ଜାତୀୟ

ଉନ୍ନାଓ ବଳାତ୍କାର: ୪ର୍ଥ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ

ଉନ୍ନାଓ ବଳାତ୍କାର: ୪ର୍ଥ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ

ଲକ୍ଷ୍ନୌ,୧୭।୪: ଉନ୍ନାଓ ବଳାତ୍କାର ଘଟଣାର ୪ର୍ଥ ଅଭିଯୁକ୍ତଙ୍କ ବିରୋଧରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ମଙ୍ଗଳବାର ମାମଲା ରୁଜୁ କରିଛି। ସେ ହେଉଛନ୍ତି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାଜପା ବିଧାୟକ କୁଲ୍‌ଦୀପ ସିଂ ସେନ୍‌ଗରଙ୍କ ନିକଟତମ ସହଯୋଗୀ ଶଶି ସିଂଙ୍କ ପୁଅ ଶୁଭମ୍‌।

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଅନଶନ ପାଇଁ ଆନ୍ଧ୍ର ମନ୍ତ୍ରିମଣ୍ଡଳର ରଣନୀତି

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଅନଶନ ପାଇଁ ଆନ୍ଧ୍ର ମନ୍ତ୍ରିମଣ୍ଡଳର ରଣନୀତି

ଅମରାବତୀ,୧୭।୪: ଆସନ୍ତା ୨୦ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ବିଜୟଓ୍ବାଡାଠାରେ ଦିନିକିଆ ଅନଶନରେ ବସିବେ। ଏ ନେଇ ମନ୍ତ୍ରିମଣ୍ଡଳ ଅନ୍ତିମ ରଣନୀତି ପ୍ରସ୍ତୁତ କରିଛି।

ପୁଣି ଉପୁଜିଲା ବିମୁଦ୍ରୀକରଣ ସ୍ଥିତି

ପୁଣି ଉପୁଜିଲା ବିମୁଦ୍ରୀକରଣ ସ୍ଥିତି

ନୂଆଦିଲ୍ଲୀ,୧୭।୪: ଦେଶର ଅଧିକାଂଶ ଭାଗରେ ଏଟିଏମ୍‌ରୁ ଟଙ୍କା ନ ବାହାରିବାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ପୁଣିଥରେ ବିମୁଦ୍ରୀକରଣ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।

ଥାନାରେ ଆତଙ୍କବାଦୀ ଆକ୍ରମଣ

ଥାନାରେ ଆତଙ୍କବାଦୀ ଆକ୍ରମଣ

ସୋପିଆନ୍‌,୧୭।୪: ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲାରେ ଥିବା ଏକ ପୋଲିସ ଷ୍ଟେଶନରେ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି।

କର୍ନାଟକ ନିର୍ବାଚନ ଡ୍ୟୁଟିରେ ବ୍ୟବହୃତ ହେବ ଜିପିଏସ୍‌ ଲାଗିଥିବା କାର୍‌

କର୍ନାଟକ ନିର୍ବାଚନ ଡ୍ୟୁଟିରେ ବ୍ୟବହୃତ ହେବ ଜିପିଏସ୍‌ ଲାଗିଥିବା କାର୍‌

ବାଙ୍ଗାଲୋର,୧୭।୪: ଆଗାମୀ କର୍ନାଟକ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା କାର୍‌ଗୁଡ଼ିକରେ ନିର୍ବାଚନ ଆୟୋଗ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌) ଉପକରଣ ସଂସ୍ଥାପନ କରିଛନ୍ତି। ନିର୍ବାଚନକୁ ନିରପେକ୍ଷ ଏବଂ ଶୃଙ୍ଖଳିତ କରିବା ପାଇଁ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଥିବା ଜଣାପଡ଼ିଛି।

