ଜାତୀୟ

ଗୁଜରାଟର କନଷ୍ଟେବଳ ପ୍ରଫେସନାଲ୍‌ ଡିଗ୍ରୀଧାରୀ

ଗୁଜରାଟର କନଷ୍ଟେବଳ ପ୍ରଫେସନାଲ୍‌ ଡିଗ୍ରୀଧାରୀ

ଅହମ୍ମଦାବାଦ,୧୭।୪: ଗୁଜରାଟ ପୋଲିସର ସୂଚନା ଅନୁଯାୟୀ, ୨୦୧୭ରେ ଲୋକ ରକ୍ଷକ ଦଳ(ଏଲ୍‌ଆର୍‌ଡି) ବିଭାଗରେ ୧ହଜାର ପ୍ରଫେସନାଲ୍‌ ଡିଗ୍ରୀଧାରୀ ଯୋଗ ଦେଇଛନ୍ତି।

ଏସ୍‌ସି/ଏସ୍‌ଟି ଅଧିନିୟମ: ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିବେ ଛତିଶଗଡ଼ ସରକାର

ଏସ୍‌ସି/ଏସ୍‌ଟି ଅଧିନିୟମ: ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିବେ ଛତିଶଗଡ଼ ସରକାର

ଛତିଶଗଡ଼,୧୭।୪: ଏସ୍‌ସି/ଏସ୍‌ଟି ସଂରକ୍ଷଣ ଅଧିନିୟମ ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଆବେଦନ କରାଯିବା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରମଣ ସିଂ ସୂଚନା ଦେଇଛନ୍ତି।

ବ୍ୟାଙ୍କ ବ୍ୟବସ୍ଥାକୁ ବିଗାଡୁଛନ୍ତି ମୋଦି: ରାହୁଲ

ବ୍ୟାଙ୍କ ବ୍ୟବସ୍ଥାକୁ ବିଗାଡୁଛନ୍ତି ମୋଦି: ରାହୁଲ

ଆମେଠି,୧୭।୪: ଦେଶର ବିଭିନ୍ନ ରାଜ୍ୟରେ ଏଟିଏମ୍‌ରେ ଟଙ୍କା ନ ଥିବାରୁ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କ ବ୍ୟବସ୍ଥାକୁ ବିଗାଡୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

ସଲମାନଙ୍କ ବିଦେଶ ଗସ୍ତକୁ ମିଳିଲା ଅନୁମତି

ସଲମାନଙ୍କ ବିଦେଶ ଗସ୍ତକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୭।୪: ଆଗାମୀ ଫିଲ୍ମର ଶୁଟିଂ ପାଇଁ ବିଦେଶ ଯାତ୍ରା କରିବାକୁ ଅଭିନେତା ସଲମାନଙ୍କୁ ଯୋଧପୁର ଜିଲା ଓ ଦୌରା ଜଜ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଶୁଟିଂ ପାଇଁ ସେ କାନାଡା, ନେପାଳ ଓ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ବିଦେଶ ଯିବାକୁ ଆଦେବନ କଲେ ସଲମାନ

ବିଦେଶ ଯିବାକୁ ଆଦେବନ କଲେ ସଲମାନ

ନୂଆଦିଲ୍ଲୀ,୧୭।୪: କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଜାମିନରେ ଆସିଥିବା ବଲିଉଡ ନାୟକ ସଲମାନ ଏବେ ବିଦେଶ ଯାତ୍ରା କରିବା ପାଇଁ କୋର୍ଟଙ୍କ ଅନୁମତି ମାଗିଛନ୍ତି।

