ଜାତୀୟ

ଡଙ୍ଗାବୁଡି ୪ ମୃତ

ଡଙ୍ଗାବୁଡି ୪ ମୃତ

ଦହାନୁ,୧୩।୧: ବମ୍ବେଠାରୁ ୧୧୦ କିଲୋମିଟର ଦୂର ମହାରାଷ୍ଟ୍ରର ପାଲଘାରା ଜିଲାର ଦହାନୁରେ ୪୦ ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡିଯିବା ଫଳରେ ୪ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ବସିଥିବାରୁ ଡଙ୍ଗାଟି ବୁଡି ଯାଇଥିବା କୁହାଯାଉଛି।

ଧାର୍ମିକ ଶିବିରରେ ଅଗ୍ନିକାଣ୍ଡ: ୩ ବାଳିକା ମୃତ, ଅନେକେ ଆହତ

ଧାର୍ମିକ ଶିବିରରେ ଅଗ୍ନିକାଣ୍ଡ: ୩ ବାଳିକା ମୃତ, ଅନେକେ ଆହତ

ଅହମ୍ମଦାବାଦ,୧୩।୧: ଗୁଜରାଟ ପୋରବନ୍ଦରର ଅପଲୋଟାରେ ଏକ ଧାର୍ମିକ ଶିବିରରେ ନିଆଁ ଲାଗିଯିବା ଫଳରେ ୩ ଜଣ ବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

କର୍ନାଟକରେ ବସ୍‌ ଦୁର୍ଘଟଣା: ୮ ମୃତ

କର୍ନାଟକରେ ବସ୍‌ ଦୁର୍ଘଟଣା: ୮ ମୃତ

ହାସନ,୧୩।୧: କର୍ନାଟକ ହାସନର କାରକେରେଠାରେ ଶନିବାର ଭୋର ପ୍ରାୟ ୩.୩୦ରେ ହୋଇଥିବା ଏକ ବସ୍‌ ଦୁର୍ଘଟଣାରେ ଅତିକମ୍‌ରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ୪୩ ଜଣ ଯାତ୍ରୀଙ୍କୁ ନେଇ ଏକ ଭାଲ୍‌ଭୋ ବସ୍‌ ବାଙ୍ଗାଲୋରରୁ ଧର୍ମଶାଳା ଯାତ୍ରା କରୁଥିଲା।

ଭାରତ,ଭୂଟାନ ‘ସ୍ପେଶାଲ ଲୋଗୋ’ ଜାରି

ଭାରତ,ଭୂଟାନ ‘ସ୍ପେଶାଲ ଲୋଗୋ’ ଜାରି

ନୂଆଦିଲ୍ଲୀ,୧୨।୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ଭୂଟାନର ବୈଦେଶିକ ମନ୍ତ୍ରୀ ଲିଓନ୍‌ପୋ ଦାମଚୋ ଦୋର୍ଜି ଶୁକ୍ରବାର ମିଳିତ ଭାବେ ନୂଆଦିଲ୍ଲୀ ଓ ଭୂଟାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ସଂଯୁକ୍ତ ଭାବେ ‘ସ୍ପେଶାଲ ଲୋଗୋ’ ଜାରି କରିଛନ୍ତି।

ବକ୍ସର ଗସ୍ତ ସମୟରେ ପଥରମାଡ, ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ବକ୍ସର ଗସ୍ତ ସମୟରେ ପଥରମାଡ, ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ବକ୍ସର,୧୨।୧: ବକ୍ସର ଜିଲାର ନନ୍ଦର ଗାଁରେ ବିକାଶ ସମୀକ୍ଷା ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପଥରମାଡ। ଗ୍ରାମବାସୀଙ୍କ କ୍ରୋଧରେ ଏଥିରେ ସାମିଲ ହୋଇଥିବା କିଛି ଗାଡ଼ିର କାଚ ଭାଙ୍ଗି ଯାଇଥିବା ସୂଚନା ମିଳିଛି।

ସେବା ନିବୃତ୍ତ ହେଲେ ଆଇଏନ୍‌ଏସ୍‌ ନିର୍ଭୀକ୍‌ ଓ ନିର୍ଘଟ୍‌

ସେବା ନିବୃତ୍ତ ହେଲେ ଆଇଏନ୍‌ଏସ୍‌ ନିର୍ଭୀକ୍‌ ଓ ନିର୍ଘଟ୍‌

ବମ୍ବେ,୧୨।୧: ଭାରତୀୟ ନୌସେନାରେ ନିୟୋଜିତ ଥିବା ଜାହାଜ ନିର୍ଭୀକ୍‌ ଓ ନିର୍ଘଟକୁ ସେବା ନିବୃତ୍ତ କରାଯାଇଛି। ନିର୍ଭୀକ୍‌ ୩୦ ବର୍ଷ ଓ ନିର୍ଘଟ୍‌ ୨୮ ବର୍ଷ ସେବା ଯୋଗାଇବା ପରେ ବମ୍ବେର ନୌସେନା ଡକୟାର୍ଡରେ ଏହି ୨ ଜାହାଜକୁ ସେବାମୁକ୍ତ କରାଯାଇଛି। ପାଖପାଖି ୩ ଦଶକ ଧରି ସେବା ଯୋଗାଇ ଆସୁଥିବା