ଆଇଟିବିପି ରିପୋର୍ଟ: ୩୦ ଦିନରେ ଚାଇନା ସୈନ୍ୟଙ୍କ ୩୫ ଥର ଅନୁପ୍ରବେଶ ଉଦ୍ୟମ

ଆଇଟିବିପି ରିପୋର୍ଟ: ୩୦ ଦିନରେ ଚାଇନା ସୈନ୍ୟଙ୍କ ୩୫ ଥର ଅନୁପ୍ରବେଶ ଉଦ୍ୟମ

ନୂଆଦିଲ୍ଲୀ, ୧୬।୪ : ସୀମାରେ ଚାଇନା ସୈନ୍ୟ ପୁଣି ଆରମ୍ଭ କରିଛନ୍ତି ଦାଦାଗିରି। ଗତ ଏକ ମାସ ମଧ୍ୟରେ ଲଦାଖ ଓ ଅରୁଣାଚଳ ପ୍ରଦେଶ ସୀମାରେ ଚାଇନା ସୈନ୍ୟ ୩୫ ଥର ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ଏନେଇ ଆଇଟିବିପି ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆଇଟିବିପିର ବିରୋଧ ପରେ ଚାଇନା ସୈନ୍ୟ ଫେରିଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଉରି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ସେନା କର୍ମଚାରୀ ଶହୀଦ

ଉରି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ସେନା କର୍ମଚାରୀ ଶହୀଦ

ନୂଆଦିଲ୍ଲୀ, ୧୬।୪ : ଜମ୍ମୁ-କଶ୍ମୀର ବାରମୁଳା ଜିଲା ଉରି ସେକ୍ଟରରେ ପାକିସ୍ତାନ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଳଂଘନ କରିଛି। ସକାଳ ୧୦ଟା ୪୦ରେ ପାକିସ୍ତାନ ପୋଷ୍ଟରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ କରାଯାଇଥିଲା। ଏହି ଘଟଣାରେ ଭାରତୀୟ ସେନାରେ ପରିବହନକାରୀ ଭାବେ କାର୍ଯ୍ୟ କରୁଥିବା ଖୁର୍ସୀଦ୍‌ ଅହମ୍ମଦ ଶହୀଦ ହୋଇଛନ୍ତି।

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ, ୧୬।୪ : ଲଗାତର ୯ ଶହ ବର୍ଷ ଧରି ମରୁଡ଼ି ପଡିବା ଯୋଗୁ ସିନ୍ଧୁ ସଭ୍ୟତା ଲୋପ ପାଇଥିଲା। ଏନେଇ ଖଡ଼ଗପୁର ବୈଜ୍ଞାନିକ ଦଳ ତଥ୍ୟ ଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୪ ହଜାର ୩୫୦ ବର୍ଷ ପୁରୁଣା ସିନ୍ଧୁ ସଭ୍ୟତା ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିଲା।

ଏନ୍‌ଜିଟି ଆଦେଶକୁ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ: ଅମରନାଥରେ ବନ୍ଦ ହେବନି ହର ହର ମହାଦେବ ଧ୍ୱନୀ

ଏନ୍‌ଜିଟି ଆଦେଶକୁ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ: ଅମରନାଥରେ ବନ୍ଦ ହେବନି ହର ହର ମହାଦେବ ଧ୍ୱନୀ

ନୂଆଦିଲ୍ଲୀ, ୧୬।୪ : ଅମରନାଥରେ ଜୟଧ୍ୱନୀକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ପକ୍ଷରୁ ଦିଆଯାଇଥିବା ଆଦେଶକୁ ସୋମବାର ସୁପ୍ରିମ୍‌କୋର୍ଟ ରଦ୍ଦ କରିଛନ୍ତି। ଅମରନାଥକୁ ସାଇଲେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିବା ପାଇଁ ଏନ୍‌ଜିଟି ଆଦେଶ ଦେଇଥିଲେ।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ତାତି: ୧୨ ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ତାତି: ୧୨ ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ

ହାଇଦ୍ରାବାଦ୍‌, ୧୬।୪ : ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ସୋମବାର ୧୨ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ପ୍ରତ୍ୟେକା ହୋଦା ସାଧନ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଓ୍ବାଇଏସ୍‌ଆର୍‌ସିପି, ଜନସେନା, କଂଗ୍ରେସ ତଥା ବାମପନ୍ଥୀ ଦଳ ପକ୍ଷରୁ ସମର୍ଥନ କରାଯାଇଛି। ବନ୍ଦ ଯୋଗୁ ରାଜ୍ୟରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।

ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲା: ସ୍ବାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ଅଭିଯୁକ୍ତ ଖଲାସ

ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲା: ସ୍ବାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ଅଭିଯୁକ୍ତ ଖଲାସ

ହାଇଦ୍ରାବାଦ୍‌, ୧୬।୪ : ହାଇଦ୍ରାବାଦ୍‌ ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲାରେ ସ୍ବାମୀ ଅସୀମାନନ୍ଦଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସୋମବାର ଏନ୍‌ଆଇଏ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଛି। ୨୦୦୭ ମେ ୧୮ ତାରିଖରେ ହାଇଦ୍ରାବାଦ୍‌ ଚାରମିନାର୍‌ଠାରେ ଥିବା ମକ୍କା ମସଜିଦ୍‌ରେ ଶୁକ୍ରବାର ନମାଜ ପଢ଼ାଯାଉଥିବା ସମୟରେ ବିସ୍ଫୋରଣ ଘଟିଥିଲା।

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ କଶ୍ମୀର ଆତଙ୍କବାଦ ସହ ଲଢିବା ବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଅଧାରୁ ପାଠ ଛାଡୁଛନ୍ତି। ଏପରି ପରିସ୍ଥିତିରେ କିନ୍ତୁ ଉଦାହରଣ ପାଲଟିଛନ୍ତି ଜଣେ ୯ବର୍ଷର ବାଳକ।

ଭାରତୀୟ  ରେଳସେବାକୁ ପୂରିଲା ୧୬୫ ବର୍ଷ

ଭାରତୀୟ ରେଳସେବାକୁ ପୂରିଲା ୧୬୫ ବର୍ଷ

ନୂଆଦିଲ୍ଲୀ, ୧୬।୪ : ଭାରତୀୟ ରେଳସେବାକୁ ୧୬୫ ବର୍ଷ ପୂରିଛି। ୧୮୫୩ ମସିହା ଏପ୍ରିଲ୍‌ ୧୬ ତାରିଖ ଅପରାହ୍ନ ୩ଟା ୩୫ରେ ଦେଶରେ ଆରମ୍ଭ ହୋଇଥିଲା ପ୍ରଥମ ରେଳସେବା। ପ୍ରଥମକରି ଦେଶର ବୋରିବନ୍ଦର(ଛତ୍ରପତି ଶିବାଜୀ ଟର୍ମିନାଲ)ଠାରୁ ଥାନେ ପର୍ଯ୍ୟନ୍ତ ୩୫ କିଲୋମିଟର ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା। ଏଥିରେ ୨୦ଟି ବଗି ଥିଲା।

ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଗୁପ୍ତ ଯୋଜନା:  ସେନ୍ୟ ସଂଖ୍ୟା ବୃଦ୍ଧି,୧୪ ନୂଆ ପୋଷ୍ଟ ସ୍ଥାପିତ

ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଗୁପ୍ତ ଯୋଜନା: ସେନ୍ୟ ସଂଖ୍ୟା ବୃଦ୍ଧି,୧୪ ନୂଆ ପୋଷ୍ଟ ସ୍ଥାପିତ

ଶ୍ରୀନଗର, ୧୬।୪ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣରେଖାଠାରେ ପାକିସ୍ତାନ ନିଜ ସଂଖ୍ୟା ବୃଦ୍ଧି କରିଛି। ଇତିମଧ୍ୟରେ ପାକିସ୍ତାନ ୧୪ଟି ନୂଆ ଆର୍ମି ପୋଷ୍ଟ ନିର୍ମାଣ କରିଛି। ଗୋଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନ ଏହାର ୬୨ ଇନଫ୍ୟାଣ୍ଟ୍ରି ସୈନ୍ୟ ସଂଖ୍ୟା ବଢ଼ାଇଛି। ପାକିସ୍ତାନ ଗୁପ୍ତ ଭାବେ ଏଭଳି କାହିଁକି କରୁଛି ଜଣାପଡି ନ ଥିଲେ ମଧ୍ୟ ଏହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୁହାଯାଉଛି।

