ମନୋରଞ୍ଜନ

ଶତ୍ରୁଘ୍ନ ସିହ୍ନାଙ୍କୁ ମିଳିଲା ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’

ଶତ୍ରୁଘ୍ନ ସିହ୍ନାଙ୍କୁ ମିଳିଲା ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’

ନୂଆଦିଲ୍ଲୀ,୪।୩: କଳା ଓ ରାଜନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲିଉଡ କଳାକାର ଶତ୍ରୁଘ୍ନ ସିହ୍ନାଙ୍କୁ ମିଳିଛି ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ। ବ୍ରିଟିଶ ସଂସଦ ପରିସରରେ ଆୟୋଜିତ ଏକ ସମାରୋହରେ ‘ବ୍ରିଟେନ୍‌ ଏସିଆନ୍‌ ଭଏସ୍‌ ଓ୍ବିକ୍ଲି ନ୍ୟୁଜପେପର’ ପକ୍ଷରୁ ଶତ୍ରୁଘ୍ନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ବିଶିଷ୍ଟ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୪।୩(ବ୍ୟୁରୋ): ଓଡ଼ିଶା ଫିଲ୍ମ ଜଗତରେ ଜଣେ ବିଶିଷ୍ଟ ହାସ୍ୟ ଅଭିନେତା ଭାବେ ପରିଚିତ ଶରତ ମହାନ୍ତିଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ଦୀର୍ଘଦିନଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ।

ଲିକ୍‌ ହେଲା ରଜନୀକାନ୍ତଙ୍କ ବ୍ୟୟ ବହୁଳ ଫିଲ୍ମ ୨.୦ର ଟିଜର୍‌

ଲିକ୍‌ ହେଲା ରଜନୀକାନ୍ତଙ୍କ ବ୍ୟୟ ବହୁଳ ଫିଲ୍ମ ୨.୦ର ଟିଜର୍‌

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଦୁଇ ଦୁଇଟି ଫିଲ୍ମର ଟିଜର୍‌ ଲିକ୍‌କୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଫିଲ୍ମ ‘କାଲ’ର ଟିଜର ଲିକକୁ ଏକ ସପ୍ତାହ ପୁରି ନ ଥିବା ବେଳେ ରଜନୀକାନ୍ତଙ୍କ ବ୍ୟୟବହୁଳ ଫିଲ୍ମ ‘୨.୦’ର ଟିଜର ଲିକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଥମ ଦିନରେ ଅନୁଷ୍କାଙ୍କ ‘ପରୀ’ର ଧୁମ୍‌: ୪ କୋଟି ରୋଜଗାର

ପ୍ରଥମ ଦିନରେ ଅନୁଷ୍କାଙ୍କ ‘ପରୀ’ର ଧୁମ୍‌: ୪ କୋଟି ରୋଜଗାର

ବମ୍ବେ: ଫିଲ୍ମ ଫ୍ରାଇଡେ ଏବଂ ହୋଲି ଅବସରରେ ରିଲିଜ ହୋଇଛି ଅନୁଷ୍କା ଶର୍ମା ଅଭିନୀତ ହରର୍‌ ‘ପରୀ’। ପ୍ରଥମ ଦିନ ରିଲିଜରେ ଏହା ୪ କୋଟି ଟଙ୍କା ବ୍ୟବସାୟ କରିଥିବା ଫିଲ୍ମ ସମୀକ୍ଷକ ରମେଶ ବାଲା ସୂଚନା ଦେଇଛନ୍ତି।

ଚଳିତ ମାସରେ ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା

ଚଳିତ ମାସରେ ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା

ବମ୍ବେ: ଅନୁଷ୍କା ଶର୍ମାଙ୍କ ପରେ ଏବେ ବଲିଉଡର ଅନ୍ୟ ଜଣେ ଅଭିନେତ୍ରୀ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଶ୍ରେୟା ସରନ୍‌। ଶ୍ରେୟା ଚଳିତ ମାସ ନିଜ ରୁଷୀୟ ପ୍ରେମିକ ତଥା ଯୁବ ବ୍ୟବସାୟୀ ଏଣ୍ଡ୍ରି କୋସଚିବ୍‌ଙ୍କୁ ବିବାହ କରିବେ। ଏଣ୍ଡ୍ରି ଜଣେ ଭଲ ଟେନିସ ଖେଳାଳି ମଧ୍ୟ। ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ।

