ଜାତୀୟ

ଭାରତରେ ରହିବାକୁ ଚାହାଁନ୍ତି ନାହିଁ ୭ହଜାର ଶରଣାର୍ଥୀ

ଭାରତରେ ରହିବାକୁ ଚାହାଁନ୍ତି ନାହିଁ ୭ହଜାର ଶରଣାର୍ଥୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ଗତବର୍ଷ ୭ହଜାରରୁ ଅଧିକ ଲୋକ ଆମେରିକାରେ ଶରଣ ନେବା ପାଇଁ ଆବେଦନ କରିଥିବା ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ଏଜେନ୍ସି (ୟୁଏନ୍‌ଏଚ୍‌ସିଆର୍‌) ଏକ ରିପୋର୍ଟ ପ୍ରକାଶ କରିଛି।

ମାଲେସିଆରେ ଗିରଫ ଭାରତୀୟ ଯୁବକଙ୍କୁ ଉଦ୍ଧାର ପାଇଁ ସୁଷମାଙ୍କୁ ଗୁହାରି

ମାଲେସିଆରେ ଗିରଫ ଭାରତୀୟ ଯୁବକଙ୍କୁ ଉଦ୍ଧାର ପାଇଁ ସୁଷମାଙ୍କୁ ଗୁହାରି

ରାୟସେନା,୨୧।୬: ମଧ୍ୟପ୍ରଦେଶ ରାୟସେନା ଜିଲା ବିଲାଖେଡି ଗାଁାର ଜଣେ ଯୁବକଙ୍କ ଭିଜା ଅବଧି ସରିଯିବାରୁ ତାଙ୍କୁ ମାଲେସିଆରେ ଗିରଫ କରାଯାଇଛି। ଏହି ଖବର ପାଇବା ପରେ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଅନୁରୋଧ କରିଛନ୍ତି।

ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ମୋରିନା,୨୧।୬: ମଧ୍ୟପ୍ରଦେଶର ମୋରିନା ଠାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ୧୫ରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ଏହା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

ମହିଳାଙ୍କୁ ଛୁଇଁବାକୁ ଚେଷ୍ଟା କରି ଚାକିରି ହରାଇଲେ ଆର୍‌ପିଏଫ୍‌

ମହିଳାଙ୍କୁ ଛୁଇଁବାକୁ ଚେଷ୍ଟା କରି ଚାକିରି ହରାଇଲେ ଆର୍‌ପିଏଫ୍‌

ବମ୍ବେ,୨୧।୬: ସେଣ୍ଟ୍ରାଲ ରେଲଓ୍ବେରେ କାର୍ଯ୍ୟରତ ଜଣେ ଆର୍‌ପିଏଫ୍‌ କନଷ୍ଟେବଳଙ୍କ ଭାଇରାଲ ଭିଡିଓ ଏବେ ଖୁବ୍‌ ଚର୍ଚ୍ଚାରେ। ଯେଉଁଥିରେ କନଷ୍ଟେବଳ ଜଣକ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କୁ ଆପତ୍ତିଜନକ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ହ୍ୟାଣ୍ଡସମ୍‌ ଆଇପିଏସ୍‌ଙ୍କ ପାଇଁ ପାଗଳ ହେଲେ ଯୁବତୀ

ହ୍ୟାଣ୍ଡସମ୍‌ ଆଇପିଏସ୍‌ଙ୍କ ପାଇଁ ପାଗଳ ହେଲେ ଯୁବତୀ

ଉଜ୍ଜୟିନୀ,୨୧।୬: ଉଜ୍ଜୟିନୀ ପୋଲିସ ଅଧୀକ୍ଷକ(ଏସ୍‌ପି) ସଚ୍ଚିନ ଅତୁଲକରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କର ଫିଜିକାଲ୍‌ ଫିଟ୍‌ନେସ୍‌ ଓ ହ୍ୟାଣ୍ଡସମ୍‌ ଚେହେରା ଏବେ ଯୁବତୀଙ୍କୁ କିମିଆ କରିଛି ବୋଲି କୁହାଯାଉଛି।

