ଜାତୀୟ

ନିଖୋଜ ‘ବମ୍‌ବମ୍‌’ ଲାଗି ପୋଷ୍ଟର ଲଗାଇଲେ ପ୍ରଫେସର

ନିଖୋଜ ‘ବମ୍‌ବମ୍‌’ ଲାଗି ପୋଷ୍ଟର ଲଗାଇଲେ ପ୍ରଫେସର

କଲିକତା,୧୯।୬: ପୋଷା ବିଲେଇ ହଜି ଯିବାକୁ ନେଇ କଲିକତାର ଜଣେ ପ୍ରଫେସର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି। ବିଲେଇକୁ ପାଇବାର ଆଶା ରଖି ସେ ଦକ୍ଷିଣ କଲିକତାର ରାସ୍ତା କଡରେ ଶହ ଶହ ପୋଷ୍ଟର ଲଗାଇଛନ୍ତି।

ପଛରେ ଭାରତ

ପଛରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୯।୬: ପାକିସ୍ତାନ ଓ ଚାଇନା ଅପେକ୍ଷା ଭାରତ ନିକଟରେ କମ୍‌ ପରିମାଣର ପରମାଣୁ ଅସ୍ତ୍ରଶସ୍ତ୍ର ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ,୧୯।୬: ଇଣ୍ଡିଗୋର ଜୟପୁର-ମୁମ୍ବାଇ ବିମାନରେ ବୋମାଥିବା ଖବର ମଙ୍ଗଳବାର ସକାଳୁ ଏହାର କଲ୍‌ ସେଣ୍ଟରକୁ ସୂଚନା ଦିଆଯାଇଥିଲା। ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ ସୁଦ୍ଧା ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ଏହି ଖବର ଦେଇଥିଲେ।

ଚାକିରି ଦେବା ଆଳରେ ବିବାହିତାଙ୍କୁ ୬ ମାସ ଧରି ବଳାତ୍କାର

ଚାକିରି ଦେବା ଆଳରେ ବିବାହିତାଙ୍କୁ ୬ ମାସ ଧରି ବଳାତ୍କାର

ଗ୍ବାଲିୟର,୧୯।୬: ମଧ୍ୟପ୍ରଦେଶ ଆନନ୍ଦ ନଗର ବହୋଡ଼ପୁର ଥାନା ଅଞ୍ଚଳରେ ଜଣେ ବିବାହିତାଙ୍କୁ ଚାକିରି ଦେବା ଆଳରେ ୬ ମାସ ଧରି ବଳାତ୍କାର ଅଭିଯୋଗ ହୋଇଛି।

ଏଟିଏମ୍‌ରୁ ମୂଷା କାଟି ଦେଲେ ୧୨ ଲକ୍ଷ

ଏଟିଏମ୍‌ରୁ ମୂଷା କାଟି ଦେଲେ ୧୨ ଲକ୍ଷ

ଆସାମର ତିନସୁକିଆ ଲୈପୁଲି ଅଞ୍ଚଳରେ ଥିବା ଏକ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏଟିଏମ୍‌ରେ ମୂଷାମାନେ ୧୨ ଲକ୍ଷ ଟଙ୍କାର ନୋଟକୁ କାଟି ପକାଇଛନ୍ତି। ୧୧ ଜୁନରେ ଏହାକୁ ନେଇ କିଛି ଫଟୋ ଭାଇରାଲ ହେବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ଶିମ୍‌ଲା ଆସିବାକୁ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ

ଶିମ୍‌ଲା ଆସିବାକୁ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ

ଶିମ୍‌ଲା,୧୯।୬: ଗତ କିଛି ସପ୍ତାହ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଫଳରେ ହିମାଚଳ ପ୍ରଦେଶ ପର୍ଯ୍ୟଟନ ଶିଳ୍ପ ବେଶ୍‌ ପ୍ରଭାବିତ ହୋଇଥିଲା। କାରଣ ଏଠାରେ ଘୋର ଜଳ ସଙ୍କଟ ଦେଖାଦେଇଥିଲା।

