ଜାତୀୟ

ମେଘାଳୟ, ତ୍ରିପୁରାରେ କଂଗ୍ରେସର ପ୍ରାର୍ଥୀ ଘୋଷଣା

ମେଘାଳୟ, ତ୍ରିପୁରାରେ କଂଗ୍ରେସର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ, ୨୭।୧(ପି.ଟି.): ଆସନ୍ତା ମାସରେ ହେବାକୁ ଥିବା ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମେଘାଳୟ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗ୍‌ମା ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ। ଉଭୟ ରାଜ୍ୟର ବିଧାନସଭାରେ ୬୦ ଲେଖାଏ ଆସନ ରହିଛି। ତନ୍ମଧ୍ୟରୁ ମେଘାଳୟରେ ୫୭ ଏବଂ ତ୍ରିପୁରାରେ ୫୬ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି କଂଗ୍ରେସ। ତ୍ରିପୁରାରେ ଫେବୃୟାରୀ ୧୮, ନାଗାଲଣ୍ଡ ଓ ମେଘାଳୟରେ ଫେବୃୟାରୀ ୨୭ରେ ଭୋଟଗ୍ରହଣ ହେବ। ମାର୍ଚ୍ଚ ୩ରେ ତିନି ରାଜ୍ୟରେ ଭୋଟ ଫଳ ଘୋଷଣା ହେବ।

ୟୁପିରେ ହିଂସା, ଜଣେ ମୃତ, ଦୋକାନ, ବସ୍‌ ପୋଡ଼ିଲେ ଦୁର୍ବୃତ୍ତ

ୟୁପିରେ ହିଂସା, ଜଣେ ମୃତ, ଦୋକାନ, ବସ୍‌ ପୋଡ଼ିଲେ ଦୁର୍ବୃତ୍ତ

କସ୍‌ଗଞ୍ଜ, ୨୭।୧(ପି.ଟି.): ଦେଶବ୍ୟାପୀ ଶୁକ୍ରବାର ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଉତ୍ତରପ୍ରଦେଶ (ୟୁପି)ରେ ଘଟିଛି ହିଂସାକାଣ୍ଡ। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ଏବିଭିପି ପକ୍ଷରୁ କସ୍‌ଗଞ୍ଜ ଅନ୍ତର୍ଗତ ମଥୁରା-ବରେଲି ରାଜପଥରେ ମୋଟରସାଇକେଲ ର଼୍ୟାଲି ଚାଲିଥିବାବେଳେ କିଛି ଦୁର୍ବୃତ୍ତ ଟେକାମାଡ଼ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ହିଂସା। ଏଥିରେ ଜଣେ ଯୁବକ ପ୍ରାଣ ହରାଇବା ସହ ଦୁଇଜଣ ଆହତ ହୋଇଥିଲେ। ଶନିବାର ଦ୍ୱିତୀୟ ଦିନରେ ମଧ୍ୟ ହିଂସାକାଣ୍ଡ ଲାଗିରହିଛି। କେତେକ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବସ୍‌ରେ ଦୁର୍ବୃତ୍ତମାନେ ନିଅଁା ଲଗାଇଦେଇଛନ୍ତି। ହିଂସାରେ ସମ୍ପୃକ୍ତି ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

ନଦୀକୁ ବସ୍‌ ଖସି ୧୩ ମୃତ

ନଦୀକୁ ବସ୍‌ ଖସି ୧୩ ମୃତ

ବମ୍ବେ,୨୭।୧: ମହାରାଷ୍ଟ୍ରର କୋହ୍ଲାପୁର ନିକଟସ୍ଥ ପଞ୍ଚଗଙ୍ଗା ନଦୀରେ ଶୁକ୍ରବାର ରାତିରେ ଏକ ବସ୍‌ ଖସିପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ୧୫ଜଣ ତୀର୍ଥଯାତ୍ରୀ ଏହି ବସ୍‌ରେ ଫେରୁଥିଲେ।

