ଅପରାଧ

ଭୁବନେଶ୍ୱର ଅବକାରୀ ବିଭାଗର ଚଢ଼ାଉ: ୮ କେଜି ଗଞ୍ଜେଇ ଜବତ, ୪ ଗିରଫ

ଭୁବନେଶ୍ୱର ଅବକାରୀ ବିଭାଗର ଚଢ଼ାଉ: ୮ କେଜି ଗଞ୍ଜେଇ ଜବତ, ୪ ଗିରଫ

କଟକ ରୋଡ,୧।୬(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଖଣ୍ଡଗିିରି ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୪ଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ଦେଶୀ ମଦ ଜବତ, ଜଣେ ଗିରଫ

ଦେଶୀ ମଦ ଜବତ, ଜଣେ ଗିରଫ

ଭଣ୍ଡାରିପୋଖରୀ,୧।୬(ଡି.ଏନ୍‌.ଏ.): ଭଣ୍ଡାରିପୋଖରୀ ମେଡିକାଲ ଛକଠାରେ ଚୋରା ଦେଶୀ ମଦ ବିକ୍ରି କରୁଥିବା ବେଳେ ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ବାପୁନ ପୁର୍ତ୍ତୀ।

ଓଡ଼ଗାଁରୁ  ୪୦ କୁଇଣ୍ଟାଲ ଭାଙ୍ଗ ଜବତ, ବୃଦ୍ଧାଙ୍କ ସମେତ ୩ ଗିରଫ

ଓଡ଼ଗାଁରୁ ୪୦ କୁଇଣ୍ଟାଲ ଭାଙ୍ଗ ଜବତ, ବୃଦ୍ଧାଙ୍କ ସମେତ ୩ ଗିରଫ

ଓଡ଼ଗାଁ,୧ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡ଼ିମଡ଼ା ଗୋଲା ସାହିରୁ କେନ୍ଦ୍ରିୟ ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ଶୁକ୍ରବାର ସକାଳେ ୮୬ ବସ୍ତା ଭାଙ୍ଗ ଜବତ ହୋଇଛି। ଏହା ପ୍ରାୟ ୩୦ କୁଇଣ୍ଟାଲ ହେବ।

ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

ଜଳେଶ୍ୱର, ୧ା୬(ଡି.ଏନ.ଏ.)-ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା ମାମଲାରେ ଜଳେଶ୍ୱର ପୋଲିସ ସହର ଅଧୀନ ୧୩ ନଂ. ୱାର୍ଡ଼ ନନ୍ଦିକା ଗ୍ରାମର ଅର୍ଜୁନ ପ୍ରସାଦ ଦେଙ୍କୁ ଗୁରୁବାର ଗିରଫ କରି ସ୍ଥାନୀୟ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଶ୍ୱଶୁର ପୂର୍ଣ୍ଣଚନ୍ଦ୍ର ଓ ଶାଶୁ ଫେରାର୍‌ ଅଛନ୍ତି। ତଦନ୍ତ ଅଧିକାରୀ ଚନ୍ଦନ କୁମାର ଘଡ଼ାଇଙ୍କ ସୂତ୍ରରୁ ପ୍ରକାଶ ଯେ, ଚଳିତମାସ ୨୦ ତାରିଖରେ ଅର୍ଜୁନ ତାଙ୍କ ବାପାଙ୍କ ସହ ମିଶି ତାଙ୍କ ସ୍ତ୍ରୀ ଆଶାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ବାଧ୍ୟ କରି ବିଫଳ ହେବା ପରେ ବିଷ ପିଆଇ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଆଶାଙ୍କ ମା ସୁମତି ବ୍ରହ୍ମ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ମାମଲା(ନଂ.୧୫୪/୧୮) ରୁଜୁ ହୋଇଥିଲା। ଆଶାଙ୍କର ଏକ ୫ ମାସର ପୁତ୍ର ସନ୍ତାନ ଅଛନ୍ତି।

ବୋହୂଙ୍କ ବାପଘରେ ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ: ଛାତ ରେଲିଂରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବୋହୂଙ୍କ ବାପଘରେ ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ: ଛାତ ରେଲିଂରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ହିିଞ୍ଜିଳିକାଟୁ,୩୧ା୫(ଡି.ଏନ୍‌.ଏ): ହିଞ୍ଜିିଳିକାଟୁ ଗାୟତ୍ରୀ ନଗର ୩ୟ ଲାଇନରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଗୁରୁବାର ପୋଲିସ ଉଦ୍ଧାର କରିଛି। ମୃତା ମହିଳା ହେଲେ ପାଟପୁର ଥାନା ଅନ୍ତର୍ଗତ ଆମ୍ବଗାଁର ଶରତ ଚନ୍ଦ୍ର ସାହୁଙ୍କ ସ୍ତ୍ରୀ ରିତା ସାହୁ (୫୦)। ତେବେ ମୃତା ରିତାଙ୍କ ମୃତଦେହ ନିଜ ବୋହୂଙ୍କ ବାପ ଘରର ଛାତ ରେଲିଂରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲା: ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲା: ଅଭିଯୁକ୍ତ ଗିରଫ

