ମନୋରଞ୍ଜନ

ବିବାହ ବନ୍ଧନରେ ସୋନମ

ବିବାହ ବନ୍ଧନରେ ସୋନମ

ବମ୍ବେ: ବେଶ କିଛିଦିନ ହେବ ବଲିଉଡ ବିୟୁଟି ସୋନମ କପୁରଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା। ରବିବାର ମେହେନ୍ଦି ପରେ ସୋମବାର ସରିଛି ସଙ୍ଗୀତ୍‌। ମଙ୍ଗଳବାର ସୋନମ ବିଜ୍‌ନେସମ୍ୟାନ୍‌ ଆନନ୍ଦ ଆହୁଜାଙ୍କ ସହ ଆରମ୍ଭ କରିବେ ନୂଆ ଜୀବନ।

କୃଷ୍ଣସାର ମୃଗ ଶିକାର ମାମଲା: ଜୁଲାଇ ୧୭ରେ ପରବର୍ତ୍ତୀ ଶୁଣାଣି

କୃଷ୍ଣସାର ମୃଗ ଶିକାର ମାମଲା: ଜୁଲାଇ ୧୭ରେ ପରବର୍ତ୍ତୀ ଶୁଣାଣି

ଯୋଧପୁର, ୭।୫ : କୃଷ୍ଣସାର ମୃଗ ଶିକାର ମାମଲାରେ ସୋମବାର ସଲମାନ୍‌ ଖାଁଙ୍କ ବିଚାର ସେନସସ୍‌ କୋର୍ଟରେ ଆରମ୍ଭ ହୋଇଛି। ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୭ରେ କରିବାକୁ ବିଚାରପତି ଚନ୍ଦ୍ର କୁମାର ସୋନଗରା ସୂଚିତ କରିଛନ୍ତି।

‘କଳଙ୍କ’ର ସଫଳତା ନେଇ ଆଶାବାଦୀ ଆଲିଆ

‘କଳଙ୍କ’ର ସଫଳତା ନେଇ ଆଶାବାଦୀ ଆଲିଆ

ବମ୍ବେ, ୬।୫ : କରଣ ଜୋହରଙ୍କ ଫିଲ୍ମ କଳଙ୍କର ସଫଳତା ନେଇ ବଲିଉଡ୍‌ର ଚୁଲବୁଲୀ ଅଭିନେତ୍ରୀ ଆଲିଆ ଭଟ୍ଟ ବେଶ୍‌ ଆଶାବାଦୀ ରହିଛନ୍ତି। ଫିଲ୍ମରେ ଖ୍ୟାତି ସମ୍ପନ୍ନ କଳାକାରମାନେ ଅଭିନୟ କରୁଥିବାରୁ ଆଲିଆ ବେଶ୍‌ ରୋମାଞ୍ଚିତ ଅଛନ୍ତି। ଫିଲ୍ମରେ ଆଲିଆଙ୍କ ସମେତ ବରୁଣ ଧାଓ୍ବନ, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା, ମାଧୁରୀ ଦୀକ୍ଷୀତ୍‌, ସଞ୍ଜୟ ଦତ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ମ୍ୟୁଜିକ୍‌ ଭିଡିଓ ଯୋଗେ ଫେରୁଛନ୍ତି ହନି, ଜିମ୍‌ରେ କଟୁଛି ଅଧିକାଂଶ ସମୟ

ମ୍ୟୁଜିକ୍‌ ଭିଡିଓ ଯୋଗେ ଫେରୁଛନ୍ତି ହନି, ଜିମ୍‌ରେ କଟୁଛି ଅଧିକାଂଶ ସମୟ

ବମ୍ବେ: ଦୀର୍ଘ ଦିନ ବ୍ୟବଧାନପରେ ୟୋ ୟୋ ହନି ସିଂ ନିଜର ଆଉ ଏକ ଭିଡିଓ ଆଣିବାକୁ ଯାଉଛନ୍ତି। ଏଥିପାଇଁ ସେ ବେଶ କିଛି ସମୟ ଜିମ୍‌ରେ କାଟୁଛନ୍ତି। ହନି ଜିମ୍‌ରେ ଥିବା ସମୟର ଫଟୋକୁ ନିଜର ଇନଷ୍ଟାଗ୍ରାମ ଓ ଟୁଇଟରରେ ସେୟାର କରିଥିଲେ। ଯାହାକୁ ଦେଖି ହନିଙ୍କ ଫ୍ୟାନ୍‌ମାନେ ତାଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି।

