ଜାତୀୟ

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ନୂଆଦିଲ୍ଲୀ,୧୮।୬: ଏବେ ମୌସୁମୀ ବାୟୁ ଉତ୍ତର ଓ ପୂର୍ବୋତ୍ତର ଭାରତ ମୁହାଁ ହୋଇଛି। ଏହାର ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିବା ଫଳରେ କେତେକ ସ୍ଥାନରେ ବନ୍ୟା ଉପୁଜିଛି।

ଦିବ୍ୟାଙ୍ଗଙ୍କୁ ପ୍ରେମଜାଲରେ ଫସାଇ ୨୩ ଲକ୍ଷ ଲୁଟିନେଲେ ବିବାହିତା ମହିଳା

ଦିବ୍ୟାଙ୍ଗଙ୍କୁ ପ୍ରେମଜାଲରେ ଫସାଇ ୨୩ ଲକ୍ଷ ଲୁଟିନେଲେ ବିବାହିତା ମହିଳା

ଡ଼େରାଡୁନ୍‌,୧୮।୬: ଉତ୍ତରାଖଣ୍ଡରେ ଜଣେ ଦିବ୍ୟାଙ୍ଗଙ୍କୁ ପ୍ରେମଜାଲରେ ଫସାଇ ୨୩ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ପାକିସ୍ତାନର ଦୋମୁହାଁ ନୀତି: ୩୦ ଦିନରେ ୨୨ ଯବାନ ଶହୀଦ

ପାକିସ୍ତାନର ଦୋମୁହାଁ ନୀତି: ୩୦ ଦିନରେ ୨୨ ଯବାନ ଶହୀଦ

ଶ୍ରୀନଗର,୧୮।୬: ପାକିସ୍ତାନର ଦୋମୁହାଁ ନୀତି ଯୋଗୁ ଗତ ୩୦ ଦିନ ମଧ୍ୟରେ ୨୨ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ମିଳିତ ସୁରକ୍ଷାବଳ ଯବାନ ନିଜ ପ୍ରାଣ ବଦଳରେ ପାକିସ୍ତାନର ଷଡ଼ଯନ୍ତ୍ରକୁ ବିଫଳ କରିଛନ୍ତି।

ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ସ୍ତ୍ରୀ ଦେଇଥିଲେ ସୁପାରି

ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ସ୍ତ୍ରୀ ଦେଇଥିଲେ ସୁପାରି

ଜବଲପୁର,୧୮।୬: ମଧ୍ୟପ୍ରଦେଶରେ ଆପରାଧୀକ କାର୍ଯ୍ୟ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ଆୟେଶା ନାମକ ଏହି ମହିଳା ଦେଇଥିଲେ ସୁପାରି। ସ୍ବାମୀ ଡ. ଶଫାତୁଲ୍ଲା ଖାଁଙ୍କ କାଣ୍ଡ କାରଖାନାରେ ଅତିଷ୍ଠ ହୋଇ ସେ ଏପରି କରିଥିବା ପୋଲିସ ଆଗରେ କହିଛନ୍ତି।

ନିଜ ଭିତରେ କଳାକାରକୁ ଦେଖିଛି

ନିଜ ଭିତରେ କଳାକାରକୁ ଦେଖିଛି

ବମ୍ବେ: ବିଶ୍ୱ ସୁନ୍ଦରୀ ହେବାର ଦାୟିତ୍ୱରେ ବ୍ୟସ୍ତ ରହୁଛନ୍ତି ମାନୁଷୀ ଛିଲ୍ଲର। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁ ନିଜ ପାଇଁ ବଲିଉଡ୍‌ ଦ୍ୱାର ବନ୍ଦ କରିବାକୁ ଚାହାନ୍ତି ନାହିଁ ମନୁଷୀ। କାରଣ ନିଜ ଭିତରେ ଜଣେ କଳାକାରକୁ ଦେଖିବାକୁ ପାଇଛନ୍ତି ବୋଲି ଚିନ୍ତା କରନ୍ତି ସେ। ଏକ ସାକ୍ଷାତ୍‌କାରେ ମାନୁଷୀ କହିଛନ୍ତି ଯେ, ନିଜ ଭିତରେ ଜଣେ କଳାକାର ଥିବା ସେ ଅନୁଭବ କରନ୍ତି।

