Dharitri News

ମେଟ୍ରୋ

ଭୁବନେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥ ସମ୍ପ୍ରସାରଣ: ଜମି ପଟା ନ ଦେଲେ ଜାଗା ଛାଡିବୁନି: ସାହିବାସିନ୍ଦା

ଭୁବନେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥ ସମ୍ପ୍ରସାରଣ: ଜମି ପଟା ନ ଦେଲେ ଜାଗା ଛାଡିବୁନି: ସାହିବାସିନ୍ଦା

ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ଭୁବନେଶ୍ୱରରୁ ଚଣ୍ଡିଖୋଲ ୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣକୁ ନହରକଣ୍ଟା ମୌଜା ହଂସପାଳ(ଭୋଇସାହି)ର ସାହିବାସିନ୍ଦାମାନେ ବିରୋଧ କରିଛନ୍ତି। ସରକାର ସେମାନଙ୍କୁ ପ୍ରତାରଣା କରିଛନ୍ତି।

ମାହାରୀ ନୃତ୍ୟ ଦେଖିଲେ ବିଦେଶୀ

ମାହାରୀ ନୃତ୍ୟ ଦେଖିଲେ ବିଦେଶୀ

ପୁରୀ ଅଫିସ, ୧୨।୧: ଓଡ଼ିଶୀ ନୃତ୍ୟ ଶିଖିବାକୁ ହେଲେ ପ୍ରଥମେ ମାହାରୀ ନୃତ୍ୟ ବିଷୟରେ ଜାଣିବା ଦରକାର। ଏହାକୁ ଭଲ ଭାବେ ବୁଝିବା ପରେ କାଲିଫର୍ଣ୍ଣିଆରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରୁଥିବା ୧୦ ଜଣ ନୃତ୍ୟଶିଳ୍ପୀ ଶୁକ୍ରବାର ସନ୍ଧ୍ୟାରେ ପୁରୀର ରୂପଶ୍ରୀ କଳା ମନ୍ଦିରରେ ପହଞ୍ଚତ୍ଥିଲେ।

ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ

ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ

ପୁରୀ ଅଫିସ,୧୨।୧: ମକର ସଂକ୍ରାନ୍ତି ପୂର୍ବଦିନକୁ ନବାଙ୍କ କୁହାଯାଏ। ନବାଙ୍କ ପୂର୍ବଦିନ ମହାପ୍ରଭୁଙ୍କ ଦୁଗ୍ଧ ମେଲାଣ ନୀତି ଅନୁଷ୍ଠିତ ହେବାର ବିଧି ରହିଛି। ତେଣୁ ଶୁକ୍ରବାର ମହାପ୍ରଭୁଙ୍କ ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ ହୋଇଛି।

୪୬ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

୪୬ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୨।୧: ପୁରୀ ଅବକାରୀ ବିଭାଗ ପୋଲିସ ବେଆଇନ ଭାବେ ବ୍ରାଉନ୍‌ସୁଗାର ବିକ୍ରୀ କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳାଜଣଙ୍କ ହେଲେ ସଦର ଥାନା ଅଧୀନ ବାରବାଟୀର ଲତାମଣୀ ନାୟକ(୪୦)। ତାଙ୍କଠାରୁ ପୋଲିସ ୪୬ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି।

ଯୁବ ଦିବସରେ ଶୋଭାଯାତ୍ରା

ଯୁବ ଦିବସରେ ଶୋଭାଯାତ୍ରା

ପୁରୀ ଅଫିସ,୧୨।୧: ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ବାଭିମାନ ମଞ୍ଚ ପକ୍ଷରୁ ଶ୍ରୀରାମକୃଷ୍ଣ ମିଶନଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ, କଲେଜ ଏବଂ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।