ଶ୍ରୀଦେବୀଙ୍କ ନିଧନକୁ ନେଇ ଦୁଃଖି ରାକ୍ଷୀ ଭିଡିଓ ଶେୟାର କରି ଟ୍ରୋଲ

ଶ୍ରୀଦେବୀଙ୍କ ନିଧନକୁ ନେଇ ଦୁଃଖି ରାକ୍ଷୀ ଭିଡିଓ ଶେୟାର କରି ଟ୍ରୋଲ

ବମ୍ବେ: ବଲିଉଡ ଚଳଚ୍ଚିତ୍ର ଜଗତର ଜଣେ ଜାଜ୍ୱଲ୍ୟମାନ ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗକୁ ସିନେପ୍ରେମୀ ତଥା କଳାକାରମାନେ ଗ୍ରହଣ କରିପାରୁନାହାନ୍ତି। ମଙ୍ଗଳବାର ଦୁବାଇରୁ ବମ୍ବେ ଶ୍ରୀଦେବୀଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କୁ ବିଦାୟ ଦେବାକୁ ଅଭିନେତାମାନଙ୍କର ଭିଡ ଲାଗିଥିଲା। ଏପରିକି କେହି କେହି ସୋସିଆଲ ମିଡିଆରେ ନିଜ ନିଜର ଦୁଃଖ ପ୍ରକାଶ କରୁଥିଲେ। ଏପରି କିଛି ଘଟଣାକୁ ନେଇ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କୁ ଟ୍ରୋଲ କରାଯାଇଛି। ରାକ୍ଷୀ ନିଜର ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓଟିରେ ସେ କାନ୍ଦି କାନ୍ଦି ଶ୍ରୀଦେବୀଙ୍କୁ ମନେ ପକାଉଥିଲେ। ଏପରିକି ତାଙ୍କ ଦେହାନ୍ତ ପରେ ରାକ୍ଷୀ ବଞ୍ଚିବାକୁ ଚାହୁଁ ନ ଥିବା ପ୍ରକାଶ କରିଥିଲେ। ପ୍ରଶଂସକମାନେ ଭିଡିଓଟିକୁ ଦେଖିବା ପରେ ତାଙ୍କୁ ଟ୍ରୋଲ କରିବା ସହ ଥଟ୍ଟା କରିଥିବା ଦେଖାଯାଇଛି।

ପଞ୍ଚଭୂତରେ ଚାନ୍ଦ୍‌ନୀ

ପଞ୍ଚଭୂତରେ ଚାନ୍ଦ୍‌ନୀ

ବମ୍ବେ, ୨୮।୨(ପି.ଟି.): ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଯାଇ ଶନିବାର ଅଚାନକ୍‌ ଇହଲୀଳା ସମ୍ବରଣ କରିଥିବା ବଲିଉଡ୍‌ ରାଣୀ ଶ୍ରୀଦେବୀ ବୁଧବାର ରାଜକୀୟ ଶୈଳୀରେ ଚିରବିଦାୟ ନେଇଛନ୍ତି। ବମ୍ବେର ଭିଲେ ପାର୍ଲେ କ୍ରିମେଟୋରିୟମ୍‌ରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଦ୍ମଶ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ‘ଚାନ୍ଦ୍‌ନୀ’। ଶ୍ରୀଦେବୀଙ୍କୁ ଦୁଇ ଝିଅ ଜାହ୍ନବୀ ଏବଂ ଖୁସି ମୁଖାଗ୍ନି ଦେଇଥିଲେ। ପାଖରେ ଥିଲେ ସ୍ବାମୀ ତଥା ଫିଲ୍ମ ନିର୍ମାତା ବୋନି କପୁର।

