ଜାତୀୟ

 ୩ ବର୍ଷରେ ନିର୍ମାଣ ହେବ ୫୬ ବିମାନ ବନ୍ଦର

୩ ବର୍ଷରେ ନିର୍ମାଣ ହେବ ୫୬ ବିମାନ ବନ୍ଦର

ନୂଆଦିଲ୍ଲୀ, ୫।୪: ଦେଶରେ ଆଗାମୀ ୩ ବର୍ଷ ମଧ୍ୟରେ ୫୬ ନୂତନ ବିମାନ ବନ୍ଦର ସ୍ଥାପିତ ହେବ। ଏନେଇ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ ଗୁରୁବାର ସୂଚିତ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ବିଶ୍ୱ ଲଜିଷ୍ଟିକ୍‌ ସମ୍ମିଳନୀରେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି। ଦେଶର ୧୦ପ୍ରତିଶତ ଜିଡିପି ଭିତ୍ତିଭୂମି ବିକାଶ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନ୍‌ ଦୋଷୀ ସାବ୍ୟସ୍ତ, ୫ ବର୍ଷ ଜେଲ୍‌ ଦଣ୍ଡ

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନ୍‌ ଦୋଷୀ ସାବ୍ୟସ୍ତ, ୫ ବର୍ଷ ଜେଲ୍‌ ଦଣ୍ଡ

ଯୋଧପୁର, ୫।୪: କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ଗୁରୁବାର ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅଧିନିୟମ ବିଭାଗ ୫୧ ଅନ୍ତର୍ଗତ ବିଚାରପତି ଏହି ଦଣ୍ଡାଦେଶ କରିଛନ୍ତି। କୃଷ୍ଣସାର ମୃଗ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଷ୍ଣୋଇ ସମ୍ପ୍ରଦାୟ ସଲ୍‌ମାନ୍‌ଙ୍କୁ ଅଧିକ ଦଣ୍ଡାଦେଶ ପାଇଁ ଦାବି କରିଥିଲେ।

ବିଭିନ୍ନ ସମସ୍ୟା ନେଇ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବିଭିନ୍ନ ସମସ୍ୟା ନେଇ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ, ୫।୪: ବିଭିନ୍ନ ସମସ୍ୟା ନେଇ ବିରୋଧୀ ଦଳଙ୍କ ପକ୍ଷରୁ ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ, ସିପିଆଇ ନେତା ଡି. ରାଜା, ଏବଂ ସମାଜବାଦୀ ପାର୍ଟି ସଦସ୍ୟା ଜୟା ବଚ୍ଚନ ପ୍ରମୁଖ ସାମିଲ ହୋଇ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଅସ୍ତ୍ରବିରତି ଉଲ୍ଲଂଘନର ମୁକାବିଲା ପାଇଁ ଭାରତ ତିଆରି କରିବ ୧୪ ହଜାର ବଙ୍କର

ଅସ୍ତ୍ରବିରତି ଉଲ୍ଲଂଘନର ମୁକାବିଲା ପାଇଁ ଭାରତ ତିଆରି କରିବ ୧୪ ହଜାର ବଙ୍କର

ନୂଆଦିଲ୍ଲୀ,୫।୪: ଜମ୍ମୁ-କଶ୍ମୀର ସୀମାରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ସେଠାକାର ବାସିନ୍ଦା ସର୍ବଦା ଭୟର ବାତାବରଣ ଭିତରେ ସମୟ କାଟୁଛନ୍ତି। ଏମିତିକି ବେଳେବେଳେ ଏମାନେ ଗୁଳିଗୋଳାର ଶିକାର ହୋଇ ଜୀବନ ହାରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତ କରୁଛି ଏକ ମେଗାପ୍ଲାନ୍‌।

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନ୍‌ ଦୋଷୀ ସାବ୍ୟସ୍ତ

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନ୍‌ ଦୋଷୀ ସାବ୍ୟସ୍ତ

ଯୋଧପୁର, ୫।୪: କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ଗୁରୁବାର ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦ ବର୍ଷ ତଳେ ୧୯୯୮ରେ ହୋଇଥିବା ଏହି ମାମଲାରେ ଅଭିଯୁକ୍ତ ସୈଫ୍‌ ଅଲି ଖାଁ, ତବୁ, ସୋନାଲୀ ବେନ୍ଦ୍ରେ, ନୀଲମ୍‌ଙ୍କୁ ଅଦାଲତ ଖଲାସ କରିଛନ୍ତି। ଏହି ମାମଲାରେ ଅଭିନେତା ସଲ୍‌ମାନ ଖାଁ ମୁଖ୍ୟ ଅଭିଯୁକ୍ତ ଥିଲେ।

