ମେଟ୍ରୋ

ପିଜି କରୁଥିବା ଡାକ୍ତରଙ୍କୁ ମାସିକ ୧୮ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯିବ:  ପ୍ରତାପ ଜେନା

ପିଜି କରୁଥିବା ଡାକ୍ତରଙ୍କୁ ମାସିକ ୧୮ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯିବ: ପ୍ରତାପ ଜେନା

ଭୁବନେଶ୍ୱର, ୧୬।୧(ବ୍ୟୁରୋ)- ରାଜ୍ୟର ସରକାରୀ ମେଡିକାଲ ଓ ହସ୍ପିଟାଲଗୁଡ଼ିକରେ ପ୍ରି ଏବଂ ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ପିଜି କରୁଥିବା ଡାକ୍ତରମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା ସହିତ ସେମାନଙ୍କୁ ମାସିକ ୧୮୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ପ୍ରଦାନ କରିବାକୁ ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି।

କଲେଜ କ୍ୟାମ୍ପସ  ଅପରାଧମୁକ୍ତ ହେବ: କ୍ୟାମ୍ପସରେ ହେବ କଡା ପାଟ୍ରୋଲିଂ, ମୁତୟନ ହେବ ପିସିଆର ଭ୍ୟାନ

କଲେଜ କ୍ୟାମ୍ପସ ଅପରାଧମୁକ୍ତ ହେବ: କ୍ୟାମ୍ପସରେ ହେବ କଡା ପାଟ୍ରୋଲିଂ, ମୁତୟନ ହେବ ପିସିଆର ଭ୍ୟାନ

ଭୁବନେଶ୍ୱର, ୧୬। ୧(ବ୍ୟୁରୋ)- ଏବେ କଲେଜ ଛାତ୍ରମାନେ ବହୁ ମାତ୍ରାରେ ବିଭିନ୍ନ ଆପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ୍‌ଠାରୁ ଆରମ୍ଭ କରି ବଳାତ୍କାର, ଅପହରଣ, ଗଣ୍ଡଗୋଳ ଏବଂ ନିଶା କାରବାର ଭଳି ସଙ୍ଗିନ ମାମଲାରେ ଜଡିତ ରହୁଛନ୍ତି। ପାଠ ପଢୁଆ ପିଲାଙ୍କ ଆପରାଧିକ ତାଲିକା ବଢୁଛି। ଏଣୁ କଲେଜ କ୍ୟାମ୍ପସ କିପରି ଅପରାଧମୁକ୍ତ ହୋଇପାରିବ ସେ ନେଇ ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଭୁବନେଶ୍ୱର ଓ କଟକର ଦୁଇ ଡିସିପି ଏବଂ ସବୁ ଜିଲାର ଏସ୍‌ପିଙ୍କୁ ଏକ ଆଡ୍‌ଭାଇଜରି ଜାରି କରିଛନ୍ତି। ଏହାସହ ଶିକ୍ଷାନୁଷ୍ଠାନ ଏବଂ ଅଭିଭାବକମାନଙ୍କୁ ମଧ୍ୟ ଆଡଭାଇଜରି କରାଯାଇଛି। କମିଶନରେଟ୍‌ ପୋଲିସ ମୁଖ୍ୟାଳୟରେ ଥିବା ଡିଜିଙ୍କ କ୍ୟାମ୍ପ ଅଫିସରେ ଏକ ଖବରଦାତା ସମ୍ମିଳନୀରେ ଡିଜି ଏହି ସୂଚନା ଦେଇଛନ୍ତି।

ପୁରୀରେ ଜାତୀୟ ଏସ୍‌ଟି କମିଶନ ଉପାଧ୍ୟକ୍ଷା

ପୁରୀରେ ଜାତୀୟ ଏସ୍‌ଟି କମିଶନ ଉପାଧ୍ୟକ୍ଷା

ପୁରୀ ଅଫିସ, ୧୬।୧: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ(ଏସ୍‌ଟି କମିଶନ)ର ଉପାଧ୍ୟକ୍ଷା ଅନୁସୂୟା ବୁକେ ମଙ୍ଗଳବାର ପୁରୀ ଆସି ଜିଲାରେ ଅନୁସୂଚିତ ଜନଜାତିମାନଙ୍କ ଲାଗି ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସୁଖ ସନ୍ଧାନରେ ଦୁଇବନ୍ଧୁ