କାସ୍‌ଗଞ୍ଜରେ ପରିସ୍ଥିତି ଅଣାୟତ୍ତ

କାସ୍‌ଗଞ୍ଜରେ ପରିସ୍ଥିତି ଅଣାୟତ୍ତ

କାସ୍‌ଗଞ୍ଜ,୨୭।୧: ଉତ୍ତରପ୍ରଦେଶର କାସ୍‌ଗଞ୍ଜରେ ତିରଙ୍ଗା ରାଲି ସମୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ମୃତକଙ୍କ ଅନ୍ତିମ ସଂସ୍କାର ଶନିବାର କରାଯାଉଥିବାବେଳେ ଶ୍ମଶାନ ଘାଟରେ ଉତ୍ତେଜନା ପ୍ରକାଶ ପାଇଛି।

ସାଧାରଣତନ୍ତ୍ର ଦିବସ ପରେଡରେ ୬ଷ୍ଠ ଧାଡ଼ିରେ ରାହୁଲ: କଂଗ୍ରେସର ଅସନ୍ତୋଷ

ସାଧାରଣତନ୍ତ୍ର ଦିବସ ପରେଡରେ ୬ଷ୍ଠ ଧାଡ଼ିରେ ରାହୁଲ: କଂଗ୍ରେସର ଅସନ୍ତୋଷ

ନୂଆଦିଲ୍ଲୀ,୨୭।୧: ସାଧାରଣତନ୍ତ୍ର ଦିବସ ପରେଡ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବସିବା ପାଇଁ ୬ଷ୍ଠ ଧାଡ଼ିରେ ବ୍ୟବସ୍ଥା ହୋଇଥିଲା। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଏ ନେଇ କଂଗ୍ରେସର ରଣଦୀପ ସୂର୍ଯଓ୍ବୋଲା କହିଛନ୍ତି ଯେ, ଏହା ମୋଦି ସରକାରଙ୍କ ଶସ୍ତା ରାଜନୀତିର ନିଦର୍ଶନ।

 ଅମିତଙ୍କୁ ସମାଲୋଚନା କଲେ ସିଦ୍ଧରାମେୟା

ଅମିତଙ୍କୁ ସମାଲୋଚନା କଲେ ସିଦ୍ଧରାମେୟା

ବାଙ୍ଗାଲୋର,୨୬।୧: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି। ଏହି ମର୍ମରେ ସେ ଶୁକ୍ରବାର ଶାହ ଜଣେ ଚିନ୍ତାଶକ୍ତି ହୀନ ମନୁଷ୍ୟ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

ଗଣତନ୍ତ୍ର ଦିବସରେ ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା

ଗଣତନ୍ତ୍ର ଦିବସରେ ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା

ଲୁଧିଆନା,୨୬।୧: ପଞ୍ଜାବର ଲୁଧିୟାନାରେ ଷ୍ଟେଶନ୍‌ ହାଉସ୍‌ ଅଫିସର୍‌ (ଏସ୍‌ ଏଚ୍‌ ଓ)ର ଗନ୍‌ମ୍ୟାନ୍‌ ଭାବେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀ ଗୁଳିକରି ଆତ୍ମହତ୍ୟା କରିଛନ୍ତି।

ସାଟେଲାଇଟ୍‌ ଫୋନ୍‌ ସହ ୨ ସୌଦି ଆରବ ନାଗରିକ ଗିରଫ

ସାଟେଲାଇଟ୍‌ ଫୋନ୍‌ ସହ ୨ ସୌଦି ଆରବ ନାଗରିକ ଗିରଫ

ଜେସଲମେର,୨୬।୧: ଗଣତନ୍ତ୍ର ଦିବସ ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ରାଜସ୍ଥାନର ପୋଖରଣରୁ ୨ ସନ୍ଦିଗ୍ଧ ସୌଦି ନାଗରିକଙ୍କୁ ଗିରଫ କରାଯାଇଛି। ସୁରକ୍ଷା ଏଜେନ୍ସି, ମିଲିଟାରୀ ଇଣ୍ଟେଲିଜେନ୍ସ ଏବଂ ପୋଲିସର ମିଳିତ ଅଭିଯାନରେ ଏମାନଙ୍କୁ ଗିରଫ କରାଯାଇଛି।

