ମେଟ୍ରୋ

ବିଜ୍ଞାପନ ମାରୁଥିବା ୯ ସଂସ୍ଥାକୁ ବିଏମ୍‌ସିର ନୋଟିସ୍‌

ବିଜ୍ଞାପନ ମାରୁଥିବା ୯ ସଂସ୍ଥାକୁ ବିଏମ୍‌ସିର ନୋଟିସ୍‌

ଭୁବନେଶ୍ୱର, ୧୦।୧(ବ୍ୟୁରୋ)- ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବିଜ୍ଞାପନ ଲାଗୁଛି। କିଛି ସଂସ୍ଥା ବିଜ୍ଞାପନ ବାବଦ ଟିକସ ନ ଦେଇ ବିଜ୍ଞାପନ ମାରିଚାଲିଛନ୍ତି। ସେମାନଙ୍କ ବିରୋଧରେ ବିଏମ୍‌ସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

୨୪ରୁ ଖଣ୍ଡଗିରି ମାଘ ମେଳା

୨୪ରୁ ଖଣ୍ଡଗିରି ମାଘ ମେଳା

ଭୁବନେଶ୍ୱର, ୧୦।୧(ବ୍ୟୁରୋ)- ଆସନ୍ତା ୨୪ ତାରିଖରେ ଖଣ୍ଡଗିରି ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ମାଘ ସପ୍ତମୀ ମେଳା। ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁସନ୍ଥମାନେ ଏଥିରେ ଯୋଗଦେବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୁଧବାର ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବିଏମ୍‌ସି କର୍ମଚାରୀଙ୍କ ନାମରେ ବଳାତ୍କାର ଅଭିଯୋଗ

ବିଏମ୍‌ସି କର୍ମଚାରୀଙ୍କ ନାମରେ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର, ୧୦।୧(ବ୍ୟୁରୋ)- ବଳାତ୍କାରର ଶିକାର ଜଣେ ବିଧବାକୁ ନ୍ୟାୟ ଦେବାରେ ନୟାପଲ୍ଲୀ ଥାନା ପୋଲିସ ବିଫଳ ହୋଇଛି। ପୀଡ଼ିତା ଜଣକ ୩ମାସ ଧରି ଥାନାକୁ ଦୌଡ଼ୁଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ। କାରଣ ହେଉଛି ଅଭିଯୁକ୍ତ ଜଣକ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଜଣେ କର୍ମଚାରୀ। କର୍ମଚାରୀ ଜଣକ ଟଙ୍କା ବଳରେ ପୋଲିସ ମୁହଁ ବନ୍ଦ କରିଦେଇଥିବା ପୀଡ଼ିତା ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି।

ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରହିବ ‘ଏମ୍‌ପିଲାଡ୍‌ ସ୍କିମ୍‌’

ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରହିବ ‘ଏମ୍‌ପିଲାଡ୍‌ ସ୍କିମ୍‌’

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ସାଂସଦ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ ‘ଏମ୍‌ପିଲାଡ ସ୍କିମ’ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଆଗାମୀ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହି ସ୍କିମ ସାଂସଦମାନଙ୍କ ପାଇଁ ଲାଗୁ ରହିବ।

ବଜେଟ ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ବଜେଟ ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ପ୍ରାକ୍‌ ବଜେଟକୁ ନେଇ ଆଲୋଚନା କରୁଛନ୍ତି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ହୋଇଛି।

ସ୍ବାସ୍ଥ୍ୟମିଶନ କର୍ମଚାରୀ ସଂଘର ଦାବିପତ୍ର

ସ୍ବାସ୍ଥ୍ୟମିଶନ କର୍ମଚାରୀ ସଂଘର ଦାବିପତ୍ର

ପୁରୀ ଅଫିସ, ୧୦।୧: ୨ ଦଫା ଦାବି ନେଇ ରାଜ୍ୟ ସ୍ବାସ୍ଥ୍ୟମିଶନ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ସିଡିଏମ୍‌ଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପାପୁଲିବିହୀନ ଶିକାରୀ ଗିରଫ

ପାପୁଲିବିହୀନ ଶିକାରୀ ଗିରଫ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଭରତପୁର ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ କର୍ମଚାରୀ ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି।

ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ, ୧୦।୧: ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ମହିଳା ଥାନା ପୋଲିସ ବୁଧବାର କେନାଲ ରୋଡ଼ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଯୋବ୍ରା କେନାଲ ରୋଡ଼ ଅଞ୍ଚଳର କାଳିଆ ନାୟକ।

ଆରମ୍ଭ ହେଲା ଗ୍ଲୋରିଫେଷ୍ଟ

ଆରମ୍ଭ ହେଲା ଗ୍ଲୋରିଫେଷ୍ଟ

ପୁରୀ ଅଫିସ, ୯।୧: ରାଷ୍ଟ୍ର ଗଠନରେ ଯୁବଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯୁବଗୋଷ୍ଠୀ ହିଁ ଚାହିଁଲେ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ। ତେଣୁ ଯୁବଶକ୍ତିଙ୍କ ମନରେ ସେହିଭଳି ସକାରାତ୍ମକ ଚିନ୍ତାଧାରା ରହିବା ଦରକାର, ଯାହାଫଳରେ ଆମ ଦେଶ ଏକ ଆଦର୍ଶ ରାଷ୍ଟ୍ର ହୋଇପାରିବ।

ପୋଲିସ ବିଭାଗ ଉପରେ ଅଙ୍ଗୁଳି ଉଠାଇଲେ ସମୀର

ପୋଲିସ ବିଭାଗ ଉପରେ ଅଙ୍ଗୁଳି ଉଠାଇଲେ ସମୀର

ପୁରୀ ଅଫିସ, ୯।୧: କୌଣସି ଘଟଣାରେ ପୋଲିସ ସୁନା ଜବତ କରୁଛି। ଆଉ ସୁନା ପୋଲିସ ପାଖକୁ ଯିବା ପରେ ସେଥିରେ ଖାଦ ଅଧିକ ବଢିଯାଉଛି। ଓଡ଼ିଶାରେ ଏଭଳି ରହିଛି ପୋଲିସର ମାନସିକତା। ଚନ୍ଦନପୁରଠାରେ ରାଜ୍ୟ ସ୍ବର୍ଣ୍ଣ ,ରୌପ୍ୟ ଶିଳ୍ପୀ ସଂଘର ମହାସମାବେଶରେ ଯୋଗଦେଇ ପୋଲିସବାହିନୀ ଉପରକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବିଜେଡି ମୁଖପାତ୍ର ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ।

ପ୍ରଭଞ୍ଜନ ମଲ୍ଲିକଙ୍କୁ କଳିଙ୍ଗ କ୍ରୀଡ଼ାରତ୍ନ

ପ୍ରଭଞ୍ଜନ ମଲ୍ଲିକଙ୍କୁ କଳିଙ୍ଗ କ୍ରୀଡ଼ାରତ୍ନ

ପୁରୀ ଅଫିସ, ୯।୧: ଶରଧାବାଲିରେ ଚାଲିଥିବା ଶ୍ରୀକ୍ଷେତ୍ର ପୁସ୍ତକମେଳାର ମଙ୍ଗଳବାର ସପ୍ତମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଲିଙ୍ଗରାଜ କଳାନିକେତନ ଅନୁଷ୍ଠାନ ପକ୍ଷରୁ ମେଳା ମଞ୍ଚରେ ଏକଦନ୍ତାୟ-ବକ୍ରତୁଣ୍ଡାୟ ଓ ଆସ ମା’ ଦୁର୍ଗା ନୃତ୍ୟ ସହ ପଲ୍ଲୀ, ସମ୍ବଲପୁରୀ ଓ ପାରମ୍ପରିକ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା।

