ମେଟ୍ରୋ

ଯନ୍ତ୍ର ସଙ୍ଗୀତ, ନୃତ୍ୟର ପସରାରୁ ଆରମ୍ଭ ହେଲା ‘ଅନ୍ତର୍ଦୃଷ୍ଟି’

ଯନ୍ତ୍ର ସଙ୍ଗୀତ, ନୃତ୍ୟର ପସରାରୁ ଆରମ୍ଭ ହେଲା ‘ଅନ୍ତର୍ଦୃଷ୍ଟି’

ଭୁବନେଶ୍ୱର,୮।୧(ବ୍ୟୁରୋ)- ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ। କେତେବେଳେ ସେ ପତିତପାବନ ତ କେତେବେଳେ ସେ ଦୁଃଖିରଙ୍କିଙ୍କ ପରମ ସାଥୀ। ଭକ୍ତିର ଗଭୀରତା ଜାଣିବାକୁ ଭଗବାନ ଯେପରି ଭକ୍ତର ପରୀକ୍ଷା ନିଅନ୍ତି, ସେହିପରି ନିଜର ଶ୍ରଦ୍ଧା ପରଖିବାକୁ ମଧ୍ୟ ପରୀକ୍ଷା ଦିଅନ୍ତି। ଜଗତର ନାଥ ହୋଇ ବି ସେ ଶବରୀ ଦେଇଥିବା ଅଇଁଠା ଫଳ ଖାଇବାକୁ କୁଣ୍ଠାବୋଧ କରନ୍ତିନି। ସମର୍ପଣ, ଶ୍ରଦ୍ଧା ଓ ଭକ୍ତିଭାବ ଆଗରେ ସବୁକିଛି ବ୍ୟର୍ଥ ତାଙ୍କ ପାଖରେ। ଭକ୍ତ ଓ ଭଗବାନଙ୍କ ଏଭଳି ଅପୂର୍ବ ମିଳନକୁ ମଞ୍ଚରେ ଅତି ସୁନ୍ଦରଭାବେ ଉପସ୍ଥାପନ କରିଥିଲେ ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର।

ନବମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫର୍ମପୂରଣ ୧୦ରୁ

କଟକ ଅଫିସ, ୮।୧- ରାଜ୍ୟର ୩୧୪ ହାଇସ୍କୁଲରେ ନବମ ଶ୍ରେଣୀ ପିଲାମାନଙ୍କୁ ତୃତୀୟ ଭାଷା ସ୍ଥାନରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଇଚ୍ଛାଧୀନ ବିଷୟ ଭାବେ ଶିକ୍ଷାଦାନ ଦିଆଯାଉଛି। ସେହି ଛାତ୍ରୀଛାତ୍ରମାନଙ୍କ ଧନ୍ଦାମୂଳକ ପରୀକ୍ଷା ନିମନ୍ତେ ଜାନୁୟାରୀ ୧୦ ତାରିଖ ପୂର୍ବାହ୍ନ ୮ଟାରୁ ଜାନୁୟାରୀ ୧୯ ତାରିଖ ମଧ୍ୟରାତ୍ରି ଯାଏ ଅନ୍‌ଲାଇନ୍‌ ଜରିଆରେ ଫର୍ମପୂରଣ ହେବ।

ବୈଜୟନ୍ତଙ୍କୁ ବିରୋଧ ପାଇଁ ସଜବାଜ

ନିଶ୍ଚିନ୍ତକୋଇଲି, ୮।୧ (ସ୍ବ.ପ୍ର.)- କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରିବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ପକ୍ଷରୁ ହୋଇଛି ପ୍ରସ୍ତୁତି। ଆସନ୍ତା ୧୧ ତାରିଖରେ ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବୁହାଳୋ ନିକଟରେ ଏକ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ ପାଇଁ ଏମ୍‌ପି ପଣ୍ଡାଙ୍କର ଗସ୍ତସୂଚୀ ଚୂଡ଼ାନ୍ତ ହୋଇଛି। ଏହାପରେ ବ୍ଲକ ବିଜେଡି ପକ୍ଷରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଶେଷ ପର୍ଯ୍ୟାୟରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ

ଶେଷ ପର୍ଯ୍ୟାୟରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ

ପୁରୀ ଅଫିସ, ୮। ୧: ପୁରୀ ବସଷ୍ଟାଣ୍ଡ ମରାମତି କାର୍ଯ୍ୟ ଲାଗି ଶରଧାବାଲିରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥିପାଇଁ ବଡ଼ଦାଣ୍ଡ ଉପରେ ପିଚୁ ଡ୍ରମ ରଖାଯାଇ ବ୍ୟାରିକେଡ କରାଯାଇଛି।

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ଭୁବନେଶ୍ୱର, ୮।୧(ବ୍ୟୁରୋ): ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ସୋମବାରଠାରୁ ରାଜଭବନ ଉଦ୍ୟାନ ଖୋଲାଯାଇଛି। ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଶତାଧିକ ଲୋକ ଉଦ୍ୟାନ ପରିଦର୍ଶନ କରିଛନ୍ତି।

ବିଜୁ ସେତୁ, ପ୍ରଧାନମନ୍ତ୍ରୀ ସଡ଼କ ଉଦ୍‌ଘାଟିତ

ବିଜୁ ସେତୁ, ପ୍ରଧାନମନ୍ତ୍ରୀ ସଡ଼କ ଉଦ୍‌ଘାଟିତ

ସାକ୍ଷୀଗୋପାଳ, ୮।୧(ଡି.ଏନ୍‌.ଏ.): ସ୍ଥାନୀୟ ଅଠେଇଷ ଗ୍ରାମ ନିକଟରେ ବ୍ରାହ୍ମଣପଡ଼ା-ଅଠେଇଷ ବିଜୁ ସେତୁ ଓ ଶ୍ରୀରାମନ୍ଦ୍ରପୁର ବଣିଆସାହି ନିକଟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସୋମବାର ଉଦ୍‌ଘାଟିତ ହୋଇଯାଇଛି।

ଷ୍ଟୁଓ୍ବାର୍ଟ ସ୍କୁଲ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ହତ୍ୟା

ଷ୍ଟୁଓ୍ବାର୍ଟ ସ୍କୁଲ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ହତ୍ୟା

କଟକ ଅଫିସ, ୮।୧: ଜଗତପୁର ଥାନା ଅନ୍ତର୍ଗତ ବିରୁପା ବ୍ୟାରେଜ ପୋଲ ନିକଟରୁ ସୋମବାର ସକାଳେ ରକ୍ତାକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ସେ ହେଲେ ନିର୍ଝର ବେହେରା(୨୮)।

ରାମାନନ୍ଦାଚାର୍ଯ୍ୟଙ୍କ ଆବିର୍ଭାବ ତିଥିରେ ଶୋଭାଯାତ୍ରା

ରାମାନନ୍ଦାଚାର୍ଯ୍ୟଙ୍କ ଆବିର୍ଭାବ ତିଥିରେ ଶୋଭାଯାତ୍ରା

ପୁରୀ ଅଫିସ, ୮।୧: ଯୁଗପାବନାବତାର ଶ୍ରୀ ଶ୍ରୀ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ମହାରାଜାଜୀଙ୍କର ପବିତ୍ର ଆବିର୍ଭାବ ତିଥି ମହାସମାରୋହରେ ଶ୍ରୀକ୍ଷେତ୍ରର ବିଭିନ୍ନ ସାଧୁସନ୍ଥଙ୍କ ଦ୍ୱାରା ପାଳନ କରାଯାଉଛି।

ଚଳଚ୍ଚିତ୍ର ଜଗତର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ: ଅର୍ଚ୍ଚିତା ଶ୍ରେଷ୍ଠ ନାୟିକା, ବାବୁସାନ ଶ୍ରେଷ୍ଠ ନାୟକ, ଭୂମିକା ନବାଗତା ନାୟିକା, ସ୍ବରାଜ ନବାଗତ ନାୟକ

ଚଳଚ୍ଚିତ୍ର ଜଗତର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ: ଅର୍ଚ୍ଚିତା ଶ୍ରେଷ୍ଠ ନାୟିକା, ବାବୁସାନ ଶ୍ରେଷ୍ଠ ନାୟକ, ଭୂମିକା ନବାଗତା ନାୟିକା, ସ୍ବରାଜ ନବାଗତ ନାୟକ

