ଜାତୀୟ

 ଖଦି ଶିଳ୍ପ: ଏକ ବର୍ଷରେ ଚାକିରି ହରାଇଛନ୍ତି ୭ଲକ୍ଷ କର୍ମଚାରୀ

ଖଦି ଶିଳ୍ପ: ଏକ ବର୍ଷରେ ଚାକିରି ହରାଇଛନ୍ତି ୭ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ, ୧୧।୩ : ଦେଶରେ ଖଦି ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ତେବେ ୨୦୧୫-୧୬ରୁ ୨୦୧୬-୧୭ ମଧ୍ୟରେ ୭ ଲକ୍ଷ ଖଦି କର୍ମଚାରୀ ଚାକିରି ହରାଇଛନ୍ତି। ଏକ ବର୍ଷ ତଳେ କର୍ମଚାରୀଙ୍କ ସଂଖ୍ୟା ୧୧.୬ ଲକ୍ଷ ଥିବାବେଳେ ଏହା ସମ୍ପ୍ରତି ୪.୬ ଲକ୍ଷରେ ପହଞ୍ଚିଛି। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ୩.୨ ଲକ୍ଷ ଖଦି କର୍ମଚାରୀ ଚାକିରି ହରାଇଥିବାବେଳେ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଓ ଆଣ୍ଡାମାନ-ନିକୋବରରେ ୧.୨ ଲକ୍ଷ କର୍ମଚାରୀ ଚାକିରିରୁ ବାହାରିଛନ୍ତି।

 ପାକିସ୍ତାନ-ବାଲାଂଦେଶ ସୀମାରେ ସୁରକ୍ଷା ହେବ କଡ଼ାକଡ଼ି

ପାକିସ୍ତାନ-ବାଲାଂଦେଶ ସୀମାରେ ସୁରକ୍ଷା ହେବ କଡ଼ାକଡ଼ି

ବେନଗାଓଁ, ୧୧।୩ : ପାକିସ୍ତାନ ଓ ବାଲାଂଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଅନେକ ସମୟରେ ଏସବୁ ସୀମାଦେଇ ଭାରତ ଭିତରକୁ ଅନୁପ୍ରବେଶ ହେବା ସହିତ ନିଶାଦ୍ରବ୍ୟ ତଥା ଅନ୍ୟ ସାମଗ୍ରୀର ଚୋରା କାରବାର ହେଉଛି। ଏହାକୁ ବନ୍ଦ କରିବା ପାଇଁ ସୀମାରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ କମ୍ପ୍ରେହେନସିଭ୍‌ ଇଣ୍ଟିଗ୍ରେଟେଡ୍‌ ବର୍ଡର ମ୍ୟାନେଜମେଣ୍ଟ ସିଷ୍ଟମ(ସିଆଇବିଏମ୍‌ଏସ୍‌)ର ସ୍ଥାପନ କରାଯିବ ବୋଲି ସୀମା ସୁରକ୍ଷାବଳ(ବିଏସ୍‌ଏଫ୍‌) ମହାନିର୍ଦ୍ଦେଶକ କେ.କେ.ଶର୍ମା ସୂଚିତ କରିଛନ୍ତି।

 ମାଓବାଦୀଙ୍କ ଆତ୍ମସମର୍ପଣ

ମାଓବାଦୀଙ୍କ ଆତ୍ମସମର୍ପଣ

କୋକ୍ରାଝର, ୧୧।୩ : ଆସାମର କୋକ୍ରାଝର ଅଞ୍ଚଳରେ ବୋଡୋଲାଣ୍ଡ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ(ଏନ୍‌ଡିଏଫ୍‌ବି)ର ଜଣେ ମାଓବାଦୀ ରବିବାର ସୁରକ୍ଷାବଳଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ହେଉଛନ୍ତି ରିନ୍ଦାଓ ବ୍ରହମା ଓରଫ୍‌ ବି. ରିଙ୍ଗହାଭ୍‌। ସେ ମେଜେମ୍‌ ଭାବେ ବେଶ୍‌ ପରିଚିତ।

