ଜାତୀୟ

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ନୂଆଦିଲ୍ଲୀ/ଆମଷ୍ଟେରଡାମ,୨୩।୫ : ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ର୍ୟୁଟି ଗୁରୁବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ଗୁରୁବାର ପୂର୍ବାହ୍ନ ୯ଟାରେ ଭାରତରେ ପହଞ୍ଚି ପାଲାମ ଏୟାର ଫୋର୍ସ ଷ୍ଟେଶନ ପରିଦର୍ଶନ କରିବେ।

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଦିଲ୍ଲୀ ପୋଲିସକୁ ମାନବାଧିକାର କମିଶନଙ୍କ ନୋଟିସ୍‌

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଦିଲ୍ଲୀ ପୋଲିସକୁ ମାନବାଧିକାର କମିଶନଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୩।୫ : ଜଣେ ଅପରାଧୀଙ୍କୁ ୫ଶହ ମିଟର ଉଲଗ୍ନ କରି ବୁଲାଇବା ଘଟଣାରେ ଦିଲ୍ଲୀ ପୋଲିସକୁ ଜାତୀୟ ମାନବାଧିକାର କମିଶନ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ବୁଦ୍ଧିଜୀବୀ ମହଲରୁ ଏହାକୁ ନିନ୍ଦା କରାଯାଇଥିଲା। ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରୁଥିବା ମତ ପ୍ରକାଶ ପାଇଥିଲା।

ଟୁଟିକୁରିନ୍‌ ଟ୍ରାଜେଡି: ପ୍ଲାଣ୍ଟର ନିର୍ମାଣକାର୍ଯ୍ୟ ଉପରେ ରହିତାଦେଶ ଜାରି କଲେ ମାଡ୍ରାସ୍‌ ହାଇକୋର୍ଟ

ଟୁଟିକୁରିନ୍‌ ଟ୍ରାଜେଡି: ପ୍ଲାଣ୍ଟର ନିର୍ମାଣକାର୍ଯ୍ୟ ଉପରେ ରହିତାଦେଶ ଜାରି କଲେ ମାଡ୍ରାସ୍‌ ହାଇକୋର୍ଟ

ଥୁଥୁକୁଡି,୨୩।୫: ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ବୁଧବାର ତାମିଲନାଡୁର ଥୁଥୁକୁଡ଼ିସ୍ଥିତ ବେଦାନ୍ତ ଷ୍ଟେର୍‌ଲାଇଟ୍‌ କପର ୟୁନିଟ୍‌ର କ୍ଷମତା ବୃଦ୍ଧି ଲାଗି ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିଛନ୍ତି।

୧୫ ବର୍ଷ  ପରେ ଗିରଫ ହେଲେ ମୃତ ଘୋଷିତ ଅପରାଧୀ

୧୫ ବର୍ଷ ପରେ ଗିରଫ ହେଲେ ମୃତ ଘୋଷିତ ଅପରାଧୀ

ଲକ୍ଷ୍ନୌ,୨୩।୫ : ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା ଷଡ଼ଯନ୍ତ୍ର ରଚି ୧୫ ବର୍ଷ ଲୁଚି ରହିବା ପରେ ଜଣେ ଅପରାଧୀକୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି। ଫତେପୁର ଜିଲା ଲଲୌଲି ଅଞ୍ଚଳରେ ଥିବା ଡେରା ମଜରେ କୈର୍ଶ କନକ ଗାଁରେ ୨୦୦୩ରେ ସୁଖଦେବ ନାମକ ଜଣେ ଅପରାଧୀ ଧନତାଲି ନାମକ ଜନୈକ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ।

ରେଳ ବିଭାଗରେ ୯ ହଜାରରୁ ଊର୍ଦ୍ଧ୍ୱ ପଦବୀ ପାଇଁ ବିଜ୍ଞପ୍ତି

ରେଳ ବିଭାଗରେ ୯ ହଜାରରୁ ଊର୍ଦ୍ଧ୍ୱ ପଦବୀ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୩।୫: ରେଳ ମନ୍ତ୍ରାଳୟ ପକ୍ଷରୁ ୯୭୩୯ ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ଏବଂ ରେଳ ସୁରକ୍ଷା ବିଶେଷ ବଳ(ଆର୍‌ପିଏସ୍‌ଏଫ୍‌) ପଦବୀ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ମୃତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ମୃତ