ଭ୍ରୂଣ ସହ ବଳାତ୍କାର ପୀଡ଼ିତା ନାବାଳିକା ପହଞ୍ଚିଲେ ଏସ୍‌ପି ଅଫିସ

ଭ୍ରୂଣ ସହ ବଳାତ୍କାର ପୀଡ଼ିତା ନାବାଳିକା ପହଞ୍ଚିଲେ ଏସ୍‌ପି ଅଫିସ

ସତ୍‌ନା,୫।୪: ମଧ୍ୟପ୍ରଦେଶର ସତ୍‌ନା ଜିଲାରେ ଜଣେ ନାବାଳିକାଙ୍କ ସହ ଘଟିଥିବା ବଳାତ୍କାର ଓ ତା’ପରବର୍ତ୍ତୀ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାଯୋଗ୍ୟ, ଗତ ୭ମାସ ତଳେ ଧମକାଇ ଉକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଥିଲା।

ଆରବ ସାଗରରେ ନୌସେନାର ଅଭ୍ୟାସ ଦେଖିଲେ ଫଡ୍‌ନବିସ

ଆରବ ସାଗରରେ ନୌସେନାର ଅଭ୍ୟାସ ଦେଖିଲେ ଫଡ୍‌ନବିସ

ବମ୍ବେ,୫।୪: ଆରବ ସାଗରରେ ଚାଲିଥିବା ନୌସେନାର ସମରାଭ୍ୟାସ ଦେଖିବା ପାଇଁ ପହଞ୍ଚିଥିଲେ କେତେଜଣ ଏମ୍‌ପି ଓ ବରିଷ୍ଠ ଅଧିକାରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ।

 ଆଧାର ନ ଥିବାରୁ ଆୟକର ରିଟର୍ନ ଫାଇଲିଂରୁ ବଞ୍ଚିତ: କେନ୍ଦ୍ର ସରକାରଙ୍କୁ  ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ଆଧାର ନ ଥିବାରୁ ଆୟକର ରିଟର୍ନ ଫାଇଲିଂରୁ ବଞ୍ଚିତ: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୪।୪: ଆଧାର ସମ୍ପର୍କିତ ଏକ ଅଭିଯୋଗକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏବଂ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ପର୍ମାନେଣ୍ଟ୍‌ ଆକାଉଣ୍ଟ ନମ୍ବର(ପାନ୍‌) ସହିତ ଆଧାର ସଂଯୋଗ ହୋଇ ନ ଥିବାରୁ ଦୁଇଜଣ ଟିକସଦାତାଙ୍କୁ ଅନ୍‌ଲାଇନ୍‌ ଆୟକର ରିଟର୍ନ ଫାଇଲିଂରୁ କାହିଁକି ବଞ୍ଚିତ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ପ୍ରଶ୍ନପତ୍ର ଲିକ୍‌ ଯୋଗୁ ସିବିଏସ୍‌ଇ ସମାଲୋଚିତ: ପରୀକ୍ଷା ପ୍ରକ୍ରିୟା ଯାଞ୍ଚ କରିବ ଉଚ୍ଚସ୍ତରୀୟ କମିଟି

ପ୍ରଶ୍ନପତ୍ର ଲିକ୍‌ ଯୋଗୁ ସିବିଏସ୍‌ଇ ସମାଲୋଚିତ: ପରୀକ୍ଷା ପ୍ରକ୍ରିୟା ଯାଞ୍ଚ କରିବ ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ, ୪।୪(ପି.ଟି.): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଦୁଇଟି ପ୍ରଶ୍ନପତ୍ର ଲିକ୍‌ ହେବା ପରେ ପରୀକ୍ଷାରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୋର୍ଡର ବିଶ୍ୱସନୀୟତା ବଜାୟ ରଖିବାକୁ ଯାଇ ପରୀକ୍ଷା ପ୍ରକ୍ରିୟା ଯାଞ୍ଚକରିବା ପାଇଁ ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ଦେଶରେ ଶହେ ବର୍ଷ ପୁରାତନ ୩୭ ହଜାରରୁ ଅଧିକ ରେଲଓ୍ବେ ବ୍ରିଜ୍‌