ସୋନମ୍‌ଙ୍କ ବିବାହ ପାଇଁ ସଜ୍ଜିତ ହେଲା ଅନିଲଙ୍କ ପ୍ରତିମୂର୍ତ୍ତି

ସୋନମ୍‌ଙ୍କ ବିବାହ ପାଇଁ ସଜ୍ଜିତ ହେଲା ଅନିଲଙ୍କ ପ୍ରତିମୂର୍ତ୍ତି

ବମ୍ବେ: ଆସନ୍ତା ମେ ୮ ତାରିଖ ମଙ୍ଗଳବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନିଲ ତନୟା ସୋନମ। ଏହାର ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଅଛନ୍ତି ଅନିଲ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ମାଡାମ୍‌ ତୁସାଦ ମ୍ୟୁଜିୟମ୍‌ ଅନିଲଙ୍କୁ ଏକ ନିଆରା ଭେଟି ଦେଇଛି।

ମେଘାନ୍‌ଙ୍କଠାରେ ଡାଏନାଙ୍କ ଝଲକ

ମେଘାନ୍‌ଙ୍କଠାରେ ଡାଏନାଙ୍କ ଝଲକ

ଲଣ୍ଡନ: ଯୁବରାଜ ହ୍ୟାରି ଏବଂ ଆମେରିକୀୟ ଅଭିନେତ୍ରୀ ମେଘାନ୍‌ ମର୍କଲେଙ୍କ ବିବାହକୁ ଆଉ ମାତ୍ର ଦୁଇ ସପ୍ତାହ ବାକି ଥିବାବେଳେ ଉତ୍ସବ ମୁଖର ହୋଇ ଉଠିଲାଣି ସମଗ୍ର ବ୍ରିଟେନ୍‌। ବର୍ତ୍ତମାନ ମେଘାନ୍‌ଙ୍କ ବ୍ୟକ୍ତିତ୍ୱ ସହ ହ୍ୟାରିଙ୍କ ମା ପ୍ରିନ୍ସେସ୍‌ ଡାଏନାଙ୍କ ସହ ତୁଳନା କରାଯାଉଛି।

ଇଟାଲୀ ଅଭିନେତ୍ରୀଙ୍କ ନାମ ଅନୁସାରେ ରଖାଯାଇଛି କରିସ୍ମାଙ୍କ ନାମ

ଇଟାଲୀ ଅଭିନେତ୍ରୀଙ୍କ ନାମ ଅନୁସାରେ ରଖାଯାଇଛି କରିସ୍ମାଙ୍କ ନାମ

ବମ୍ବେ: ବଲିଉଡ କୁଇନ୍‌ କରିସ୍ମା କପୁର ଏବେ ଆଉ ଲାଇମ୍‌ ଲାଇଟ୍‌ରେ ନ ଥିଲେ ସୁଦ୍ଧା ତାଙ୍କ ଅଭିନିତ କିଛି ଚଳଚ୍ଚିତ୍ର ଏବେବି ଦର୍ଶକଙ୍କ ପାଇଁ ଅପାସୋରା ହୋଇ ରହିଛି। ନାରୀ ଚରିତ୍ରକୁ ନେଇ ହୋଇଥିବା କିଛି ଫିଲ୍ମରେ ଅଭିନୟ କରି ସେ ପାଇଛନ୍ତି ସଫଳତା।

ରିଲିଜ ପୂର୍ବରୁ ୧୯୦ କୋଟିରେ ବିକ୍ରି ହେଲା ରେସ୍‌୩

ରିଲିଜ ପୂର୍ବରୁ ୧୯୦ କୋଟିରେ ବିକ୍ରି ହେଲା ରେସ୍‌୩

ବମ୍ବେ: ଜୋରସୋରରେ ଚାଲିଛି ସଲମାନ ଖାଁଙ୍କ ଅପ୍‌ କମିଙ୍ଗ ଫିଲ୍ମ ରେସ୍‌ ୩ର ମେକିଙ୍ଗ। ନିକଟରେ କଶ୍ମୀରରେ ଏହାର କିଛି ଅଂଶ ଶୁଟିଂ ସରିଛି। ସବୁଠାରୁ ବଡ କଥାହେଲା ରିଲିଜ୍‌ ପୂର୍ବରୁ ଫିଲ୍ମକୁ ୧୯୦ କୋଟି ଟଙ୍କାରେ ବିକ୍ରି କରାଯାଇଛି।

