Dharitri News

ଜାତୀୟ

ଶୀତ ଅଧିବେଶନ ଶେଷ: ହଟ୍ଟଗୋଳରେ ବିତିଲା ସମୟ

ଶୀତ ଅଧିବେଶନ ଶେଷ: ହଟ୍ଟଗୋଳରେ ବିତିଲା ସମୟ

ନୂଆଦିଲ୍ଲୀ,୫।୧: ସଂସଦର ଶୀତ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଡିସେମ୍ବର ୧୫ରୁ ଆରମ୍ଭ ହୋଇ ଏହା ଜାନୁୟାରୀ ୫ରେ ଶେଷ ହୋଇଛି। ରାଜ୍ୟସଭାର ଧାର୍ଯ୍ୟ କାର୍ଯ୍ୟ ଦିବସ ମଧ୍ୟରୁ ୧୫ ଘଣ୍ଟା ହଟ୍ଟଗୋଳରେ ବିତିଥିବା ଭେଙ୍କାୟା ନାଇଡୁ କହିଛନ୍ତି।

ଅଟକିଲା ତିନି ତଲାକ୍‌ ବିଲ୍‌: ଶୀତ ଅଧିବେଶନ ଶେଷ

ଅଟକିଲା ତିନି ତଲାକ୍‌ ବିଲ୍‌: ଶୀତ ଅଧିବେଶନ ଶେଷ

ନୂଆଦିଲ୍ଲୀ,୫।୧: ତିନି ତଲାକ୍‌ ବିଲ୍‌ ନେଇ ଗତ କିଛି ଦିନ ଧରି ସଂସଦର ଉଭୟ ଗୃହରେ ନାନା ପ୍ରକାର ଚର୍ଚ୍ଚା ଚାଲିଥିଲା। ଡିସେମ୍ବର ୨୮ରେ ଲୋକସଭାରେ ଏହା ପାଶ୍‌ ହୋଇଥିବାବେଳେ ରାଜ୍ୟସଭାରେ ବିରୋଧୀଙ୍କ ବାଧା ଯୋଗୁ ଅଟକି ଯାଇଛି।

ପ୍ରାଦେଶିକ ସେନାରେ ଯୋଗ ଦେବେ ମହିଳା

ପ୍ରାଦେଶିକ ସେନାରେ ଯୋଗ ଦେବେ ମହିଳା

ନୂଆଦିଲ୍ଲୀ,୫।୧: ଭାରତୀୟ ପ୍ରାଦେଶିକ ସେନା(ଟେରିଟୋରିଆଲ ଆର୍ମି)ରେ ମହିଳାମାନେ ଯୋଗଦେବା ପାଇଁ ସବୁଜ ସଙ୍କେତ ମିଳିଛି। ଏନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଛନ୍ତି।

ଇତିହାସ ରଚିଲା ଭାରତୀୟ ରେଳବାଇ

ଇତିହାସ ରଚିଲା ଭାରତୀୟ ରେଳବାଇ

ଉତ୍ତରପ୍ରଦେଶ,୫।୧: ଭାରତର ଲାଫଇ୍‌ ଲାଇନ୍‌ କୁହାଯାଉଥିବା ଭାରତୀୟ ରେଲଓ୍ବେ ଇତିହାସ ରଚିଛି। ମାତ୍ର ୭ ଘଣ୍ଟା ୨୦ ମିନିଟରେ ଏକ ନୂଆ ପୋଲ ତିଆରି କରିଛି ଭାରତୀୟ ରେଲଓ୍ବେ ।

ଛତିଶଗଡ଼ ଏନ୍‌କାଉଣ୍ଟର: ୩ ମାଓବାଦୀ ମୃତ

ଛତିଶଗଡ଼ ଏନ୍‌କାଉଣ୍ଟର: ୩ ମାଓବାଦୀ ମୃତ

ବିଜାପୁର,୫।୧: ଛତିଶଗଡ ବିଜାପୁର ଜିଲାର ମୁଡୁଭାଣ୍ଡି-କଓ୍ବାଡଗାଁ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମୁକାବିଲାରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳ ପ୍ରାୟ ୭.୩୦ ମିନିଟ ସମୟରେ କୋବ୍ରା କମାଣ୍ଡୋ ଓ ଛତିଶଗଡ଼ ଜିଲା ପୋଲିସ ସହ ମାଓବାଦୀଙ୍କ ମୁକାବିଲା ହୋଇଥିଲା।