ଦେଶରେ ଶହେ ବର୍ଷ ପୁରାତନ ୩୭ ହଜାରରୁ ଅଧିକ ରେଲଓ୍ବେ ବ୍ରିଜ୍‌

ନୂଆଦିଲ୍ଲୀ, ୪।୪: ଦେଶରେ ଶହେ ବର୍ଷରୁ ଅଧିକ ପୁରାତନ ୩୭,୧୬୨ ରେଲଓ୍ବେ ବ୍ରିଜ୍‌ ରହିଛି। ଏନେଇ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହିନ୍‌ ବୁଧବାର ଲୋକସଭାରେ ସୂଚିତ କରିଛନ୍ତି। ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୋହିନ୍‌ କହିଛନ୍ତି ଯେ, ଏହି ପୁରାତନ ବ୍ରିଜ୍‌ ମଧ୍ୟରୁ ପ୍ରାୟ ୩୨ ପ୍ରତିଶତ ଉତ୍ତର ଜୋନ୍‌ରେ ରହିଛି। ପ୍ରତିବର୍ଷ ଏହି ବ୍ରିଜ୍‌ ଗୁଡିକର ଯାଞ୍ଚ୍‌ ଦୁଇଥର ହେଉଛି।

ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ହଟହଟା: ସ୍ବାମୀଙ୍କୁ ପିଠିରେ ବୋହି ସ୍ବାସ୍ଥ୍ୟକେନ୍ଦ୍ର ଘୁରି ବୁଲିଲେ ମହିଳା

ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ହଟହଟା: ସ୍ବାମୀଙ୍କୁ ପିଠିରେ ବୋହି ସ୍ବାସ୍ଥ୍ୟକେନ୍ଦ୍ର ଘୁରି ବୁଲିଲେ ମହିଳା

ମଥୁରା, ୪।୪: ଉତ୍ତରପ୍ରଦେଶ ମଥୁରା ଗୀତା ବିହାର ଅଞ୍ଚଳର ଜଣେ ମହିଳା ଗତ କିଛି ମାସ ଧରି ତାଙ୍କ ଦିବ୍ୟାଙ୍ଗ ସ୍ବାମୀଙ୍କୁ ପିଠି ପଛରେ ବୋହି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଦୌଡୁଥିଲୋ ଦୀର୍ଘଦିନ ପରେ ବୁଧବାର ତାଙ୍କୁ ପ୍ରମାଣପତ୍ର ମିଳିଛି ।

 କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ: କେଜ୍‌ରିଓ୍ବାଲଙ୍କ ସମର୍ଥନ ଲୋଡିଲେ ଚନ୍ଦ୍ରାବାବୁ

କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ: କେଜ୍‌ରିଓ୍ବାଲଙ୍କ ସମର୍ଥନ ଲୋଡିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ, ୪।୪: ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ତେଲୁଗୁଦେଶମ୍‌ ପାର୍ଟି(ଟିଡିପି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଅଣ୍ଟା ଭିଡୁଛନ୍ତି। ଏହି ମର୍ମରେ ଚନ୍ଦ୍ରାବାବୁ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅର୍‌ବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟି ଆଲୋଚନା କରିଛନ୍ତି।

 ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌:  ପୁନଃପରୀକ୍ଷାକୁ ବିରୋଧ କରୁଥିବା ସମସ୍ତ ଆବେଦନ ଖାରଜ

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌: ପୁନଃପରୀକ୍ଷାକୁ ବିରୋଧ କରୁଥିବା ସମସ୍ତ ଆବେଦନ ଖାରଜ

ନୂଆଦିଲ୍ଲୀ, ୪।୪: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ପୁନଃପରୀକ୍ଷା କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟରେ ୫ଟି ଆବେଦନ ଦାଖଲ କରାଯାଇଥିଲା। ଶୀର୍ଷ ଅଦାଲତ ବୁଧବାର ଏହାର ବିଚାରକରି ସମସ୍ତ ଆବେଦନକୁ ଖାରଜ କରିଛନ୍ତି।

ପାକିସ୍ତାନ ପାଲଟିଛି ଆତଙ୍କବାଦୀଙ୍କ ଚରାଭୂଇଁ: ଜାତିସଂଘ ଆତଙ୍କବାଦୀ ତାଲିକାରେ ୧୩୯ ପାକିସ୍ତାନୀ

