ଜାତୀୟ

ଦିଲ୍ଲୀ ଏମ୍ସରେ ଲାଲୁ

ଦିଲ୍ଲୀ ଏମ୍ସରେ ଲାଲୁ

ନୂଆଦିଲ୍ଲୀ,୨୯।୩: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ହୋଇ ପଡିଛନ୍ତି।

ସିବିଏସ୍‌ଇ ଅଧ୍ୟକ୍ଷଙ୍କୁ ହଟାଇବାକୁ ଦାବି କଲା କଂଗ୍ରେସ

ସିବିଏସ୍‌ଇ ଅଧ୍ୟକ୍ଷଙ୍କୁ ହଟାଇବାକୁ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୯।୩: ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସମ୍ପୃକ୍ତ ଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ସିବିଏସ୍‌ଇ ଅଧ୍ୟକ୍ଷଙ୍କୁ ହଟାଇବାକୁ କଂଗ୍ରେସ ଦାବି କରିଛି। ଯେ ପର୍ଯ୍ୟନ୍ତ ଏମାନଙ୍କୁ ପଦରୁ ହଟା ନ ଯାଇଛି, ସେପର୍ଯ୍ୟନ୍ତ ଏହାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା କହିଛନ୍ତି।

ପୁଣି ବେଦିରେ ବସିବେ ମାଲ୍ୟା

ପୁଣି ବେଦିରେ ବସିବେ ମାଲ୍ୟା

ନୂଆଦିଲ୍ଲୀ,୨୯।୩: ପଳାତକ ଘୋଷିତ ମଦ ସମ୍ରାଟ୍‌ ବିଜୟ ମାଲ୍ୟାଙ୍କର ରଙ୍ଗିନ ଜୀବନଶୈଳୀର ପୁଣି ଏକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏବେ ବିବାହ କରିବେ ମାଲ୍ୟା। କିଛିଦିନ ହେବ ଏହି କଥାକୁ ନେଇ ଚାଲିଛି ଚର୍ଚ୍ଚା। ହେଲେ ସେ କାହାକୁ ବିବାହ କରିବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା। ୯ହଜାର କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ପରେ ମାଲ୍ୟା ଦେଶ ଛାଡି ବିଦେଶକୁ ଚାଲି ଯାଇଥିଲେ।

ମହାବୀର ଜୟନ୍ତୀରେ ଆମିଷ ନିଷେଧ: ହରିୟାଣା ସରକାର

ମହାବୀର ଜୟନ୍ତୀରେ ଆମିଷ ନିଷେଧ: ହରିୟାଣା ସରକାର

ଚଣ୍ଡିଗଡ,୨୯।୩: ମହାବୀର ଜୟନ୍ତୀରେ ହରିୟାଣା ସହରର ସମସ୍ତ କଂସେଇଖାନା ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏହାକୁ କଡାକଡି ପାଳନ କରିବାକୁ ଅର୍ବାନ ଲୋକାଲ୍‌ ବଡିଜ୍‌ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ସୂଚନା ଦେବା ସହ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

ଜିସାଟ୍‌- ୬ଏ ଉପଗ୍ରହ ପ୍ରେରଣ କରିବ ଇସ୍ରୋ

ଜିସାଟ୍‌- ୬ଏ ଉପଗ୍ରହ ପ୍ରେରଣ କରିବ ଇସ୍ରୋ

ଶ୍ରୀହରିକୋଟା,୨୯।୩: ଆରମ୍ଭ ହୋଇଛି ଓଲଟା ଗଣତି। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ଗୁରୁବାର ଅପରାହ୍ନ ୪ଟା ୫୬ରେ ମହାକାଶକୁ ଜିସାଟ୍‌- ୬ଏ ଉପଗ୍ରହ ପ୍ରେରଣ କରିବାର କାର୍ଯ୍ୟକ୍ରମ ରହିଛି। ମାଡ୍ରାସରୁ ୧୧୦ କିଲୋମିଟର ଦୂର ଶ୍ରୀହରିକୋଟାର ସତିଶ ଧାଓ୍ବନ ମହାକାଶ କେନ୍ଦ୍ରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଏହାକୁ ପ୍ରେରଣ କରାଯିବ। ଏହା ୧୦ ବର୍ଷ ପାଇଁ କାର୍ଯ୍ୟ କରିବ।

