Dharitri News

ଜାତୀୟ

ସେନାର ସର୍ଚ୍ଚ ଅପରେଶନ: ୬ ଆତଙ୍କବାଦୀ ମୃତ

ସେନାର ସର୍ଚ୍ଚ ଅପରେଶନ: ୬ ଆତଙ୍କବାଦୀ ମୃତ

ଉରି,୧୫।୧: ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ସୋମବାର ସକାଳେ ଭାରତୀୟ ସେନାର ସର୍ଚ୍ଚ ଅପରେଶନ ସମୟରେ ଜୈଶ-ଇ-ମହମ୍ମଦର ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଭାରତ ପାଳିଲା ୭୦ତମ ସେନା ଦିବସ

ଭାରତ ପାଳିଲା ୭୦ତମ ସେନା ଦିବସ

ନୂଆଦିଲ୍ଲୀ,୧୫।୧: ଭାରତରେ ୭୦ ତମ ସେନା ଦିବସ ପାଳନ ଅବସରରେ ସ୍ଥଳସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌, ନୌସେନା ମୁଖ୍ୟ ସୁନୀଲ ଲାମ୍ବା ଓ ବାୟୁସେନା ମୁଖ୍ୟ ମାର୍ଶାଲ ବି.ଏସ୍‌. ଧନଓ୍ବା ସୋମବାର ସକାଳେ ନୂଆଦିଲ୍ଲୀସ୍ଥିତ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।

ପ୍ରଧାନ ବିଚାରପତିଙ୍କୁ ଭେଟିଲା ବିସିଆଇ

ପ୍ରଧାନ ବିଚାରପତିଙ୍କୁ ଭେଟିଲା ବିସିଆଇ

ନୂଆଦିଲ୍ଲୀ,୧୫।୧(ପି.ଟି.): ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ଜାନୁୟାରୀ ୧୨ ଖବରଦାତା ସମ୍ମିଳନୀ ପରେ ସୃଷ୍ଟି ହୋଇଥିବା ସଂକଟ ଦୂର ପାଇଁ ଆଇନଜୀବୀ ଓ ପୂର୍ବତନ ବିଚାରପତିମାନେ ତତ୍ପର ହୋଇ ଉଠିଛନ୍ତି।

ସେନା ଖୋଲିଲା ଦକ୍ଷତା ବିକାଶ ତାଲିମ୍‌ କେନ୍ଦ୍ର

ସେନା ଖୋଲିଲା ଦକ୍ଷତା ବିକାଶ ତାଲିମ୍‌ କେନ୍ଦ୍ର

ଶ୍ରୀନଗର, ୧୪।୧: ଜମ୍ମୁ-କଶ୍ମୀରରେ ଯୁବବର୍ଗଙ୍କ ବିକାଶ ପାଇଁ ସେନା ପକ୍ଷରୁ ଦକ୍ଷତା ବିକାଶ ତାଲିମ୍‌ କେନ୍ଦ୍ର ଖୋଲାଯାଇଛି। ବାରମୁଳା ଜିଲା ପଟାନ୍‌ ଅଞ୍ଚଳର ହାଇଦରବେଗ୍‌ ଅଞ୍ଚଳର ସେକ୍ଟର ୧୦ଠାରେ ରାଷ୍ଟ୍ରୀୟ ରାଇଫଲସ୍‌ ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ ହୋଇଛି।

 ମାଲୁରାରୁ ମିଳିଲା ଆଇଇଡି

ମାଲୁରାରୁ ମିଳିଲା ଆଇଇଡି

ଶ୍ରୀନଗର, ୧୪।୧: ଜମ୍ମୁ-କଶ୍ମୀର ମାଲୁର ଜିଲାରୁ ରବିବାର ଏକ ବିକଶିତ ବିସ୍ଫୋରକ ଯନ୍ତାଂଶ(ଆଇଇଡି) ମିଳିଛି। ବୋମା ସନ୍ଧାନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଆକାମୀ କରିଛନ୍ତି।