ଜମ୍ମୁ-କଶ୍ମୀର ଭାଜପା ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ଜମ୍ମୁ-କଶ୍ମୀର ଭାଜପା ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ଜମ୍ମୁ,୨୧।୬: ଜମ୍ମୁ-କଶ୍ମୀରର ଭାଜପା ଅଧ୍ୟକ୍ଷ ରବୀନ୍ଦ୍ର ରୈନାଙ୍କୁ ଆତଙ୍କବାଦୀ ହତ୍ୟା ଧମକ ଦେଇଛନ୍ତି। ପିଡ଼ିପି-ଭାଜପା ମେଣ୍ଟ ଭାଙ୍ଗିବା ପରେ ଭାଜପା ଅଧ୍ୟକ୍ଷଙ୍କୁ ଏଭଳି ଧମକକୁ ନେଇ ଆଲୋଚନା ହେଉଛି।

୫୫ ପ୍ରତିଶତ ଲୋକଙ୍କର ଘଟୁଛି ଅକାଳ ମୃତ୍ୟୁ

୫୫ ପ୍ରତିଶତ ଲୋକଙ୍କର ଘଟୁଛି ଅକାଳ ମୃତ୍ୟୁ

ନୂଆଦିଲ୍ଲୀ, ୨୧।୬: ଦେଶରେ ଅକାଳ ମୃତ୍ୟୁ ଘଟଣା ବଢ଼ିଚାଲିଛି। ପରିବର୍ତ୍ତିତ ଜୀବନଶୈଳୀରେ ଅନେକ ଲୋକ ମଧୁମେହ ତଥା ଉଚ୍ଚ ରକ୍ତଚାପରେ ପୀଡ଼ିତ ହେଉଛନ୍ତି। ଏହା ଦ୍ୱାରା ୫୫ ପ୍ରତିଶତ ଲୋକଙ୍କର ୩୦ରୁ ୬୯ ବର୍ଷ ବୟସ ମଧ୍ୟରେ ଘଟୁଛି ଅକାଳ ମୃତ୍ୟୁ।

ଭିଆଇପି ଗଛ: ସୁରକ୍ଷା ଲାଗି ଖର୍ଚ୍ଚ ହେଉଛି ୧୩ ଲକ୍ଷ

ଭିଆଇପି ଗଛ: ସୁରକ୍ଷା ଲାଗି ଖର୍ଚ୍ଚ ହେଉଛି ୧୩ ଲକ୍ଷ

ଭୋପାଳ,୨୧।୬: ମଧ୍ୟପ୍ରଦେଶ ସଲାମତ୍‌ପୁରରେ ରହିଛି ଏକ ଭିଆଇପି ଅଶ୍ୱଥ ଗଛ। ଏହାର ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କରାଯାଇଛି ସୁରକ୍ଷାବଳ। ପ୍ରତିବର୍ଷ ଗଛର ଯତ୍ନ ପାଇଁ ଖର୍ଚ୍ଚ ହେଉଛି ୧୨ରୁ ୧୩ ଲକ୍ଷ ଟଙ୍କା।

‘ବିଶ୍ୱ ରେକର୍ଡ’ କଲେ ବାବା ରାମଦେବ

‘ବିଶ୍ୱ ରେକର୍ଡ’ କଲେ ବାବା ରାମଦେବ

କୋଟା,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜସ୍ଥାନର କୋଟାରେ ଯୋଗଗୁରୁ ବାବା ରାମଦେବଙ୍କ ନେତୃତ୍ୱରେ ପାଳନ କରାଯାଇଛି ୪ର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ। ଗିନିଜ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟରେ ଏହି ଯୋଗ ଶିବିରର ଆୟୋଜନ କରାଯାଇଥିଲା।

ଜେଜେଙ୍କ ପାଖରେ ସୁରକ୍ଷିତ ରହିଲେ ନାହିଁ ନାତୁଣୀ

ଜେଜେଙ୍କ ପାଖରେ ସୁରକ୍ଷିତ ରହିଲେ ନାହିଁ ନାତୁଣୀ

କୋଣ୍ଡାଗାଁ,୨୧।୬: ନାବାଳିକାଙ୍କ ପ୍ରତି ବଢୁଥିବା ଯୌନ ଉତ୍ପୀଡନର ଆଉ ଏକ ଭୟଙ୍କର ମାମଲା ସମ୍ନାକୁ ଆସିଛି। ଛତିଶଗଡ଼ କଣ୍ଡୋଗାଁର ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ୪ ବର୍ଷର ନାତୁଣୀଙ୍କୁ ବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଉଚ୍ଚଶିକ୍ଷିତା ଅଙ୍କିତା ବୈରାଗ୍ୟ ଦୀକ୍ଷା ଗ୍ରହଣ କଲେ

