ଜାତୀୟ

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌: ହେବନାହିଁ ଦଶମ ଗଣିତ ପରୀକ୍ଷା

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌: ହେବନାହିଁ ଦଶମ ଗଣିତ ପରୀକ୍ଷା

ନୂଆଦିଲ୍ଲୀ,୩।୪: ସିବିଏସ୍‌ଇ ପରିଚାଳିତ ୧୦ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଏହାକୁ ନେଇ ଚାଲିଥିଲା ଅନେକ କଳ୍ପନାଜଳ୍ପନା। ପୁଣିଥରେ ଗଣିତ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ଥିଲେ ଚିନ୍ତାରେ। ଏବେ ଏମାନଙ୍କୁ ଆଶ୍ୱସ୍ତି ମିଳିଛି।

 କାବେରୀ ବିବାଦ: ଏଆଇଏଡିମ୍‌କେର ଅନଶନ ଆରମ୍ଭ

କାବେରୀ ବିବାଦ: ଏଆଇଏଡିମ୍‌କେର ଅନଶନ ଆରମ୍ଭ

ମାଡ୍ରାସ, ୩।୪ : କାବେରୀ ବିବାଦ ନେଇ ଏଆଇଏଡିମ୍‌କେ ପକ୍ଷରୁ ମଙ୍ଗଳବାର ତାମିଲନାଡୁରେ ଅନଶନ ଆରମ୍ଭ ହୋଇଛି। କେନ୍ଦ୍ର ସରକାର କାବେରୀ ପରିଚାଳନା ବୋର୍ଡ ଗଠନ କରିଥିବାରୁ ଏହାକୁ ଏଆଇଏଡିମ୍‌କେ ପକ୍ଷରୁ ବିରୋଧ କରାଯାଉଛି।

ବାୟୁସେନା ହେଲିକପ୍ଟରରେ ନିଆଁ: ୪ ଆହତ

ବାୟୁସେନା ହେଲିକପ୍ଟରରେ ନିଆଁ: ୪ ଆହତ

ନୂଆଦିଲ୍ଲୀ,୩।୪: ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ୧୦ ମିନିଟରେ ବାୟୁସେନାର ଏକ ଏମ୍‌ଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

ମୃତ ଶରୀରକୁ ନେଉନାହାନ୍ତି ପରିବାର

ମୃତ ଶରୀରକୁ ନେଉନାହାନ୍ତି ପରିବାର

ପାଟନା,୩।୪: ଇରାକର ମୋସୁଲରେ ମୃତ୍ୟୁ ହୋଇଥିବା ଭାରତୀୟମାନଙ୍କର ଶରୀର ବିମାନବନ୍ଦରରେ ପହଞ୍ଚିବା ପରେ ଏହାକୁ ନେବାକୁ ବିହାରର ୨ଟି ପରିବାର ମନା କରିଦେଇଛନ୍ତି।

ହାଫିଜ୍‌ ସୟିଦଙ୍କ ରାଜନୈତିକ ଦଳକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲା ଆମେରିକା

ହାଫିଜ୍‌ ସୟିଦଙ୍କ ରାଜନୈତିକ ଦଳକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୪: ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ-ଉଦ-ଦାଓ୍ବାର ମୁଖ୍ୟ ହାଫିଜ୍‌ ସୟିଦଙ୍କୁ ଆମେରିକା ଦେଇଛି ଶକ୍ତ ଧକ୍କା। ହାଫିଜଙ୍କ ରାଜନୈତିକ ଦଳକୁ ଆମେରିକା ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିବା ପରେ ଚିନ୍ତାରେ ପଡିଯାଇଛନ୍ତି ହାଫିଜ୍‌।

ଜମ୍ମୁ-କଶ୍ମୀର ସମସ୍ୟା: ଚିନ୍ତାବ୍ୟକ୍ତ କଲେ ଜାତିସଂଘ ମହାସଚିବ

ଜମ୍ମୁ-କଶ୍ମୀର ସମସ୍ୟା: ଚିନ୍ତାବ୍ୟକ୍ତ କଲେ ଜାତିସଂଘ ମହାସଚିବ

ନୂଆଦିଲ୍ଲୀ/ଜେନେଭା, ୩।୪ : ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ଗତ ରବିବାର ଜମ୍ମୁ-କଶ୍ମୀରରେ ହୋଇଥିବା ଏନକାଉଣ୍ଟର ଘଟଣାରେ ୧୩ ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଘଟଣାରେ ୩ ଜଣ ସେନା ଯବାନ ଶହୀଦ୍‌ ହେବା ସହିତ ୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

