ମନୋରଞ୍ଜନ

ଏସିଆରେ ଶ୍ରେଷ୍ଠ ଅନୁଷ୍କା ଶର୍ମା
ବମ୍ବେ: ସୋସିଆଲ୍ ମିଡିଆରେ ପ୍ରଭାବଶାଳୀ ଅଭିନେତ୍ରୀ ପାଲଟିଥିବା ଅନୁଷ୍କା ଶର୍ମା ଏବେ ଫୋର୍ବସ୍ ତାଲିକାରେ ମଧ୍ୟ ଜଲ୍ଓ୍ବା ଦେଖାଇଛନ୍ତି। ଏସିଆରେ ୩୦ ବର୍ଷରୁ କମ୍ ବୟସ୍କ ୩୦ ଜଣ ସେଲିବ୍ରିଟିଙ୍କ ମଧ୍ୟରେ ଏକୁଟିଆ ଭାରତୀୟ ଅଭିନେତ୍ରୀ ଭାବେ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଛନ୍ତି ଅନୁଷ୍କା।

ଡନ୍-୩ କୁ ଶାହାରୁଖଙ୍କ ଗ୍ରୀନ୍ ସିଗ୍ନାଲ୍, ପ୍ରିୟଙ୍କା ଆଉଟ୍
ନୂଆଦିଲ୍ଲୀ,୨୭।୩: ଇତି ମଧ୍ୟରେ ନିର୍ମାତା ତଥା ଅଭିନେତା ଫରହାନ୍ ଅଖତର୍ ଡନ୍-୩ର ସ୍କ୍ରିପ୍ଟ କାମ ଶେଷ କରିଛନ୍ତି। ଏଥର ଫିଲ୍ମରେ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ଫିଲ୍ମରେ ଫରହାନ୍ ନିଜେ ଅଭିନୟ କରୁଥିବା ବେଳେ ପ୍ରିୟଙ୍କା ଆଉଟ୍ ହୋଇଥିବା ଶୁଣିବାକୁ ମିଳୁଛି। ଫରହାନ୍ ଏଥିରେ ଜଣେ ଦେଶୀ ପୋଲିସବାଲା ଭୂମିକାରେ ଶାହାରୁଖଙ୍କୁ ଗିରଫ କରୁଥିବା ଦେଖିବାକୁ ମିଳିବ।

ଆଉ ନାହାନ୍ତି ଟିଭି ଶୋ ‘ଦିଲ୍ ମିଲ୍ ଗୟେ’ର ଅଭିନେତା କରନ
ବମ୍ବେ,୨୭।୩: ଛୋଟ ପରଦାର ହିଟ୍ ଶୋ ‘ଦିଲ୍ ମିଲ୍ ଗୟେ’ର ଜିଗ୍ନେଶ ଚରିତ୍ରରେ ଅଭିନୟ କରୁଥିବା କଳାକାର କରନଙ୍କ ୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ପରିବାରବର୍ଗଙ୍କ ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି।

ଫେସବୁକ୍ରୁ ବାହାରିଗଲେ ଫରହାନ୍
ନୂଆଦିଲ୍ଲୀ,୨୭।୩: ବଲିଉଡ ଫିଲ୍ମ ନିର୍ମାତା ତଥା ନାୟକ ଫରହାନ୍ ଅଖତର୍ ସବୁଦିନ ପାଇଁ ତାଙ୍କ ଫେସବୁକ୍ ଆକାଉଣ୍ଟକୁ ଡିଲିଟ୍ କରିଦେଇଛନ୍ତି। ଡାଟା ଲିକ୍କୁ ନେଇ ଚାଲିଥିବା ବାଦ ବିବାଦ ଯୋଗୁ ଫରହାନ୍ ଫେସବୁକ୍ ଆକାଉଣ୍ଟ ଡିଲିଟ୍ କରିଥିବା ଅନୁମାନ କରାଯାଉଛି।

