ଜାତୀୟ

୧୧୧ଜଣଙ୍କ ଜୀବନ ନେଇଛି ୮୨୨ଟି ଜାତିଆଣ ହିଂସା

୧୧୧ଜଣଙ୍କ ଜୀବନ ନେଇଛି ୮୨୨ଟି ଜାତିଆଣ ହିଂସା

ନୂଆଦିଲ୍ଲୀ, ୬।୨: ଗତ ୨୦୧୭ ବର୍ଷରେ ୮୨୨ ଜାତିଆଣ ହିଂସାରେ ୧୧୧ ଜଣ ଲୋକଙ୍କର ଜୀବନ ଯାଇଛି। ଏହି ଘଟଣାଗୁଡିକରେ ୨.୩୮୪ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହୀର ଏନେଇ ସୂଚନା ଦେଇଛନ୍ତି।

୨୦୧୭ରେ ୫୧୫ ଥର ଅନୁପ୍ରବେଶ ଉଦ୍ୟମ: ୭୫ ଆତଙ୍କବାଦୀ ନିହତ

୨୦୧୭ରେ ୫୧୫ ଥର ଅନୁପ୍ରବେଶ ଉଦ୍ୟମ: ୭୫ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, ୬।୨: ଗତ ୨୦୧୭ ବର୍ଷରେ କମ୍ମୁ-କଶ୍ମୀରରେ ୫୧୫ ଥର ଅନୁପ୍ରବେଶ ଉଦ୍ୟମ ହୋଇଥିବାବେଳେ ୭୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଲୋକସଭାରେ ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ଏସମ୍ପର୍କରେ ସୂଚିତ କରିଛନ୍ତି।

କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌: ୭୨ ଅସୁସ୍ଥ

କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌: ୭୨ ଅସୁସ୍ଥ

କଲିକତା, ୬।୨: ପଶ୍ଚିମବଙ୍ଗ ହାଓ୍ବଡା ଜିଲା ଜରଙ୍ଗବାଲି ରଦ୍ଦି ବଜାରରେ ବିଷାକ୍ତ କ୍ଳୋରିନ୍‌ ଗ୍ୟାସ୍‌ ଲିକ୍‌ ହୋଇଛି। ଏହି ଘଟଣାରେ ୭୨ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଭଳି ଗ୍ୟାସ୍‌ ଲିକ୍‌ ହେଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଉତ୍ତରାଖଣ୍ଡ ମିଥ୍ୟା ଏନକାଉଣ୍ଟର ମାମଲା: ୭ ଦୋଷୀ ସାବ୍ୟସ୍ତ

ଉତ୍ତରାଖଣ୍ଡ ମିଥ୍ୟା ଏନକାଉଣ୍ଟର ମାମଲା: ୭ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୬।୨: ଉତ୍ତରାଖଣ୍ଡ ଡେରାଡୁନ୍‌ରେ ୨୦୦୯ରେ ହୋଇଥିବା ମିଥ୍ୟା ଏନକାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ ଜଣଙ୍କୁ ପ୍ରମାଣ ଅଭାବରୁ ମୁକ୍ତ କରିଛନ୍ତି।