 ଚାଇନାରେ ଏକ ଛତ୍ରବାଦୀ ଶାସନର ଅଭ୍ୟୁଦୟ

ଚାଇନାରେ ଏକ ଛତ୍ରବାଦୀ ଶାସନର ଅଭ୍ୟୁଦୟ

ବେଜିଂ/ନୂଆଦିଲ୍ଲୀ, ୧୧।୩ : ଚାଇନାରେ ଏକ ଛତ୍ରବାଦୀ ଶାସନର ଅଭ୍ୟୁଦୟ ହୋଇଛି। ରବିବାର ଚାଇନା ପାର୍ଲାମେଣ୍ଟରେ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବାର ୧୦ ବର୍ଷିଆ ଅବଧିରେ ସଂଶୋଧନ କରାଯାଇଛି। ଏହାଦ୍ୱାରା ଜି ଜିନ୍‌ପିଙ୍ଗ୍‌ ବଞ୍ଚିଥିବା ପର୍ଯ୍ୟନ୍ତ ଚାଇନାର ରାଷ୍ଟ୍ରପତି ପାଲଟି ଯାଇଛନ୍ତି। ଏନେଇ ନ୍ୟାସନାଲ୍‌ ପିପୁଲସ୍‌ କଂଗ୍ରେସ ଦ୍ୱାରା ପାର୍ଲାମେଣ୍ଟରେ ଆଗତ କରାଯାଇଥିବା ପ୍ରସ୍ତାବ ଦୁଇ ତୃତୀୟାଶଂ ସଂଖ୍ୟା ଗରିଷ୍ଠ ଭୋଟରେ ଅନୁମୋଦିତ ହୋଇଛି।

ସ୍ବଚ୍ଛତା ସମ୍ପର୍କରେ ମତାମତଦେଲେ ୩୩ ଲକ୍ଷ ନାଗରିକ

ସ୍ବଚ୍ଛତା ସମ୍ପର୍କରେ ମତାମତଦେଲେ ୩୩ ଲକ୍ଷ ନାଗରିକ

ନୂଆଦିଲ୍ଲୀ, ୧୧।୩ : ଦେଶରେ ସ୍ବଚ୍ଛତା ଅଭିଯାନ ଇତିମଧ୍ୟରେ ଶନିବାର ଶେଷ ହୋଇଥିବାବେଳେ ଦେଶର ୪,୦୪୧ ସହରର ନାଗରିକ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ନିଜର ମତାମତ ଦେଇଛନ୍ତି। ଏନେଇ ହୋଇଥିବା ସର୍ଭେରେ ରାଜସ୍ତାନର ସର୍ବାଧିକ ୫.୯ ଲକ୍ଷ ନାଗରିକ ନିଜସ୍ବ ମତ ଉପସ୍ଥାପନ କରିଥିବାବେଳେ ମଧ୍ୟପ୍ରଦେଶ,ଆନ୍ଧ୍ରପ୍ରଦେଶର ଅନେକ ସହରର ନାଗରିକ ମତ ଉପସ୍ଥାପନ କରିଛନ୍ତି।

ଉତ୍ତରପ୍ରଦେଶ, ବିହାର ଉପନିର୍ବାଚନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଉତ୍ତରପ୍ରଦେଶ, ବିହାର ଉପନିର୍ବାଚନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଲକ୍ଷ୍ନୌ/ପାଟନା, ୧୧।୩ : ଉତ୍ତରପ୍ରଦେଶ ଓ ବିହାରରେ ରବିବାର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ଗୋରଖପୁର ଓ ଫୁଲପୁର ଲୋକସଭା ଆସନ ପାଇଁ ଉପନିର୍ବାଚନ ହେ

କୃଷି ଋଣ ଛାଡ: ମହାରାଷ୍ଟ୍ର ବିଧାନସଭା ଘେରିବେ ୩୦ ହଜାର କୃଷକ

କୃଷି ଋଣ ଛାଡ: ମହାରାଷ୍ଟ୍ର ବିଧାନସଭା ଘେରିବେ ୩୦ ହଜାର କୃଷକ

ବମ୍ବେ, ୧୧।୩ : କୃଷି ଋଣ ଛାଡ ଦାବି ନେଇ ସୋମବାର ମହାରାଷ୍ଟ୍ର ବିଧାନସଭା ଘେରାଉ କରିବେ ୩୦ହଜାର କୃଷକ। ରାଜ୍ୟରେ ଭାଜପା ସରକାର କୃଷକଙ୍କ ସମସ୍ୟା ପୂରଣ ଦିଗରେ ସମ୍ପୂର୍ଣ୍ଣ ଅସଫଳ ରହିଥିବା ସର୍ବଭାରତୀୟ କୃଷକ ମହାସଂଘ ପକ୍ଷର ସୂଚିତ କରାଯାଇଛି। କୃଷକମାନେ ନାସିକ୍‌ଠାରୁ ଗତ ମଙ୍ଗଳବାର ପଦଯାତ୍ରାରେ ବାହାରି ଇତିମଧ୍ୟରେ ୧୮୦ କିଲୋମିଟର ଅତିକ୍ରମ କରିଛନ୍ତି।

