ମେଟ୍ରୋ

ଦିଲ୍ଲୀ ଗଲେ ଋଷିଆ ପର୍ଯ୍ୟଟକ

ଦିଲ୍ଲୀ ଗଲେ ଋଷିଆ ପର୍ଯ୍ୟଟକ

ପୁରୀ ଅଫିସ, ୪।୧: ଋଷିଆର ଆନ୍ଦେରୀ ଗ୍ଲାଗୋଲ୍‌ଭ ଗୁରୁବାର ସକାଳେ ପୁରୀ ଷ୍ଟେଶନରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଦିଲ୍ଲୀ ଯାତ୍ରା କରିଛନ୍ତି। ୨୪ ଦିନର ଆତିଥ୍ୟତା ପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଡାକ୍ତରଙ୍କ ମୃତ୍ୟୁ ଘଟଣା: ନିଷ୍ଠୁର କନଷ୍ଟେବଳଙ୍କ ବିରୋଧରେ ଏତଲା, ତଦନ୍ତ ନିର୍ଦ୍ଦେଶ

ଡାକ୍ତରଙ୍କ ମୃତ୍ୟୁ ଘଟଣା: ନିଷ୍ଠୁର କନଷ୍ଟେବଳଙ୍କ ବିରୋଧରେ ଏତଲା, ତଦନ୍ତ ନିର୍ଦ୍ଦେଶ

କଟକ ଅଫିସ, ୩।୧- ମାନବିକତା ଭୁଲି ଜରୁରିକାଳୀନ ପ୍ରିପେଡ ଅଟୋ ସେବା ଯୋଗାଇ ନ ଦେବାରୁ ସୋମବାର ରାତିରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ପ୍ରିପେଡ ଅଟୋ କାଉଣ୍ଟର ଦାୟିତ୍ୱରେ ଥିବା ସମ୍ପୃକ୍ତ କନଷ୍ଟେବଳଙ୍କ ବିରୋଧରେ ମୃତ ଡାକ୍ତରଙ୍କ ସ୍ତ୍ରୀ ରାଜଶ୍ରୀ ମିଶ୍ର ଜିଆରପି ଥାନାରେ ବୁଧବାର ସନ୍ଧ୍ୟାରେ ଏତଲା ଦେଇଛନ୍ତି। ପୋଲିସ ଜନସାଧାରଣଙ୍କ ପ୍ରତି କେତେ ଯତ୍ନବାନ ଏହି ଘଟଣା ସ୍ପଷ୍ଟ ପ୍ରମାଣିତ କରିଛି।

ସବ୍‌ଜଜ୍‌ ଅନୁପମା ହତ୍ୟା ମାମଲା: ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷ୍ୟ ପ୍ରଦାନ ଶେଷ

ସବ୍‌ଜଜ୍‌ ଅନୁପମା ହତ୍ୟା ମାମଲା: ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷ୍ୟ ପ୍ରଦାନ ଶେଷ

କଟକ ଅଫିସ, ୩।୧- ବାଲେଶ୍ୱର ସବ୍‌ଜଜ୍‌ ଅନୁପମା ବେହେରା ହତ୍ୟା ମାମଲାର ଶୁଣାଣି କଟକ ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁଙ୍କ ଇଜିଲାସରେ ଜାରି ରହିଛି। ଉକ୍ତ ମାମଲାରେ ସହଦେବଖୁଣ୍ଟା ଥାନାର ତତ୍କାଳୀନ ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ମନୋଜ କୁମାର ରାଉତଙ୍କ ସାକ୍ଷ୍ୟପ୍ରଦାନ ମଙ୍ଗଳବାର ଶେଷ ହୋଇଛି।

ଚିଟ୍‌ଫଣ୍ଡ ଠକେଇ ମାମଲା: ଟ୍ରେଷ୍ଟି ସିକ୍ୟୁରିଟି, କ୍ରିଏଟିଭ ଆସେଟ୍‌ସ ବିରୋଧରେ ଚାର୍ଜଶିଟ

ଚିଟ୍‌ଫଣ୍ଡ ଠକେଇ ମାମଲା: ଟ୍ରେଷ୍ଟି ସିକ୍ୟୁରିଟି, କ୍ରିଏଟିଭ ଆସେଟ୍‌ସ ବିରୋଧରେ ଚାର୍ଜଶିଟ

କଟକ ଅଫିସ, ୩।୧- ଚିଟ୍‌ଫଣ୍ଡ ଠକେଇ ମାମଲାରେ ସମ୍ପୃକ୍ତ ଟ୍ରେଷ୍ଟି ସିକ୍ୟୁରିଟି ପ୍ରାଇଭେଟ ଲିମିଟେଡ୍‌ ଓ କ୍ରିଏଟିଭ ଆସେଟ୍‌ସ ପ୍ରାଇଭେଟ ଲିମିଟେଡ୍‌ ବିରୋଧରେ ବୁଧବାର ଚାର୍ଜଶିଟ ଦାଖଲ ହୋଇଛି।