ପୂରଣ ହେବ ଶ୍ରୀଦେବୀଙ୍କ ଶେଷ ଇଚ୍ଛା:  ମହାରାଣୀ ଭିକ୍ଟୋରିଆଙ୍କ ଭଳି ହେବ ଶେଷକୃତ୍ୟ

ପୂରଣ ହେବ ଶ୍ରୀଦେବୀଙ୍କ ଶେଷ ଇଚ୍ଛା: ମହାରାଣୀ ଭିକ୍ଟୋରିଆଙ୍କ ଭଳି ହେବ ଶେଷକୃତ୍ୟ

ବମ୍ବେ, :୧୧୭ ବର୍ଷ ପୂର୍ବେ ବ୍ରିଟେନ୍‌ ମହାରାଣୀ ଭିକ୍ଟୋରିଆଙ୍କ ଯେଉଁଭଳି ଶେଷକୃତ୍ୟ ହୋଇଥିଲା ଠିକ୍‌ ସେହିପରି ବଲିଉଡ୍‌ କ୍ୱିନ୍‌ ଶ୍ରୀଦେବୀଙ୍କ ଅନ୍ତ୍ୟେଷ୍ଟିକ୍ରିୟା ହେବ। ନିଜର ଶେଷକୃତ୍ୟ କିଭଳି ହେବ, ସେ ସମ୍ପର୍କରେ ମହାରାଣୀ ମୃତ୍ୟୁର ୪ ବର୍ଷ ପୂର୍ବେ ରାଣୀ ଲେଖିଯାଇଥିଲେ। ଶ୍ରୀଦେବୀ ମଧ୍ୟ ମୃତ୍ୟୁ ପୂର୍ବରୁ ନିଜ ଅନ୍ତ୍ୟେଷ୍ଟି ପାଇଁ ଥିବା ଇଚ୍ଛା ସମ୍ପର୍କରେ ପ୍ରକାଶ କରିଥିଲେ। ତାଙ୍କ ଶେଷଇଚ୍ଛା ମୁତାବକ ଘରର ସବୁ ପରଦା ଧଳା କପଡ଼ାରେ ସଜାଯାଇଛି ଏବଂ ଧଳା ଫୁଲ ଲଗାଯାଇଛି। ଅନ୍ତିମ ଯାତ୍ରାବେଳେ ବ୍ୟବହାର ହେବାକୁ ଥିବା ବାହକ ଯାନକୁ ମଧ୍ୟ ଧଳା କପଡ଼ା ଓ ଫୁଲରେ ସଜ୍ଜିତ କରାଯିବ। ସାଧାରଣତଃ ଶେଷଦର୍ଶନ ପାଇଁ ଆସୁଥିବା ଲୋକେ ଧଳାରଙ୍ଗର ପୋଷାକ ପିନ୍ଧନ୍ତି। ତଥାପି ଶ୍ରୀଦେବୀଙ୍କ ଅନ୍ତିମ ଇଚ୍ଛାକୁ ପ୍ରାଧାନ୍ୟ ଦେଇ ବନ୍ଧୁ ଓ ପରିଜନଙ୍କୁ ଧଳା ପୋଷାକ ପିନ୍ଧିବା ପାଇଁ ପରିବାର ଲୋକେ କହିଛନ୍ତି।

ଭାରତ ପହଞ୍ଚିଲା ଶ୍ରୀଦେବୀଙ୍କ ମୃତଦେହ : ଆଜି ଚିରବିଦାୟ ନେବେ ‘ଚାନ୍ଦନୀ’

ଭାରତ ପହଞ୍ଚିଲା ଶ୍ରୀଦେବୀଙ୍କ ମୃତଦେହ : ଆଜି ଚିରବିଦାୟ ନେବେ ‘ଚାନ୍ଦନୀ’

