ଜାତୀୟ

ଡାକ୍ତରଙ୍କ କରିସ୍ମା: ଶିଶୁ ମୁଣ୍ଡରେ ଛୁଞ୍ଚି

ଡାକ୍ତରଙ୍କ କରିସ୍ମା: ଶିଶୁ ମୁଣ୍ଡରେ ଛୁଞ୍ଚି

ମଥୁରା,୮।୩: ଉତ୍ତରପ୍ରଦେଶ ମଥୁରାର ଏକ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ବେପରୁଆ ଭାବ ସାମ୍ନାକୁ ଆସିଛି। ୬ବର୍ଷ ଶିଶୁ ମୁଣ୍ଡରେ ଅସ୍ତ୍ରୋପଚାର ପରେ ଡାକ୍ତର ଏକ ଛୁଞ୍ଚି ଛାଡିଦେଇଥିବା ଜଣାପଡିଛି।

ରାଜଭବନ ବାହାରେ ଶପଥ ନେବାରେ ରିଓ ପ୍ରଥମ ରାଜନେତା

ରାଜଭବନ ବାହାରେ ଶପଥ ନେବାରେ ରିଓ ପ୍ରଥମ ରାଜନେତା

କୋହିମା,୮।୩: ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି) ନେତା ନେଫିଉ ରିଓ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏକାଦଶ ମନ୍ତ୍ରୀ ପରିଷଦ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପି ବି ଆଚାର୍ଯ୍ୟ ରିଓଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ବମ୍ବେ ଆସିଲେ ଦାଉଦ୍‌ଙ୍କ ସାଥୀ ଫାରୁକ୍‌ ଟକଲା

ବମ୍ବେ ଆସିଲେ ଦାଉଦ୍‌ଙ୍କ ସାଥୀ ଫାରୁକ୍‌ ଟକଲା

ନୂଆଦିଲ୍ଲୀ/ଦୁବାଇ,୮।୩: ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସାଥୀ ଫାରୁକ୍‌ ଟକଲାଙ୍କୁ ଗୁରୁବାର ଦୁବାଇରୁ ଗିରଫ କରି ବମ୍ବେ ଅଣାଯାଇଥିବା ସୂଚନା ମିଳିଛି।

ନାରୀଙ୍କ ପାଇଁ ଦିନଟିଏ

ନାରୀଙ୍କ ପାଇଁ ଦିନଟିଏ

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସକୁ ନେଇ ସବୁଠି କିଛିନା କିଛି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଏ।

କେରଳ ପହଞ୍ଚିଲା ମୂର୍ତ୍ତିଭଙ୍ଗା ରାଜନୀତି

କେରଳ ପହଞ୍ଚିଲା ମୂର୍ତ୍ତିଭଙ୍ଗା ରାଜନୀତି

କନ୍ନୁର,୮।୩: ପ୍ରଥମେ ତ୍ରିପୁରାରେ ଲେନିନ୍‌ଙ୍କ ମୂର୍ତ୍ତିଭଙ୍ଗା ପରେ ପୋରିୟାର, ଶାମା ପ୍ରସାଦ ମୁଖାର୍ଜୀଙ୍କ ମୂର୍ତ୍ତିଭଙ୍ଗା ରାଜନୀତିରେ ଫସିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ। ଗୁରୁବାର କେରଳର କନ୍ନୁରରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଯାଇଥିବା ଅଭିଯୋଗ ଆସିଛି।

ପିଏନ୍‌ବି ମାମଲା: ଇଡିକୁ ଦିଲ୍ଲୀ ହାଇକୋର୍ଟଙ୍କ ଜବାବ ତଲବ

ପିଏନ୍‌ବି ମାମଲା: ଇଡିକୁ ଦିଲ୍ଲୀ ହାଇକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ, ୭ା୩ (ପି.ଟି.): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ହୋଇଥିବା ଠକେଇକୁ ନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଜବାବ ତଲବ କରିଛନ୍ତି। ହୀରା ଗହଣା ଡିଜାଇନର ନୀରବ ମୋଦିଙ୍କ କମ୍ପାନୀ ଫାୟାରଷ୍ଟାର ଡାଏମଣ୍ଡ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍‌ ଲିମିଟେଡ୍‌ ବେଆଇନ୍‌ ଅର୍ଥ କାରବାର କରିଥିବା ସଂକ୍ରାନ୍ତ ଏକ ମାମଲା ଇଡି ପୂର୍ବରୁ ରୁଜୁ କରିଥିଲା।