  ପ୍ରବଳ ଥଣ୍ଡାରେ ଖୋଲା ଆକାଶ ତଳେ ବିତୁଛି ଜୀବନ

ପ୍ରବଳ ଥଣ୍ଡାରେ ଖୋଲା ଆକାଶ ତଳେ ବିତୁଛି ଜୀବନ

ନୂଆଦିଲ୍ଲୀ, ୧୪।୧: ବାହାରେ ପ୍ରବଳ ଥଣ୍ଡା। ମାତ୍ର ଖୋଲା ଆକାଶ ତଳେ ଅନେକ ଦିଲ୍ଲୀର ରାଜରାସ୍ତା କଡ଼ରେ ପଡ଼ି ରହିଛନ୍ତି। ପ୍ରଶାସନ ପକ୍ଷରୁ ଏଭଳି ବେସାହାରାଙ୍କୁ ଛାତ ତଳେ ଅସ୍ଥାୟୀ ଭାବେ ରଖିବାର ଉଦ୍ୟମ କରାଯାଉଛି।

ନେତାନ୍ୟାହୁଙ୍କୁ ଭବ୍ୟ ସ୍ବାଗତ

ନେତାନ୍ୟାହୁଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ, ୧୪।୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ରବିବାର ୬ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ପାଲାମ ବାୟୁସେନା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି।

ଚେଲେମ୍‌ଶ୍ୱରଙ୍କୁ ଭେଟିଲେ ବାର୍‌ କାଉନସିଲ୍‌ ପ୍ରତିନିଧି ଦଳ

ଚେଲେମ୍‌ଶ୍ୱରଙ୍କୁ ଭେଟିଲେ ବାର୍‌ କାଉନସିଲ୍‌ ପ୍ରତିନିଧି ଦଳ

ନୂଆଦିଲ୍ଲୀ, ୧୪।୧: ସୁପ୍ରିମ୍‌କୋର୍ଟର ୪ ବିଚାରପତି ଶୁକ୍ରବାର ଗଣମାଧ୍ୟମ ସମ୍ମୁଖକୁ ଆସିଥିଲେ। ସମସ୍ୟାର ସମାଧାନ ପାଇଁ ଭାରତୀୟ ବାର୍‌ କାଉନସିଲ୍‌ ପରିଷଦର ୭ ଜଣିଆ ପ୍ରତିନିଧି ଦଳ ବିଚାରପତି ଜେ.ଚେଲେମ୍‌ଶ୍ୱରଙ୍କୁ ତାଙ୍କ ବାସଭବନରେ ରବିବାର ସାକ୍ଷାତ ଆଲୋଚନା କରିଛନ୍ତି।

ଦିଲ୍ଲୀରେ ଲୁଚିଛନ୍ତି ୩ ଆଫଗାନୀସ୍ତାନ ଆତଙ୍କବାଦୀ

ଦିଲ୍ଲୀରେ ଲୁଚିଛନ୍ତି ୩ ଆଫଗାନୀସ୍ତାନ ଆତଙ୍କବାଦୀ

ନୂଆଦିଲ୍ଲୀ,୧୪।୧: ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ଯୋଜନାର ସୂଚନା ମିଳିଛି। ଇଣ୍ଟଲିଜେନ୍ସ ଏଜେନ୍ସିକୁ ମିଳିଥିବା ତଥ୍ୟ ଅନୁଯାୟୀ ୩ ଆଫଗାନ ଆତଙ୍କବାଦୀ ଦିଲ୍ଲୀର ଜାମା ମସଜିଦ୍‌ ଅଞ୍ଚଳରେ ଲୁଚି ରହିଛନ୍ତି।

ମହଙ୍ଗା ପଡିଲା ଭାରତମାତା କି ଜୟ କହିବା

ମହଙ୍ଗା ପଡିଲା ଭାରତମାତା କି ଜୟ କହିବା

ରତଲାମ,୧୪।୧: ମଧ୍ୟପ୍ରଦେଶ ରତଲାମର ଏକ ସ୍କୁଲରେ ପିଲାମାନେ ଭାରତ ମାତା କି ଜୟ କହିବା ଫଳରେ ଶିକ୍ଷକଙ୍କ କ୍ରୋଧର ଶିକାର ହୋଇଛନ୍ତି। ସ୍କୁଲ ପ୍ରଶାସନ ଉକ୍ତ ଛାତ୍ରୀଛାତ୍ରମାନଙ୍କୁ ପରୀକ୍ଷା ଦେବାକୁ ବାରଣ କରିଛନ୍ତି।