ବମ୍ବେ: ଦୁବାଇର ଏକ ହୋଟେଲରେ ଶନିବାର ରାତିରେ ହଠାତ୍‌ ପରଲୋକ ଗମନ କରିଥିବା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଭାରତକୁ ଅଣାଯାଇଛି। ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଦେବୀ ପ୍ରାଣ ହରାଇଥିବା ଦୁବାଇ ସରକାର ସ୍ପଷ୍ଟକରିବା ପରେ ମଙ୍ଗଳବାର ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ବଲିଉଡ୍‌ ‘ଚାନ୍ଦନୀ’ଙ୍କ ମରଶରୀରକୁ ନେଇ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଏମ୍ବେରର୍‌ ଜେଟ୍‌ ଦୁବାଇରୁ ଉଡ଼ାଣ ଆରମ୍ଭ କରି ମଙ୍ଗଳବାର ରାତି ପ୍ରାୟ ୯ଟା ୩୦ରେ ବମ୍ବେ ବିମାନବନ୍ଦରରେ ପହଞ୍ଚିଥିଲା। ସାଥିରେ ଥିଲେ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ଏବଂ ସାବତ ପୁଅ ଅର୍ଜୁନ କପୁର।

ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଭାରତ ଆସିବାକୁ ମିଳିଲା ଅନୁମତି

ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଭାରତ ଆସିବାକୁ ମିଳିଲା ଅନୁମତି

ଦୁବଇ,୨୭।୨: ମୃତ୍ୟୁର ୩ ଦିନ ପରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଭାରତ ଅଣାଯିବାକୁ ଅନୁମତି ମିଳିଛି। ସରକାରୀ ଓକିଲଙ୍କ ଅନୁମତି ପରେ ତାଙ୍କ ଶରୀରରେ ଲେପ ଦିଆଯିବ।

ବାଥ୍‌ଟବ୍‌ରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ: ରକ୍ତରେ ଆଲ୍‌କହଲ୍‌

ବାଥ୍‌ଟବ୍‌ରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ: ରକ୍ତରେ ଆଲ୍‌କହଲ୍‌

ନୂଆଦିଲ୍ଲୀ,୨୬।୨: ବଲିଉଡ଼ ନାୟିକା ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଧିରେ ଧିରେ ନୂଆ ତଥ୍ୟ ସାମନାକୁ ଆସୁଛି। ହୃଦଘାତରେ ନୁହେଁ ବରଂ ବାଥ୍‌ଟବ୍‌ରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଇଛି ଫୋରେନ୍ସିକ୍‌ ରିପୋର୍ଟ।

‘ହଓ୍ବା ହଓ୍ବାଇ ଗର୍ଲ’ଙ୍କ ଦେହାନ୍ତରେ ସ୍ତବ୍ଧ ବଲିଉଡ୍‌: ଅପରାହ୍ନରେ ବମ୍ବେ ପହଞ୍ଚିବ ମରଶରୀର

‘ହଓ୍ବା ହଓ୍ବାଇ ଗର୍ଲ’ଙ୍କ ଦେହାନ୍ତରେ ସ୍ତବ୍ଧ ବଲିଉଡ୍‌: ଅପରାହ୍ନରେ ବମ୍ବେ ପହଞ୍ଚିବ ମରଶରୀର

ବମ୍ବେ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ତଥା ହଓ୍ବା ହଓ୍ବାଇ ଗର୍ଲ ଶ୍ରୀଦେବୀଙ୍କ ଶନିବାର ରାତିରେ ନିଧନ ହୋଇଯାଇଛି। ଏହାକୁ ନେଇ ବଲିଉଡ୍‌ଠାରୁ ଆରମ୍ଭ କରି ସମସ୍ତ ଫିଲ୍ମଜଗତ ସ୍ତବ୍ଧ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା।

ପରପାରିରେ ଶ୍ରୀଦେବୀ

ପରପାରିରେ ଶ୍ରୀଦେବୀ

ବମ୍ବେ,୨୫।୨: ପରଦାରେ ଦିନେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଉଥିବା ବଲିଉଡ ନାୟିକା ଶ୍ରୀଦେବୀଙ୍କ ପରଲୋକ ଘଟିଛି। ଦୁବାଇରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ଏହି ନାୟିକାଙ୍କର ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି।

ବିବାହ ବନ୍ଧନରେ ଆବଦ୍ଧ ହେଲେ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ବାରୀ

ବିବାହ ବନ୍ଧନରେ ଆବଦ୍ଧ ହେଲେ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ବାରୀ

