ଜାତୀୟ

କଲିକତାରେ ହେବ ଭାସମାନ ବଜାର

କଲିକତାରେ ହେବ ଭାସମାନ ବଜାର

କଲିକତା, ୫।୨: ପଶ୍ଚିମବଙ୍ଗ କଲିକତାର ପାତୁଲିଠାରେ ଶ୍ରୀନଗରର ଡାଲ୍‌ ହ୍ରଦ ଓ ବ୍ୟାଙ୍ଗକ ଭଳି ଭାସମାନ ବଜାର ନିର୍ମାଣ କରାଯିବ। ଏସମ୍ପର୍କରେ କଲିକତା ମେଟ୍ରୋପଲିଟାନ ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।

୨ ସାବାଳକଙ୍କ ବିବାହରେ କେହି ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ: ପ୍ରଧାନ ବିଚାରପତି

୨ ସାବାଳକଙ୍କ ବିବାହରେ କେହି ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୫।୨: ଖାପ୍‌ ପଞ୍ଚାୟତ ବିରୋଧରେ ଶକ୍ତି ବାହିନୀ ସଂଗଠନ ପକ୍ଷରୁ ଦାଖଲ କରାଯାଇଥିବା ଏକ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

 ୫ ହଜାର ବର୍ଷ ପୁରାତନ ପ୍ରାକ୍‌-ହରପ୍ପାନ୍‌ ସଭ୍ୟତା: ଖନନ ଆରମ୍ଭ

୫ ହଜାର ବର୍ଷ ପୁରାତନ ପ୍ରାକ୍‌-ହରପ୍ପାନ୍‌ ସଭ୍ୟତା: ଖନନ ଆରମ୍ଭ

ଚଣ୍ଡିଗଡ଼, ୫।୨: ହରିୟାନା ଫତେବାଦ୍‌ ଜିଲାର କୁନାଲ ଅଞ୍ଚଳରେ ଥିବା ୫ ହଜାର ବର୍ଷ ପୁରାତନ ପ୍ରାକ୍‌-ହରପ୍ପାନ୍‌ ସଭ୍ୟତା ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଖନନ ଆରମ୍ଭ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ୧୯୮୬ରେ ଏହି ଅଞ୍ଚଳରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିଲା

 ଅନୁପ୍ରବେଶ ପାଇଁ ୧୪୬ ଆତଙ୍କବାଦୀ ନିୟନ୍ତ୍ରଣ ରେଖାରେ ପ୍ରସ୍ତୁତ

ଅନୁପ୍ରବେଶ ପାଇଁ ୧୪୬ ଆତଙ୍କବାଦୀ ନିୟନ୍ତ୍ରଣ ରେଖାରେ ପ୍ରସ୍ତୁତ

ଶ୍ରୀନଗର, ୫।୨: ଜମ୍ମୁ-କଶ୍ମୀରରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ଲାଗିଛି। ଅସ୍ତ୍ରବିରତି ଉଲ୍ଲଂଘନ ବାହାନାରେ ପାକିସ୍ତାନ ଭାରତକୁ ୧୪୬ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ଯୋଜନା କରୁଥିବା ଭାରତୀୟ ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ଆଇଏସ୍‌ଆଇ ଓ ପାକିସ୍ତାନ ସୈନ୍ୟବାହିନୀ ମିଳିତ ଭାବେ ନିୟନ୍ତ୍ରଣ ରେଖାର ମାଛିଲ୍‌, ଉରି, ତଙ୍ଗଧାର, ପୁଞ୍ଚ୍‌, ଭିମ୍ବରଗଲି ଆଦି ସେକ୍ଟରରେ ଗୁଳିଗୋଳା ଓ ମୋର୍ଟାର ସେଲିଂ ମାଡ଼ର ଯୋଜନା କରାଯାଇଛି।

ନାବାଳିକାଙ୍କୁ ହତ୍ୟା କଲା ବିଫଳ ପ୍ରେମିକ

ନାବାଳିକାଙ୍କୁ ହତ୍ୟା କଲା ବିଫଳ ପ୍ରେମିକ

ବାଲୁଗାଁ,୪।୨(ଡି.ଏନ୍‌.ଏ.): ସପ୍ତାହେ ପୂର୍ବେ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ଜଣେ ନାବାଳିକା ଏକତରଫା ପ୍ରେମର ଶିକାର ହୋଇ ପ୍ରେମିକ ଦ୍ୱାରା ବଳାତ୍କାର ଓ ପରେ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଶନିବାର ରାତିରେ ବାଲୁଗାଁ ଅଞ୍ଚଳର ଜଣେ ନାବାଳିକା ଅନୁରୂପ ଭାବେ ହତ୍ୟାର ଶିକାର ହୋଇଛନ୍ତି।

