ଜାତୀୟ

କେରାନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୬ ଆତଙ୍କବାଦୀ ନିହତ

କେରାନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୬ ଆତଙ୍କବାଦୀ ନିହତ

ଶ୍ରୀନଗର,୧୦।୬: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲା କେରାନ ସେକ୍ଟରରେ ଆତଙ୍କବାଦୀଙ୍କ ଏକ ଅନୁପ୍ରବେଶ ଉଦ୍ୟମକୁ ମିଳିତ ସୁରକ୍ଷାବଳ ରବିବାର ପଣ୍ଡ କରିଛନ୍ତି। ଏହି ଘଟଣାରେ ୬ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କିଛି ଆତଙ୍କବାଦୀ ନିୟନ୍ତ୍ରଣରେଖା ପାରି ହେବାକୁ ଉଦ୍ୟମ କରୁଥିଲେ।

ଆଲ୍ଲାଙ୍କ ଉଦ୍ଦେଶ୍ୟରେ ଝିଅକୁ ଉତ୍ସର୍ଗ କଲେ ବାପା

ଆଲ୍ଲାଙ୍କ ଉଦ୍ଦେଶ୍ୟରେ ଝିଅକୁ ଉତ୍ସର୍ଗ କଲେ ବାପା

ଯୋଧପୁର, ୧୦।୬: ରାଜସ୍ଥାନ ଯୋଧପୁର ଅନ୍ତର୍ଗତ ପିପରସିଟି ଅଞ୍ଚଳର ପିପାଡ଼ ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବାପା ନିଜର ୪ ବର୍ଷ ବୟସର ଝିଅକୁ ଆଲ୍ଲାଙ୍କ ଉଦ୍ଦେଶ୍ୟ ଉତ୍ସର୍ଗ କରିବା ନା’ରେ ହତ୍ୟା କରିଛନ୍ତି।

ପିଲାଚୋର ସନ୍ଦେହରେ ମାଡ଼: ୨ଜଣଙ୍କ ମୃତ୍ୟୁ

ପିଲାଚୋର ସନ୍ଦେହରେ ମାଡ଼: ୨ଜଣଙ୍କ ମୃତ୍ୟୁ

ଗୌହାଟୀ,୯।୬: ସୋସିଆଲ ମିଡିଆରେ ବୁଲୁଥିବା ପିଲାଚୋରି ଗୁଜବ ଦେଶର ବିଭିନ୍ନ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆସାମର ଗୌହାଟୀ ନିକଟବର୍ତ୍ତୀ ଦୋକ୍‌ମୋକା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ୨ଜଣଙ୍କୁ ପିଲାଚୋର ସନ୍ଦେହ କରି ସ୍ଥାନୀୟ ଲୋକେ ପିଟିପିଟି ମାରି ଦେଇଛନ୍ତି।

ଏସ୍‌ସିଓ ମହାସଚିବଙ୍କୁ ଭେଟିଲେ ମୋଦି

ଏସ୍‌ସିଓ ମହାସଚିବଙ୍କୁ ଭେଟିଲେ ମୋଦି

କ୍ୱିଙ୍ଗ୍‌ଦାଓ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାଙ୍ଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ର ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଶନିବାର ଚାଇନାର କ୍ୱିଙ୍ଗ୍‌ଦାଓ ସହରରେ ପହଞ୍ଚିଛନ୍ତି। ସେଠାରେ ସେ ଏସ୍‌ସିଓ ମହାସଚିବ ରଶିଦ ଅଲିମୋଭ୍‌ଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଛନ୍ତି।

ଦିଲ୍ଲୀରେ ପୋଲିସ-ଅପରାଧୀ ଗୁଳି ବିନିମୟ ଜାରି: ୪ ଅପରାଧୀ ମୃତ

ଦିଲ୍ଲୀରେ ପୋଲିସ-ଅପରାଧୀ ଗୁଳି ବିନିମୟ ଜାରି: ୪ ଅପରାଧୀ ମୃତ

ନୂଆଦିଲ୍ଲୀ,୯।୬: ଦକ୍ଷିଣ ଦିଲ୍ଲୀର ଛତରପୁର ଅଞ୍ଚଳରେ ରାଜେଶ ଭାର୍‌ତୀ ଗ୍ୟାଙ୍ଗ୍‌ ଏବଂ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ରାଜେଶ ଭାର୍‌ତୀଙ୍କ ସମେତ ଅଦ୍ୟବଧି ୪ ଅପରାଧୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ସୂଚନା ଚିନ୍ତାଜନକ: ରମଣ ସିଂ