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୭।୩ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାସ୍ଥିତ ସୁନ୍ଦରବାଣୀ ସେକ୍ଟରରେ ବୁଧବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ୧୦ଟା ୩୦ରେ ପାକିସ୍ତାନ ପୋଷ୍ଟରୁ ମୋର୍ଟାର ଶେଲିଂ ମାଡ ଆରମ୍ଭ ହୋଇଥିଲା। ଏହି ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ ବୋଲି ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଏଠାକାର ବାସିନ୍ଦାଙ୍କୁ ସୁରକ୍ଷିତ ବଙ୍କରକୁ ସ୍ଥାନାନ୍ତର କରାଯାଇଛି।

 ପୁଣି ରାଜ୍ୟସଭା ଯିବେ ଜୟା: ନିଷ୍ପତ୍ତି ନେଲା ଏସ୍‌ପି

ପୁଣି ରାଜ୍ୟସଭା ଯିବେ ଜୟା: ନିଷ୍ପତ୍ତି ନେଲା ଏସ୍‌ପି

ଲକ୍ଷ୍ନୌ, ୭।୩ : ଆଗାମୀ ଦିନରେ ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସମାଜବାଦୀ ପାର୍ଟି(ଏସ୍‌ପି) ପକ୍ଷରୁ ପୁଣିଥରେ ଜୟା ବଚ୍ଚନଙ୍କୁ ରାଜ୍ୟସଭାକୁ ପଠଇବା ପାଇଁ ଯୋଜନା କରାଯାଇଛି। ଏସ୍‌ପିର ୬ ଜଣ ସଦସ୍ୟଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ସଦସ୍ୟମାନଙ୍କ ମଧ୍ୟରେ ନରେଶ ଅଗ୍ରଓ୍ବାଲ, କିରଣମୟ ନନ୍ଦା, ଜୟା ବଚ୍ଚନ, ମୁନଓ୍ବର ସଲିମ୍‌, ଆଲୋକ ତିଓ୍ବାରୀ ଓ ଦର୍ଶନ ସିଂ ଯାଦବ ପ୍ରମୁଖ ରହିଛନ୍ତି। ତେବେ ଏସ୍‌ପି ପାଖରେ ମାତ୍ର ୪୭ ଭୋଟ ରହିଛି। ଏହାଦ୍ୱାରା କେବଳ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଯାଇ ପାରିବ।

 ଶ୍ରଦ୍ଧାଳୁଙ୍କ ରକ୍ତରେ ହେବ ଦେବତାଙ୍କ ଅଭିଷେକ

ଶ୍ରଦ୍ଧାଳୁଙ୍କ ରକ୍ତରେ ହେବ ଦେବତାଙ୍କ ଅଭିଷେକ

ଥିରୁବନ୍ତପୁରମ୍‌, ୭।୩ : କେରଳ ଥିରୁବନ୍ତପୁରମ୍‌ ଭିଥୁରା ଗାଁରେ ଥିବା ଏକ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ରକ୍ତରେ ଦେବତାଙ୍କ ଅଭିଷେକ ହେବ ବୋଲି ସୂଚନା ପ୍ରକାଶ ପାଇଛି। ମନ୍ଦିରର ବାର୍ଷିକ ଉତ୍ସବ ପାଳନ ପାଇଁ ଏପରି କରାଯାଉଥିବା କୁହାଯାଇଛି। ଶ୍ରଦ୍ଧାଳୁଙ୍କ ରକ୍ତ ସୁରକ୍ଷିତ ଥିବା ଡାକ୍ତର ସୂଚିତ କଲେ ଏହା ଦେବତାଙ୍କ ଅଭିଷେକରେ ବ୍ୟବହୃତ ହେବ ବୋଲି ସୂଚନାରେ ପ୍ରକାଶିତ ହୋଇଛି।