ବହି ଲେଖିବେ କ୍ୟାଟ୍ରିନା
ବମ୍ବେ: ବାହାର ଦେଶରୁ ଆସି ବଲିଉଡ୍ର ଜଣେ ପ୍ରଭାବଶାଳୀ ଅଭିନେତ୍ରୀ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କ୍ୟାଟ୍ରିନା କୈଫ୍। ଭାରତରେ ଷ୍ଟ୍ରଗଲ୍ କରିବା କ୍ୟାଟ୍ରିନାଙ୍କ ପାଇଁ ସେତେଟା ସହଜ ନ ଥିଲା। ବଲିଉଡ୍ କ୍ୟାରିୟର୍ରେ ଅନେକ ଉତ୍ଥାନପତନର ସମ୍ମୁଖୀନ ହୋଇଛନ୍ତି ସେ। ତେବେ ବଲିଉଡ୍ କ୍ୟାରିୟର୍ର ଏହି ଯାତ୍ରାକୁ ପ୍ରଶଂସକଙ୍କ ନିକଟତର କରିବାକୁ ଚାହାନ୍ତି କ୍ୟାଟ୍ରିନା।

ଫାରୁକଙ୍କୁ ଗୁଗୁଲ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ବମ୍ବେ, ୨୫।୩ : ବଲିଉଡ୍ ଅଭିନେତା ଫାରୁକ୍ ଶେଖ୍ଙ୍କ ୭୦ତମ ଜନ୍ମ ବାର୍ଷିକୀ ଅବସରରେ ଗୁଗୁଲ୍ ପକ୍ଷରୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଫାରୁକ୍ ୧୯୪୮ ମାର୍ଚ୍ଚ ୨୫ରେ ଗୁଜରାଟ ବଡୋଦରା ନିକଟସ୍ଥ ଅମରୋଲି ଗାଁରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ଫରିଦା ଏବଂ ପିତା ମୁସ୍ତଫା ଶେଖ୍ ଥିଲେ।

ପ୍ରଭାବଶାଳୀ ଅନୁଷ୍କା
ବମ୍ବେ: ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ୍ ମିଡିଆରେ ସବୁଠାରୁ ସକ୍ରିୟ ଏବଂ ପ୍ରଭାବଶାଳୀ ସେଲିବ୍ରିଟି ମାନ୍ୟତା ଲାଭ କରିଛନ୍ତି। ଏହି ବର୍ଗରେ ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍ଙ୍କୁ ପଛରେ ପକାଇ ଦେଇଛନ୍ତି। ‘ସ୍କୋର୍ ଟ୍ରେଣ୍ଡ’ ନାମକ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି କମ୍ପାନୀ ବିଭିନ୍ନ ଭାଷାଭାଷୀରେ ସୋସିଆଲ୍ ସାଇଟ୍କୁ ଅନୁଧ୍ୟାନ କରି ସେଥିରେ ସେଲିବ୍ରିଟିଙ୍କ ପ୍ରଭାବ ବିଷୟରେ ଏକ ରିପୋର୍ଟ ପ୍ରକାଶ କରିଛି। ଫେସ୍ବୁକ, ଟୁଇଟର୍, ଛାପା ଗଣମାଧ୍ୟମ, ସୋସିଆଲ୍ ମିଡିଆରେ ଭାଇରାଲ୍ ନ୍ୟୁଜ୍, ୧୪ଟି ଭାରତୀୟ ଭାଷା ବିଶିଷ୍ଟ ଡିଜିଟାଲ୍ ପ୍ଲାଟ୍ଫର୍ମରୁ ଏହି ସର୍ଭେ କରାଯାଇ ଏକ ପ୍ରଭାବଶାଳୀ ଅଭିନେତ୍ରୀ ତାଲିକା ପ୍ରସ୍ତୁତ କରାଯାଇଛି।

ଜେନିଭାରେ ସୋନମ୍ କରିବେ ବିବାହ
ବମ୍ବେ: ବିବାହ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ସୋନମ କପୁର। ପୁରୁଷବନ୍ଧୁ ଆନନ୍ଦ ଆହୁଜାଙ୍କ ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ସୋନମ୍ଙ୍କ ବିବାହ ଅନୁଷ୍ଠିତ ହେବ।