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ସୂଚନା ଚିନ୍ତାଜନକ: ରମଣ ସିଂ

ରାୟପୁର,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ନେଇ ମିଳିଥିବା ସୂଚନା ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ। ଏହାକୁ ଗୁରୁତର ସହ ନେଇ ଏ ସମ୍ପର୍କରେ ସତର୍କ ରହିବାକୁ ପଦକ୍ଷେପ ନେବା ଜରୁରୀ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ଦିଲ୍ଲୀରେ ଏନ୍‌କାଉଣ୍ଟର: ୫ ଅପରାଧୀ, ୬ ପୋଲିସ ଆହତ

ଦିଲ୍ଲୀରେ ଏନ୍‌କାଉଣ୍ଟର: ୫ ଅପରାଧୀ, ୬ ପୋଲିସ ଆହତ

ନୂଆଦିଲ୍ଲୀ,୯।୬: ଦକ୍ଷିଣ ଦିଲ୍ଲୀର ଛତରପୁର ଅଞ୍ଚଳରେ ଶନିବାର ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଏବଂ ରାଜେଶ ଭାର୍‌ତୀ ଗ୍ୟାଙ୍ଗ୍‌ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୫ ଅପରାଧୀ ଏବଂ ୬ ପୋଲିସ କର୍ମୀ ଆହତ ହୋଇଛନ୍ତି।

ରାଜନୈତିକ ଆକ୍ରୋଶରୁ ଟିଏମ୍‌ସି କର୍ମୀଙ୍କୁ ହତ୍ୟା

ରାଜନୈତିକ ଆକ୍ରୋଶରୁ ଟିଏମ୍‌ସି କର୍ମୀଙ୍କୁ ହତ୍ୟା

ହାଓ୍ବଡ଼ା,୯।୬: ପଶ୍ଚିମବଙ୍ଗ ହାଓ୍ବଡ଼ାର ଜଗତ୍‌ ବଲ୍ଲଭପୁର ଅଞ୍ଚଳର ଜଣେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କର୍ମୀଙ୍କୁ ଶନିବାର ହତ୍ୟା କରାଯାଇଛି। ସେ ହେଲେ କାର୍ତ୍ତିକ ଧାକି। ସେ ଶୁକ୍ରବାରଠାରୁ ନିଖୋଜ ଥିଲେ। ଘଟଣା ଲାଗି ଟିଏମ୍‌ସି ବିରୋଧୀ ଭାଜପାକୁ ଦାୟୀ କରିଛି।

ଏଲ୍‌ଏନ୍‌ଜି ଗୋଦାମରେ ଅଗ୍ନିକାଣ୍ଡ

ଏଲ୍‌ଏନ୍‌ଜି ଗୋଦାମରେ ଅଗ୍ନିକାଣ୍ଡ

ଦିଦାରଗଞ୍ଜ,୯।୬: ବିହାରର ପାଟନା ନିକଟବର୍ତ୍ତୀ ଦିଦାରଗଞ୍ଜ ଅଞ୍ଚଳରେ ଥିବା ଏକ ଏଲ୍‌ଏନ୍‌ଜି ଗୋଦାମରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଫଳରେ ଗୋଦାମରେ ଥିବା ଏକ ଏଲ୍‌ପିଜି(ଲିକ୍ୟୁଫାୟାଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌) ସିଲିଣ୍ଡର ବିସ୍ଫୋରଣ ହୋଇଛି।

ବର୍ଷାରେ ବେହାଲ ବମ୍ବେ: ଟ୍ରେନ୍‌, ବିମାନ ସେବା ବାଧାପ୍ରାପ୍ତ

ବର୍ଷାରେ ବେହାଲ ବମ୍ବେ: ଟ୍ରେନ୍‌, ବିମାନ ସେବା ବାଧାପ୍ରାପ୍ତ

ବମ୍ବେ,୯।୬: ମୌସୁମୀ ଆରମ୍ଭରୁ ଗତ ପାଖାପାଖି ୪ ଦିନ ହେବ ବମ୍ବେରେ ହେଉଥିବା ଲଗାତାର ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଖରାପ ପାଗଯୋଗୁ ଶନିବାର ୩୨ଟି ବିମାନ ବିଳମ୍ବରେ ଉଡାଣ ଭରିବା ସହ ୩ଟିର ଉଡାଣକୁ ସ୍ଥଗିତ କରାଯାଇଛି।

