ଜାତୀୟ

କାଠଗଡ଼ାରେ ଭାଜପା ସରକାର

କାଠଗଡ଼ାରେ ଭାଜପା ସରକାର

ଜମ୍ମୁ/ଲକ୍ଷ୍ନୌ,୧୨।୪(ପି.ଟି.): ‘ବେଟି ବଚାଓ ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା ଭାଜପା ଉତ୍ତରପ୍ରଦେଶ(ୟୁପି)ରେ ବିପୁଳ ବିଜୟ ହାସଲ କରି କ୍ଷମତାସୀନ ହୋଇଛି। ସେହିପରି ପିଡିପି ସହ ମେଣ୍ଟ କରି ଜମ୍ମୁ-କଶ୍ମୀରରେ ସରକାର ଗଢ଼ିଛି ଗୈରିକ ଦଳ। ଏହି ଦୁଇ ରାଜ୍ୟରେ ଘଟିଥିବା ଦୁଇଟି ବଳାତ୍କାର ଘଟଣାକୁ ନେଇ ଭାଜପାର ଅଭିମୁଖ୍ୟ ଜାତୀୟ ରାଜନୀତିକୁ ସରଗରମ କରିଛି। ୟୁପିର ଯୋଗୀ ଆଦିତ୍ୟନାଥ ସରକାର ଓ ଜମ୍ମୁ-କଶ୍ମୀରର ମେହବୁବା ମୁଫ୍‌ତି ସରକାର ଅଭିଯୁକ୍ତମାନଙ୍କୁ ଧରିବା ବଦଳରେ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।

 ‘ହେଲୋ’ ରୂପରେ ଫେରିଛି ‘ଅର୍କୁଟ୍‌’

‘ହେଲୋ’ ରୂପରେ ଫେରିଛି ‘ଅର୍କୁଟ୍‌’

ନୂଆଦିଲ୍ଲୀ: ପୁଣି ଥରେ ଫେରିଛି ଅର୍କୁଟ୍‌। ଏକ ସମୟରେ ବ୍ରାଜିଲ୍‌ ଏବଂ ଭାରତରେ ବହୁଳ ଲୋକାଦୃତ ହୋଇଥିବା ଏହି ପ୍ରମୁଖ ସୋସିଆଲ୍‌ ନେଟ୍‌ଓ୍ବର୍କିଂ ସାଇଟ ୨୦୧୪ରେ ବନ୍ଦ ହୋଇଯାଇଥିଲା। କିନ୍ତୁ ଏହାର ପ୍ରତିଷ୍ଠାତା ଅର୍କୁଟ୍‌ ବୁୟୁକ୍କୋକ୍‌ଟେନ୍‌ ପୁଣି ଥରେ ଏହାକୁ ନୂଆ ରୂପ ଦେଇ ଭାରତ ବଜାରକୁ ପ୍ରବେଶ କରାଇଥିବା ଘୋଷଣା କରିଛନ୍ତି। ଏହାର ନାମ ରଖିଛନ୍ତି ‘ହେଲୋ’।

ରାୟ ପ୍ରତ୍ୟାହାର ପାଇଁ ପୁଣି ଅନୁରୋଧ

ରାୟ ପ୍ରତ୍ୟାହାର ପାଇଁ ପୁଣି ଅନୁରୋଧ

ନୂଆଦିଲ୍ଲୀ,୧୨।୪(ପି.ଟି.): ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) (ନିର୍ଯାତନା ନିବାରଣ) ଆଇନ, ୧୯୮୯ରେ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୨୦ରେ ସଂଶୋଧନ କରିଥିଲେ। ଏହି ସଂଶୋଧନ ବଳରେ ଆଇନରେ ଥିବା ଦଣ୍ଡବିଧାନ ବ୍ୟବସ୍ଥା ଦୁର୍ବଳ ହୋଇଛି। ଏଥିଯୋଗୁ ଦେଶର ପ୍ରଭୂତ କ୍ଷତିସାଧିତ ହୋଇଛି। ତେଣୁ ଏ ସଂକ୍ରାନ୍ତ ରାୟ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଠିକ୍‌ ନିଷ୍ପତ୍ତି ନ ଥିଲା ବିମୁଦ୍ରୀକରଣ:ରାଜନ