ଶ୍ରୀନଗର,୨୩।୫ : ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ବୁଧବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆର୍‌ଏସ୍‌ପୁରା ସେକ୍ଟରରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରେ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି କଠୁଆ ଜିଲାର ହୀରାନଗର ଅଞ୍ଚଳରେ ମୋର୍ଟାର ଶେଲିଂ ମାଡରେ ଜଣେ ଆହତ ହୋଇଛନ୍ତି।

୬ ବର୍ଷରେ ପୋଲିସ ଗୁଳିମାଡ଼ରେ ୭୯୬ ଜଣଙ୍କ ମୃତ୍ୟୁ

୬ ବର୍ଷରେ ପୋଲିସ ଗୁଳିମାଡ଼ରେ ୭୯୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୩।୫ : ତାମିଲନାଡୁ ଥୁଥୁକୁଡ଼ି ଜିଲା ଟୁଟିକୁରିନ୍‌ ସହରରେ ବେଦାନ୍ତର ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟ୍‌କୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଲୋକଙ୍କୁ ଆୟତ୍ତ କରିବାକୁ ଯାଇ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଛି। ଏଥିରେ ୨ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଦେଶବ୍ୟାପି ସୃଷ୍ଟି ହୋଇଛି ବିରୋଧ ସ୍ବର।

ମୃତ୍ୟୁ ପରେ ଏମ୍ସ୍‌କୁ ଶରୀର ଦାନ: ନିଷ୍ପତ୍ତି ନେଲେ ତସ୍‌ଲିମା ନସରୀନ୍‌

ମୃତ୍ୟୁ ପରେ ଏମ୍ସ୍‌କୁ ଶରୀର ଦାନ: ନିଷ୍ପତ୍ତି ନେଲେ ତସ୍‌ଲିମା ନସରୀନ୍‌

ନୂଆଦିଲ୍ଲୀ,୨୩।୫ : ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସ୍‌ଲିମା ନସରୀନ୍‌ ମୃତ୍ୟୁ ପରେ ତାଙ୍କ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ଶରୀରକୁ ଏମ୍ସର ମେଡିକାଲ ରିସର୍ଚ୍ଚ ପାଇଁ ଦାନ କରିଛନ୍ତି। ଏନେଇ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଚୁକ୍ତି ସ୍ବାକ୍ଷର ହୋଇଛି।

ଭାଗବଣ୍ଟା ଶେଷ: ଅପରାହ୍ନରେ ଶପଥ ଗ୍ରହଣ ଉତ୍ସବ

ଭାଗବଣ୍ଟା ଶେଷ: ଅପରାହ୍ନରେ ଶପଥ ଗ୍ରହଣ ଉତ୍ସବ

ବାଙ୍ଗାଲୋର,୨୩।୫ : କର୍ନାଟକରେ ମେଣ୍ଟ ସରକାର ଗଠନ ପାଇଁ କଂଗ୍ରେସ-ଜେଡିଏସ୍‌ର ପ୍ରସ୍ତୁତି ଶେଷ ହୋଇଛି। ଏଚ୍‌.ଡି. କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି କଂଗ୍ରେସର ଜି.ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କଂଗ୍ରେସ ବାଚସ୍ପତି ପଦ ହାତେଇଥିବାବେଳେ ଜେଡିଏସ୍‌ ଭାଗରେ ଉପବାଚସ୍ପତି ପଦବୀ ପଡିଛି।