ସୁରଟ ମିଲ୍‌ରେ ଅଗ୍ନିକାଣ୍ଡ: ୩୫ ଆହତ,୩ ଗୁରୁତର

ସୁରଟ ମିଲ୍‌ରେ ଅଗ୍ନିକାଣ୍ଡ: ୩୫ ଆହତ,୩ ଗୁରୁତର

ସୁରଟ,୯।୬: ଗୁଜରାଟ ସୁରଟର ପାଣ୍ଡେସେରା ଅଞ୍ଚଳରେ ଥିବା ଏକ ମିଲ୍‌ରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୫ ଜଣ ଆହତ ହୋଇଥିବା ବେଳେ ୩ ଗୁରୁତର ଥିବା ଜଣାପଡିଛି।

ନେପାଳ ସୀମାରେ ବେଆଇନ ଭାବେ ବଦଳ ହେଉଛି ବିଦେଶୀ ମୁଦ୍ରା

ନେପାଳ ସୀମାରେ ବେଆଇନ ଭାବେ ବଦଳ ହେଉଛି ବିଦେଶୀ ମୁଦ୍ରା

ସକ୍ସୋଲ,୯।୬: ଭାରତ-ନେପାଳ ସୀମାକୁ ଲାଗିଥିବା ବିହାରର ପୂର୍ବ ଚମ୍ପାରନ ଜିଲାର ସକ୍ସୋଲଠାରେ ବେଆଇନ ଭାବେ ବିଦେଶୀ ମୁଦ୍ରା ବଦଳ ହେଉଛି। ପାନ ଦୋକାନ ଭଳି ସଜା ଯାଇଥିବା ଏହି ଦୋକାନରେ ମୁଦ୍ରା ବଦଳ ହେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି

କୈରାନା ନିର୍ବାଚନରେ କାହିଁକି ଖରାପ ହୋଇଥିଲା ଇଭିଏମ୍‌: ମିଳିଲା ଏହାର ଅସଲ କାରଣ

କୈରାନା ନିର୍ବାଚନରେ କାହିଁକି ଖରାପ ହୋଇଥିଲା ଇଭିଏମ୍‌: ମିଳିଲା ଏହାର ଅସଲ କାରଣ

ନୂଆଦିଲ୍ଲୀ,୯।୬: କୈରାନା ଓ ଭଣ୍ଡାରା ଗୋଦିଆଁ ସମେତ ୧୦ଟି ଆସନରେ ହୋଇଥିବା ଉପନିର୍ବାଚନରେ ବହୁମାତ୍ରାରେ ଇଭିଏମ୍‌ ଓ ଭିଭିପାଟ୍‌ ମେଶିନ ଖରାପ ହେବାର କାରଣ ଖୋଜି ପାଇଛନ୍ତି ନିର୍ବାଚନ ଆୟୋଗର ଟେକ୍ନିକାଲ ଏକ୍ସପର୍ଟ ଟିମ୍‌। ଇତିମଧ୍ୟରେ ଟିମ୍‌ ଉକ୍ତ ରିପୋର୍ଟକୁ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିଛନ୍ତି।

ଆତଙ୍କବାଦ ପାଇଁ ଏବେ ମହିଳାଙ୍କୁ ବ୍ୟବହାର କରିବେ ମସୁଦ

ଆତଙ୍କବାଦ ପାଇଁ ଏବେ ମହିଳାଙ୍କୁ ବ୍ୟବହାର କରିବେ ମସୁଦ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୯।୬: ଆତଙ୍କବାଦୀ ସୃଷ୍ଟି କରିବା ପାଇଁ ଏବେ ମହିଳାମାନଙ୍କୁ ଅସ୍ତ୍ରଭାବେ ବ୍ୟବହାର କରିବାକୁ ଯାଉଛି ଜୈସ-ଏ-ମହମ୍ମଦ। ମସୁଦ ଅଜହରଙ୍କ ଏକ ଅଡିଓରୁ ଏହା ସ୍ପଷ୍ଟ ହୋଇଛି। ମୌଲାନା ମସୁଦ ଅଜହର ଜେହାଦର ପ୍ରାସରଣ ପାଇଁ ମହିଳାଙ୍କର ଏକ ଆତଙ୍କବାଦୀ ଫୌଜ ତିଆରି କରିବାକୁ ଯୋଜନା ରଖିଛି।