ଶ୍ରୀଦେବୀଙ୍କ ବାୟୋପିକ୍ରେ ବିଦ୍ୟା
ବମ୍ବେ: ବଲିଉଡ୍ ଭେଟେରାନ୍ ଶ୍ରୀଦେବୀଙ୍କ ସହ କାମ ନ କରିବାର ଅବଶୋଷ ଜୀବନ ସାରା ଅନୁଭବ କରିବେ ଫିଲ୍ମ ନିର୍ମାତା ହଂସଲ ମେହଟା। କାରଣ ଆକସ୍ମିକ ମୃତ୍ୟୁର ଠିକ୍ ପୂର୍ବରୁ ଅଭିନେତ୍ରୀଙ୍କ ସହ ଏକ ଫିଲ୍ମ କରିବା ଲାଗି ଯୋଗାଯୋଗ କରିଥିଲେ ମେହେଟା। କିନ୍ତୁ ଭାରତୀୟ ଚଳଚ୍ଚିତ୍ର ଜଗତର ଏହି ବଳିଷ୍ଠ ଅଭିନେତ୍ରୀଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ କରିବାକୁ ଚାହାନ୍ତି ନିର୍ମାତା। ଏଥିଲାଗି ସେ ପଦକ୍ଷେପ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଫିଲ୍ମରେ ଶ୍ରୀଦେବୀଙ୍କ ଚରିତ୍ରରେ ଅଭିନୟ କରିପାରନ୍ତି ବିଦ୍ୟା ବାଲାନ୍। ଏହି ଫିଲ୍ମ ଲାଗି ସେ ବିଦ୍ୟାଙ୍କୁ ଆପ୍ରୋଚ୍ କରିଥିବା ଜଣାପଡ଼ିଛି।

ବିଗ୍ ବସ୍ ସିଜନ୍-୧୨ ପାଇଁ ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ: ବିଗ୍ ବସ୍ ସିଜନ୍-୧୨ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ନିର୍ମାତା ଏଥିପାଇଁ କଣ୍ଟେଷ୍ଟାଣ୍ଟଙ୍କ କାଷ୍ଟିଙ୍ଗ ଆରମ୍ଭ କରି ସାରିଛନ୍ତି। ସିଜନ୍-୧୨ ପାଇଁ ସଙ୍ଗୀତକାରରୁ ଅଭିନେତା ବନିଥିବା ନୈତିକ ନାଗଦାଙ୍କ ସହ ସମ୍ପର୍କ କରାଯାଇଥିବା ଶୁଣିବାକୁ ମିଳୁଛି।

‘୧୦୨ ନଟ୍ ଆଉଟ୍’ର ନୂଆ ପୋଷ୍ଟର ଶେୟାର କଲେ ବିଗ୍ ବି
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଫିଲ୍ମ ‘୧୦୨ ନଟ୍ ଆଉଟ୍’ ନୂଆ ପୋଷ୍ଟରକୁ ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଶୁକ୍ରବାର ଶେୟାର କରିଛନ୍ତି। ଏଥିରେ ‘ବାପା’ ଅମିତାଭ ବଚ୍ଚନ ଲୁକ୍ସ କୁଲ୍, ‘ବେଟା’ ରିଶି କପୁର ଓଲ୍ଡ ସ୍କୁଲ ବୋଲି ଲେଖା ରହିଛି।

‘ହାଉସ୍ଫୁଲ୍ ୪’ରେ କ୍ରିତି
ବମ୍ବେ: କମେଡି ଫିଲ୍ମ ସିରିଜ୍ ‘ହାଉସ୍ଫୁଲ୍’ର ଚତୁର୍ଥ ସଂସ୍କରଣ ପାଇଁ ଚାଲିଛି କଳାକାରଙ୍କ ଚୟନ ପ୍ରକ୍ରିୟା। ଏହାର ଚତୁର୍ଥ ସଂସ୍କରଣ ଅର୍ଥାତ୍ ‘ହାଉସ୍ଫୁଲ୍ ୪’ ରେ ସାମିଲ ହୋଇଛନ୍ତି ଅଭିନେତ୍ରୀ କ୍ରିତି ସାନନ୍। ଏଥିରେ କ୍ରିତିଙ୍କୁ ସାଇନ୍ କରିବାକୁ ଯାଉଛନ୍ତି ପ୍ରଯୋଜକ ସାଜିଦ୍ ନାଡିଆଡ୍ଓ୍ବାଲା। ନାଡିଆଡ୍ଓ୍ବାଲାଙ୍କ ପ୍ରଥମ ୩ଟି ଫିଲ୍ମ ମଧ୍ୟରୁ ୨ଟି (ହାଉସ୍ଫୁଲ୍ ଏବଂ ହାଉସ୍ଫୁଲ ୨)କୁ ସାଜିଦ୍ ଖାନ୍ ନିର୍ଦ୍ଦେଶନା ଦେଇଥିବାବେଳେ ତୃତୀୟଟି (ହାଉସ୍ଫୁଲ ୩)କୁ ସାଜିଦ୍-ଫର୍ହାଦ ନିର୍ଦ୍ଦେଶନା ଦେଇଥିଲା। ଏଥର ପୁଣିଥରେ ନାଡିଆଡ୍ଓ୍ବାଲାଙ୍କ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ସାଜିଦ ଖାନ୍।