ପୋଲିସ ହାତରୁ ଖସିଲେ ଲଶ୍କର ଆତଙ୍କବାଦୀ

ପୋଲିସ ହାତରୁ ଖସିଲେ ଲଶ୍କର ଆତଙ୍କବାଦୀ

ଶ୍ରୀନଗର, ୬।୨: ଜମ୍ମୁ-କଶ୍ମୀର ଶ୍ରୀନଗର କରନ ନଗରଠାରେ ଥିବା ଶ୍ରୀ ମହାରାଜା ହରିସିଂ ହସ୍ପିଟାଲରେ ରୁଟିନ୍‌ ଚେକ୍‌ ଅପ୍‌ ପାଇଁ ଆସୁଥିବା ଜଣେ ଲଶ୍ମର ଆତଙ୍କବାଦୀ ପୋଲିସ ହାତରୁ ଖସିଯାଇଛନ୍ତି। ଲଶ୍କର ଆତଙ୍କବାଦୀ ଆବୁ ହାନଞ୍ଜୁଲା ଓରଫ ନାଭିଦ୍‌ କେନ୍ଦ୍ରୀୟ କାରାଗାରରୁ ଅନ୍ୟ ୫ ଜଣ ଅନ୍ତେବାସୀଙ୍କ ସହିତ ହସ୍ପିଟାଲକୁ ଆସିଥିଲେ। ତାଙ୍କ ସହିତ ଅନ୍ୟଜଣେ ଆତଙ୍କବାଦୀ ମଧ୍ୟ ଥିଲେ। ପୂର୍ବରୁ ହସ୍ପିଟାଲ ପରିସରରେ ୨-୩ଜଣ ଆତଙ୍କବାଦୀ ଲୁଚି ରହିଥିଲେ। ସେମାନେ ଗୁଳି ଫୁଟାଇ ଉପସ୍ଥିତ ଲୋକଙ୍କୁ ଭୟଭୀତ କରିବାର ପ୍ରୟାସ କରିଥିଲେ।

ଯୁଦ୍ଧ ମୁହାଁ ହେଉଛନ୍ତି ଭାରତ-ପାକିସ୍ତାନ: ଫାରୁକ୍‌

ଯୁଦ୍ଧ ମୁହାଁ ହେଉଛନ୍ତି ଭାରତ-ପାକିସ୍ତାନ: ଫାରୁକ୍‌

ନୂଆଦିଲ୍ଲୀ, ୬।୨: ଭାରତ-ପାକିସ୍ତାନ ମଧ୍ୟରେ କ୍ରମାଗତ ଉତ୍ତେଜନା ବୃଦ୍ଧି ପାଇବା ସହିତ ଦୁଇ ଦେଶ ଯୁଦ୍ଧ ମୁହାଁ ହେବାରେ ଲାଗିଛନ୍ତି ବୋଲି ମଙ୍ଗଳବାର ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲା ସୂଚିତ କରିଛନ୍ତି।

 ଶେୟାର ବଜାରରେ ହା ହା କାର: ୨ଦିନରେ ନିବେଶକଙ୍କ  ୫ ଲକ୍ଷ କୋଟି ପୁଞ୍ଜି ବୁଡିଲା

ଶେୟାର ବଜାରରେ ହା ହା କାର: ୨ଦିନରେ ନିବେଶକଙ୍କ ୫ ଲକ୍ଷ କୋଟି ପୁଞ୍ଜି ବୁଡିଲା

ବମ୍ବେ, ୬।୨: ବମ୍ବେ ଶେୟାର ବଜାରରେ ମଙ୍ଗଳବାର ସବୁଠାରୁ ବଡ ହ୍ରାସ ଦେଖିବାକୁ ମିଳିଛି। ସେନେସେକ୍ସ୍‌ ୧୨୦୦ ଅଙ୍କ ହ୍ରାସ ପାଇଥିବାବେଳେ ନିଫ୍ଟି ୧୦,୨୦୦ ଅଙ୍କରେ ପହଞ୍ଚିଛି। ମଙ୍ଗଳବାର ଶେୟାର ବଜାର ଖୋଲିବା ପରେ ପୂର୍ବାହ୍ନ ୯ଟା ୪୫ ବେଳକୁ ସେନେସେକ୍ସ୍‌ ୩୩, ୮୨୧ ଅଙ୍କ ଏବଂ ନିଫ୍ଟି ୧୦,୩୬୧.୭୫ ଅଙ୍କରେ କାରବାର ଆରମ୍ଭ କରିଥିଲା। ଏହାପରେ ସେନସେକ୍ସ୍‌ରେ ୧୨୦୦ ଅଙ୍କ ହ୍ରାସ ପାଇବା ସହିତ ନିଫ୍ଟିରେ ୩୭୧ରୁ ଅଧିକ ଅଙ୍କ ହ୍ରାସ ପାଇଥିବା ଦେଖାଯାଇଥିଲା।

