ମନୋରଞ୍ଜନ

ଅଡୁଆରେ ରାଜପାଲ, ହୋଇପାରେ ଜେଲଦଣ୍ଡ

ଅଡୁଆରେ ରାଜପାଲ, ହୋଇପାରେ ଜେଲଦଣ୍ଡ

ବମ୍ବେ: ଅଡୁଆରେ ଲୋକପ୍ରିୟ ବଲିଉଡ ଅଭିନେତା ରାଜପାଲ ଯାଦବ। ଜଣେ ବ୍ୟବସାୟୀଙ୍କଠାରୁ ୫ କୋଟି ଟଙ୍କା ନେଇ ନ ଫେରାଇବା ମାମଲାରେ ଦିଲ୍ଲୀର କଡକଡଡୁମା କୋର୍ଟ ରାଜପାଲଙ୍କ ସମେତ ତାଙ୍କ ସ୍ତ୍ରୀ ଓ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଶ୍ରୀଦେବୀ, ବିନୋଦ ଖାନ୍ନା ଶ୍ରେଷ୍ଠ

ଶ୍ରୀଦେବୀ, ବିନୋଦ ଖାନ୍ନା ଶ୍ରେଷ୍ଠ

ନୂଆଦିଲ୍ଲୀ:ଶୁକ୍ରବାର ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏହା ଜରିଆରେ ଭାରତୀୟ ଚଳଚ୍ଚିତ୍ର ଜଗତର ଦୁଇ ଦିବଙ୍ଗତ କଳାକାରଙ୍କୁ ସମ୍ମାନିତ କରାଯାଇଛି। ହିନ୍ଦୀ ଫିଲ୍ମ ‘ମମ୍‌’ ପାଇଁ ବଲିଉଡ୍‌ର ମହିଳା ସୁପର୍‌ଷ୍ଟାର୍‌ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିବାବେଳେ ବିନୋଦ ଖାନ୍ନାଙ୍କୁ ୪୯ତମ ଦାଦା ସାହେବ୍‌ ଫାଲ୍‌କେ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ (ମରଣୋତ୍ତର) ସମ୍ମାନ ପାଇବା ପାଇଁ ଘୋଷଣା କରାଯାଇଛି।

ଓଡ଼ିଆ ଫିଲ୍ମ ‘ହେଲୋ ଆର୍ସୀ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଆ ଫିଲ୍ମ ‘ହେଲୋ ଆର୍ସୀ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର,୧୩।୪(ବ୍ୟୁରୋ)- ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏଥର ବାଜିମାରିଛି ଓଡ଼ିଆ ଫିଲ୍ମ ‘ହେଲୋ ଆର୍ସୀ’। ଗୋଟିଏ କି ଦୁଇଟି ନୁହେଁ, ପ୍ରଥମ ଥର ପାଇଁ ଏକାଥରେ ତିନି ତିନୋଟି ବିଭାଗରେ ପୁରସ୍କାର ହାସଲ କରି ଚଳିତବର୍ଷ ଏହି ଓଡ଼ିଆ ଫିଲ୍ମ ରେକର୍ଡ ପ୍ରତିଷ୍ଠା କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ କିଛିବର୍ଷ ହେବ ଫିଚର ଫିଲ୍ମ ବିଭାଗରେ ଲଗାତାର ଓଡ଼ିଆ ଚଳଚ୍ଚିତ୍ରକୁ ବିଫଳତାର ସାମ୍ନା କରିବାକୁ ପଡ଼ୁଥିବା ବେଳେ ଏଥର କିନ୍ତୁ ସେଥିରେ ବ୍ରେକ୍‌ ଲାଗିଛି।

ଘୋଷଣା ହେଲା ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଘୋଷଣା ହେଲା ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ,୧୩।୪: ଚଳିତ ବର୍ଷର ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅନ୍ୟ ଜୁରୀମାନଙ୍କ ଉପସ୍ଥିତିରେ ପ୍ୟାନେଲର ଅଧ୍ୟକ୍ଷ ଶେଖର କପୁର ଏହା ଘୋଷଣା କରିଛନ୍ତି।

 କାନ୍ସ୍‌ ଦୌଡ଼ରେ ‘ମଣ୍ଟୋ’

କାନ୍ସ୍‌ ଦୌଡ଼ରେ ‘ମଣ୍ଟୋ’

କାନ୍ସ: ୭୧ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ପାଇଁ ଗୁରୁବାର ତାଲିକା ପ୍ରକାଶ ପାଇଛି। ମହୋତ୍ସବର ‘ଅନ୍‌ ସର୍ଟନ୍‌ ରିଗାର୍ଡ’ ବର୍ଗର ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଛି ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଚଳଚ୍ଚିତ୍ର ‘ମଣ୍ଟୋ’। ନବାଜୁଦ୍ଦିନ୍‌ ସିଦ୍ଦିକିଙ୍କ ଅଭିନୀତ ‘ମଣ୍ଟୋ’ ହେଉଛି କ୍ଷୁଦ୍ରଗଳ୍ପ ଲେଖକ ସଦାତ୍‌ ହସନ୍‌ ମଣ୍ଟୋଙ୍କ କାହାଣୀ ଉପରେ ନିର୍ମିତ ଫିଲ୍ମ। ନନ୍ଦିତା ନିଜେ ଏହାର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

କପିଲଙ୍କ ଅଡୁଆ ବଢ଼ିଲା: ‘ଫାମିଲି ଟାଇମ୍‌’ ସ୍ଥାନରେ ଫେରିବ ‘କମେଡ଼ି ସର୍କସ’

କପିଲଙ୍କ ଅଡୁଆ ବଢ଼ିଲା: ‘ଫାମିଲି ଟାଇମ୍‌’ ସ୍ଥାନରେ ଫେରିବ ‘କମେଡ଼ି ସର୍କସ’

ବମ୍ବେ: କମେଡ଼ି କିଙ୍ଗ କପିଲ ଶର୍ମାଙ୍କ ଅଡୁଆ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦୀର୍ଘଦିନର ଅସୁସ୍ଥତା ପରେ ନିକଟରେ କପିଲ ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଫାମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା’ ନାମକ ଶୋ’ ଯୋଗେ ଛୋଟ ପରଦାକୁ ଫେରିଥିଲେ।

‘ନାନକ ଶାହା ଫକିର’କୁ ନେଇ ଏସ୍‌ଜିପିସି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

‘ନାନକ ଶାହା ଫକିର’କୁ ନେଇ ଏସ୍‌ଜିପିସି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୪: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଦ୍ୱାରା ପଞ୍ଜାବୀ ଫିଲ୍ମ ‘ନାନକ ଶାହା ଫକିର’ର ରିଲିଜ୍‌କୁ ସ୍ଥଗିତ ରଖିବା ଲାଗି କରାଯାଇଥିବା ଆବେଦନର ଜରୁରୀ ଶୁଣାଣି ଆବେଦନକୁ ଗୁରୁବାର ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ଗାୟିକା ନେହା କକ୍କଡ ଏବେ ପ୍ରେମରେ

ଗାୟିକା ନେହା କକ୍କଡ ଏବେ ପ୍ରେମରେ

ବମ୍ବେ: ନିଆରା ଗାୟନ ଶୈଳୀକୁ ନେଇ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗାୟିକା ନେହା କକ୍କଡ ଏବେ ପ୍ରେମରେ ପଡିଛନ୍ତି। ଚଳଚ୍ଚିତ୍ର ‘ୟାରିୟାଁ’ରୁ ପ୍ରସିଦ୍ଧି ପାଇଥିବା ହିମାଂଶ କୋହଲୀଙ୍କୁ କୁଆଡେ ସେ ମନ ଦେଇଛନ୍ତି। ଉଭୟ ଏହି ସମ୍ପର୍କକୁ ଖୋଲାଖୋଲି ସ୍ବୀକାର କରୁ ନ ଥିଲେ ହେଁ ସତ କେବେ ଲୁଚିରହେନା ପରି କଥାଟି ବାହାରକୁ ଆସିଛି।

ଆଶାରେ ଅର୍ଦ୍ଧେନ୍ଦୁ

ଆଶାରେ ଅର୍ଦ୍ଧେନ୍ଦୁ

ପ୍ରଯୋଜକ-କମ୍‌-ଅଭିନେତା ଅର୍ଦ୍ଧେନ୍ଦୁ ସାହୁ। ଖୁବ୍‌ଶୀଘ୍ର ତାଙ୍କୁ ବଡ଼ ପରଦାରେ ଡବଲ ଅବତାରରେ ଦେଖିବାକୁ ମିଳିବ। ଅର୍ଥାତ୍‌, ଏକ ସସ୍‌ପେନ୍ସ ଥ୍ରୀଲର ଓଡ଼ିଆ ଚଳଚ୍ଚିତ୍ର ‘ବ୍ଲାକ୍‌ମେଲ୍‌’ରେ ସେ ଡବଲ ରୋଲ୍‌ରେ ଅଭିନୟ କରିଛନ୍ତି। ନିଜ ହୋମ ବ୍ୟାନରରେ ଏହାର ପ୍ରଯୋଜନା ମଧ୍ୟ କରିଛନ୍ତି ସେ।

କ୍ୟାଟ୍ରିନାଙ୍କ ଅପେକ୍ଷା

କ୍ୟାଟ୍ରିନାଙ୍କ ଅପେକ୍ଷା

ନିକଟରେ କ୍ୟାଟ୍ରିନାଙ୍କୁ ବଧୂ ବେଶରେ ଦେଖିବାକୁ ମିଳିଥିଲା। ଲାଲ୍‌ ରଙ୍ଗର ବନାରସୀ ଶାଢ଼ି ପିନ୍ଧିବା ସହ ସିନ୍ଥି, ନୋଥ ଲଗାଇଥିଲେ। ହେଭି ନେକ୍‌ଲେସ ଗଳାର ଶୋଭା ବର୍ଦ୍ଧନ କରୁଥାଏ। ଏପରି ଏକ ଗେଟ୍‌ଅପ୍‌ରେ ସେ ଅପେକ୍ଷା କରିଥାଆନ୍ତି। ହେଲେ କାହାକୁ ଜାଣନ୍ତି ?

ବଲିଉଡ୍‌ରେ ଅଲାନା

ବଲିଉଡ୍‌ରେ ଅଲାନା

ଖୁବ୍‌ଶୀଘ୍ର ଆଉ ଏକ ନୂଆ ମୁହଁ ବଲିଉଡ୍‌ରେ ଏଣ୍ଟ୍ରି କରୁଛନ୍ତି। ସେ ହେଲେ ଅଲାନା ପାଣ୍ଡେ। ନବାଗତା ଜଣକ ହେଲେ ବିଗତ ଦିନର ଅଭିନେତା ଚଙ୍କି ପାଣ୍ଡେଙ୍କ ଭାଣିଜୀ। ଯଦିଓ ତାଙ୍କୁ ୨-୩ ଟି ଅଫର ମିଳିଛି ହେଲେ ଏ ନେଇ ସେ କୌଣସି ଶେଷ ନିଷ୍ପତ୍ତି ନେଇ ନାହାନ୍ତି।

ନୂଆ ସିନେମା: ଫୋର ଇଡିୟଟ୍‌ସ

ନୂଆ ସିନେମା: ଫୋର ଇଡିୟଟ୍‌ସ

କମେଡି, ଫାମିଲି ଡ୍ରାମା ଏବଂ ଆକ୍ସନକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଫୋର୍‌ ଇଡିୟଟ୍‌ସ’। ଚାରିଜଣ ସାଙ୍ଗଙ୍କ କୌତୂହଳପୂର୍ଣ୍ଣ ଜୀବନକୁ ନିଆରା ଢଙ୍ଗରେ ଦୃଶ୍ୟାୟିତ ହେବ ଏହି ଚଳଚ୍ଚିତ୍ରରେ। ପ୍ରଥମ ଥର ପାଇଁ ତିନୋଟି ପ୍ରଯୋଜନା ସଂସ୍ଥା ଜୀ ସାର୍ଥକ, ପ୍ରକାଶ ଫିଲ୍ମସ ଏବଂ ଅକ୍ଷୟ ପରିଜା ପ୍ରଡକ୍ସନ ମିଳିତ ଭାବରେ ଏହାର ପ୍ରଯୋଜନା କରୁଛନ୍ତି।

ଆଉ ଜଣେ ନବାଗତା

ଆଉ ଜଣେ ନବାଗତା

ଆଉ ଜଣେ ନବାଗତା ଖୁବ୍‌ଶୀଘ୍ର ଓଡ଼ିଆ ସିନେମାରେ ଦେଖାଦେବେ। ଏକାଧାରରେ ଗୀତ ଗାଇବା ଏବଂ ଅଭିନୟକୁ କ୍ୟାରିୟର କରି ଆଗଉଥିବା ଏହି ଅଭିନେତ୍ରୀ ଜଣକ ହେଲେ ଶୁଭସ୍ମିତା ରଥ ଓରଫ ମାମୁନି।

ଶକ୍ତି ଦେଖାଇବେ କରନ୍‌

ଶକ୍ତି ଦେଖାଇବେ କରନ୍‌

ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। କାରଣ ବଡ଼ ପରଦାରେ କ୍ୟାରିୟର ଆରମ୍ଭ କରୁ କରୁ ଯଦି ଏକ ମନଲାଖି ଭୂମିକାଟିଏ ମିଳିଗଲା ତା’ହେଲେ ସେହି କଳାକାରଙ୍କ ଖୁସି କହିଲେ ନ ସରେ। ଦେଖୁନାହାନ୍ତି, ନିଜର ପ୍ରଥମ ଫିଲ୍ମ ରିଲିଜ ହେବା ପୂର୍ବରୁ ନିଜ ଅଭିନୟକୁ ନେଇ କିପରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଏହି ନବାଗତ। କରନ୍‌।

ସଂଖ୍ୟାର ଖେଳ

ସଂଖ୍ୟାର ଖେଳ

ଓଡ଼ିଆ ସିନେମାର ଇତିହାସ ବେଶ୍‌ ରୁଦ୍ଧିମନ୍ତ। ୧୯୩୬ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚିତ୍ର ‘ସୀତା ବିବାହ’। ଏ ପର୍ଯ୍ୟନ୍ତ ଏହି ସଂଖ୍ୟା ୬୬୦ ଅତିକ୍ରମ କରିଛି। କିନ୍ତୁ ଗୁଣାତ୍ମକ ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା କଲେ ଆମ ଓଡ଼ିଆ ସିନେମାର ଭବିଷ୍ୟତ ଉପରେ ସ୍ବତଃ ପ୍ରଶ୍ନବାଚୀ ଲାଗିଯାଉଛି।

ମଣ୍ଟୁ ଦାସଙ୍କ ମନ କଥା

ମଣ୍ଟୁ ଦାସଙ୍କ ମନ କଥା

ମଣ୍ଟୁ ଓରଫ ମଣ୍ଟୁ ଦାସ। ପାଠ ପଢ଼ିବା ବେଳେ ଘାରିଲା ଅଭିନୟ ନିଶା। ମୁହଁରେ ପାଉଡର ଲଗାଇ ମଞ୍ଚ ଉପରେ ଦର୍ଶକଙ୍କୁ ଅଭିନୟ ମାୟାରେ ବାନ୍ଧି ରଖିବା ପାଇଁ ମାଇଣ୍ଡ ମେକ୍‌ଅପ୍‌ କରିନେଲେ। ଗଙ୍ଗୋତ୍ରୀ ଗଣନାଟ୍ୟରୁ ଆରମ୍ଭ ହେଲା ତାଙ୍କର ଅଭିନୟ ଜୀବନ।

ଭାରତୀୟ ସିନେମାରେ ନୂତନ ଧାରା ସୃଷ୍ଟି କରିଥିଲେ ସହଗଲ୍‌

ଭାରତୀୟ ସିନେମାରେ ନୂତନ ଧାରା ସୃଷ୍ଟି କରିଥିଲେ ସହଗଲ୍‌

ବମ୍ବେ, ୧୧।୪: ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ଭାବେ ଖ୍ୟାତି ଲାଭକରିଥିଲେ କେ.ଏଲ୍‌. ସହଗଲ୍‌। ତାଙ୍କର ଉଚ୍ଚକୋଟୀର ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରୁଥିଲା। ଭାରତୀୟ ସିନେମାରେ ନୂତନ ଧାରା ସୃଷ୍ଟି କରି ସେ ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଥିଲେ। ୧୯୦୪ ମସିହା ଏପ୍ରିଲ୍‌ ୧୧ରେ ଜମ୍ମୁଠାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା କେଶରବାଈ ସହଗଲ୍‌ଙ୍କର ସଙ୍ଗୀତ ପ୍ରତି ବିଶେଷ ରୁଚିଥିଲା। ପିତା ଅମୀରଚାନ୍ଦ୍‌ ସହଗଲ୍‌ ଜମ୍ମୁ ରାଜାଙ୍କର ତହସିଲ୍‌ଦାର୍‌ ଭାବେ କାର୍ଯ୍ୟ କରୁଥିଲେ।

କପିଲ ଶର୍ମା ନଟ୍‌ ରିଚେବଲ୍‌

କପିଲ ଶର୍ମା ନଟ୍‌ ରିଚେବଲ୍‌

ବମ୍ବେ,୧୦।୪: ବେଶ୍‌ କିଛିଦିନ ହେବ ଅଡୁଆରେ ପଡିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଛୋଟ ପରଦାରେ ହିଟ୍‌ ଥିବା କପିଲ ବଡ ପରଦାରେ କିନ୍ତୁ ଫେଲ୍‌ ମାରିଲେ। ବଲିଉଡ ଫିଲ୍ମ ‘ଫିରଙ୍ଗି’ ବକ୍ସ ଅଫିସରେ ଫ୍ଲପ୍‌ ହେବା ପରେ କପିଲ ପୁଣି ମନ ବଳାଇଲେ ଛୋଟ ପରଦା ଆଡେ।

ଏପ୍ରିଲ୍‌ ୧୩ରେ ରିଲିଜ୍‌ ହେବ ନାନକ ଶାହା ଫକୀର୍‌

ଏପ୍ରିଲ୍‌ ୧୩ରେ ରିଲିଜ୍‌ ହେବ ନାନକ ଶାହା ଫକୀର୍‌

ନୂଆଦିଲ୍ଲୀ, ୧୦।୪: ଏପ୍ରିଲ୍‌ ୧୩ରେ ଦେଶବ୍ୟାପି ନାନକ ଶାହ ଫକୀର୍‌ ଫିଲ୍ମ ରିଲିଜ୍‌ ହେବ। ଏନେଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଶିଖ୍‌ ଗୁରୁ ନାନକ ଦେବଙ୍କ ବାଣୀ ଏବଂ ଉପଦେଶ ଉପରେ ଆଧାରିତ ଏହି ଫିଲ୍ମର ରିଲିଜ୍‌ ବିରୋଧରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି(ଏସ୍‌ଜିପିସି) ପକ୍ଷରୁ ଶୀର୍ଷ ଆଦାଲତରେ ଏକ ଆବେଦନ ଦାଖଲ କରାଯାଇଥିଲା।

ରିଲିଜ୍‌ ହେଲା ‘ରାଜି’ର ଅଫିସିଆଲ ଟ୍ରେଲର

ରିଲିଜ୍‌ ହେଲା ‘ରାଜି’ର ଅଫିସିଆଲ ଟ୍ରେଲର

ନୂଆଦିଲ୍ଲୀ,୧୦।୪: ବଲିଉଡ ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ରାଜି’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ଆଲିଆ ଖୁବ୍‌ ଦମ୍‌ଦାର ଲୁକ୍‌ରେ ନଜରକୁ ଆସୁଛନ୍ତି।

ପିଛା ଛାଡ଼ୁନି ନ୍ୟାୟିକ ବିବାଦ: ପ୍ରିୟାଙ୍କ ବିରୋଧରେ ସାନି ମାମଲା

ପିଛା ଛାଡ଼ୁନି ନ୍ୟାୟିକ ବିବାଦ: ପ୍ରିୟାଙ୍କ ବିରୋଧରେ ସାନି ମାମଲା

ତେଲେଙ୍ଗାନା: ମାଲ୍‌ୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିଅର୍‌ଙ୍କ ପିଛା ଛାଡ଼ୁନି ନ୍ୟାୟିକ ବିବାଦ। ଅପ୍‌ କମିଂ ମାଲାୟଲମ୍‌ ଚଳଚ୍ଚିତ୍ର ‘ଓରୁ ଆଦର ଲଭ୍‌’ରେ ପ୍ରିୟା ମୁଖ ଭଙ୍ଗୀ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଛି। ନିଜ ଭାବଭଙ୍ଗୀ ଜରିଆରେ ପ୍ରିୟା ମୁସଲ୍‌ମାନ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ କୁଠାରାଘାତ କରାଯାଇଥିବା ଦର୍ଶାଇ ତେଲେଙ୍ଗାନାର ଦୁଇ ଜଣ ବ୍ୟକ୍ତି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।

‘ଭାରତ କେ ବୀର’କୁ ପୂରିଲା ୧ବର୍ଷ: ମିଳିଲା ୨୯ କୋଟି ଟଙ୍କା

‘ଭାରତ କେ ବୀର’କୁ ପୂରିଲା ୧ବର୍ଷ: ମିଳିଲା ୨୯ କୋଟି ଟଙ୍କା

ନୂଆଦିଲ୍ଲୀ,୯।୪: ଦେଶ ପାଇଁ ସର୍ବୋଚ୍ଚ ବଳୀଦାନ ଦେଇଥିବା ଯବାନଙ୍କୁ ସହଯୋଗ କରିବାକୁ ଆରମ୍ଭ କରାଯାଇଥିଲା ଏକ ଓ୍ବେବସାଇଟ୍‌ ‘ଭାରତ କେ ବୀର’, ଯାହାକୁ ସୋମବାର ବର୍ଷେ ପୂରିଛି। ଏପ୍ରିଲ ୯, ୨୦୧୭ରେ ଏହାର ଶୁଭାରମ୍ଭ କରାଯାଇଥିଲା।

ସଫଳ ପ୍ରଯୋଜିକା ଅନୁଷ୍କା

ସଫଳ ପ୍ରଯୋଜିକା ଅନୁଷ୍କା

ନୂଆଦିଲ୍ଲୀ,୯।୪: ବଲିଉଡ ନାୟିକା ଅନୁଷ୍କା ଶର୍ମା। ଏବେ ଜଣେ ସଫଳ ପ୍ରଯୋଜିକା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଖୁବ୍‌ଶୀଘ୍ର ସେ ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବାକୁ ଯାଉଛନ୍ତି।

 ସାନ୍ୟା ପ୍ରଥମ ପସନ୍ଦ

ସାନ୍ୟା ପ୍ରଥମ ପସନ୍ଦ

ବମ୍ବେ:‘ଦଙ୍ଗଲ’ ଫିଲ୍ମ ଜରିଆରେ ଚର୍ଚ୍ଚା ପରିସରକୁ ଆସିଥିବା ଅଭିନେତ୍ରୀ ସାନ୍ୟା ମଲ୍‌ହୋତ୍ରାଙ୍କ ଡିମାଣ୍ଡ ଏବେ ବଲିଉଡ୍‌ରେ ଶୀର୍ଷସ୍ଥାନରେ ରହିଛି। ଅନେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ସାନ୍ୟା। ବିଶାଲ ଭରଦ୍ୱାଜ, ମୋହିତ୍‌ ସୁରୀଙ୍କ ଭଳି ନିର୍ଦ୍ଦେଶକଙ୍କଠାରୁ ଅଫର୍‌ ପାଇଛନ୍ତି ସେ। ନିଜର ଅପ୍‌ କମିଂ ଫିଲ୍ମ ‘ଚୁନ୍‌ରିଅଁା’ରେ ସାନ୍ୟାଙ୍କୁ ମୁଖ୍ୟ ଭୂମିକାରେ ବାଛିଛନ୍ତି ବିଶାଲ।