ଉଚ୍ଚଶିକ୍ଷିତା ଅଙ୍କିତା ବୈରାଗ୍ୟ ଦୀକ୍ଷା ଗ୍ରହଣ କଲେ

ଧମତରୀ,୨୧।୬: ଛତିଶଗଡ଼ ର୍ମନଗରୀ ମତରୀରେ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ସାଂସାରିକ ମୋହମାୟା ତ୍ୟାଗ କରି ଗ୍ରହଣ କରିଛନ୍ତି ବୈରାଗ୍ୟ ଦୀକ୍ଷା। ସେ ହେଉଛନ୍ତି ଅଙ୍କିତା ଲୁନିୟା। ୨୬ ବର୍ଷ ବୟସ୍କା ଅଙ୍କିତା ଆଇଟିରେ ଏମ୍‌ଏସ୍‌ସି ଡ଼ିଗ୍ରୀ ହାସଲ କରିଛନ୍ତି।

ଥରିଲା ଭାରତ-ମ୍ୟାନମାର ସୀମା

ଥରିଲା ଭାରତ-ମ୍ୟାନମାର ସୀମା

ଇମ୍ଫାଲ,୨୧।୬: ମଣିପୁରର ଭାରତ-ମ୍ୟାନମାର ସୀମାରେ ଗୁରୁବାର ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୦। ସକାଳ ପ୍ରାୟ ୯ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

ଆମେରିକାରେ ସାତଫେରା: ଭାରତରେ ମନ୍ତ୍ର ପାଠକଲେ ପଣ୍ଡିତ

ଆମେରିକାରେ ସାତଫେରା: ଭାରତରେ ମନ୍ତ୍ର ପାଠକଲେ ପଣ୍ଡିତ

ଟରୋଣ୍ଟୋ/ଲକ୍ଷ୍ନୌ,୨୧।୬: ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ଯୋଗୁ ସମ୍ପ୍ରତି ଘଟିଛି ଏକ ରୋଚକ ଘଟଣା। ଟରୋଣ୍ଟାରେ ବରକନ୍ୟା ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥିବାବେଳେ ଭାରତରେ ଥିବା ପଣ୍ଡିତ ଭିଡ଼ିଓ କଲିଂରେ ମନ୍ତ୍ର ପାଠକରି ବିବାହକୁ ସମ୍ପନ୍ନ କରିଛନ୍ତି।

ସଡ଼କ ଦୁର୍ଘଟଣା: ୧୨ ମୃତ, ୬ ଆହତ

ସଡ଼କ ଦୁର୍ଘଟଣା: ୧୨ ମୃତ, ୬ ଆହତ

ମୋରିନା,୨୧।୬: ମଧ୍ୟପ୍ରଦେଶର ମୋରିନା ଠାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହେବା ସହ ଅତିକମ୍‌ରେ ୬ ଆହତ ହୋଇଛନ୍ତି।

ଭାରତରେ ବଢୁଛି ଆତ୍ମହତ୍ୟା ଘଟଣା: ପୁରୁଷ ଅଧିକ ପ୍ରଭାବିତ

ଭାରତରେ ବଢୁଛି ଆତ୍ମହତ୍ୟା ଘଟଣା: ପୁରୁଷ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ,୨୧।୬: ଦେଶରେ ଆତ୍ମହତ୍ୟା ଘଟଣା ବଢ଼ିଚାଲିଛି। ଗତ ୧୫ ବର୍ଷ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ହାର ୨୩ ପ୍ରତିଶତ ରହିଛି। ଜାତୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ୍‌-୨୦୧୮ରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି। ୨୦୦୦ରୁ ୨୦୧୫ ମଧ୍ୟରେ ଦେଶରେ ଘଟିଥିବା ଆତ୍ମହତ୍ୟା ଘଟଣା ଆଧାରରେ ଏହି ରିପୋର୍ଟରେ ପ୍ରସ୍ତୁତ ହୋଇଛି।

୫୫ ହଜାର ଲୋକଙ୍କ ସହିତ ଯୋଗକଲେ ପ୍ରଧାନମନ୍ତ୍ରୀ

୫୫ ହଜାର ଲୋକଙ୍କ ସହିତ ଯୋଗକଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌,୨୧।୬: ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନ୍‌ଠାରେ ୫୫ ହଜାର ଲୋକଙ୍କ ସହିତ ମିଶି ଯୋଗ କରିଛନ୍ତି। ମଣିଷକୁ ମଣିଷ ସହିତ ଯୋଡ଼ିବାର କାର୍ଯ୍ୟ ଯୋଗ କରିଥାଏ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି।