ପରପାରିରେ ଗୋଆର ପୂର୍ବତନ କଂଗ୍ରେସ ମୁଖ୍ୟ ଶାନ୍ତାରାମ

ପରପାରିରେ ଗୋଆର ପୂର୍ବତନ କଂଗ୍ରେସ ମୁଖ୍ୟ ଶାନ୍ତାରାମ

ପାଣାଜୀ,୯।୬: ଗୋଆ କଂଗ୍ରେସର ପୂର୍ବତନ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଶାନ୍ତାରାମ ନାୟକଙ୍କର ଶନିବାର ସକାଳେ ମାରଗାଓ ହସ୍ପିଟାଲରେ ପରଲୋକ ହୋଇଛି।

ବମ୍ବେ ଫୋର୍ଟ ଅଞ୍ଚଳରେ ନିଆଁ: ୨ ଆହତ

ବମ୍ବେ ଫୋର୍ଟ ଅଞ୍ଚଳରେ ନିଆଁ: ୨ ଆହତ

ବମ୍ବେ,୯।୬: ବମ୍ବେ ଫୋର୍ଟ ଅଞ୍ଚଳରେ ଥିବା ପଟେଲ ଚାମ୍ବରରେ ଶନିବାର ସକାଳେ ନିଆଁ ଲାଗିବା ଫଳରେ ୨ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ନିଆଁ ଲିଭାଇବା ସମୟରେ ପଟେଲ ଚାମ୍ବରର କିଛି ଅଂଶ ଭାଙ୍ଗି ପଡିବା ଫଳରେ ଏମାନେ ଆହତ ହୋଇଛନ୍ତି।

ପକ୍ଷୀ ସହ ପିଟି ହେଲା ଗୋଏୟାର: ୫କୋଟି କ୍ଷତି

ପକ୍ଷୀ ସହ ପିଟି ହେଲା ଗୋଏୟାର: ୫କୋଟି କ୍ଷତି

କଲିକତା,୮।୬: କଲିକତାରୁ ପୋର୍ଟ ବ୍ଲେୟାର ଯାତ୍ରା କରୁଥିବା ‘ଗୋଏୟାର’ର ଏକ ବିମାନ ପକ୍ଷୀ ସହ ବାଡେଇ ହେବାରୁ ୫କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଛି।

ମନ୍ତ୍ରୀପଦ ନ ମିଳିବାରୁ ରୁଷିଲେ ବିଧାୟକ

ମନ୍ତ୍ରୀପଦ ନ ମିଳିବାରୁ ରୁଷିଲେ ବିଧାୟକ

ବାଙ୍ଗାଲୋର,୮।୬: କର୍ନାଟକରେ କଂଗ୍ରେସ-ଜେଡିଏସ୍‌ ମିଳିତ ସରକାରରେ ବିବାଦ ଥମିବାର ନା ନେଉନି। ପ୍ରଥମେ ମନ୍ତ୍ରିମଣ୍ଡଳକୁ ନେଇ ଟଣା ଓଟରା ଚାଲିଥିବା ବେଳେ ଏବେ କେତେଜଣ ବିଧାୟକଙ୍କୁ ମନ୍ତ୍ରୀପଦ ନ ମିଳିବାରୁ ପୁଣି ରାଗ ରୁଷା ଆରମ୍ଭ ହୋଇଛି।

ଆରମ୍ଭ ହେଲା ଚଳିତ ବର୍ଷର କୈଳାଶ ମାନସରୋବର ଯାତ୍ରା

ଆରମ୍ଭ ହେଲା ଚଳିତ ବର୍ଷର କୈଳାଶ ମାନସରୋବର ଯାତ୍ରା

ନୂଆଦିଲ୍ଲୀ,୮।୬: ବିଶ୍ୱର ସର୍ବୋଚ୍ଚ ଶୈବପୀଠ କୈଳାଶ ମାନସରୋବର ଯାତ୍ରା ଶୁକ୍ରବାର ଆରମ୍ଭ ହୋଇଛି। ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ କୈଳାଶ ମାନସରୋବରକୁ ଶ୍ରେଷ୍ଠ ବୋଲି କୁହାଯାଏ।