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୫ ମୃତ

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୫ ମୃତ

ବିଜୟଓ୍ବାଡା,୨୬।୧: ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ସହ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାତ୍ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଗୁରୁତର ଆହତ ହୋଇଛନ୍ତି।

ଆଇଏସ୍‌ ସହ ସମ୍ପର୍କକୁ ନେଇ ପୁନେରେ ହାଇଆଲର୍ଟ ଜାରି

ଆଇଏସ୍‌ ସହ ସମ୍ପର୍କକୁ ନେଇ ପୁନେରେ ହାଇଆଲର୍ଟ ଜାରି

ପୁନେ,୨୬।୧: ମହାରାଷ୍ଟ୍ର ପୋଲିସର ପୁନେ ଏଟିଏସ୍‌ ଟିମ୍‌ ଦ୍ୱାରା ହାଇ ଆଲର୍ଟ ଜାରି କରାଯାଇଛି। କାରଣ ପୁନେ ନିବାସୀ ଜଣେ ଯୁବତୀ ପୁଣି ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ସହ ସମ୍ପର୍କ ରଖିବା ସହ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିଛି।

ଗଣତନ୍ତ୍ର ଦିବସ ସୁରକ୍ଷାରେ ଲାଗିଥିବା ସିସିଟିଭି ପାଇଁ ଖର୍ଚ୍ଚ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା

ଗଣତନ୍ତ୍ର ଦିବସ ସୁରକ୍ଷାରେ ଲାଗିଥିବା ସିସିଟିଭି ପାଇଁ ଖର୍ଚ୍ଚ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ,୨୬।୧: ଚଳିତ ବର୍ଷ ରାଜପଥରେ ଆୟୋଜିତ ଗଣତନ୍ତ୍ର ଦିବସ ଥିଲା ସବୁ ବର୍ଷଠାରୁ ଭିନ୍ନ। କାରଣ ଏବର୍ଷ ଏଥିରେ ୧୦ଟି ଦେଶର ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେଇଥିଲେ।

ଭାରତ-ପାକିସ୍ତାନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ

ଭାରତ-ପାକିସ୍ତାନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ

ଶ୍ରୀନଗର,୨୬।୧: ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଅଶାନ୍ତିକୁ କମ୍‌ କରିବା ପାଇଁ ଗୁରୁବାର ପାକିସ୍ତାନ ରିଜର୍ଭ ଫୋର୍ସ ଏବଂ ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌) ମଧ୍ୟରେ ଏକ ଫ୍ଲାଗ୍‌ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି।

ମାଘ ମେଳାରେ ତ୍ରିରଙ୍ଗା ଉଡାଇଲେ ସାଧୁ

ମାଘ ମେଳାରେ ତ୍ରିରଙ୍ଗା ଉଡାଇଲେ ସାଧୁ

ଆହ୍ଲାବାଦ,୨୬।୧: ସାରାଦେଶ ୬୯ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ସମୟରେ ଏଥିରୁ ବାଦ୍‌ ଯାଇନାହାନ୍ତି ସାଧୁସନ୍ଥମାନେ। ମାଘମେଳାରେ ଯୋଗ ଦେଇଥିବା ଏହି ସାଧୁମାନେ ଆହ୍ଲାବାଦରେ ଶୁକ୍ରବାର ସକାଳୁ ତ୍ରିରଙ୍ଗା ଉଡାଇଥିବା ଦେଖିବାକୁ ମିଳିଛି।