ଜେଡିସିଏ ଫିଲ୍ମ ଉତ୍ସବ ଆରମ୍ଭ

ଜେଡିସିଏ ଫିଲ୍ମ ଉତ୍ସବ ଆରମ୍ଭ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଆରମ୍ଭ ହେଲା ୧୨ତମ ଜେଡି ସେଣ୍ଟର ଅଫ୍‌ ଆଟ୍‌(ଜେଡିସିଏ) ଫିଲ୍ମ ଉତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଇଡକୋଲ ଅଡିଟୋରିୟମଠାରେ ଏହି ଉତ୍ସବକୁ ଉଦ୍‌ଘାଟିତ କରିଛନ୍ତି। ଚଳିତ ବର୍ଷ ଏହାର ପ୍ରସଙ୍ଗ ‘ସାହିତ୍ୟ ରହିଛି। ଏହି ଉତ୍ସବ ୩ ଦିନ ଧରି ଚାଲିବ। ଏଥିରେ ୩୯ଟି ଡକୁମେଣ୍ଟାରୀ ଫିଲ୍ମ ପଦର୍ଶିତ ହେବ।

ଯୁବଶକ୍ତିର ବିକାଶ ପାଇଁ ତିନିଦିନିଆ ସତ୍ୟବାଦୀ ୟୁଥ୍‌ କାର୍ନିଭାଲ୍‌ ଉଦ୍‌ଘାଟିତ

ଯୁବଶକ୍ତିର ବିକାଶ ପାଇଁ ତିନିଦିନିଆ ସତ୍ୟବାଦୀ ୟୁଥ୍‌ କାର୍ନିଭାଲ୍‌ ଉଦ୍‌ଘାଟିତ

ସାକ୍ଷୀଗୋପାଳ,୧୨।୧(ଡି.ଏନ.ଏ.): ଯୁବଶକ୍ତିର ବିକାଶ ପାଇଁ ତିନିଦିନିଆ ସତ୍ୟବାଦୀ ୟୁଥ୍‌ କାର୍ନିଭାଲ୍‌ ବକୁଳବନସ୍ଥିତ ପଞ୍ଚସଖା ପଡିଆରେ ଶୁକ୍ରବାର ଆରମ୍ଭ ହୋଇଛି। ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପୁରୀ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ସତ୍ୟବାଦୀ କ୍ଲବ ଏହି ଉତ୍ସବର ଆୟୋଜନ କରିଛନ୍ତି। ସେବା, ସଂସ୍କୃତି ଓ ଐତିହ୍ୟସମ୍ପନ୍ନ ସତ୍ୟବାଦୀର ଗର୍ବ ଓ ଗୌରବକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ଯୁବପିଢ଼ି ଆଗେଇ ଆସିବାକୁ ମୁଖ୍ୟ ଅତିଥି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆହ୍ବାନ ଦେଇଥିଲେ।

ଚିଲିକା ମଝିରେ ବାଟବଣା ହେଲା ଯାତ୍ରୀବାହୀ ଡଙ୍ଗା

ଚିଲିକା ମଝିରେ ବାଟବଣା ହେଲା ଯାତ୍ରୀବାହୀ ଡଙ୍ଗା

ବ୍ରହ୍ମଗିରି,୧୨।୧(ଡି.ଏନ.ଏ.): ରାଜ୍ୟସାରା ଶୀତ ପ୍ରଭାବ ଜାରି ରହିଥିବା ବେଳେ ଘନକୁହୁଡ଼ି ମଧ୍ୟ ଦେଖାଯାଉଛି। ଫଳରେ ଯାତାୟାତରେ ବାଧା ଉପୁଜୁଛି। ତେବେ ଏଥିଯୋଗୁ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ଶୁକ୍ରବାର ବାଟବଣା ହୋଇଥିବା ସୂଚନା ମିଳିଛି। ସାତପଡାରୁ ଜହ୍ନିକୁଦା ଯାଉଥିବା ଏହି ଡଙ୍ଗା ମଝି ଚିଲିକାରେ ପ୍ରାୟ ୪୫ମିନିଟ ଧରି ଅଟକି ଥିଲା।