ଜଙ୍ଗଲରେ ୮ କିମି ରାସ୍ତା ତିଆରି କଲେ ଜଳନ୍ଧର

ଜଙ୍ଗଲରେ ୮ କିମି ରାସ୍ତା ତିଆରି କଲେ ଜଳନ୍ଧର

କନ୍ଧମାଳ, ୧୪।୧: ପିଲାଙ୍କ ସ୍କୁଲ ଯିବାରେ ଅସୁବିଧା ହେବାରୁ ଜଙ୍ଗଲରେ ଦୀର୍ଘ ୮ କିଲୋମିଟର ରାସ୍ତା ତିଆରି କରିଛନ୍ତି କନ୍ଧମାଳର ଜଳନ୍ଧର ନାୟକ। ସେ ଘୁମସାହି ଗାଁରୁ ଫୁଲବାଣୀ ସହରକୁ ରାସ୍ତା ତିଆରି କରିଥିବା ଜଣାପଡିଛି।

୧୫ ବର୍ଷ ପରେ ଭାରତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

୧୫ ବର୍ଷ ପରେ ଭାରତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ୍‌ ନେତାନ୍ୟାହୁ ରବିବାର ଭାରତ ଗସ୍ତରେ ଆସିଛନ୍ତି। ଏହି ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, କୃଷି, ଜଳ ସଂରକ୍ଷଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ତରୀକ୍ଷ ସୁରକ୍ଷା ସମେତ ଆହୁରି ଅନେକ ଅନ୍ତରାଷ୍ଟ୍ରୀୟ ବିଷୟ ଉପରେ ବିସ୍ତ୍ରୁତ ଆଲୋଚନା କରାଯିବ।

ଜାନୁୟାରୀ ୧୫ରେ ଜାଲିକାଟୁ

ଜାନୁୟାରୀ ୧୫ରେ ଜାଲିକାଟୁ

ମାଡ୍ରାସ, ୧୪।୧: ପୋଙ୍ଗଲ ଅବସରରେ ଜାନୁୟାରୀ ୧୫ରେ ଜାଲିକାଟୁ ଖେଳ ତାମିଲନାଡୁରେ ଅନୁଷ୍ଠିତ ହେବ। ପଶୁଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଦର୍ଶାଇ ଏହି କ୍ରୁର ପରମ୍ପରାକୁ ବନ୍ଦ ପାଇଁ ଦାବି ହୋଇଥିଲେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପଡିନାହିଁ।

ସମୁଦ୍ରରେ ଖସିଲା ପଓ୍ବନ୍‌ ହଂସ

ସମୁଦ୍ରରେ ଖସିଲା ପଓ୍ବନ୍‌ ହଂସ

ବମ୍ବେ, ୧୩।୧(ପି.ଟି.)ମହାରାଷ୍ଟ୍ରର ବମ୍ବେ ନିକଟସ୍ଥ ଆରବ ସାଗର ତଟରେ ଶନିବାର ଏକ ପଓ୍ବନ୍‌ ହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଛି। ସେଥିରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ର ଭିତରେ ନିଖୋଜ ହୋଇଯାଇଥିବା ଅନ୍ୟ ଦୁଇଜଣଙ୍କ ସନ୍ଧାନ ଚାଲିଛି। ଆରବ ସାଗରରେ ଥିବା ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ (ଓଏନ୍‌ଜିସି) କେନ୍ଦ୍ର ଅଭିମୁଖେ ପଓ୍ବନ୍‌ ହଂସର ଡୌଫିନ୍‌ ଏନ-୩ ହେଲିକପ୍ଟରଟି ଉଡ଼ାଣ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ପୂର୍ବାହ୍ନ ୧୦ଟା ୩୦ରେ ଏହା ଜୁହୁ ଏରୋଡ୍ରମ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା।