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସୁଖ ସନ୍ଧାନରେ ଦୁଇବନ୍ଧୁ

ପୁରୀ ଅଫିସ,୧୬।୧: ଜୀବନାନନ୍ଦ ସାମନ୍ତ ଓ ଜନାର୍ଦ୍ଦନ ମିଶ୍ର। ଦୁଇଜଣ ସାଙ୍ଗ। ଗଁ।ର ମାଟି, ପାଣି, ପବନରେ ବଢିଛନ୍ତି। ଗଁ। ସଭ୍ୟତା ଓ ଚଳଣିକୁ ଖୁବ୍‌ ନିକଟରୁ ଦେଖିଛନ୍ତି। ଗଁ। ପରିବେଶ ତାଙ୍କ ମନକୁ ଛୁଇଁଛି।

ଗୁଡ଼ି ସୂତାରେ ଷ୍ଟାଫ୍‌ନର୍ସଙ୍କ ବେକ କଟିଲା

ଗୁଡ଼ି ସୂତାରେ ଷ୍ଟାଫ୍‌ନର୍ସଙ୍କ ବେକ କଟିଲା

ପୁରୀ ଅଫିସ, ୧୬।୧: ଗୁଡ଼ି ସୂତା ବାଜି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ସବିତା ତ୍ରିପାଠୀଙ୍କ ବେକ କଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବେକରେ ୪ଟି ଷ୍ଟିଚ ପଡିଛି।

ମିଳିମିଳା ଓ ରୁବେଲା ସଂକ୍ରାନ୍ତ କର୍ମଶାଳା

ମିଳିମିଳା ଓ ରୁବେଲା ସଂକ୍ରାନ୍ତ କର୍ମଶାଳା

ପୁରୀ ଅଫିସ, ୧୬।୧: ପୁରୀ ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ପୁରୀ ସହରରେ ମଙ୍ଗଳବାର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନେଇ ମିଳିମିଳା(ମିଜିଲ୍ସ) ଓ ଜର୍ମାନ ମିଳିମିଳା(ରୁବେଲା) ଟୀକାକରଣ ସଂକ୍ରାନ୍ତରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଖୋର୍ଦ୍ଧା ଅଫିସ, ୧୬।୧: ଖୋର୍ଦ୍ଧା ସହରର ବେସରକାରୀ କ୍ଲିନିକ୍‌ରେ ମଙ୍ଗଳବାର ଏକ ନବଜାତ ଶିଶୁର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ୬ଷ୍ଟ ବାଟାଲିୟନ୍‌ ଆନୁକୂଲ୍ୟରେ ଏନ୍‌ସିସି ପକ୍ଷରୁ ସର୍ବଭାରତୀୟ ଉପକୂଳ ଯାତ୍ରା(କୋଷ୍ଟାଲ ଟ୍ରେକିଙ୍ଗ୍‌ କ୍ୟାମ୍ପ) ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ପାଣି ପଞ୍ଚାୟତ ରଥ ଉଦ୍‌ଘାଟିତ ହୋଇଛି। ଏଡିଏମ୍‌ ବିଭୁତି ଭୂଷଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ରଥ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ।

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

କଟକ ରୋଡ଼, ୧୬।୧(ଡି.ଏନ୍‌.ଏ.): କଟକ ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ ଓ ଖୋର୍ଦ୍ଧା ଜିଲା ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ମଙ୍ଗଳବାର ସକାଳେ ଚଢାଉ କରାଯାଇ ଚୋରା ଚାଲାଣ କରୁଥିବା ୯ ଗଞ୍ଜେଇ ବ୍ୟବସାୟୀଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରାଯାଇଛି।

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ବୟନଶିଳ୍ପ ନିର୍ଦ୍ଦେଶାଳୟ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ବୟନିକା ପକ୍ଷରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା। ଓଡ଼ିଶା ସହ ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡ଼ୁ, ଆସାମ, କର୍ନାଟକ, ଉତ୍ତରାଖଣ୍ଡ, ହରିୟାଣା, ବିହାର, ତେଲେଙ୍ଗାନା, ତ୍ରିପୁରା, ପଞ୍ଜାବ, ଗୁଜରାଟ, ଦିଲ୍ଲୀ ଏବଂ ମଣିପୁରର ଉତ୍କୃଷ୍ଟ ହସ୍ତତନ୍ତ ବସ୍ତ୍ରକୁ ନେଇ ଆୟୋଜିତ ଏହି ମେଳାକୁ ସୋମବାର ରାଜ୍ୟପାଳ ଡ. ଏସ୍‌.ସି. ଜମିର ଉଦ୍‌ଘାଟନ କରିଛନ୍ତି।