 ହାଜିନ୍‌ରେ ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ

ହାଜିନ୍‌ରେ ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ

ଶ୍ରୀନଗର, ୩।୪ : ଜମ୍ମୁ-କଶ୍ମୀର ବନ୍ଦିପୋରା ଜିଲା ହାଜିନ୍‌ ଅଞ୍ଚଳରେ ଜଣଙ୍କୁ ଆତଙ୍କବାଦୀମାନେ ଅପହରଣ କରିଛନ୍ତି। ୪ଜଣ ଆତଙ୍କବାଦୀ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ବାସିନ୍ଦା ଫାରୁକ୍‌ ପାରେଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ନିଲୋଫର ଏବଂ ଭାଇ ହିଲାଲ ଅହମ୍ମଦ୍‌ ପାରେଙ୍କୁ ମାରଧର କରିଥିଲେ ବୋଲି ପୋଲିସ ସୂଚିତ କରିଛି।

କ୍ରିଷ୍ଣା ଘାଟି ସେକ୍ଟରରେ ପାକିସ୍ତାନର  ଅସ୍ତ୍ରବିରତି ଉଲ୍ଲଂଘନ

କ୍ରିଷ୍ଣା ଘାଟି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର, ୩।୪ : ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲା କିଷ୍ଣାଘାଟି ସେକ୍ଟର ନିୟନ୍ତ୍ରଣ ରେଖାଠାରେ ମଙ୍ଗଳବାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଳଂଘନ କରାଯାଇଛି। ସକାଳ ୭ଟା ଠାରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ପାକିସ୍ତାନ ପୋଷ୍ଟଗୁଡିକରୁ ଭାରତ ପୋଷ୍ଟ ଆଡକୁ ଲକ୍ଷ୍ୟ କରି ମୋର୍ଟାର ଶିଲିଂ ମାଡ କରାଯାଇଛି। ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ପାଲଟା ଗୁଳିଗୋଳା ମାଡ କରାଯାଇଛି।

ଉପସ୍ଥାପିକାଙ୍କ ଆତ୍ମହତ୍ୟା

ଉପସ୍ଥାପିକାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ,୨।୪(ପି.ଟି.)- ପାରିବାରିକ ଜୀବନରେ ଅଶାନ୍ତି ଯୋଗୁ ଅତିଷ୍ଠ ହୋଇ ଏକ ତେଲୁଗୁ ନ୍ୟୁଜ୍‌ ଚ୍ୟାନେଲର ଖବର ଉପସ୍ଥାପିକା ଆତ୍ମହତ୍ୟା କରିଛନ୍ତି। ହାଇଦ୍ରାବାଦରେ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ଶୁଣାଣି କରିବେ ସୁପ୍ରିମ କୋର୍ଟ

ଶୁଣାଣି କରିବେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ, ୨।୪(ପି.ଟି.)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଣୀର ଦୁଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରଘଟ ହେବା ପରେ ଦେଶବ୍ୟାପୀ ଝଡ଼ ସୃଷ୍ଟି ହୋଇଛି। ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ଓ ଦଶମ ଶ୍ରେଣୀର ଗଣିତ ବିଷୟରେ ସାନି ପରୀକ୍ଷା ହେବ ବୋଲି ବୋର୍ଡ ନିଷ୍ପତ୍ତି ନେବା ପରେ ଏହାକୁ ବିରୋଧ କରାଯାଉଛି। ଏନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସୋମବାର ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲ୍‌କର ଏବଂ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସାନି ପରୀକ୍ଷାକୁ ବିରୋଧ କରି ଏକାଧିକ ପିଟିଶନ ଦାଏର ହୋଇଛି। ଗୋଟିଏ ପ୍ରସଙ୍ଗ ଉପରେ ଏତେ ସଂଖ୍ୟକ ଆବେଦନ ହେଉଥିବାରୁ ଏପ୍ରିଲ ୪ରେ ଏସବୁର ଶୁଣାଣି ହେବ। ପ୍ରକାଶ ଯେ, କେରଳୀ ଛାତ୍ର ରୋହନ୍‌ ମାଥ୍ୟୁ (୧୫) ଏବଂ ଦିଲ୍ଲୀର ଶକରପୁର ନିବାସୀ ରିପକ୍‌ କଂସଲ ପ୍ରଶ୍ନପତ୍ର ଲିକ୍‌ ମାମଲାର ତ୍ୱରିତ ଶୁଣାଣି ପାଇଁ ପୃଥକ୍‌ ପିଟିଶନ୍‌ ଦାଏର କରିଥିଲେ।