ମାଲଗୋଦାମ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଲୁଟ୍‌

କଟକ ଅଫିସ, ୧୧।୧- ମଧୁପାଟଣା ଥାନା ଅନ୍ତର୍ଗତ ପ୍ରେସ୍‌ ଛକ ନିକଟରେ ଏକ ବଡ଼ଧରଣର ଲୁଟ୍‌ ଘଟିଛି। ଗୁରୁବାର ରାତି ୧୧ଟା ୪୫ ମିନିଟ୍‌ ସମୟରେ ମାଲଗୋଦାମ ବ୍ୟବସାୟୀ ଧୀରେନ୍ଦ୍ର ବେହେରାଙ୍କଠାରୁ ୨ ଜଣ ଲୁଟେରା ୨ ଲକ୍ଷ ଟଙ୍କା ଓ ଆକ୍ଟିଭା ଗାଡ଼ି ଛଡ଼ାଇ ନେଇଛନ୍ତି। ହେଲେ ସାହସର ସହିତ ଧୀରେନ୍ଦ୍ର ଜଣେ ଲୁଟେରାଙ୍କୁୁ କାବୁ କରିନେଇଥିଲେ

ଆକର୍ଷଣ ସାଜିଲା ଗ୍ଲୋରିକୁଇନ ପ୍ରତିଯୋଗିତା

ଆକର୍ଷଣ ସାଜିଲା ଗ୍ଲୋରିକୁଇନ ପ୍ରତିଯୋଗିତା

ପୁରୀ ଅଫିସ, ୧୧।୧: ପୌର ସଦନରେ ଚାଲିଥିବା ୨୩ତମ ଗ୍ଲୋରିଫେଷ୍ଟର ତୃତୀୟ ଦିବସରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ଅନୁଷ୍ଠିତ ଗ୍ଲୋରିକୁଇନ୍‌ ପ୍ରିଲିମ୍‌ନାରୀ ରାଉଣ୍ଡ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

କଟକରେ ଭାଜପାର ଗୁଣ୍ଡାରାଜ

କଟକରେ ଭାଜପାର ଗୁଣ୍ଡାରାଜ

କଟକ ଅଫିସ, ୧୧।୧- କଟକରେ ଗୁରୁବାର ଦେଖିବାକୁ ମିଳିଛି ଭାଜପା କର୍ମୀଙ୍କ ଗୁଣ୍ଡାରାଜ। ସିଏମ୍‌ସି ଅଫିସ୍‌ ଘେରାଉବେଳେ ଭାଜପା କର୍ମୀମାନଙ୍କ ହିଂସ୍ରରୂପ ଦେଖି ସାଧାରଣ ଲୋକେ ତାଜୁବ ହୋଇଯାଇଥିଲେ।

ଦେଢ଼କୋଟି ହଡ଼ପ: ଶାଖା ପୋଷ୍ଟ ମାଷ୍ଟର ଗିରଫ

କଟକ ଅଫିସ/ କଟକ ସଦର(ଡି.ଏନ୍‌.ଏ.), ୧୧।୧- ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି ଝାରକଟା ଶାଖା ଡାକଘର ପୋଷ୍ଟମାଷ୍ଟର ନାରାୟଣ ଦାସ। ଗୁରୁବାର ସଦର ଥାନା ପୋଲିସ ତାଙ୍କୁ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ାରୁ ଗିରଫ କରିଛି।

ଠିକାଦାରଙ୍କ ଘର ଉପରକୁ ବୋମାମାଡ

ନିଆଳି, ୧୧।୧ (ଡି.ଏନ.ଏ.)- ନିଆଳି ଥାନା ନିକଟରେ ଠିକାଦାର ରାଜକିଶୋର ରାଉତଙ୍କ ଘର ଉପରକୁ ଗୁରୁବାର ବୋମାମାଡ ହୋଇଛି। ରାତି ପ୍ରାୟ ୯ଟାରେ କୌଣସି ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି।