୨,୬୮୫ ବନ୍ଦୀଙ୍କ ଦଣ୍ଡ କୋହଳ କଲେ ଆସାମ ସରକାର

୨,୬୮୫ ବନ୍ଦୀଙ୍କ ଦଣ୍ଡ କୋହଳ କଲେ ଆସାମ ସରକାର

ଗୌହାଟି,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଆସାମ ସରକାର ଜେଲଦଣ୍ଡ ଭୋଗୁଥିବା ୨,୬୮୫ ବନ୍ଦୀଙ୍କ ଦଣ୍ଡ କୋହଳ କରିବା ପାଇଁ ଘୋଷଣା କରିଛନ୍ତି। ସମ୍ପ୍ରତି ରାଜ୍ୟର ବିଭିନ୍ନ ଜେଲ୍‌ରେ ୩,୦୮୯ ବନ୍ଦୀ ରହିଛନ୍ତି ବୋଲି କାରାଗାର ବିଭାଗ ପକ୍ଷରୁ କୁହାଯାଇଛି।

ତିବ୍ବତର ୧୮ ହଜାର ଫୁଟ ଉଚ୍ଚତାରେ  ହିମବୀରମାନେ ଉଡ଼ାଇଲେ ତ୍ରିରଙ୍ଗା

ତିବ୍ବତର ୧୮ ହଜାର ଫୁଟ ଉଚ୍ଚତାରେ ହିମବୀରମାନେ ଉଡ଼ାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ,୨୬।୧ : ୬୯ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତର ତିବ୍ବତ ସୀମା ପୋଲିସର ହିମବୀରମାନେ ମାଇନସ୍‌ ୩୦ ଡିଗ୍ରୀ ତାପମାନରେ ୧୮ ହଜାର ଫୁଟ ଉଚ୍ଚତାରେ ଭାରତୀୟ ତ୍ରିରଙ୍ଗା ଉଡାଇଛନ୍ତି।

ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ୧୦ ଏଏସ୍‌ଇଏଏନ୍‌ ରାଷ୍ଟ୍ରର ପ୍ରତିନିଧି

ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ୧୦ ଏଏସ୍‌ଇଏଏନ୍‌ ରାଷ୍ଟ୍ରର ପ୍ରତିନିଧି

ନୂଆଦିଲ୍ଲୀ, ୨୬।୧: ଭାରତର ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଶୁକ୍ରବାର ପ୍ରଥମ ଥରପାଇଁ ୧୦ଟି ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ସମୂହ(ଏଏସ୍‌ଇଏଏନ୍‌)ର ପ୍ରତିନିଧି ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି। ଏହାଦ୍ୱାରା ଭାରତ ଏବଂ ଏସବୁ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହୋଇପାରିବ ବୋଲି ଆକଳନ କରାଯାଉଛି। ୬୯ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବାୟୁସେନାର ୫ଟି ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର ଆକାଶ ମାର୍ଗରେ ଚିତାକର୍ଷକ ଦୃଶ୍ୟ ପ୍ରଦର୍ଶନ କରିଥିଲେ।

କରନ୍‌ ଜୋହର୍‌ଙ୍କୁ ହୋଇପାରେ ୫ବର୍ଷ ଜେଲ୍‌

କରନ୍‌ ଜୋହର୍‌ଙ୍କୁ ହୋଇପାରେ ୫ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୫।୧: ବଲିଉଡ଼ର ନାମୀ ନିର୍ଦ୍ଦେଶକ କରନ୍‌ ଜୋହର୍‌ଙ୍କୁ ଦିଲ୍ଲୀ ସରକାରଙ୍କ ତରଫରୁ ଏକ ନୋଟିସ୍‌ ଜାରି କରାଯାଇଛି। ଏହି ଆଧାରରେ କରନ୍‌ଙ୍କୁ ୫ ବର୍ଷ ଜେଲ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏବେ କରନ୍‌ ଟେଲିଭିଜନରେ ନିଜର ଏକ ଶୋ ‘ଇଣ୍ଡିଆଜ୍‌ ନେକ୍‌ଷ୍ଟ ସୁପରଷ୍ଟାର’ରେ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟିଙ୍କ ସହ ନଜର ଆସୁଛନ୍ତି।