ଏସ୍‌ସି/ଏସ୍‌ଟି ଅଧିନିୟମ: ପୁନର୍ବିଚାର ପିଟିଶନ୍‌ ଦାଖଲ କରିବାକୁ କେନ୍ଦ୍ରର ମଞ୍ଜୁରୀ

ଏସ୍‌ସି/ଏସ୍‌ଟି ଅଧିନିୟମ: ପୁନର୍ବିଚାର ପିଟିଶନ୍‌ ଦାଖଲ କରିବାକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୩: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି(ଅତ୍ୟାଚାର ନିବାରଣ) ଅଧିନିୟମ, ୧୯୮୯(ଏସ୍‌ସି/ଏସ୍‌ଟି ଆକ୍ଟ,୧୯୮୯)ର ପୁନର୍ବିଚାର ପିଟିଶନ୍‌ ଦାଖଲ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି।

ବଳାତ୍କାରୀଙ୍କୁ ସର୍ବସାଧାରଣରେ ଗୁଳିକରି ହତ୍ୟା କରାଯିବା ଉଚିତ: ଭାଜପା ଏମ୍‌ପି

ବଳାତ୍କାରୀଙ୍କୁ ସର୍ବସାଧାରଣରେ ଗୁଳିକରି ହତ୍ୟା କରାଯିବା ଉଚିତ: ଭାଜପା ଏମ୍‌ପି

ଗୌହାଟି,୨୯।୩: ଆସାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାରେ ତେଜପୁରର ଭାଜପା ଏମ୍‌ପି ଆର୍‌ ପି ଶର୍ମା ଚିନ୍ତାପ୍ରକଟ କରିଛନ୍ତି। ଏଭଳି ଭୟଙ୍କର ଅପରାଧ କରୁଥିବା ବଳାତ୍କାରୀଙ୍କୁ ସର୍ବସାଧାରଣରେ ଗୁଳିକରି ହତ୍ୟା କରାଯିବା ଉଚିତ ବୋଲି ସେ କହିଛନ୍ତି।

ଫାଟିଲା ବିମାନ ଚକ

ଫାଟିଲା ବିମାନ ଚକ

ହାଇଦ୍ରାବାଦ,୨୯।୩: ତିରୁପତିରୁ ହାଇଦ୍ରାବାଦ ଆସୁଥିବା ଇଣ୍ଡିଗୋ ବିମାନର ଅବତରଣ ସମୟରେ ଚକ ଫାଟିଯିବା ଖବର ମିଳିଛି। ହେଲେ ଏଥିରେ ଥିବା ୭୭ ଜଣ ଯାତ୍ରୀ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ଇଣ୍ଡିଗୋ ଏୟାର ଲାଇନ୍ସର ୬ଇ୭୧୧୭ ବିମାନଟି ତିରୁପତିରୁ ବୁଧବାର ରାତି ୮.୩୦ ମିନିଟରେ ଉଡାଣ କରିବା ପରେ ପ୍ରାୟ ରାତି ୧୦ଟା ସମୟରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଅବତରଣ କରିବା ସମୟରେ ବିମାନର ଚକ ଫାଟି ଯାଇଥିଲା।

୩କୋଟିର ଚା ପିଇଲେ ମୁଖ୍ୟମନ୍ତ୍ରୀ, ଅତିଥି

୩କୋଟିର ଚା ପିଇଲେ ମୁଖ୍ୟମନ୍ତ୍ରୀ, ଅତିଥି

ବମ୍ବେ,୨୯।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିଶଙ୍କ କାର୍ଯ୍ୟାଳୟର ଚା ଖର୍ଚ୍ଚକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ଗତ ବର୍ଷ ତୁଳନାରେ ଏ ବର୍ଷ ଫଡ୍‌ନବିଶଙ୍କ କାର୍ଯ୍ୟାଳୟର ଚା ଖର୍ଚ୍ଚ ଯଥେଷ୍ଟ ଅଧିକ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। କେବଳ ଚା ଖର୍ଚ୍ଚ ନୁହେଁ, ଅନ୍ୟାନ୍ୟ ଖର୍ଚ୍ଚ ସାମିଲ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଫେଇ ଦିଆଯାଇଛି।