୧୨ ମାମଲାର ଅଭିଯୁକ୍ତଙ୍କୁ ପୋଲିସ ଗୁଳି

୧୨ ମାମଲାର ଅଭିଯୁକ୍ତଙ୍କୁ ପୋଲିସ ଗୁଳି

କଟକ ଅଫିସ/ ଚୌଦ୍ୱାର(ଡି.ଏନ୍‌.ଏ.), ୧୧।୧- କଟକରେ ୭ ଦିନ ବ୍ୟବଧାନରେ ପୁଣି ପୋଲିସର ଏନ୍‌କାଉଣ୍ଟର। ଏହାକୁ ମିଶାଇ ଏନ୍‌କାଉଣ୍ଟର ସଂଖ୍ୟା ପହଞ୍ଚତ୍ଛି ୮ରେ। ଏହାର ଶିକାର ହୋଇଛନ୍ତି ପୋଲିସର ମୋଷ୍ଟ ୱାଣ୍ଟେଡ ସୁନୀଲ ଓରଫ ସୌମ୍ୟରଞ୍ଜନ ସାହୁ। ସୁନୀଲଙ୍କ ଘର ଲାଲବାଗ ଥାନା ଅନ୍ତର୍ଗତ କାଫଲାବଜାରରେ। ତାଙ୍କ ନାମରେ କଟକ ସହରର ବିଭିନ୍ନ ଥାନାରେ ୧୨ଟି ମାମଲା ରହିଛି।

୬ଦିନ ଥାନାକୁ ଦୌଡ଼ିଲେଣି ବୃଦ୍ଧା

୬ଦିନ ଥାନାକୁ ଦୌଡ଼ିଲେଣି ବୃଦ୍ଧା

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- କେତେଜଣ ବ୍ୟକ୍ତି ମାଡ଼ ମାରି ଜଣେ ବୃଦ୍ଧାଙ୍କ ମୁଣ୍ଡ ଫଟାଇଦେଲେ। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସେ ଥାନାକୁ ଦୌଡ଼ିଥିଲେ ନ୍ୟାୟ ଆଶାରେ। ଥାନାରେ ଏତଲା ଦେଲେ। କିନ୍ତୁ ପୋଲିସ ମାମଲା ରୁଜୁ କରୁନାହିଁ।

୪ ଥର ଏତଲା ଦେଲେଣି ଯୁବକ: କପି ମିଳୁ ନ ଥିବାରୁ ଜବତ ଗାଡ଼ି ପାଇପାରୁ ନାହାନ୍ତି

୪ ଥର ଏତଲା ଦେଲେଣି ଯୁବକ: କପି ମିଳୁ ନ ଥିବାରୁ ଜବତ ଗାଡ଼ି ପାଇପାରୁ ନାହାନ୍ତି

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- ଅଭିଯୋଗକାରୀ ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ତାହାର ନକଲ ଦିଆଯିବା ନିୟମ ରହିଛି। ଥାନା ଅଧିକାରୀଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଏହି ନିୟମ ମାନିବାକୁ ବାଧ୍ୟ। କିନ୍ତୁ ଶହୀଦନଗର ଥାନା ସବୁଠୁ ଊର୍ଦ୍ଧ୍ୱରେ। ଏଠି କର୍ମଚାରୀଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ନିଜ ଇଚ୍ଛାରେ କାମ କରୁଛନ୍ତି।

ନାବାଳିକା ହତ୍ୟାକାଣ୍ଡ: ଶୁଣାଣୀ ଶେଷ, ୩୧ରେ ଚୁଡ଼ାନ୍ତ ରାୟ

ନାବାଳିକା ହତ୍ୟାକାଣ୍ଡ: ଶୁଣାଣୀ ଶେଷ, ୩୧ରେ ଚୁଡ଼ାନ୍ତ ରାୟ

ପୁରୀ ଅଫିସ, ୧୧।୧:ବହୁ ଚର୍ଚ୍ଚିତ ହୃଷ୍ଟିହୀନ ନାବାଳିକା ହତ୍ୟା ଘଟଣାର ୪ ବର୍ଷ ପରେ ଗୁରୁବାର ପୁରୀ ଜିଲାଜଜ୍‌ଙ୍କ କୋର୍ଟରେ ଶୁଣାଣୀ ଶେଷ ହୋଇଛି। ଆସନ୍ତା ଜାନୁଆରୀ ୩୧ରେ ଏହାର ରାୟ ପ୍ରକାଶ ପାଇବ।

