ମେଟ୍ରୋ
ବୁଦ୍ଧିଆ ଏନ୍କାଉଣ୍ଟର ପରେ ଖୋଳତାଡ଼: କାର ଶୋରୁମ୍ ଥିଲା ଟାର୍ଗେଟରେ
କଟକ ଅଫିସ, ୬।୧- ନୟାଗଡର ବୁଦ୍ଧିଆ ଓରଫ ତ୍ରିଲୋଚନ ନାହାକଙ୍କୁ ପୋଲିସ ଏନ୍କାଉଣ୍ଟର କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ସାଢେ ୩ମାସ ହେବ ବୁଦ୍ଧିଆ ନୟାଗଡ ଛାଡ଼ି ଭୁବନେଶ୍ୱର ଓ କଟକରେ ରହୁଥିଲେ। ଗୋପାଳପୁରରେ ଏକାଧିକ କାର ଶୋ ରୁମ୍ ରହିଛି। ଏହି ଶୋରୁମ୍ରେ ପ୍ରତିଦିନ ବଡ଼ଧରଣର ଟଙ୍କା କାରବାର ହୋଇଥାଏ। କେତେକ ନିର୍ଦ୍ଦିଷ୍ଟ ଶୋରୁମ୍ର ଟଙ୍କା ବ୍ୟାଙ୍କକୁ ଯିବାବେଳେ ଲୁଟ୍ କରିବା ପାଇଁ ବୁଦ୍ଧିଆ ଟାର୍ଗେଟ ରଖିଥିଲେ, ଯାହା ପୋଲିସ ଜାଣିବାକୁ ପାଇଛି।

‘ଭଲ ଥିବା କିଡ୍ନୀ ପୁଅକୁ ଦେବି’
କଟକ ଅଫିସ,୬।୧: ୩୦ ବର୍ଷ ବୟସ୍କ ପୁଅର କିଡ୍ନୀ ଅଚଳ। ଡାଏଲିସିସ ଚାଲିଛି। କିଡ୍ନୀ ପ୍ରତ୍ୟାରୋପଣ ହିଁ ଜୀବନ ବଞ୍ଚାଇବାର ଏକମାତ୍ର ମାଧ୍ୟମ। ଡାକ୍ତରଙ୍କ ଏଭଳି କଥା ମା’ର ଆଖିରୁ ନିଦ ହଜାଇ ଦେଇଛି। ‘ପୁଅକୁ କିଡ୍ନୀ ଦାନ କରିବି। ମୋତେ ୫୬ବର୍ଷ ହେଲାଣି। ମଁୁ ମରିଗଲେ କିଛି ହେବନି ହେଲେ ମୋ କିଡନୀ ନେଇ ମୋ ପୁଅ ବଞ୍ଚି ରହୁ।’
ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସକ ସମ୍ମିଳନୀ ଆରମ୍ଭ
କଟକ ଅଫିସ,୬।୧-ନିଖିଳ ଓଡ଼ିଶା ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସକ ସଂଘର ପଞ୍ଚମ ବାର୍ଷିକ ଅଧିବେଶନ ଅଶ୍ୱିନୀ ହସ୍ପିଟାଲ ନର୍ସିଂ ସ୍କୁଲ୍ ପରିସରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ, ଦେଶ ଓ ବିଦେଶର ନାମକରା ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସିକମାନେ ଯୋଗଦେବେ। ଉଦ୍ଘାଟନୀ ଦିବସରେ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଓ ଏହାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା।
ରାଜ୍ୟବ୍ୟାପୀ ହେବ ଜମି ଦୁର୍ନୀତିର ଖୋଳତାଡ଼
କଟକ ଅଫିସ, ୫। ୧- ବନ୍ଦୋବସ୍ତ ଓ ରାଜସ୍ବ ଅଧିକାରୀମାନଙ୍କ ଦ୍ୱାରା ତହସିଲ ସ୍ତରରେ ବ୍ୟାପକ ଦୁର୍ନୀତି କରାଯାଇଛି। ଏଣୁ ରାଜ୍ୟବ୍ୟାପୀ ଜମି ଦୁର୍ନୀତିର ଖୋଳତାଡ଼ କରାଯିବ। ମୁଖ୍ୟତଃ ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, କଟକ, ଟାଙ୍ଗୀ-ଚୌଦ୍ୱାର, ବାରଙ୍ଗ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ସହର ଉପରେ ଅଧିକ ଗୁରୁତ୍ୱ ଦିଆଯିବ।