ଅପହୃତ ତୈଳ ଟ୍ୟାଙ୍କରରୁ ମୁକୁଳିଲେ ୨୨ ଭାରତୀୟ

ଅପହୃତ ତୈଳ ଟ୍ୟାଙ୍କରରୁ ମୁକୁଳିଲେ ୨୨ ଭାରତୀୟ

ନୂଆଦିଲ୍ଲୀ, ୬।୨: ପଶ୍ଚିମ ଆଫ୍ରିକା ବେନିନ୍‌ ଉପକୂଳ ଗୁନିଆ ଉପସାଗରରୁ ଅପହୃତ ହୋଇଥିବା ତୈଳ ଟ୍ୟାଙ୍କରରେ ଥିବା ୨୨ ଭାରତୀୟ ମୁକୁଳିଛନ୍ତି ବୋଲି ବୈଦେଶିକ ବ୍ୟାପାରମନ୍ତ୍ରୀ ସୁଷମା ସ୍ବରାଜ ମଙ୍ଗଳବାର ଟୁଇଟ୍‌ କରି ସୂଚିତ କରିଛନ୍ତି।

ଡୋକଲାମ୍‌ ପରେ ତିବ୍ବତରେ ଚାଇନାର ସମରସଜ୍ଜା

ଡୋକଲାମ୍‌ ପରେ ତିବ୍ବତରେ ଚାଇନାର ସମରସଜ୍ଜା

ନୂଆଦିଲ୍ଲୀ, ୫।୨: ଡୋକଲାମରେ ଚାଇନା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଏବେ ତିବ୍ବତରେ ଆରମ୍ଭ କରିଛି ସମରସଜ୍ଜା। ଗତ ୩ ସପ୍ତାହ ମଧ୍ୟରେ ଏଠାରେ ଚାଇନା ୫୧-ଯୁଦ୍ଧ ଜେଟ୍‌ ବିମାନ ମୁତୟନ କରିବା ସହିତ ଯୁଦ୍ଧରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଠୁଳ କରିବାରେ ଲାଗିଛି।

ଫୋର୍ବସ ତାଲିକାରେ ୩୦ ଯୁବ ଭାରତୀୟ

ଫୋର୍ବସ ତାଲିକାରେ ୩୦ ଯୁବ ଭାରତୀୟ

ନୂଆଦିଲ୍ଲୀ, ୫।୨: ଫୋର୍ବସ ଇଣ୍ଡିଆର ପଞ୍ଚମ ସଂସ୍କରଣରେ ୩୦ ବର୍ଷରୁ କମ୍‌ ବୟସର ୩୦ ଭାରତୀୟ ଉଦ୍ୟୋଗୀ ଓ ନବୀନ ଆବିଷ୍କାରକ ରହିଛନ୍ତି। ଫୋର୍ବସ ତାଲିକାରେ ସମାଜର ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଥାଏ।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୩୫ ଦିନରେ ୧୨ ଯବାନ ଶହୀଦ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୩୫ ଦିନରେ ୧୨ ଯବାନ ଶହୀଦ

ଶ୍ରୀନଗର, ୫।୨: ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଳଂଘନ କରୁଛି। ପୂର୍ବରୁ ୨୦୧୭ରେ ପାକିସ୍ତାନ ୮୮୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ୧୩୮ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ୩୫ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ୧୨ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଜାନୁୟାରୀ ୩ ସାମ୍ବା ସେକ୍ଟରରେ ଏହି ଘଟଣାରେ ବିଏସ୍‌ଏଫ୍‌ ହେଡ୍‌ କନେଷ୍ଟବଳ ପି. ହାଜରା ଶହୀଦ ହୋଇଥିଲେ।