ଭାରତୀୟଙ୍କ ଆଧାର ତଥ୍ୟର ଦୂରୁପଯୋଗ: ସ୍ନୋଡେନ୍‌

ଭାରତୀୟଙ୍କ ଆଧାର ତଥ୍ୟର ଦୂରୁପଯୋଗ: ସ୍ନୋଡେନ୍‌

ନୂଆଦିଲ୍ଲୀ,୫।୧: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଦାବି କରାଯିବାର ଦିନକ ପରେ, ଶୁକ୍ରବାର ଆମେରିକାର ଓ୍ବାଇବ୍ଲନର ଏଡଓ୍ବାର୍ଡ ସ୍ନୋଡେନ୍‌ ଆଶ୍ଚର୍ଯ୍ୟ କଲାଭଳି ଏକ ତଥ୍ୟ ପ୍ରଦାନ କରିଛନ୍ତି

ରାଷ୍ଟ୍ରୀୟ ସଙ୍ଗୀତରୁ ଆରମ୍ଭ ହେବ ସକାଳ

ରାଷ୍ଟ୍ରୀୟ ସଙ୍ଗୀତରୁ ଆରମ୍ଭ ହେବ ସକାଳ

ହରିୟାଣା,୫।୧: ହରିୟାଣାର ଫରିଦାବାଦ ଜିଲାରେ ଜାଟ୍‌ ସମୁଦାୟର ଭନକପୁର ଗାଁରେ ପ୍ରତ୍ୟହ ସକାଳ ୮ଟାରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବ। ଏଥିପାଇଁ ଗାଁ ଲୋକେ ୩ ଲକ୍ଷ ଟଙ୍କା ଖର୍ଚ୍ଚକରି ୨୦ଟି ଲାଉଡ୍‌ସ୍ପିକର ଲାଗାଇବାକୁ ଯୋଜନା କରିଛନ୍ତି।

ନୌସେନାରେ ପି-୮ ଆଇ ବିମାନ ପ୍ରଶିକ୍ଷଣ ହେବ ସହଜ

ନୌସେନାରେ ପି-୮ ଆଇ ବିମାନ ପ୍ରଶିକ୍ଷଣ ହେବ ସହଜ

ନୂଆଦିଲ୍ଲୀ,୫।୧: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପି-୮ ଆଇ ବିମାନର ପ୍ରଶିକ୍ଷଣ ଏବେ ସହଜ ହେବ ବୋଲି ସୂଚନା ମିଳିଛି। ଏବେ ଲାଇଓ୍ବ ଏୟାରକ୍ରାପ୍ଟ ସ୍ଥାନରେ କମ୍‌ ଖର୍ଚ୍ଚରେ ସିମୁଲେଟରରେ ପ୍ରଶିକ୍ଷଣ ପାଇଁ ସଲ୍ୟୁଶନ କିଣାଯିବାକୁ ସ୍ଥିର କରାଯାଇଛି।

ଅଡୁଆରେ ପାଲାନିସାମୀ ସରକାର: ୧୨ ପରିବହନ ସଂଘ ପକ୍ଷରୁ ଧର୍ମଘଟ

ଅଡୁଆରେ ପାଲାନିସାମୀ ସରକାର: ୧୨ ପରିବହନ ସଂଘ ପକ୍ଷରୁ ଧର୍ମଘଟ

ମାଡ୍ରାସ,୫।୧: ତାମିଲନାଡୁରେ ୧୨ଟି ପରିବହନ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶୁକ୍ରବାରଠାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ମୁଖ୍ୟମନ୍ତ୍ରୀ ଇ.ପାଲାନିସାମୀଙ୍କ ସରକାର ଅଡୁଆରେ ପଡିଛନ୍ତି।