 ଭାରତୀୟ ଡ୍ରୋନ୍‌କୁ ଗୁଳି କରି ଖସାଇଥିବା ଦାବି କଲା ପାକିସ୍ତାନ

ଭାରତୀୟ ଡ୍ରୋନ୍‌କୁ ଗୁଳି କରି ଖସାଇଥିବା ଦାବି କଲା ପାକିସ୍ତାନ

କରାଚି/ନୂଆଦିଲ୍ଲୀ, ୭।୩ : ନିୟନ୍ତ୍ରଣ ରେଖାଠାରେ ଭାରତୀୟ ସ୍ପାଏ ଡ୍ରୋନ୍‌କୁ ଗୁଳି କରି ଖସାଇଥିବା ପାକିସ୍ତାନ ସୈନ୍ୟ ବିଭାଗ ଦାବି କରିଛି। ଜମ୍ମୁ-କଶ୍ମୀର ଚିରିକୋଟ ସେକ୍ଟରରେ ଡ୍ରୋନ୍‌ ଆକାଶ ମାର୍ଗରେ ପଇଁତରା ମାରୁଥିବାବେଳେ ଏପରି ହୋଇଥିବା ପାକିସ୍ତାନ ସୈନ୍ୟ ଦାବି କରିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ନିୟନ୍ତ୍ରଣ ରେଖାଠାରେ ଏପରି ୪ଟି ଡ୍ରୋନ୍‌କୁ ଗୁଳି କରାଯାଇଥିବା ପାକିସ୍ତାନ ସୈନ୍ୟ ବିଭାଗ କହିଛି।

 ପ୍ରଧାନମନ୍ତ୍ରୀଙ୍କ ନାମ ପୂର୍ବରୁ ‘ଶ୍ରୀ’ ନ କହିବାରୁ ମିଳିଲା ଦଣ୍ଡ: କଟିଲା ବିଏସ୍‌ଏଫ୍‌ ଯବାନଙ୍କ ୭ ଦିନର ଦରମା

ପ୍ରଧାନମନ୍ତ୍ରୀଙ୍କ ନାମ ପୂର୍ବରୁ ‘ଶ୍ରୀ’ ନ କହିବାରୁ ମିଳିଲା ଦଣ୍ଡ: କଟିଲା ବିଏସ୍‌ଏଫ୍‌ ଯବାନଙ୍କ ୭ ଦିନର ଦରମା

ନୂଆଦିଲ୍ଲୀ, ୭।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ପୂର୍ବରୁ ‘ଶ୍ରୀ’ନ କହିବାରୁ ଜଣେ ସୀମା ସୁରକ୍ଷାବଳ(ବିଏସ୍‌ଏଫ୍‌) ଯବାନଙ୍କର ୭ ଦିନର ଦରମା କଟାଯାଇଛି। କେନ୍ଦ୍ରୀୟ ସାମରିକ ପୋଲିସ ବିଭାଗ ପକ୍ଷରୁ ସମ୍ପୃକ୍ତ ଯବାନଙ୍କ ପ୍ରତି ଏଭଳି ଦଣ୍ଡ ବିଧାନ କରାଯାଇଛି। ସୀମାରେ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଏଭଳି ଦେଶଭକ୍ତ ଯବାନଙ୍କ ପ୍ରତି ଦଣ୍ଡ ବିଧାନ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା।

ଏନ୍‌ଡିଏ ଛାଡିବେ ଚନ୍ଦ୍ରବାବୁ

ଏନ୍‌ଡିଏ ଛାଡିବେ ଚନ୍ଦ୍ରବାବୁ

ହାଇଦ୍ରାବାଦ୍‌, ୭।୩ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଛାଡିବା ଆଶଙ୍କା ଦେଖାଦେଇଛି। ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ କେନ୍ଦ୍ର ସରକାର ମନା କରିବା ପରେ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ମେଣ୍ଟରୁ ବାହାରି ଆସିବାକୁ ନିଷ୍ପତ୍ତି ନେଇଛି।