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଜିସାଟ୍‌-୧୧ ଉପଗ୍ରହ ଉତ୍‌କ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)। ମହାକାଶ ସଂସ୍ଥାନ ରବିବାର ଏହି ପ୍ରୋଜେକ୍ଟକୁ ଅନୁମତି ଦେଇଛି। ୫,୭୦୦ କି.ଗ୍ରା. ଓଜନ ବିଶିଷ୍ଟ ଜିସାଟ୍‌-୧୧କୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ୍‌ ଗାଏନା ଅନ୍ତର୍ଗତ କୌରୁଠାରୁ ମେ ୨୬ରେ ଉତ୍‌କ୍ଷେପଣ କରିବା ଲାଗି ନିର୍ଦ୍ଧାରଣ କରାଯାଇଥିଲା।

ବଳାତ୍କାର ଅଭିଯୋଗ: ଡାକ୍ତର ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ବଳାତ୍କାର ଅଭିଯୋଗ: ଡାକ୍ତର ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ଜବଲପୁର,୧୭।୬: ପେସାରେ ଡାକ୍ତର ଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଡାକ୍ତର ଶଫାତୁଲ୍ଲା ଖାଁ ନିଜ ଭାଣିଜୀଙ୍କୁ ବଳାତ୍କାର କରିଥିବା ଜାଣିବାକୁ ପାଇଲେ ପତ୍ନୀ ଆୟସା।

ବନ୍ଧାହେଲେ ବଳାତ୍କାରୀ

ବନ୍ଧାହେଲେ ବଳାତ୍କାରୀ

ନାଳନ୍ଦା,୧୭।୬: ବିହାରର ନାଳନ୍ଦା ଜିଲାରେ ଜଣେ ୧୪ ବର୍ଷ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ରବିବାର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସରମେରା ପୋଲିସ ଥାନା ଅଧିନରେ ଆସୁଥିବା ଆହିୟାପୁର ଗ୍ରାମରେ ଶନିବାର ଘଟିଥିଲା ଏହି ଘଟଣା।

ଋତୁସ୍ରାବ ସମୟରେ ‘ମେନ୍‌ସ୍ୟୁରେଶନ୍‌ ହାଉସ୍‌’ରେ ରହିବାକୁ ବାଧ୍ୟ

ଋତୁସ୍ରାବ ସମୟରେ ‘ମେନ୍‌ସ୍ୟୁରେଶନ୍‌ ହାଉସ୍‌’ରେ ରହିବାକୁ ବାଧ୍ୟ

ରାଜନନ୍ଦଗାଁ,୧୭।୬: ମାସିକ ଋତୁସ୍ରାବକୁ ଏବେବି ଭାରତରେ ଲୋକେ ଅଛୁଆଁ ବୋଲି ଭାବୁଛନ୍ତି। ଏତେ ପ୍ରଚାର ପ୍ରସାର ପରେ ମଧ୍ୟ ଏ ବିଷୟରେ ଖୋଲାଖୋଲି ଭାବେ କଥା ହେବାକୁ କେତେକ ଅଞ୍ଚଳରେ ବାରଣ କରାଯାଉଛି।

କେଜରିଓ୍ବାଲ ମାଓବାଦୀ: ସୁବ୍ରମଣ୍ୟମ ସ୍ବାମୀ

କେଜରିଓ୍ବାଲ ମାଓବାଦୀ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୧୭।୬: ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କୁ ମାଓବାଦୀ ବୋଲି କହିଛନ୍ତି ସୁବ୍ରମଣ୍ୟମ।

ଜମ୍ମୁ-କଶ୍ମୀରରେ  ପୁଣି ଅପରେଶନ ଅଲଆଉଟ୍‌ ଆରମ୍ଭ

ଜମ୍ମୁ-କଶ୍ମୀରରେ ପୁଣି ଅପରେଶନ ଅଲଆଉଟ୍‌ ଆରମ୍ଭ

ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦ ବିରୋଧୀ ଅଭିଯାନ ଅପରେଶନ ଅଲ୍‌ଆଉଟ୍‌ ଆରମ୍ଭ ହେବା ସମ୍ପର୍କରେ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି।