ପ୍ରାୟଶ୍ଚିତ୍ତ କଲେ କଂସ

ପ୍ରାୟଶ୍ଚିତ୍ତ କଲେ କଂସ

ପୁରୀ ଅଫିସ, ୩।୧: ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ ସାରି ନିଜ ପାପର ପ୍ରାୟଶ୍ଚତ୍ତ କରିଛନ୍ତି।

ରାତିଅଧରେ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ପୋଲିସ ହଟହଟା

ରାତିଅଧରେ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ପୋଲିସ ହଟହଟା

ଭୁବନେଶ୍ୱର, ୩।୧(ବ୍ୟୁରୋ)- ରାତିଅଧରେ ଜଣେ ବିଚାରପତିଙ୍କ ଘରେ ସିବିଆଇ ପିଶ ବଦ୍‌ନାମ ହେବା ପରେ କମିଶନରେଟ ପୋଲିସ ଅନୁରୂପ ଭାବେ ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ହଟହଟା ହୋଇଛି। କଳାରାହାଙ୍ଗର ପ୍ରଦୀପ ନାୟକଙ୍କ ଘରେ ବନ୍ଧୁକ ବେପାର ଚାଲିଥିବା ନେଇ କଣ୍ଟ୍ରୋଲ ରୁମ୍‌ରୁ ସୂଚନା ପାଇବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିଲା।

ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

କଟକ ରୋଡ୍‌(ଡି.ଏନ.ଏ.)/ଭୁବନେଶ୍ୱର(ବ୍ୟୁରୋ), ୩।୧- ନୂଆବର୍ଷ ଆରମ୍ଭରୁ ରାଜଧାନୀରେ ପଡ଼ିଛି ରକ୍ତଛିଟା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟଙ୍କ ଭାଇ ଦୀପକ ଆଚାର୍ଯ୍ୟଙ୍କୁ ବୁଧବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରାଯାଇଛି।

ଗୋଷ୍ଠୀ ସଂଘର୍ଷ: ୮ ଆହତ

କୃଷ୍ଣପ୍ରସାଦ, ୩।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଯମୁନା ଗାଁରେ ଗାଧୋଇବାକୁ କେନ୍ଦ୍ରକରି ବୁଧବାର ସାନ ସାହି ଓ ବଡ଼ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି।

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

କଟକ ସଦର, ୩।୧(ଡି.ଏନ୍‌.ଏ.): କନ୍ଦରପୁର ଥାନା ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଶୁକପାଇକ ନଦୀ କୂଳରୁ ବୁଧବାର କମିଶନରେଟ୍‌ ପୋଲିସ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି।

ମହୋଦଧିରେ ସ୍ନାନକରି ପ୍ରାୟଶ୍ଚିତ୍ତ କଲେ କଂସ ମହାରାଜ

ମହୋଦଧିରେ ସ୍ନାନକରି ପ୍ରାୟଶ୍ଚିତ୍ତ କଲେ କଂସ ମହାରାଜ

ପୁରୀ ଅଫିସ, ୩।୧: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ବୁଧବାର ମହୋଦଧିରେ ସ୍ନାନକରି ପ୍ରାୟଶ୍ଚିତ୍ତ କରିଛନ୍ତି। ଏଥିସହ ଧନୁଯାତ୍ରା ଅବସରରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ଉଦ୍ଦେଶ୍ୟରେ ନିନ୍ଦାସୂଚକ ଶଦ୍ଦ ପ୍ରୟୋଗ କରିଥିବାରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ନିଜ ଭୁଲ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି।

ଅଭିଯୋଗ କରିବାକୁ ୪ ଥାନା ଦୌଡ଼ିଲେ ମହିଳା

ଅଭିଯୋଗ କରିବାକୁ ୪ ଥାନା ଦୌଡ଼ିଲେ ମହିଳା

ଭୁବନେଶ୍ୱର, ୨।୧(ବ୍ୟୁରୋ)- କେବଳ ଅଭିଯୋଗଟେ କରିବା ପାଇଁ ଜଣେ ମହିଳାଙ୍କୁ ୪ଥାନାକୁ ଦୌଡ଼ିବାକୁ ପଡ଼ିଛି। ଦିନ ତମାମ୍‌ ମହିଳା ଜଣକ ଏ ଥାନାକୁ ସେ ଥାନାକୁ ବୁଲିବା ସତ୍ତ୍ୱେ ପୋଲିସ ଅଭିଯୋଗ ରଖିବାରେ ଅବହେଳା କରିଛି। ଫଳରେ ମହିଳାଙ୍କ ପ୍ରତି କମିଶନରେଟ ପୋଲିସ କେତେ ତତ୍ପର ତାହା ଏଥିରୁ ସ୍ପଷ୍ଟ ହେଉଛି।