ଠିକ୍‌ ନିଷ୍ପତ୍ତି ନ ଥିଲା ବିମୁଦ୍ରୀକରଣ:ରାଜନ

ନୂଆଦିଲ୍ଲୀ,୧୨।୪(ପି.ଟି):ନିଜର ସ୍ପଷ୍ଟବାଦୀ ମନୋଭାବ ତଥା ନିଆରା କାର୍ଯ୍ୟଧାରା ଯୋଗୁ ଚର୍ଚ୍ଚାରେ ରହି ଆସିଥିବା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତି ଏକ ଠିକ୍‌ ନିଷ୍ପତ୍ତି ନ ଥିଲା ବୋଲି ରାଜନ କହିଛନ୍ତି। ବିମୁଦ୍ରୀକରଣ ନେଇ ସରକାରଙ୍କୁ ସେ ଅବଗତ କରାଇଥିବା ବେଳେ ଏହା ଯୋଜନାବଦ୍ଧ ଭାବେ ଲାଗୁ କରାଯାଇ ନ ଥିବା କହିଛନ୍ତି।

ମୋଦିଙ୍କୁ କପିଲଙ୍କ ପ୍ରଶ୍ନ: ‘ବେଟିୟାଁ ଛୁପାଓ ନା ବେଟିୟାଁ ପଢାଓ’

ମୋଦିଙ୍କୁ କପିଲଙ୍କ ପ୍ରଶ୍ନ: ‘ବେଟିୟାଁ ଛୁପାଓ ନା ବେଟିୟାଁ ପଢାଓ’

ନୂଆଦିଲ୍ଲୀ,୧୨।୪: କଠଓ୍ବା ଓ ଉନ୍ନାଓ ଗଣବଳାତ୍କାର ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ନେତା କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପ୍ରଶ୍ନ କରିଛନ୍ତି।

ଭାରତ ତିଆରି କରିବ ସମୁଦ୍ର ଲହଡ଼ିରେ ଯୁଦ୍ଧ କରୁଥିବା ଏୟାରକ୍ରାପ୍ଟ

ଭାରତ ତିଆରି କରିବ ସମୁଦ୍ର ଲହଡ଼ିରେ ଯୁଦ୍ଧ କରୁଥିବା ଏୟାରକ୍ରାପ୍ଟ

ମାଡ୍ରାସ,୧୨।୪: ନଦୀ ହେଉ ଅବା ସମୁଦ୍ର ମଧ୍ୟରେ ଏବେ ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂ କରୁଥିବା ମାନବବିହୀନ ଏୟାରକ୍ରାପ୍ଟ ଏବେ ଭାରତରେ ନିର୍ମାଣ କରାଯିବାର ଯୋଜନା ହୋଇଛି।

ଛତିଶଗଡ଼: ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼: ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ଦନ୍ତଓ୍ବୋଡା,୧୨।୪: ଛତିଶଗଡ ଦନ୍ତଓ୍ବୋଡା ଜିଲା ପୋଲିସ ନିକଟରେ ଗୁରୁବାର ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବିଳାସପୁରର ସୁନ୍ଦର ଓ ମଞ୍ଜୁଳା।

‘ନାନକ ଶାହା ଫକିର’କୁ ନେଇ ଏସ୍‌ଜିପିସି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

‘ନାନକ ଶାହା ଫକିର’କୁ ନେଇ ଏସ୍‌ଜିପିସି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୪: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଦ୍ୱାରା ପଞ୍ଜାବୀ ଫିଲ୍ମ ‘ନାନକ ଶାହା ଫକିର’ର ରିଲିଜ୍‌କୁ ସ୍ଥଗିତ ରଖିବା ଲାଗି କରାଯାଇଥିବା ଆବେଦନର ଜରୁରୀ ଶୁଣାଣି ଆବେଦନକୁ ଗୁରୁବାର ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼: ଦୁଇ ପୋଲିସ ଅଧିକାରୀ ଆହତ

ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼: ଦୁଇ ପୋଲିସ ଅଧିକାରୀ ଆହତ

ଜମ୍ମୁ କଶ୍ମୀର, ୧୨।୪: ଜମ୍ମୁ-କଶ୍ମୀରର ପୁଲଓ୍ବାମା ଅଞ୍ଚଳରେ ଥିବା ଏକ ପୋଲିସ ଷ୍ଟେଶନ ଉପରେ ଗୁରୁବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଦୁଇଜଣ ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି।