ଏପ୍ରିଲ୍‌ରୁ ଲାଗୁ ହେବ ଇ-ଓ୍ବେ ବିଲ୍‌

ଏପ୍ରିଲ୍‌ରୁ ଲାଗୁ ହେବ ଇ-ଓ୍ବେ ବିଲ୍‌

ନୂଆଦିଲ୍ଲୀ,୧୦।୩(ପି.ଟି.): ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ୫୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ପରିବହନ କରିବା ପାଇଁ ଏଥର ଏକ ଇ-ଓ୍ବେ ବିଲ୍‌ ଆବଶ୍ୟକ ପଡ଼ିବ। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ। ଶନିବାର ଜିଏସ୍‌ଟି ପରିଷଦର ୨୬ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ସୂଚନା ଦେଇଛନ୍ତି।

କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ବମ୍ବେ,୧୦।୩: ମହାରାଷ୍ଟ୍ରର ରାଇଗଡ ଜିଲାରେ ଶନିବାର ଏକ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୪ଜଣ ସଦସ୍ୟ ସୁରକ୍ଷିତ ଅଛନ୍ତି।

୧୧ରେ ଗୋରଖପୁର, ଫୁଲପୁର ଉପନିର୍ବାଚନ

୧୧ରେ ଗୋରଖପୁର, ଫୁଲପୁର ଉପନିର୍ବାଚନ

ନୂଆଦିଲ୍ଲୀ,୧୦।୩: ଉତ୍ତର ପ୍ରଦେଶର ଗୋରଖପୁର, ଫୁଲପୁର ଲୋକସଭା ଆସନ ପାଇଁ ଆସନ୍ତା ୧୧ ତାରିଖରେ ଭୋଟ ଗ୍ରହଣ କରାଯିବ। ଭୋଟ ଗଣତି ୧୪ ରେ ହେବ। ପୂର୍ବ ଶାସକ ଭାଜପା ଏଥର ପୁଣିଥରେ ବାଜି ମାରିବ ବୋଲି ଲକ୍ଷ୍ୟ ରଖିଛି।

ଭାଜପା ପାଇଁ ରାଫେଲ୍‌ ଡିଲରେ ୧୨ହଜାର କୋଟି କ୍ଷତି: କଂଗ୍ରେସ

ଭାଜପା ପାଇଁ ରାଫେଲ୍‌ ଡିଲରେ ୧୨ହଜାର କୋଟି କ୍ଷତି: କଂଗ୍ରେସ

ନୂଆଦିଲ୍ଲୀ,୧୦।୩: ଯୁଦ୍ଧ ବିମାନ ରାଫେଲ କିଣାକୁ ନେଇ ଲାଗି ରହିଛି ବାଦବିବାଦ। ଫ୍ରାନ୍ସରୁ ୩୬ଟି ରାଫେଲ କିଣା ମାମଲାରେ ଦେଶ ୧୨ ହଜାର କୋଟି କ୍ଷତି ସହିଥିବା ଅଭିଯୋଗ କରିଛି କଂଗ୍ରେସ। କେବଳ ଭାଜପା ପାଇଁ ଏହି କ୍ଷତି ହୋଇଥିବା କଂଗ୍ରେସ କହିଛି।

ଟ୍ରମ୍ପ୍‌ ମୂର୍ଖ: ସୋନମ କପୁର

ଟ୍ରମ୍ପ୍‌ ମୂର୍ଖ: ସୋନମ କପୁର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବଲିଉଡ ଅଭିନେତ୍ରୀ ସୋନମ କପୁର ମୂର୍ଖ କହିଥିବା ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଅନ୍ୟକୁ ହସ୍ତାନ୍ତର କରିହେବ ଟ୍ରେନ ଟିକେଟ

ଅନ୍ୟକୁ ହସ୍ତାନ୍ତର କରିହେବ ଟ୍ରେନ ଟିକେଟ

ନୂଆଦିଲ୍ଲୀ,୧୦।୩: ଯଦି ଆପଣଙ୍କ ପାଖରେ ଟ୍ରେନ କନଫରମେଶନ୍‌ ରିଜର୍ଭ ଟିକେଟ ରହିଛି ଓ ଆପଣ କୌଣସି କାରଣବଶତଃ ଯାତ୍ରା କରିପାରୁ ନାହାନ୍ତି, ତେବେ ଉକ୍ତ ଟିକେଟକୁ ଆପଣ ଅନ୍ୟକୁ ହସ୍ତାନ୍ତର କରିପାରିବେ ବୋଲି ପ୍ରକାଶ କରିଛି ଭାରତୀୟ ରେଲଓ୍ବେ।