ପୁରୀ ଅଫିସ,୭ା୧: ରଙ୍ଗାରଙ୍ଗ ପରିବେଶରେ ରବିବାର ସ୍ଥାନୀୟ ପୌର ସଦନଠାରେ ସିନେ ପତ୍ରିକା ଚଳଚ୍ଚିତ୍ର ଜଗତର ୪୨ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅତିଥି ଭାବେ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ପୂର୍ବତନ ଜିଲାପାଳ ପଦ୍ମନାଭ ସାମଲ ଯୋଗଦେଇଥିଲେ। ଏହି ଅବସରରେ ୨୦୧୭ ବର୍ଷର ଚଳଚ୍ଚିତ୍ର ଓ ଧାରାବାହିକ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଯୁବକଙ୍କୁ ଗୁଳି, ପୋଖରୀକୁ ଡେଇଁ ଜୀବନ ବଞ୍ଚାଇଲେ

ଯୁବକଙ୍କୁ ଗୁଳି, ପୋଖରୀକୁ ଡେଇଁ ଜୀବନ ବଞ୍ଚାଇଲେ

ପୁରୀ ଅଫିସ,୭।୧୨: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଫୁଠିଛି ଗୁଳି। କେତେଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଗୁଳିମାଡ଼ କରିଛନ୍ତି। ଚନ୍ଦନପୁର ଥାନା ଅଧୀନ କାଠପୋଲ ନିକଟରେ ରବିବାର ସକାଳ ୮ଟାରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ବାଟଗଁାର ଗଙ୍ଗାଧର ଭୋଳ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ଗୁଳି ତାଙ୍କ ବାମ ଜଙ୍ଘରେ ବାଜିଛି। ତେବେ ପୋଖରୀକୁ ଡେଇଁ ପଡ଼ି ଜୀବନ ବଞ୍ଚାଇଛନ୍ତି ଗଙ୍ଗାଧର।

ସାଇକେଲ ଯାତ୍ରାରେ ଡାକ୍ତର: ଆରବସାଗର ତଟରୁ ବଙ୍ଗୋପସାଗର ତଟ

ସାଇକେଲ ଯାତ୍ରାରେ ଡାକ୍ତର: ଆରବସାଗର ତଟରୁ ବଙ୍ଗୋପସାଗର ତଟ

ବିଭିନ୍ନ କ୍ଷେତ୍ରରେ ରହିଛି ତାଙ୍କର ପାରଦର୍ଶିତା। ଚିକିତ୍ସା ହେଉ ଅବା ସମାଜସେବା, ଏପରିକି ଫୋଟଗ୍ରାଫି ଓ ଗଳ୍ପ ଲିଖନରେ ବି ତାଙ୍କର ରୁଚି ରହିଛି। ଏସବୁ ମଧ୍ୟରେ ସାଇକେଲରେ ଭ୍ରମଣ କରି ଲୋକଙ୍କୁ ବିଭିନ୍ନ ବାର୍ତ୍ତା ଦେବା ତାଙ୍କର ନିଶା ପାଲଟିଛି। ସେ ହେଉଛନ୍ତି ମହାରାଷ୍ଟ୍ର ମାଲଭନ ସହରର ଆୟୁର୍ବେଦ ଡାକ୍ତର ରାମଚନ୍ଦ୍ର ଚାଭନ୍‌। ସେ ଏବେ ‘ଏକ ଭାରତ- ଶ୍ରେଷ୍ଠ ଭାରତ’ର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ କୋଣାର୍କ ସାଇକେଲ ଯାତ୍ରାରେ ବାହାରିଛନ୍ତି।

ଜଗମୋହନ ସୌନ୍ଦର୍ଯ୍ୟକରଣ: ସିଲିଂ ଡିଜାଇନ ପହଞ୍ଚତ୍ଲା, ଆଜି ଖଞ୍ଜାଯିବ

ଜଗମୋହନ ସୌନ୍ଦର୍ଯ୍ୟକରଣ: ସିଲିଂ ଡିଜାଇନ ପହଞ୍ଚତ୍ଲା, ଆଜି ଖଞ୍ଜାଯିବ

ପୁରୀ ଅଫିସ,୭।୧: ଶ୍ରୀମନ୍ଦିର ଜଗମୋହନର ପୋର୍ଟାଲ ଫ୍ରେମ କାର୍ଯ୍ୟ ସରିବା ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଜଗମୋହନର ୩୦ଫୁଟ ଓସାର ୩୦ଫୁଟ ଲମ୍ବର ସିଲିଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ଡିଜାଇନ ରବିବାର ଶ୍ରୀମନ୍ଦିରରେ ପହଞ୍ଚତ୍ଛି। ସୋମବାର ଠାରୁ ସିଲିଙ୍ଗରେ ଏହି ଡିଜାଇନ ଖଞ୍ଜାଯିବ।