ଗର୍ଭଗୃହ, ଜଗମୋହନରେ ଏସି ଲଗାଇବାକୁ ସୁପାରିସ
ପୁରୀ ଅଫିସ, ୫।୧: ଗର୍ଭଗୃହ ଓ ଜଗମୋହନରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର(ଏସି) ଲଗାଇବାକୁ ସୁପାରିସ କରିଛି ଧାନବାଦସ୍ଥିତ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ ସଂସ୍ଥା (ସିଆଇଏମ୍ଏଫ୍ଆର)। ଗର୍ଭଗୃହ ଓ ଜଗମୋହନ ବାୟୁ ନିଷ୍କାସନ ବ୍ୟବସ୍ଥା ସମ୍ପର୍କିତ ରିପୋର୍ଟ ଏଏସ୍ଆଇକୁ ଉକ୍ତ ସଂସ୍ଥା ପ୍ରଦାନ କରିଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଡିଜିପିଏସ୍ ସର୍ଭେ
ପୁରୀ ଅଫିସ, ୫।୧: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଶୁକ୍ରବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଡିଜିପିଏସ୍ (ଡିଫରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ସର୍ଭେ ଆରମ୍ଭ ହୋଇଛି।

କୋଣାର୍କ ଲାଇଟ ଆଣ୍ଡ ସାଉଣ୍ଡ ଶୋ: ମିଳୁନି ଅନୁମତି, ହୋଇପାରୁନି ୨ଟି ଶୋ
ପୁରୀ ଅଫିସ, ୫।୧: କୋଣାର୍କ ସୂର୍ଯ୍ୟମନ୍ଦିର ପରିସରସ୍ଥ ଲାଇଟ ଆଣ୍ଡ ସାଉଣ୍ଡ ଶୋ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବଢିବାରେ ଲାଗିଛି। ହେଲେ ସମୟ ସାଜିଛି ବାଧକ। ବିଳମ୍ବିତ ସମୟରେ ଏବଂ ଗୋଟିଏ ଶୋ ହେଉଥିବାରୁ ପର୍ଯ୍ୟଟକମାନେ ସମସ୍ୟାରେ ପଡୁଛନ୍ତି।

ଆରମ୍ଭ ହେଲା ‘ଶିଶିର ସରସ’:ଅଂଶଗ୍ରହଣ କରିଛନ୍ତି ୨୪ ରାଜ୍ୟର ୬୩୫ କାରିଗର
ଭୁବନେଶ୍ୱର, ୫।୧(ବ୍ୟୁରୋ)- ପଞ୍ଚାୟତିରାଜ ବିଭାଗ ଅଧୀନ ଓଡ଼ିଶା ରୁରାଲ ଡେଭେଲପ୍ମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି(ଓର୍ମାସ୍) ପକ୍ଷରୁ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ‘ଶିଶିର ସରସ’ ମେଳା। ଗ୍ରାମୀଣ କାରିଗର ଓ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ନିମନ୍ତେ ଆୟୋଜିତ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି।

ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କଲେ ଦେବୋତ୍ତର ଆୟୁକ୍ତ
ସାକ୍ଷୀଗୋପାଳ, ୫।୧(ଡି.ଏନ୍.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ଏବଂ ବକୁଳବନ ଶୁକ୍ରବାର ରାଜ୍ୟ ଦେବୋତ୍ତର ଆୟୁକ୍ତ ବିଜରା ପ୍ରସାଦ ଦତ୍ତ ପରିଦର୍ଶନ କରିଛନ୍ତି।

ଠିକା ପରିମଳ କର୍ମଚାରୀ ସଂଘର ବିକ୍ଷୋଭ
ପୁରୀ ଅଫିସ, ୫।୧: ବିଭିନ୍ନ ଦାବି ନେଇ ଶ୍ରୀଜଗନ୍ନାଥ ମନ୍ଦିର ଠିକା ପରିମଳ କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରାଯାଇଛି। ସଂଘ ସଭାପତି ଶରତ ଚନ୍ଦ୍ର ରାୟଗୁରୁ, ଶ୍ରମିକ ନେତା ଜଗନ୍ନାଥ ଦେଓ, ସମ୍ପାଦକ ମନୋଜ ବାରିକଙ୍କ ନେତୃତ୍ୱରେ ଶତାଧିକ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି।

ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
ବୋଲଗଡ଼, ୫।୧(ଡି.ଏନ୍.ଏ.): ୧୯୫ ବାଟାଲିୟନ୍ ବିଏସ୍ଏଫ୍ ଗାଡ଼ି ଦୁର୍ଘଟଣାରେ ଗୁରୁତର ହୋଇ ବିଶାଖାପାଟଣାରେ ଚିକିତ୍ସାଧୀନ ଥିବା ଯବାନ ଆମଜାଦ୍ ଖାଁ(୨୮)ଙ୍କର ଗୁରୁବାର ପରଲୋକ ହୋଇଥିଲା। ଯବାନଙ୍କ ମରଶରୀରକୁ ଶୁକ୍ରବାର ସକାଳେ ନିଜ ଗାଁ ବୋଲଗଡ଼ ବ୍ଲକ ପରିଖେତାଠାରେ ତୋପ ସଲାମି ଦିଆଯାଇ ରାଷ୍ଟ୍ରୀୟ ସମ୍ମାନର ସହିତ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
କ୍ୟାନସର ରୋଗୀଙ୍କ ମୃତ୍ୟୁକୁ ନେଇ ବିବାଦ
କଟକ ଅଫିସ, ୪।୧- ଜଣେ କ୍ୟାନସର ରୋଗୀଙ୍କ ମୃତ୍ୟୁକୁ ନେଇ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ବିବାଦ ଉପୁଜିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ସହିତ ରୋଗୀଙ୍କୁ ଅକ୍ସିଜେନ ନ ମିଳିବାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

କଟକରେ ପୁଣି ଏନ୍କାଉଣ୍ଟର: ନୟାଗଡ଼ର ବୁଦ୍ଧିଆଙ୍କୁ ଗୁଳି
କଟକ ଅଫିସ, ୪।୧- କଟକରେ ପୋଲିସର ଏନ୍କାଉଣ୍ଟର ସଂଖ୍ୟା ୭କୁ ଛୁଇଁଛି। ୭ ନମ୍ବର ଏନ୍କାଉଣ୍ଟରର ଶିକାର ହୋଇଛନ୍ତି ପୋଲିସର ମୋଷ୍ଟ ୱାଣ୍ଟେଡ୍ ବୁଦ୍ଧିଆ ଓରଫ ତ୍ରିଲୋଚନ ନାହାକ। ବୁଦ୍ଧିଆଙ୍କ ଘର ନୟାଗଡ଼ ଜିଲା ଶରଣକୁଳ ଥାନା ଅଞ୍ଚଳରେ। ତାଙ୍କ ନାମରେ କଟକ, ଭୁବନେଶ୍ୱର, ପୁରୀ ଓ ନୟାଗଡ଼ ଅଞ୍ଚଳରେ ମୋଟ ୩୨ଟି ଆପରାଧିକ ମାମଲା ରହିଛି।

ଇ-ବର୍ଜ୍ୟବସ୍ତୁ ବିପଦ: ସଚେତନ କରିବ ରାବଣ
ଭୁବନେଶ୍ୱର,୪।୧(ବ୍ୟୁରୋ)- ଘରୁ କିମ୍ବା ଅଫିସରୁ ବାହାରୁଥିବା ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ (ଇ-ଓ୍ବେଷ୍ଟ) ଏକ ବଡ଼ ସମସ୍ୟା ଭାବେ ଉଭା ହେଲାଣି। ଏହି ବର୍ଜ୍ୟବସ୍ତୁ ବିଷୟରେ ଜନସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡିଛି। ସଚେତନତା ପାଇଁ ଭୁବନେଶ୍ୱରର ଜୟଦେବ ବିହାର ଓ ପାଓ୍ବାର ହାଉସ ଛକ ନିକଟରେ ଦୁଇଟି ଇ-ଓ୍ବେଟ କଳାକୃତିକୁ ସ୍ଥାପନ କରାଯିବ।