ଶ୍ରୀନଗରରେ ପ୍ରଥମ ଫଟୋଗ୍ରାଫି କର୍ମଶାଳା ଆୟୋଜନ କଲା ଏଫ୍‌ଟିଆଇଆଇ

ଶ୍ରୀନଗରରେ ପ୍ରଥମ ଫଟୋଗ୍ରାଫି କର୍ମଶାଳା ଆୟୋଜନ କଲା ଏଫ୍‌ଟିଆଇଆଇ

ଶ୍ରୀଗନର,୧୯।୬: ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ)ପୁନେ ଓ ଜମ୍ମୁ-କଶ୍ମୀର ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଫରମେଶନ୍‌ ଆଣ୍ଡ ପବ୍ଲିକ୍‌ ରିଲେଶନ୍ସ (ଡିଆଇପିଆର୍‌)ର ମିଳିତ ସହଯୋଗରେ ଶ୍ରୀନଗରେ ପ୍ରଥମ ଥର ଲାଗି ଏକ ଫଟୋଗ୍ରାଫି କର୍ମଶାଳା ଆୟୋଜିତ ହୋଇଛି।

ଫିଫା ପ୍ରଶଂସକ ଚକ୍‌ରେ ତିଆରି କଲେ ଟ୍ରଫି

ଫିଫା ପ୍ରଶଂସକ ଚକ୍‌ରେ ତିଆରି କଲେ ଟ୍ରଫି

ଚଣ୍ଡିଗଡ଼,୧୯।୬: ସାରା ବିଶ୍ୱରେ ଏବେ ଫୁଟବଲ ଫିବର୍‌। ଆରମ୍ଭ ହୋଇଯାଇଛି ଫିଫା ଓ୍ବାର୍ଲଡ କପ୍‌। ଏହାର ଜଣେ ପ୍ରଶଂସକ ଚକ୍‌ରେ ଫିଫା ଟ୍ରଫି ନିର୍ମାଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଭାଜପାକୁ ଇଶାରା ଦେଲେ ନୀତୀଶ

ଭାଜପାକୁ ଇଶାରା ଦେଲେ ନୀତୀଶ

ପାଟନା,୧୯।୬: ଆଗକୁ ୨୦୧୯ ଲୋକସଭା ନିର୍ବାଚନ। ସମ୍ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପାର ହାତ ଛାଡ଼ିବାର ଇଶାରା ଦେଇଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ ଆଳରେ ଅପରାଧ, ଦୁର୍ନୀତି, ଜାତିବାଦକୁ ସହ୍ୟ କରାଯିବ ନାହିଁ।

ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମଦ ନିଶାରେ ୨ ସନ୍ତାନଙ୍କୁ ଜୀବନ୍ତ ପୋତୁଥିଲେ ପିତା

ମଦ ନିଶାରେ ୨ ସନ୍ତାନଙ୍କୁ ଜୀବନ୍ତ ପୋତୁଥିଲେ ପିତା

ପାଟନା,୧୯।୬: ବିହାର ଫୁଲବାରିୟା ଥାନା ଅନ୍ତର୍ଗତ ଭାଗବତ ପରସା ଗାଁରେ ଘଟିଛି ଏକ ଅଘଟଣ। ଏଠାରେ ଭୃଗତ ମହତୋ ନାମକ ଜଣେ ପିତା ମଦ ନିଶାରେ ନିଜର ଦୁଇ ସନ୍ତାନଙ୍କୁ ଜୀବନ୍ତ ମାଟିରେ ପୋତୁଥିବା ଅଭିଯୋଗ ହୋଇଛି।

ହୋଟେଲରେ ଅଗ୍ନିକାଣ୍ଡ: ୫ ମୃତ

ହୋଟେଲରେ ଅଗ୍ନିକାଣ୍ଡ: ୫ ମୃତ

ଲକ୍ଷ୍ନୌ,୧୯।୬: ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରବାଗ ଅଞ୍ଚଳରେ ଥିବା ହୋଟେଲ ବିରାଟରେ ମଙ୍ଗଳବାର ଭୋର୍‌ ସମୟରେ ଘଟିଛି ଅଗ୍ନିକାଣ୍ଡ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ପୋଲିସ ସୂଚିତ କରିଛି।

ଖାଲରେ ପଡ଼ିଲା ସ୍କର୍ପିଓ: ୬ ପିଲାଙ୍କ ମୃତ୍ୟୁ

ଖାଲରେ ପଡ଼ିଲା ସ୍କର୍ପିଓ: ୬ ପିଲାଙ୍କ ମୃତ୍ୟୁ

ପାଟନା,୧୯।୬: ବିହାର ଅରରିଆରେ ମଙ୍ଗଳବାର ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବରଯାତ୍ରୀ ସ୍କର୍ପିଓ ଗାଡି ନିୟନ୍ତ୍ରଣ ହରାଇ ପାଣି ଜମି ରହିଥିବା ଖାଲରେ ପଡ଼ିଛି।