ଆଣ୍ଡାମାନ-ନିକୋବରରେ ଭାରତର ମିଳିତ ସମରାଭ୍ୟାସ: ଚାଇନାର ଚିନ୍ତା ବଢ଼ିଲା

ଆଣ୍ଡାମାନ-ନିକୋବରରେ ଭାରତର ମିଳିତ ସମରାଭ୍ୟାସ: ଚାଇନାର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ, ୭।୩ : ଆଣ୍ଡାମାନ-ନିକୋବର ସାମୁଦ୍ରିକ କ୍ଷେତ୍ରରେ ଭାରତ ଅନ୍ୟ ୧୬ ରାଷ୍ଟ୍ରଙ୍କ ସହିତ ମିଳିତ ସମରାଭ୍ୟାସ ଆରମ୍ଭ କରିଛି। ପ୍ରତି ଦୁଇବର୍ଷରେ ହେଉଥିବା ଏହି ମିଳିତ ସମରାଭ୍ୟାସ ୧୯୯୫ଠାରୁ ଆରମ୍ଭ ହୋଇଛି। ଚଳିତ ଥର ଏଥିରେ ୨୮ଟି ଯୁଦ୍ଧପୋତ ସାମିଲ୍‌ ହୋଇଛନ୍ତି। ସେଥିମଧ୍ୟରେ ଅଷ୍ଟ୍ରେଲିଆ, ବାଲାଂଦେଶ, ଇଣ୍ଡୋନେସିଆ, ମାଲେସିଆ, ମ୍ୟାନ୍‌ମାର୍‌, ସିଙ୍ଗାପୁର, ଶ୍ରୀଲଙ୍କା ଓ ଥାଇଲାଣ୍ଡର ୧୭ଟି ଯୁଦ୍ଧପୋତ ରହିଛି।

ଭାରତରେ ୧୨୧ ଧନକୁବେର: ପ୍ରଥମସ୍ଥାନରେ ମୁକେଶ ଅମ୍ବାନୀ

ଭାରତରେ ୧୨୧ ଧନକୁବେର: ପ୍ରଥମସ୍ଥାନରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ, ୭।୩ : ଭାରତରେ ୧୨୧ ଅରବପତି(ଧନକୁବେର) ଅଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ ରହିଛନ୍ତି। ଏସମ୍ପର୍କିତ ତଥ୍ୟ ଫୋର୍ବସ ପତ୍ରିକାରେ ପ୍ରକାଶ ପାଇଛି। ଏଥିରେ ବିଶ୍ୱର ୨,୨୦୮ ଧନକୁବେରଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରେ ବିଶ୍ୱସ୍ତରରେ ମୁକେଶଙ୍କ ନାମ ୧୯ତମ ସ୍ଥାନରେ ରହିଛି। ୨୦୧୭ରେ ମୁକେଶ ତାଲିକାର ୩୩ତମ ସ୍ଥାନରେ ଥିଲେ। ସେତେବେଳେ ତାଙ୍କର ସମ୍ପତ୍ତି ପରିମାଣ ୨୩.୨ ବିଲିୟନ୍‌ ଡଲାର ଥିଲା। ଏବେ ମୁକେଶଙ୍କ ସମ୍ପତ୍ତି ପରିମାଣରେ ୧୬.୯ ବିଲିୟନ୍‌ ଡଲାର ବୃଦ୍ଧି ହୋଇ ଏହା ୪୦.୧ ବିଲିୟନ୍‌ ଡଲାର ହୋଇଛି ବୋଲି ପତ୍ରିକାରେ ପ୍ରକାଶ ପାଇଛି।