କଟକ ଅଫିସ, ୩୧।୫: କିଛି ଦିନ ତଳେ କଟକ ବାଦାମବାଡ଼ି ଅଞ୍ଚଳରେ ଘରେପଶି ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ ହେଲେ ବାଦାମବାଡ଼ି ଅଞ୍ଚଳର ଅଭିମନ୍ୟୁ କାଳିଆ। ପୋଲିସ ତାଙ୍କୁ ଥାନାରେ ରଖି ପଚରାଉଚରା ଚଳାଇଛି।

କ୍ୟୁଏଟି ପଞ୍ଝାରେ ୩ ବ୍ରାଉନ୍‌ସୁଗାର ବେପାରି: ଦେଢ଼ ଲକ୍ଷ ଟଙ୍କା ସହ ଭୁଜାଲି, ବ୍ରାଉନ୍‌ସୁଗାର ଜବତ

କ୍ୟୁଏଟି ପଞ୍ଝାରେ ୩ ବ୍ରାଉନ୍‌ସୁଗାର ବେପାରି: ଦେଢ଼ ଲକ୍ଷ ଟଙ୍କା ସହ ଭୁଜାଲି, ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜଧାନୀରେ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ୩ ଏଜେଣ୍ଟଙ୍କୁ ଗୁରୁବାର ଧରିବାରେ ସଫଳ ହୋଇଛି କୁଇକ୍‌ ଆକ୍ସନ ଟିମ୍‌(କ୍ୟୁଏଟି)। ଏଥିସହ ସେମାନଙ୍କ ନିକଟରୁ ୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର, ଦେଢ଼ ଲକ୍ଷ ଟଙ୍କା, ଗୋଟିଏ ଭୁଜାଲି ଓ ୩ଟି ବାଇକ୍‌ ଜବତ କରାଯାଇଛି।

ପାରିବାରିକ କଳହକୁ ନେଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ନିଜ ଘର ପୋଡି ବନ୍ଧା ହେଲେ

ପାରିବାରିକ କଳହକୁ ନେଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ନିଜ ଘର ପୋଡି ବନ୍ଧା ହେଲେ

ବଅଁରପାଳ,୩୧।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ପନ୍ଦର ଭରଣିଆ ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଜଣେ ଯୁବକ ନିଜ ଘର ପୋଡିଦେଇଛନ୍ତି। ସେ ହେଲେ ଗ୍ରାମର ଅଭୟ ପ୍ରଧାନ।

ମଦ୍ୟପ ସ୍ବାମୀଙ୍କୁ ଖାଇବାକୁ ଡ଼ାକିବା କାଳ ହେଲା: ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ,  ସ୍ବାମୀ ଅଟକ

ମଦ୍ୟପ ସ୍ବାମୀଙ୍କୁ ଖାଇବାକୁ ଡ଼ାକିବା କାଳ ହେଲା: ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ, ସ୍ବାମୀ ଅଟକ

କେନ୍ଦୁଝର,୩୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁନ୍ଦୁରା ଥାନା ଅନ୍ତର୍ଗତ ବାରଖଣ୍ଡିଆ ଗ୍ରାମରେ ମଦ୍ୟପ ସ୍ବାମୀଙ୍କ ଠେଙ୍ଗା ମାଡରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ କାଳନ୍ଦି ବେଣ୍ଟକାର। ପୋଲିସ ସ୍ବାମୀ ପ୍ରଦୀପ ବେଣ୍ଟକାରଙ୍କୁ ଅଟକ ରଖିଛି।