୧୦ ଗାଡି ଜଳାଇଲେ ମାଓବାଦୀ

୧୦ ଗାଡି ଜଳାଇଲେ ମାଓବାଦୀ

ବିଜାପୁର ୪।୨: ଛତିଶଗଡ଼ ବିଜାପୁର ଜିଲା ମାଡେଡ୍‌ ଅଞ୍ଚଳରେ ମାଓବାଦୀମାନେ ୧୦ଟି ଗାଡିକୁ ଜଳାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ୭ ଟ୍ରାକ୍ଟର, ଗୋଟିଏ ଡ୍ରୋଜର୍‌, ଗୋଟିଏ ଓ୍ବାଟର ଟ୍ୟାଙ୍କ୍‌ ଏବଂ ଜେସିବି ମେସିନ୍‌କୁ ମାଓବାଦୀ ଜଳାଇ ଦେଇଛନ୍ତି।

ତାଳିପକା ରାଜନୀତିର ବିଜୟ: ମେଣ୍ଟରେ ରହିବ ଟିଡିପି

ତାଳିପକା ରାଜନୀତିର ବିଜୟ: ମେଣ୍ଟରେ ରହିବ ଟିଡିପି

ଅମରାବତୀ, ୪।୨: ଆନ୍ଧ୍ରପ୍ରଦେଶର ଶାସକ ଦଳ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସହ ସମ୍ପର୍କ ଅତୁଟ ରଖିବ ବୋଲି ରବିବାର ଘୋଷଣା କରିଛି। ବଜେଟରେ ଆନ୍ଧ୍ରପ୍ରଦେଶ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନ ଥିବାରୁ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ମେଣ୍ଟରୁ ବାହାରି ଯିବାକୁ ସୂଚନା ଦେଇଥିଲେ।

 ବୋଫର୍ସ ମାମଲାରେ କଂଗ୍ରେସ ଭାବମୂର୍ତ୍ତି ନଷ୍ଟ କରିବାକୁ ଭାଜପା ଯୋଜନା କରୁଛି

ବୋଫର୍ସ ମାମଲାରେ କଂଗ୍ରେସ ଭାବମୂର୍ତ୍ତି ନଷ୍ଟ କରିବାକୁ ଭାଜପା ଯୋଜନା କରୁଛି

ନୂଆଦିଲ୍ଲୀ, ୪।୨: ବୋଫର୍ସ ମାମଲାରେ ଜାଣିଶୁଣି ଭାଜପା ଅନ୍ୟାୟ କରୁଛି। ବିଭିନ୍ନ ଗୁଜବ ପ୍ରଚାରିତ କରି କଂଗ୍ରେସ ଦଳର ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଭାଜପା ଯୋଜନା କରୁଥିବା କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ସୂଚିତ କରିଛନ୍ତି।

୧୦୦ଦେଶରେ ପ୍ରସାରିତ ହେବ ଡିଡି ନ୍ୟୁଜ୍‌

୧୦୦ଦେଶରେ ପ୍ରସାରିତ ହେବ ଡିଡି ନ୍ୟୁଜ୍‌

ନୂଆଦିଲ୍ଲୀ, ୪।୨: ପୃଥିବୀର ୧୦୦ଟି ବିଦେଶୀ ରାଷ୍ଟ୍ରରେ ୨୪ ଘଣ୍ଟିଆ ଡିଡି ନ୍ୟୁଜ୍‌ର ପ୍ରସାରଣ ପାଇଁ ଯୋଜନା କରାଯାଉଛି। ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଛି।