୨୦୧୯ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

୨୦୧୯ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବୀକରଣ ଏପ୍ରିଲ ୨୦୧୯ ସୁଦ୍ଧା କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ଭାବରେ ବିକଶିତ କରାଯିବ। ଏଥିରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ଧାରଣା

ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ଧାରଣା

ପୁରୀ ଅଫିସ, ୧୧।୧: ବିଭିନ୍ନ ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ଗୁରୁବାର ପୁରୀ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି।

ଦେଢ଼ କାଟି ହଡ଼ପ କରିଥିବା ପୋଷ୍ଟମାଷ୍ଟର ଗିରଫ, ଡାକଘର ସମ୍ମୁଖରେ ବିକ୍ଷୋଭ

ଦେଢ଼ କାଟି ହଡ଼ପ କରିଥିବା ପୋଷ୍ଟମାଷ୍ଟର ଗିରଫ, ଡାକଘର ସମ୍ମୁଖରେ ବିକ୍ଷୋଭ

କଟକ ସଦର, ୧୧।୧(ଡି.ଏନ୍‌.ଏ.): ଶତାଧିକ ଜମାକାରୀଙ୍କ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡପ କରିଥିବା ଅଭିଯୋଗରେ ଝାରକଟା ଶାଖା ଡାକଘର ପୋଷ୍ଟମାଷ୍ଟର ନାରାୟଣ ଚନ୍ଦ୍ର ଦାସଙ୍କୁ ଗୁରୁବାର କଟକ ସଦର ଥାନା ପୋଲିସ କଟକ ମହାନଗର ନିଗମ ନୂଆପଡ଼ାରୁ ଗିରଫ କରିଛି।

ଚିଲିକା ମହୋତ୍ସବ ଆରମ୍ଭ

ଚିଲିକା ମହୋତ୍ସବ ଆରମ୍ଭ

କୃଷ୍ଣ ପ୍ରସାଦ, ୧୧।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ାରେ ଗୁରୁବାରଠାରୁ ୬ଷ୍ଠ ଚିଲିକା ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହା ୪ ଦିନ ଧରି ଚାଲିବ।

ଶ୍ରୀମନ୍ଦିରରେ ମୋବାଇଲ ଫୋନ୍‌ ପ୍ରବେଶ ପ୍ରସଙ୍ଗ: ଯାଞ୍ଚ୍‌ ଢିଲା, ଭିତରେ କଟକଣା

ଶ୍ରୀମନ୍ଦିରରେ ମୋବାଇଲ ଫୋନ୍‌ ପ୍ରବେଶ ପ୍ରସଙ୍ଗ: ଯାଞ୍ଚ୍‌ ଢିଲା, ଭିତରେ କଟକଣା

ପୁରୀ ଅଫିସ,୧୦ା୧: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଟକଣା ଲଗାଯାଇଛି। ଜାନୁୟାରୀ ୩ରୁ ଏହି କଟକଣାକୁ ଅଧିକ କଡ଼ାକଡି କରିଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ଭିତରେ ଯଦି କାହାଠାରୁ ମୋବାଇଲ ଫୋନ ଜବତ ହୁଏ ତେବେ ତାହାକୁ ବାଜ୍ୟାପ୍ତି କରାଯିବ ନଚେତ୍‌ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବାକୁ ଆଇନ ହୋଇଛି। ଗତ ୩ ତାରିଖରୁ ୧୦ ଦିନ ଅର୍ଥାତ୍‌ ଏହି ୮ ଦିନ ମଧ୍ୟରେ ଜରିମାନା ବାବଦରେ ଭକ୍ତଙ୍କଠାରୁ ପ୍ରାୟ ୬୦ ହଜାର ଟଙ୍କା ଆଦାୟ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ବିଏଡ୍‌ ନାମଲେଖା ନିୟମ ରଦ୍ଦ କଲେ ହାଇକୋର୍ଟ: ଚିକିରିରେ ଥିବା ଶିକ୍ଷକଙ୍କ ପାଇଁ ସର୍ବନିମ୍ନ ମାର୍କ ମାନଦଣ୍ଡ ଗ୍ରହଣୀୟ ନୁହେଁ