ଜିସାଟ୍‌-୬ଏ ଉତ୍‌କ୍ଷେପଣ ଲାଗି ଅବଗଣନା ଆରମ୍ଭ

ଜିସାଟ୍‌-୬ଏ ଉତ୍‌କ୍ଷେପଣ ଲାଗି ଅବଗଣନା ଆରମ୍ଭ

ମାଡ୍ରାସ:‘ଜିସାଟ୍‌-୬ଏ’ ଉପଗ୍ରହ ଉତ୍‌କ୍ଷେପଣ ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ପକ୍ଷରୁ ବୁଧବାର ମଧ୍ୟାହ୍ନ ୧ଟା ୫୬ ମିନିଟ୍‌ରୁ ୨୭ ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ୍‌ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍‌ପ୍ୟାଡ୍‌ରୁ ଗୁରୁବାର ଅପରାହ୍ନ ୪ଟା ୫୬ ମିନିଟ୍‌ରେ ଏହାର ଉତ୍‌କ୍ଷେପଣ କରାଯିବ। ଇସ୍ରୋ ରକେଟ୍‌ ‘ଜିଏସ୍‌ଏଲ୍‌ଭି-ଏଫ୍‌୦୮’ ଜରିଆରେ ‘ଜିସାଟ୍‌-୬ଏ’ର ଉତ୍‌କ୍ଷେପଣ ହେବ।

ଜନକଲ୍ୟାଣକାରୀ ଯୋଜନାରେ ଆଧାର ସଂଯୋଗ, ସମୟସୀମା ବଢ଼ିଲା ତିନିମାସ

ଜନକଲ୍ୟାଣକାରୀ ଯୋଜନାରେ ଆଧାର ସଂଯୋଗ, ସମୟସୀମା ବଢ଼ିଲା ତିନିମାସ

ନୂଆଦିଲ୍ଲୀ, ୨୮-୩(ପି.ଟି.) ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସହିତ ଆଧାର ସଂଯୋଗ ପାଇଁ ଥିବା ସମୟସୀମାକୁ ଆଉ ତିନିମାସ ବୃଦ୍ଧି କରାଯାଇଛି। ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ଏକ ବିବୃତିରେ କୁହାଯାଇଛି ଯେ, ଜନସାଧାରଣ ସମସ୍ତ ପ୍ରକାର କଲ୍ୟାଣକାରୀ ଯୋଜନା ସହିତ ସେମାନଙ୍କ ଆଧାର ନମ୍ବରକୁ ଜୁନ ୩୦ ପର୍ଯ୍ୟନ୍ତ ସଂଯୋଗ କରିପାରିବେ।

ରାଜ୍ୟ ସଭାରୁ ବିଦାୟ ନେଲେ ୪୦ ଏମ୍‌ପି

ରାଜ୍ୟ ସଭାରୁ ବିଦାୟ ନେଲେ ୪୦ ଏମ୍‌ପି

ନୂଆଦିଲ୍ଲୀ,୨୮।୩: ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟର ୧୭ତମ ଦିବସରେ ବୁଧବାର ରାଜ୍ୟ ସଭାର ୪୦ ଏମ୍‌ପି ବିଦାୟ ନେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ଭାଷଣରେ ସେମାନଙ୍କ ଶୁଭ କାମନା କରିଥିଲେ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପାଇଁ ବିରୋଧୀଙ୍କ ପ୍ରସ୍ତୁତି

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପାଇଁ ବିରୋଧୀଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ,୨୮।୩: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ମହାଭିଯୋଗ ଆଣିବାର ପ୍ରସ୍ତୁତି ଚଳାଇଛନ୍ତି। ଦଳଗୁଡ଼ିକ ନ୍ୟାୟାଧୀଶଙ୍କୁ ବରଖାସ୍ତ କରିବା ପାଇଁ ଏକ ଅଭୂତପୂର୍ବ ପିଟିଶନ୍‌ ଆଣିଥିବା ଏନ୍‌ସିପି ନେତାମାନେ ସୂଚନା ଦେଇଛନ୍ତି।