କାନପୁର: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କଣ୍ଠଶିଳ୍ପୀ ଅଙ୍କିତ ତିଓ୍ବାରୀ। କାନପୁରରେ ଶୁକ୍ରବାର ଆୟୋଜିତ ଏକ ଘରୋଇ ଉତ୍ସବରେ ସେ ପଲ୍ଲବୀ ଶୁକ୍ଳାଙ୍କୁ ବିବାହ କରିଛନ୍ତି।

ଡିଜିଟାଲ ଡେବ୍ୟୁ କରିବେ ସୈଫ ଅଲ୍ଲି ଖାନ

ଡିଜିଟାଲ ଡେବ୍ୟୁ କରିବେ ସୈଫ ଅଲ୍ଲି ଖାନ

ବମ୍ବେ: ଏବେ ଆସିଛି ଡିଜିଟାଲ ଜମାନା। ଖୁବ୍‌ କମ୍‌ ସମୟ ମଧ୍ୟରେ ଓ ହାତ ପାହାନ୍ତାରେ ଆମେ ଡିଜିଟାଲ ମାଧ୍ୟମରେ ଅନେକ ସୁବିଧା ସୁଯୋଗ ପାଇ ପାରୁଛୁ। ତେବେ ଥ୍ରୀଲର ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଖୁସି ଖବର।

ଫିଲ୍ମ ‘ପଦ୍ମାବତ୍‌’ ପାଇଁ ଦୀପିକାଙ୍କୁ ମିଳିଲା ୫ଶହ ଟଙ୍କା ପୁରସ୍କାର

ଫିଲ୍ମ ‘ପଦ୍ମାବତ୍‌’ ପାଇଁ ଦୀପିକାଙ୍କୁ ମିଳିଲା ୫ଶହ ଟଙ୍କା ପୁରସ୍କାର

ବମ୍ବେ: ଦୀପିକା ପାଦୁକୋନଙ୍କ ଅଭିନିତ ତଥା ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତ୍‌’କୁ ସାରା ଦେଶରେ ବିରୋଧ ହୋଇଥିଲା ସତ। ହେଲେ ଫିଲ୍ମର ରିଲିଜ୍‌ ପରେ ଏହା ରେକର୍ଡ କରିଥିଲା।

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌,୨୧।୨(ପି.ଟି.): ମ୍ୟୁଜିକ୍‌ ଭିଡିଓରୁ ବିବାଦ ଘେରକୁ ଟାଣି ହୋଇଥିବା ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିଅରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଉକ୍ତ ଗୀତ ପାଇଁ ପ୍ରିୟାଙ୍କ ବିରୋଧରେ ହୋଇଥିବା ଆପରାଧିକ ଅଭିଯୋଗ ଉପରେ ବୁଧବାର ସୁପ୍ରମିକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ସମାନ ଆଦେଶ ଜାରି କରିଛନ୍ତି। ମାଲ୍‌ୟାଲମ୍‌ ଫିଲ୍ମ ‘ଓରୁ ଆଦର ଲଭ୍‌’ର ‘ମାଣିକ୍ୟ ମାଲାରୟା ପୁଭି’ ଶୀର୍ଷକ ଏକ ରୋମାଣ୍ଟିକ୍‌ ଗୀତ ଭାଲେଣ୍ଟାଇନ୍‌ ସପ୍ତାହରେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟି ଯାଇଥିଲେ ପ୍ରିୟା।

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ପାମ୍ପଡ ବିକିବା ଲୁକ୍‌ ଭାଇରାଲ

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ପାମ୍ପଡ ବିକିବା ଲୁକ୍‌ ଭାଇରାଲ

ବମ୍ବେ: ବଲିଉଡ ସୁପରଷ୍ଟାର ହ୍ରିତିକ୍‌ ରୋଶନ ଏବେ ନିଜର ଆଗାମୀ ଫିଲ୍ମ ‘ସୁପର ୩୦’ର ଶୁଟିଂକୁ ନେଇ ବ୍ୟସ୍ତ। ନିକଟରେ ଏହାର ଶୁଟିଂ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଲିକ୍‌ ହୋଇଥିଲା। ଏଥିରେ ହ୍ରିତିକ୍‌ଙ୍କ ଲୁକ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଭାଇରାଲ ହୋଇଥିବା ଫଟୋରେ ହ୍ରିତିକ ସାଇକେଲରେ ବସି ପାମ୍ପଡ଼ ବିକୁଥିବା ଦେଖାଯାଉଛି। ଏହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି।