ଭାରତ ବନ୍ଦ ହିଂସା

ଭାରତ ବନ୍ଦ ହିଂସା

ନୂଆଦିଲ୍ଲୀ,୨।୪(ପି.ଟି.)- ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) (ନିର୍ଯାତନା ନିବାରଣ) ଆଇନ, ୧୯୮୯ରେ ସଂଶୋଧନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରତିବାଦରେ ସୋମବାର ରାସ୍ତାକୁ ଓହ୍ଲାଇଛନ୍ତି ଦଳିତ ସମ୍ପ୍ରଦାୟ। ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୀର୍ଷ ଅଦାଲତରେ ରିଭ୍ୟୁ ପିଟିଶନ ଦାଏର ଦାବିରେ ଦଳିତ ସଙ୍ଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ପାଳନ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଭାଜପା ଶାସିତ ୩ ରାଜ୍ୟରେ ବିକ୍ଷୋଭକାରୀ ଓ ସୁରକ୍ଷା ବଳ ମଧ୍ୟରେ ଖଣ୍ଡଯୁଦ୍ଧ ଘଟି ୭ ଜଣଙ୍କ ଜୀବନ ଯାଇଛି।

 ଅମୃତସରରେ ପହଞ୍ଚିଲା ୩୮ ଭାରତୀୟଙ୍କ ଦେହାବଶେଷ

ଅମୃତସରରେ ପହଞ୍ଚିଲା ୩୮ ଭାରତୀୟଙ୍କ ଦେହାବଶେଷ

ଅମୃତସର, ୨।୪ : ଇରାକ ମୋସୁଲ୍‌ରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୩୯ ଭାରତୀୟଙ୍କ ମଧ୍ୟରୁ ୩୮ ଜଣ ଭାରତୀୟଙ୍କ ଦେହାବଶେଷ ସୋମବାର ଅମୃତସରରେ ପହଞ୍ଚିଛି। ଡିଏନ୍‌ଏ ମିଶିବା ଏକ କଷ୍ଟକର ବ୍ୟପାର ଥିଲା। ତେବେ ଶେଷରେ ଏହା ସମ୍ପନ୍ନ ହୋଇଛି ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂ ଅମୃତସର ବିମାନ ବନ୍ଦରରେ ସୂଚିତ କରିଛନ୍ତି।

ଭାରତରେ ଏକ ନିୟୁତ ଲୋକଙ୍କ ପାଇଁ ରହିଛି ୧୮୦ ଏଟିଏମ୍‌

ଭାରତରେ ଏକ ନିୟୁତ ଲୋକଙ୍କ ପାଇଁ ରହିଛି ୧୮୦ ଏଟିଏମ୍‌

ନୂଆଦିଲ୍ଲୀ, ୨।୪ : ଭାରତରେ ଏକ ନିୟୁତ ଲୋକଙ୍କ ପାଇଁ ୧୮୦ ଏଟିଏମ୍‌ ସୁବିଧା ରହିଛି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି। ରିପୋର୍ଟରେ ଏକ ନମ୍ବର ସ୍ଥାନରେ ଦକ୍ଷିଣ କୋରିଆ ରହିଛି। ଏଠାରେ ପ୍ରତି ନିୟୁତ ଲୋକଙ୍କ ପିଛା ଏଟିଏମ୍‌ ସଂଖ୍ୟା ୨,୪୨୩ ରହିଛି।

ଭାରତରେ ଗବେଷଣା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ୧୪ ପ୍ରତିଶତ

ଭାରତରେ ଗବେଷଣା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ୧୪ ପ୍ରତିଶତ

ନୂଆଦିଲ୍ଲୀ, ୨।୪ : ଭାରତରେ ବିଜ୍ଞାନ ପେଶାଦାରଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅତି କମ୍‌ ରହିଛି। ଗବେଷଣା କ୍ଷେତ୍ରରେ ମାତ୍ର ୧୪ ପ୍ରତିଶତ ମହିଳା ଅଛନ୍ତି। ଏହି କ୍ଷେତ୍ରରେ ମହିଳା ବୈଜ୍ଞାନିକ ସଂଖ୍ୟା ୨.୮ ଲକ୍ଷ ରହିଛି। ଏନେଇ ମଣିପୁର ବିଶ୍ୱବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଥିବା ମହିଳା ବିଜ୍ଞାନ କଂଗ୍ରେସରେ ସୂଚିତ କରାଯାଇଛି।