ଖଟ୍ଟର ସରକାରଙ୍କ ବିବାଦୀୟ ବୟାନ

ଖଟ୍ଟର ସରକାରଙ୍କ ବିବାଦୀୟ ବୟାନ

ଚଣ୍ଡିଗଡ଼,୮।୬: ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁଣି ଥରେ ବିବାଦୀୟ ହୋଇ ପଡିବା ଆଶଙ୍କା କରାଯାଉଛି। ସେ କହିଛନ୍ତି ରାଜ୍ୟର ସମସ୍ତ ଖେଳାଳି ବିଜ୍ଞାପନ ଓ ପ୍ରଫେସନାଲ ସ୍ପୋର୍ଟସ୍‌ରୁ ଯାହା ରୋଜଗାର କରୁଛନ୍ତି ତା’ର ୩୩ ପ୍ରତିଶତ (ହରିୟାନା ସ୍ପୋର୍ଟସ୍‌ କାଉନସିଲ)ବା ସରକାରଙ୍କୁ ଦିଅନ୍ତୁ।

ଗୋଟିଏ ବନ୍ଧୁକ ସାହାଯ୍ୟରେ ଗୁଳି କରାଯାଥିଲା କଲବୁର୍ଗି, ଗୌରୀ ଲଙ୍କେଶଙ୍କୁ

ଗୋଟିଏ ବନ୍ଧୁକ ସାହାଯ୍ୟରେ ଗୁଳି କରାଯାଥିଲା କଲବୁର୍ଗି, ଗୌରୀ ଲଙ୍କେଶଙ୍କୁ

ନୂଆଦିଲ୍ଲୀ,୮।୬: ବରିଷ୍ଠ ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡକୁ ନେଇ ଫରେନସିକ୍‌ ଲାବ ରିପୋର୍ଟରେ ଆସିଛି ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ। ଗୌରୀଙ୍କୁ ଯେଉଁ ବନ୍ଧୁକରୁ ଗୁଳି କରାଯାଇଥିଲା ଠିକ୍‌ ସେହି ବନ୍ଧୁକରୁ କର୍ନାଟକର ପ୍ରଖ୍ୟାତ ତର୍କବାଦୀ ଓ ଲେଖକ ଏମ୍‌ଏମ୍‌ କଲବୁର୍ଗିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

ହସ୍ପିଟାଲରେ ନାହିଁ ଶୀତତାପ ନିୟନ୍ତ୍ରିତ: ୪ ରୋଗୀ ମୃତ

ହସ୍ପିଟାଲରେ ନାହିଁ ଶୀତତାପ ନିୟନ୍ତ୍ରିତ: ୪ ରୋଗୀ ମୃତ

କାନପୁର,୮।୬: କାନପୁରର ସବୁଠାରୁ ବଡ ହସ୍ପିଟାଲ ଭାବେ ପରିଗଣିତ ହେଲଟ୍‌ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଚର୍ଚ୍ଚାର କାରଣ ପାଲଟିଛି। ତେବେ ଆଇସିୟୁରେ ଶୀତତାପ ନିୟନ୍ତ୍ରିତ(ଏସି) ନ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।

ରାଜୀବ ଗାନ୍ଧୀଙ୍କ ହତ୍ୟା ଭଳି ଷଡ଼ଯନ୍ତ୍ର ଯୋଜନା କରୁଛନ୍ତି ମାଓବାଦୀ

ରାଜୀବ ଗାନ୍ଧୀଙ୍କ ହତ୍ୟା ଭଳି ଷଡ଼ଯନ୍ତ୍ର ଯୋଜନା କରୁଛନ୍ତି ମାଓବାଦୀ

ନୂଆଦିଲ୍ଲୀ, ୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଭଳି ଷଡ଼ଯନ୍ତ୍ର ଯୋଜନା ମାଓବାଦୀ ସଂଗଠନ କରୁଥିବା ପୋଲିସ ପକ୍ଷରୁ ସୂଚିତ କରାଯାଇଛି। ଭୀମା କୋରେଗାଓଁ ହିଂସା ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଏହା ଜଣାପଡିଛି।

ଭାରତ କିଣିବ ୫୫ ଶହ କୋଟିରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସରଞ୍ଜାମ

ଭାରତ କିଣିବ ୫୫ ଶହ କୋଟିରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସରଞ୍ଜାମ

ନୂଆଦିଲ୍ଲୀ,୮।୬: ଭାରତ ୫୫ ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସରଞ୍ଜାମ କିଣିବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।