ମୋଦିଙ୍କ ଗସ୍ତକୁ ବିରୋଧ: ମାଡ୍ରାସରେ କଳାପତାକା ପ୍ରଦର୍ଶନ

ମୋଦିଙ୍କ ଗସ୍ତକୁ ବିରୋଧ: ମାଡ୍ରାସରେ କଳାପତାକା ପ୍ରଦର୍ଶନ

ମାଡ୍ରାସ, ୧୨।୪: ମୋଦିଙ୍କୁ ବିରୋଧ କରି ଗୁରୁବାର କଳାପତାକା ପ୍ରଦର୍ଶନ କରାଯାଇଛି। ଏଠାରେ ହେବାକୁ ଥିବା ‘୧୦ମ ଡିଫେନ୍ସ ଏକ୍ସପୋ’ରେ ଯୋଗଦେବାକୁ ଯାଇଥିବା ବେଳେ ମୋଦିଙ୍କୁ ଏଭଳି ବିରୋଧ କରାଯାଇଥିବା ଜଣାପଡିଛି।

ଉନ୍ନାଓ ଗଣବଳାତ୍କାର: ଭାଜପା ବିଧାୟକଙ୍କ ନାଁରେ ଏଫ୍‌ଆଇଆର୍‌

ଉନ୍ନାଓ ଗଣବଳାତ୍କାର: ଭାଜପା ବିଧାୟକଙ୍କ ନାଁରେ ଏଫ୍‌ଆଇଆର୍‌

ଲକ୍ଷ୍ନୌ,୧୨।୪: ଉନ୍ନାଓ ଗଣବଳାତ୍କାରର ଅଭିଯୁକ୍ତ କୁହାଯାଉଥିବା ଭାଜପା ବିଧାୟକ କୁଲ୍‌ଦୀପ ସିଂହ ସେଂଗରଙ୍କ ନାଁରେ ଶେଷରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି।

ଝଡ଼ବର୍ଷାରେ ଭାଙ୍ଗିଲା ତାଜମହଲ ମିନାର

ଝଡ଼ବର୍ଷାରେ ଭାଙ୍ଗିଲା ତାଜମହଲ ମିନାର

ନୂଆଦିଲ୍ଲୀ,୧୨।୪: କାଳବୈଶାଖୀ ପ୍ରଭାବରେ ବୁଧବାର ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ବହୁ ଧନଜୀବନ ନଷ୍ଟ ହୋଇଛି। ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ପାଖାପାଖି ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।

ଇସ୍ରୋ ସଫଳତାର ସହ ଉତ୍‌କ୍ଷେପଣ କଲା ନାଭିଗେଶନ ସାଟେଲାଇଟ୍‌

ଇସ୍ରୋ ସଫଳତାର ସହ ଉତ୍‌କ୍ଷେପଣ କଲା ନାଭିଗେଶନ ସାଟେଲାଇଟ୍‌

ନୂଆଦିଲ୍ଲୀ,୧୨।୪: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଗୁରୁବାର ଭୋର ୪ଟା ୪ ମିନିଟ୍‌ରେ ଆଇଆର୍‌ଏନ୍‌ଏସ୍‌ଏସ୍‌-୧ଆଇ ନାଭିଗେଶନ ସାଟେଲାଇଟ୍‌କୁ ସଫଳତାର ସହ ଉତ୍‌କ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଏହି ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଛି ।

ଗୁରୁବାର ପ୍ରତିରକ୍ଷା ପ୍ରଦର୍ଶନୀ: ୫ବର୍ଷରେ ଭାରତ କିଣିବ ୧୯ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର

ଗୁରୁବାର ପ୍ରତିରକ୍ଷା ପ୍ରଦର୍ଶନୀ: ୫ବର୍ଷରେ ଭାରତ କିଣିବ ୧୯ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୧୧।୪: ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ୧୯ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବ। ତାମିଲନାଡୁ କାଞ୍ଚିପୁରମ୍‌ ଜିଲାର ତିରୁବେଦାନ୍ତିଠାରେ ଆରମ୍ଭ ହେବାଥିବା ୪ ଦିନିଆ ୧୦ତମ ପ୍ରତିରକ୍ଷା ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିବା ଅସ୍ତ୍ରଶସ୍ତ୍ର ତଥା ସାମରିକ ସରଞ୍ଜାମରୁ ଏହା ଅନୁମାନ କରାଯାଉଛି। ଏଥିରେ ୬୭୦ରୁ ଅଧିକ ଦେଶ ବିଦେଶର କମ୍ପାନୀ ଅଂଶଗ୍ରହଣ କରୁଛନ୍ତି। ପ୍ରଦର୍ଶନୀରେ ୧୫୪ ପ୍ରକାର ବିଦେଶର ପ୍ରତିରକ୍ଷା ଉତ୍ପାଦ ପ୍ରଦର୍ଶିତ ହେବ।