ସୁନାବେଶରେ ଦର୍ଶନ ଦେଲେ ଦାରୁଦିଅଁ

ସୁନାବେଶରେ ଦର୍ଶନ ଦେଲେ ଦାରୁଦିଅଁ

ପୁରୀ ଅଫିସ, ୨।୧: ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ରତ୍ନସିଂହାସନରେ ଦାରୁଦିଅଁ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ରାସ୍ତା ଉପରେ ଗୃହ ନିର୍ମାଣକୁ ନେଇ ବସ୍ତିବାସିନ୍ଦାଙ୍କ ବିରୋଧ, ଥାନା ଘେରାଉ

ରାସ୍ତା ଉପରେ ଗୃହ ନିର୍ମାଣକୁ ନେଇ ବସ୍ତିବାସିନ୍ଦାଙ୍କ ବିରୋଧ, ଥାନା ଘେରାଉ

ଭୁବନେଶ୍ୱର, ୨।୧(ବ୍ୟୁରୋ): ନୟାପଲୀ ଥାନା ଅନ୍ତର୍ଗତ ସାଲିଆସାହି ତାରେଣୀନଗର ପାତ୍ରସାହିରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।

ଏତଲାକାରୀଙ୍କୁ ଗିରଫ ପୋଲିସକୁ ମହଙ୍ଗାପଡ଼ିଲା

ଖୋର୍ଦ୍ଧା ଅଫିସ, ୨।୧: ଏତଲାକାରୀଙ୍କୁ ଗିରଫ କରିବାକୁ ଯାଇ ଖୋର୍ଦ୍ଧା ଟାଉନ ଥାନା ପୋଲିସ ମଙ୍ଗଳବାର ହଟହଟା ହୋଇଛି। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଜାଗୁଳେଇପାଟଣାଠାରେ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ପୂର୍ବାହ୍ନ ୧୦ଟାରୁ ଅବରୋଧ ହୋଇଛି।

ଆଜି ମହାପ୍ରଭୁଙ୍କ ସୁନାବେଶ

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୧।୧: ମଙ୍ଗଳବାର ପବିତ୍ର ପୌଷ ପୂର୍ଣ୍ଣମୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ।

ଜିଲା ସଂସ୍କୃତି ଭବନ: ନୂଆବର୍ଷରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଜିଲା ସଂସ୍କୃତି ଭବନ: ନୂଆବର୍ଷରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ, ୧।୧: ନୂଆବର୍ଷରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଜିଲା ସଂସ୍କୃତି ଭବନ। ଚକ୍ରତୀର୍ଥ ରୋଡସ୍ଥିତ ସଂସ୍କୃତି ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ଶ୍ରୀମନ୍ଦିରରେ ଲାଗିବ ଲ୍ୟାଣ୍ଡଫୋନ

ଶ୍ରୀମନ୍ଦିରରେ ଲାଗିବ ଲ୍ୟାଣ୍ଡଫୋନ

ପୁରୀ ଅଫିସ,୧।୧: ସେବାୟତଙ୍କ ପାଇଁ ସ୍ବତନ୍ତ୍ର ମୋବାଇଲ୍‌ (କ୍ୟାମେରା ଏବଂ ଇଣ୍ଟରନେଟ୍‌ ସୁବିଧା ନ ଥିବା) ଫୋନ ଯୋଗାଣ ଶେଷରେ ବାଟବଣା ହୋଇଛି। ଆରମ୍ଭରୁ ଏହାକୁ ବିରୋଧ କରାଯାଇ ଶ୍ରୀମନ୍ଦିର ବେଢ଼ାରେ ଲାଗିଥିଲା ଏକାଧିକ ପୋଷ୍ଟର।

ଶ୍ରୀମନ୍ଦିର ପରିଚାଳନା କମିଟି ଖୁବ୍‌ଶୀଘ୍ର

ଶ୍ରୀମନ୍ଦିର ପରିଚାଳନା କମିଟି ଖୁବ୍‌ଶୀଘ୍ର

ପୁରୀ ଅଫିସ, ୧।୧: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନ ହୋଇନାହିଁ। ନୂଆ କମିଟି କେବେ ଗଠନ ହେବ ତାହାକୁ ନେଇ ଅନିଶ୍ଚିତତା ଲାଗିରହିଛି। ପାଖାପାଖି ସାଢେ ୫ ମାସ ହେଲାଣି ବିନା ପରିଚାଳନା କମିଟିରେ ପରିଚାଳିତ ହେଉଛି ଶ୍ରୀମନ୍ଦିର।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ, ୧।୧: ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସଡ଼କ ପଥରେ ଆସି ପୂର୍ବାହ୍ନ ୧୧ଟା ୩୫ରେ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ।