ସରକାରୀ କାର୍ଯ୍ୟାଳୟରେ ନାଚିଲେ କର୍ମଚାରୀ

ସରକାରୀ କାର୍ଯ୍ୟାଳୟରେ ନାଚିଲେ କର୍ମଚାରୀ

ନୂଆଦିଲ୍ଲୀ,୧୭।୪: ମଧ୍ୟପ୍ରଦେଶର ଦିଓ୍ବାସରେ ଥିବା ମହିଳା ଓ ବାଳ ବିକାଶ ବିଭାଗର ଏକ ଉତ୍ସବ ସରକାରୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି କର୍ମଚାରୀ କାର୍ଯ୍ୟାଳୟ ଭିତରେ ହିନ୍ଦୀ ସିନେମା ଗୀତରେ ତାଳ ଦେଇ ନାଚୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

ତୃତୀୟ ସାମ୍ମୁଖ୍ୟ ନେଇ ନବୀନଙ୍କୁ ଭେଟିବେ କେସିଆର୍‌

ତୃତୀୟ ସାମ୍ମୁଖ୍ୟ ନେଇ ନବୀନଙ୍କୁ ଭେଟିବେ କେସିଆର୍‌

ନୂଆଦିଲ୍ଲୀ,୧୭।୪: କେନ୍ଦ୍ରରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ମେ’ ପ୍ରଥମ ସପ୍ତାହରେ ଏହି ସାକ୍ଷାତ ହେବା ନେଇ ସୂଚନା ମିଳିଛି।

ଆରମ୍ଭ ହେଲା ‘କିଚେନ୍‌ ଗାର୍ଡେନ’

ଆରମ୍ଭ ହେଲା ‘କିଚେନ୍‌ ଗାର୍ଡେନ’

ଶ୍ରୀନଗର,୧୭।୪: ଘାଟି ଅଞ୍ଚଳରେ କୃଷି କ୍ଷେତ୍ରରେ ସୁଧାର ଆଣିବା ପାଇଁ ଜମ୍ମୁ-କଶ୍ମୀର ସରକାର ପ୍ରଚେଷ୍ଟା କରୁଛନ୍ତି। ଏହି କ୍ରମରେ ‘କିଚେନ୍‌ ଗାର୍ଡେନ’ ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଲୋକଙ୍କୁ ଜୈବିକ ପନିପରିବା ସମ୍ପର୍କରେ ସଚେତନ କରାଯାଇପାରିବ ବୋଲି ଜଣାପଡ଼ିଛି।

କଠଓ୍ବା ଘଟଣାର ପୁନରାବୃତ୍ତି

କଠଓ୍ବା ଘଟଣାର ପୁନରାବୃତ୍ତି

ନୂଆଦିଲ୍ଲୀ,୧୭।୪: ଜମ୍ମୁ-କଶ୍ମୀର କଠଓ୍ବା ଗଣବଳାତ୍କାର ଘଟଣା ଦେଶକୁ ଦୋହଲାଇ ଦେଇଥିବା ବେଳେ ପୁଣିଥରେ ଏହାର ପୁନରାବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉତ୍ତର ପ୍ରଦେଶର ଇଟା ଜିଲାରେ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ଏବେ ସାମ୍ନାକୁ ଆସିଛି।

ଉନ୍ନାଓ ବଳାତ୍କାର: ୪ର୍ଥ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ

ଉନ୍ନାଓ ବଳାତ୍କାର: ୪ର୍ଥ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ

ଲକ୍ଷ୍ନୌ,୧୭।୪: ଉନ୍ନାଓ ବଳାତ୍କାର ଘଟଣାର ୪ର୍ଥ ଅଭିଯୁକ୍ତଙ୍କ ବିରୋଧରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ମଙ୍ଗଳବାର ମାମଲା ରୁଜୁ କରିଛି। ସେ ହେଉଛନ୍ତି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାଜପା ବିଧାୟକ କୁଲ୍‌ଦୀପ ସିଂ ସେନ୍‌ଗରଙ୍କ ନିକଟତମ ସହଯୋଗୀ ଶଶି ସିଂଙ୍କ ପୁଅ ଶୁଭମ୍‌।

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଅନଶନ ପାଇଁ ଆନ୍ଧ୍ର ମନ୍ତ୍ରିମଣ୍ଡଳର ରଣନୀତି