ପାକିସ୍ତାନ ପାଲଟିଛି ଆତଙ୍କବାଦୀଙ୍କ ଚରାଭୂଇଁ: ଜାତିସଂଘ ଆତଙ୍କବାଦୀ ତାଲିକାରେ ୧୩୯ ପାକିସ୍ତାନୀ

ନୂଆଦିଲ୍ଲୀ/ଜେନେଭା, ୪।୪: ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ପାଲଟିଛି ସ୍ବର୍ଗ । ଏଠାରେ ରହି ଆତଙ୍କବାଦୀ ନିର୍ଭୟରେ ସେମାନଙ୍କର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି। ଏଥିରେ ପାକିସ୍ତାନର ୧୩୯ ଆତଙ୍କବାଦୀ ରହିଛନ୍ତି।

୩ ଦିନିଆ ବିଦେଶଗସ୍ତରେ ସୁଷମା ସ୍ବରାଜ

୩ ଦିନିଆ ବିଦେଶଗସ୍ତରେ ସୁଷମା ସ୍ବରାଜ

ନୂଆଦିଲ୍ଲୀ/ବାକୁ, ୪।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ୩ ଦିନିଆ ବିଦେଶଗସ୍ତ ବୁଧବାର ଆରମ୍ଭ ହୋଇଛି। ଗସ୍ତକାଳରେ ସେ ଅଜେରବୈଜାନ୍‌ ରାଜଧାନୀ ବାକୁରେ ହେବାକୁ ଥିବା ନାମ୍‌ ବୈଠକରେ ଯୋଗଦେବେ। ନାମ୍‌ ବୈଠକ ଏପ୍ରିଲ୍‌ ୫ ତାରିଖରେ ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବ।

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ୫ ମାଓବାଦୀ ନିହତ

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ୫ ମାଓବାଦୀ ନିହତ

ରାଏପୁର, ୪।୪: ଝାଡ଼ଖଣ୍ଡ ଲେତେହାର ଜିଲା ସେରେଡାଙ୍ଗ୍‌ ଜଙ୍ଗଲରେ ମିଳିତ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଜିଲା ପୋଲିସ ଓ ସିଆର୍‌ପିଏଫ୍‌ର ମିଳିତ ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି।

ଏସ୍‌ସି-ଏସ୍‌ଟି ଅଧିନିୟମ: ପୂର୍ବ ରାୟ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ଏସ୍‌ସି-ଏସ୍‌ଟି ଅଧିନିୟମ: ପୂର୍ବ ରାୟ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୪ : ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଆଇନରେ ସଂଶୋଧନ ପ୍ରସ୍ତାବକୁ ନେଇ ସୁପ୍ରିମକୋର୍ଟ ରାୟ ପରେ ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ରିଭ୍ୟୁ ପିଟିଶନ ଦାଏର କରାଯାଇଥିଲା। ଏହାର ବିଚାର କରି ମଙ୍ଗଳବାର ଶୀର୍ଷ ଅଦାଲତ ପୂର୍ବ ରାୟ ଉପରେ ରୋକ ଲଗାଇବା ପାଇଁ ମନା କରିଛନ୍ତି।

ଭାରତ ବନ୍ଦରେ ଜୀବନହାରିଲେ ନବଜାତକ ଓ ବରିଷ୍ଠ ନାଗରିକ

ଭାରତ ବନ୍ଦରେ ଜୀବନହାରିଲେ ନବଜାତକ ଓ ବରିଷ୍ଠ ନାଗରିକ

ପାଟନା,୩।୪: ସୋମବାର ହୋଇଥିବା ଭାରତ ବନ୍ଦର ପ୍ରଭାବ ଅଧିକାଂଶ ଭାଗରେ ଦେଖିବାକୁ ମିଳିଛି। ତେବେ ବିହାରର ବୈଶାଳୀ ଜିଲାରେ ନବ ଜାତକକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତା ଜାମରେ ଫସିଯିବାରୁ ଦୁନିଆ ଦେଖି ନଥିବା ନବ ଜାତକଟି ଜୀବନ ହାରିଛି।