 ପୁଞ୍ଚ୍‌ ଜିଲାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପୁଞ୍ଚ୍‌ ଜିଲାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର, ୪।୨: ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲାରେ ପାକିସ୍ତାନ ରବିବାର ପୂର୍ବାହ୍ନ ୧୧ଟା ୩୦ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ନିୟନ୍ତ୍ରଣ ରେଖାଠାରେ ଥିବା ଶାହପୁର ସେକ୍ଟରରେ ପାକିସ୍ତାନ ସେନା ପୋଷ୍ଟ ତଥା ନିକଟସ୍ଥ ଗାଁ ଗୁଡିକ ଉପରକୁ ପ୍ରବଳ ଗୁଳିଗୋଳା ଓ ମୋର୍ଟାର ସେଲିଂ ମାଡ କରିଛି।

ମୋଦିଙ୍କୁ ରାହୁଲଙ୍କ ସମାଲୋଚନା

ମୋଦିଙ୍କୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ, ୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଡା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କୌଣସି କଥାର ମୂଲ୍ୟ ନାହିଁ ବୋଲି ରାହୁଲ ରବିବାର ଟୁଇଟ୍‌ କରିଛନ୍ତି।

ପଦୋନ୍ନତି ପାଇଁ ନିରୀହ ଲୋକଙ୍କୁ ଏନକାଉଣ୍ଟର୍‌ କରୁଛି ପୋଲିସ:ଏସ୍‌ପି

ପଦୋନ୍ନତି ପାଇଁ ନିରୀହ ଲୋକଙ୍କୁ ଏନକାଉଣ୍ଟର୍‌ କରୁଛି ପୋଲିସ:ଏସ୍‌ପି

ଲକ୍ଷ୍ନୌ, ୪।୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇଶାରାରେ ପୋଲିସ ଅଧିକାରୀମାନେ ଅନ୍ୟାୟ କରୁଥିବା ସମାଜବାଦୀ ପାର୍ଟି(ଏସ୍‌ପି) ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଅଧିକାରୀମାନେ ପଦୋନ୍ନତି ପାଇଁ ଏକ ସପ୍ତାହ ମଧ୍ୟରେ ରାଜ୍ୟର ୧୦ଟି ଜିଲାରେ ୧୫ ଏନକାଉଣ୍ଟର କରିଛନ୍ତି। ଏହି ପ୍ରାୟୋଜିତ ମିଥ୍ୟା ଏନ୍‌କାଉଣ୍ଟର ପଛରେ ଆଦିତ୍ୟନାତ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଏସ୍‌ପି ପକ୍ଷରୁ କୁହାଯାଇଛି।

ପଶୁ ସଞ୍ଜିବନୀ ଯୋଜନା: ୪୦ ନିୟୁତ ଗାଈଙ୍କୁ ମିଳିବ ଆଧାର ନମ୍ବର

ପଶୁ ସଞ୍ଜିବନୀ ଯୋଜନା: ୪୦ ନିୟୁତ ଗାଈଙ୍କୁ ମିଳିବ ଆଧାର ନମ୍ବର

ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା ଅନ୍ତର୍ଗତ ୪୦ ନିୟୁତ ଗାଈଙ୍କୁ ଆଧାର ନମ୍ବର ପ୍ରଦାନ କରାଯିବ। ୨୦୧୫ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏନେଇ ଏକ ପ୍ରସ୍ତାବ ଆଣିଥିଲେ। ଏହି ଯୋଜନାକୁ କୃଷି ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ହେରୋଇନ୍‌ ଚୋରା ଚାଲାଣ: ୨ ଭାରତୀୟ ଅଟକ

ହେରୋଇନ୍‌ ଚୋରା ଚାଲାଣ: ୨ ଭାରତୀୟ ଅଟକ

ରାମେଶ୍ୱରମ,୩।୨: ଶ୍ରୀଲଙ୍କା ନୌସେନା ହେରୋଇନ୍‌ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୨ ଭାରତୀୟଙ୍କୁ ଅଟକ ରଖିଛି।

ଗ୍ରେନେଡ୍‌ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନଙ୍କ ସମେତ ୫ ଆହତ

ଗ୍ରେନେଡ୍‌ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନଙ୍କ ସମେତ ୫ ଆହତ

ପୁଲ୍‌ଓ୍ବାମା,୩।୨: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଶନିବାର ପାଟ୍ରୋଲିଂ ସମୟରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣରେ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ୩ ଜଣଙ୍କ ସମେତ ୨ ସାଧାରଣ ନାଗରିକ ଆହତ ହୋଇଛନ୍ତି।