ଏସ୍ସିବି ମେଡିକାଲରେ ରୋଗୀଙ୍କୁ ଡାକ୍ତରଙ୍କ ଗୋଇଠା
କଟକ ଅଫିସ, ୪।୧- ଗୁରୁବାର ଏସ୍ସିବି ମେଡିକାଲରେ ଏକ ସାଂଘାତିକ ଘଟଣା ଘଟିଛି, ଯାହାକୁ ନେଇ ମେଡିକାଲରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇଛି। ଲକ୍ଷ୍ମଣ ଦୀପ(୫୦) ନାମକ ଜଣେ କିଡ୍ନୀ ରୋଗୀଙ୍କୁ ନେଫ୍ରୋଲୋଜି ବିଭାଗର ଜଣେ ବରିଷ୍ଠ ପ୍ରଫେସର ବୁଟ୍ ପିନ୍ଧିଥିବା ଅବସ୍ଥାରେ ଗୋଇଠା ମାରିବା ସହିତ ତାଙ୍କୁ ଚେୟାର ଉଠାଇ ପିଟିବାକୁ ଉଦ୍ୟମ କରିଛନ୍ତି।

ଗଜପତିଙ୍କ ପୁଷ୍ୟାଭିଷେକ
ପୁରୀ ଅଫିସ, ୪।୧: ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ଗୁରୁବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି।

ମହିଳା ଏସ୍ଆଇଙ୍କୁ ବଳାତ୍କାର ଅଭିଯୋଗ: ତଦନ୍ତ କରିବେ ଅତିରିକ୍ତ ଡିସିପି
ଭୁବନେଶ୍ୱର, ୪।୧(ବ୍ୟୁରୋ)- ଜଣେ ମହିଳା ପୋଲିସ ଏସ୍ଆଇଙ୍କୁ ଭୁବନେଶ୍ୱର ଜିଆରପି ଥାନା ଅଧିକାରୀ ସୌଭାଗ୍ୟ ସ୍ବାଇଁ ଯୌନ ନିର୍ଯାତନା ଦେବା ସହିତ ବଳାତ୍କାର କରିଥିବା ଅଭିଯୋଗର ତଦନ୍ତ କରିବେ ଅତିରିକ୍ତ ଡିସିପି। ଉକ୍ତ ମହିଳା ଏସ୍ଆଇଙ୍କୁ ପଚରାଉଚରା କରିବା ସହ ଆଗାମୀ ଦିନରେ ଥାନା ଅଧିକାରୀଙ୍କୁ ପୋଲିସ ନୋଟିସ କରିବ। ଉକ୍ତ ନୋଟିସ ଆଧାରରେ ଜିଆରପି ଅଧିକାରୀ ସୌଭାଗ୍ୟ ସ୍ବାଇଁ ନିଜ ମତ ରଖିବେ ବୋଲି ପୋଲିସ କମିଶନ୍ର ଓ୍ବାଇ.ବି. ଖୁରାନିଆ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସିଡିପିଓଙ୍କ ଅଫିସରେ ତାଲା ପକାଇ ଧାରଣାରେ ବସିଲେ ଅଙ୍ଗନଓ୍ବାଡି କର୍ମୀ
କଟକ ସଦର, ୪।୧(ଡି.ଏନ.ଏ.): କଟକ ସଦର ବ୍ଲକ ସିଡିପିଓ ପଦ୍ମିନୀ ବକ୍ସିଙ୍କର ବୁଧବାର ସନ୍ଧ୍ୟାରେ ବଦଳି ହୋଇଛି। ଚାରିମାସ ନ ପୁରୁଣୁ ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ସିଡିପିଓଙ୍କ ଅଫିସରେ ତାଲା ପକାଇ କଟକ ସଦର ଅଙ୍ଗନଓ୍ବାଡି କର୍ମୀମାନଙ୍କ ପକ୍ଷରୁ ଗୁରୁବାର ଧାରଣା ଦିଆଯାଇଛି।

ଭେନସ୍ ଡେଲି ମାର୍ଟରେ ଅଗ୍ନିକାଣ୍ଡ, ଦ୍ୱିତୀୟ ମହଲା ଭସ୍ମ
ଭୁବନେଶ୍ୱର, ୪।୧(ବ୍ୟୁରୋ): ଭୁବନେଶ୍ୱର ଡମଣାସ୍ଥିତ ଭେନସ୍ ଡେଲି ମାର୍ଟରେ ଗୁରୁବାର ସକାଳେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ମଲ୍ର ଦ୍ୱିତୀୟ ମହଲା ପୋଡି ପାଉଁଶ ହୋଇଯାଇଛି।