ମିଥ୍ୟା ଖବର ,ମାନ୍ୟତା ରଦ୍ଦ ପ୍ରସଙ୍ଗ: ନିର୍ଦ୍ଦେଶ ଖାରଜ କଲେ ସରକାର

ମିଥ୍ୟା ଖବର ,ମାନ୍ୟତା ରଦ୍ଦ ପ୍ରସଙ୍ଗ: ନିର୍ଦ୍ଦେଶ ଖାରଜ କଲେ ସରକାର

ନୂଆଦିଲ୍ଲୀ, ୩।୪ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଖବରଦାତାଙ୍କ ମାନ୍ୟତା ସମ୍ପର୍କିତ ସଂଶୋଧିତ ଦିଶାନିର୍ଦ୍ଦେଶ ନିୟାମକ ଜାରି କରାଯାଇଥିଲା। ମିଥ୍ୟା ଖବର ପରିବେଷଣ ପାଇଁ ଏଥିରେ କେତେକ ନିୟମକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ମିଥ୍ୟା ଖବର ଦେଉଥିବା ଖବରଦାତାଙ୍କ ମାନ୍ୟତା ରଦ୍ଦ ଭଳି ନିୟମ ଏଥିରେ ସାମିଲ ହୋଇଥିଲା।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା: ରାଜନୈତିକ ନେତାଙ୍କୁ ଭେଟିବେ ଚନ୍ଦ୍ରାବାବୁ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା: ରାଜନୈତିକ ନେତାଙ୍କୁ ଭେଟିବେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ, ୩।୪ : ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ମର୍ମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ମଙ୍ଗଳବାର ଦୁଇ ଦିନିଆ ଦିଲ୍ଲୀଗସ୍ତରେ ଯାଇଛନ୍ତି।

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌: ହେବନାହିଁ ଦଶମ ଗଣିତ ପରୀକ୍ଷା

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌: ହେବନାହିଁ ଦଶମ ଗଣିତ ପରୀକ୍ଷା

ନୂଆଦିଲ୍ଲୀ,୩।୪: ସିବିଏସ୍‌ଇ ପରିଚାଳିତ ୧୦ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଏହାକୁ ନେଇ ଚାଲିଥିଲା ଅନେକ କଳ୍ପନାଜଳ୍ପନା। ପୁଣିଥରେ ଗଣିତ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ଥିଲେ ଚିନ୍ତାରେ। ଏବେ ଏମାନଙ୍କୁ ଆଶ୍ୱସ୍ତି ମିଳିଛି।

 କାବେରୀ ବିବାଦ: ଏଆଇଏଡିମ୍‌କେର ଅନଶନ ଆରମ୍ଭ

କାବେରୀ ବିବାଦ: ଏଆଇଏଡିମ୍‌କେର ଅନଶନ ଆରମ୍ଭ

ମାଡ୍ରାସ, ୩।୪ : କାବେରୀ ବିବାଦ ନେଇ ଏଆଇଏଡିମ୍‌କେ ପକ୍ଷରୁ ମଙ୍ଗଳବାର ତାମିଲନାଡୁରେ ଅନଶନ ଆରମ୍ଭ ହୋଇଛି। କେନ୍ଦ୍ର ସରକାର କାବେରୀ ପରିଚାଳନା ବୋର୍ଡ ଗଠନ କରିଥିବାରୁ ଏହାକୁ ଏଆଇଏଡିମ୍‌କେ ପକ୍ଷରୁ ବିରୋଧ କରାଯାଉଛି।

ବାୟୁସେନା ହେଲିକପ୍ଟରରେ ନିଆଁ: ୪ ଆହତ

ବାୟୁସେନା ହେଲିକପ୍ଟରରେ ନିଆଁ: ୪ ଆହତ

ନୂଆଦିଲ୍ଲୀ,୩।୪: ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ୧୦ ମିନିଟରେ ବାୟୁସେନାର ଏକ ଏମ୍‌ଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

ମୃତ ଶରୀରକୁ ନେଉନାହାନ୍ତି ପରିବାର

ମୃତ ଶରୀରକୁ ନେଉନାହାନ୍ତି ପରିବାର

ପାଟନା,୩।୪: ଇରାକର ମୋସୁଲରେ ମୃତ୍ୟୁ ହୋଇଥିବା ଭାରତୀୟମାନଙ୍କର ଶରୀର ବିମାନବନ୍ଦରରେ ପହଞ୍ଚିବା ପରେ ଏହାକୁ ନେବାକୁ ବିହାରର ୨ଟି ପରିବାର ମନା କରିଦେଇଛନ୍ତି।