ଭାବନଗର ଦୁର୍ଘଟଣା: ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

ଭାବନଗର ଦୁର୍ଘଟଣା: ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

ଗାନ୍ଧୀନଗର,୧୦।୩: ଗୁଜରାଟ ଭାବନଗର ନିକଟ ରଙ୍ଗହୋଲାରେ ମଙ୍ଗଳବାର ଘଟିଥିବା ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତର ଆହତମାନଙ୍କୁ ମଧ୍ୟ ୫୦ ହଜାର ଟଙ୍କାର ସହାୟତା ମିଳିବ ବୋଲି ମୋଦି କହିଛନ୍ତି।

ପ୍ରୋଟୋକଲ ଭାଙ୍ଗି ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ପ୍ରୋଟୋକଲ ଭାଙ୍ଗି ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ,୧୦।୩: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକରୋନ୍‌ ଶୁକ୍ରବାର ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରୋଟୋକଲ ଭାଙ୍ଗି ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ସ୍ବାଗତ ସମ୍ବର୍ଦ୍ଧନାକୁ ସମାଲୋଚନା କରିଛି କଂଗ୍ରେସ।

ଥରିଲା ଜମ୍ମୁ-କଶ୍ମୀର

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୦।୩: ଉତ୍ତର ଭାରତ ରାଜ୍ୟ ଜମ୍ମୁ-କଶ୍ମୀରର କିଛି ଅଂଶରେ ଶନିବାର ସକାଳୁ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୫। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ଫେବୃୟାରୀରେ ୩.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା।

ପରୋକ୍ଷ ଇଚ୍ଛାମୃତ୍ୟୁକୁ ସ୍ବୀକୃତି

ପରୋକ୍ଷ ଇଚ୍ଛାମୃତ୍ୟୁକୁ ସ୍ବୀକୃତି

ନୂଆଦିଲ୍ଲୀ,୯।୩(ପି.ଟି.): ଇଚ୍ଛାମୃତ୍ୟୁକୁ ଦେଶର ସର୍ବୋଚ୍ଚ ଅଦାଲତରେ ସ୍ବୀକୃତି ମିଳିଛି। ମାରାମତ୍କ ରୋଗରେ ପୀଡ଼ିତ ବ୍ୟକ୍ତି ନିଜ ଜୀବନର ଅନ୍ତିମ କ୍ଷଣରେ ଏକ ଇଚ୍ଛାପତ୍ର ସମ୍ପାଦନ କଲେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ଜୀବନ ରକ୍ଷକ ବ୍ୟବସ୍ଥାକୁ କାଢ଼ିଦେଇ ପାରିବେ। ଅଧିକ ସମୟ ବଞ୍ଚତ୍ବାକୁ ଚାହୁଁ ନ ଥିବା ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଧରି ଅର୍ଦ୍ଧଚେତନ ଅବସ୍ଥାରେ ନୀରସ ବା ତୁଚ୍ଛ ଜୀବନଯାପନ କରିବାକୁ ଦିଆଯିବା ଅନୁଚିତ। କାରଣ ସମ୍ମାନର ସହ ବଞ୍ଚତ୍ବା ଭଳି ମରିବା ମଧ୍ୟ ସମ୍ବିଧାନ ପ୍ରଦତ୍ତ ଏକ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଫଳରେ ଏଣିକି ଦୁରାରୋଗ୍ୟ ରୋଗରେ ବହୁ କଷ୍ଟ ପାଇ ମୃତ୍ୟୁକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ କଷ୍ଟ ନ ଦେଇ ପାସିଭ୍‌ ୟୁଥାନାସିଆ ଉପାୟରେ ସହଜରେ ମରିବାକୁ ଦିଆଯାଇ ପାରିବ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠଙ୍କ ଏହି ଐତିହାସିକ ରାୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ଲୋକତାକ ହ୍ରଦକୁ ଜଗିବ ଫ୍ଲୋଟିଙ୍ଗ ଲ୍ୟାବ୍‌

