Dharitri News

ଜାତୀୟ

ପ୍ରତିବର୍ଷ ନିର୍ମାଣ ହୋଇଛି ୧୩୦ କିମି ସଡ଼କ

ପ୍ରତିବର୍ଷ ନିର୍ମାଣ ହୋଇଛି ୧୩୦ କିମି ସଡ଼କ

ନୂଆଦିଲ୍ଲୀ,୪।୧: ଗତ ୭ ବର୍ଷ ମଧ୍ୟରେ ବର୍ଷ ପିଛା ହାରାହାରି ୧୩୦ କିମି ସଡ଼କ ପଥ ନିର୍ମାଣ ହୋଇଛି। ଏନେଇ ଗୁରୁବାର ଲୋକସଭାରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି।

ତେଲେଙ୍ଗାନା ଆୟୋଜିତ କରିବ ତୃତୀୟ ଆନ୍ତର୍ଜାତୀୟ ଗୁଡିଉଡ଼ା ଉତ୍ସବ

ତେଲେଙ୍ଗାନା ଆୟୋଜିତ କରିବ ତୃତୀୟ ଆନ୍ତର୍ଜାତୀୟ ଗୁଡିଉଡ଼ା ଉତ୍ସବ

ହାଇଦ୍ରାବାଦ,୪।୧: ଜାନୁୟାରୀ ୧୩ରୁ ୧୫ ମଧ୍ୟରେ ତେଲେଙ୍ଗାନା ସରକାର ତୃତୀୟ ଆନ୍ତର୍ଜାତୀୟ ଗୁଡିଉଡା ଉତ୍ସବ ପାଳନ କରିବାକୁ ଘୋଷଣା କରିଛି। ଜାନୁୟାରୀ ୧୪, ମକର ସଂକ୍ରାନ୍ତି ବା ପୋଙ୍ଗଲ(ତେଲୁଗୁ ନୂଆବର୍ଷ) ଉପଲକ୍ଷେ ଆୟୋଜିତ ହେଉଥିବା ଏହି ଉତ୍ସବକୁ ଧୁମଧାମ୍‌ରେ ପାଳନ କରାଯିବ ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏ.ଚନ୍ଦୁ ଲାଲ୍‌। ହାଇଦ୍ରାବାଦର ପରେଡ ଗ୍ରାଉଣ୍ଡରେ ଏହା ଆୟୋଜିତ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଭଉଣୀକୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟରେ ଗୁହାରି

ଭଉଣୀକୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟରେ ଗୁହାରି

ହାଇଦ୍ରାବାଦ,୪।୧: ସୌଦି ଆରବରେ ଫସି ରହିଥିବା ଭଉଣୀକୁ ଉଦ୍ଧାର କରିବା ପାଇଁ ହାଇଦ୍ରାବାଦର ଫରହାନ୍‌ ନାମକ ଜଣେ ମହିଳା ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଅନୁରୋଧ କରିଛନ୍ତି। ତାଙ୍କର ୨ ଭଉଣୀ ରେହେନା ଓ ନୁର୍‌ ରୋଜଗାର ଉଦ୍ଦେଶ୍ୟରେ ସୌଦି ଯାଇଥିଲେ।

ଦେଶବ୍ୟାପୀ ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ

ଦେଶବ୍ୟାପୀ ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ

ନୂଆଦିଲ୍ଲୀ,୪।୧: ଦେଶବ୍ୟାପୀ ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ସ୍ବଚ୍ଛତା ଯାଞ୍ଚ୍‌ କରାଯିବ। ଦେଶର ୪ ହଜାରରୁ ଅଧିକ ସହରରେ ଏହି ସର୍ଭେ ହେବ।