ନିର୍ବାଚନ ଆୟୋଗଙ୍କୁ ଭେଟିଲେ କମଲ ହାସନ

ନିର୍ବାଚନ ଆୟୋଗଙ୍କୁ ଭେଟିଲେ କମଲ ହାସନ

ନୂଆଦିଲ୍ଲୀ,୨୦।୬: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ତାଙ୍କ ରାଜନୈତିକ ଦଳ ‘ମକ୍କଲ ନୀଧି ମାଇମ୍‌’ର ପଞ୍ଜିକରଣ ଲାଗି ବୁଧବାର ଦିଲ୍ଲୀଠାରେ ନିର୍ବାଚନ ଆୟୋଗ(ଇସି) ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଇସି ଆମ ଦଳ ବାବଦରେ କିଛି ପ୍ରଶ୍ନ ପଚାରି ଥିଲେ।

ଇନ୍ଧନର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଲାଗି ଓପିଇସି ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଇନ୍ଧନର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଲାଗି ଓପିଇସି ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭିଏନା/ନୂଆଦିଲ୍ଲୀ,୨୦।୬: ଭିଏନାସ୍ଥିତ ଇମ୍ପେରିଆଲ୍‌ ହୋଫ୍‌ବର୍ଗରେ ଆୟୋଜିତ ଅର୍ଗାନାଇଜେଶନ୍‌ ଅଫ୍‌ ପେଟ୍ରୋଲିୟମ୍‌ ଏକ୍ସପୋର୍ଟିଂ କଣ୍ଟ୍ରିଜ୍‌(ଓପିଇସି) ସେମିନାରରେ ଯୋଗଦେବା ଅବସରରେ ବୁଧବାର କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇନ୍ଧନର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସିଇଏ ପଦରୁ ଇସ୍ତଫା ଦେଲେ ଅରବିନ୍ଦ ସୁବ୍ରମଣ୍ୟମ୍‌

ସିଇଏ ପଦରୁ ଇସ୍ତଫା ଦେଲେ ଅରବିନ୍ଦ ସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ,୨୦।୬: ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ପଦରୁ ଅରବିନ୍ଦ ସୁବ୍ରମଣ୍ୟମ୍‌ ଇସ୍ତଫା ଦେଇଛନ୍ତି। ସେ ଖୁବ୍‌ଶୀଘ୍ର ଆମେରିକା ପ୍ରତ୍ୟାବର୍ତ୍ତନ କରିବେ। ଏ ନେଇ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ବୁଧବାର ସୂଚନା ଦେଇଛନ୍ତି। ପାରିବାରିକ ପ୍ରତିବଦ୍ଧତା ନେଇ ସେ ତାଙ୍କ ପଦରୁ ଇସ୍ତଫା ଦେଉଥିବା ଜେଟ୍‌ଲୀଙ୍କୁ ଜଣାଇଥିଲେ।

ସର୍ବନିମ୍ନ ଜନଶକ୍ତି, ବିଦ୍ୟୁତ୍‌ ଲାଗି ମାଡ୍ରାସ୍‌ ହାଇକୋର୍ଟରେ ଷ୍ଟେର୍‌ଲାଇଟ୍‌ର ଆବେଦନ

ସର୍ବନିମ୍ନ ଜନଶକ୍ତି, ବିଦ୍ୟୁତ୍‌ ଲାଗି ମାଡ୍ରାସ୍‌ ହାଇକୋର୍ଟରେ ଷ୍ଟେର୍‌ଲାଇଟ୍‌ର ଆବେଦନ

ମାଡ୍ରାସ୍‌,୨୦।୬: କାରଖାନାକୁ ଚାଲୁ ରଖିବା ଲାଗି ସର୍ବନିମ୍ନ ଜନଶକ୍ତି ଏବଂ ବିଦ୍ୟୁତ୍‌ ଯୋଗାଣ ଲାଗି ବେଦାନ୍ତ ଗ୍ରୁପ୍‌ ମାଲିକାନାରେ ଥିବା ଷ୍ଟେର୍‌ଲାଇଟ୍‌ କପରର ଏକ ପ୍ରତିନିଧି ଦଳ ବୁଧବାର ମାଡ୍ରାସ୍‌ ହାଇକୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ସେମାନେ ଦର୍ଶାଇଛନ୍ତି ଯେ, ପ୍ଲାଣ୍ଟରୁ ନିର୍ଗତ ହେଉଥିବା ସଲ୍‌ଫ୍ୟୁରିକ୍‌ ଏସିଡ୍‌କୁ ରୋକିବା ଲାଗି ବିଦ୍ୟୁତ୍‌ ଏବଂ କେତେକ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି।