ରିଲିଜ ହେଲା ‘ବାଗି-୨’ ଟ୍ରେଲର

ରିଲିଜ ହେଲା ‘ବାଗି-୨’ ଟ୍ରେଲର

ବମ୍ବେ: ଟାଇଗର ଶ୍ରୋଫ୍‌ ଅଭିନୀତ ‘ବାଗି-୨’ର ଟ୍ରେଲର ବୁଧବାର ରିଲିଜ ହୋଇଛି। ଏହାକୁ ନେଇ ବମ୍ବେର ରେସକୋର୍ସଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ହେଲିକପ୍ଟର ଯୋଗେ ଟାଇଗର ଓ ଦିଶା ପଟାନୀ ପହଞ୍ଚିଥିଲେ। ପୂର୍ବ ବାଗି ପରି ବାଗି-୨ର ଟ୍ରେଲରରେ ମଧ୍ୟ ଟାଇଗରଙ୍କ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳୁଛି।

ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲରେ ଶୁଭିଲା ‘କୁଛ କୁଛ ହୋତା ହୈ’ର ଧୂନ୍‌

ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲରେ ଶୁଭିଲା ‘କୁଛ କୁଛ ହୋତା ହୈ’ର ଧୂନ୍‌

ନୂଆଦିଲ୍ଲୀ: ବଲିଉଡ ଫିଲ୍ମର ମାୟାରେ ସମସ୍ତେ ମତୁଆଲା। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲ।

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ)- ଫିଲ୍ମ ସୋସାଇଟି ଅଫ୍‌ ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରୟିମ୍‌ଠାରେ ଚାଲିଥିବା ୯ମ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଭୁବନେଶ୍ୱର(ଆଇଏଫଏଫବି)ର ଶନିବାର ଥିଲା ୪ର୍ଥ ଦିବସ। ଏହି ଅବସରରେ ଦେଶ ଓ ଦେଶ ବାହାରୁ ଆସିଥିବା ୮ଟି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ଓଡ଼ିଆ ଭାଷାରେ ପ୍ରେମ ରହିଛି: କଣ୍ଠଶିଳ୍ପୀ ସାରିକା ସିଂ(ସାକ୍ଷାତକାର)

ଓଡ଼ିଆ ଭାଷାରେ ପ୍ରେମ ରହିଛି: କଣ୍ଠଶିଳ୍ପୀ ସାରିକା ସିଂ(ସାକ୍ଷାତକାର)

ଭକ୍ତି ସଙ୍ଗୀତ ଗାଇବାରେ ସେ ମାହିର। ନିଜ କଣ୍ଠର ଯାଦୁରେ ମଞ୍ଚରେ ସେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି। କେବଳ ଭକ୍ତି ସଙ୍ଗୀତ ନୁହେଁ, ପୁରୁଣା ଗୀତ, ଭଜନ ଓ ଆଞ୍ଚଳିକ ଗୀତ ଗାଇବାକୁ ମଧ୍ୟ ଭଲ ପାଆନ୍ତି। ହିନ୍ଦୀ, ପଞ୍ଜାବୀ, ଗୁଜରାଟୀ, ବେଙ୍ଗଲୀ, ତେଲୁଗୁ ଭଳି ଅନେକ ଆଞ୍ଚଳିକ ଭାଷାରେ ସେ ଗୀତ ଗାଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ସେହି ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି ସାରିକା ସିଂ। ଏ ପର୍ଯ୍ୟନ୍ତ ପ୍ରଚ୍ଛଦପଟ୍ଟରେ ଗୀତ ଗାଇ ନ ଥିବା ସାରିକା ବର୍ତ୍ତମାନ ସୁଦ୍ଧା ସେ ୫୦ରୁ ଊର୍ଦ୍ଧ୍ୱ ଭକ୍ତି ସଙ୍ଗୀତର ଆଲବମ୍‌ ଏବଂ ୫୦ରୁ ଊର୍ଦ୍ଧ୍ୱ ଆଞ୍ଚଳିକ ଭାଷାରେ ଗୀତ ବୋଲି ଲୋକପ୍ରିୟ ହୋଇପାରିଛନ୍ତି। ୨୦୦୭ରେ ଜି-ଟିଭିରେ ପ୍ରସାରିତ ସାରେଗାମାପାରେ ସେ ଫାଇନାଲିଷ୍ଟ ଥିଲେ। ଇନ୍ଦୋରର ଝିଅ ସାରିକା ମାତ୍ର ୪ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ଭୁବନେଶ୍ୱରକୁ ଏକ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ବେଳେ ତାଙ୍କ ସହିତ ସାକ୍ଷାତକାର।