କଠଓ୍ବା ପୀଡ଼ିତାଙ୍କୁ ନ୍ୟାୟ ମିଳୁ: ବଲିଉଡ

କଠଓ୍ବା ପୀଡ଼ିତାଙ୍କୁ ନ୍ୟାୟ ମିଳୁ: ବଲିଉଡ

ବମ୍ବେ,୧୫।୪: ଜମ୍ମୁ-କଶ୍ମୀରର କଠଓ୍ବାଠାରେ ଜଣେ ୮ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ସହ ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବାକୁ ସବୁଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରୁ ବଲିଉଡ ବି ବାଦ୍‌ ଯାଇନାହିଁ।

ଆତ୍ମସମର୍ପଣ କଲେ ୫ ମାଓବାଦୀ

ଆତ୍ମସମର୍ପଣ କଲେ ୫ ମାଓବାଦୀ

ରାଏପୁର, ୧୫।୪ : ଛତିଶଗଡ଼ ନାରାୟଣପୁର ଜିଲାରେ ୫ ମାଓବାଦୀ ଏବଂ ୧୮ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନେ କୋକୁଦାଜର ପୋଲିସ ଥାନାରେ ଆସି ଆତ୍ମସମର୍ପଣ କରିଥିବା ଇଣ୍ଡୋ ତିବ୍ବତ ସୀମା ସୁରକ୍ଷାବଳ (ଆଇଟିବିପି) ଆରକ୍ଷୀ ଅଧିକାରୀ ଜିତେନ୍ଦ୍ର ଶୁକ୍ଳା ସୂଚିତ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି।

ଟ୍ରାକ୍ଟର-ବସ୍‌ ମୁହାଁମୁହିଁ: ୧୦ ମୃତ

ଟ୍ରାକ୍ଟର-ବସ୍‌ ମୁହାଁମୁହିଁ: ୧୦ ମୃତ

ଅହମ୍ମଦାବାଦ୍‌, ୧୫।୪ : ଗୁଜରାଟ କଚ୍ଛ ଜିଲାର ଭାଚାଉ ଅଞ୍ଚଳରେ ଏକ ଟ୍ରାକ୍ଟର ଓ ବସ୍‌ ମଧ୍ୟରେ ଧକ୍କା ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଟ୍ରାକ୍ଟରରେ ବସି ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବାବେଳେ ଶାହିକରା ଗାଁ ନିକଟରେ ଏକ ବସ୍‌ ସହିତ ଧକ୍କା ହୋଇଥିଲା।

ଉନ୍ନାଓ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ୪ ଦିନ ହେବ ନିଖୋଜ

ଉନ୍ନାଓ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ୪ ଦିନ ହେବ ନିଖୋଜ

ଉନ୍ନାଓ,୧୫।୪: ଉନ୍ନାଓ ବଳାତ୍କୃତାଙ୍କ ଦାଦା ଏବେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଗତ ୪ ଦିନ ହେବ ତାଙ୍କର ଜଣେ ଭଣଜା ନିଖୋଜ ଥିବା ସେ କହିଛନ୍ତି। ଏହାସହ ତାଙ୍କ ଭଣଜାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ କହିଛନ୍ତି।

ଭଜନ ସମାରୋହରେ ନୋଟ୍‌ ବର୍ଷା

ଭଜନ ସମାରୋହରେ ନୋଟ୍‌ ବର୍ଷା

ନବସାରୀ,୧୫।୪: ଗୁଜରାଟ ନବସାରୀ ଅଞ୍ଚଳର ଚିକଲିରେ ଜଣେ ଗାୟକଙ୍କ ଉପରେ ନୋଟ ବର୍ଷା ହେବା ଘଟଣା ଏବେ ସାମ୍ନାକୁ ଆସିଛି। ଭାଇରାଲ ହୋଇଥିବା ଭିଡିଓରେ ଭଜନ ସମାରୋହରେ ଜଣେ ଗାୟକ ମଞ୍ଚ ଉପରେ ଭଜନ ପରିବେଷଣ କରିବା ସମୟରେ କିଛି ଶ୍ରୋତା ତାଙ୍କ ଉପରେ ନୋଟ୍‌ ବର୍ଷା କରୁଛନ୍ତି।