‘ପଦ୍ମାବତ୍‌’ ବିବାଦ: ଆନ୍ଦୋଳନରୁ ଓହରିଲା କର୍ନି ସେନା

‘ପଦ୍ମାବତ୍‌’ ବିବାଦ: ଆନ୍ଦୋଳନରୁ ଓହରିଲା କର୍ନି ସେନା

ନୂଆଦିଲ୍ଲୀ,୩।୨: ‘ପଦ୍ମାବତ୍‌’ ଚଳଚ୍ଚିତ୍ରକୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତଃ ଘଟିଛି। ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି କର୍ନି ସେନା। ଏହାର ମୁମ୍ବାଇ ଅଧ୍ୟକ୍ଷ ଯୋଗେନ୍ଦ୍ର ସିଂହ ସମେତ ଅନ୍ୟମାନେ ଶୁକ୍ରବାର ‘ପଦ୍ମାବତ୍‌’ ଦେଖିଥିଲେ। ଏଥିରେ କୌଣସି ଆପତ୍ତିଜନକ ଦୃଶ୍ୟ ନାହିଁ ବୋଲି ସେମାନେ ମତ ଦେଇଥିଲେ। ଏଥିସହ ରାଜପୁତର ବୀରତ୍ୱ ଓ ବଳିଦାନକୁ ଚଳଚ୍ଚିତ୍ରରେ ଦର୍ଶାଯାଇଥିବା ସେମାନେ ପ୍ରକାଶ କରିଛନ୍ତି।

ବୋଫର୍ସ ମାମଲାର ଶୁଣାଣି ୧୭ରେ

ବୋଫର୍ସ ମାମଲାର ଶୁଣାଣି ୧୭ରେ

ନୂଆଦିଲ୍ଲୀ,୩।୨: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ପରେ ଦିଲ୍ଲୀର ତିସ୍‌-ହଜାରୀ କୋର୍ଟ ଆସନ୍ତା ୧୭ରେ ବୋଫର୍ସ ମାମଲାର ଶୁଣାଣି ହେବ ବୋଲି ପ୍ରକାଶ କରିଛନ୍ତି।

ଆମେରିକା ବାୟୁସେନା ମୁଖ୍ୟ ଉଡାଇଲେ ତେଜସ୍‌ ଯୁଦ୍ଧ ବିମାନ

ଆମେରିକା ବାୟୁସେନା ମୁଖ୍ୟ ଉଡାଇଲେ ତେଜସ୍‌ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୩।୨: ଆମେରିକା ବାୟୁସେନା ମୁଖ୍ୟ ଶନିବାର ଯୋଧପୁର ଏୟାର ଫୋର୍ସ ଷ୍ଟେଶନରୁ ‘ମେକ୍‌ ଇନ୍‌ ଇଣ୍ଡିଆ’ର ତେଜସ୍‌ ଯୁଦ୍ଧ ବିମାନକୁ ଉଡାଇଛନ୍ତି। ପ୍ରଥମ ଥର ଲାଗି ଜଣେ ବିଦେଶୀ ସେନା ମୁଖ୍ୟ ଭାରତର ଏହି ଯୁଦ୍ଧ ବିମାନକୁ ଉଡାଇଛନ୍ତି।

ମୀନାକ୍ଷୀ ମନ୍ଦିରରେ ଅଗ୍ନିକାଣ୍ଡ: ୪୦ ଦୋକାନ ଧ୍ୱଂସ

ମୀନାକ୍ଷୀ ମନ୍ଦିରରେ ଅଗ୍ନିକାଣ୍ଡ: ୪୦ ଦୋକାନ ଧ୍ୱଂସ

ନୂଆଦିଲ୍ଲୀ,୩।୨: ତାମିଲନାଡୁର ମଦୁରାଇରେ ଥିବା ମୀନାକ୍ଷୀ ମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ରାତି ପାଖାପାଖି ୧୦ଟାରେ ମନ୍ଦିର ପରିସରରେ ଥିବା ଏକ ଖେଳନା ଦୋକାନରେ ନିଆଁ ଲାଗିଯାଇଥିଲା।