ଛତିଶଗଡ଼ରେ ଜଳ ସଙ୍କଟ: ନର୍ଦ୍ଦମା ପାଣି ପିଉଛନ୍ତି ଲୋକ

ଛତିଶଗଡ଼ରେ ଜଳ ସଙ୍କଟ: ନର୍ଦ୍ଦମା ପାଣି ପିଉଛନ୍ତି ଲୋକ

ରାଏପୁର,୨୨।୫ : ଛତିଶଗଡ଼ ଦନ୍ତଓ୍ବୋଡା ଜିଲାରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ। ସେଠାରେ ଲୋକମାନେ ନର୍ଦ୍ଦମାରୁ ପାଣି ସଂଗ୍ରହ କରି ଏହାକୁ ବ୍ୟବହାର କରୁଛନ୍ତି। ସରକାର ଲୋକଙ୍କୁ ସଫା ପାନୀୟ ଜଳ ଯୋଗାଇ ପାରୁ ନ ଥିବାରୁ ଲୋକମାନେ ବାଧ୍ୟ ହୋଇ ଏପରି କରୁଥିବା ଅଭିଯୋଗ ହୋଇଛି।

ମଇଁଷି ଚରାଉଛନ୍ତି କ୍ରିକେଟର

ମଇଁଷି ଚରାଉଛନ୍ତି କ୍ରିକେଟର

ଅହମ୍ମଦାବାଦ,୨୨।୫ : ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ରେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପୁରସ୍କାର ଲାଭ କରିଥିବା କ୍ରିକେଟର ଭାଲାଜୀ ଡାମୋର ଏବେ ଗାଁରେ ଚାଷ ଜମିରେ ମୂଲ ଲାଗିବା ସହିତ ମଇଁଷି ଚରାଉଛନ୍ତି। ୧୯୯୮ରେ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା ପ୍ରଥମ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ରେ ଭାଲାଜୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।

ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୃତ୍ୟ କଲେ ଜନଜାତି ମହିଳା

ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୃତ୍ୟ କଲେ ଜନଜାତି ମହିଳା

ମାଡ୍ରାସ,୨୨।୫ : ତାମିଲନାଡୁ କୋଏମ୍ବାଟୁରରେ ଆୟୋଜିତ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଜନଜାତି ମହିଳାମାନେ ବାଦ୍ୟଯନ୍ତ୍ରର ତାଳେତାଳେ ନୃତ୍ୟ କରିଛନ୍ତି। ଏହା ଜନଶୁଣାଣି କାର୍ଯ୍ୟକ୍ରମରେ ବେଶ୍‌ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା।

ଆତଙ୍କବାଦୀ ଅନୁପ୍ରବେଶ ସୂଚନା: ପଠାଣକୋଟରେ ହାଇ ଆର୍ଲଟ

ଆତଙ୍କବାଦୀ ଅନୁପ୍ରବେଶ ସୂଚନା: ପଠାଣକୋଟରେ ହାଇ ଆର୍ଲଟ

ଲୁଧିଆନା,୨୨।୫ : ପଞ୍ଜାବ ପଠାଣକୋଟରେ ଆତଙ୍କବାଦୀ ଅନୁପ୍ରବେଶ ସମ୍ପର୍କିତ ଗୋଇନ୍ଦା ରିପୋର୍ଟ ମିଳିବା ପରେ ହାଇ ଆର୍ଲଟ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସନ୍ଦିଗ୍ଧ ଯାନବାହନ ଗୁଡିକର ଯାଞ୍ଚ୍‌ କରାଯାଉଛି।

ନିପାହ ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

ନିପାହ ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

କୋଜିକୋଡେ,୨୨।୫: କେରଳର ପେରାମ୍ବ୍ରା ତାଲୁକ ହସ୍ପିଟାଲରେ ନିପାହ ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସେବା କରୁଥିବା ନର୍ସ ଲିନି(୩୧)ଙ୍କର ସୋମବାର ମୃତ୍ୟୁ ଘଟିଛି।

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବମ୍ବେ,୨୨।୫: ମହାନାୟକ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଖୁବ୍‌ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ହେଲେ ଏହା କୌଣସି ଫିଲ୍ମରେ ନୁହେଁ ବରଂ ଏକ ଜୁଏଲାରୀ ବିଜ୍ଞାପନରେ ଦେଖିବାକୁ ମିଳିବ ଶ୍ୱେତା ବଚ୍ଚନଙ୍କୁ।