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଅନଶନ ପାଇଁ ଆନ୍ଧ୍ର ମନ୍ତ୍ରିମଣ୍ଡଳର ରଣନୀତି

ଅମରାବତୀ,୧୭।୪: ଆସନ୍ତା ୨୦ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ବିଜୟଓ୍ବାଡାଠାରେ ଦିନିକିଆ ଅନଶନରେ ବସିବେ। ଏ ନେଇ ମନ୍ତ୍ରିମଣ୍ଡଳ ଅନ୍ତିମ ରଣନୀତି ପ୍ରସ୍ତୁତ କରିଛି।

ପୁଣି ଉପୁଜିଲା ବିମୁଦ୍ରୀକରଣ ସ୍ଥିତି

ପୁଣି ଉପୁଜିଲା ବିମୁଦ୍ରୀକରଣ ସ୍ଥିତି

ନୂଆଦିଲ୍ଲୀ,୧୭।୪: ଦେଶର ଅଧିକାଂଶ ଭାଗରେ ଏଟିଏମ୍‌ରୁ ଟଙ୍କା ନ ବାହାରିବାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ପୁଣିଥରେ ବିମୁଦ୍ରୀକରଣ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।

ଥାନାରେ ଆତଙ୍କବାଦୀ ଆକ୍ରମଣ

ଥାନାରେ ଆତଙ୍କବାଦୀ ଆକ୍ରମଣ

ସୋପିଆନ୍‌,୧୭।୪: ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲାରେ ଥିବା ଏକ ପୋଲିସ ଷ୍ଟେଶନରେ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି।

କର୍ନାଟକ ନିର୍ବାଚନ ଡ୍ୟୁଟିରେ ବ୍ୟବହୃତ ହେବ ଜିପିଏସ୍‌ ଲାଗିଥିବା କାର୍‌

କର୍ନାଟକ ନିର୍ବାଚନ ଡ୍ୟୁଟିରେ ବ୍ୟବହୃତ ହେବ ଜିପିଏସ୍‌ ଲାଗିଥିବା କାର୍‌

ବାଙ୍ଗାଲୋର,୧୭।୪: ଆଗାମୀ କର୍ନାଟକ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା କାର୍‌ଗୁଡ଼ିକରେ ନିର୍ବାଚନ ଆୟୋଗ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌) ଉପକରଣ ସଂସ୍ଥାପନ କରିଛନ୍ତି। ନିର୍ବାଚନକୁ ନିରପେକ୍ଷ ଏବଂ ଶୃଙ୍ଖଳିତ କରିବା ପାଇଁ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଥିବା ଜଣାପଡ଼ିଛି।

ଆଇଟିବିପି ରିପୋର୍ଟ: ୩୦ ଦିନରେ ଚାଇନା ସୈନ୍ୟଙ୍କ ୩୫ ଥର ଅନୁପ୍ରବେଶ ଉଦ୍ୟମ

ଆଇଟିବିପି ରିପୋର୍ଟ: ୩୦ ଦିନରେ ଚାଇନା ସୈନ୍ୟଙ୍କ ୩୫ ଥର ଅନୁପ୍ରବେଶ ଉଦ୍ୟମ

ନୂଆଦିଲ୍ଲୀ, ୧୬।୪ : ସୀମାରେ ଚାଇନା ସୈନ୍ୟ ପୁଣି ଆରମ୍ଭ କରିଛନ୍ତି ଦାଦାଗିରି। ଗତ ଏକ ମାସ ମଧ୍ୟରେ ଲଦାଖ ଓ ଅରୁଣାଚଳ ପ୍ରଦେଶ ସୀମାରେ ଚାଇନା ସୈନ୍ୟ ୩୫ ଥର ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ଏନେଇ ଆଇଟିବିପି ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆଇଟିବିପିର ବିରୋଧ ପରେ ଚାଇନା ସୈନ୍ୟ ଫେରିଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଉରି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ସେନା କର୍ମଚାରୀ ଶହୀଦ