ଡ୍ରଗ୍ସ୍‌ ମାଫିଆ ଟାର୍ଗେଟରେ ସ୍କୁଲ: ସାଣ୍ଡଲ୍‌  ହିଲ୍‌ରେ ଚୋରା କାରବାର

ଡ୍ରଗ୍ସ୍‌ ମାଫିଆ ଟାର୍ଗେଟରେ ସ୍କୁଲ: ସାଣ୍ଡଲ୍‌ ହିଲ୍‌ରେ ଚୋରା କାରବାର

ଇନ୍ଦୋର,୧୯।୬: ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ରାଜ୍ୟରେ ଡ୍ରଗ୍ସ୍‌ ମାଫିଆ ଏବେ ବେପାର ବଢ଼ାଇବା ପାଇଁ ସ୍କୁଲଗୁଡ଼ିକୁ ଟାର୍ଗେଟ କରିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି। ସ୍କୁଲ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ଫୁସୁଲାଇ କିମ୍ବା ବନ୍ଧୁତା କରି ମାଗଣାରେ ବିଭିନ୍ନ ଖାଦ୍ୟପଦାର୍ଥ ମାଧ୍ୟମରେ ଡ୍ରଗ୍ସ୍‌ ଦେଉଛନ୍ତି ମାଫିଆ।

୧୪୪୬୦ ବଙ୍କର ନିର୍ମାଣ ଲାଗି ଟେଣ୍ଡର ଜାରି: ଖର୍ଚ୍ଚ ହେବ ୪୧୬ କୋଟି

୧୪୪୬୦ ବଙ୍କର ନିର୍ମାଣ ଲାଗି ଟେଣ୍ଡର ଜାରି: ଖର୍ଚ୍ଚ ହେବ ୪୧୬ କୋଟି

ଶ୍ରୀନଗର,୧୯।୬: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ହୋଇପଡ଼ିଛି ଅସୁରକ୍ଷିତ। ଲୋକଙ୍କ ସୁରକ୍ଷା ଲାଗି ଏଠାରେ ୧୪୪୬୦ ବଙ୍କର ନିର୍ମାଣ ନିମନ୍ତେ ଜାରି ହୋଇଛି ଟେଣ୍ଡର। ଏଥିରେ ୪୧୬ କୋଟି ଟଙ୍କା ଖର୍ଚ୍ଚ ହେବ।

ଖୋଲା ପଡ଼ିଆରେ ଶୋଇଥିବା ଶ୍ରମିକଙ୍କୁ ଜୀବନ୍ତ ପୋତିଲା ଡମ୍ପର

ଖୋଲା ପଡ଼ିଆରେ ଶୋଇଥିବା ଶ୍ରମିକଙ୍କୁ ଜୀବନ୍ତ ପୋତିଲା ଡମ୍ପର

ଜବଲପୁର, ୧୯।୬: ମଧ୍ୟପ୍ରଦେଶ ଜବଲପୁର ନୌଦରା ବ୍ରିଜ୍‌ ଅଞ୍ଚଳରେ ଘଟିଛି ଏକ ଅଘଟଣ। ଏଠାରେ ଖୋଲା ପଡ଼ିଆରେ ରାତିରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଡମ୍ପର ମାଟି ପକାଇ ଦେବାରୁ ସେ ଦୀର୍ଘ ୮ ଘଣ୍ଟା ଧରି ଜୀବନ୍ତ ମାଟିରେ ପୋତି ହୋଇ ରହିଥିଲେ।

ପ୍ରକାଶ ପାଇଲା ଏମ୍ସ ଏମ୍‌ବିବିଏସ୍‌-୨୦୧୮ ପରୀକ୍ଷା ଫଳ

ପ୍ରକାଶ ପାଇଲା ଏମ୍ସ ଏମ୍‌ବିବିଏସ୍‌-୨୦୧୮ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୮।୬: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ଏମ୍ସ)ରେ ଏମ୍‌ବିବିଏସ୍‌-୨୦୧୮ରେ ନାମ ଲେଖା ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି।