୬୫ ପ୍ରତିଶତ ଲୋକଙ୍କୁ ମିଳିବ ଏଫ୍‌ଏମ୍‌ ସୁବିଧା

୬୫ ପ୍ରତିଶତ ଲୋକଙ୍କୁ ମିଳିବ ଏଫ୍‌ଏମ୍‌ ସୁବିଧା

ନୂଆଦିଲ୍ଲୀ,୪।୧: ଦେଶର ୬୫ ପ୍ରତିଶତ ଲୋକଙ୍କୁ ଖୁବ୍‌ ଶୀଘ୍ର ଏଫ୍‌ଏମ୍‌ ସୁବିଧା ଯୋଗାଇ ଦିଆଯିବ ବୋଲି ଗୁରୁବାର ଲୋକସଭାରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରେଠୋର ସୂଚନା ଦେଇଛନ୍ତି।

ବିହାର ମନ୍ତ୍ରୀମଣ୍ଡଳରେ ୨୨ କୋଟିପତି

ବିହାର ମନ୍ତ୍ରୀମଣ୍ଡଳରେ ୨୨ କୋଟିପତି

ପାଟନା,୪।୧: ବିହାର ଦେଶର ଗରିବ ରାଜ୍ୟ ବୋଲି କୁହାଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ୨୮ ମନ୍ତ୍ରୀଙ୍କ ମଧ୍ୟରେ ୨୨ ଜଣ କୋଟିପତି ଅଛନ୍ତି। ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ଘୋଷଣା କରାଯିବା ପରେ ଏହା ଜଣାପଡିଛି।

ତ୍ରିରାଷ୍ଟ୍ରୀୟ ଗସ୍ତରେ ସୁଷମା

ତ୍ରିରାଷ୍ଟ୍ରୀୟ ଗସ୍ତରେ ସୁଷମା

ନୂଆଦିଲ୍ଲୀ,୪।୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଗୁରୁବାର ୫ ଦିନିଆ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତକାଳରେ ସେ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ଥାଇଲାଣ୍ଡ୍‌, ଇଣ୍ଡୋନେସିଆ ଓ ସିଙ୍ଗାପୁର ଯିବାର କାର୍ଯ୍ୟକ୍ରମ ରହିଛି।

୧୩ ଭାରତୀୟ ଧୀବର ଗିରଫ

୧୩ ଭାରତୀୟ ଧୀବର ଗିରଫ

ରାମେଶ୍ୱରମ୍‌,୪।୧: ଶ୍ରୀଲଙ୍କା ନୌସେନା ଗୁରୁବାର ୧୩ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ କେଚୁଥାଭୁଠାରେ ମାଛ ଧରୁଥିବା ଅଭିଯୋଗ ହୋଇଛି।

ରାହୁଲଙ୍କ ବାହାରିନ୍‌ ଗସ୍ତ

ରାହୁଲଙ୍କ ବାହାରିନ୍‌ ଗସ୍ତ

ନୂଆଦିଲ୍ଲୀ,୪।୧: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ସପ୍ତାହରେ ବାହାରିନ୍‌ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ରାହୁଲଙ୍କର ଏହା ପ୍ରଥମ ବିଦେଶ ଗସ୍ତ ହେବ। ଏହି ଗସ୍ତ ସମୟରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ସହ ବାହାରିନ୍‌ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍‌ କରିବାର ଯୋଜନା ରହିଛି।