ଉରି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ସେନା କର୍ମଚାରୀ ଶହୀଦ

ନୂଆଦିଲ୍ଲୀ, ୧୬।୪ : ଜମ୍ମୁ-କଶ୍ମୀର ବାରମୁଳା ଜିଲା ଉରି ସେକ୍ଟରରେ ପାକିସ୍ତାନ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଳଂଘନ କରିଛି। ସକାଳ ୧୦ଟା ୪୦ରେ ପାକିସ୍ତାନ ପୋଷ୍ଟରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ କରାଯାଇଥିଲା। ଏହି ଘଟଣାରେ ଭାରତୀୟ ସେନାରେ ପରିବହନକାରୀ ଭାବେ କାର୍ଯ୍ୟ କରୁଥିବା ଖୁର୍ସୀଦ୍‌ ଅହମ୍ମଦ ଶହୀଦ ହୋଇଛନ୍ତି।

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ, ୧୬।୪ : ଲଗାତର ୯ ଶହ ବର୍ଷ ଧରି ମରୁଡ଼ି ପଡିବା ଯୋଗୁ ସିନ୍ଧୁ ସଭ୍ୟତା ଲୋପ ପାଇଥିଲା। ଏନେଇ ଖଡ଼ଗପୁର ବୈଜ୍ଞାନିକ ଦଳ ତଥ୍ୟ ଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୪ ହଜାର ୩୫୦ ବର୍ଷ ପୁରୁଣା ସିନ୍ଧୁ ସଭ୍ୟତା ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିଲା।

ଏନ୍‌ଜିଟି ଆଦେଶକୁ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ: ଅମରନାଥରେ ବନ୍ଦ ହେବନି ହର ହର ମହାଦେବ ଧ୍ୱନୀ

ଏନ୍‌ଜିଟି ଆଦେଶକୁ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ: ଅମରନାଥରେ ବନ୍ଦ ହେବନି ହର ହର ମହାଦେବ ଧ୍ୱନୀ

ନୂଆଦିଲ୍ଲୀ, ୧୬।୪ : ଅମରନାଥରେ ଜୟଧ୍ୱନୀକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ପକ୍ଷରୁ ଦିଆଯାଇଥିବା ଆଦେଶକୁ ସୋମବାର ସୁପ୍ରିମ୍‌କୋର୍ଟ ରଦ୍ଦ କରିଛନ୍ତି। ଅମରନାଥକୁ ସାଇଲେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିବା ପାଇଁ ଏନ୍‌ଜିଟି ଆଦେଶ ଦେଇଥିଲେ।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ତାତି: ୧୨ ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ତାତି: ୧୨ ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ

ହାଇଦ୍ରାବାଦ୍‌, ୧୬।୪ : ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ସୋମବାର ୧୨ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ପ୍ରତ୍ୟେକା ହୋଦା ସାଧନ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଓ୍ବାଇଏସ୍‌ଆର୍‌ସିପି, ଜନସେନା, କଂଗ୍ରେସ ତଥା ବାମପନ୍ଥୀ ଦଳ ପକ୍ଷରୁ ସମର୍ଥନ କରାଯାଇଛି। ବନ୍ଦ ଯୋଗୁ ରାଜ୍ୟରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।

ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲା: ସ୍ବାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ଅଭିଯୁକ୍ତ ଖଲାସ

ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲା: ସ୍ବାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ଅଭିଯୁକ୍ତ ଖଲାସ

ହାଇଦ୍ରାବାଦ୍‌, ୧୬।୪ : ହାଇଦ୍ରାବାଦ୍‌ ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲାରେ ସ୍ବାମୀ ଅସୀମାନନ୍ଦଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସୋମବାର ଏନ୍‌ଆଇଏ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଛି। ୨୦୦୭ ମେ ୧୮ ତାରିଖରେ ହାଇଦ୍ରାବାଦ୍‌ ଚାରମିନାର୍‌ଠାରେ ଥିବା ମକ୍କା ମସଜିଦ୍‌ରେ ଶୁକ୍ରବାର ନମାଜ ପଢ଼ାଯାଉଥିବା ସମୟରେ ବିସ୍ଫୋରଣ ଘଟିଥିଲା।