ଥମୁନି ପ୍ରିୟାଙ୍କୁ ନେଇ ଚର୍ଚ୍ଚା, ହିନ୍ଦୀରେ ଆସିଲା ପ୍ରିୟାଙ୍କ ଗୀତର ଭିଡିଓ

ଥମୁନି ପ୍ରିୟାଙ୍କୁ ନେଇ ଚର୍ଚ୍ଚା, ହିନ୍ଦୀରେ ଆସିଲା ପ୍ରିୟାଙ୍କ ଗୀତର ଭିଡିଓ

ହାଇଦ୍ରାବାଦ: ଗୋଟିଏ ଭିଡିଓରୁ ଇଣ୍ଟରନେଟରେ ଚହଳ ପକାଇଥିବା ପ୍ରିୟା ପ୍ରକାଶ ଓ୍ବାରିଅରଙ୍କୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ। ପ୍ରିୟାଙ୍କ ମାଲୟାଲମ ଫିଲ୍ମ ‘ଓରୁ ଆଦର ଲଭ୍‌’ର ଗୀତ ‘ମାଣିକ୍ୟ ମାଲାୟାରୀ ଭୁବି’ ସୋସିଆଲ ମିଡିଆରେ ରିଲିଜ ହେବା ପରେ ଦର୍ଶକଙ୍କୁ ମତୁଆଲା କରିଛି। ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ରର ନିର୍ମାତା ଓ ନିର୍ଦ୍ଦେଶକ ଫିଲ୍ମର ଅନ୍ୟ କିଛି ଅଂଶକୁ ପୁଣି ଛାଡିଥିଲେ। ଏହା ମଧ୍ୟ ଅନୁରୂପ ଭାବେ ପ୍ରଶଂସା ସାଉଁଟିଥିଲା। ଏହା ମାଲୟାଲମ ଭାଷାରେ ହୋଇଥିଲେ ସୁଦ୍ଧା ପ୍ରିୟାଙ୍କ ଆଖି ଓ ହସ ଯୁବପିଢ଼ିଙ୍କୁ ତାଙ୍କ ଦିଓ୍ବାନା କରିଥିଲା। ଏହାର ଗୋଟିଏ ଦିନପରେ ଗୀତଟିକୁ ହିନ୍ଦୀ ଭାଷାରେ ଦେଖିବାକୁ ମିଳୁଛି।

‘ପଦ୍ମାବତ୍‌’ ଭାଙ୍ଗିଲା ‘ବାହୁବଳୀ-୨’ର ରେକର୍ଡ

‘ପଦ୍ମାବତ୍‌’ ଭାଙ୍ଗିଲା ‘ବାହୁବଳୀ-୨’ର ରେକର୍ଡ

ବମ୍ବେ: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’ ଏବେ ରେକର୍ଡ ପରେ ରେକର୍ଡ କରିଚାଲିଛି। ୧୯ ଦିନ ଭିତରେ ସେ ଭାଙ୍ଗିଛି ‘ବାହୁବଳୀ-୨’ର ରେକର୍ଡ। ରିଲିଜ୍‌ ହେବାର ମାତ୍ର ୩ ସପ୍ତାହ ମଧ୍ୟରେ ପଦ୍ମାବତ୍‌ ଆୟ କରିଛି ୨୫୦ କୋଟି ଟଙ୍କା। ଖାଲି ସେତିକି ନୁହେଁ ବିଦେଶରେ ଏହି ଫିଲ୍ମ ଏବେ ରେକର୍ଡ କରିଛି।