ଛୋଟ ପରଦାକୁ ଫେରିବେ ମାଧୁରୀ

ଛୋଟ ପରଦାକୁ ଫେରିବେ ମାଧୁରୀ

ବମ୍ବେ: ବଲିଉଡ କୁଇନ୍‌ ମାଧୁରୀ ଦିକ୍ଷିତ ନେନେ ପୁଣି ଥରେ ଛୋଟ ପରଦାକୁ ଫେରିବେ ବୋଲି ଜଣାପଡିଛି। ଘରୋଇ ଟେଲିଭିଜନ ଚ୍ୟାନେଲ କର୍ଲସର ଡ୍ୟାନ୍ସ ରିଏଲିଟି ଶୋ’ରେ ମାଧୁରି ବିଚାରକ ଭାବେ ଦେଖାଦେବେ।

ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦ: ୬୦ରୁ ଊର୍ଦ୍ଧ୍ୱ ବିଜେତା ପୁରସ୍କାର ନେବାକୁ ମନାକଲେ

ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦ: ୬୦ରୁ ଊର୍ଦ୍ଧ୍ୱ ବିଜେତା ପୁରସ୍କାର ନେବାକୁ ମନାକଲେ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଗୁରୁବାର ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ କରାଯାଇଥିଲା। ଏଥିପାଇଁ ସମସ୍ତ ବିଜେତା ଦିନକ ଆଗରୁ ଦିଲ୍ଲୀରେ ପହଞ୍ଚି ଯାଇଥିଲେ।

୧୦୫ ବର୍ଷ ତଳେ ପ୍ରଦର୍ଶିତ ହୋଇଥିଲା ନିର୍ବାକ୍‌ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର

୧୦୫ ବର୍ଷ ତଳେ ପ୍ରଦର୍ଶିତ ହୋଇଥିଲା ନିର୍ବାକ୍‌ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର

ବମ୍ବେ, ୩।୫ : ପ୍ରଥମ ଭାରତୀୟ ନିର୍ବାକ୍‌ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ୧୯୧୩ ମସିହା ମେ ୩ ତାରିଖରେ ବମ୍ବେର କୋରନେସନ୍‌ ସିନେମା ହଲରେ ପ୍ରଦର୍ଶିତ ହୋଇଥିଲା। ଇତିମଧ୍ୟରେ ବିତିଯାଇଛି ୧୦୫ ବର୍ଷ। ଏହାର ନିର୍ଦ୍ଦେଶନା, ନିର୍ମାତା ତଥା ଲେଖକ ଦାଦା ସାହେବ ଫାଲ୍‌କେ ଥିଲେ। ଏହି ଚଳଚ୍ଚିତ୍ରରେ ରାଜା ହରିଶ୍ଚନ୍ଦ୍ରଙ୍କ ଭୂମିକାରେ ଦତ୍ତାତ୍ରେୟ ଦାମୋଦର ଦାବ୍‌କେ ଅଭିନୟ କରିଥିଲେ।