କଲିକତାରେ ହେବ ଭାସମାନ ବଜାର

କଲିକତାରେ ହେବ ଭାସମାନ ବଜାର

କଲିକତା, ୫।୨: ପଶ୍ଚିମବଙ୍ଗ କଲିକତାର ପାତୁଲିଠାରେ ଶ୍ରୀନଗରର ଡାଲ୍‌ ହ୍ରଦ ଓ ବ୍ୟାଙ୍ଗକ ଭଳି ଭାସମାନ ବଜାର ନିର୍ମାଣ କରାଯିବ। ଏସମ୍ପର୍କରେ କଲିକତା ମେଟ୍ରୋପଲିଟାନ ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।

୨ ସାବାଳକଙ୍କ ବିବାହରେ କେହି ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ: ପ୍ରଧାନ ବିଚାରପତି

୨ ସାବାଳକଙ୍କ ବିବାହରେ କେହି ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୫।୨: ଖାପ୍‌ ପଞ୍ଚାୟତ ବିରୋଧରେ ଶକ୍ତି ବାହିନୀ ସଂଗଠନ ପକ୍ଷରୁ ଦାଖଲ କରାଯାଇଥିବା ଏକ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

 ୫ ହଜାର ବର୍ଷ ପୁରାତନ ପ୍ରାକ୍‌-ହରପ୍ପାନ୍‌ ସଭ୍ୟତା: ଖନନ ଆରମ୍ଭ

୫ ହଜାର ବର୍ଷ ପୁରାତନ ପ୍ରାକ୍‌-ହରପ୍ପାନ୍‌ ସଭ୍ୟତା: ଖନନ ଆରମ୍ଭ

ଚଣ୍ଡିଗଡ଼, ୫।୨: ହରିୟାନା ଫତେବାଦ୍‌ ଜିଲାର କୁନାଲ ଅଞ୍ଚଳରେ ଥିବା ୫ ହଜାର ବର୍ଷ ପୁରାତନ ପ୍ରାକ୍‌-ହରପ୍ପାନ୍‌ ସଭ୍ୟତା ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଖନନ ଆରମ୍ଭ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ୧୯୮୬ରେ ଏହି ଅଞ୍ଚଳରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିଲା

 ଅନୁପ୍ରବେଶ ପାଇଁ ୧୪୬ ଆତଙ୍କବାଦୀ ନିୟନ୍ତ୍ରଣ ରେଖାରେ ପ୍ରସ୍ତୁତ

ଅନୁପ୍ରବେଶ ପାଇଁ ୧୪୬ ଆତଙ୍କବାଦୀ ନିୟନ୍ତ୍ରଣ ରେଖାରେ ପ୍ରସ୍ତୁତ

ଶ୍ରୀନଗର, ୫।୨: ଜମ୍ମୁ-କଶ୍ମୀରରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ଲାଗିଛି। ଅସ୍ତ୍ରବିରତି ଉଲ୍ଲଂଘନ ବାହାନାରେ ପାକିସ୍ତାନ ଭାରତକୁ ୧୪୬ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ଯୋଜନା କରୁଥିବା ଭାରତୀୟ ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ଆଇଏସ୍‌ଆଇ ଓ ପାକିସ୍ତାନ ସୈନ୍ୟବାହିନୀ ମିଳିତ ଭାବେ ନିୟନ୍ତ୍ରଣ ରେଖାର ମାଛିଲ୍‌, ଉରି, ତଙ୍ଗଧାର, ପୁଞ୍ଚ୍‌, ଭିମ୍ବରଗଲି ଆଦି ସେକ୍ଟରରେ ଗୁଳିଗୋଳା ଓ ମୋର୍ଟାର ସେଲିଂ ମାଡ଼ର ଯୋଜନା କରାଯାଇଛି।