ବାହା ହେବାକୁ କାହିଁକି ଅରାଜି ହେଲେ ପ୍ରେମିକା

ବାହା ହେବାକୁ କାହିଁକି ଅରାଜି ହେଲେ ପ୍ରେମିକା

ନୂଆଦିଲ୍ଲୀ,୧୮।୬: ରାଜଧାନୀ ଦିଲ୍ଲୀର ମୁଜାଫରପୁର ଅଞ୍ଚଳରେ ଜଣେ ପ୍ରେମିକ ବିବାହିତା ପ୍ରେମିକାଙ୍କୁ ବାହା ହେବାକୁ ଅସଫଳ ହେବାରୁ ତାଙ୍କ ଶିଶୁକୁ ଅପହରଣ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ବଦଳିବ ଭାରତୀୟ ରେଳର ରଙ୍ଗ

ବଦଳିବ ଭାରତୀୟ ରେଳର ରଙ୍ଗ

ନୂଆଦିଲ୍ଲୀ,୧୮।୬: ଭାରତୀୟ ରେଳରେ ଥିବା ଗାଢ ନୀଳ ରଙ୍ଗ ଏବେ ଅତୀତ ହୋଇ ରହିଯିବ। କାରଣ ନୀଳ ରଙ୍ଗ ପରିବର୍ତ୍ତେ ଏବେ ସମସ୍ତ ମେଲ୍‌/ଏକ୍ସପ୍ରେସ ବଗିକୁ ଇସତ୍‌ ବାଦାମୀ ଓ ମାଟିଆ ରଙ୍ଗ କରାଯିବାର ଯୋଜନା ରହିଛି।

ଗୋଷ୍ଠୀ ସଂଘର୍ଷ: ୩ମୃତ, ୫ ଆହତ

ଗୋଷ୍ଠୀ ସଂଘର୍ଷ: ୩ମୃତ, ୫ ଆହତ

ନୂଆଦିଲ୍ଲୀ,୧୮।୬: ନୂଆଦିଲ୍ଲୀ ବୁରାଇ ସନ୍ତ୍‌ ନଗର ଅଞ୍ଚଳରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଥିବା ଜଣାପଡିଛି।

ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ: କାର୍ଯ୍ୟ ସମୀକ୍ଷା ଆଧାରରେ ମିଳିବ ଟିକେଟ

ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ: କାର୍ଯ୍ୟ ସମୀକ୍ଷା ଆଧାରରେ ମିଳିବ ଟିକେଟ

ସୂରଜକୁଣ୍ଡ,୧୮।୬: ହରିୟାଣା ସୂରଜକୁଣ୍ଡରେ ଜାରି ରହିଛି ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ। ମନ୍ତ୍ରୀମାନଙ୍କୁ ଏମ୍‌ପିମାନଙ୍କ କାର୍ଯ୍ୟ ସମୀକ୍ଷା ପାଇଁ ବୈଠକରେ ଦିଆଯାଇଛି ନିର୍ଦ୍ଦେଶ।

ନିଜ ଦେହରେ ନିଆଁ ଲଗାଇଲେ ମହିଳା

ନିଜ ଦେହରେ ନିଆଁ ଲଗାଇଲେ ମହିଳା

ଭୋପାଳ,୧୮।୬: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଛନ୍ତି। ସ୍ଥାନୀୟ ଫତେପୁର ଓ୍ବାର୍ଡରେ ଏହି ଘଟିଥିବା ପୋଲିସ କହିଛି।

ଅପରେଶନ ଅଲଆଉଟ୍‌-୨: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଅପରେଶନ ଅଲଆଉଟ୍‌-୨: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୬: ଜମ୍ମୁ-କଶ୍ମୀରରେ ସୋମବାର ଆରମ୍ଭ ହୋଇଛି ଅପରେଶନ ଅଲଆଉଟ୍‌-୨। ଦକ୍ଷିଣ କଶ୍ମୀରରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ଗୌରି ଲଙ୍କେଶ ହତ୍ୟାକୁ ନେଇ ଶ୍ରୀରାମ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ

ଗୌରି ଲଙ୍କେଶ ହତ୍ୟାକୁ ନେଇ ଶ୍ରୀରାମ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ

ବାଙ୍ଗାଲୋର,୧୮।୬: କର୍ନାଟକର ଶ୍ରୀରାମ ସେନାମୁଖ୍ୟ ପ୍ରମୋଦ ମୁତାଲିକ ଖବରଦାତା ଗୌରି ଲଙ୍କେଶଙ୍କ ହତ୍ୟା ଘଟଣାକୁ କୁରୁର ମୃତ୍ୟୁ ସହ ତୁଳନା କରି ବିବାଦୀୟ ହୋଇ ପଡିଛିନ୍ତି।