ସୋନିଆଙ୍କ ଭୂମିକାରେ ସୁଜେନ
ବମ୍ବେ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଜୀବନୀ ଉପରେ ଲିଖିତ ସଞ୍ଜୟ ବାରୁଙ୍କ ପୁସ୍ତକ ‘ଦି ଏକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଉପରେ ଫିଲ୍ମ ତିଆରି କରୁଛନ୍ତି ନିର୍ଦ୍ଦେଶକ ରତ୍ନାକର ଗୁଟ୍ଟେ। ବର୍ତ୍ତମାନ ଜୋର୍ସୋରରେ ଏହାର ଶୁଟିଂ ଚାଲିଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବା ଲାଗି ଦୀର୍ଘଦିନ ଯାଏ ଖୋଜା ଚାଲିଥିଲା କଳାକାର। ବର୍ତ୍ତମାନ ସନ୍ଧାନ ଶେଷ ହେବା ସହ ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ସୋନିଆଙ୍କ ଭୂମିକାରେ ଅଭିନୟ କରିବେ ଜର୍ମାନୀ କଳାକାର ସୁଜେନ୍ ବର୍ନେଟ୍। ଏହାପୂର୍ବରୁ ମଧ୍ୟ ସୁଜେନ୍ଙ୍କୁ ପରଦାରେ ସୋନିଆ ଗାନ୍ଧୀ ଭୂମିକାରେ ଦେଖିବାକୁ ମିଳିଛି। ଶେଖର କପୁରଙ୍କ ଟେଲିଭିଜନ୍ ଧାରାବାହିକ ‘ପ୍ରଧାନମନ୍ତ୍ରୀ’ରେ ସେ ଏହି ଚରିତ୍ରରେ ଅଭିନୟ କରିଥିଲେ। ଅକ୍ଷୟ କୁମାର ଏବଂ ସୁଜେନ୍ଙ୍କର ଅନେକ ଦୃଶ୍ୟ ସଦ୍ୟ ଭାବେ ଶୁଟିଂ ହୋଇଥିବା ଜଣାପଡ଼ିଛି।

ଏଥର ଫ୍ରାଇଡେ ରିଲିଜ୍ରେ ପରଦାକୁ ଆସିବ ‘ହିଚ୍କି’
ବମ୍ବେ: ବେଶ କିଛି ଦିନ ପରେ ପୁଣି ପରଦାକୁ ଫେରିଛନ୍ତି ବଲିଉଡ ବିୟୁଟି ରାଣୀ ମୁଖାର୍ଜୀ। ୟଶ ରାଜ୍ ବ୍ୟାନରର ମୁଭି ‘ହିଚ୍କି’ରେ ରାଣୀ ଆସିବେ ଏକ ଶିକ୍ଷୟିତ୍ରୀ ଭୂମିକାରେ। ଏଥିରେ ସେ ଟରୋଟି ସିଂଡ୍ରୋମରେ ପୀଡିତ ଥିବା ନଜରକୁ ଆସିବେ।