ପରସ୍ପରକୁ ଭଲ ପାଉଥିବା ପ୍ରେମୀଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ବଳାତ୍କାର ନୁହେଁ: ବମ୍ବେ ହାଇକୋର୍ଟ

ପରସ୍ପରକୁ ଭଲ ପାଉଥିବା ପ୍ରେମୀଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ବଳାତ୍କାର ନୁହେଁ: ବମ୍ବେ ହାଇକୋର୍ଟ

ବମ୍ବେ, ୨।୪ : ପରସ୍ପରକୁ ଭଲ ପାଉଥିବା ପ୍ରେମୀଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ବଳାତ୍କାର ନୁହେଁ। ଏନେଇ ଏକ ତଳ ଆଦାଲତର ଦଣ୍ଡାଦେଶ ଉପରେ ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି।

ଏୟାର ଇଣ୍ଡିଆ ପୁଞ୍ଜି ପ୍ରତ୍ୟାହାର:  ପାର୍ଲାମେଣ୍ଟ ପରିସରରେ ଟିଏମ୍‌ସିର ବିକ୍ଷୋଭ

ଏୟାର ଇଣ୍ଡିଆ ପୁଞ୍ଜି ପ୍ରତ୍ୟାହାର: ପାର୍ଲାମେଣ୍ଟ ପରିସରରେ ଟିଏମ୍‌ସିର ବିକ୍ଷୋଭ

ନୂଆଦିଲ୍ଲୀ, ୨।୪ : ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ନେଇ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପକ୍ଷରୁ ସୋମବାର ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ଟିଏମ୍‌ସି ଏମ୍‌ପି ସୌଗତା ରାୟ ସୂଚିତ କରିଛନ୍ତି ଯେ, ଏୟାର ଇଣ୍ଡିଆ ଭାରତର ସମ୍ପତ୍ତି ଏହାପ୍ରତି କେନ୍ଦ୍ର ସରକାରଙ୍କ ଏଭଳି ମନୋଭାବ ବରଦାସ୍ତ କରାଯିବ ନାହିଁ।

କାବେରୀ ବିବାଦ: ଅନାସ୍ଥା ପ୍ରସ୍ତାବ ପାଇଁ କଂଗ୍ରେସ ସହାୟତା ଲୋଡିଲା ଏଆଇଏଡିଏମ୍‌କେ

କାବେରୀ ବିବାଦ: ଅନାସ୍ଥା ପ୍ରସ୍ତାବ ପାଇଁ କଂଗ୍ରେସ ସହାୟତା ଲୋଡିଲା ଏଆଇଏଡିଏମ୍‌କେ

ମାଡ୍ରାସ୍‌, ୨।୪ : କାବେରୀ ବିବାଦ ନେଇ ଏଆଇଏଡିଏମ୍‌କେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛି। ଏନେଇ ଦଳ ସୋମବାର କଂଗ୍ରେସର ସହାୟତା ଲୋଡଛି। ଏ ସମ୍ପର୍କରେ ଏଆଇଏଡିମ୍‌କେ ନେତା ଏମ୍‌. ଥାମ୍ବିଦୁରାଇ ସୂଚିତ କରିଛନ୍ତି।

ପ୍ରଶାନ୍ତ ମହାସାଗରରେ ଚାଇନା ସ୍ପେସ୍‌ ଷ୍ଟେଶନ୍‌ ତିୟାୟାଙ୍ଗ୍‌-୧ର ଜଳ ସମାଧି

ପ୍ରଶାନ୍ତ ମହାସାଗରରେ ଚାଇନା ସ୍ପେସ୍‌ ଷ୍ଟେଶନ୍‌ ତିୟାୟାଙ୍ଗ୍‌-୧ର ଜଳ ସମାଧି

ନୂଆଦିଲ୍ଲୀ/ବେଜିଂ, ୨।୪ : ଚାଇନାର ଅକାମୀ ସ୍ପେସ୍‌ ଷ୍ଟେଶନ୍‌ ତିୟାୟାଙ୍ଗ୍‌-୧ ସୋମବାର ସକାଳ ୮ଟା ୧୫ରେ ପ୍ରଶାନ୍ତ ମହାସାଗରର ଦକ୍ଷିଣ ଅଞ୍ଚଳରେ ପଡିଛି। ଏନେଇ ୟୁରୋପିଆନ୍‌ ସ୍ପେଶ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ତିୟାୟାଙ୍ଗ୍‌-୧ ଜଳ ସମାଧି ନେଇଛି। ଏହାଦ୍ୱାରା କିଛି ଦିନ ଧରି ସୁରକ୍ଷା ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟିଛି।