ଧରିତ୍ରୀ ଆଳାପ: ମନ ପସନ୍ଦର ପୋଷାକ ମିଳିବା ଯାଏ ବୁଲୁଥାଏ: ପ୍ରକୃତି ମିଶ୍ର

ଧରିତ୍ରୀ ଆଳାପ: ମନ ପସନ୍ଦର ପୋଷାକ ମିଳିବା ଯାଏ ବୁଲୁଥାଏ: ପ୍ରକୃତି ମିଶ୍ର

କେବଳ ଓଡ଼ିଆ ଫିଲ୍ମ ନୁହେଁ, ହିନ୍ଦୀ ଟେଲି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଚେହେରା ଅଭିନେତ୍ରୀ ପ୍ରକୃତି ମିଶ୍ର। ଶିଶୁ କଳାକାରଭାବେ ଓଡ଼ିଆ ଫିଲ୍ମରୁ ଅଭିନୟ ଜୀବନ ଆରମ୍ଭ କରିଥିବା ପ୍ରକୃତି ଆଜି ଜଣେ ଆଗଧାଡିର ନାୟିକା। ୨୦୦୩ରେ ମାତ୍ର ୫ବର୍ଷ ବୟସରୁ ପ୍ରଥମଥର ପାଇଁ ସେ ‘ସାବତ ମା’ ଫିଲ୍ମରେ ଜଣେ ଶିଶୁ କଳାକାର ଭାବେ ନଜରକୁ ଆସିଥିଲେ। ୨୦୦୬ରେ ‘ଶାଶୁ ଘର ଚାଲିଯିବି’ ଫିଲ୍ମ ପାଇଁ ଶ୍ରେଷ୍ଠ ଶିଶୁ କଳାକାରଭାବେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ମୋ ଅନୁଭୂତି : ଶୁଟିଂ ବେଳେ ମୃତ୍ୟୁମୁଖରୁ ବର୍ତ୍ତିଥିଲି: ହରିହର ମହାପାତ୍ର

ମୋ ଅନୁଭୂତି : ଶୁଟିଂ ବେଳେ ମୃତ୍ୟୁମୁଖରୁ ବର୍ତ୍ତିଥିଲି: ହରିହର ମହାପାତ୍ର

ତୋ ଆଖି ମୋ ଆଇନା, ରହିଛି ରହିବି ତୋରି ପାଇଁ, ରୁମ୍‌କୁ ଝୁମାନା, ଥ୍ୟାଙ୍କ୍‌ ୟୁ ଭଗବାନ, ନେଇ ଯା’ରେ ମେଘ ମୋତେ ଭଳି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟର ଦକ୍ଷତା ଦେଖାଇ ସେ ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇପାରିଛନ୍ତି। ଅନେକ ନାଟକ ଏବଂ ଧାରାବାହିକରେ ମଧ୍ୟ ବେଶ୍‌ ହସାଇଛନ୍ତି। ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ଜଣେ ସଫଳ ହାସ୍ୟାଭିନେତା ଭାବେ ଦର୍ଶକଙ୍କ ହୃଦୟରେ ସେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ସ୍ଥାନ। ଦୀର୍ଘ ବର୍ଷର ଏହି ଅଭିନୟର ଯାତ୍ରା ଭିତରେ ଅନେକ ଘଟଣା ଦୁର୍ଘଟଣାକୁ ସାମ୍ନା କରିଥିବା ହରିହର ନିଜ ଜୀବନର ଅଭୁଲା ସ୍ମୃତିକୁ ଆମ ଆଗରେ ବଖାଣିଥିଲେ।

ମିଳିଗଲା ମନଲାଖି ଭୂମିକା

ମିଳିଗଲା ମନଲାଖି ଭୂମିକା

ଓଡ଼ିଆ ସିନେମାର ନବାଗତଙ୍କ ତାଲିକାରେ ନିକଟରେ ଜଣେ ନିଜ ନାମକୁ ସାମିଲ କରିଛନ୍ତି। ସେ ହେଲେ କରନ୍‌। ମଡେଲିଂ ସହ ଜଡିତ ଥିବା ଏହି ଅଭିନେତାଙ୍କୁ ହୋମ ବ୍ୟାନର ସ୍ନେହଲତା ଫିଲ୍ମକ୍ରାଫ୍ଟରେ ବ୍ରେକ୍‌ ମିଳିଥିଲା।

ପ୍ଲାଷ୍ଟିକ ସାପକୁ ଭାରି ଭୟ

ପ୍ଲାଷ୍ଟିକ ସାପକୁ ଭାରି ଭୟ

ସାପକୁ କିଏ ବା ନ ଡରେ ? ସେଥିରୁ ପରିଣିତି ବାଦ୍‌ ପଡ଼ନ୍ତେ କିପରି ? ଯଦି ସେ କେବେ ପ୍ଲାଷ୍ଟିକ ସାପ ଦେଖନ୍ତି ତାଙ୍କର ଅବସ୍ଥା ଯାହା ହୁଏ ନ କହିବା ଭଲ। ଅଭିନୟକୁ କ୍ୟାରିୟର କରିବା ପୂର୍ବରୁ ପରିଣିତି ୟଶରାଜ ଫିଲ୍ମସରେ ପିଆର୍‌ଓ ଭାବରେ ଜଏନ କରିଥିଲେ।

ଅମିତାଭଙ୍କ ପ୍ରଶଂସାରେ...