ଜଗମୋହନରେ ନଡ଼ିଆ ଭଙ୍ଗାବେଳେ ୧୦ ଜବତ:  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ-ପୂଜାପଣ୍ଡା ସେବକ ମୁହାଁମୁହିଁ

ଜଗମୋହନରେ ନଡ଼ିଆ ଭଙ୍ଗାବେଳେ ୧୦ ଜବତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ-ପୂଜାପଣ୍ଡା ସେବକ ମୁହାଁମୁହିଁ

ପୁରୀ ଅଫିସ,୭।୧: ଶ୍ରୀମନ୍ଦିର ଜଗମୋହନରେ ନଡ଼ିଆ ଭଙ୍ଗାକୁ ନେଇ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜଣେ ପୂଜାପଣ୍ଡା ସେବକଙ୍କ ଯୁକ୍ତିତର୍କ ହୋଇଛି। ସମ୍ପୃକ୍ତ ସେବକ ଜଗମୋହନରେ ନଡ଼ିଆ ଭାଙ୍ଗୁଥିବାବେଳେ ଏହା ମୁଖ୍ୟ ପ୍ରଶାସକଙ୍କ ନଜରକୁ ଆସିଥିଲା। ସମ୍ପୃକ୍ତ ସେବକଙ୍କୁ ଏଥିରୁ ନିବୃତ୍ତ ରହିବାକୁ ମୁଖ୍ୟ ପ୍ରଶାସକ ବାରଣ କରିଥିଲେ।

ପଦବୀଧାରୀ ଉପଭୋକ୍ତା ସାଜୁଥିବାରୁ ସମାଜ ଦିଶାହୀନ - ଶଙ୍କରାଚାର୍ଯ୍ୟ

ପଦବୀଧାରୀ ଉପଭୋକ୍ତା ସାଜୁଥିବାରୁ ସମାଜ ଦିଶାହୀନ - ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୭।୧: ବିଭାଜନ ଭାରତଠାରୁ କେବେ କି ପିଛା ଛାଡି ନାହିଁ। ଭାରତଠାରୁ ବର୍ମାକୁ ଛଡାଇ ନିଆଯାଇଛି, ପାକିସ୍ତାନକୁ ବି ଅଲଗା କରାଯାଇଛି। ୧୮୪୯ରୁ ୧୯୪୭ ମଧ୍ୟରେ ଭାରତ ୧୨ ଥର ବିଭାଜନ ହୋଇଛି। ବିଭାଜନ ପରେ ବି ଭାରତ ସ୍ବତନ୍ତ୍ର ଦେଶ ରହିଛି।

ଏସ୍‌ସିବିରେ ଓପନ୍‌ହାର୍ଟ ସର୍ଜରୀ ବନ୍ଦ

ଏସ୍‌ସିବିରେ ଓପନ୍‌ହାର୍ଟ ସର୍ଜରୀ ବନ୍ଦ

କଟକ ଅଫିସ, ୭।୧- ଏସ୍‌ସିବି ମେଡିକାଲରେ ବନ୍ଦ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟୟ ସାପେକ୍ଷ ଓପନ୍‌ହାର୍ଟ ସର୍ଜରୀ। ଜାନୁୟାରୀ ପହିଲାରୁ ଏହି ଜଟିଳ ଚିକିତ୍ସା ବ୍ୟବସ୍ଥାରେ ତାଲା ଝୁଲିଛି। ଏଭଳି ପରିସ୍ଥିତି ଉପୁଜିବାର ମୂଳ କାରଣ ହେଉଛି ପରଫ୍ୟୁସୋନିଷ୍ଟଙ୍କ ଅଭାବ। ଡିସେମ୍ବର ୩୧ରେ ମେଡିକାଲରେ କାର୍ଯ୍ୟରତ ଅଭିଜ୍ଞ ପରଫ୍ୟୁସୋନିଷ୍ଟଙ୍କ ଅବସର ପରେ ଏଭଳି ସ୍ଥିତି ଉପୁଜିଛି।