କଣ୍ଟେନର ଜାହାଜରେ ବିସ୍ଫୋରଣ: ୪ ନିଖୋଜ

କଣ୍ଟେନର ଜାହାଜରେ ବିସ୍ଫୋରଣ: ୪ ନିଖୋଜ

ବମ୍ବେ, ୭।୩ : ଲାକ୍ଷାଦ୍ୱୀପ ନିକଟରେ ଏକ କଣ୍ଟେନର ଜାହାଜରେ ବୁଧବାର ବିସ୍ଫୋରଣ ଘଟିଛି। ଜାହାଜରେ ଥିବା ୨୭ କର୍ମଚାରୀଙ୍କ ମଧ୍ୟରୁ ୨୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୪ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଲାକ୍ଷାଦ୍ୱୀପର ଅଗାତିଠାରୁ ପ୍ରାୟ ୩୪୦ ନ୍ୟୁଟିକାଲ୍‌ ମାଇଲସ୍‌ ଦୂରରେ ଏହି ଅଘଟଣ ଘଟିଛି।

ତ୍ରିପୁରାରେ ଭାଜପାର ଔଦ୍ଧତ୍ୟ

ତ୍ରିପୁରାରେ ଭାଜପାର ଔଦ୍ଧତ୍ୟ

ଅଗରତାଲା/ନୂଆଦିଲ୍ଲୀ,୬ା୩(ପି.ଟି.): ତ୍ରିପୁରାରେ କ୍ଷମତାକୁ ନ ଆସୁଣୁ ଔଦ୍ଧତ୍ୟ ଦେଖାଇଛି ଭାଜପା। ଗୌରିକ ଦଳର କର୍ମୀମାନେ ବେଲୋନିଆରେ କମ୍ୟୁନିଷ୍ଟମାନଙ୍କ ଆଦର୍ଶ ଭ୍ଲାଡିମିର ଲେନିନ୍‌ଙ୍କ ପ୍ରତିମୂର୍ତ୍ତିକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଛନ୍ତି। ଏହାସହ ଦୁଇଦିନ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ସିପିଏମ୍‌ କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭାଜପା ସମର୍ଥକଙ୍କ ଏଭଳି କାଣ୍ଡକୁ ସବୁ ମହଲରେ ନିନ୍ଦା କରାଯାଇଛି। ସ୍ଥିତି ଅଣାୟତ୍ତ ହେବା ଆଶଙ୍କାରେ ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି।

ଦୁର୍ଘଟଣା ନେଲା ୩୫ ଜୀବନ: ଗୁଜରାଟରେ ୩୦, ବିହାରରେ ୫ ମୃତ

ଦୁର୍ଘଟଣା ନେଲା ୩୫ ଜୀବନ: ଗୁଜରାଟରେ ୩୦, ବିହାରରେ ୫ ମୃତ

ଭାବନଗର/ଆରାରିଆ,୬ା୩(ପି.ଟି.): ଗୁଜରାଟ ଓ ବିହାରରେ ମଙ୍ଗଳବାର ଦୁଇଟି ପୃଥକ୍‌ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୫ ଜଣଙ୍କ ଜୀବନ ଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

ପବନହଂସ ହେଲିକପ୍ଟରକୁ ‘ଫ୍ଲାଇଂ କଫିନ୍‌’ କହିଲେ ପିଇୟୁ

ପବନହଂସ ହେଲିକପ୍ଟରକୁ ‘ଫ୍ଲାଇଂ କଫିନ୍‌’ କହିଲେ ପିଇୟୁ

ନୂଆଦିଲ୍ଲୀ,୬।୩: ପେଟ୍ରୋଲିୟମ୍‌ ଏମ୍ପ୍ଲୟିଜ୍‌ ୟୁନିୟନ୍‌(ପିଇୟୁ) ସେମାନଙ୍କ ସୁରକ୍ଷାକୁ ନେଇ ଅଏଲ୍‌ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେଶନ୍‌(ଓଏନ୍‌ଜିସି)କୁ ଏକ ଚିଠି ଲେଖିଛି। ଯେଉଁଥିରେ ପବନହଂସ ହେଲିକପ୍ଟରକୁ ପିଇୟୁ ‘ଫ୍ଲାଇଂ କଫିନ୍‌’ର ଆଖ୍ୟା ଦେଇଛି।