ବଜେଟ ଅଧିବେଶନ: ଜାନୁୟାରୀ ୨୮ରେ ସର୍ବଦଳୀୟ ବୈଠକ

ବଜେଟ ଅଧିବେଶନ: ଜାନୁୟାରୀ ୨୮ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୨୫।୧: ସଂସଦରେ ବର୍ଷର ପ୍ରଥମ ବଜେଟ ଅଧିବେଶନ ଜାନୁୟାରୀ ୨୯ରୁ ଆରମ୍ଭ ହେବ। ଫେବୃୟାରୀ ୯ରେ ଏହା ଶେଷ ହେବ। ତେବେ ଫେବୃୟାରୀ ୧ରେ ବଜେଟ ଉପସ୍ଥାପନ ହେବ। ଏହି ସତ୍ର ଆରମ୍ଭ ହେବା ପୂର୍ବରୁ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ ସର୍ବଦଳୀୟ ନେତାଙ୍କର ବୈଠକ ଡାକିଛନ୍ତି। ଏହି ବୈଠକ ଆସନ୍ତା ୨୮ତାରିଖରେ ଅନୁଷ୍ଠିତ ହେବ। ପ୍ରକାଶ ଯେ, ବଜେଟର ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୫ ରୁ ଏପ୍ରିଲ ୬ ଯାଏ ଚାଲିବ।

୨୦ ବର୍ଷ ପରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ ଆଇଟିବିପି

୨୦ ବର୍ଷ ପରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ ଆଇଟିବିପି

ନୂଆଦିଲ୍ଲୀ, ୨୫।୧: ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ ଭାରତ-ତିବେତ୍‌ ସୀମା ସୁରକ୍ଷା ବାହିନୀ(ଆଇଟିବିପି)। ଏହି ଅବସରରେ ଆଇଟିବିପି ଦ୍ୱାରା ହିମାଚଳ ସୀମା, ବରଫ ପଡୁଥିବା କ୍ଷେତ୍ର, ପର୍ବତାରୋହଣ, ସାହସିକ ଖେଳ, ସେନା ଉପକରଣ ଆଦି ପ୍ରଦର୍ଶିତ ହେବ।

ଭାରତ-ଫିଲିପାଇନ୍ସ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ-ଫିଲିପାଇନ୍ସ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ, ୨୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗା ଦୁତେର୍ତେଙ୍କ ଉପସ୍ଥିତିରେ ଉଭୟ ଦେଶ ମଧ୍ୟରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଫଳରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ଭାବେ ଅର୍ଥନୈତିକ ନେଣଦେଣ ବୃଦ୍ଧି ପାଇବ। ଏହା ଦୁଇଦେଶର ଆର୍ଥିକ ଅଭିବୃଦ୍ଧିକୁ ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

କୌଣସି ଧର୍ମ, ଜାତିର ଭାବନା କ୍ଷୁଣ୍ଣ କରିବାଭଳି ଫିଲ୍ମ ନିର୍ମାଣ ଅନୁଚିତ: ଦିଗ୍‌ବିଜୟ ସିଂହ

କୌଣସି ଧର୍ମ, ଜାତିର ଭାବନା କ୍ଷୁଣ୍ଣ କରିବାଭଳି ଫିଲ୍ମ ନିର୍ମାଣ ଅନୁଚିତ: ଦିଗ୍‌ବିଜୟ ସିଂହ

ନୂଆଦିଲ୍ଲୀ, ୨୫।୧: ଦୀର୍ଘଦିନ ଧରି ବିବାଦ ଓ ବିରୋଧ ସତ୍ତ୍ୱେ ଗୁରୁବାର ପରଦାକୁ ଓହ୍ଲାଇଛି ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ପଦ୍ମାବତ୍‌’। ମୁକ୍ତିଲାଭ କରିବା ପରେ ମଧ୍ୟ ବିବାଦ ଏହାର ପିଛା ଛାଡୁ ନାହିଁ। ବିଭିନ୍ନ ରାଜ୍ୟରେ ଏହାକୁ ପ୍ରଦର୍ଶନ ପାଇଁ ବିରୋଧ କରାଯାଇ ଗାଡି ମୋଟର ଭଙ୍ଗାରୁଜା କରାଯାଉଛି। ରାଜନେତାମାନେ ମଧ୍ୟ ଏହାକୁ ବିରୋଧ କରି ମନ୍ତବ୍ୟ ଦେଉଛନ୍ତି। ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି କୌଣସି ବି ଚଳଚ୍ଚିତ୍ର କୌଣସି ଧର୍ମ ଅଥବା ଜାତିର ଭାବନାକୁ କ୍ଷୁଣ୍ଣ କରିଥାଏ, ତେବେ ଏଭଳି ଫିଲ୍ମ ନିର୍ମାଣ ହେବା ଅନୁଚିତ୍‌’।