କେଜ୍‌ରିଓ୍ବାଲଙ୍କ ଘରେ ବିଶ୍ୱାସ ସମର୍ଥକ, ରାଜଘାଟରେ କପିଲଙ୍କ ମୌନ ଧାରଣା

କେଜ୍‌ରିଓ୍ବାଲଙ୍କ ଘରେ ବିଶ୍ୱାସ ସମର୍ଥକ, ରାଜଘାଟରେ କପିଲଙ୍କ ମୌନ ଧାରଣା

ନୂଆଦିଲ୍ଲୀ,୪।୧: ରାଜ୍ୟ ସଭା ଟିକେଟକୁ ନେଇ ଆମ୍‌ ଆଦ୍‌ମୀ ପାର୍ଟିରେ ଲାଗି ରହିଛି ଦ୍ୱନ୍ଦ୍ୱ। ନିକଟରେ ପାର୍ଟି ପକ୍ଷରୁ ରାଜ୍ୟ ସଭା ପାଇଁ ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ହେଲେ ଆଶାୟୀ ପ୍ରାର୍ଥୀ କୁମାର ବିଶ୍ୱାସଙ୍କୁ ଟିକେଟ ନ ମିଳିବାରୁ ଏବେ ସେ କେଜ୍‌ରିଓ୍ବାଲଙ୍କ ଉପରେ ଖପ୍ପା।

ବମ୍ବେରେ ପୁଣି ନିଆଁ: ୪ ମୃତ, ୭ ଗୁରୁତର

ବମ୍ବେରେ ପୁଣି ନିଆଁ: ୪ ମୃତ, ୭ ଗୁରୁତର

ମହାରାଷ୍ଟ୍ର,୪।୧: ବମ୍ବେର ମୋରାଲ ଚର୍ଚ୍ଚ ରୋଡରେ ଥିବା ମଇମୁନ୍‌ ଘରୋଇ କୋଠାରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁବାର ସକାଳୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ପାଇ ଦମକଳ ବାହିନୀ ପହଞ୍ଚିବା ଫଳରେ ୪୫ ମିନିଟ୍‌ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

 ଅରୁଣାଚଳପ୍ରଦେଶରେ ପ୍ରବେଶ କରିଥିଲେ ଚାଇନା ସୈନିକ

ଅରୁଣାଚଳପ୍ରଦେଶରେ ପ୍ରବେଶ କରିଥିଲେ ଚାଇନା ସୈନିକ

ନୂଆଦିଲ୍ଲୀ,୪।୧: ଚାଇନା ସୈନିକ ଅରୁଣାଚଳପ୍ରଦେଶ ଭିତରକୁ ଏକ କିଲୋମିଟର ପ୍ରବେଶ କରିଥିଲେ ବୋଲି ଭାରତୀୟ ସେନା ପକ୍ଷରୁ ସୂଚିତ କରାଯାଇଛି। ସେମାନେ ରାସ୍ତା ନିର୍ମାଣ ପାଇଁ ଭିତରକୁ ଆସିଥିବା ଆକଳନ କରାଯାଉଛି।

କେନିଆରୁ ଉଦ୍ଧାର ହେଲେ ୩ ଭାରତୀୟ ଓ ୭ ନେପାଳୀ ବାଳିକା

କେନିଆରୁ ଉଦ୍ଧାର ହେଲେ ୩ ଭାରତୀୟ ଓ ୭ ନେପାଳୀ ବାଳିକା

ନୂଆଦିଲ୍ଲୀ,୪।୧: ବେଆଇନ ଭାବେ ଚାଲାଣ ହୋଇଥିବା ୩ ଭାରତୀୟ ଓ ୭ ନେପାଳୀ ବାଳିକାଙ୍କୁ କେନିଆ ମୋମ୍ବାସାରୁ ଉଦ୍ଧାର କରାଯାଇଛି। ଏସମ୍ପର୍କରେ ବୈଦେଶିକ ବ୍ୟାପାରମନ୍ତ୍ରୀ ସୁଷମା ସ୍ବରାଜ ଗୁରୁବାର ଟୁଇଟ୍‌ କରି ସୂଚିତ କରିଛନ୍ତି।

ଏନକାଉଣ୍ଟରରେ ଅନୁପ୍ରବେଶକାରୀ ନିହତ

ଏନକାଉଣ୍ଟରରେ ଅନୁପ୍ରବେଶକାରୀ ନିହତ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀର ଆର୍ନିଆ ଅଞ୍ଚଳର ଆର୍‌ଏସ୍‌ ପୁରା ସେକ୍ଟରରେ ଗୁରୁବାର ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ସୀମା ଆରପଟୁ ଭାରତ ଭିତରକୁ ତାରବାଡ଼ ଡେଇଁ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ଅନୁପ୍ରବେଶକାରୀ ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।