ଏନ୍‌ଏଚ୍‌ ଫ୍ଲାଏଓଭରରୁ ଖସିଲା କଂକ୍ରିଟ: ବର୍ତ୍ତିଲେ ବାଇକ୍‌ ଆରୋହୀ

ଏନ୍‌ଏଚ୍‌ ଫ୍ଲାଏଓଭରରୁ ଖସିଲା କଂକ୍ରିଟ: ବର୍ତ୍ତିଲେ ବାଇକ୍‌ ଆରୋହୀ

ଭୁବନେଶ୍ୱର, ୯।୧(ବ୍ୟୁରୋ)- ବମିଖାଲ ଓଭରବ୍ରିଜ ପରେ ଚର୍ଚ୍ଚାକୁ ଆସିଛି ରସୁଲଗଡ଼ ଜାତୀୟ ରାଜପଥ(ଏନ୍‌ଏଚ୍‌) ଫ୍ଲାଏଓଭର। ନିମ୍ନମାନର କାମ ଯୋଗୁ ରସୁଲଗଡ଼ ଫ୍ଲାଏଓଭରରୁ ମଙ୍ଗଳବାର ରାତିରେ ଏକ ବିରାଟ କଂକ୍ରିଟ ଖଣ୍ଡ ଖସିଛି। କଂକ୍ରିଟ ଖଣ୍ଡର ଓଜର ପ୍ରାୟ ୪୦ କିଲୋଗ୍ରାମ ହେବ ବୋଲି ଅନୁମାନ କରାଯାଉଛି।

ହସ୍ପିଟାଲ ଆଗରେ ନିଜ ବେକ କାଟିଲେ ଯୁବକ

ହସ୍ପିଟାଲ ଆଗରେ ନିଜ ବେକ କାଟିଲେ ଯୁବକ

ଭୁବନେଶ୍ୱର, ୯।୧(ବ୍ୟୁରୋ)- ଅପରାହ୍ନ ପ୍ରାୟ ସାଢ଼େ ୪ଟା। ଫାୟାରଷ୍ଟେଶନ ନିକଟ ଏକ ଘରୋଇ ହସ୍ପିଟାଲରୁ ବାହାରକୁ ଚାଲିଆସିଲେ ଜଣେ ଯୁବକ। ପକେଟ୍‌ରୁ ଏକ ଛୁରି ବାହାର କରି ନିଜ ବେକକୁ ନିଜେ କାଟିଦେଲେ। ନିକଟରେ ୫/୭ ଜଣ ଲୋକ ଯୁବକଙ୍କୁ ଦେଖି ଅଟକାଇବାକୁ ଉଦ୍ୟମ କରିବା ବେଳକୁ ଯୁବକ ଜଣକ ବେକ କାଟି ଦେଇ ସେହିଠାରେ ଟଳି ପଡ଼ିଥିଲେ।

ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ: ୧୦ ଶପିଂ ମଲ୍‌କୁ ନୋଟିସ୍‌

ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ: ୧୦ ଶପିଂ ମଲ୍‌କୁ ନୋଟିସ୍‌

ଭୁବନେଶ୍ୱର, ୯।୧(ବ୍ୟୁରୋ)- ବିନା ଅଗ୍ନି ନିର୍ବାପକରେ ରାଜଧାନୀର ଏକାଧିକ ଶପିଂ ମଲ୍‌ ଦୀର୍ଘଦିନ ହେବ ଚାଲୁଛି। ହେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ନିକଟରେ ବମ୍ବେରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ଚେତା ପଶଛି।

ପୋଲିସ ଏନ୍‌କାଉଣ୍ଟର: ୨ ଆହତ

ପୋଲିସ ଏନ୍‌କାଉଣ୍ଟର: ୨ ଆହତ

ଭୁବନେଶ୍ୱର, ୯।୧(ବ୍ୟୁରୋ): ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ମଙ୍ଗଳବାର କମିଶନରେଟ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।

ରାଜଧାନୀର ୧୦ ମଲକୁ ଅଗ୍ନିଶମ ବିଭାଗର ନୋଟିସ

ରାଜଧାନୀର ୧୦ ମଲକୁ ଅଗ୍ନିଶମ ବିଭାଗର ନୋଟିସ

ଭୁବନେଶ୍ୱର, ୯।୧(ବ୍ୟୁରୋ): ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଅଗ୍ନିଶମ ବିଭାଗ ରାଜଧାନୀର ବଡ଼ବଡ଼ ୧୦ଟି ମଲରେ ରେଡ୍‌ କରିଥିଲା। ମାତ୍ର ମଲଗୁଡିକ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଙ୍ଘନ କରୁଥିବା ଜଣାପଡିଥିଲା, ଯାହାକୁ ନେଇ ମଙ୍ଗଳବାର ମଲ୍‌ଗୁଡିକୁ ନୋଟିସ ଜାରି କରାଯାଇଛି।