ଆଜମ୍‌ ଖାନ୍‌ଙ୍କ ବିଶ୍ୱବିଦ୍ୟାଳୟକୁ ସେନାର ଉପହାର

ଆଜମ୍‌ ଖାନ୍‌ଙ୍କ ବିଶ୍ୱବିଦ୍ୟାଳୟକୁ ସେନାର ଉପହାର

ନୂଆଦିଲ୍ଲୀ,୨୫।୧: ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ୍‌ ଖାନ୍‌ଙ୍କ ବିଶ୍ୱବିଦ୍ୟାଳୟକୁ ଭାରତୀୟ ସେନା ମଙ୍ଗଳବାର ଏକ ଟି-୫୫ ଯୁଦ୍ଧ ଟ୍ୟାଙ୍କ ଉପହାର ଭାବେ ପ୍ରଦାନ କରିଛି। ରାମପୁରରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଆଜମ୍‌ ଖାନ୍‌ କୂଳପତି ଓ ପ୍ରତିଷ୍ଠାତା ରହିଛନ୍ତି।

ଭାରତର ପ୍ରଥମ ଓ ଏସିଆର ତୃତୀୟ ‘ଫ୍ଲୋଟିଙ୍ଗ ମାର୍କେଟ୍‌’

ଭାରତର ପ୍ରଥମ ଓ ଏସିଆର ତୃତୀୟ ‘ଫ୍ଲୋଟିଙ୍ଗ ମାର୍କେଟ୍‌’

କଲିକତା,୨୫।୧: ସ୍ଥଳଭାଗରେ ହାଟ, ବଜାର ଓ ସପିଙ୍ଗ ମଲ୍‌ କଥା ସମେସ୍ତେ ଜାଣିଥିବେ, ଏଠାରୁ କିଣାବିକା ମଧ୍ୟ କରିଥିବେ। ହେଲେ ପାଣି ଉପରେ ବଜାରରେ କିଣାବିକା କରିବାର ଅନୁଭୂତି ହୁଏତ ଅନେକଙ୍କ ପାଖରେ ନ ଥିବ। ବିଦେଶରେ ପାଣି ଉପରେ ବଜାର ରହିଥିବା କେତେକ ଲୋକେ ଜାଣିଛନ୍ତି।

୧୫୦ ଫୁଟ୍‌ ସୁଡଙ୍ଗ କରି ପେଟ୍ରୋଲ୍‌ ଚୋରି

୧୫୦ ଫୁଟ୍‌ ସୁଡଙ୍ଗ କରି ପେଟ୍ରୋଲ୍‌ ଚୋରି

ନୂଆଦିଲ୍ଲୀ,୨୫।୧: ଦ୍ୱାରକାରେ ଇଣ୍ଡିଆନ୍‌ ଅଏଲର ମାଟିତଳେ ଯାଇଥିବା ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ ପରେ ଦିଲ୍ଲୀ ପୋଲିସ ଓ ସୁରକ୍ଷାକର୍ମୀ ଅଡୁଆରେ ପଡିଯାଇଛନ୍ତି। ବିସ୍ଫୋରଣ ପରେ ୧୫୦ ଫୁଟ ସୁଡଙ୍ଗ ମାଧ୍ୟମରେ ପେଟ୍ରୋଲ ଚୋରି କରିବାର ଯୋଜନା ସାମ୍ନାକୁ ଆସିଛି।