ନୀତୀଶ-ପାସଓ୍ବାନ ଦୂରତା କମୁଛି: ଭାଜପାର ଚିନ୍ତା ବଢ଼ୁଛି

ନୀତୀଶ-ପାସଓ୍ବାନ ଦୂରତା କମୁଛି: ଭାଜପାର ଚିନ୍ତା ବଢ଼ୁଛି

ପାଟନା, ୨।୪ : ରାଷ୍ଟ୍ରୀୟ ଜନତା ଦଳ(ଜେଡିୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ରାମବିଳାସ ପାସଓ୍ବାନଙ୍କ ମଧ୍ୟରେ ଦୂରତା କ୍ରମାଗତ କମିବାରେ ଲାଗିଛି। ଏହାକୁ ନେଇ ବିହାରରେ ଭାଜପା ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଦଳିତ ସଂଗଠନଗୁଡିକ ପକ୍ଷରୁ ଭାରତ ବନ୍ଦ: ପଞ୍ଜାବ, ବିହାର, ଓଡ଼ିଶାରେ ରେଳସେବା ଠପ୍‌

ଦଳିତ ସଂଗଠନଗୁଡିକ ପକ୍ଷରୁ ଭାରତ ବନ୍ଦ: ପଞ୍ଜାବ, ବିହାର, ଓଡ଼ିଶାରେ ରେଳସେବା ଠପ୍‌

ନୂଆଦିଲ୍ଲୀ, ୨।୪ : ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଆଇନରେ ସଂଶୋଧନ ପ୍ରସ୍ତାବକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ରିଭ୍ୟୁ ପିଟିଶନ ଦାଏର ଦାବିରେ ଦଳିତ ସଙ୍ଗଠନଗୁଡ଼ିକ ପକ୍ଷରୁ ସୋମବାର ଭାରତ ବନ୍ଦ ଆରମ୍ଭ ହୋଇଛି।

ଆଇନକୁ ନେଇ ଲଢ଼େଇ

ଆଇନକୁ ନେଇ ଲଢ଼େଇ

ନୂଆଦିଲ୍ଲୀ,୧।୪- ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଆଇନରେ ସଂଶୋଧନ ପ୍ରସ୍ତାବକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ରିଭ୍ୟୁ ପିଟିଶନ ଦାଏର ଦାବିରେ ସୋମବାର ଦଳିତ ସଙ୍ଗଠନଗୁଡ଼ିକ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ବିରୋଧୀ ଦଳଗୁଡ଼ିକ ବନ୍ଦକୁ ସମର୍ଥନ ଦେବାକୁ ଘୋଷଣା କରିଥିବାରୁ ବିଭିନ୍ନ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସରକାର ରିଭ୍ୟୁ ପିଟିଶନ ଦାଏର କରିବାକୁ ଯାଉଥିବାରୁ ବନ୍ଦ ଆହ୍ବାନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ପକ୍ଷରୁ ରବିବାର ଅନୁରୋଧ କରାଯାଇଛି।