ଦିଅରଙ୍କ କତା ଚୋଟରେ ଭାଉଜଙ୍କ ମୃତ୍ୟୁ: ମଙ୍ଗଳପୁର ପୋଲିସର ତନାଘନା

ଦିଅରଙ୍କ କତା ଚୋଟରେ ଭାଉଜଙ୍କ ମୃତ୍ୟୁ: ମଙ୍ଗଳପୁର ପୋଲିସର ତନାଘନା

ଯାଜପୁର ଅଫିସ,୩୧।୫: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଈଶ୍ବରପୁର ଗ୍ରାମରେ ଗୁରୁବାର ପୂର୍ବାହ୍ନ ୯ଟାରେ ଦିଅରଙ୍କ କତା ଚୋଟରେ ଭାଉଜଙ୍କ ମୃତ୍ୟୁ ଘଟିଛି। ଖବର ପାଇ ମଙ୍ଗଳପୁର ଥାନା ଆଇଆଇସି ବାମଦେବ ନନ୍ଦ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ପାରିବାରିକ କଳହ: ଝିଅର ତଣ୍ଟି କାଟି ହତ୍ୟା କଲେ ବାପା

ପାରିବାରିକ କଳହ: ଝିଅର ତଣ୍ଟି କାଟି ହତ୍ୟା କଲେ ବାପା

ବାରିପଦା ଅଫିସ,୩୧ା୫: ବାରିପଦା ସଦର ଥାନା ଅଧୀନ ଗୋବର୍ଦ୍ଧନଶୋଳ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ପାରିପାରିକ କଳହରୁ ଜଣେ ବାପା ନିଜ ଝିଅର ତଣ୍ଟିକାଟି ହତ୍ୟା କରିଛନ୍ତି।

ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର, ମହିଳା ଗୁରୁତର

ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର, ମହିଳା ଗୁରୁତର

ଓଡ଼ଗାଁ,୩୧।୫(ସ୍ବ.ପ୍ର.):ନୟାଗଡ଼ ଜିଲା ଓଡ଼ଗାଁ ବାହାଡାଝୋଲା ମୁଖ୍ୟ ରାସ୍ତାର କୈବଲ୍ୟପୁରଠାରେ ବୁଧବାର ରାତିରେ ଦୁଇଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳାଜଣକ ହେଲେ ରଜନୀ ପରିଡା(୪୦)। ରଜନୀଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ନକଲି ପୋଲିସ ସାଜି ଯୁବତୀଙ୍କୁ ବିବାହ ପ୍ରଲୋଭନ: ଗୋବିନ୍ଦପୁର ପୋଲିସ ଦ୍ୱାରା ଯୁବକ କୋର୍ଟ ଚାଲାଣ

ନକଲି ପୋଲିସ ସାଜି ଯୁବତୀଙ୍କୁ ବିବାହ ପ୍ରଲୋଭନ: ଗୋବିନ୍ଦପୁର ପୋଲିସ ଦ୍ୱାରା ଯୁବକ କୋର୍ଟ ଚାଲାଣ

ବାମରା,୩୧।୫(ସ୍ବ.ପ୍ର.) ଏକ ଅଭାବନୀୟ ଘଟଣା କ୍ରମେ ଜଣେ ନକଲି ପୋଲିସ ଅଧିକାରୀଙ୍କୁ ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ପୋଲିସ ବୁଧବାର ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ସେନ୍ଦ୍ରିଟାଙ୍ଗର ଗାଁର ରତ୍ନେଶ୍ୱର ମାଝି (୨୮)।

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର: ଗ୍ୟାଙ୍ଗଷ୍ଟର ବିଭୁ ସାହୁ ଗୁରୁତର

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର: ଗ୍ୟାଙ୍ଗଷ୍ଟର ବିଭୁ ସାହୁ ଗୁରୁତର

କେନ୍ଦ୍ରାପଡା ଅଫିସ/ପାଟକୁରା,୩୧।୫(ଡି.ଏନ୍‌.ଏ.): ଗ୍ୟାଙ୍ଗଷ୍ଟର ବିଭୁ ସାହୁ ଓରଫ ପ୍ରତାପ ସାହୁ ବୁଧବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ପୋଲିସ ଏନକାଉଣ୍ଟରର ଶିକାର ହୋଇଛନ୍ତି। ତାଙ୍କର ଉଭୟ ଗୋଡରେ ଗୋଟିଏ ଲେଖାଏ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି।

ବନ୍ଧୁକ ଦେଖାଇ ୧ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ୧ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌

ରାଜଗାଙ୍ଗପୁର, ୩୧।୫ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଧିନ ଲିପଲୋଇର ମୁଖ୍ୟ ରାସ୍ତା କଡରେ ଥିବା ଶ୍ୟାମଷ୍ଟିଲର ମାଲିକାଣୀ ରିନା ଅଗ୍ରୱାଲଙ୍କଠାରୁ ବୁଧବାର ରାତିରେ ବନ୍ଧୁକ ଦେଖାଇ ୧ଲକ୍ଷ ୬୦ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ପ୍ରତିଦିନ ପରି ଲିପଲୋଇ ରାସ୍ତାକଡରେ ଥିବା ସିମେଣ୍ଟ ଓ ରଡ ବିକ୍ରି କରୁଥିବା ଶ୍ୟାମଷ୍ଟିଲ ଦୋକାନ ବୁଧବାର ଦିନତମାମ ଖୋଲା ରହିଥିଲା।