୧୦ ଜିଲାରେ ଏନ୍‌କାଉଣ୍ଟର, ୨୪ ଅପରାଧୀ ଗିରଫ

୧୦ ଜିଲାରେ ଏନ୍‌କାଉଣ୍ଟର, ୨୪ ଅପରାଧୀ ଗିରଫ

ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶର ୧୦ ଜିଲାରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ୧୫ଟି ଏନ୍‌କାଉଣ୍ଟରରେ ୪୮ ଘଣ୍ଟା ମଧ୍ୟରେ ପୋଲିସ ଟାର୍ଗେଟରେ ଥିବା ୨୪ ଅପରାଧୀ ଗିରଫ ହେବା ସହ ଜଣେ ଗ୍ୟାଙ୍ଗଷ୍ଟରର ମୃତ୍ୟୁ ଘଟିଛି।

ହୀମସ୍ଖଳନରେ ଦବିଲା ସେନା ଶିବିର: ୩ ଯବାନ ମୃତ

ହୀମସ୍ଖଳନରେ ଦବିଲା ସେନା ଶିବିର: ୩ ଯବାନ ମୃତ

ଜମ୍ମୁ-କଶ୍ମୀର,୩।୨: ଉତ୍ତର କଶ୍ମୀରର କୁପ୍‌ଓ୍ବାଡା ଜିଲାରେ ଥିବା ଏକ ସେନାଶିବିର ଉପରେ ଶୁକ୍ରବାର ହୀମସ୍ଖଳନ ହୋଇଛି। ଏଥିରେ ୩ ଯବାନ ଶହୀଦ ହେବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ପୁଞ୍ଜି ବଜାର ଉପରେ ବଜେଟ ପ୍ରହାର

ପୁଞ୍ଜି ବଜାର ଉପରେ ବଜେଟ ପ୍ରହାର

ବମ୍ବେ,୨ା୨(ପି.ଟି.): ନରେନ୍ଦ୍ର ମୋଦି ସରକାରଙ୍କ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍‌ ପୁଞ୍ଜି ବଜାର ପାଇଁ ନକାରାତ୍ମକ ସାବ୍ୟସ୍ତ ହୋଇଛି। ନିବେଶକଙ୍କୁ ନିରାଶ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଦୀର୍ଘମିଆଦୀ ପୁଞ୍ଜି ଲାଭ (ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍‌) ଉପରେ ୧୦% ଟିକସ ଘୋଷଣା କରିଛନ୍ତି।

୧୦ ଟଙ୍କିଆ କଏନ୍‌କୁ ନେଇ ଦ୍ୱନ୍ଦ୍ୱ: ବିଶ୍ୱସନୀୟତା ହରାଉଛି ଭାରତୀୟ ମୁଦ୍ରା

୧୦ ଟଙ୍କିଆ କଏନ୍‌କୁ ନେଇ ଦ୍ୱନ୍ଦ୍ୱ: ବିଶ୍ୱସନୀୟତା ହରାଉଛି ଭାରତୀୟ ମୁଦ୍ରା

ବମ୍ବେ, ୨। ୨: ଭାରତୀୟ ଅର୍ଥନୀତିକୁ ଏହାର ମୁଦ୍ରା ବିଶ୍ୱ ଦରବାରରେ ପରିଚିତ କରାଇଥାଏ । ଅନ୍ୟାନ୍ୟ ଦେଶରେ ପ୍ରଚଳିତ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟକୁ ପ୍ରତିଦିନ କାରବାରରେ ମୂଲ୍ୟାୟନ କରାଯାଇଥାଏ।

ସୁରଜକୁଣ୍ଡ ମେଳା ଉଦ୍‌ଘାଟନ କଲେ ୨ମୁଖ୍ୟମନ୍ତ୍ରୀ

ସୁରଜକୁଣ୍ଡ ମେଳା ଉଦ୍‌ଘାଟନ କଲେ ୨ମୁଖ୍ୟମନ୍ତ୍ରୀ

ଫରିଦାବାଦ,୨।୨: ଶିଳ୍ପ ଓ କଳାର ଅନ୍ତଃରାଷ୍ଟ୍ରୀୟ ମିଳନ ସୁରଜକୁଣ୍ଡ ମେଳାର ଉଦ୍‌ଘାଟନ ଶୁକ୍ରବାର ହୋଇଛି। ମେଳାରେ ଦେଶ ବିଦେଶର ଅନେକ କଳାକୃତି ଦେଖିବାକୁ ମିଳିଛି।