ନାବାଳିକାଙ୍କୁ ହତ୍ୟା କଲା ବିଫଳ ପ୍ରେମିକ

ନାବାଳିକାଙ୍କୁ ହତ୍ୟା କଲା ବିଫଳ ପ୍ରେମିକ

ବାଲୁଗାଁ,୪।୨(ଡି.ଏନ୍‌.ଏ.): ସପ୍ତାହେ ପୂର୍ବେ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ଜଣେ ନାବାଳିକା ଏକତରଫା ପ୍ରେମର ଶିକାର ହୋଇ ପ୍ରେମିକ ଦ୍ୱାରା ବଳାତ୍କାର ଓ ପରେ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଶନିବାର ରାତିରେ ବାଲୁଗାଁ ଅଞ୍ଚଳର ଜଣେ ନାବାଳିକା ଅନୁରୂପ ଭାବେ ହତ୍ୟାର ଶିକାର ହୋଇଛନ୍ତି।

୧୦ ଗାଡି ଜଳାଇଲେ ମାଓବାଦୀ

୧୦ ଗାଡି ଜଳାଇଲେ ମାଓବାଦୀ

ବିଜାପୁର ୪।୨: ଛତିଶଗଡ଼ ବିଜାପୁର ଜିଲା ମାଡେଡ୍‌ ଅଞ୍ଚଳରେ ମାଓବାଦୀମାନେ ୧୦ଟି ଗାଡିକୁ ଜଳାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ୭ ଟ୍ରାକ୍ଟର, ଗୋଟିଏ ଡ୍ରୋଜର୍‌, ଗୋଟିଏ ଓ୍ବାଟର ଟ୍ୟାଙ୍କ୍‌ ଏବଂ ଜେସିବି ମେସିନ୍‌କୁ ମାଓବାଦୀ ଜଳାଇ ଦେଇଛନ୍ତି।

ତାଳିପକା ରାଜନୀତିର ବିଜୟ: ମେଣ୍ଟରେ ରହିବ ଟିଡିପି

ତାଳିପକା ରାଜନୀତିର ବିଜୟ: ମେଣ୍ଟରେ ରହିବ ଟିଡିପି

ଅମରାବତୀ, ୪।୨: ଆନ୍ଧ୍ରପ୍ରଦେଶର ଶାସକ ଦଳ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସହ ସମ୍ପର୍କ ଅତୁଟ ରଖିବ ବୋଲି ରବିବାର ଘୋଷଣା କରିଛି। ବଜେଟରେ ଆନ୍ଧ୍ରପ୍ରଦେଶ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନ ଥିବାରୁ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ମେଣ୍ଟରୁ ବାହାରି ଯିବାକୁ ସୂଚନା ଦେଇଥିଲେ।

 ବୋଫର୍ସ ମାମଲାରେ କଂଗ୍ରେସ ଭାବମୂର୍ତ୍ତି ନଷ୍ଟ କରିବାକୁ ଭାଜପା ଯୋଜନା କରୁଛି

ବୋଫର୍ସ ମାମଲାରେ କଂଗ୍ରେସ ଭାବମୂର୍ତ୍ତି ନଷ୍ଟ କରିବାକୁ ଭାଜପା ଯୋଜନା କରୁଛି

ନୂଆଦିଲ୍ଲୀ, ୪।୨: ବୋଫର୍ସ ମାମଲାରେ ଜାଣିଶୁଣି ଭାଜପା ଅନ୍ୟାୟ କରୁଛି। ବିଭିନ୍ନ ଗୁଜବ ପ୍ରଚାରିତ କରି କଂଗ୍ରେସ ଦଳର ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଭାଜପା ଯୋଜନା କରୁଥିବା କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ସୂଚିତ କରିଛନ୍ତି।