ତାଜମହଲ ଉପରେ ଅଧିକାର: ଓ୍ବାକଫ ବୋର୍ଡକୁ ଶାହାଜାନ୍‌ଙ୍କ ହସ୍ତାକ୍ଷର ମାଗିଲେ ସୁପ୍ରିମ୍‌କୋର୍ଟ

ତାଜମହଲ ଉପରେ ଅଧିକାର: ଓ୍ବାକଫ ବୋର୍ଡକୁ ଶାହାଜାନ୍‌ଙ୍କ ହସ୍ତାକ୍ଷର ମାଗିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୧।୪: ତାଜମହଲ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସୁନ୍ନି ଓ୍ବାକଫ ବୋର୍ଡକୁ ସୁପ୍ରିମ୍‌କୋର୍ଟ ଶାହାଜାନ୍‌ଙ୍କ ହସ୍ତାକ୍ଷର ଥିବା ନିର୍ଦ୍ଦେଶନାମା ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଓ୍ବାକଫ୍‌ ବୋର୍ଡ ଏହା ଦାଖଲ କରିବାକୁ ଶୀର୍ଷ ଅଦାଲତ ସୂଚିତ କରିଛନ୍ତି। ୨୦୦୫ରେ ଉତ୍ତରପ୍ରଦେଶ ଓ୍ବାକଫ ବୋର୍ଡ ତାଜମହଲ ଉପରେ ନିଜର ମାଲିକାନା ଜାହିର୍‌ ସମ୍ପର୍କରେ ଘୋଷଣା କରି ଏହାକୁ ନିଜ ସମ୍ପତ୍ତି ଭାବେ ପଞ୍ଜିକରଣ କରିବାକୁ କହିଥିଲା। ଏହାକୁ ଚ୍ୟାଲେଞ୍ଜ୍‌ କରି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ମାମଲା ଦାଖଲ କରାଯାଇଥିଲା।

ମୋ ପରିବାର ବିରୋଧରେ ଷଡ଼ଯନ୍ତ୍ର ରଚିଛନ୍ତି ସରକାର: ରାବ୍ରୀ

ମୋ ପରିବାର ବିରୋଧରେ ଷଡ଼ଯନ୍ତ୍ର ରଚିଛନ୍ତି ସରକାର: ରାବ୍ରୀ

ପାଟନା, ୧୧।୪: ସରକାର ମୋ ପରିବାର ବିରୋଧରେ ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ବୁଧବାର ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ବାସଭବନରେ ମୁତୟନ ଥିବା ୩୨ ଜଣ ସେନା ଯବାନଙ୍କୁ ହଟାଇ ନେଇଛନ୍ତି। ଏହାଦ୍ୱାରା ତାଙ୍କ ପରିବାରର ସୁରକ୍ଷା ବିପନ୍ନ ହୋଇଛି।