ଭାରତରେ ବାଲ୍ୟବିବାହ ୫୦ ପ୍ରତିଶତ ହ୍ରାସ ପାଇଛି: ୟୁନିସେଫ୍‌

ଭାରତରେ ବାଲ୍ୟବିବାହ ୫୦ ପ୍ରତିଶତ ହ୍ରାସ ପାଇଛି: ୟୁନିସେଫ୍‌

ଜେନେଭା/ନୂଆଦିଲ୍ଲୀ, ୬।୩ : ଗତ ଦଶବର୍ଷ ମଧ୍ୟରେ ଭାରତରେ ବାଲ୍ୟ ବିବାହ ହାର ୫୦ ପ୍ରତିଶତ ହ୍ରାସ ପାଇଛି। ନାରୀଶିକ୍ଷାର ବିକାଶ ଯୋଗୁ ଏହା ସମ୍ଭବ ହୋଇପାରିଛି। ଏନେଇ ୟୁନିସେଫ୍‌ ପକ୍ଷରୁ ମଙ୍ଗଳବାର ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱସ୍ତରରେ ଦଶବର୍ଷ ମଧ୍ୟରେ ୨୫ ନିୟୁତ ବାଲ୍ୟବିବାହ ଘଟଣାକୁ ଇତିମଧ୍ୟରେ ରୋକାଯାଇ ପାରିଥିବା ରିପୋର୍ଟରେ ସୂଚିତ କରାଯାଇଛି।

୩ ବର୍ଷରେ ଚାକିରି ଛାଡିଛନ୍ତି ୨୭ ହଜାର ସିଏପିଏଫ୍‌ କର୍ମଚାରୀ

୩ ବର୍ଷରେ ଚାକିରି ଛାଡିଛନ୍ତି ୨୭ ହଜାର ସିଏପିଏଫ୍‌ କର୍ମଚାରୀ

ନୂଆଦିଲ୍ଲୀ, ୬।୩ : ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସାମରିକ ପୋଲିସ ବଳ(ସିଏପିଏଫ୍‌)ର ୨୭ ହଜାରରୁ ଅଧିକ କର୍ମଚାରୀ ଚାକିରି ଛାଡିଛନ୍ତି। ଅନେକ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବାବେଳେ ବିଭିନ୍ନ କାରଣରୁ କିଛି କର୍ମଚାରୀ ଚାକିରି ଛାଡିଛନ୍ତି। ଏନେଇ ଲୋକସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ଉଚ୍ଚଶିକ୍ଷିତଙ୍କୁ ମିଳୁନି ନିଯୁକ୍ତି: ବେକାରଙ୍କ ମଧ୍ୟରେ ସ୍ନାତକଧାରୀଙ୍କ ସଂଖ୍ୟା ଅଧିକ

ଉଚ୍ଚଶିକ୍ଷିତଙ୍କୁ ମିଳୁନି ନିଯୁକ୍ତି: ବେକାରଙ୍କ ମଧ୍ୟରେ ସ୍ନାତକଧାରୀଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ, ୬।୩ : ଦେଶରେ ଉଚ୍ଚଶିକ୍ଷିତଙ୍କୁ ନିଯୁକ୍ତି ମିଳୁନି। ଫଳରେ ଅନେକ ବେକାର ରହିଛନ୍ତି। ବେକାରଙ୍କ ମଧ୍ୟରେ ସ୍ନାତକଧାରୀଙ୍କ ସଂଖ୍ୟା ଅଧିକ ରହିଛି ବୋଲି ଶ୍ରମ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଦେଶର ଗ୍ରାମୀଣ କ୍ଷେତ୍ରରେ ୨୪ ପ୍ରତିଶତ ସ୍ନାତକଧାରୀ ବେକାର ଅଛନ୍ତି। ସେହିପରି ୧୮ରୁ ୨୯ ବର୍ଷ ବୟସ୍କ ଯୁବବର୍ଗଙ୍କ ମଧ୍ୟରେ ବେକାରଙ୍କ ସଂଖ୍ୟା ୨୩.୯ ପ୍ରତିଶତ ରହିଛି। ପ୍ରାଥମିକ ଶିକ୍ଷାଗ୍ରହଣ କରିଥିବା ୩.୩ ପ୍ରତିଶତ ଯୁବବର୍ଗ ବେକାର ରହିଥିବାବେଳେ ମାଧ୍ୟମିକ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ହାସଲ କରିଥିବା ବେକାରଙ୍କ ସଂଖ୍ୟା ୩.୭ ପ୍ରତିଶତ ରହିଛି।