ମମତା ସରକାରକୁ ଜେହାଦୀ ଆଖ୍ୟା ଦେଲେ ବାବୁଲ୍‌ ସୁପ୍ରିୟୋ

ମମତା ସରକାରକୁ ଜେହାଦୀ ଆଖ୍ୟା ଦେଲେ ବାବୁଲ୍‌ ସୁପ୍ରିୟୋ

ନୂଆଦିଲ୍ଲୀ,୨୮।୩: ରାମନବମୀ ଅବସରରେ ପଶ୍ଚିମବଙ୍ଗ ଏବଂ ବିହାରର ବିଭିନ୍ନ ସ୍ଥାନରେ ହିଂସା ଘଟଣା ସାମ୍ନାକୁ ଆସିଛି। ପଣ୍ଚିମବଙ୍ଗର ରାଣୀଗଞ୍ଜ ଓ ଆସନସୋଲ ଏବଂ ବିହାରର ଭାଗଲପୁର, ଔରଙ୍ଗାବାଦ, ସମସ୍ତିପୁର ଓ ମୁଙ୍ଗେରରେ ଏହି ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି।

ପ୍ରାପ୍ତ ବୟସ୍କଙ୍କ ବିବାହରେ ହସ୍ତକ୍ଷେପ କରିବନାହିଁ ଖାପ୍‌ ପଞ୍ଚାୟତ: ସୁପ୍ରିମକୋର୍ଟ

ପ୍ରାପ୍ତ ବୟସ୍କଙ୍କ ବିବାହରେ ହସ୍ତକ୍ଷେପ କରିବନାହିଁ ଖାପ୍‌ ପଞ୍ଚାୟତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୩: ନିଜ ଇଚ୍ଛାରେ ଓ ଅନ୍ୟଜାତିରେ ବିବାହ କରିବାକୁ ଚାହୁଁଥିବା ପ୍ରାପ୍ତ ବୟସ୍କଙ୍କ ମାମଲାରେ ଖାପ୍‌ ପଞ୍ଚାୟତ ହସ୍ତକ୍ଷେପ କରିବା ବେଆଇନ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି।

ଆଉ ନାହାନ୍ତି ଟିଭି ଶୋ ‘ଦିଲ୍‌ ମିଲ୍‌ ଗୟେ’ର ଅଭିନେତା କରନ

ଆଉ ନାହାନ୍ତି ଟିଭି ଶୋ ‘ଦିଲ୍‌ ମିଲ୍‌ ଗୟେ’ର ଅଭିନେତା କରନ

ବମ୍ବେ,୨୭।୩: ଛୋଟ ପରଦାର ହିଟ୍‌ ଶୋ ‘ଦିଲ୍‌ ମିଲ୍‌ ଗୟେ’ର ଜିଗ୍ନେଶ ଚରିତ୍ରରେ ଅଭିନୟ କରୁଥିବା କଳାକାର କରନଙ୍କ ୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ପରିବାରବର୍ଗଙ୍କ ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି।

ଫେସବୁକ୍‌ରୁ ବାହାରିଗଲେ ଫରହାନ୍‌

ଫେସବୁକ୍‌ରୁ ବାହାରିଗଲେ ଫରହାନ୍‌

ନୂଆଦିଲ୍ଲୀ,୨୭।୩: ବଲିଉଡ ଫିଲ୍ମ ନିର୍ମାତା ତଥା ନାୟକ ଫରହାନ୍‌ ଅଖତର୍‌ ସବୁଦିନ ପାଇଁ ତାଙ୍କ ଫେସବୁକ୍‌ ଆକାଉଣ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ଡାଟା ଲିକ୍‌କୁ ନେଇ ଚାଲିଥିବା ବାଦ ବିବାଦ ଯୋଗୁ ଫରହାନ୍‌ ଫେସବୁକ୍‌ ଆକାଉଣ୍ଟ ଡିଲିଟ୍‌ କରିଥିବା ଅନୁମାନ କରାଯାଉଛି।

ପାକିସ୍ତାନରେ ୫ଶହ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ

ପାକିସ୍ତାନରେ ୫ଶହ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ

ନୂଆଦିଲ୍ଲୀ/ଲାହୋର,୨୭।୩: ପାକିସ୍ତାନ ସିନ୍ଧ ଅଞ୍ଚଳର ମାତଲି ଜିଲାରେ ରବିବାର ୫୦ଟି ହିନ୍ଦୁ ପରିବାରର ୫ଶହ ଲୋକଙ୍କ ଧର୍ମ ପରିବର୍ତ୍ତନ ଖବର ଏବେ ସାମ୍ନାକୁ ଆସିଛି। ଜୋର ଜବରଦସ୍ତ ଏମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି।

ହତ୍ୟାକାରୀଙ୍କୁ ସମ୍ମାନ ଜଣାଇବାକୁ ସ୍ବତନ୍ତ୍ର ମଞ୍ଚ

ହତ୍ୟାକାରୀଙ୍କୁ ସମ୍ମାନ ଜଣାଇବାକୁ ସ୍ବତନ୍ତ୍ର ମଞ୍ଚ

ଯୋଧପୁର,୨୭।୩: ରାଜସ୍ଥାନର ଜଣେ ହତ୍ୟାକାରୀଙ୍କୁ ସମ୍ମାନିତ କରିବା ପାଇଁ ରାମ ନବମୀ ଦିନ ତାଙ୍କୁ ଯୋଧପୁର ଅଣାଯାଇଥିଲା। ସେଠାରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ମଞ୍ଚ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ସ୍ଥାନେ ସ୍ଥାନେ ଏହି ହତ୍ୟାକରୀଙ୍କ ଫୋଷ୍ଟର ମଧ୍ୟ ଲଗାଯାଇଥିଲା। ସୂଚନାଯୋଗ୍ୟ, ଶମ୍ଭୁ ଲାଲ ନାମକ ଏହି ହତ୍ୟାକାରୀଙ୍କ ନାଁରେ ପଶ୍ଚିମବଙ୍ଗର ମୁସଲମାନ ଦିନ ମଜୁରୀଆଙ୍କୁ ହତ୍ୟା କରିଯିବାର ଅଭିଯୋଗ ରହିଛି।

ଷ୍ଟୁଡିଓରେ ପଶି ରେଡିଓ ଜକିଙ୍କୁ ହତ୍ୟା

ଷ୍ଟୁଡିଓରେ ପଶି ରେଡିଓ ଜକିଙ୍କୁ ହତ୍ୟା

ତ୍ରିଭେନ୍ଦ୍ରମ୍‌,୨୭।୩: କେରଳର ମଦାବୁରସ୍ଥିତ ଏକ ରେଡିଓ ଷ୍ଟୁଡିଓରେ ପଶି କିଛି ଅଜ୍ଞାତ ବ୍ୟକ୍ତି ଜଣେ ରେଡିଓ ଜକିଙ୍କୁ ହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋମବାର ରାତିରେ ଆର୍‌ଜେ ରାଜେଶ ଓ ତାଙ୍କ ସାଥୀ ଷ୍ଟୁଡିଓରେ ଥିବା ସମୟରେ କିଛି ଅଜଣାବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ରାଜେଶଙ୍କ ମୃତ୍ୟୁ ହେବା ସହ ତାଙ୍କ ସାଥୀ ଗୁରୁତର ଆହତ ହୋଇଛନ୍ତି।

ବାଜିଲା କର୍ନାଟକ ବିଧାନସଭା ନିର୍ବାଚନ ବିଗୁଲ୍‌

ବାଜିଲା କର୍ନାଟକ ବିଧାନସଭା ନିର୍ବାଚନ ବିଗୁଲ୍‌

ନୂଆଦିଲ୍ଲୀ,୨୭।୩: କର୍ନାଟକ ବିଧାନସଭା ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଛି। ମେ ୧୨ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମେ ୧୫ରେ ଫଳାଫଳ ଘୋଷଣା କରାଯିବ ବୋଲି କେନ୍ଦ୍ର ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଏହି ନିର୍ବାଚନରେ ୪କୋଟି ୨୬ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଥିବା ବେଳେ ସମସ୍ତ ମତଦାନ ଭୋଟର ଭେରିଫାଏଡ୍‌ ପେପର ଅଡିଟ୍‌ ଟ୍ରାଏଲ୍‌(ଭିଭିପାଟ) ମେଶିନ ଦ୍ୱାରା କରାଯିବ। ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ କରାଯିବ।