ଯୁବକଙ୍କ ଆକ୍ରମଣରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ:ରଣପୁର ଥାନାରେ ଅଭିଯୋଗ

ଯୁବକଙ୍କ ଆକ୍ରମଣରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ:ରଣପୁର ଥାନାରେ ଅଭିଯୋଗ

ରଣପୁର, ୩୦।୫(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ୨ନଂ ଓ୍ବାର୍ଡରେ ଗତ ରବିବାର ଜଣେ ଯୁବକଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଜଣେ ବୃଦ୍ଧଙ୍କ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ରଘୁନାଥ ନାୟକ(୬୨)। ଏ ନେଇ ରଣପୁର ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୧୦୯) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ଲାଗି ରଣପୁର ସରକାରୀ ଡାକ୍ତରଖାନାକୁ ପଠାଇଛି। ଏଥିସହ ଘଟଣାସ୍ଥଳରେ ଥାନାଧିକାରୀ ଗିରିଜା ଶଙ୍କର ରଥ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ କାଳୁ ମହାନ୍ତି(୩୦) ଫେରାର ହୋଇଯାଇଛନ୍ତି।

ଗୋଳାପୋଖରୀ ଚୋରି ଘଟଣା: ୩ ଗିରଫଙ୍କୁ କୋର୍ଟ ଚାଲାଣ

ଗୋଳାପୋଖରୀ ଚୋରି ଘଟଣା: ୩ ଗିରଫଙ୍କୁ କୋର୍ଟ ଚାଲାଣ

ତିହିଡି,୩୦।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ପୋଲିସ ଏକ ଚୋରି ମାମଲାର ତଦନ୍ତ କରି ୩ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶଙ୍ଗିଡା ଗ୍ରାମର ଚଗଲା ଜେନା, ବାରୋ ଗ୍ରାମର ନିର୍ମଳ ମହାଳିକ ଓ ଲଞ୍ଜାତର ଗ୍ରାମର ଲିଟୁନା ମଳିକ।

୨ ମାସ ତଳେ ଉଠାଇ ଆଣିଥିଲେ ଭିଣୋଇ, ଶାଳୀଙ୍କ ସନ୍ଦେହଜନକ ମୃତ୍ୟୁ

୨ ମାସ ତଳେ ଉଠାଇ ଆଣିଥିଲେ ଭିଣୋଇ, ଶାଳୀଙ୍କ ସନ୍ଦେହଜନକ ମୃତ୍ୟୁ

ଡେରାବିଶ, ୩୦।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ଥାନା କାଉପଡ଼ା ପଞ୍ଚାୟତ ବ୍ରହ୍ମପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ମୀନାକ୍ଷୀ ମଲିକ(୨୦)।

ଜରିଅଖାରେ ପାଉଚ ମଦ ଚାଲାଣ: ୧୦୦ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ, ଜଣେ ଗିରଫ

ଜରିଅଖାରେ ପାଉଚ ମଦ ଚାଲାଣ: ୧୦୦ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ, ଜଣେ ଗିରଫ

ବନ୍ତଳା,୩୦।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଓ ମଧୁପୁର ପୂର୍ତ୍ତ ବିଭାଗ ରାସ୍ତାରେ ବୁଧବାର ସକାଳେ ଏକ ସ୍କୁଟିରୁ ମଦ ଜବତ କରାଯାଇଛି। ୩ଟି ଜରି ବସ୍ତାରେ ୭୦୦ରୁ ଊଦ୍ଧର୍‌ବ ପ୍ୟାକେଟ ପାଉଚ ମଦ ବେଆଇନ ଭାବରେ ଚାଲାଣ ହେଉଥିଲା।