ଲୋକତାକ ହ୍ରଦକୁ ଜଗିବ ଫ୍ଲୋଟିଙ୍ଗ ଲ୍ୟାବ୍‌

ଇମ୍ଫାଲ,୯।୩: ମଣିପୁର ଇମ୍ଫାଲର ଦି ଇନଷ୍ଟିଚ୍ୟୁଟ ଅଫ୍‌ ବାଇଓରିସୋର୍ସେସ୍‌ ଆଣ୍ଡ ସସଷ୍ଟେନେବଲ ଲାବରେଟୋରି (ଆଇବିଏସ୍‌ଡି) ଉତ୍ତରପୂର୍ବ ଭାରତର ସବୁଠାରୁ ବଡ ମଧୁର ପାଣି ହ୍ରଦ, ଲୋକତାକ ଉପରେ ଭାସମାନ ପ୍ରୟୋଗଶାଳା ବା ଫ୍ଲୋଟିଙ୍ଗ ଲ୍ୟାବ ସ୍ଥାପନ କରିଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପୁଞ୍ଚ,୯।୩: ପାକିସ୍ତାନ ସେନା ପକ୍ଷରୁ ଶୁକ୍ରବାର ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ସକାଳ ପ୍ରାୟ ୯ଟା ୩୦ ମିନିଟରେ ପାକିସ୍ତାନ ପଟରୁ ଗୁଳିଗୋଳା ମାଡ, ଛୋଟଛୋଟ ଅସ୍ତ୍ରଶସ୍ତ୍ର ମାଡ ସହ ମୋର୍ଟାର ମାଡ ମଧ୍ୟ କରାଯାଇଥିଲା।

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିପ୍ଳବ ଦେବ

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିପ୍ଳବ ଦେବ

ଅଗରତାଲା,୯।୩: ତ୍ରିପୁରାର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଭାରତୀୟ ଜନତା ପାର୍ଟି(ଭାଜପା)ର ବିପ୍ଳବ ଦେବ ଶୁକ୍ରବାର ଆସାମ ରାଇଫଲ ଗ୍ରାଉଣ୍ଡରେ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାର୍ଟି ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଭାଜପାର କିଛି ବରିଷ୍ଠ ନେତା ଯୋଗ ଦେଇଥିଲେ।

ନିଲାମ ହେଲା ଗାନ୍ଧୀଙ୍କ ହସ୍ତାକ୍ଷର ଥିବା ଏକ ଦୁର୍ଲଭ ଚିତ୍ର

ନିଲାମ ହେଲା ଗାନ୍ଧୀଙ୍କ ହସ୍ତାକ୍ଷର ଥିବା ଏକ ଦୁର୍ଲଭ ଚିତ୍ର

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୩: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ହସ୍ତାକ୍ଷର ଥିବା ଏକ ଫଟୋକୁ ନିଲାମ କରାଯାଇଛି। ଆମେରିକାରେ ଏହାକୁ ୪୧,୮୦୬ ଡଲାରରେ ନିଲାମ କରାଯାଇଥିବା ସୂଚନା ମିଳିଛି। ଉକ୍ତ ଫଟୋରେ ଗାନ୍ଧୀ ମଦନ ମୋହନ ମାଲବ୍ୟଙ୍କ ସହ ଥିବା ଦେଖିବାକୁ ମିଳିଛି।

ଆପ ବିଧାୟକ ପ୍ରକାଶଙ୍କୁ ମିଳିଲା ଜାମିନ

ଆପ ବିଧାୟକ ପ୍ରକାଶଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୯।୩: ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ଅଭିଯୋଗରେ ଗିରଫ ହୋଇଥିବା ଆପ ବିଧାୟକ ପ୍ରକାଶ ଜରଓ୍ବାଲଙ୍କୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ଇଚ୍ଛା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଇଚ୍ଛା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୯।୩: ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁକ୍ରବାର ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି। ନିଷ୍କ୍ରିୟ ମୃତ୍ୟୁ ବା ପାସିଭ୍‌ ଇଉଥାନେସିଆକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ କିଛି ନୀତି ନିୟମ ମଧ୍ୟ ପ୍ରଣୟନ କରିଛନ୍ତି କୋର୍ଟ। ଅଧିକ ଦିନ ଅସୁସ୍ଥ ରହିବା ପରେ ମୃତ୍ୟୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ।

ପିତାଙ୍କ ନାଁ ଦେଖି ଭାବବିହ୍ବଳ ହେଲେ ମହିଳା ସେନା ଅଧିକାରୀ

ପିତାଙ୍କ ନାଁ ଦେଖି ଭାବବିହ୍ବଳ ହେଲେ ମହିଳା ସେନା ଅଧିକାରୀ

କଲିକତା,୯।୩: ଅରୁଣାଚଳ ପ୍ରଦେଶ ଟେଙ୍ଗାରେ ଭାରତୀୟ ସେନାରେ ସହକାରୀ ସେନାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ଜଣେ ମହିଳା ନିକଟରେ ସରକାରୀ କାର୍ଯ୍ୟରେ ଅରୁଣାଚଳ ପ୍ରଦେଶ ତଓ୍ବାଙ୍ଗ ସେକ୍ଟରର କ୍ୟାପୋ ଯାତ୍ରାରେ ଯାଇଥିଲେ।