ପୁଣିଥରେ ମୋଦିଙ୍କୁ ହତ୍ୟା ଧମକ

ପୁଣିଥରେ ମୋଦିଙ୍କୁ ହତ୍ୟା ଧମକ

ଗାଜିଆବାଦ,୧୭।୬: ଦିଲ୍ଲୀ ଗାଜିଆବାଦର ଜଣେ ବ୍ୟକ୍ତି ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଳି କରିବାକୁ ଧମକ ଦେଇଛନ୍ତି। ଲୋନିର ଭାଜପା ବିଧାୟକ ନନ୍ଦକିଶୋର ଗୁର୍ଜରଙ୍କ ଏହି ଅଭିଯୋଗ ପରେ ଅଭିଯୁକ୍ତଙ୍କ ନାଁରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି।

ଟାଟା ମ୍ୟାଜିକ୍‌ ସେକ୍ସ୍‌ ର଼୍ୟାକେଟ

ଟାଟା ମ୍ୟାଜିକ୍‌ ସେକ୍ସ୍‌ ର଼୍ୟାକେଟ

ଚଣ୍ଡିଗଡ଼,୧୭।୬: ପଞ୍ଜାବ ଚଣ୍ଡିଗଡ଼ରେ ଏକ ଟାଟା ମ୍ୟାଜିକ ସେକ୍ସ୍‌ ର଼୍ୟାକେଟର ପର୍ଦ୍ଦଫାଶ୍‌ ହୋଇଛି। ନେପାଳର ଜଣେ ମହିଳା ଦିନରେ ଚାକିରି କରି ରାତିରେ ଟାଟା ମ୍ୟାଜିକ୍‌ରେ ବସି ଗ୍ରାହକଙ୍କ ସହିତ ଯୋଗାଯୋଗ କରନ୍ତି।

ଘଣ୍ଟାକୁ  ୪ ହଜାର

ଘଣ୍ଟାକୁ ୪ ହଜାର

ଚଣ୍ଡିଗଡ଼,୧୭।୬: ଚଣ୍ଡିଗଡ଼ର ମନିମାଜରା ଏନ୍‌ଏସି ଅନ୍ତର୍ଗତ ଟ୍ରେଡ଼୍‌ ଅପ୍‌ ସେଲୁନ୍‌। ଏହି ସେଲୁନ୍‌ରେ ବଡ଼ି ମସାଜ୍‌ ନାମରେ ଚାଲୁଥିଲା ଦେହବେପାର। ଖାସ୍‌ ଏଇଥି ପାଇଁ ଏଠାକୁ ଆସିଥାନ୍ତି ଅନେକ ଗ୍ରାହକ । ତେବେ ରବିବାର ହଠାତ୍‌ ପୋଲିସ ଏହି ସେଲୁନ୍‌ ଉପରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି।

ସରକାରୀ ଅଫିସ, ପାର୍କ, ଡିଭାଇଡର ପରେ ଏବେ ଟୋଲ୍‌ ପ୍ଲାଜା ପାଳି

ସରକାରୀ ଅଫିସ, ପାର୍କ, ଡିଭାଇଡର ପରେ ଏବେ ଟୋଲ୍‌ ପ୍ଲାଜା ପାଳି

ମୁଜାଫରନଗର,୧୭।୬: ଉତ୍ତରପ୍ରଦେଶର ମୁଜାଫରନଗର-ଶାହାରନପୁର ରାଜପଥକୁ ରବିବାର ଗେରୁଆ ରଙ୍ଗରେ ରଙ୍ଗେଇ ଦିଆଯାଇଛି। ୟୁପି ସରକାରଙ୍କର ଏହି ରଙ୍ଗ ପ୍ରତି ଥିବା ଦୂର୍ବଳତା ସମସ୍ତଙ୍କୁ ଜଣା।

ଫାଦର୍ସ ଡେ’...

ଫାଦର୍ସ ଡେ’...