ହ୍ବାଟସ୍‌ଆପ୍‌ରେ ନିର୍ବସ୍ତ୍ର ଫଟୋ ପଠାଉଥିଲେ ବିବାହିତା ମହିଳା

ହ୍ବାଟସ୍‌ଆପ୍‌ରେ ନିର୍ବସ୍ତ୍ର ଫଟୋ ପଠାଉଥିଲେ ବିବାହିତା ମହିଳା

ଇନ୍ଦୋର, ୨୦।୬: ମଧ୍ୟପ୍ରଦେଶ ଇନ୍ଦୋର ଅଞ୍ଚଳରେ ଜଣେ ବିବାହିତା ମହିଳା ଅନେକ ଯୁବକଙ୍କୁ ହ୍ବାଟସ୍‌ଆପ୍‌ରେ ନିଜର ନିର୍ବସ୍ତ୍ର ଫଟୋ ପଠାଉଥିଲେ। ମହିଳା ଜଣକ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକମାନଙ୍କ ସହିତ ଚାଟିଂ କରୁଥିଲେ। ମହିଳାଙ୍କ ଉପରେ ସ୍ବାମୀଙ୍କର ସନ୍ଦେହ ହେବାରୁ ସେ କରିଥିଲେ ଷ୍ଟିଙ୍ଗ୍‌ ଅପରେଶନ। ଧରାପଡିଥିଲେ ମହିଳା।

ରାଜ୍ୟପାଳ ଶାସନ ସେନା ଅପରେଶନ ଉପରେ ପ୍ରଭାବ ପକାଇବ ନାହିଁ: ସେନା ମୁଖ୍ୟ

ରାଜ୍ୟପାଳ ଶାସନ ସେନା ଅପରେଶନ ଉପରେ ପ୍ରଭାବ ପକାଇବ ନାହିଁ: ସେନା ମୁଖ୍ୟ

ନୂଆଦିଲ୍ଲୀ,୨୦।୬: ଜମ୍ମୁ-କଶ୍ମୀରରେ ଜାରି ହୋଇଥିବା ରାଜ୍ୟପାଳ ଶାସନ ସେନା ଅପରେଶନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବୁଧବାର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଶାସନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେବା ପରେ ସେ ଏହି ସୂଚନା ଦେଇଛନ୍ତି।

ଆମେରିକାରେ ୫୨ ଭାରତୀୟ ଅଟକ

ଆମେରିକାରେ ୫୨ ଭାରତୀୟ ଅଟକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୦।୬: ଅବୈଧ ଅପ୍ରବାସ ନେଇ ଆମେରିକାରେ ୫୨ ଭାରତୀୟ ଅଟକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଖ୍‌ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଡେମୋକ୍ରାଟିକ୍‌ ଲ’ମେକର୍‌ଙ୍କ ଏକ ଦଳ ନିକଟରେ ଆମେରିକାର ଓରେଗନ୍‌ସ୍ଥିତ ହାଜତକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ମୋଟ ୧୨୩ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫୨ ଜଣ ଭାରତୀୟ ରହିଥିବା ଜଣାପଡ଼ିଥିଲା।

ସୁରକ୍ଷାବଳଙ୍କ  ଟାର୍ଗେଟରେ ୨ଶହ ଆତଙ୍କବାଦୀ, ୩ ହଜାର ସହାୟତାକାରୀ

ସୁରକ୍ଷାବଳଙ୍କ ଟାର୍ଗେଟରେ ୨ଶହ ଆତଙ୍କବାଦୀ, ୩ ହଜାର ସହାୟତାକାରୀ

ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଅପରେଶନ ଅଲଆଉଟ ଅଭିଯାନରେ ୨ ଶହ ଆତଙ୍କବାଦୀଙ୍କୁ ଟାର୍ଗେଟରେ ରଖାଯାଇଛି। ସେମାନଙ୍କୁ ସହାୟତା କରୁଥିବା ୩ ହଜାର ସହାୟତାକାରୀଙ୍କ ଉପରେ ନୀକ୍ଷ୍‌ଣ ନଜର ମଧ୍ୟ ରଖାଯାଇଛି।