ଅମିତାଭଙ୍କ ପ୍ରଶଂସାରେ...

ବିଗତ ଦିନର ଲୋକପ୍ରୟ ଅଭିନେତ୍ରୀ ରେଖା। ନିଜର ଅଭିନୟ ବଳରେ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଦିନ ଥିଲା ଅମିତାଭ ବଚ୍ଚନଙ୍କ ସହ ତାଙ୍କର ଯୋଡି ଚର୍ଚ୍ଚିତ ହେବା ସହ ଦୁହିଁଙ୍କର ପ୍ରେମ କାହାଣୀକୁ ନେଇ ସେତେବେଳେ ବେଶ୍‌ ଆଲୋଚନା ହୋଇଥିଲା କିନ୍ତୁ ତାହା ସଫଳ ହୋଇ ନ ଥିଲା।

ଭାଇ ହେବ ତ...

ଭାଇ ହେବ ତ...

ଜଲିଉଡ୍‌ର ଅନ୍ୟତମ ପପୁଲାର ନାୟକ ପପୁ ପଣ୍ଡା। ତାଙ୍କର ବଳିଦାନକୁ ନେଇ ଏବେ ଚର୍ଚ୍ଚା। ଜଣେ ମଣିଷ ଯେ ନିଜ ସାବତ ଭାଇ ପ୍ରତି କେତେ ଉଦାର ହୋଇପାରେ ତାହାର ଉଦାହରଣ ଭାବରେ ତାଙ୍କୁ ନିଆଯାଇପାରେ। ସାନ ଭାଇ ପାଇଁ ସେ ନିଜ ପ୍ରେମିକାକୁ ପରିତ୍ୟାଗ କରୁଛନ୍ତି।

୮ରେ ସୋନମ୍‌ଙ୍କ ବିବାହ

୮ରେ ସୋନମ୍‌ଙ୍କ ବିବାହ

ବମ୍ବେ: ସବୁ ଗୁଜବର ଅନ୍ତ ଘଟିବା ସହ ଶେଷରେ ଘୋଷଣା ହେଲା ଅନିଲ କପୁରଙ୍କ ଝିଅ ତଥା ଅଭିନେତ୍ରୀ ସୋନମ୍‌ କପୁରଙ୍କ ବିବାହ ତାରିଖ। ମେ ୮ରେ ପୁରୁଷବନ୍ଧୁ ତଥ୍ୟ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବେ ଅନିଲ ତନୟା। ମଙ୍ଗଳବାର ଏ ନେଇ ଦୁଇ ପରିବାର ପକ୍ଷରୁ ବିଧିବଦ୍ଧ ଭାବେ ବିବୃତି ପ୍ରକାଶ ପାଇଛି।

ଚିତ୍ରକରରୁ ଫିଲ୍ମ ନିର୍ଦ୍ଦେଶକ: ସତ୍ୟଜିତ୍‌

ଚିତ୍ରକରରୁ ଫିଲ୍ମ ନିର୍ଦ୍ଦେଶକ: ସତ୍ୟଜିତ୍‌

କଲିକତା, ୨।୫ : ଫିଲ୍ମ ଜଗତର ଖ୍ୟାତନାମା ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟ ଜୀବନର ପ୍ରଥମ ପାହାଚରେ ଚିତ୍ରକର ହେବାକୁ ଆଶା ପୋଷଣ କରିଥିଲେ ତେବେ ପରବର୍ତ୍ତୀ ସମୟରେ ପାଲଟି ଯାଇଥିଲେ ଜଣେ ଦକ୍ଷ ଫିଲ୍ମ ନିର୍ଦ୍ଦେଶକ। ୧୯୨୧ ମସିହା ମେ ୨ ତାରିଖରେ କଲିକତାରେ ତାଙ୍କର ଜନ୍ମ ହୋଇଥିଲା।