ହଲାଲା-ବହୁବିବାହ ମାମଲା: କେନ୍ଦ୍ର ସରକାର ଓ ଲ’ କମିଶନଙ୍କ ମତ ଲୋଡିଲେ ସୁପ୍ରିମ୍‌କୋର୍ଟ

ହଲାଲା-ବହୁବିବାହ ମାମଲା: କେନ୍ଦ୍ର ସରକାର ଓ ଲ’ କମିଶନଙ୍କ ମତ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୬।୩ : ତିନି ତଲାକ୍‌ ପରେ ଏବେ ମୁସଲ୍‌ମାନ ସମାଜରେ ପ୍ରଚଳିତ ନିକାହା ହଲାଲା ତଥା ବହୁବିବାହ ମାମଲା ଉପରେ ଦାଖଲ ହୋଇଥିବା ଅଭିଯୋଗର ବିଚାର କରି ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ସମେତ ଲ’ କମିଶନଙ୍କ ମତ ଲୋଡିଛନ୍ତି। ଶୀର୍ଷ ଅଦାଲତରେ ହଲାଲା ଏବଂ ବହୁବିବାହ ପରମ୍ପରାକୁ ନିଷିଦ୍ଧ ଘୋଷଣା କରିବା ପାଇଁ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଓ ସାୟାରାବାନୁ ମିଳିତ ଭାବେ ମାମଲା ଦାଖଲ କରିଥିବାବେଳେ ଦିଲ୍ଲୀର ନାଫିସା ଖାଁ ଏବଂ ସମିନା ବେଗମ୍‌ ଭିନ୍ନ ଭିନ୍ନ ମାମଲା ଦାଖଲ କରିଥିଲେ।

ସାମ୍ବାଦିକଙ୍କୁ ହତ୍ୟା କଲେ ବାଲି ମାଫିଆ

ସାମ୍ବାଦିକଙ୍କୁ ହତ୍ୟା କଲେ ବାଲି ମାଫିଆ

ଭୋପାଳ, ୨୬।୩ : ମଧ୍ୟପ୍ରଦେଶ ଭିଣ୍ଡ୍‌ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ବାଲି ମାଫିଆ ଡମ୍ପର ଧକ୍କା କରି ସୋମବାର ହତ୍ୟା କରିଛନ୍ତି। ସେ ହେଉଛନ୍ତି ଜାତୀୟସ୍ତରୀୟ ଏକ ନ୍ୟୁଜ୍‌ ଚ୍ୟାନେଲ ପ୍ରତିନିଧି। ତାଙ୍କ ନାମ ସନ୍ଦୀପ୍‌ ଶର୍ମା।

ମହାମେଣ୍ଟ ଗଠନ ଉପରେ ଗୁରୁତ୍ୱାରୋପ କଲେ ମାୟାବତୀ

ମହାମେଣ୍ଟ ଗଠନ ଉପରେ ଗୁରୁତ୍ୱାରୋପ କଲେ ମାୟାବତୀ

ଲକ୍ଷ୍ନୌ, ୨୬।୩ : ଦେଶରୁ ଭାଜପା ଶାସନ ହଟାଇବା ପାଇଁ ସମସ୍ତ ବିରୋଧୀ ଦଳ ୨୦୧୯ ଲୋକ ସଭା ନିର୍ବାଚନରେ ମିଳିତ ଭାବେ ଲଢ଼ିବା ଆବଶ୍ୟକ। ସେଥିପାଇଁ ଏକ ମହାମେଣ୍ଟର ଆବଶ୍ୟକତା ରହିଛି ବୋଲି ବହୁଜନ ସମାଜବାଦୀ ଅଧ୍ୟକ୍ଷା ମାୟାବତୀ ସୋମବାର ସୂଚିତ କରିଛନ୍ତି।