପୁଞ୍ଜିଭୂତ ଅସନ୍ତୋଷ ଲୋମହର୍ଷଣକାରୀ ଉପହାର ବୋମା ବିସ୍ଫୋରଣର ମୂଳ କାରଣ ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ଘଟଣା ପଛରେ ଆଉ କିଛି ରହସ୍ୟ ଥିବା ସନ୍ଦେହ କରି ପୁଞ୍ଜିଲାଲଙ୍କଠାରୁ ସତ ଓକାଳିବାକୁ ଚେଷ୍ଟା କରୁଛି। ପୁଞ୍ଜିଲାଲ ଯେଉଁ ଅଟୋ ସହାୟତାରେ ରାୟପୁର ସ୍କାଏକିଂ କୋରିୟର ସଂସ୍ଥାକୁ ଯାଇଥିଲେ, ସେ ସମ୍ପର୍କରେ ଅଧିକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ପାର୍ସଲଟିକୁ କୋରିୟର ସଂସ୍ଥାରେ ଦେଇଦେବାକୁ କହି ପୁଞ୍ଜିଲାଲ ଉକ୍ତ ଅଟୋ ଚାଳକଙ୍କୁ ଅଧିକ ୨୦ ଟଙ୍କା ଦେଇଥିବା ଜଣାପଡିଛି।

ମ୍ୟାଲେରିଆ, ଡେଙ୍ଗୁ ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବେ ଘରୋଇ ହସ୍ପିଟାଲ:ପରୀକ୍ଷା ରିପୋର୍ଟ, ଚିକିତ୍ସା ପଦ୍ଧତିର ହେବ ଯାଞ୍ଚ

ଭୁବନେଶ୍ୱର,୨୭।୪(ବ୍ୟୁରୋ)- ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନୀ ଏନ୍‌ସେଫାଲାଇଟସ୍‌ ରୋଗରେ ଆକ୍ରାନ୍ତ ରୋଗୀ କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଉକ୍ତ ହସ୍ପିଟାଲ ଏ ସମ୍ପର୍କରେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଜଣାଇବେ। ଏହି ଆଧାରରେ ରୋଗୀର ବିଭିନ୍ନ ପରୀକ୍ଷା ରିପୋର୍ଟ ସହ ଚିକିତ୍ସା ପଦ୍ଧତି ସମ୍ପର୍କରେ ତଦାରଖ କରାଯିବ। ଏଥିପାଇଁ ଓଡ଼ିଶା ମହାମାରୀ ରୋଗ ଆକ୍ଟ-୧୯୯୭କୁ ପରିବର୍ତ୍ତନ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଗେଜେଟ୍‌ ନୋଟିଫିକେଶନ(ବିଜ୍ଞପ୍ତି) ପ୍ରକାଶ ପାଇଛି।

ନିରାମୟ କେନ୍ଦ୍ର ଆଗରେ ଲମ୍ବା ଧାଡ଼ି କ୍ୟାପିଟାଲ ହସ୍ପିଟାଲ:୩ବର୍ଷ ବିତିଲାଣି, ଖୋଲୁନି ପ୍ରସ୍ତାବିତ ୪ ନିରାମୟ କେନ୍ଦ୍ର

ଭୁବନେଶ୍ୱର, ୨୭।୪(ବ୍ୟୁରୋ)- କ୍ୟାପିଟାଲ ହସ୍ପିଟାଲରେ ୫ଟି ନିରାମୟ କେନ୍ଦ୍ର ଖୋଲିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତାବ ରହିଥିଲା। କିନ୍ତୁ ବିଭାଗ ଗୋଟିଏ କେନ୍ଦ୍ର ଖୋଲି ଦେଇ ଚୁପ୍‌ ବସିପଡ଼ିଛି। ଫଳରେ ଏହାର ପରିଣତି ରୋଗୀଙ୍କୁ ଭୋଗିବାକୁ ପଡୁଛି। ନିରାମୟ କେନ୍ଦ୍ର ଅଭାବ ଥିବାରୁ ସମସ୍ତ ବିଭାଗର ରୋଗୀ ଓ ସମ୍ପର୍କୀୟମାନେ ଔଷଧ ପାଇଁ ହସ୍ପିଟାଲରେ ଥିବା ଏକମାତ୍ର କେନ୍ଦ୍ର ଆଗରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଛନ୍ତି। ସରକାର ୨୦୧୫ରେ ନିରାମୟ ଯୋଜନା ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ୫ଟି ନିରାମୟ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ରଖିଥିଲେ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ବହିର୍ବିଭାଗ ରୋଗୀଙ୍କ ପାଇଁ, ୨ୟଟି ୧୦୦ ଶଯ୍ୟା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗ କୋଠାରେ ଖୋଲିବାକୁ ସ୍ଥିର ହୋଇଥିଲା। ୩ୟ କେନ୍ଦ୍ର ଶିଶୁ ବିଭାଗ ପାର୍ଶ୍ୱରେ, ୪ର୍ଥଟି ଓ୍ବାର୍ଡରେ ଚିକିତ୍ସିତ ରୋଗୀଙ୍କ ପାଇଁ ଏବଂ ୫ମ କେନ୍ଦ୍ରଟି କାଜୁଆଲଟିକୁ ଆସୁଥିବା ଗୁରୁତର ରୋଗୀଙ୍କ ପାଇଁ ଖୋଲିବାକୁ ପ୍ରସ୍ତାବ ରହିଥିଲା। ସାଢେ ୩ ବର୍ଷ ପୂରି ଯାଇଥିଲେ ମଧ୍ୟ ସମସ୍ତ କେନ୍ଦ୍ର ଖୋଲିପାରିଲା ନାହିଁ।