ଦିଲ୍ଲୀ ଗଲେ ଋଷିଆ ପର୍ଯ୍ୟଟକ
ପୁରୀ ଅଫିସ, ୪।୧: ଋଷିଆର ଆନ୍ଦେରୀ ଗ୍ଲାଗୋଲ୍ଭ ଗୁରୁବାର ସକାଳେ ପୁରୀ ଷ୍ଟେଶନରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ରେ ଦିଲ୍ଲୀ ଯାତ୍ରା କରିଛନ୍ତି। ୨୪ ଦିନର ଆତିଥ୍ୟତା ପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଡାକ୍ତରଙ୍କ ମୃତ୍ୟୁ ଘଟଣା: ନିଷ୍ଠୁର କନଷ୍ଟେବଳଙ୍କ ବିରୋଧରେ ଏତଲା, ତଦନ୍ତ ନିର୍ଦ୍ଦେଶ
କଟକ ଅଫିସ, ୩।୧- ମାନବିକତା ଭୁଲି ଜରୁରିକାଳୀନ ପ୍ରିପେଡ ଅଟୋ ସେବା ଯୋଗାଇ ନ ଦେବାରୁ ସୋମବାର ରାତିରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ପ୍ରିପେଡ ଅଟୋ କାଉଣ୍ଟର ଦାୟିତ୍ୱରେ ଥିବା ସମ୍ପୃକ୍ତ କନଷ୍ଟେବଳଙ୍କ ବିରୋଧରେ ମୃତ ଡାକ୍ତରଙ୍କ ସ୍ତ୍ରୀ ରାଜଶ୍ରୀ ମିଶ୍ର ଜିଆରପି ଥାନାରେ ବୁଧବାର ସନ୍ଧ୍ୟାରେ ଏତଲା ଦେଇଛନ୍ତି। ପୋଲିସ ଜନସାଧାରଣଙ୍କ ପ୍ରତି କେତେ ଯତ୍ନବାନ ଏହି ଘଟଣା ସ୍ପଷ୍ଟ ପ୍ରମାଣିତ କରିଛି।

ସବ୍ଜଜ୍ ଅନୁପମା ହତ୍ୟା ମାମଲା: ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷ୍ୟ ପ୍ରଦାନ ଶେଷ
କଟକ ଅଫିସ, ୩।୧- ବାଲେଶ୍ୱର ସବ୍ଜଜ୍ ଅନୁପମା ବେହେରା ହତ୍ୟା ମାମଲାର ଶୁଣାଣି କଟକ ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍ ସଞ୍ଜୟ କୁମାର ସାହୁଙ୍କ ଇଜିଲାସରେ ଜାରି ରହିଛି। ଉକ୍ତ ମାମଲାରେ ସହଦେବଖୁଣ୍ଟା ଥାନାର ତତ୍କାଳୀନ ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ମନୋଜ କୁମାର ରାଉତଙ୍କ ସାକ୍ଷ୍ୟପ୍ରଦାନ ମଙ୍ଗଳବାର ଶେଷ ହୋଇଛି।

ଚିଟ୍ଫଣ୍ଡ ଠକେଇ ମାମଲା: ଟ୍ରେଷ୍ଟି ସିକ୍ୟୁରିଟି, କ୍ରିଏଟିଭ ଆସେଟ୍ସ ବିରୋଧରେ ଚାର୍ଜଶିଟ
କଟକ ଅଫିସ, ୩।୧- ଚିଟ୍ଫଣ୍ଡ ଠକେଇ ମାମଲାରେ ସମ୍ପୃକ୍ତ ଟ୍ରେଷ୍ଟି ସିକ୍ୟୁରିଟି ପ୍ରାଇଭେଟ ଲିମିଟେଡ୍ ଓ କ୍ରିଏଟିଭ ଆସେଟ୍ସ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ବୁଧବାର ଚାର୍ଜଶିଟ ଦାଖଲ ହୋଇଛି।

ପ୍ରାୟଶ୍ଚିତ୍ତ କଲେ କଂସ
ପୁରୀ ଅଫିସ, ୩।୧: ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ ସାରି ନିଜ ପାପର ପ୍ରାୟଶ୍ଚତ୍ତ କରିଛନ୍ତି।