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ମନୁଷ୍ୟ ମଧ୍ୟରେ ନୈତିକ ଗୁଣ ରହିବା ଜରୁରୀ। ନିଶା ସେବନଠାରୁ ଦୂରେଇ ରହିବା ଆବଶ୍ୟକ। ପରସ୍ପର ମଧ୍ୟରେ ହିଂସା, ଦ୍ୱୈଷଭାବ ନ ରଖି ସଦ୍‌ଭାବନା ରଖିବା ଏବଂ ଯେତେ କଷ୍ଟ ହେଲେ ମଧ୍ୟ କାର୍ଯ୍ୟରେ ନୈତିକତା ବଜାୟ ରଖିବା ଜଣେ ପ୍ରକୃତ ମନୁଷ୍ୟର ଲକ୍ଷ୍ୟ ହେବା ଉଚିତ।

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୧୫।୧(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖଣ୍ଡଗିରି ପାଦଦେଶକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପାଇଁ ଏହି ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖଣ୍ଡଗିରି ପାଦଦେଶରେ ୨ ଏକର ଜମି ଚିହ୍ନଟ କରିଛି।

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ପୁରୀ ଅଫିସ, ୧୫।୧: କିଛିଦିନ ହେଲା ଶ୍ରୀମନ୍ଦିରରେ ଲୁଟ୍‌ ଘଟଣା ବଢିବାରେ ଲାଗିଛି। ଭିଡ଼ର ସୁଯୋଗ ନେଇ ଭକ୍ତଙ୍କ ଚେନ୍‌, ମନିପର୍ସ ଲୁଟି ନେଉଛନ୍ତି ଲୁଟେରା। ଏକ ଧାର୍ମିକ ସ୍ଥଳରେ ଲୁଟ୍‌ର ଶିକାର ହେବା ପରେ ଅନେକ ଶ୍ରଦ୍ଧାଳୁ ଅଭିଯୋଗ କରିବାକୁ ପସନ୍ଦ କରୁନାହାନ୍ତି।

ଦେବୋତ୍ତର କମିଶନରଙ୍କ ରିପୋର୍ଟ: ଭୁଶୁଡ଼ିବ ଗୋପୀନାଥ ଦେବ ମନ୍ଦିର

ଦେବୋତ୍ତର କମିଶନରଙ୍କ ରିପୋର୍ଟ: ଭୁଶୁଡ଼ିବ ଗୋପୀନାଥ ଦେବ ମନ୍ଦିର

ପୁରୀ ଅଫିସ, ୧୫।୧: ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ଗୋପୀନାଥ ଦେବ ମନ୍ଦିର ବିପଦସଙ୍କୁଳ। କେଉଁ ପରିସ୍ଥିତିରେ ଭୁଶୁଡିବ। ଆଉ ମନ୍ଦିର ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର: ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସ୍‌ଆଇ

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର: ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସ୍‌ଆଇ

ପୁରୀ ଅଫିସ,୧୫।୧: ଶ୍ରୀଜଗନ୍ନାଥ ମନ୍ଦିର ତଦନ୍ତ କମିଶନଙ୍କ ରିପୋର୍ଟ ତଲବ ପରେ ଏଏସ୍‌ଆଇ ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ମରା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ରାଜଭବନଠାରେ ସୋମବାର କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍‌.ସି. ଜମିର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଉଚ୍ଚଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପକ୍ଷରୁ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା କେନ୍ଦ୍ର ସ୍ଥାପନ ହେବ। ଭୁବନେଶ୍ୱର ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କେନ୍ଦ୍ର ଖୋଲାଯିବ।

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟରତ ୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଏହା ଘୋଷଣା କରିଛନ୍ତି।

ଦୁର୍ଘଟଣା: ୧ ମୃତ, ୩ ଗୁରୁତର

ଦୁର୍ଘଟଣା: ୧ ମୃତ, ୩ ଗୁରୁତର

ପୁରୀ ଅଫିସ, ୧୫।୧: ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ଼ରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି।