ବିଏଡ୍‌ ନାମଲେଖା ନିୟମ ରଦ୍ଦ କଲେ ହାଇକୋର୍ଟ: ଚିକିରିରେ ଥିବା ଶିକ୍ଷକଙ୍କ ପାଇଁ ସର୍ବନିମ୍ନ ମାର୍କ ମାନଦଣ୍ଡ ଗ୍ରହଣୀୟ ନୁହେଁ

କଟକ ଅଫିସ, ୧୦ା୧- ଚାକିରିରେ ଥିବା ଶିକ୍ଷକଙ୍କ ପାଇଁ ବିଏଡ୍‌ ନାମଲେଖା ନିମନ୍ତେ ସ୍ନାତକ ଅଥବା ସ୍ନାତକୋତ୍ତରରେ କୌଣସି ସର୍ବନିମ୍ନ ମାର୍କ ମାନଦଣ୍ଡ ରହିବ ନାହିଁ। ଏଥିସହ ବିଏଡ୍‌ ନାମଲେଖା ପାଇଁ ଜାରି ବିଜ୍ଞପ୍ତିରେ ଇନ୍‌ସର୍ଭିସ ପ୍ରାର୍ଥୀଙ୍କ ପାଇଁ ରହିଥିବା ନିୟମକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।

ହାବିଲ୍‌ଦାର, କନ୍‌ଷ୍ଟେବଳ ନେବେ ତଦନ୍ତ ଦାୟିତ୍ୱ: ତର୍ଜମା ପରେ ଲାଗୁ କରାଯିବ

ହାବିଲ୍‌ଦାର, କନ୍‌ଷ୍ଟେବଳ ନେବେ ତଦନ୍ତ ଦାୟିତ୍ୱ: ତର୍ଜମା ପରେ ଲାଗୁ କରାଯିବ

କଟକ ଅଫିସ, ୧୦।୧- ରାଜ୍ୟରେ ଅପରାଧୀମାନେ ନୂଆ ଧାରାରେ ଅପରାଧ ଘଟାଉଛନ୍ତି। ଥାନାମାନଙ୍କରେ ପ୍ରାୟ ୪ଶହରୁ ୫ଶହ ପର୍ଯ୍ୟନ୍ତ ମାମଲା ରହୁଛି। ଏହାକୁ ହ୍ରାସ କରିବାକୁ ଚିନ୍ତା କରାଯାଉଛି। ଦେଶର ଅନ୍ୟାନ୍ୟ ରାଜ୍ୟରେ ହାବିଲଦାର ଓ କନଷ୍ଟେବଳମାନଙ୍କୁ ଛୋଟ ମାମଲାଗୁଡ଼ିକର ତଦନ୍ତ ଭାର ଦିଆଯାଉଛି। ତେଣୁ ଓଡ଼ିଶାରେ ମଧ୍ୟ ଦକ୍ଷତା ଥିବା ହାବିଲଦାର ଓ କନଷ୍ଟେବଳମାନଙ୍କୁ ଚୟନ କରାଯାଇ ତଦନ୍ତ ଦାୟିତ୍ୱ ଦିଆଯିବ। ଏହାକୁ ତର୍ଜମା କରାଯିବା ପରେ ଆବଶ୍ୟକ ପଡ଼ିଲେ ଲାଗୁ କରାଯିବ। ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରୁ ଫେରିବା ପରେ ବୁଧବାର ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହା କହିଛନ୍ତି।