ମିଥ୍ୟା ମାମଲା କରି ବୀମା ଅର୍ଥ ହଡ଼ପ

ମିଥ୍ୟା ମାମଲା କରି ବୀମା ଅର୍ଥ ହଡ଼ପ

କଟକ ଅଫିସ, ୧।୧: ବୀମା ଅର୍ଥ ହାତେଇବା ପାଇଁ ହେଉଛି ଚଞ୍ଚକତା। ଦୁର୍ଘଟଣା ଘଟିଥିବା ଦର୍ଶାଇ ବୀମା ଅର୍ଥ ହଡ଼ପ କରିବା ଉଦ୍ଦେଶ୍ୟରେ ଥାନାରେ ମିଥ୍ୟା ମାମଲା ରୁଜୁ କରାଯାଉଛି। ଏହି କାରବାରରେ ଏକ ର଼୍ୟାକେଟ୍‌ କାର୍ଯ୍ୟ କରୁଛି। ଯେଉଁଥିରେ ଓକିଲ, ଡାକ୍ତର, ପରିବହନ ଓ ପୋଲିସ ବିଭାଗର ଅଧିକାରୀମାନେ ସାମିଲ ଅଛନ୍ତି।

ବନ୍ଦ ହେଲା ୭ ଖଣି

ବନ୍ଦ ହେଲା ୭ ଖଣି

ଭୁବନେଶ୍ୱର, ୧।୧(ବ୍ୟୁରୋ): ନିର୍ଦ୍ଧାରିତ ତାରିଖରେ ଏକାଧିକ କମ୍ପାନୀ ଜରିମାନ ପୈଠ ନ କରିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୋମବାରଠାରୁ ୭ଟି ଖଣି ବନ୍ଦ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି।

ଚାରାରୋପଣ କରି ନୂତନ ବର୍ଷକୁ ସ୍ବାଗତ

ଚାରାରୋପଣ କରି ନୂତନ ବର୍ଷକୁ ସ୍ବାଗତ

ପୁରୀ ଅଫିସ, ୧।୧: ନବବର୍ଷର ସ୍ବାଗତ ଲାଗି ଚାରିଆଡେ ଉତ୍ସବମୁଖର। ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ। ଅନ୍ୟପଟେ ପୁରୀ ସହରର ଶତାଧିକ ସ୍ବେଚ୍ଛାସେବୀ ନୂତନ ବର୍ଷକୁ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି। ନାଚଗୀତର ଆୟୋଜନ ପରିବର୍ତ୍ତେ ବାର୍ତ୍ତା ଦେଇଛନ୍ତି ପରିବେଶ ସୁରକ୍ଷାର।

ଗୋଷ୍ଠୀ ସଂଘର୍ଷ, ୫ ଆହତ

ଗୋଷ୍ଠୀ ସଂଘର୍ଷ, ୫ ଆହତ

ଖୋର୍ଦ୍ଧା ଅଫିସ, ୧।୧: ନବବର୍ଷ ଉପଲକ୍ଷେ ରବିବାର ରାତିରେ ଭୋଜିକୁ ନେଇ ଖୋର୍ଦ୍ଧା ଟାଉନ୍‌ ଥାନା ସାମନ୍ତରାପୁରସ୍ଥିତ ମୋନାର୍କ ପ୍ୟାଲେସ ନିକଟରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୫ଜଣ ଆହତ ହୋଇଥିବା ବେଳେ ୫ ବାଇକ୍‌ ପୋଡ଼ି ଦିଆଯାଇଛି।

ଜିଲା ସଂସ୍କୃତି ଭବନ ଉଦ୍‌ଘାଟିତ

ଜିଲା ସଂସ୍କୃତି ଭବନ ଉଦ୍‌ଘାଟିତ

ପୁରୀ ଅଫିସ, ୧।୧: ପୁରୀ ଜିଲା ସଂସ୍ମୃତି ଭବନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଚକ୍ରତୀର୍ଥ ରୋଡ଼ରେ ଥିବା ଏହି ସଂସ୍କୃତି ଭବନର କାମ ୨୦୧୨-୧୩ ମସିହାରେ ଆରମ୍ଭ ହୋଇଥିଲା।