ଭାରତରେ ସମଲିଙ୍ଗୀ ବିବାହ

ଭାରତରେ ସମଲିଙ୍ଗୀ ବିବାହ

ୟଓ୍ବତ୍‌ମାଲ୍‌(ମହାରାଷ୍ଟ୍ର)ଆମେରିକାରେ ଅବସ୍ଥାପିତ ଜଣେ ଭାରତୀୟ ଇଞ୍ଜିନିୟର ତାଙ୍କର ସମଲିଙ୍ଗୀ ପୁରୁଷ ସାଥୀଙ୍କୁ ବିବାହ କରିଛନ୍ତି। ସମଲିଙ୍ଗୀ ସମ୍ପର୍କ ଅପରାଧୀକରଣର ପୁନର୍ସମୀକ୍ଷା ଲାଗି ସୁପ୍ରିମକୋର୍ଟ ରାଜିହେବାର କିଛିଦିନ ପୂର୍ବରୁ ଏହି ବିବାହ କାର୍ଯ୍ୟ ଡିସେମ୍ବର ୩୦ରେ ସମ୍ପନ୍ନ ହୋଇଛି। ବିବାହ ଉତ୍ସବ ହେଉଥିବା ହୋଟେଲରେ କୌଣସି ଅଘଟଣ ଆଶଙ୍କା କରି ପୋଲିସ ଉପସ୍ଥିତ ଥିଲା। ଅବଶ୍ୟ ଭାରତରେ ସମଲିଙ୍ଗୀ ବିବାହର ଆଇନଗତ ବୈଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଆଇଇଡିକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ଆଇଇଡିକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ଜମ୍ମୁ-କଶ୍ମୀର,୧୩।୧: ଜମ୍ମୁ-କଶ୍ମୀରର ଶ୍ରୀନଗଠାରେ ଏଚ୍‌ଏମ୍‌ଟିଇ ରୋଡରେ ଲାଗିଥିବା ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌ (ଆଇଇଡି)କୁ ଶନିବାର ସୁରକ୍ଷାକର୍ମୀ ନିଷ୍କ୍ରିୟ କରିଦେଇଛନ୍ତି। ଆଇଇଡି ଲାଗିଥିବା ଖବର ପାଇବା ପରେ ସିଭିଲ୍‌ ପୋଲିସ, ସେକେଣ୍ଡ ରାଷ୍ଟ୍ରୀୟ ରାଇଫଲ୍ସ ଓ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ଏକ ମିଳିତ ଦଳ ଏହାର ଅନୁସନ୍ଧାନ କରିଥିଲେ।

୩ ଘଣ୍ଟା ପରେ ମିଳିଲା ପବନହଂସ ହେଲିକପ୍ଟରର ଭଗ୍ନାବଶେଷ

୩ ଘଣ୍ଟା ପରେ ମିଳିଲା ପବନହଂସ ହେଲିକପ୍ଟରର ଭଗ୍ନାବଶେଷ

ବମ୍ବେ,୧୩।୧: ବମ୍ବେ ସମୁଦ୍ର ଉପକୂଳର ୨୨ ମାଇଲ ଦୂରରେ ଶନିବାର ସକାଳେ ନିଖୋଜ ହୋଇଯାଇଥିବା ପବନହଂସ ହେଲିକପ୍ଟରର ଭଗ୍ନାବଶେଷ ସହ ୪ ଜଣଙ୍କର ମୃତଦେହ ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

ଡଙ୍ଗାବୁଡି ୪ ମୃତ

ଡଙ୍ଗାବୁଡି ୪ ମୃତ

ଦହାନୁ,୧୩।୧: ବମ୍ବେଠାରୁ ୧୧୦ କିଲୋମିଟର ଦୂର ମହାରାଷ୍ଟ୍ରର ପାଲଘାରା ଜିଲାର ଦହାନୁରେ ୪୦ ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡିଯିବା ଫଳରେ ୪ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ବସିଥିବାରୁ ଡଙ୍ଗାଟି ବୁଡି ଯାଇଥିବା କୁହାଯାଉଛି।

ଧାର୍ମିକ ଶିବିରରେ ଅଗ୍ନିକାଣ୍ଡ: ୩ ବାଳିକା ମୃତ, ଅନେକେ ଆହତ

ଧାର୍ମିକ ଶିବିରରେ ଅଗ୍ନିକାଣ୍ଡ: ୩ ବାଳିକା ମୃତ, ଅନେକେ ଆହତ

ଅହମ୍ମଦାବାଦ,୧୩।୧: ଗୁଜରାଟ ପୋରବନ୍ଦରର ଅପଲୋଟାରେ ଏକ ଧାର୍ମିକ ଶିବିରରେ ନିଆଁ ଲାଗିଯିବା ଫଳରେ ୩ ଜଣ ବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