ରୋଷେଇ ଘର ଧୂଆଁ ନେଉଛି ୨୫ ପ୍ରତିଶତ ଜୀବନ

ରୋଷେଇ ଘର ଧୂଆଁ ନେଉଛି ୨୫ ପ୍ରତିଶତ ଜୀବନ

ନୂଆଦିଲ୍ଲୀ, ୧୨।୧: ରୋଷେଇ ଘର ଧୂଆଁ ଯୋଗୁ ଅନେକ ଜୀବନ ଯାଉଛି। ଏନେଇ ବମ୍ବେ ଆଇଆଇଟି ବୈଜ୍ଞାନିକ ପକ୍ଷରୁ କରାଯାଇଥିବା ସର୍ଭେ ତଥ୍ୟ ପ୍ରକାଶ ପାଇଛି।

ଜମ୍ମୁ-କଶ୍ମୀରରେ ଖୋଲିବ ୧୭ ଡିଗ୍ରୀ କଲେଜ

ଜମ୍ମୁ-କଶ୍ମୀରରେ ଖୋଲିବ ୧୭ ଡିଗ୍ରୀ କଲେଜ

ଶ୍ରୀନଗର, ୧୨।୧: ଜମ୍ମୁ-କଶ୍ମୀରରେ ୧୭ ଡିଗ୍ରୀ କଲେଜ ଖୋଲିବ ବୋଲି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଆଲତାଫ୍‌ ବୁଖାରୀ ଶୁକ୍ରବାର ସୂଚିତ କରିଛନ୍ତି। ବିଧାନସଭାରେ ପ୍ରଶ୍ନକାଳ ସମୟରେ ମହମ୍ମଦ ୟୁସୁଫ୍‌ ଭଟ୍ଟଙ୍କ ଏକ ପ୍ରଶ୍ନର ଉତ୍ତରରେ ବୁଖାରୀ ଏହା କହିଛନ୍ତି।

ଜେଏନ୍‌ୟୁରେ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

ଜେଏନ୍‌ୟୁରେ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୧୨।୧: ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ଏହାଠାରୁ କମ୍‌ ଉପସ୍ଥାନ ହେଲେ ଶିକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ଦିଆଯିବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚିତ କରିଛନ୍ତି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୨।୧: ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ସେନାଙ୍କ ଦ୍ୱାରା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଉରିର କମଲକୋଟେ ଅଞ୍ଚଳରେ ଗୁରୁବାର ରାତିରେ ପାକିସ୍ତାନ ପଟୁ ଗୁଳିମାଡ କରାଯାଇଥିବା ଭାରତୀୟ ସେନାର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

ପୁଅର ମୃତଦେହ ଆଣିବାକୁ ମା’କୁ ସାହାଯ୍ୟ କଲେ ସୁଷମା

ପୁଅର ମୃତଦେହ ଆଣିବାକୁ ମା’କୁ ସାହାଯ୍ୟ କଲେ ସୁଷମା

ନୂଆଦିଲ୍ଲୀ,୧୨।୧: ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କୁଆଲାଲମପୁରରେ ଫସି ରହିଥିବା ଜଣେ ମହିଳାଙ୍କୁ ତାଙ୍କ ପୁଅର ମୃତଦେହ ସହ ଭାରତ ଆସିବାକୁ ସାହାଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣକ ଅଷ୍ଟ୍ରେଲିୟାରୁ ତାଙ୍କ ପୁଅଙ୍କ ସହ ଭାରତ ଆସୁଥିଲେ।

ସ୍ବାମୀ ବିବେକାନନ୍ଦଙ୍କ ୧୫୫ ତମ ଜୟନ୍ତୀ

ସ୍ବାମୀ ବିବେକାନନ୍ଦଙ୍କ ୧୫୫ ତମ ଜୟନ୍ତୀ

ନୂଆଦିଲ୍ଲୀ,୧୨।୧: ସାରା ଦେଶ ଶୁକ୍ରବାର ଭାରତର ମହାନ୍‌ ଆଧ୍ୟାତ୍ମିକ ନେତା ସ୍ବାମୀ ବିବେକାନନ୍ଦଙ୍କ ୧୫୫ତମ ଜୟନ୍ତୀ ପାଳନ କରିଛି। ଜାନୁୟାରୀ ୧୨, ୧୮୬୩ରେ ଜନ୍ମ ନେଇଥିଲେ ସ୍ବାମୀ ବିବେକାନନ୍ଦ। ତାଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରାଯାଇଥାଏ।

ରବିବାରଠାରୁ ନେତାନ୍ୟାହୁଙ୍କ ଭାରତ ଗସ୍ତ

ରବିବାରଠାରୁ ନେତାନ୍ୟାହୁଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ, ୧୨।୧: ରବିବାରଠାରୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ୬ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହିତ ସାକ୍ଷାତ ଆଲୋଚନା କରିବେ।

କାର୍ଟୋସାଟ୍‌-୨ ଅନ୍ତରୀକ୍ଷରୁ ସୀମା ଉପରେ ରଖିବ ନଜର

କାର୍ଟୋସାଟ୍‌-୨ ଅନ୍ତରୀକ୍ଷରୁ ସୀମା ଉପରେ ରଖିବ ନଜର

ନୂଆଦିଲ୍ଲୀ, ୧୨।୧: ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରରୁ ଶୁକ୍ରବାର ଉତ୍‌କ୍ଷେପଣ କରାଯାଇଥିବା ଉପଗ୍ରହ କାର୍ଟୋସାଟ୍‌-୨ ଅନ୍ତରୀକ୍ଷରୁ ଚାଇନା ଓ ପାକିସ୍ତାନ ସୀମା ଉପରେ ଜନର ରଖିବାକୁ ସକ୍ଷମ ହେବ।

ଗଣମାଧ୍ୟମ ସମ୍ମୁଖକୁ ଆସିଲେ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି

ଗଣମାଧ୍ୟମ ସମ୍ମୁଖକୁ ଆସିଲେ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି

ନୂଆଦିଲ୍ଲୀ, ୧୨।୧: ପ୍ରଥମଥର ପାଇଁ ସୁପ୍ରିମ୍‌କୋର୍ଟର ୪ ବିଚାରପତି ଶୁକ୍ରବାର ଗଣମାଧ୍ୟମ ସମ୍ମୁଖକୁ ଆସିଛନ୍ତି। ସେମାନେ ହେଲେ ବିଚାରପତି ଜେ.ଚେଲେମ୍‌ଶ୍ୱର, ରଞ୍ଜନ ଗୋଗୋଇ, ମଦନ ବି.ଲୋକୁର ଓ କୁରିଆନ୍‌ ଯୋଶେଫ୍‌।

ସଫଳତାର ସହ ପିଏସ୍‌ଏଲ୍‌ଭି-ସି-୪୦ କାର୍ଟୋସାଟ୍‌-୨ ଉତ୍‌କ୍ଷେପଣ

ସଫଳତାର ସହ ପିଏସ୍‌ଏଲ୍‌ଭି-ସି-୪୦ କାର୍ଟୋସାଟ୍‌-୨ ଉତ୍‌କ୍ଷେପଣ

ମାଡ୍ରାସ, ୧୨।୧: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ରୁ ଶୁକ୍ରବାର ସକାଳ ୯ଟା ୨୮ରେ ପିଏସ୍‌ଏଲ୍‌ଭି-ସି-୪୦ କାର୍ଟୋସାଟ୍‌-୨ ସଫଳତାର ସହିତ ଉତ୍‌କ୍ଷେପଣ ହୋଇଛି।

ଆଇନଜୀବୀରୁ ବିଚାରପତି ହେଲେ ଇନ୍ଦୁ ମାଲହୋତ୍ରା

ନୂଆଦିଲ୍ଲୀ, ୧୧।୧(ପି.ଟି.)ଦେଶର ପ୍ରଥମ ମହିଳା ଭାବେ ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ସିଧାସଳଖ ପଦୋନ୍ନତି ମିଳିଛି। ସର୍ବୋଚ୍ଚ ଅଦାଲତର କଲେଜିୟମ୍‌ ତାଙ୍କ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିବା ଗୁରୁବାର ଜଣାପଡ଼ିଛି।

ପିଡିପି ନେତାଙ୍କ ବିବାଦୀୟ ବୟାନ

ପିଡିପି ନେତାଙ୍କ ବିବାଦୀୟ ବୟାନ

ଶ୍ରୀନଗର,୧୧।୧: ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି ନେତା ମିଜାଜ୍‌ ଅହମ୍ମଦ ମିର୍‌ ଏକ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ। କଶ୍ମୀରରେ ସୁରକ୍ଷାକର୍ମୀ ଓ ପୋଲିସ ଏନକାଉଣ୍ଟରରେ ମରୁଥିବା ନାଗରିକମାନେ ହେଉଛନ୍ତି ଶହୀଦ।

ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

ବମ୍ବେ, ୧୧।୧: ବମ୍ବେ ଚରନି ରୋଡ଼ ନିବାସୀ ନାରାୟଣ ଲବାତେ(୮୬) ଓ ତାଙ୍କ ସ୍ତ୍ରୀ ଇରାବତୀ ଲବାତେ(୭୯) ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଚିଠି ଲେଖିଛନ୍ତି।

ମୁଲାପେରିୟାର ନଦୀବନ୍ଧ ମାମଲା: ପ୍ୟାନେଲ୍‌ ଗଠନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ

ମୁଲାପେରିୟାର ନଦୀବନ୍ଧ ମାମଲା: ପ୍ୟାନେଲ୍‌ ଗଠନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ, ୧୧।୧: ପେରିୟାର ନଦୀ ଉପରେ ନିର୍ମିତ ହୋଇଥିବା ମୁଲାପେରିୟାର ନଦୀବନ୍ଧର ସୁରକ୍ଷା ନେଇ କେନ୍ଦ୍ର ସରକାର, ତାମିଲନାଡୁ ଓ କେରଳ ସରକାର ଏକ ପ୍ୟାନେଲ୍‌ ଗଠନ କରିବା ଆବଶ୍ୟକ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ସୂଚିତ କରିଛନ୍ତି।

ସାଗର ପରିକ୍ରମାରେ ବାହାଦୁରି ଦେଖାଇଲେ ୬ ମହିଳା ଅଫିସର

ସାଗର ପରିକ୍ରମାରେ ବାହାଦୁରି ଦେଖାଇଲେ ୬ ମହିଳା ଅଫିସର

ନୂଆଦିଲ୍ଲୀ,୧୧।୧: ସାଗର ପରିକ୍ରମାରେ ବାହାରିଥିବା ୬ ମହିଳା ଅଫିସରଙ୍କ ପ୍ରଶାନ୍ତ ମହାସାଗରରେ ସମୁଦ୍ର ଝଡକୁ ସାମନା କରିବାକୁ ପଡିଥିଲା। ହେଲେ ଏମାନେ ଝଡକୁ ଡରି ନ ଯାଇ ସାହସର ସହ ଏହାକୁ ମୁକାବିଲା କରି ସେଠାରୁ ବାହାରି ଆସିଥିଲେ।

ଭାରତ ମହାସାଗରରେ ୨୨ରାଷ୍ଟ୍ରର ମିଳିତ ସମରାଭ୍ୟାସ ‘ମିଲନ୍‌’

ଭାରତ ମହାସାଗରରେ ୨୨ରାଷ୍ଟ୍ରର ମିଳିତ ସମରାଭ୍ୟାସ ‘ମିଲନ୍‌’

ନୂଆଦିଲ୍ଲୀ, ୧୧।୧: ଭାରତ ମହାସାଗରରେ ମାର୍ଚ୍ଚ ୧ଠାରୁ ୫ ଦିନିଆ ମିଳିତ ସମରାଭ୍ୟାସ ‘ମିଲନ୍‌’ ଆୟୋଜିତ ହେବ। ଏଥିରେ ୨୨ରାଷ୍ଟ୍ରର ୭୦ଟି ଯୁଦ୍ଧଜାହାଜ ଅଂଶଗ୍ରହଣ କରିବେ।

ଭାଜପାରେ ପୁରୁଖା ନେତା ଅଲୋଡ଼ା: ସିହ୍ନା

ଭାଜପାରେ ପୁରୁଖା ନେତା ଅଲୋଡ଼ା: ସିହ୍ନା

ନୂଆଦିଲ୍ଲୀ, ୧୧।୧: ଭାଜପାରେ ଏବେ ପୁରୁଖା ନେତା ଅଲୋଡ଼ା ହୋଇପଡିଛନ୍ତି। ଏସମ୍ପର୍କରେ ବରିଷ୍ଠ ଭାଜପା ନେତା ଯଶଓ୍ବନ୍ତ ସିହ୍ନା ସୂଚିତ କରିଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ଥିବା ବରିଷ୍ଠ ଭାଜପା ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଅଣଦେଖା କରାଯାଉଛି।

ଗୁଟ୍‌ଖା ନିର୍ମାତାଙ୍କ ଉପରେ ଆୟକର ଚଢ଼ାଉ: ୨୦ କୋଟି ଟଙ୍କା ଜବତ

ଗୁଟ୍‌ଖା ନିର୍ମାତାଙ୍କ ଉପରେ ଆୟକର ଚଢ଼ାଉ: ୨୦ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ, ୧୧।୧: ଦିଲ୍ଲୀର ଜଣେ ଗୁଟ୍‌ଖା ନିର୍ମାତାଙ୍କ ଉପରେ ଗୁରୁବାର ଆୟକର ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୨୦ କୋଟି ନଗଦ ଟଙ୍କା ଓ ଅଳଙ୍କାର ଜବତ ହୋଇଛି।