୩୦ରେ ପାଦଦେଲେ ଅନୁଷ୍କା

୩୦ରେ ପାଦଦେଲେ ଅନୁଷ୍କା

ବମ୍ବେ: ବଲିଉଡ କୁଇନ୍‌ ଅନୁଷ୍କା ଶର୍ମା ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ତଥା ଅନୁଷ୍କାଙ୍କ ପତି ବିରାଟ କୋହଲି ତାଙ୍କ ଲେଡି ଲଭ୍‌କୁ ଭିନ୍ନ ଧରଣର ଶୁଭେଚ୍ଛା ଜଣାଇଛନ୍ତି।

ସୋନାଙ୍କୁ ଶୁଫି ଫାଉଣ୍ଡେଶନ୍‌ ପକ୍ଷରୁ ଧମକ

ସୋନାଙ୍କୁ ଶୁଫି ଫାଉଣ୍ଡେଶନ୍‌ ପକ୍ଷରୁ ଧମକ

ଭୁବନେଶ୍ୱର,୧।୫: ଓଡିଆ ଝିଅ ତଥା ବଲିଉଡ ଗାୟିକା ସୋନା ମହାପାତ୍ରଙ୍କୁ ମଦାରିୟା ଶୁଫି ଫାଉଣ୍ଡେଶନ ପକ୍ଷରୁ ଧମକ ଦିଆଯାଇଥିବା ସୋନା ଟୁଇଟ୍‌ କରି ଜଣାଇଛନ୍ତି। ସୋନାଙ୍କର ଏକ ଭିଡିଓ ‘ତୋରି ସୁରତ’କୁ ନେଇ ଏହି ଧମକ ଦିଆଯାଇଥିବା ଜଣାପଡିଛି।

ବୋନି କରିବେ ଶ୍ରୀଦେବୀଙ୍କ ଉପରେ ଡକ୍ୟୁମେଣ୍ଟାରୀ

ବୋନି କରିବେ ଶ୍ରୀଦେବୀଙ୍କ ଉପରେ ଡକ୍ୟୁମେଣ୍ଟାରୀ

ବମ୍ବେ: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କ ଅକାଳ ବିୟୋଗ ରୂପେଲି ପରଦା ପାଇଁ ସୃଷ୍ଟି କରିଛି ଏକ ଅପୂରଣୀୟ କ୍ଷତି। କିନ୍ତୁ ଚାନ୍ଦ୍‌ନିଙ୍କ ବିୟୋଗ ତାଙ୍କ ପରିବାରରେ ସୃଷ୍ଟି କରିଛି ଏକ ବିରାଟ ଶୂନ୍ୟସ୍ଥାନ।

ମନେପଡନ୍ତି ଦାଦାସାହେବ

ମନେପଡନ୍ତି ଦାଦାସାହେବ

ବମ୍ବେ: ମହାରାଷ୍ଟ୍ର ନାସିକର ୩୦ କିଲୋମିଟର ଦୂର ତ୍ରୟମ୍ବକେଶ୍ୱରରେ ଏପ୍ରିଲ ୩୦, ୧୮୭୦ରେ ଜନ୍ମ ନେଇଥିଲେ ଧୁନ୍ଦିରାଜ ଗୋବିନ୍ଦ ଫାଲ୍‌କେ। ପରବର୍ତ୍ତୀ ସମୟରେ ସେ ଦାଦାସାହେବ ଫାଲ୍‌କେ ନାଁରେ ସେ ବେଶ୍‌ ପରିଚିତ ହେଲେ।

ଚର୍ଚ୍ଚାରେ ରଣବୀର-ଆଲିଆ

ଚର୍ଚ୍ଚାରେ ରଣବୀର-ଆଲିଆ

ବମ୍ବେ: ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ଆଲିଆ ଭଟ୍ଟ ଓ ରଣବୀର କପୁର। ହେଲେ ଏବେଠାରୁ ଏମାନଙ୍କ ଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମ ଥର ପାଇଁ ରଣବୀରଙ୍କ ସହ ଆଲିଆ ଅଭିନୟ କରିଥିବାରୁ ବେଶ୍‌ ଏକ୍ସସାଇଟେଡ୍‌ ଅଛନ୍ତି।