ସୀମା ସୁରକ୍ଷା: ବିଏସ୍‌ଏଫ୍‌ର ଅପରେଶନ ଆଲର୍ଟ

ସୀମା ସୁରକ୍ଷା: ବିଏସ୍‌ଏଫ୍‌ର ଅପରେଶନ ଆଲର୍ଟ

ଶ୍ରୀନଗର,୫।୧: ଜମ୍ମୁ-କଶ୍ମୀରର ୨୦୦ କିଲୋମିଟର ଦୀର୍ଘ ଅନ୍ତର୍ଜାତୀୟ ସୀମାରେଖାର ସୁରକ୍ଷା ପାଇଁ ଭାରତୀୟ ସୀମା ସୁରକ୍ଷାବଳ(ବିଏସ୍‌ଏଫ୍‌)ଙ୍କ ପକ୍ଷରୁ ଅପରେଶନ ଆଲର୍ଟ ଅଭିଯାନ ଆରମ୍ଭ କରାଯାଇଛି।

ନିୟନ୍ତ୍ରଣ ରେଖାରେ ବୋମା ନିଷ୍କ୍ରିୟ କାର୍ଯ୍ୟ ଆରମ୍ଭ

ନିୟନ୍ତ୍ରଣ ରେଖାରେ ବୋମା ନିଷ୍କ୍ରିୟ କାର୍ଯ୍ୟ ଆରମ୍ଭ

ଶ୍ରୀନଗର,୫।୧: ଜମ୍ମୁ-କଶ୍ମୀର ରାଜୌରୀର ନୌଶେରା ସେକ୍ଟରରେ ସେନା ପକ୍ଷରୁ ବୋମା ନିଷ୍କ୍ରିୟ କାର୍ଯ୍ୟ ଆରମ୍ଭ ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଓ କ୍ୟାମେରା ସହାୟତାରେ ମାଟିତଳେ ସୁରକ୍ଷା ଦୃଷ୍ଟିରୁ ପୋତା ଯାଇଥିବା ବୋମା ଓ ବିସ୍ଫୋରକକୁ ନିଷ୍କ୍ରିୟ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି।

ଭଗବତ ଗୀତା ପଢିବାରୁ ମୁସଲମାନ୍‌ ବାଳିକାଙ୍କ ବିରୋଧରେ ଫତଓ୍ବା ଜାରି

ଭଗବତ ଗୀତା ପଢିବାରୁ ମୁସଲମାନ୍‌ ବାଳିକାଙ୍କ ବିରୋଧରେ ଫତଓ୍ବା ଜାରି

ମିରଟ,୪।୧: ନିଜ ସ୍କୁଲର ଏକ କାର୍ଯ୍ୟକ୍ରମରେ ୧୫ ବର୍ଷୀୟା ଛାତ୍ରୀ ଆଲିଆ ଖାନ୍‌ ଜାନୁୟାରୀ ୨ ରେ ହିନ୍ଦୁଙ୍କ ପବିତ୍ର ପୁସ୍ତକ ଭଗବତ ଗୀତା ପାଠ କରିଥିଲେ। ଏଥିରେ ସେ ଦ୍ୱିତୀୟ ସ୍ଥାନ ପାଇବା ସହ ୨୫,୦୦୦ ଟଙ୍କା ପୁରସ୍କାର ମଧ୍ୟ ପାଇଥିଲେ। ହେଲେ ଏବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି।

ଘୁଞ୍ଚିଲା ଲାଲୁଙ୍କ ଦଣ୍ଡବିଧାନ

ଘୁଞ୍ଚିଲା ଲାଲୁଙ୍କ ଦଣ୍ଡବିଧାନ

ରାଞ୍ଚି,୪।୧: ଚାରା ଘୋଟାଲା ମାମଲାରେ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଦଣ୍ଡ ବିଧାନ ଗୁରୁବାର ହେବାର ଥିଲା। ହେଲେ ସିବିଆଇ ସ୍ବତନ୍ତ୍ର ଅଦାଲତ ଏହାକୁ ଶୁକ୍ରବାରକୁ ସ୍ଥଗିତ ରଖିଛନ୍ତି।

ପ୍ରତିଶୋଧ ନେଲା ଭାରତ: ୧୦ ପାକିସ୍ତାନୀ ରେଞ୍ଜର ନିହତ

ପ୍ରତିଶୋଧ ନେଲା ଭାରତ: ୧୦ ପାକିସ୍ତାନୀ ରେଞ୍ଜର ନିହତ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀର ଶାମ୍ବା ସେକ୍ଟରରେ ବୁଧବାର ସନ୍ଧ୍ୟାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ଜଣେ ଭାରତୀୟ ସୀମା ସୁରକ୍ଷା ବଳ ଯବାନ ଆର.ପି. ହାଜରା(୫୦) ସହିଦ୍‌ ହୋଇଥିଲେ।