୧୦୦ଦେଶରେ ପ୍ରସାରିତ ହେବ ଡିଡି ନ୍ୟୁଜ୍‌

୧୦୦ଦେଶରେ ପ୍ରସାରିତ ହେବ ଡିଡି ନ୍ୟୁଜ୍‌

ନୂଆଦିଲ୍ଲୀ, ୪।୨: ପୃଥିବୀର ୧୦୦ଟି ବିଦେଶୀ ରାଷ୍ଟ୍ରରେ ୨୪ ଘଣ୍ଟିଆ ଡିଡି ନ୍ୟୁଜ୍‌ର ପ୍ରସାରଣ ପାଇଁ ଯୋଜନା କରାଯାଉଛି। ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଛି।

 ପୁଞ୍ଚ୍‌ ଜିଲାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପୁଞ୍ଚ୍‌ ଜିଲାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର, ୪।୨: ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲାରେ ପାକିସ୍ତାନ ରବିବାର ପୂର୍ବାହ୍ନ ୧୧ଟା ୩୦ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ନିୟନ୍ତ୍ରଣ ରେଖାଠାରେ ଥିବା ଶାହପୁର ସେକ୍ଟରରେ ପାକିସ୍ତାନ ସେନା ପୋଷ୍ଟ ତଥା ନିକଟସ୍ଥ ଗାଁ ଗୁଡିକ ଉପରକୁ ପ୍ରବଳ ଗୁଳିଗୋଳା ଓ ମୋର୍ଟାର ସେଲିଂ ମାଡ କରିଛି।

ମୋଦିଙ୍କୁ ରାହୁଲଙ୍କ ସମାଲୋଚନା

ମୋଦିଙ୍କୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ, ୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଡା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କୌଣସି କଥାର ମୂଲ୍ୟ ନାହିଁ ବୋଲି ରାହୁଲ ରବିବାର ଟୁଇଟ୍‌ କରିଛନ୍ତି।

ପଦୋନ୍ନତି ପାଇଁ ନିରୀହ ଲୋକଙ୍କୁ ଏନକାଉଣ୍ଟର୍‌ କରୁଛି ପୋଲିସ:ଏସ୍‌ପି

ପଦୋନ୍ନତି ପାଇଁ ନିରୀହ ଲୋକଙ୍କୁ ଏନକାଉଣ୍ଟର୍‌ କରୁଛି ପୋଲିସ:ଏସ୍‌ପି

ଲକ୍ଷ୍ନୌ, ୪।୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇଶାରାରେ ପୋଲିସ ଅଧିକାରୀମାନେ ଅନ୍ୟାୟ କରୁଥିବା ସମାଜବାଦୀ ପାର୍ଟି(ଏସ୍‌ପି) ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଅଧିକାରୀମାନେ ପଦୋନ୍ନତି ପାଇଁ ଏକ ସପ୍ତାହ ମଧ୍ୟରେ ରାଜ୍ୟର ୧୦ଟି ଜିଲାରେ ୧୫ ଏନକାଉଣ୍ଟର କରିଛନ୍ତି। ଏହି ପ୍ରାୟୋଜିତ ମିଥ୍ୟା ଏନ୍‌କାଉଣ୍ଟର ପଛରେ ଆଦିତ୍ୟନାତ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଏସ୍‌ପି ପକ୍ଷରୁ କୁହାଯାଇଛି।

ପଶୁ ସଞ୍ଜିବନୀ ଯୋଜନା: ୪୦ ନିୟୁତ ଗାଈଙ୍କୁ ମିଳିବ ଆଧାର ନମ୍ବର

ପଶୁ ସଞ୍ଜିବନୀ ଯୋଜନା: ୪୦ ନିୟୁତ ଗାଈଙ୍କୁ ମିଳିବ ଆଧାର ନମ୍ବର

ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା ଅନ୍ତର୍ଗତ ୪୦ ନିୟୁତ ଗାଈଙ୍କୁ ଆଧାର ନମ୍ବର ପ୍ରଦାନ କରାଯିବ। ୨୦୧୫ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏନେଇ ଏକ ପ୍ରସ୍ତାବ ଆଣିଥିଲେ। ଏହି ଯୋଜନାକୁ କୃଷି ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।