ବିପ୍ଳବ ହେବେ  ତ୍ରିପୁରା ମୁଖ୍ୟମନ୍ତ୍ରୀ

ବିପ୍ଳବ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା, ୬।୩ : ତ୍ରିପୁରା ଭାଜପା ମୁଖ୍ୟ ବିପ୍ଳବ କୁମାର ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ହେବାର ଆଶା ଉଜ୍ୱଳ ହୋଇଛି। ମଙ୍ଗଳବାର ନିର୍ବାଚିତ ବିଧାୟକମାନେ ଅନୁଷ୍ଠିତ ଏକ ବୈଠକରେ ବିପ୍ଲବଙ୍କୁ ନେତା ନିର୍ବାଚିତ କରିଛନ୍ତି। ଏହି ବୈଠକରେ କେନ୍ଦ୍ରୀୟମନ୍ତ୍ରୀ ନୀତୀନ ଗଡ଼କରୀ ଯୋଗଦେଇ ବିପ୍ଲବଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଜିଷ୍ଣୁ ଦେବବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଖାଲିହାତରେ ମାଓବାଦୀଙ୍କ ସହ ଲଢ଼ିଲେ ଯବାନ

ଖାଲିହାତରେ ମାଓବାଦୀଙ୍କ ସହ ଲଢ଼ିଲେ ଯବାନ

ନାଗପୁର,୬।୩: ସି-୬୦ କମାଣ୍ଡୋର ୩୩ ବର୍ଷୀୟ ଯବାନ ଗୋମଜି ମଟ୍ଟାମୀଙ୍କ ସାହସକୁ ଏବେ ସବୁଠି ପ୍ରଶଂସା କରାଯାଉଛି। ଗଡଚିରୋଲି ମୁଖ୍ୟାଳୟରେ କାର୍ଯ୍ୟରତ ଗୋମଜି ୨୦୦୬ରୁ ନିଯୁକ୍ତି ପାଇବା ପରଠାରୁ କିଛି ଏନ୍‌କାଉଣ୍ଟରକୁ ସାମ୍‌ନା କରିଛନ୍ତି।

ରକ୍‌ଷ୍ଟାର ଲୁକ୍‌ରେ ଭାଜପା ନେତା

ରକ୍‌ଷ୍ଟାର ଲୁକ୍‌ରେ ଭାଜପା ନେତା

ଇନ୍ଦୋର,୬।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ଚର୍ଚ୍ଚିତ ରାଜନେତା କୈଳାସ ବିଜୟଭର୍ଜିୟାଙ୍କ ନୂଆ ଲୁକ୍‌ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କୈଳାସଙ୍କ ଟୁଇଟର୍‌ ପେଜ୍‌ରେ ତାଙ୍କର ରକ୍‌ଷ୍ଟାର ଅନ୍ଦାଜର ଫଟୋକୁ ନେଇ ସେ ଏବେ ବେଶ ଚର୍ଚ୍ଚିତ। ହାତରେ ଗିଟାର ଧରି ପୂରାପୂରି ରକ୍‌ଷ୍ଟାର ଷ୍ଟାଇଲରେ ଫଟୋ ପୋଷ୍ଟ କରିଛନ୍ତି କୈଳାସ।