ପ୍ରତିବର୍ଷ ନିର୍ମାଣ ହୋଇଛି ୧୩୦ କିମି ସଡ଼କ

ପ୍ରତିବର୍ଷ ନିର୍ମାଣ ହୋଇଛି ୧୩୦ କିମି ସଡ଼କ

ନୂଆଦିଲ୍ଲୀ,୪।୧: ଗତ ୭ ବର୍ଷ ମଧ୍ୟରେ ବର୍ଷ ପିଛା ହାରାହାରି ୧୩୦ କିମି ସଡ଼କ ପଥ ନିର୍ମାଣ ହୋଇଛି। ଏନେଇ ଗୁରୁବାର ଲୋକସଭାରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି।

ତେଲେଙ୍ଗାନା ଆୟୋଜିତ କରିବ ତୃତୀୟ ଆନ୍ତର୍ଜାତୀୟ ଗୁଡିଉଡ଼ା ଉତ୍ସବ

ତେଲେଙ୍ଗାନା ଆୟୋଜିତ କରିବ ତୃତୀୟ ଆନ୍ତର୍ଜାତୀୟ ଗୁଡିଉଡ଼ା ଉତ୍ସବ

ହାଇଦ୍ରାବାଦ,୪।୧: ଜାନୁୟାରୀ ୧୩ରୁ ୧୫ ମଧ୍ୟରେ ତେଲେଙ୍ଗାନା ସରକାର ତୃତୀୟ ଆନ୍ତର୍ଜାତୀୟ ଗୁଡିଉଡା ଉତ୍ସବ ପାଳନ କରିବାକୁ ଘୋଷଣା କରିଛି। ଜାନୁୟାରୀ ୧୪, ମକର ସଂକ୍ରାନ୍ତି ବା ପୋଙ୍ଗଲ(ତେଲୁଗୁ ନୂଆବର୍ଷ) ଉପଲକ୍ଷେ ଆୟୋଜିତ ହେଉଥିବା ଏହି ଉତ୍ସବକୁ ଧୁମଧାମ୍‌ରେ ପାଳନ କରାଯିବ ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏ.ଚନ୍ଦୁ ଲାଲ୍‌। ହାଇଦ୍ରାବାଦର ପରେଡ ଗ୍ରାଉଣ୍ଡରେ ଏହା ଆୟୋଜିତ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଭଉଣୀକୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟରେ ଗୁହାରି

ଭଉଣୀକୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟରେ ଗୁହାରି

ହାଇଦ୍ରାବାଦ,୪।୧: ସୌଦି ଆରବରେ ଫସି ରହିଥିବା ଭଉଣୀକୁ ଉଦ୍ଧାର କରିବା ପାଇଁ ହାଇଦ୍ରାବାଦର ଫରହାନ୍‌ ନାମକ ଜଣେ ମହିଳା ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଅନୁରୋଧ କରିଛନ୍ତି। ତାଙ୍କର ୨ ଭଉଣୀ ରେହେନା ଓ ନୁର୍‌ ରୋଜଗାର ଉଦ୍ଦେଶ୍ୟରେ ସୌଦି ଯାଇଥିଲେ।

ଦେଶବ୍ୟାପୀ ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ

ଦେଶବ୍ୟାପୀ ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ

ନୂଆଦିଲ୍ଲୀ,୪।୧: ଦେଶବ୍ୟାପୀ ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ସ୍ବଚ୍ଛତା ଯାଞ୍ଚ୍‌ କରାଯିବ। ଦେଶର ୪ ହଜାରରୁ ଅଧିକ ସହରରେ ଏହି ସର୍ଭେ ହେବ।

୬୫ ପ୍ରତିଶତ ଲୋକଙ୍କୁ ମିଳିବ ଏଫ୍‌ଏମ୍‌ ସୁବିଧା

୬୫ ପ୍ରତିଶତ ଲୋକଙ୍କୁ ମିଳିବ ଏଫ୍‌ଏମ୍‌ ସୁବିଧା

ନୂଆଦିଲ୍ଲୀ,୪।୧: ଦେଶର ୬୫ ପ୍ରତିଶତ ଲୋକଙ୍କୁ ଖୁବ୍‌ ଶୀଘ୍ର ଏଫ୍‌ଏମ୍‌ ସୁବିଧା ଯୋଗାଇ ଦିଆଯିବ ବୋଲି ଗୁରୁବାର ଲୋକସଭାରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରେଠୋର ସୂଚନା ଦେଇଛନ୍ତି।