ଇ-ଲାଇବ୍ରେରୀ ଉଦ୍‌ଘାଟିତ

ଇ-ଲାଇବ୍ରେରୀ ଉଦ୍‌ଘାଟିତ

କଟକ ଅଫିସ, ୯।୧: ଓଡ଼ିଶା ହାଇକୋର୍ଟ ପରିସରରେ ଇ-ଲାଇବ୍ରେରୀ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ବିଚାରପତି ବିନୀତ୍‌ ଶରନ ମୁଖ୍ୟ ଅତିଥିରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ପୁରୀରେ ଆରମ୍ଭ ହେଲା ଇ-ଷ୍ଟାମ୍ପିଂ ବ୍ୟବସ୍ଥା

ପୁରୀରେ ଆରମ୍ଭ ହେଲା ଇ-ଷ୍ଟାମ୍ପିଂ ବ୍ୟବସ୍ଥା

ପୁରୀ ଅଫିସ, ୯।୧(ଡି.ଏନ୍‌.ଏ.): ଜମିଜମା ପଞ୍ଜୀକରଣ ଆଦି କ୍ଷେତ୍ରରେ ଆବଶ୍ୟକ ହେଉଥିବା ଷ୍ଟାମ୍ପ ପାଇଁ ପୁରୀରେ ଇ-ଷ୍ଟାମ୍ପିଂ ବ୍ୟବସ୍ଥା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଜିଲା ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆଇଜିଆର୍‌ ଉପେନ୍ଦ୍ର ନାଥ ମଲିକ, ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଡକାୟତି ଉଦ୍ୟମ ପଣ୍ଡ

ଡକାୟତି ଉଦ୍ୟମ ପଣ୍ଡ

ଖୋର୍ଦ୍ଧା ଅଫିସ, ୯।୧: ଆଙ୍କର-ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି। ଏଥିରେ ଜଣେ ଦୁର୍ବୃତ୍ତ ଗୁରୁତର ଆହତ ହୋଇଛନ୍ତି।

ପାଇପ ଉପରେ ଚଢିଗଲା ଟ୍ରକ୍‌

ପାଇପ ଉପରେ ଚଢିଗଲା ଟ୍ରକ୍‌

ଭୁବନେଶ୍ୱର, ୯।୧(ବ୍ୟୁରୋ): ବାଣୀବିହାର-ରସୁଲଗଡ଼ ଓଭରବ୍ରିଜ ଉପରେ ମଙ୍ଗଳବାର ଭୋର ୪ଟାରେ ଏକ ପିଚୁ ବୋଝେଇ ଟ୍ରକ୍‌ (ଏନ୍‌ଏଲ୍‌୦୧ଡି୪୪୧୯) ଭାରସାମ୍ୟ ହରାଇ ପାଣି ପାଇପ୍‌ ଉପରେ ଚଢିଯାଇଛି।

 ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ଭୁବନେଶ୍ୱର,୮।୧(ବ୍ୟୁରୋ)- ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କ ସହ ରଙ୍ଗବେରଙ୍ଗ ଫୁଲର ପସରାକୁ ନେଇ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ। ମୟୂର ଓ ଚିତ୍ରା ହରିଣଙ୍କ ବିଚରଣର ମନଲୋଭା ଦୃଶ୍ୟ ସାଙ୍ଗକୁ ଗେଣ୍ଡୁ, ଅର୍କିଡ୍‌, ଗୋଲାପ, ଜାର୍‌ବେରା, ସାଲ୍‌ଭିଆ ଭଳି ଫୁଲର ଅପରୂପ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ରାଜଭବନ ପରିସରକୁ ଟାଣିନେଉଛି। ଏଥିସହ ଅର୍ନାମେଣ୍ଟାଲ ପ୍ଲାଣ୍ଟ, ଓ୍ବାଟର ଫାଉଣ୍ଟେନ୍‌, ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ କିଚେନ୍‌ ଗାର୍ଡେନ୍‌ ଦେଖଣାହାରିଙ୍କୁ ଏକ ନୂଆ ଅନୁଭୂତି ଦେଉଛି।