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ କଶ୍ମୀର ଆତଙ୍କବାଦ ସହ ଲଢିବା ବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଅଧାରୁ ପାଠ ଛାଡୁଛନ୍ତି। ଏପରି ପରିସ୍ଥିତିରେ କିନ୍ତୁ ଉଦାହରଣ ପାଲଟିଛନ୍ତି ଜଣେ ୯ବର୍ଷର ବାଳକ।

ଭାରତୀୟ  ରେଳସେବାକୁ ପୂରିଲା ୧୬୫ ବର୍ଷ

ଭାରତୀୟ ରେଳସେବାକୁ ପୂରିଲା ୧୬୫ ବର୍ଷ

ନୂଆଦିଲ୍ଲୀ, ୧୬।୪ : ଭାରତୀୟ ରେଳସେବାକୁ ୧୬୫ ବର୍ଷ ପୂରିଛି। ୧୮୫୩ ମସିହା ଏପ୍ରିଲ୍‌ ୧୬ ତାରିଖ ଅପରାହ୍ନ ୩ଟା ୩୫ରେ ଦେଶରେ ଆରମ୍ଭ ହୋଇଥିଲା ପ୍ରଥମ ରେଳସେବା। ପ୍ରଥମକରି ଦେଶର ବୋରିବନ୍ଦର(ଛତ୍ରପତି ଶିବାଜୀ ଟର୍ମିନାଲ)ଠାରୁ ଥାନେ ପର୍ଯ୍ୟନ୍ତ ୩୫ କିଲୋମିଟର ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା। ଏଥିରେ ୨୦ଟି ବଗି ଥିଲା।

ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଗୁପ୍ତ ଯୋଜନା:  ସେନ୍ୟ ସଂଖ୍ୟା ବୃଦ୍ଧି,୧୪ ନୂଆ ପୋଷ୍ଟ ସ୍ଥାପିତ

ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଗୁପ୍ତ ଯୋଜନା: ସେନ୍ୟ ସଂଖ୍ୟା ବୃଦ୍ଧି,୧୪ ନୂଆ ପୋଷ୍ଟ ସ୍ଥାପିତ

ଶ୍ରୀନଗର, ୧୬।୪ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣରେଖାଠାରେ ପାକିସ୍ତାନ ନିଜ ସଂଖ୍ୟା ବୃଦ୍ଧି କରିଛି। ଇତିମଧ୍ୟରେ ପାକିସ୍ତାନ ୧୪ଟି ନୂଆ ଆର୍ମି ପୋଷ୍ଟ ନିର୍ମାଣ କରିଛି। ଗୋଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନ ଏହାର ୬୨ ଇନଫ୍ୟାଣ୍ଟ୍ରି ସୈନ୍ୟ ସଂଖ୍ୟା ବଢ଼ାଇଛି। ପାକିସ୍ତାନ ଗୁପ୍ତ ଭାବେ ଏଭଳି କାହିଁକି କରୁଛି ଜଣାପଡି ନ ଥିଲେ ମଧ୍ୟ ଏହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୁହାଯାଉଛି।

କଠଓ୍ବା ପୀଡ଼ିତାଙ୍କୁ ନ୍ୟାୟ ମିଳୁ: ବଲିଉଡ

କଠଓ୍ବା ପୀଡ଼ିତାଙ୍କୁ ନ୍ୟାୟ ମିଳୁ: ବଲିଉଡ

ବମ୍ବେ,୧୫।୪: ଜମ୍ମୁ-କଶ୍ମୀରର କଠଓ୍ବାଠାରେ ଜଣେ ୮ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ସହ ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବାକୁ ସବୁଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରୁ ବଲିଉଡ ବି ବାଦ୍‌ ଯାଇନାହିଁ।