ଆମିରଙ୍କ ଡ୍ରିମ୍ ପ୍ରୋଜେକ୍ଟରେ ଅମ୍ବାନୀ
ବମ୍ବେ: ବଲିଉଡ୍ର ମିଷ୍ଟର ପର୍ଫେକ୍ଟନିଷ୍ଟ ଆମିର ଖାନ ଏବେ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ୍’ର କ୍ଲାଇମାକ୍ସ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ବ୍ୟସ୍ତତାରୁ ମୁକ୍ତ ହେବାପରେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ନେଇ ଅଣ୍ଟା ଭିଡ଼ିବେ ଯାହା ଭାରତବର୍ଷର ସବୁଠାରୁ ବ୍ୟୟବହୁଳ ଚଳଚ୍ଚିତ୍ର ହେବ ବୋଲି ଜଣାପଡ଼ିଛି।

ଜାକ୍ଲିନ୍ଙ୍କ ‘ଏକ୍ ଦୋ ତିନ୍’କୁ ନେଇ ବିବାଦ
ବମ୍ବେ: ମାଧୁରୀ ଦୀକ୍ଷିତ୍ଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ତେଜାବ୍’ର ‘ଏକ୍ ଦୋ ତିନ୍’ ଗୀତକୁ ବାଗୀ-୨ରେ ଜାକ୍ଲିନ୍ ଫର୍ନାଡିଜ୍ଙ୍କୁ ନେଇ ରିକ୍ରିଏଟ୍ କରାଯାଇଛି। ସଦ୍ୟ ରିଲିଜ୍ ହୋଇଥିବା ଏହି ଗୀତକୁ ନେଇ ବି-ଟାଉନ୍ରେ ବିବାଦ ଆରମ୍ଭ ହୋଇଛି। ତେଜାବ୍ର ନିର୍ଦ୍ଦେଶକ ଏନ୍ ଚନ୍ଦ୍ରା ଏବଂ ଏହି ଗୀତର ଅରଜିନାଲ୍ କୋରିଓଗ୍ରାଫର୍ ସରୋଜ ଖାନ୍ ବାଗି-୨ରେ ଏହାର ରିକ୍ରିଏଟ୍କୁ ନେଇ ଖପ୍ପା ହୋଇଛନ୍ତି।

ଦୀପିକାଙ୍କ ଅମୂଲ୍ୟ ସମ୍ପତ୍ତି
ବମ୍ବେ: ବିବାଦୀୟ ଫିଲ୍ମ ‘ପଦ୍ମାବତ୍’ରେ ୮୦୦ ଦାସୀଙ୍କ ସହ ଚିତ୍ତୋର ରାଣୀ ପଦ୍ମିନୀଙ୍କ ଜୌହର୍ (ଆତ୍ମାହୁତି) ଦୃଶ୍ୟକୁ ଜୀବନ୍ତ ରୂପ ଦେବାରେ ସଫଳ ହୋଇଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍। ଏହି ଦୃଶ୍ୟକୁ ପରଦାରେ ଦେଖିବା ଦର୍ଶକଙ୍କ ପାଇଁ ଯେତେ ଯନ୍ତ୍ରଣାଦାୟକ ଥିଲା ଶୁଟିଂ ମଧ୍ୟ ଥିଲା ସେତେଟା ଜଟିଳ। କାରଣ ଶୁଟିଂବେଳେ ସମଗ୍ର କାଷ୍ଟ ଏବଂ କ୍ର୍ୟୁ ଭାବୁକ ହୋଇ ପଡ଼ିଥିଲେ। ଅଭିନେତ୍ରୀ ଦୀପିକାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏହି ଦୃଶ୍ୟ। ଜୌହର୍ ସିନ୍କୁ ନେଇ ଦୀପିକା ଏତେ ପ୍ରଭାବିତ ହୋଇଯାଇଛନ୍ତି ଯେ, ଫିଲ୍ମରେ ସେହି ସମୟରେ ପରିଧାନ କରିଥିବା ପୋଷାକ ପାଖରେ ରଖିବାକୁ ଚାହାନ୍ତି ସେ।

ଦିନ ଗଣୁଛନ୍ତି କରନ୍
ଭୁବନେଶ୍ୱର:ପ୍ରଥମେ ମଡେଲିଂ ଆଉ ଏବେ ବଡ଼ ପରଦାରେ ନାୟକ ଭାବରେ ବ୍ରେକ୍। ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ନବାଗତ କରନ୍। ଚଳିତବର୍ଷ ପଣାସଂକ୍ରାନ୍ତି ଅବସରରେ ରିଲିଜ୍ ଅପେକ୍ଷାରେ ଥିବା ‘ଶକ୍ତି’ର ମେଲ୍ ଲିଡ୍ରେ ଅଭିନୟ କରୁଛନ୍ତି ସେ।

ଓଲିଉଡ୍କୁ ରାଇଙ୍କ ଲେଉଟାଣି
ଭୁବନେଶ୍ୱର: ଥରେ ମନେପକାନ୍ତୁ ନା ‘କୋଟିଏ ମଣିଷ ଗୋଟିଏ ଜଗା’ର ସେହି ନାଗା ଚରିତ୍ରକୁ। ଏହା ବ୍ୟତୀତ ‘ହେଇ ଅନାନି, ମୋ ନାଁ ନାଗିନା ମୋର ସବୁଠି ଚିହ୍ନା’ ଡାଏଲଗ୍ ଏବେ ମଧ୍ୟ ମନରେ ଶିହରଣ ସୃଷ୍ଟି କରିଥାଏ। ଚଳଚ୍ଚିତ୍ର ‘ସାଗର’ରୁ ଆରମ୍ଭ କରିଥିଲେ ନିଜର ବଡ଼ ପରଦା କ୍ୟାରିୟର।

ସାହାନାଇ ଯାଦୁକର: ଓସ୍ତାଦ୍ ବିସମିଲ୍ଲା ଖାଁ
ବମ୍ବେ,୨୧।୩: ସାହାନାଇ ଯାଦୁକର ଓସ୍ତାଦ୍ ବିସମିଲ୍ଲା ଖାଁ ୧୯୧୬ ମାର୍ଚ୍ଚ ୨୧ରେ ବିହାରର ଡୁମରାଓରେ ଜନ୍ମଗ୍ରହଣ କରିଥିଲେ। ୬ ବର୍ଷ ବୟସରେ ସେ ବାରାଣସୀ ଆସିଥିଲେ। ସେଠାରେ ତାଙ୍କର ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା। ବିସମିଲ୍ଲା ତାଙ୍କ କାଶୀ ବିଶ୍ୱନାଥ ମନ୍ଦିରରେ କାର୍ଯ୍ୟକରୁଥିବା ତାଙ୍କ ଚାଚା ଅଲୀ ବକ୍ସ୍ ବିଲାୟତୁଙ୍କଠାରୁ ସାହାନାଇ ବଜାଇବା ଶିକ୍ଷା ଆରମ୍ଭ କରିଥିଲେ। ଏକାନ୍ତରେ ଗଙ୍ଗାକୂଳରେ ବସି ସାହାନାଇ ବଜାଇବାରେ ସେ ଘଣ୍ଟା ଘଣ୍ଟା ବିତାଇ ଦେଉଥିଲେ। ଗଙ୍ଗା ନଦୀ ପ୍ରତି ତାଙ୍କର ଶ୍ରଦ୍ଧା ଥିଲା। ଗଙ୍ଗାଜଳ ସ୍ପର୍ଶ କରି ତାଙ୍କର ସମସ୍ତ ଦୁଃଖ ଦୂର ହୋଇଯାଉଥିବା ସେ କହୁଥିଲେ। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ଲାଲ୍ କିଲ୍ଲାରେ ସେ ମଙ୍ଗଳମୟ ସାହାନାଇ ବାଦନ କରିଥିଲେ। ସେ ଅନେକ ଚଳଚ୍ଚିତ୍ରରେ ସାହାନାଇ ବାଦନ କରିଥିଲେ।