ଛୁରାମାଡ଼ରେ ଯୁବକ ଗୁରୁତର

ଛୁରାମାଡ଼ରେ ଯୁବକ ଗୁରୁତର

କେନ୍ଦ୍ରାପଡା ଅଫିସ,୩୦।୫:ଦାଦାବଟି ନ ଦେବାରୁ ଯୁବକଙ୍କୁ ଛୁରାମାଡ । ଏହି ଘଟଣା କେନ୍ଦ୍ରାପଡା ସହରର ଖଡିଅଙ୍ଗରେ ମଙ୍ଗଳବାର ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଥାନା ଅନ୍ତର୍ଗତ କାଲିଚୌରୀ ଗ୍ରାମର ହାଜି ଉଦ୍ଦିନଙ୍କ ପୁଅ ନୁର ଆଲମ(୨୫) କେନ୍ଦ୍ରାପଡା ସହରରେ ଗୁଡି ବ୍ୟବସାୟ ପାଇଁ ଖଡିଅଙ୍ଗରେ ଘର ଭଡା ନେଇ ରହିଛନ୍ତି । ଘରଭଡା ନେବା ଦିନ ଠାରୁ ସହରର ଜନୈକ ଯୁବକ ନୁରଙ୍କ ଠାରୁ ଦାଦାବଟି ନେଇଥାନ୍ତି । ତେବେ ମଙ୍ଗଳବାର ଏକକାଳୀନ ୫ ହଜାର ଟଙ୍କା ଦାଦାବଟି ମାଗିଥିଲେ । ଏହି ଟଙ୍କା ନ ଦେବାରୁ ସଂପୃକ୍ତ ଯୁବକ ପାଖରେ ରଖିଥିବା ଛୁରାରେ ନୁରଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏନେଇ ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ ହୋଇଥିବା ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି ।

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ, ଓଡମ୍ବା ଗ୍ରାମରେ ଚଢ଼ାଉ ଜାରି

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ, ଓଡମ୍ବା ଗ୍ରାମରେ ଚଢ଼ାଉ ଜାରି

ଗୋପ,୩୦।୫(ଡି.ଏନ୍‌.ଏ.): କୋରାପୁଟ ଜୟପୁରରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଥିବା ଗୋପ ଥାନା ଅଧୀନ ଓଡମ୍ବା ଗ୍ରାମର ଶିବପ୍ରସାଦ ଭୋଳଙ୍କ ଘରେ ବୁଧବାର କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ପୁରୀ ଟ୍ରିପଲ ମର୍ଡର ଘଟଣା: ୫ବର୍ଷ ପରେ ଅଭିଯୁକ୍ତ ଗିରଫ

ପୁରୀ ଟ୍ରିପଲ ମର୍ଡର ଘଟଣା: ୫ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ୨୦୧୩ରେ ପୁରୀର ଏକ ଲଜରେ ଘଟିଥିବା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ସିବିଆଇ ମଙ୍ଗଳବାର ଇନ୍ଦୋରରୁ ଗିରଫ କରିଛି। ସେ ହେଲେ ୟୁପିର ଅମିତ ଅଗ୍ରୱାଲ। ତାଙ୍କୁ ସିବିଆଇ ସ୍ଥାନୀୟ ସିବିଆଇ କୋର୍ଟରେ ହାଜର କରିବା ପରେ ରିମାଣ୍ଡରେ ନେଇଛି।

ବାରିପଦା ଅବକାରୀ ବିଭାଗର  ଚଢ଼ାଉ: ୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବାରିପଦା ଅବକାରୀ ବିଭାଗର ଚଢ଼ାଉ: ୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବାରିପଦା ଅଫିସ,୨୯।୫: ମୟୂରଭଞ୍ଜ ଜିଲା ବାରିପଦା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇ ୨୨ କେଜି ଗଞ୍ଜେଇ ଜବତ କରାଯିବା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏ ନେଇ ଅବକାରୀ ଇନ୍ସପେକ୍ଟର ଅଜୟ କୁମାର ବେହେରା ସୁଚନା ଦେଇଛନ୍ତି।

ପିଲା ଚୋର ଗୁଜବ ଭୟଙ୍କର ରୂପ ନେଉଛି, ଆଡଭାଇଜରୀ ଜାରି କରାଯିବ: ଡିଜିପି

ପିଲା ଚୋର ଗୁଜବ ଭୟଙ୍କର ରୂପ ନେଉଛି, ଆଡଭାଇଜରୀ ଜାରି କରାଯିବ: ଡିଜିପି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ସୋସିଆଲ ମିଡ଼ିଆରୁ ଆରମ୍ଭ ହେଇଥିବା ପିଲା ଚୋର ଗୁଜବ ରାଜ୍ୟରେ ଭୟଙ୍କର ରୂପ ନେଲାଣି। ଏଭଳି ସ୍ଥିତିରେ ପୋଲିସ ଏହାକୁ କିଭଳି ପ୍ରତିହତ କରିବ ସେନେଇ ପୋଲିସ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯିବ ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।