୧୪୧ ଦିନରେ ୮୮୧ଥର ଅସ୍ତ୍ରବିରତି ଉଲ୍ଲଂଘନ

୧୪୧ ଦିନରେ ୮୮୧ଥର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୨୨।୫ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ଚଳିତ ବର୍ଷ ୧୪୧ ଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୮୮୧ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏନେଇ ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ୨୦୧୭ରେ ପାକିସ୍ତାନ ୮୬୦ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ୭୭୮ କିଲୋମିଟର ଲମ୍ବ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗ୍ରାମଗୁଡିକରେ ବାସ କରୁଥିବା ଲୋକ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।

ଛତିଶଗଡ଼ ଜଙ୍ଗଲରେ ନିଆଁ: କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଛତିଶଗଡ଼ ଜଙ୍ଗଲରେ ନିଆଁ: କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଗଡଓ୍ବାଲ,୨୨।୫: ଛତିଶଗଡ଼ର ଗଡଓ୍ବାଲ ମଣ୍ଡଳରେ ଥିବା ଜଙ୍ଗଲରେ ଗତ ୬ ଦିନ ହେବ ଭିଷଣ ନିଆଁ ଲାଗିବା ଫଳରେ କୋଟି କୋଟି ଟଙ୍କାର ବନ୍ୟସମ୍ପଦ ନଷ୍ଟ ହୋଇଥିବା କୁହାଯାଉଛି।

ବିନା ନମ୍ବର ପ୍ଲେଟରେ ଗଡିଲା ମେୟରଙ୍କ କାର୍‌

ବିନା ନମ୍ବର ପ୍ଲେଟରେ ଗଡିଲା ମେୟରଙ୍କ କାର୍‌

ଲକ୍ଷ୍ନୌ,୨୨।୫: ଆହ୍ଲାହାବାଦର ମେୟର ଅଭିଳାଶା ଗୁପ୍ତା ସୋମବାର ବିନା ନମ୍ବର ପ୍ଲେଟରେ ଲକ୍ଷ୍ନୌ ପହଞ୍ଚିଛନ୍ତି। ଏବିଷୟରେ ତାଙ୍କୁ ପଚରା ଯିବାରୁ ଏହା ତାଙ୍କ ଗାଡି ନୁହେଁ ବରଂ ଉତ୍ତର ପ୍ରଦେଶ ସରକାର ତାଙ୍କୁ ଏହା ଯୋଗାଇ ଦେଇଥିବା ସେ କହିଛନ୍ତି।

ଆଇଏସ୍‌ଆଇ ଇଶାରାରେ କଶ୍ମୀରରେ ଜୈଶ-ଇ-ମହମ୍ମଦ୍‌ର ଆକ୍ରମଣ ଯୋଜନା: ଗୋଇନ୍ଦା ରିପୋର୍ଟ

ଆଇଏସ୍‌ଆଇ ଇଶାରାରେ କଶ୍ମୀରରେ ଜୈଶ-ଇ-ମହମ୍ମଦ୍‌ର ଆକ୍ରମଣ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୨୨।୫ : ପାକିସ୍ତାନ ଆଇଏସ୍‌ଆଇ ଇଶାରାରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆକ୍ରମଣ ଯୋଜନା କରୁଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ହିଜିବୁଲ୍‌ ମୁଜାହିଦ୍ଦିନ୍‌ର ସହାୟତା ଲୋଡୁଥିବା ଆଶଙ୍କା କରାଯାଉଛି।

ଜାମିଆ ମିଲିଆ ଅଫିସିଆଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ଜାମିଆ ମିଲିଆ ଅଫିସିଆଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୨।୫: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଅଫିସିଆଲ ଓ୍ବେବ୍‌ସାଇଟ୍‌କୁ ସୋମବାର ମଧ୍ୟ ରାତ୍ରିରୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି। ଓ୍ବେବସାଇଟ୍‌ ଓପନ୍‌ କରିବା ମାତ୍ରେ ଆସୁଛି ‘ହାପି ବାର୍ଥଡେ ପୂଜା’।

ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କୁ ଛୁଇଁଲେ ହାତ କାଟିଦିଆଯିବ: ଅରବିନ୍ଦ ରାଜଭର

ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କୁ ଛୁଇଁଲେ ହାତ କାଟିଦିଆଯିବ: ଅରବିନ୍ଦ ରାଜଭର

ଚାନ୍ଦୌଲି,୨୨।୫: ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କ ହାତ ଧରିଲେ ହାତ କାଟି ଦିଆଯିବ ବୋଲି ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଅରବିନ୍ଦ ରାଜଭର କହିଛନ୍ତି। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସୋମବାର ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି।

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇଲା ଦିଲ୍ଲୀ ପୋଲିସ: ସୋସିଆଲ ମିଡ଼ିଆରେ ଭାଇରାଲ

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇଲା ଦିଲ୍ଲୀ ପୋଲିସ: ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୨।୫ : ଜଣେ ଅପରାଧୀଙ୍କୁ ୫ଶହ ମିଟର ଉଲଗ୍ନ କରି ବୁଲାଇ ଦିଲ୍ଲୀ ପୋଲିସ ବୁଦ୍ଧିଜୀବୀଙ୍କ କଟାକ୍ଷର ଶିକାର ହୋଇଛି। ଏସମସ୍ତ ଘଟଣା ସିସିଟିଭି କ୍ୟାମେରା ରେକର୍ଡିଂରୁ ଜଣାପଡିଛି। ସେ ଜଣେ ଅପରାଧୀ ହୋଇଥିବାରୁ ଏପରି କରାଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସଫେଇ ଦିଆଯାଇଛି।

ଅରନିଆ,ଆରଏସ୍‌ପୁରା ସେକ୍ଟରରେ ପାକିସ୍ତାନର ମୋର୍ଟାର ମାଡ଼

ଅରନିଆ,ଆରଏସ୍‌ପୁରା ସେକ୍ଟରରେ ପାକିସ୍ତାନର ମୋର୍ଟାର ମାଡ଼

ଶ୍ରୀନଗର,୨୨।୫ : ଜମ୍ମୁ-କଶ୍ମୀର ଅରନିଆ ଓ ଆର୍‌ଏସ୍‌ପୁରା ସେକ୍ଟର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ମୋର୍ଟାର ମାଡ଼ ଜାରି ରଖିଛି। ଫଳରେ ଏଠାରେ ଥିବା ଅନେକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଗତ ୨୪ ଘଣ୍ଟାରୁ ଅଧିକ ସମୟଧରି ଏଠାରେ ପାକିସ୍ତାନ ମୋର୍ଟାରମାଡ଼ ଜାରି ରଖିଛି। ଏହାର ଜବାବରେ ଭାରତୀୟ ସେନାଙ୍କ ପକ୍ଷରୁ ପାଲଟା ଆକ୍ରମଣ ଜାରି ରହିଥିବା ଭାରତୀୟ ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି।

ଚତୁର୍ଥୀରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ନବବଧୂ

ଚତୁର୍ଥୀରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ନବବଧୂ

ଲକ୍ଷ୍ନୌ,୨୨।୫ : ଉତ୍ତରପ୍ରଦେଶ ଉନ୍ନାଓ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜନୈକ ବ୍ୟକ୍ତିଙ୍କ ପୁଅର ବାହାଘର ଧୁମ୍‌ଧାମ୍‌ରେ ହେବା ପରେ ଚତୁର୍ଥୀରାତିରେ ଘର ସଦସ୍ୟଙ୍କ ଖୁସି ଫିକା ପଡ଼ିଯାଇଛି। ଚତୁର୍ଥୀରାତିରେ ନବବଧୂ ବାସରଶଯ୍ୟାରେ ଜନ୍ମ ଦେଇଛନ୍ତି ଏକ ପୁତ୍ର ସନ୍ତାନ।