ବୁଦ୍ଧିଆଙ୍କୁ ରିମାଣ୍ଡରେ ନେବ ଝାଡ଼ଖଣ୍ଡ ପୋଲିସ

ବୁଦ୍ଧିଆଙ୍କୁ ରିମାଣ୍ଡରେ ନେବ ଝାଡ଼ଖଣ୍ଡ ପୋଲିସ

କଟକ ଅଫିସ, ୭।୧- କମିଶନରେଟ ପୋଲିସର ଏନ୍‌କାଉଣ୍ଟରରେ ଆହତ ହୋଇଥିବା ନୟାଗଡ଼ ଶରଣକୁଳର ବୁଦ୍ଧିଆ ଓରଫ ତ୍ରିଲୋଚନ ନାହାକ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏସ୍‌ସିବିରେ ରଖାଯାଇ ଚିକିତ୍ସା କରାଯାଉଥିଲାବେଳେ ପୋଲିସ ତାଙ୍କର ଆପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ ଚଳାଇଛି। ଝାଡ଼ଖଣ୍ଡରେ ବୁଦ୍ଧିଆଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ଏଣୁ ଝାଡ଼ଖଣ୍ଡ ପୋଲିସ ତାଙ୍କୁ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।

ବିଜେବି କଲେଜର ହୀରକ ଜୟନ୍ତୀ ପାଳିତ

ବିଜେବି କଲେଜର ହୀରକ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୭।୧(ବ୍ୟୁରୋ)- ବିଜେବି କଲେଜର ହୀରକ ଜୟନ୍ତୀ ଉତ୍ସବ ରବିବାର ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ, ବିଜେବି କଲେଜ ହେଉଛି ରାଜ୍ୟର ଏକ ପ୍ରମୁଖ କଲେଜ। ଏହାର ଛାତ୍ରୀଛାତ୍ର ଜୀବନରେ ସଫଳତା ପାଇଛନ୍ତି।

ହସ୍ପିଟାଲରେ ଖବରଦାତାଙ୍କୁ ପିଟିଲେ ତାଳବଣିଆ ଆଇଆଇସି: ଥାନାରୁ ବଦଳି ହୋଇ ହେଡ୍‌କ୍ୱାର୍ଟରକୁ ଗଲେ

ହସ୍ପିଟାଲରେ ଖବରଦାତାଙ୍କୁ ପିଟିଲେ ତାଳବଣିଆ ଆଇଆଇସି: ଥାନାରୁ ବଦଳି ହୋଇ ହେଡ୍‌କ୍ୱାର୍ଟରକୁ ଗଲେ

ଭୁବନେଶ୍ୱର, ୭।୧(ବ୍ୟୁରୋ)- ମୁଁ ପୋଲିସ ବାଲା, ମାରିକି ଛତୁ କରିଦେବି। ତୁ ମୋତେ ଚିହ୍ନିନୁ। ତୁ କି ମିଡିଆ ଦେଖଉଛୁ। ମୁଁ କେତେ ମିଡିଆ ଦେଖିଛି। ମୋ ବନ୍ଧୁକ ଗୁଳିରେ ତୋତେ ମାରି ଦେବି। ଏ ହେଉଛି ଜଣେ ଖବରଦାତାଙ୍କୁ ପୁରୀ ଜିଲା ତାଳବଣିଆ ଥାନା ଆଇଆଇସି ଆର. କେ. ପାତ୍ରଙ୍କ ଧମକ। ପାତ୍ର ଦୁର୍ଘଟଣାର ଶିକାର ହୋଇ ରବିବାର ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ।

ନିତି ଆୟୋଗ ନିଷ୍ପତ୍ତିକୁ ଅଗ୍ରାହ୍ୟ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ନିତି ଆୟୋଗ ନିଷ୍ପତ୍ତିକୁ ଅଗ୍ରାହ୍ୟ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୧(ବ୍ୟୁରୋ): ଦେଶର ୧୧୫ ପଛୁଆ ଜିଲା ଚିହ୍ନଟ କରି ସେ ସବୁ ଜିଲାର ବିକାଶକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିରେ ଓଡ଼ିଶାର ୮ ଟି ପଛୁଆ ଜିଲା ରହିଛି। ଏହି ଜିଲାର ବିକାଶ କାମ ତଦାରଖ ପାଇଁ ଜଣେ ଲେଖାଏଁ ଅତିରିକ୍ତ ଯୁଗ୍ମ ସଚିବ ପାହ୍ୟାର ଅଫିସରଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିବାକୁ କେନ୍ଦ୍ର ପ୍ରସ୍ତାବ ଦେଇଥିଲା।

ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ପ୍ରସାଦ ହରିଚନ୍ଦନ

ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର, ୭।୧(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପ୍ରତି ମହା ପ୍ରତାରଣା କରିଛନ୍ତି । ଏହି ବିବାଦ ନେଇ ସବୁ ସ୍ପଷ୍ଟ। ବର୍ତ୍ତମାନ ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ ବୋଲି କହିଛନ୍ତି ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ପ୍ରସାଦ ହରିଚନ୍ଦନ।

ଶିଶୁ ସାହିତ୍ୟିକ କାନନବାଳା ପଟ୍ଟନାୟକଙ୍କୁ ‘ବୀରବର ସ୍ମୃତି ସମ୍ମାନ’

ଶିଶୁ ସାହିତ୍ୟିକ କାନନବାଳା ପଟ୍ଟନାୟକଙ୍କୁ ‘ବୀରବର ସ୍ମୃତି ସମ୍ମାନ’

ଭୁବନେଶ୍ୱର, ୭।୧: ବୀରବର ଜୟନ୍ତୀ ପରିଷଦ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଶିଶୁ ସାହିତ୍ୟିକ ବୀରବର ଓତାଙ୍କ ସ୍ମୃତିରେ ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଉତ୍ସବରେ ଶିଶୁ ସାହିତ୍ୟିକ ଶ୍ରୀମତୀ କାନନବାଳା ପଟ୍ଟନାୟକଙ୍କୁ ‘ବୀରବର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି।

ରେଶମ ଶିଳ୍ପର ବିକାଶ ପାଇଁ ଖର୍ଚ୍ଚ ହେବ ୬.୩୦ କୋଟି

ରେଶମ ଶିଳ୍ପର ବିକାଶ ପାଇଁ ଖର୍ଚ୍ଚ ହେବ ୬.୩୦ କୋଟି

ଭୁବନେଶ୍ୱର, ୭।୧(ବ୍ୟୁରୋ): ଓଡ଼ିଶାରେ ରେଶମ ଶିଳ୍ପର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ରେ ସେଣ୍ଟ୍ରାଲ ସ୍ପନ୍‌ସର୍‌ଡ ସ୍କ୍ରିମ ଲାଗୁ କରିବା ପାଇଁ ଅନୁରୋଧ କରାଯାଇଛି। କେନ୍ଦ୍ରୀୟ ରେଶମ ବୋର୍ଡ ଓଡ଼ିଶାରେ ରେଶମ ଶିଳ୍ପର ବିକାଶ ପାଇଁ ୬.୩୦ କୋଟି ଟଙ୍କା ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବ।

ଆଦିତ୍ୟ ବାହିନୀ ଓଡ଼ିଶା ରାଜ୍ୟ ସମିତି ପୁର୍ନଗଠିତ

ଆଦିତ୍ୟ ବାହିନୀ ଓଡ଼ିଶା ରାଜ୍ୟ ସମିତି ପୁର୍ନଗଠିତ

ପୁରୀ ଅଫିସ, ୭।୧: ପୁରୀ ଗୋବର୍ଦ୍ଧନ ପୀଠ ଅଧୀନସ୍ଥ ସର୍ବଭାରତୀୟ ସେବାସଂସ୍ଥା ‘ଆଦିତ୍ୟ ବାହିନୀ’ର ଓଡ଼ିଶା ରାଜ୍ୟ ସମିତି ପୁନର୍ଗଠିତ ହୋଇଛି। ଏଥିନେଇ ପୀଠରେ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇବା ସହ ଆର୍ଶୀବଚନ ପ୍ରଦାନ କରିଥିଲେ।

ବଡଦାଣ୍ଡରେ ଶରଧାବାଲି କ୍ୟାବିନ ଦୋକାନୀଙ୍କ ବିକ୍ଷୋଭ

ବଡଦାଣ୍ଡରେ ଶରଧାବାଲି କ୍ୟାବିନ ଦୋକାନୀଙ୍କ ବିକ୍ଷୋଭ

ପୁରୀ ଅଫିସ, ୭।୧: ଶରଧାବାଲିରୁ କ୍ୟାବିନ ଦୋକାନୀଙ୍କୁ ଉଚ୍ଛେଦ ପ୍ରତିବାଦରେ ରବିବାର ଦୋକାନୀମାନେ ବଡଦାଣ୍ଡରେ ବିକ୍ଷୋଭ ପଦର୍ଶନ କରିବା ସହ ଧାରଣାରେ ବସିଛନ୍ତି।