ଟ୍ରେନ୍‌ରେ ସ୍ବଚ୍ଛତା ପରଖିବେ ଯାତ୍ରୀ

ଟ୍ରେନ୍‌ରେ ସ୍ବଚ୍ଛତା ପରଖିବେ ଯାତ୍ରୀ

ନୂଆଦିଲ୍ଲୀ, ୧।୪ (ପି.ଟି.) - ଟ୍ରେନ୍‌ ଓ ଷ୍ଟେଶନର ସ୍ବଚ୍ଛତାକୁ ଗୁରୁତ୍ୱ ଦେବାକୁ ଯାଇ ଭାରତୀୟ ରେଲ୍‌ଓ୍ବେ ଏଣିକି ଯାତ୍ରୀମାନଙ୍କ ଅଭିଯୋଗ ଏବଂ ସନ୍ତୋଷକୁ ଗୁରୁତ୍ୱ ଦେବ। ଟ୍ରେନ ଓ ଷ୍ଟେଶନର ସ୍ବଚ୍ଛତା ସମ୍ପର୍କରେ ଯାତ୍ରୀମାନେ ଯେଉଁ ମତ ଦେବେ ସେହି ଆଧାରରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ଠିକା ନେଇଥିବା କଣ୍ଟ୍ରାକ୍ଟରମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ କିମ୍ବା ଜରିମାନା କରାଯିବ। ସ୍ବଚ୍ଛତା ପରୀକ୍ଷା ସକାଶେ ଯାତ୍ରୀଙ୍କ ମତ ଉପରେ ୩୦ ପ୍ରତିଶତ ଠିକା ଅର୍ଥ ନିର୍ଭର କରିବ। ଅବଶିଷ୍ଟ ୭୦ ପ୍ରତିଶତ ଠିକା ଅର୍ଥ ପରିମଳ କର୍ମଚାରୀଙ୍କ ଉପସ୍ଥିତି (ଆଟେଣ୍ଡାନ୍ସ), ବ୍ୟବହାର କରାଯାଉଥିବା ଯାତ୍ରୀ ଉପଯୋଗୀ ସାମଗ୍ରୀର ଗୁଣବତ୍ତା, ଟ୍ରେନ୍‌ରେ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଶଯ୍ୟା ସାମଗ୍ରୀ, ରକ୍ଷଣାବେକ୍ଷଣ ଏବଂ ସେବା ଉପରେ ନିର୍ଭର କରିବ। ଏହାସବୁ ରେଳ କର୍ମଚାରୀଙ୍କ ଦ୍ୱାରା ତଦାରଖ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

କଶ୍ମୀରରେ ଏନ୍‌କାଉଣ୍ଟର

କଶ୍ମୀରରେ ଏନ୍‌କାଉଣ୍ଟର

ଶ୍ରୀନଗର,୧।୪(ପି.ଟି.)- ଜମ୍ମୁ-କଶ୍ମୀରରେ ରବିବାର ଭାରତୀୟ ସଶସ୍ତ୍ର ବଳକୁ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷା ବଳର ଏକକାଳୀନ ୩ଟି ଏନ୍‌କାଉଣ୍ଟରରେ ୧୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଯବାନ ଶହୀଦ ହୋଇଛନ୍ତି। ଅପରେଶନ୍‌ ବେଳେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ଓ ଟେକାମାଡ଼ ବିଭ୍ରାଟ ସୃଷ୍ଟି କରିଛି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଯବାନମାନେ କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ୪ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ଏଥିସହ ବୁଲେଟ୍‌ ଓ ରବର ଗୁଳି ମାଡ଼ରେ ଆହତ ୩୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ବିକ୍ଷୋଭକାରୀଙ୍କ ମୃତ୍ୟୁକୁ ନେଇ ବିଚ୍ଛିନ୍ନତାବାଦୀ ସଙ୍ଗଠନଗୁଡ଼ିକ ଦୁଇଦିନିଆ କଶ୍ମୀର ବନ୍ଦ ଡ଼ାକରା ଦେଇ ପୁଣି ନିଆଁରେ ଘିଅ ଢାଳିବାକୁ ଉଦ୍ୟମ କରିଛନ୍ତି।

ବଦାନ୍ୟ ସଚିନ

ବଦାନ୍ୟ ସଚିନ

ନୂଆଦିଲ୍ଲୀ,୧।୪(ପି.ଟି.)-ଏକଦା କ୍ରିକେଟ୍‌ ମଇଦାନରେ ବୋଲର୍‌ଙ୍କ ନିଦ ହଜାଇଥିବା ସଚିନ ତେନ୍ଦୁଲକର ସ୍ବଭାବରେ ଅତ୍ୟନ୍ତ ନରମ ଏବଂ ସରଳ ବୋଲି ପରିଚିତ। ବର୍ତ୍ତମାନ ଏହି ପ୍ରଖ୍ୟାତ କ୍ରିକେଟର୍‌ଙ୍କ ବଦାନ୍ୟତା ସାମ୍ନାକୁ ଆସିଛି। ୬ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସଭା ସାଂସଦ ଭାବେ ପାଇଥିବା ସମସ୍ତ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଦାନ କରିଛନ୍ତି ସଚିନ। ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି ସଚିନ।