୨୦୧୮ ସୁଦ୍ଧା ଇସ୍ରୋ ଉପଗ୍ରହ ସହିତ ଲିଙ୍କ୍‌ ହେବ ସମସ୍ତ ଟ୍ରେନ୍‌

୨୦୧୮ ସୁଦ୍ଧା ଇସ୍ରୋ ଉପଗ୍ରହ ସହିତ ଲିଙ୍କ୍‌ ହେବ ସମସ୍ତ ଟ୍ରେନ୍‌

ନୂଆଦିଲ୍ଲୀ,୩।୧: ଆଗାମୀ ୨୦୧୮ ଡିସେମ୍ବର ସୁଦ୍ଧା ରେଳ ବିଭାଗର ସମସ୍ତ ଟ୍ରେନ୍‌ ଇସ୍ରୋ ଉପଗ୍ରହ ସହିତ ଲିଙ୍କ୍‌ ହେବ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ୧୦,୮୦୦ ଟ୍ରେନ୍‌ରେ ଆବଶ୍ୟକ ଆଣ୍ଟେନା ସ୍ଥାପନ କରାଯିବ।

 ରେଳ ବିଭାଗରେ କାମ କରୁଛନ୍ତି ୯୦ ହଜାରରୁ ଅଧିକ ଠିକା ଶ୍ରମିକ

ରେଳ ବିଭାଗରେ କାମ କରୁଛନ୍ତି ୯୦ ହଜାରରୁ ଅଧିକ ଠିକା ଶ୍ରମିକ

ନୂଆଦିଲ୍ଲୀ,୩।୧: ରେଳ ବିଭାଗରେ ୯୦ ହଜାରରୁ ଅଧିକ ଠିକା ଶ୍ରମିକ କାମ କରୁଛନ୍ତି। ଏସମ୍ପର୍କରେ ଲୋକସଭାରେ ରେଳ ରାଷ୍ଟ୍ରମନ୍ତ୍ରୀ ରଞ୍ଜନ ଗୋହିନ୍‌ ବୁଧବାର ସୂଚିତ କରିଛନ୍ତି।

 ୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି

୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି

ନୂଆଦିଲ୍ଲୀ,୩।୧: ଅନେକ କଳ୍ପନା ଜଳ୍ପନାର ଅବସାନ ଘଟାଇ ଆମ୍‌ ଆଦମୀ ପାର୍ଟି(ଏଏପି) ପକ୍ଷରୁ ୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ଏଏପି ପକ୍ଷରୁ ସଞ୍ଜୟ ସିଂ, ସୁଶିଲ୍‌ ଗୁପ୍ତା ଓ ଏନ୍‌.ଡି. ଗୁପ୍ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି।

 ଜାତିଆଣ ହିଂସା ପଛରେ ରାଜନୈତିକ ଉଦ୍ଦେଶ୍ୟ: ଶିବସେନା

ଜାତିଆଣ ହିଂସା ପଛରେ ରାଜନୈତିକ ଉଦ୍ଦେଶ୍ୟ: ଶିବସେନା

ବମ୍ବେ,୩।୧: ମହାରାଷ୍ଟ୍ରରେ ଜାତିଆଣ ହିଂସା ଯୋଗୁ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ଶିବସେନା ପକ୍ଷରୁ ସୂଚିତ ବୁଧବାର କରାଯାଇଛି।

ବାହାରେ ଶୌଚ ହେଲେ ୫ ଶହ ଟଙ୍କା ଜରିମାନା

ବାହାରେ ଶୌଚ ହେଲେ ୫ ଶହ ଟଙ୍କା ଜରିମାନା

ବମ୍ବେ,୩।୧: ବାହାରେ ଶୌଚ ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ମହାରାଷ୍ଟ୍ର ସରକାର ସୂଚିତ କରିଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ, ମୁତ୍ର ତ୍ୟାଗକଲେ କିମ୍ବା ଅଳିଆ ଆବର୍ଜନା ପକାଇଲେ ଜରିମାନା ଆଦାୟ କରାଯିବ।

ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ

ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ

ପାଟନା,୩।୧: ବିହାର ଆଉରଙ୍ଗାବାଦ ଜିଲା ମଦନପୁର ଗାଁରେ ଏନକାଉଣ୍ଟର୍‌ରେ ୩ ମାଓବାଦୀଙ୍କୁ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ୍‌ ହୋଇଛନ୍ତି।

ଭାଜପାକୁ ରାହୁଲଙ୍କ ସମାଲୋଚନା

ଭାଜପାକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ,୩।୧: ମହାରାଷ୍ଟ୍ର ହିଂସା ନେଇ ବୁଧବାର ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ରାଜ୍ୟସଭା ବାରମ୍ବାର ମୁଲତବୀ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଜାତିଆଣ ହିଂସା ପାଇଁ ଭାଜପା ଓ ଆର୍‌ଏସ୍‌ଏସ୍‌କୁ ଦାୟୀ କରିଛନ୍ତି।

 ଗୋଖାଦ୍ୟ ଦୁର୍ନୀତି: ୧୬ ଅଭିଯୁକ୍ତଙ୍କୁ ଗୁରୁବାର ଦଣ୍ଡାଦେଶ

ଗୋଖାଦ୍ୟ ଦୁର୍ନୀତି: ୧୬ ଅଭିଯୁକ୍ତଙ୍କୁ ଗୁରୁବାର ଦଣ୍ଡାଦେଶ

ରାଞ୍ଚି,୩।୧: ବିହାରରେ ହୋଇଥିବା ୯ ଶହ କୋଟି ଟଙ୍କା ଗୋଖାଦ୍ୟ ଦୁର୍ନୀତିରେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମେତ ୧୬ ଜଣ ଅଭିଯୁକ୍ତଙ୍କୁ ଗୁରୁବାର ସିବିଆଇ ସ୍ବତନ୍ତ୍ର କୋର୍ଟ ଦଣ୍ଡାଦେଶ କରିବେ।

ଭୀମା କୋରେଗାଓଁ ହିଂସା: ମହାରାଷ୍ଟ୍ର ବନ୍ଦ

ଭୀମା କୋରେଗାଓଁ ହିଂସା: ମହାରାଷ୍ଟ୍ର ବନ୍ଦ

ବମ୍ବେ,୩।୧: ମହାରାଷ୍ଟ୍ରରେ ୨୦୦ ବର୍ଷ ଘଟଣାକୁ ନେଇ ଦେଖାଦେଇଥିବା ଜାତିଆଣ ହିଂସା କୁହୁଳିବାରେ ଲାଗିଛି। ଭୀମା କୋରେଗାଓଁ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି କେତେକ ଦଳିତ ସଂଗଠନ ପକ୍ଷରୁ ବୁଧବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି।

ଭୟଙ୍କର ହେଉଛି ଜାତୀୟ ହିଂସା

ଭୟଙ୍କର ହେଉଛି ଜାତୀୟ ହିଂସା

ବମ୍ବେ,୨।୧: ଭିମା-କୋରେଗାଓ୍ବ ଯୁଦ୍ଧର ୨୦୦ ବର୍ଷ ପୁର୍ତ୍ତିକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସୋମବାର ପୁଣେରେ ହିଂସା ହୋଇଥିଲା। ପରେ ଏହା ମହାରାଷ୍ଟ୍ରର କିଛି ଜିଲାକୁ ବ୍ୟାପି ଯାଇଥିଲା। ଏହାର ପ୍ରଭାବ ମଙ୍ଗଳବାର ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ବମ୍ବେର ଅନେକ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି।