ମନୋରଞ୍ଜନ

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ନୂଆଦିଲ୍ଲୀ,୨୧।୪: ନାବାଳିକା ବଳାତ୍କାର ଘଟଣା ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶ ମଥୁରାର ଭାଜପା ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ତାଙ୍କ ମତ ରଖିଛନ୍ତି।

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ନୂଆଦିଲ୍ଲୀ,୨୧।୪: ଆମେରିକାରରେ ଶୁଟିଂ ଚାଲିଥିବା ଅପ୍‌ କମିଙ୍ଗ ପଲିଟିକାଲ ଡ୍ରାମା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ ଶେଷ ହୋଇଥିବା ଜଣାପଡିଛି। ଏଥିରେ ଲିଡ୍‌ ରୋଲରେ ଥିବା ବଲିଉଡ ଅଭିନେତା ଅନୁପମ ଖେର୍‌ ସୋସିଆଲ ମିଡିଆ ମାଧ୍ୟମରେ ଏହା କହିଛନ୍ତି।

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ବମ୍ବେ, ୨୨।୪ : ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟ ଅମୃତା ପ୍ରୀତମ୍‌ ଏବଂ ସାହୀର ଲୁଧିୟାନୀଙ୍କ ଉପରେ ହେବାକୁଥିବା ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ। ତାଙ୍କ ସହିତ ଅଭିଷେକ ବଚ୍ଚନ ଅପୋଜିଟ୍‌ରେ ରହିବେ। ଫିଲ୍ମର ନିର୍ମାଣ ସଞ୍ଜୟ ଲିଲା ଭସାଂଲୀ କରୁଛନ୍ତି। ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯାଇଛି।

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ଭୁବନେଶ୍ୱର,୨୦।୪(ବ୍ୟୁରୋ)-ଏଥର ଫେଣ୍ଟାଫେଣ୍ଟି ଫିଲ୍ମକୁ ନେଇ ଆସିଛି ଫ୍ରାଇଡେ’ ରିଲିଜ୍‌। ଶୁକ୍ରବାର ରିଲିଜ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶର ଏକାଧିକ ଭିନ୍ନସ୍ବାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ବିୟଣ୍ଡ ଦ କ୍ଲାଉଡ୍‌ସ’ ସହ ଆଉ ଏକ ହିନ୍ଦୀ ଫିଲ୍ମ ‘ନାନୁ କି ଜାନୁ’, ଇଂଲିଶ ଫିଲ୍ମ ‘ଟ୍ରୁଥ୍‌ ଅର୍‌ ଡେୟାର’ ଏବଂ ଓଡ଼ିଆ ଫିଲ୍ମ ‘ଯୋଗୀ’ ମୁକ୍ତିଲାଭ କରିବ।

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

ବମ୍ବେ,୧୯।୪: କଠଓ୍ବା ବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହା ଉପରେ ମତ ରଖିବାକୁ ନିଜକୁ ଲଜ୍ୟାବୋଧ କରିଥିବା କହିଛନ୍ତି ମହାନାୟକ ଅଭିତାଭ ବଚ୍ଚନ।

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ନୂଆଦିଲ୍ଲୀ,୧୯।୪: ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି। କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

ଆଲିଆଙ୍କ ଆକ୍ରୋଶ

ଆଲିଆଙ୍କ ଆକ୍ରୋଶ

ବମ୍ବେ: କଠୁଆ, ଉନ୍ନାଓ ଏବଂ ସୁରଟ୍‌ ବଳାତ୍କାର ମାମଲାରେ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ବଲିଉଡ୍‌ ଜଗତରୁ ମଧ୍ୟ ଏହାର ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହି ବିରୋଧ ସ୍ବରରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।

ମ୍ୟାରେଜ  ପାଇଁ  ପ୍ରସ୍ତୁତି

ମ୍ୟାରେଜ ପାଇଁ ପ୍ରସ୍ତୁତି

ଅନିଲ ତନୟା ସୋନମ କପୁରଙ୍କ ମନ ଆଉ କେଉଁଠି ଲାଗୁନାହିଁ। କେମିତି ମ୍ୟାରେଜ ଡେଟ୍‌ ଆସିବ। ଆଉ ତା’ପୂର୍ବରୁ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଅଛନ୍ତି ସେ। ସୋନମଙ୍କ ସଂଗୀତରେ କୋରିଓଗ୍ରାଫି ଦାୟିତ୍ୱ ତୁଲାଉଛନ୍ତି ବଲିଉଡ୍‌ର ବିଶିଷ୍ଟ କୋରିଓଗ୍ରାଫର ଫରହା ଖଁ। ।

ଆକ୍ସନ ମାଷ୍ଟରଙ୍କ ସଜବାଜ

ଆକ୍ସନ ମାଷ୍ଟରଙ୍କ ସଜବାଜ

ଜଲିଉଡ୍‌ର ଆକ୍ସନ ମାଷ୍ଟର ବାପି ପଣ୍ଡା ଏବେଠାରୁ ସଜବାଜ ହେଲେଣି। କାରଣ ଗତ କିଛିବର୍ଷ ହେବ ସେ ବାଘାଯତୀନ ଲୋକନାଟ୍ୟରେ ଅଭିନୟ କ୍ୟାରିୟର ଜାରି ରଖିଛନ୍ତି। ଚଳିତ ଯାତ୍ରା ସିଜନରେ ଲେଖକ-ନିର୍ଦ୍ଦେଶକ ଗଣେଶ-ଗୁରୁ ଯୋଡିଙ୍କର ‘କାହାଣୀ କାନ୍ଦୁଛି ଆଖି ଲୁଚେଇ’ ଏବଂ ନିହାର ମହାନ୍ତି-ତାପସ ସ୍ବାଇଁଙ୍କ ‘ପାକିସ୍ତାନୀ ଝିଅ ଭାରତ କେ ଲିୟେ ସହିଦ’ ସୁପର ଡୁପର ହିଟ୍‌ ହୋଇସାରିଛି।

୮୨ ବର୍ଷର ସ୍ମୃତି ‘ସୀତା ବିବାହ’

୮୨ ବର୍ଷର ସ୍ମୃତି ‘ସୀତା ବିବାହ’

ରାସ ସ୍ରଷ୍ଟା ସେ। ସେ ଥିଲେ ଜଣେ ଆଧ୍ୟାତ୍ମିକ ପୁରୁଷ। ଓଡ଼ିଆ ଭାଷାରେ ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସେ ନିର୍ମାଣ କରିଥିଲେ। ତାହା ଥିଲା ‘ସୀତା ବିବାହ’। ତେଣୁ ଓଡ଼ିଆ ସିନେମା ଜଗତ ପାଇଁ ସେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ।

ପରଦାରେ ‘ଯୋଗୀ’

ପରଦାରେ ‘ଯୋଗୀ’

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷକୁ ଓଡ଼ିଆ ସିନେମା ‘ଯୋଗୀ’ ପରଦା ଉପରକୁ ଆସୁଛି। ଚଳିତ ମାସ ୨୦ରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଏହାର ପ୍ରଯୋଜକ ଶ୍ରୀଧର ମାର୍ଥା। ରେଞ୍ଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପାଖାପାଖି ୭୦ କଳାକାର ଅଭିନୟ କରିଛନ୍ତି।

ବେଡ୍‌ ରେଷ୍ଟରେ ସୋନାକ୍ଷୀ

ବେଡ୍‌ ରେଷ୍ଟରେ ସୋନାକ୍ଷୀ

‘ଦବଙ୍ଗ ଗର୍ଲ’ ସୋନାକ୍ଷୀ ଏବେ ଘରେ ରହୁଛନ୍ତି। ପାଖାପାଖି ଦୁଇ ସପ୍ତାହ ରେଷ୍ଟ ନେବା ପରେ ପୁଣି ଥରେ ମଇଦାନକୁ ଓହ୍ଲାଇବେ। ହେଲେ ଘରେ ରହି ସେ ଆଉ ଏକ କାମରେ ବ୍ୟସ୍ତ ରହିବେ। ଏହି ସୀମିତ ସମୟ ଭିତରେ ସେ ନୂଆ ନୂଆ ରେସିପି ଶିଖିବେ।

କରଣଙ୍କ ‘କଳଙ୍କ’

କରଣଙ୍କ ‘କଳଙ୍କ’

ବମ୍ବେ: ଆସୁଛି କରଣ ଜୋହରଙ୍କ ଆଗାମୀ ମଲ୍ଟି ଷ୍ଟାରର୍‌ ଫିଲ୍ମ ‘କଳଙ୍କ’। ଏଥିରେ ସଞ୍ଜୟ ଦତ୍ତ, ବରୁଣ ଧାଓ୍ବନ, ଆଲିୟା ଭଟ୍ଟ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର ଏବଂ ମାଧୁରୀ ଦୀକ୍ଷିତ୍‌ଙ୍କୁ ପ୍ରମୂଖ ଭୂମିକାରେ ଦେଖିବାକୁ ମିଳିବ।

 ସଲ୍‌ମାନ ଆଶ୍ୱସ୍ତ

ସଲ୍‌ମାନ ଆଶ୍ୱସ୍ତ

ଯୋଧପୁର: ବିଦେଶ ଯାତ୍ରା ପାଇଁ ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କୁ ମଙ୍ଗଳବାର ଅନୁମତି ମିଳିଛି। ୪ଟି ଦେଶକୁ ଯାତ୍ରା କରିବା ଲାଗି ସଲ୍‌ମାନ ରାଜସ୍ଥାନର ଯୋଧପୁର ଜିଲା ଓ ଜୌରା ଜଜ୍‌ଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କର ଆବେଦନ ଗ୍ରହଣ କରି ଏ ନେଇ ଅନୁମତି ଦେଇଛନ୍ତି ଅଦାଲତ। ୧୯୯୮ କୃଷ୍ଣସାର ମୃଗ ଶିକାର ମାମଲାରେ ଏପ୍ରିଲ ୫ରେ ସଲ୍‌ମାନଙ୍କୁ ଦୋଷୀ ସାବ୍ୟସ୍ତକରି ୫ ବର୍ଷ ଦେଲ ଦଣ୍ଡାଦେଶ କରିଥିଲେ ଯୋଧପୁର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌।

କପିଲଙ୍କ ହାତ ଖାଲି, ସୁନୀଲଙ୍କ ହାତରେ ଜ୍ୟାକ୍‌ପଟ୍‌

କପିଲଙ୍କ ହାତ ଖାଲି, ସୁନୀଲଙ୍କ ହାତରେ ଜ୍ୟାକ୍‌ପଟ୍‌

ବମ୍ବେ,୧୭।୪: ଛୋଟ ପରଦାରେ ଦିନେ ରାଜ୍‌ କରୁଥିବା କମେଡି କିଙ୍ଗ କପିଲ ଶର୍ମା ଏବେ ଏକ ପ୍ରକାର ଚୁପ୍‌ ହୋଇ ଯାଇଛନ୍ତି। ପୂର୍ବରୁ ତାଙ୍କ ଶୋ’ର ମୁଖ୍ୟ ଆକର୍ଷଣ ସାଜିଥିବା ସୁନୀଲ ଗ୍ରୋଭରଙ୍କ ସହ କପିଲଙ୍କର ମନୋମାଳିନ୍ୟ ପରେ ସତେ ଯେମିତି ତାଙ୍କ କ୍ୟାରିୟରରେ କଳା ବାଦଲ ଛାଇ ଯାଇଛି।

ସଲମାନଙ୍କ ବିଦେଶ ଗସ୍ତକୁ ମିଳିଲା ଅନୁମତି

ସଲମାନଙ୍କ ବିଦେଶ ଗସ୍ତକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୭।୪: ଆଗାମୀ ଫିଲ୍ମର ଶୁଟିଂ ପାଇଁ ବିଦେଶ ଯାତ୍ରା କରିବାକୁ ଅଭିନେତା ସଲମାନଙ୍କୁ ଯୋଧପୁର ଜିଲା ଓ ଦୌରା ଜଜ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଶୁଟିଂ ପାଇଁ ସେ କାନାଡା, ନେପାଳ ଓ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ବିଦେଶ ଯିବାକୁ ଆଦେବନ କଲେ ସଲମାନ

ବିଦେଶ ଯିବାକୁ ଆଦେବନ କଲେ ସଲମାନ

ନୂଆଦିଲ୍ଲୀ,୧୭।୪: କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଜାମିନରେ ଆସିଥିବା ବଲିଉଡ ନାୟକ ସଲମାନ ଏବେ ବିଦେଶ ଯାତ୍ରା କରିବା ପାଇଁ କୋର୍ଟଙ୍କ ଅନୁମତି ମାଗିଛନ୍ତି।

ପ୍ରଯୋଜିକା ଦୀପିକା

ପ୍ରଯୋଜିକା ଦୀପିକା

ବମ୍ବେ: ସଞ୍ଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ୍‌’ରେ ବ୍ୟାପକ ସଫଳତା ପରେ ଚଳଚ୍ଚିତ୍ର ଜଗତରେ ପୁଞ୍ଜିନିବେଶ କରିବାକୁ ଚାହାନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଜଣେ ସଫଳ ଅଭିନେତ୍ରୀ ଭାବେ ଖ୍ୟାତି ଅର୍ଜନ କରିବା ପରେ ପ୍ରଯୋଜନା କ୍ଷେତ୍ରରେ ପଦାର୍ପଣ କରିବାକୁ ଯାଉଛନ୍ତି ଦୀପିକା। ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମାଙ୍କ ଭଳି ଦୀପିକା ଖୁବ୍‌ଶୀଘ୍ର ନିଜର ଏକ ପ୍ରଡକ୍ସନ୍‌ ହାଉସ୍‌ ଲଞ୍ଚ୍‌ କରିବାକୁ ଯାଉଥିବା ‘ଦି ଏସିଆନ୍‌ ଏଜ୍‌’ ସୂତ୍ରରୁ ପ୍ରକାଶ।

ଆସିଲା ‘ହୋପ୍‌ ଔର ହମ୍‌’ର ପୋଷ୍ଟର

ଆସିଲା ‘ହୋପ୍‌ ଔର ହମ୍‌’ର ପୋଷ୍ଟର

ବମ୍ବେ,୧୬।୪: ନାସିରୁଦ୍ଦିନ ଶାହାଙ୍କ ଆଗାମୀ ଫିଲ୍ମ ‘ହୋପ୍‌ ଔର ହମ୍‌’ର ପୋଷ୍ଟର ରିଲିଜ୍‌ ହୋଇଛି। ଫିଲ୍ମର ନାଁ ଭଳି ପୋଷ୍ଟର ମଧ୍ୟ ହୋପ୍‌ଫୁଲ୍‌ ହୋଇଥିବା ଆଲୋଚନା ହେଉଛି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ତାଙ୍କ ଟୁଇଟର୍‌ ପେଜ୍‌ରେ ଏହି ପୋଷ୍ଟରକୁ ଶେୟାର କରିଛନ୍ତି।

ମନେ ପଡନ୍ତି ଚାର୍ଲି ଚାପଲିନ

ମନେ ପଡନ୍ତି ଚାର୍ଲି ଚାପଲିନ

ନୂଆଦିଲ୍ଲୀ,୧୬।୪: ନିର୍ବାକ୍‌ ଚଳଚ୍ଚିତ୍ରର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଚାର୍ଲି ଚାପଲିନଙ୍କର ୧୨୯ ତମ ଜନ୍ମ ଦିବସକୁ ମନେ ପକାଇଛନ୍ତି ତାଙ୍କ ପ୍ରଶଂସକମାନେ। ବିନା ଡାଏଲଗ୍‌ରେ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରୁଥିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ। ତାଙ୍କ ଅଭିନୟରେ ଥିଲା ସ୍ବତନ୍ତ୍ରତା। ଓ୍ବାର୍ଲଡ ଓ୍ବାଇଡ୍‌ ସେ ତିଆରି କରିଥିଲେ ତାଙ୍କର ଏକ ଭିନ୍ନ ପରିଚୟ।

ବିଗ୍‌ ବସ୍‌-୧୨ ପାଇଁ ଆରମ୍ଭ ହେଲା ଅଡିଶନ୍‌

ବିଗ୍‌ ବସ୍‌-୧୨ ପାଇଁ ଆରମ୍ଭ ହେଲା ଅଡିଶନ୍‌

ନୂଆଦିଲ୍ଲୀ,୧୬।୪: ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍‌ ବସ୍‌-୧୨ର ଅଡିଶନ୍‌ ଆରମ୍ଭ ହୋଇଛି। ହେଲେ ଏଥର ଅଡିଶନ୍‌ରେ ସାମାନ୍ୟ ଟୁଇଷ୍ଟ କରାଯାଇଥିବା ଜଣାପଡିଛି।

ସୋସିଆଲ ମିଡିଆରେ ଛାଇଗଲେ ଦିବ୍ୟାଙ୍କା

ସୋସିଆଲ ମିଡିଆରେ ଛାଇଗଲେ ଦିବ୍ୟାଙ୍କା

ବମ୍ବେ,୧୫।୪: ଘରୋଇ ଟେଲିଭିଜନ ଚ୍ୟାନେଲ ଷ୍ଟାର ପ୍ଲସର ଶୋ’ ‘ୟେ ହୈ ମୋହବତେ’ରେ ହସିତା ଭଲ୍ଲା ଚରିତ୍ରରେ ଅଭିନୟ କରୁଥିବା ଦିବ୍ୟାଙ୍କା ତ୍ରିପାଠୀ ଏବେ ଘରେ ଘରେ ବେଶ୍‌ ପରିଚିତା।

କଠଓ୍ବା ପୀଡ଼ିତାଙ୍କୁ ନ୍ୟାୟ ମିଳୁ: ବଲିଉଡ

କଠଓ୍ବା ପୀଡ଼ିତାଙ୍କୁ ନ୍ୟାୟ ମିଳୁ: ବଲିଉଡ

ବମ୍ବେ,୧୫।୪: ଜମ୍ମୁ-କଶ୍ମୀରର କଠଓ୍ବାଠାରେ ଜଣେ ୮ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ସହ ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବାକୁ ସବୁଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରୁ ବଲିଉଡ ବି ବାଦ୍‌ ଯାଇନାହିଁ।

ବ୍ରିଟିଶ୍‌ ଫିଲ୍ମରେ ରାଧିକା

ବ୍ରିଟିଶ୍‌ ଫିଲ୍ମରେ ରାଧିକା

ଲସ୍‌ ଏଞ୍ଜେଲ୍‌ସ: ପାଶ୍ଚାତ୍ୟ ମନୋରଞ୍ଜନ ଦୁନିଆରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ଆଉ ଜଣେ ଭାରତୀୟ ଅଭିନେତ୍ରୀ। ଏବେ ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେଙ୍କ ହାତରେ ବ୍ରିଟିଶ୍‌ ଫିଲ୍ମ ଜଗତର ଟିକେଟ୍‌। ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ଆଧାରିତ ଏକ ନାରୀକୈନ୍ଦ୍ରିକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ରାଧିକା।