ପୁରୀରେ ପହଞ୍ଚତ୍ଲା ପ୍ରଥମ ରଥ କାଠ

ପୁରୀରେ ପହଞ୍ଚତ୍ଲା ପ୍ରଥମ ରଥ କାଠ

ପୁରୀ ଅଫିସ, ୮।୧: ଆସନ୍ତା ଜୁଲାଇ ୧୪ରେ ମହାପ୍ରଭୁଙ୍କ ଘୋଷଯାତ୍ରା। ତିନି ଠାକୁରଙ୍କ ରଥ ନିର୍ମାଣ ଲାଗି ପ୍ରଥମ ପର୍ଯ୍ୟାୟ ରଥକାଠ ସୋମବାର ରାତିରେ ପୁରୀରେ ପହଞ୍ଚତ୍ଛି।

ଯନ୍ତ୍ର ସଙ୍ଗୀତ, ନୃତ୍ୟର ପସରାରୁ ଆରମ୍ଭ ହେଲା ‘ଅନ୍ତର୍ଦୃଷ୍ଟି’

ଯନ୍ତ୍ର ସଙ୍ଗୀତ, ନୃତ୍ୟର ପସରାରୁ ଆରମ୍ଭ ହେଲା ‘ଅନ୍ତର୍ଦୃଷ୍ଟି’

ଭୁବନେଶ୍ୱର,୮।୧(ବ୍ୟୁରୋ)- ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ। କେତେବେଳେ ସେ ପତିତପାବନ ତ କେତେବେଳେ ସେ ଦୁଃଖିରଙ୍କିଙ୍କ ପରମ ସାଥୀ। ଭକ୍ତିର ଗଭୀରତା ଜାଣିବାକୁ ଭଗବାନ ଯେପରି ଭକ୍ତର ପରୀକ୍ଷା ନିଅନ୍ତି, ସେହିପରି ନିଜର ଶ୍ରଦ୍ଧା ପରଖିବାକୁ ମଧ୍ୟ ପରୀକ୍ଷା ଦିଅନ୍ତି। ଜଗତର ନାଥ ହୋଇ ବି ସେ ଶବରୀ ଦେଇଥିବା ଅଇଁଠା ଫଳ ଖାଇବାକୁ କୁଣ୍ଠାବୋଧ କରନ୍ତିନି। ସମର୍ପଣ, ଶ୍ରଦ୍ଧା ଓ ଭକ୍ତିଭାବ ଆଗରେ ସବୁକିଛି ବ୍ୟର୍ଥ ତାଙ୍କ ପାଖରେ। ଭକ୍ତ ଓ ଭଗବାନଙ୍କ ଏଭଳି ଅପୂର୍ବ ମିଳନକୁ ମଞ୍ଚରେ ଅତି ସୁନ୍ଦରଭାବେ ଉପସ୍ଥାପନ କରିଥିଲେ ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର।

ନବମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫର୍ମପୂରଣ ୧୦ରୁ

କଟକ ଅଫିସ, ୮।୧- ରାଜ୍ୟର ୩୧୪ ହାଇସ୍କୁଲରେ ନବମ ଶ୍ରେଣୀ ପିଲାମାନଙ୍କୁ ତୃତୀୟ ଭାଷା ସ୍ଥାନରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଇଚ୍ଛାଧୀନ ବିଷୟ ଭାବେ ଶିକ୍ଷାଦାନ ଦିଆଯାଉଛି। ସେହି ଛାତ୍ରୀଛାତ୍ରମାନଙ୍କ ଧନ୍ଦାମୂଳକ ପରୀକ୍ଷା ନିମନ୍ତେ ଜାନୁୟାରୀ ୧୦ ତାରିଖ ପୂର୍ବାହ୍ନ ୮ଟାରୁ ଜାନୁୟାରୀ ୧୯ ତାରିଖ ମଧ୍ୟରାତ୍ରି ଯାଏ ଅନ୍‌ଲାଇନ୍‌ ଜରିଆରେ ଫର୍ମପୂରଣ ହେବ।