ନୂଆଦିଲ୍ଲୀ,୧୭।୬: ଭାରତ ସମେତ କିଛି ଦେଶରେ ଜୁନ୍‌ ତୃତୀୟ ରବିବାରକୁ ଫାଦର୍ସ ଡେ’ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ହେଉଛି ୧୦୯ ତମ ଫାଦର୍ସ ଡେ’। ତେବେ ଏହି ଫାଦର୍ସ ଡେ’ର ଇତିହାସ ବହୁ ପୁରୁଣା ହେଲେ ମଧ୍ୟ ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ସମୟରେ ଏହି ଦିବସକୁ ପାଳନ କରାଯାଉଛି।

୫ମାସରେ ୬ଶହ ଥର  ପଥରମାଡ଼

୫ମାସରେ ୬ଶହ ଥର ପଥରମାଡ଼

ଶ୍ରୀନଗର, ୧୭।୬: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ୧୬ ମେ ସୁଦ୍ଧା ୬ ଶହ ଥର ପଥରମାଡ଼ ଘଟଣା ଘଟିଛି। ଯବାନମାନେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପ୍ରାୟତଃ ପଥରମାଡ଼ କରାଯାଇଥାଏ।

ବାଳିକା ହଷ୍ଟେଲ ବାଥ୍‌ରୁମ୍‌ରେ ଅଶ୍ଳୀଳ ଭିଡ଼ିଓ ତିଆରି କରୁଥିଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବାଳିକା ହଷ୍ଟେଲ ବାଥ୍‌ରୁମ୍‌ରେ ଅଶ୍ଳୀଳ ଭିଡ଼ିଓ ତିଆରି କରୁଥିଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ରାଞ୍ଚି, ୧୭।୬: ଝାଡ଼ଖଣ୍ଡ ହଜାରୀବାଗ୍‌ରେ ବାଳିକା ହଷ୍ଟେଲ ବାଥ୍‌ରୁମ୍‌ରେ ମୋବାଇଲ କ୍ୟାମେରାରେ ଅଶ୍ଳୀଳ ଭିଡ଼ିଓ ତିଆରି କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ୨ ଅଭିଯୁକ୍ତ ଅରବିନ୍ଦ ପ୍ରସାଦ ଓ ସୁବୋଧ ପ୍ରସାଦ ହଜାରୀବାଗ୍‌ରେ ରହି ପ୍ରତିଯୋଗିତା ପରୀକ୍ଷା ଲାଗି ପଢ଼ାପଢ଼ି କରୁଥିଲେ। ସେମାନେ ରହୁଥିବା ଭଡ଼ାଘର ନିକଟରେ ଥିବା ବାଳିକା ହଷ୍ଟେଲ ବାଥ୍‌ରୁମ୍‌ରେ ମୋବାଇଲ କ୍ୟାମେରା ଲୁଚାଇ ରଖି ଅଶ୍ଳୀଳ ଭିଡ଼ିଓ ତିଆରି କରୁଥିଲେ ଅଭିଯୁକ୍ତ।

ଯବାନଙ୍କୁ ମିଳିବ ସୁରକ୍ଷା ଜ୍ୟାକେଟ୍‌

ଯବାନଙ୍କୁ ମିଳିବ ସୁରକ୍ଷା ଜ୍ୟାକେଟ୍‌

ନୂଆଦିଲ୍ଲୀ, ୧୭।୬: ଜମ୍ମୁ-କଶ୍ମୀରରେ ମୁତୟନ ଥିବା ଯବାନଙ୍କୁ ଖୁବ୍‌ ଶୀଘ୍ର ସୁରକ୍ଷା ଜ୍ୟାକେଟ୍‌ ଯୋଗାଇ ଦିଆଯିବ। ଏହାଦ୍ୱାରା ସୁରକ୍ଷାକାର୍ଯ୍ୟରେ ନିୟୋଜିତ ଯବାନମାନେ ଚିନ୍ତାମୁକ୍ତ ଭାବେ କାର୍ଯ୍ୟ କରିବେ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି।

ନୀତି ଆୟୋଗ ବୈଠକ: ‘ନ୍ୟୁ ଇଣ୍ଡିଆ-୨୦୨୨’ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା

ନୀତି ଆୟୋଗ ବୈଠକ: ‘ନ୍ୟୁ ଇଣ୍ଡିଆ-୨୦୨୨’ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା

ନୂଆଦିଲ୍ଲୀ,୧୭।୬: ନୀତି ଆୟୋଗ ପକ୍ଷରୁ ରାଷ୍ଟ୍ରପତି ଭବନଠାରେ ୨ ଦିନିଆ ବୈଠକ ରବିବାର ଆରମ୍ଭ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଛନ୍ତି।

ସୋସିଆଲ ମିଡ଼ିଆରେ ପ୍ରେମ ପରେ ବ୍ଲାକମେଲ୍‌

ସୋସିଆଲ ମିଡ଼ିଆରେ ପ୍ରେମ ପରେ ବ୍ଲାକମେଲ୍‌

ରାୟପୁର/ଅବୁଜା,୧୬।୬: ସୋସିଆଲ ମିଡ଼ିଆରେ ଅଜଣା ଯୁବତୀଙ୍କ ସହ ହେଉଛି ପ୍ରେମ। ତା’ପରେ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ନେଇ କରାଯାଉଛି ବ୍ଲାକମେଲ୍‌। ଏମିତି ଏକ ଦଳକୁ କାବୁ କରିଛି ଛତିଶଗଡ଼ ପୋଲିସ। ଏମାନେ ସମସ୍ତେ ନାଇଜେରିଆ ବାସିନ୍ଦା। ଦିଲ୍ଲୀରେ ରହି ଏମାନେ ଏଭଳି ଏକ ର଼୍ୟାକେଟ ଚଳାଉଥିଲେ।

ମହଙ୍ଗା ପଡିଲା ଲୈଲା-ମଜ୍‌ନୁ ବେଶ

ମହଙ୍ଗା ପଡିଲା ଲୈଲା-ମଜ୍‌ନୁ ବେଶ

ଔରଙ୍ଗାବାଦ,୧୬।୬: ମହାରାଷ୍ଟ୍ର ଔରଙ୍ଗାବାଦରେ ୨ ଜଣ ବ୍ୟକ୍ତିଙ୍କୁ ଚୋର ଭାବି ପିଟିବା ଘଟଣା ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଔରଙ୍ଗାବାଦ ଅଂସାରି କଲୋନିରେ ୨ଜଣ ଯୁବକ ଲୈଲା-ମଜ୍‌ନୁ ବେଶରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ସନ୍ଦେହ କରିଥିଲେ।

ଅଟାରି ସୀମାରେ ହେଲାନାହିଁ ମିଠା ଆଦାନପ୍ରଦାନ

ଅଟାରି ସୀମାରେ ହେଲାନାହିଁ ମିଠା ଆଦାନପ୍ରଦାନ

ଅମୃତସର,୧୬।୬: ଇଦ୍‌ ଉପଲକ୍ଷେ ଚଳିତ ବର୍ଷ ଅଟାରି ସୀମାରେ ବିଏସ୍‌ଏଫ୍‌ ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଅଦଳବଦଳ ହୋଇନାହିଁ। ଜମ୍ମୁରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ପରେ ଉଭୟଙ୍କ ମଧ୍ୟରେ ଦୂରତା ଦେଖାଦେଇଛି।

ପଦୋନ୍ନତି ପାଇଁ ଦୌଡୁଥିବା ବେଳେ ଜୀବନ ହାରିଲେ କନଷ୍ଟେବଳ

ପଦୋନ୍ନତି ପାଇଁ ଦୌଡୁଥିବା ବେଳେ ଜୀବନ ହାରିଲେ କନଷ୍ଟେବଳ

ଜୟପୁର,୧୬।୬: ରାଜସ୍ଥାନ ଜୟପୁର ପୋଲିସରେ କାର୍ଯ୍ୟରତ ଜଣେ ହେଡ୍‌ କନଷ୍ଟେବଳ, ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର(ଏଏସ୍‌ଆଇ)ପଦକୁ ଉନ୍ନିତ ହେବା ଲାଗି ହେଉଥିବା ଦୌଡରେ ଭାଗ ନେଇ ଜୀବନ ହାରିଛନ୍ତି।