ଚାଇନା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ‘ବାହୁବଲୀ ୨’
ଲସ୍ ଏଞ୍ଜେଲସ୍ : ଭାରତୀୟ ଦର୍ଶକଙ୍କ ମନରେ ଛାପ ଛାଡ଼ିଥିବା ଲୋକପ୍ରିୟ ଫିଲ୍ମ ‘ବାହୁବଲୀ ୨: ଦ କନ୍କ୍ଲୁଜନ୍’ ଚାଇନା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚର୍ଚ୍ଚିତ ଫିଲ୍ମକୁ ଚାଇନା ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ନେଇଛି ଇଷ୍ଟାର୍ସ ମିଡିଆ। ଫିଲ୍ମ ରିଲିଜ୍ ପାଇଁ ସେଠାକାର ସେନ୍ସର ପ୍ରମାଣପତ୍ର ମିଳିଯାଇଛି। କିନ୍ତୁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ। ଏସ୍.ଏସ୍. ରାଜମୌଲିଙ୍କ ନିର୍ଦ୍ଦେଶିତ ‘ବାହୁବଲୀ ୨’ରେ ପ୍ରଭାସ, ରାଣା ଦଗୁବତ୍ତି, ଅନୁଷ୍ମା ସେଟ୍ଟି ଓ ତମନ୍ନା ଭାଟିଆ ଅଭିନୟ କରିଛନ୍ତି। ଏହା ଗତବର୍ଷ ଏପ୍ରିଲରେ ଭାରତର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।

୧୦ ବର୍ଷ ପରେ ଏକାଠି ରୋମାନ୍ସ କରିପାରନ୍ତି ସଲମାନ୍ ପ୍ରିୟଙ୍କା
ନୂଆଦିଲ୍ଲୀ: ହଲିଉଡ ପରେ ଏବେ ବଲିଉଡକୁ କମ୍ବ୍ୟାକ କରିବାକୁ ଯାଉଛନ୍ତି ନାୟିକା ପ୍ରିୟଙ୍କା ଚୋପ୍ରା। ଏଥର ସେ ଭାଇଜାନ୍ଙ୍କ ସହ ସ୍କ୍ରିନ ଶେୟାର କରିବେ ବୋଲି ଶୁଣିବାକୁ ମିଳୁଛି। ଫିଲ୍ମନିର୍ମାତା ଅଲ୍ଲି ଅବାସ ଜାଫରଙ୍କ ଅପ୍କମିଙ୍ଗ ଫିଲ୍ମ ‘ଭରତ’ରେ ପ୍ରିୟଙ୍କା ସଲମାନଙ୍କ ନାୟିକା ସାଜିବେ ବୋଲି ଚର୍ଚ୍ଚା ହେଉଛି।

ଚିକିତ୍ସା ପାଇଁ ଲଣ୍ଡନ ପହଞ୍ଚିଲେ ଇରଫାନ୍
ନୂଆଦିଲ୍ଲୀ,୨୦।୩: ବିରଳ ରୋଗ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ ବଲିଉଡ କଳାକାର ଇରଫାନ୍ ଖାନ୍ ଉନ୍ନତ ଚିକିତ୍ସା ପାଇଁ ଲଣ୍ଡନ ପହଞ୍ଚିଥିବା ଜଣାପଡିଛି। ସେଠାରେ ପହଞ୍ଚିବା ପରେ ନିଜେ ଇରଫାନ୍ ଏହା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି।

୫୨ ବର୍ଷରେ ପ୍ରଦାର୍ପଣ କଲେ ଅଳକା
ବମ୍ବେ, ୨୦।୩ : ଖ୍ୟାତି ସମ୍ପନ୍ନ ପାର୍ଶ୍ୱଗାୟିକା ଅଳକା ୟାଗ୍ନିକ୍ ମଙ୍ଗଳବାର ୫୨ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୬୬ ମସିହା ମାର୍ଚ୍ଚ ୨୦ ତାରିଖରେ ସେ କଲିକତାଠାରେ ଏକ ଗୁଜରାଟି ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ଶୁଭା ୟାଗ୍ନିକ୍ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଥିଲେ। ମାତାଙ୍କ ପ୍ରଭାବ ଅଳକାଙ୍କ ଉପରେ ପିଲାଦିନୁ ପଡିଥିଲା। ୧୯୭୨ରେ ମାତ୍ର ୬ ବର୍ଷ ବୟସରୁ କଲିକତା ଆକାଶବାଣୀ କେନ୍ଦ୍ରରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ ୧୦ ବର୍ଷ ହୋଇଥିବାବେଳେ ସେ ମା’ଙ୍କ ସହିତ ବମ୍ବେ ଆସିଥିଲେ।