ବାପଘରୁ ଫେରିଲେ ମା’ ପାର୍ବତୀ: ଲୋକନାଥଙ୍କୁ ଲାଗି ହେଲା ମକରଚୂଳ, ମକରମୁଆଁ

ବାପଘରୁ ଫେରିଲେ ମା’ ପାର୍ବତୀ: ଲୋକନାଥଙ୍କୁ ଲାଗି ହେଲା ମକରଚୂଳ, ମକରମୁଆଁ

ପୁରୀ ଅଫିସ,୧୪ା୧: ଶ୍ରୀଜଗନ୍ନାଥ ମନ୍ଦିରର ନୀତି ସହିତ ଲୋକନାଥ ମନ୍ଦିର ନୀତି ଜଡ଼ିତ ରହିଛି। ପ୍ରସିଦ୍ଧ ମକର ପର୍ବ ଅବସରରେ ଲୋକନାଥ ଶୈବପୀଠରେ ମକର ପର୍ବ ପାଳିତ ହୋଇଛି।

ମହାପ୍ରଭୁଙ୍କୁ ଲାଗି ହେଲା ମକର ଚାଉଳ

ମହାପ୍ରଭୁଙ୍କୁ ଲାଗି ହେଲା ମକର ଚାଉଳ

ପୁରୀ ଅଫିସ,୧୪ା୧: ଶ୍ରୀମନ୍ଦିରରେ ରବିବାର ପାଳିତ ହୋଇଛି ପବିତ୍ର ମକର ପର୍ବ। ମହାପ୍ରଭୁଙ୍କୁ ଲାଗି ହୋଇଛି ମକର ଚାଉଳ ଭୋଗ। ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ମକର ବେଶରେ ଦର୍ଶନ କରିଛନ୍ତି ଭକ୍ତ। ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହୋଇଥିଲା।

ଭଲ ଚାଉଳ କଲିକତା ଚାଲାଣ

ଭଲ ଚାଉଳ କଲିକତା ଚାଲାଣ

କଟକ ଅଫିସ, ୧୪।୧- କଲିକତାକୁ ଚାଲାଣ ହେଉଛି ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିବା ଭଲ ଧାନର ଚାଉଳ। ଏହି କଳା କାରବାରରେ ସାମିଲ ହୋଇଛନ୍ତି ମିଲର, ଯୋଗାଣ ବିଭାଗର ଅଧିକାରୀ। ବିଶେଷକରି ବିଭିନ୍ନ ଗୋଦାମ ଦାୟିତ୍ୱରେ ଥିବା ପ୍ରୋକ୍ୟୁରମେଣ୍ଟ ଇନ୍ସପେକ୍ଟର(ପିଆଇ)ଙ୍କ ଭୂମିକା ଏ କ୍ଷେତ୍ରରେ ଅଧିକ ଗୁରୁତ୍ୱପୁର୍ଣ୍ଣ ରହିଛି। କଟକରେ ଧାନ କିଣା ଓ ମିଲରଙ୍କଠାରୁ ଚାଉଳ ଫେରସ୍ତ ପ୍ରକ୍ରିୟା ଆରମ୍ଭରୁ ଏଭଳି ଘଟଣା ଦେଖିବାକୁ ମିଳିଛି।

ଅରାଚଣ୍ଡୀରେ ପକ୍ଷୀ ଗଣନା: ଦେଖାଦେଲେ ୭୮ ପ୍ରଜାତି, ୩ ନୂଆ

ଅରାଚଣ୍ଡୀରେ ପକ୍ଷୀ ଗଣନା: ଦେଖାଦେଲେ ୭୮ ପ୍ରଜାତି, ୩ ନୂଆ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ଖୋର୍ଦ୍ଧା ବନଖଣ୍ଡ ଅଧୀନ ଅରାଚଣ୍ଡୀ ପାଟରେ ରବିବାର ପକ୍ଷୀ ଗଣନା କରାଯାଇଛି। ଗଣନା ବେଳେ ଏଠାରେ ମୋଟ ୭୮ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ୩ଟି ପ୍ରଜାତି ଏଥର ପ୍ରଥମ କରି ଅରାଚଣ୍ଡୀ ଆସିଥିବା ଜଣାପଡ଼ିଛି।