ଗୁରୁବାର ଉତ୍‌କ୍ଷେପଣ ହେବ ଆଇଆର୍‌ଏନ୍‌ଏସ୍‌ଏସ୍‌-୧-ଏଲ୍‌ ଉପଗ୍ରହ

ଗୁରୁବାର ଉତ୍‌କ୍ଷେପଣ ହେବ ଆଇଆର୍‌ଏନ୍‌ଏସ୍‌ଏସ୍‌-୧-ଏଲ୍‌ ଉପଗ୍ରହ

ଶ୍ରୀହରିକୋଟା, ୧୧।୪: ଗୁରୁବାର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରରୁ ଆଇଆର୍‌ଏନ୍‌ଏସ୍‌ଏସ୍‌-୧-ଏଲ୍‌ ଉପଗ୍ରହ ଉତ୍‌କ୍ଷେପଣ କରାଯିବ। ଭୋର୍‌ ୪ଟା ୪ ମିନିଟରେ ଏହା ମହାକାଶକୁ ଉତ୍‌କ୍ଷେପଣ ହେବ। ଏଥିପାଇଁ ୩୨ ଘଣ୍ଟିଆ କାଉଣ୍ଟ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହି ଉପଗ୍ରହର ଓଜନ ୧,୪୨୫ କିଲୋଗ୍ରାମ୍‌ ରହିଛି। ଏହା ପୁରୁଣା ଉପଗ୍ରହ ଆଇଆର୍‌ଏନ୍‌ଏସ୍‌ଏସ୍‌-୧-ଏ ପରିବର୍ତ୍ତେ କାର୍ଯ୍ୟ ସମ୍ପାଦିତ କରିବ।

କୁଲଗାମ୍‌ ଏନ୍‌କାଉଣ୍ଟର: ଜଣେ ଯବାନ ଶହୀଦ୍‌

କୁଲଗାମ୍‌ ଏନ୍‌କାଉଣ୍ଟର: ଜଣେ ଯବାନ ଶହୀଦ୍‌

ଶ୍ରୀନଗର, ୧୧।୪: ଜମ୍ମୁ-କଶ୍ମୀର କୁଲଗାମ୍‌ ଜିଲା ଖୁଦଓ୍ବାନୀ ଅଞ୍ଚଳରେ ବୁଧବାର ସୁରକ୍ଷାବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଯବାନ ଶହୀଦ୍‌ ହୋଇଥିବାବେଳେ ଅନ୍ୟ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଯବାନ ଆହତ ହୋଇଛନ୍ତି। ଏହି ଘଟଣାରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି।

ଭାଜପା ସବୁଠୁ ଧନୀ : ବର୍ଷକରେ ଆୟ ବଢ଼ିଛି ୮୧%

ଭାଜପା ସବୁଠୁ ଧନୀ : ବର୍ଷକରେ ଆୟ ବଢ଼ିଛି ୮୧%

ନୂଆଦିଲ୍ଲୀ,୧୦।୪(ପି.ଟି.): ବର୍ଷକ ମଧ୍ୟରେ ଭାଜପାର ଆୟ ୮୧% ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏହି ଅବଧି ମଧ୍ୟରେ ବିରୋଧୀ କଂଗ୍ରେସର ଆୟ ୧୪% ହ୍ରାସ ପାଇଥିବା ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌)ର ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି। ଭାଜପା କଂଗ୍ରେସଠାରୁ ୪ ଗୁଣା ଧନୀ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଅଭିଯୁକ୍ତଙ୍କ ଯାଏ ପାଉନି ପୋଲିସ ହାତ: ଅଡୁଆରେ ଆଦିତ୍ୟନାଥ

ଅଭିଯୁକ୍ତଙ୍କ ଯାଏ ପାଉନି ପୋଲିସ ହାତ: ଅଡୁଆରେ ଆଦିତ୍ୟନାଥ

ଲକ୍ଷ୍ନୌ,୧୦।୪: ଉତ୍ତରପ୍ରଦେଶର ଭାଜପା ସରକାରକୁ ବର୍ଷେ ପୂରିଛି। ଇତିମଧ୍ୟରେ ବିଭିନ୍ନ ବିବାଦୀୟ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଡୁଆ ବଢ଼ିବାରେ ଲାଗିଛି। କେତେବେଳେ ଦଳିତଙ୍କ ଉପରେ ଆକ୍ରମଣ ତ ଆଉ କେତେବେଳେ ସାମ୍ପ୍ରଦାୟିକ ଦଙ୍ଗା ଯୋଗୀ ସରକାରଙ୍କୁ କଳଙ୍କିତ କରିଛି। ଏତିକିବେଳେ ଜଣେ ଭାଜପା ବିଧାୟକଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କ ବାପା ବିଚାରବିଭାଗୀୟ ହାଜତରେ ଆଖିବୁଜିବା ଘଟଣା ଜାତୀୟ ରାଜନୀତିକୁ ସରଗରମ କରିଛି।