ପୁଅକୁ ହତ୍ୟା କରିବାକୁ ମା’ ଦେଲେ ସୁପାରି

ପୁଅକୁ ହତ୍ୟା କରିବାକୁ ମା’ ଦେଲେ ସୁପାରି

ଉଦୟପୁର, ୧୫।୪ : ରାଜସ୍ଥାନ ପ୍ରତାପଗଡ଼ ଛୋଟି ସଦାରୀରେ ଜଣେ ମା’ ନିଜ ପୁଅକୁ ହତ୍ୟା କରିବା ପାଇଁ ସୁପାରି ଦେଇଛନ୍ତି। ସମ୍ପତ୍ତି ବିବାଦରୁ ମା’ ଏପରି କରିଥିବା ପୋଲିସ ସୂଚିତ କରିଛି।

ସ୍ବାଧୀନତାର ୭୦ ବର୍ଷ ପରେ ପହଞ୍ଚିଲା ବିଜୁଳି ଆଲୁଅ

ସ୍ବାଧୀନତାର ୭୦ ବର୍ଷ ପରେ ପହଞ୍ଚିଲା ବିଜୁଳି ଆଲୁଅ

ଅମରାବତୀ, ୧୫।୪ : ମହାରାଷ୍ଟ୍ର ଅମରାବତୀ ବୁଲୁମାଗଭାନ୍‌ ଜନଜାତି ଅଧ୍ୟ୍ୟୁଷିତ ଗାଁରେ ସ୍ବାଧୀନତାର ଦୀର୍ଘ ୭୦ ବର୍ଷ ପରେ ପହଞ୍ଚିଛି ବିଜୁଳି ଆଲୋକ। ସୌଭାଗ୍ୟ ଯୋଜନା ଅନ୍ତର୍ଗତ ଏଠାରେ ବିଜୁଳି ଆଲୋକ ପହଞ୍ଚିଛି। ଗାଁରେ ଥିବା ୧୦୫ ପରିବାରଙ୍କୁ ବିଜୁଳି ଆଲୋକ ସୁବିଧା ଯୋଗାଇ ଦିଆଯାଇଛି।

ତୋଗାଡିଆ ଯୁଗର ଅବସାନ

ତୋଗାଡିଆ ଯୁଗର ଅବସାନ

ଗୁରୁଗ୍ରାମ,୧୫।୪: ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି)ନେତା ପ୍ରବୀଣ ତୋଗାଡିଆ ଶନିବାର ସଙ୍ଗଠନ ଛାଡିଥିବା ଘୋଷଣା କରିଛନ୍ତି। ୯୦ ଦଶକରେ ହିନ୍ଦୁତ୍ୱକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତୋଗାଡିଆଙ୍କ ଏହି ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଭାଜପା ନେତାଙ୍କ ପ୍ରବେଶ ନିଷେଧ

ଭାଜପା ନେତାଙ୍କ ପ୍ରବେଶ ନିଷେଧ

ଆଲ୍ଲାହାବାଦ,୧୫।୪: ଉନ୍ନାଓ ବଳାତ୍କାର ଘଟଣାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାର ଅଭିଯୁକ୍ତ ଭାଜପା ନେତା କୁଲଦୀପ ସିଂହ ସେନଗାର ଗିରଫ ହେବା ପରେ ମଧ୍ୟ ଜନତାଙ୍କ ରାଗ ଶାନ୍ତ ହୋଇନି।

ସିବିଆଇ କବ୍‌ଜାରେ ପୂର୍ବତନ ସିଏମ୍‌ଡି

ସିବିଆଇ କବ୍‌ଜାରେ ପୂର୍ବତନ ସିଏମ୍‌ଡି

ନୂଆଦିଲ୍ଲୀ,୧୪। ୪(ପି.ଟି.): ୟୁକୋ ବ୍ୟାଙ୍କକୁ ୬୨୧ କୋଟି ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଅରୁନ୍‌ କୌଲ୍‌ଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ ମାମଲା ଦାଏର କରିଛି।