ବିହାର ମନ୍ତ୍ରୀମଣ୍ଡଳରେ ୨୨ କୋଟିପତି

ବିହାର ମନ୍ତ୍ରୀମଣ୍ଡଳରେ ୨୨ କୋଟିପତି

ପାଟନା,୪।୧: ବିହାର ଦେଶର ଗରିବ ରାଜ୍ୟ ବୋଲି କୁହାଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ୨୮ ମନ୍ତ୍ରୀଙ୍କ ମଧ୍ୟରେ ୨୨ ଜଣ କୋଟିପତି ଅଛନ୍ତି। ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ଘୋଷଣା କରାଯିବା ପରେ ଏହା ଜଣାପଡିଛି।

ତ୍ରିରାଷ୍ଟ୍ରୀୟ ଗସ୍ତରେ ସୁଷମା

ତ୍ରିରାଷ୍ଟ୍ରୀୟ ଗସ୍ତରେ ସୁଷମା

ନୂଆଦିଲ୍ଲୀ,୪।୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଗୁରୁବାର ୫ ଦିନିଆ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତକାଳରେ ସେ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ଥାଇଲାଣ୍ଡ୍‌, ଇଣ୍ଡୋନେସିଆ ଓ ସିଙ୍ଗାପୁର ଯିବାର କାର୍ଯ୍ୟକ୍ରମ ରହିଛି।

୧୩ ଭାରତୀୟ ଧୀବର ଗିରଫ

୧୩ ଭାରତୀୟ ଧୀବର ଗିରଫ

ରାମେଶ୍ୱରମ୍‌,୪।୧: ଶ୍ରୀଲଙ୍କା ନୌସେନା ଗୁରୁବାର ୧୩ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ କେଚୁଥାଭୁଠାରେ ମାଛ ଧରୁଥିବା ଅଭିଯୋଗ ହୋଇଛି।

ରାହୁଲଙ୍କ ବାହାରିନ୍‌ ଗସ୍ତ

ରାହୁଲଙ୍କ ବାହାରିନ୍‌ ଗସ୍ତ

ନୂଆଦିଲ୍ଲୀ,୪।୧: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ସପ୍ତାହରେ ବାହାରିନ୍‌ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ରାହୁଲଙ୍କର ଏହା ପ୍ରଥମ ବିଦେଶ ଗସ୍ତ ହେବ। ଏହି ଗସ୍ତ ସମୟରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ସହ ବାହାରିନ୍‌ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍‌ କରିବାର ଯୋଜନା ରହିଛି।

କେଜ୍‌ରିଓ୍ବାଲଙ୍କ ଘରେ ବିଶ୍ୱାସ ସମର୍ଥକ, ରାଜଘାଟରେ କପିଲଙ୍କ ମୌନ ଧାରଣା

କେଜ୍‌ରିଓ୍ବାଲଙ୍କ ଘରେ ବିଶ୍ୱାସ ସମର୍ଥକ, ରାଜଘାଟରେ କପିଲଙ୍କ ମୌନ ଧାରଣା

ନୂଆଦିଲ୍ଲୀ,୪।୧: ରାଜ୍ୟ ସଭା ଟିକେଟକୁ ନେଇ ଆମ୍‌ ଆଦ୍‌ମୀ ପାର୍ଟିରେ ଲାଗି ରହିଛି ଦ୍ୱନ୍ଦ୍ୱ। ନିକଟରେ ପାର୍ଟି ପକ୍ଷରୁ ରାଜ୍ୟ ସଭା ପାଇଁ ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ହେଲେ ଆଶାୟୀ ପ୍ରାର୍ଥୀ କୁମାର ବିଶ୍ୱାସଙ୍କୁ ଟିକେଟ ନ ମିଳିବାରୁ ଏବେ ସେ କେଜ୍‌ରିଓ୍ବାଲଙ୍କ ଉପରେ ଖପ୍ପା।