ଭାରତ ବନ୍ଦ ନିଷ୍ପ୍ରଭ

ଭାରତ ବନ୍ଦ ନିଷ୍ପ୍ରଭ

ଭୋପାଳ/ଜୟପୁର/ଲକ୍ଷ୍ନୌ,୧୦।୪(ପି.ଟି.): ସଂରକ୍ଷଣ ବିରୋଧରେ ସୋସିଆଲ ମିଡିଆରେ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ପ୍ରାୟତଃ ଅନୁଭୂତ ହୋଇନାହିଁ। କଡ଼ା ସୁରକ୍ଷା ବନ୍ଦୋବସ୍ତ ଯୋଗୁ ଅଳ୍ପ କେତୋଟି ସହରରେ ବନ୍ଦ ପାଳନ କରାଯାଇଛି। ମଧ୍ୟପ୍ରଦେଶ ଓ ରାଜସ୍ଥାନର କେତେକ ସ୍ଥାନରେ କିଛି ଘଣ୍ଟା ପାଇଁ ଦୋକାନ ବଜାର ବନ୍ଦ ରହିଥିଲା।

ଭୋକ ସୂଚକାଙ୍କ ତୁଳନାରେ ଅନାହାର ମୃତ୍ୟୁ ଅତି ଭୟଙ୍କର

ଭୋକ ସୂଚକାଙ୍କ ତୁଳନାରେ ଅନାହାର ମୃତ୍ୟୁ ଅତି ଭୟଙ୍କର

ନୂଆଦିଲ୍ଲୀ/ଜେନେଭା, ୧୦।୪: ଭୋକ ସୂଚକାଙ୍କ ତୁଳନାରେ ଅନାହାର ମୃତ୍ୟୁ ଅତି ଭୟଙ୍କର ବୋଲି ବିଶ୍ୱ ଭୋକ ସୂଚକାଙ୍କ(ଜିଏଚ୍‌ଆଇ) ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ୨୦୩୦ ସୁଦ୍ଧା ବିଶ୍ୱକୁ ଭୋକିଲା ମୁକ୍ତ କରିବା ପାଇଁ ଜାତିସଂଘ ସମେତ ଅନ୍ୟ ସଂଗଠନ ଅଣ୍ଟା ଭିଡିଛନ୍ତି। ତେବେ ବିଶ୍ୱରେ ଦେଖାଯାଉଥିବା ଅନାହାର ମୃତ୍ୟୁ ସଂଖ୍ୟାରେ ରୋକ ଲଗାଇବା ପାଇଁ କରାଯାଉଥିବା ଉଦ୍ୟମ ସଫଳ ହେବାକୁ କିଛି ସମୟ ଲାଗିବ ବୋଲି ରିପୋର୍ଟରେ ସୂଚିତ କରାଯାଇଛି।

ଖର୍ଚ୍ଚ ହୋଇନି ୧ ଲକ୍ଷ କୋଟି ଟଙ୍କା ପରିବେଶ ଅନୁଦାନ: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ଖର୍ଚ୍ଚ ହୋଇନି ୧ ଲକ୍ଷ କୋଟି ଟଙ୍କା ପରିବେଶ ଅନୁଦାନ: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ, ୧୦।୪: ପରିବେଶ ବିକାଶ ପାଇଁ ସଂଗ୍ରହ ହୋଇଥିବା ୧ ଲକ୍ଷ କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ନ ହୋଇ ପଡି ରହିଛି। ଏନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏହି ଅର୍ଥ ବିଭିନ୍ନ ଖଣି ପ୍ରକଳ୍ପଠାରୁ ସଂଗ୍ରହ କରାଯାଇଥିବାବେଳେ ଏହାକୁ ଜଙ୍ଗଲ ବିକାଶରେ ଉପଯୋଗ କରାଯିବାର ଯୋଜନା ରହିଛି।

ଆରମ୍ଭ ହେଲା ଦେଶର ସବୁଠାରୁ ଶକ୍ତିଶାଳୀ ଟ୍ରେନ୍‌ ସେବା

ଆରମ୍ଭ ହେଲା ଦେଶର ସବୁଠାରୁ ଶକ୍ତିଶାଳୀ ଟ୍ରେନ୍‌ ସେବା

ପାଟନା,୧୦।୪: ବିହାରରେ ୧୨ହଜାର ହର୍ଷପାଓ୍ବାରର ବୈଦ୍ୟୁତିକ ରେଳ ଇଞ୍ଜିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସବୁଜ ସଙ୍କେତ ଦେଇଛନ୍ତି।