କର୍ନାଟକରେ ବସ୍‌ ଦୁର୍ଘଟଣା: ୮ ମୃତ

କର୍ନାଟକରେ ବସ୍‌ ଦୁର୍ଘଟଣା: ୮ ମୃତ

ହାସନ,୧୩।୧: କର୍ନାଟକ ହାସନର କାରକେରେଠାରେ ଶନିବାର ଭୋର ପ୍ରାୟ ୩.୩୦ରେ ହୋଇଥିବା ଏକ ବସ୍‌ ଦୁର୍ଘଟଣାରେ ଅତିକମ୍‌ରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ୪୩ ଜଣ ଯାତ୍ରୀଙ୍କୁ ନେଇ ଏକ ଭାଲ୍‌ଭୋ ବସ୍‌ ବାଙ୍ଗାଲୋରରୁ ଧର୍ମଶାଳା ଯାତ୍ରା କରୁଥିଲା।

ଭାରତ,ଭୂଟାନ ‘ସ୍ପେଶାଲ ଲୋଗୋ’ ଜାରି

ଭାରତ,ଭୂଟାନ ‘ସ୍ପେଶାଲ ଲୋଗୋ’ ଜାରି

ନୂଆଦିଲ୍ଲୀ,୧୨।୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ଭୂଟାନର ବୈଦେଶିକ ମନ୍ତ୍ରୀ ଲିଓନ୍‌ପୋ ଦାମଚୋ ଦୋର୍ଜି ଶୁକ୍ରବାର ମିଳିତ ଭାବେ ନୂଆଦିଲ୍ଲୀ ଓ ଭୂଟାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ସଂଯୁକ୍ତ ଭାବେ ‘ସ୍ପେଶାଲ ଲୋଗୋ’ ଜାରି କରିଛନ୍ତି।

ବକ୍ସର ଗସ୍ତ ସମୟରେ ପଥରମାଡ, ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ବକ୍ସର ଗସ୍ତ ସମୟରେ ପଥରମାଡ, ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ବକ୍ସର,୧୨।୧: ବକ୍ସର ଜିଲାର ନନ୍ଦର ଗାଁରେ ବିକାଶ ସମୀକ୍ଷା ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପଥରମାଡ। ଗ୍ରାମବାସୀଙ୍କ କ୍ରୋଧରେ ଏଥିରେ ସାମିଲ ହୋଇଥିବା କିଛି ଗାଡ଼ିର କାଚ ଭାଙ୍ଗି ଯାଇଥିବା ସୂଚନା ମିଳିଛି।

ସେବା ନିବୃତ୍ତ ହେଲେ ଆଇଏନ୍‌ଏସ୍‌ ନିର୍ଭୀକ୍‌ ଓ ନିର୍ଘଟ୍‌

ସେବା ନିବୃତ୍ତ ହେଲେ ଆଇଏନ୍‌ଏସ୍‌ ନିର୍ଭୀକ୍‌ ଓ ନିର୍ଘଟ୍‌

ବମ୍ବେ,୧୨।୧: ଭାରତୀୟ ନୌସେନାରେ ନିୟୋଜିତ ଥିବା ଜାହାଜ ନିର୍ଭୀକ୍‌ ଓ ନିର୍ଘଟକୁ ସେବା ନିବୃତ୍ତ କରାଯାଇଛି। ନିର୍ଭୀକ୍‌ ୩୦ ବର୍ଷ ଓ ନିର୍ଘଟ୍‌ ୨୮ ବର୍ଷ ସେବା ଯୋଗାଇବା ପରେ ବମ୍ବେର ନୌସେନା ଡକୟାର୍ଡରେ ଏହି ୨ ଜାହାଜକୁ ସେବାମୁକ୍ତ କରାଯାଇଛି। ପାଖପାଖି ୩ ଦଶକ ଧରି ସେବା ଯୋଗାଇ ଆସୁଥିବା

ରୋଷେଇ ଘର ଧୂଆଁ ନେଉଛି ୨୫ ପ୍ରତିଶତ ଜୀବନ

ରୋଷେଇ ଘର ଧୂଆଁ ନେଉଛି ୨୫ ପ୍ରତିଶତ ଜୀବନ

ନୂଆଦିଲ୍ଲୀ, ୧୨।୧: ରୋଷେଇ ଘର ଧୂଆଁ ଯୋଗୁ ଅନେକ ଜୀବନ ଯାଉଛି। ଏନେଇ ବମ୍ବେ ଆଇଆଇଟି ବୈଜ୍ଞାନିକ ପକ୍ଷରୁ କରାଯାଇଥିବା ସର୍ଭେ ତଥ୍ୟ ପ୍ରକାଶ ପାଇଛି।