ଅପରାଧ

ସଇତାନ ସାଜିଲେ ପୁଅ: ବାପା, ମା’ଙ୍କୁ  ପିଟି ହତ୍ୟା

ସଇତାନ ସାଜିଲେ ପୁଅ: ବାପା, ମା’ଙ୍କୁ ପିଟି ହତ୍ୟା

ବଇଣ୍ଡା,୧୫।୬(ଡି.ଏନ୍‌.ଏ.): ସଇତାନ ସାଜିଲେ ପୁଅ। ନିଜ ବାପା, ମା’ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପୁଅ। ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲା କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗ୍ରାମରେ। ଗୁରୁବାର ରାତିରେ ଗ୍ରାମର ବାପା କରୁଣାକର ବଘାର ଓ ମା’ ଚମ୍ପା ବଘାରଙ୍କୁ ପୁଅ ଦୁଃଖୀଶ୍ୟାମ ବଘାର ଏକ ଲୁହା ମାର୍ତୁଲରେ ପିଟି ହତ୍ୟା କରିଛନ୍ତି।

ଖଣି ଅଞ୍ଚଳରୁ ୩ ଟ୍ରକ ଚୋର ଗିରଫ

ଖଣି ଅଞ୍ଚଳରୁ ୩ ଟ୍ରକ ଚୋର ଗିରଫ

କାଳିଆପାଣି,୧୫।୬(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳରୁ ବିଭିନ୍ନ ସମୟରେ ଟ୍ରକ, ଡମ୍ପର ଆଦି ଗାଡ଼ି ଚୋରି ହୋଇଥାଏ। ଏହି ଘଟଣାରେ କାଳିଆପାଣି, ଭୁବନ, ସୁକିନ୍ଦା ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ମିଳିତ ଭାବେ ଚଢାଉ କରି ସୁକିନ୍ଦା ଥାନା ଅନ୍ତର୍ଗତ ଦାମଦରପୁର ଗ୍ରାମରୁ ୩ ଟ୍ରକ ଚୋରଙ୍କୁ ଗିରଫ କରିଛି।

ରଜ ସୁଯୋଗରେ ଲୁଟ୍‌ କରୁଥିବା ଗ୍ୟାଙ୍ଗ ଠାବ: ୧ ବାଇକ୍‌, ୧୨ ମୋବାଇଲ ଜବତ, ୨ ଗିରଫ

ରଜ ସୁଯୋଗରେ ଲୁଟ୍‌ କରୁଥିବା ଗ୍ୟାଙ୍ଗ ଠାବ: ୧ ବାଇକ୍‌, ୧୨ ମୋବାଇଲ ଜବତ, ୨ ଗିରଫ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ରଜପର୍ବ ପାଳନ ଅବସରରେ ରାଜଧାନୀରେ ଜନଗହଳି ଦେଖାଦେଉଛି। ଏହାର ସୁଯୋଗ ନେଇ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଲୁଟ୍‌ପାଟ କରୁଥିବା ଏକ ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ୧ ବାଇକ୍‌, ୧୨ ମୋବାଇଲ ଫୋନ ଜବତ କରିଛି।

ବନ୍ଧୁକ ଦେଖାଇ ଲୁଟିଲେ  ୧୨ ଲକ୍ଷ

ବନ୍ଧୁକ ଦେଖାଇ ଲୁଟିଲେ ୧୨ ଲକ୍ଷ

ଆଠମଲ୍ଲିକ,୧୪।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବଜାରରେ ଥିବା ଏକ ସିମେଣ୍ଟ, ଛଡ଼ ଦୋକାନରୁ ଗୁରୁବାର ଭୋର ସମୟରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଦୋକାନର ମାଲିକ ମହେଶ ଅଗ୍ରଓ୍ବାଲ ଦୋକାନ ଖୋଲି ଟଙ୍କା ହିସାବ କରୁଥିବାବେଳେ ୪ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଏହି ଲୁଟ୍‌ କରିଥିଲେ।

ଲକ୍ଷ୍ମୀନାରାୟଣ ମନ୍ଦିରରୁ ଚୋରି

ଲକ୍ଷ୍ମୀନାରାୟଣ ମନ୍ଦିରରୁ ଚୋରି

ଚାନ୍ଦବାଲି,୧୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବଡ଼ ଦସ୍ତିଆ ପଞ୍ଚାୟତରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଚୋରମାନେ ମୁଖ୍ୟଦ୍ୱାରର ଚାବି ଭାଙ୍ଗି ମନ୍ଦିରରେ ପ୍ରବେଶ କରିବା ସହ ସେଠାରେ ଥିବା ଇନଭର୍ଟରକୁ ନେଇଯାଇଛନ୍ତି। ଦାନବାକ୍ସରୁ ଟଙ୍କା ନେଇଯାଇଥିଲେ ମଧ୍ୟ ଚୋରମାନେ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ସକ୍ଷମ ହୋଇ ନାହାନ୍ତି।

ବିଲରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ: ବଳାତ୍କାର ପରେ ହତ୍ୟା ସନ୍ଦେହ

ବିଲରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ: ବଳାତ୍କାର ପରେ ହତ୍ୟା ସନ୍ଦେହ

ମାଲକାନଗିରି,୧୪।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବେଜଙ୍ଗିବଡ଼ା ଗ୍ରମରୁ ନିଖୋଜ ଥିବା ଜନୈକା ନାବାଳିକାଙ୍କ ମୃତଦେହ ଗୁରୁବାର ସକାଳେ ପୋଲିସ ନିକଟସ୍ଥ ବିଲରୁ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ତାଙ୍କୁ ପ୍ରଥମେ ବଳାତ୍କାର କରାଯାଇ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଗଞ୍ଜେଇ ଜବତ, ୨ ଗିରଫ

ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ ଅଫିସ, ୧୩ା୬: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ବୁଧବାର ଭୋର ସାଢ଼େ ୫ଟାରେ ସ୍ଥାନୀୟ କୁଡ଼କି ଛକରେ ଚଢ଼ାଉକରି ୨ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି।

ଭତ୍ତା ଟଙ୍କାକୁ ନେଇ ମା’ଙ୍କୁ ହତ୍ୟା କରି ପୋଡିବା ଘଟଣା: ଅଭିଯୁକ୍ତ ପୁଅ ଗିରଫ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ଭତ୍ତା ଟଙ୍କାକୁ ନେଇ ମା’ଙ୍କୁ ହତ୍ୟା କରି ପୋଡିବା ଘଟଣା: ଅଭିଯୁକ୍ତ ପୁଅ ଗିରଫ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ଛେଣ୍ଡିପଦା,୧୩।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ଓଗୀ ମାହାର ସାହିରେ ମା’ଙ୍କୁ ହତ୍ୟା କରିବା ମାମଲାରେ ପୋଲିସ ବୁଧବାର ପୁଅ ରଞ୍ଜନ ମାହାରଙ୍କୁ ଗିରଫ କରିଛି। ଘଟଣାସ୍ଥଳରେ ଆଇଆଇସି ବିନ୍ଦୁବାସିନୀ ବିଶ୍ୱାଳ, ଅନୁଗୋଳ ଏସ୍‌ଡିପିଓ ହରିହର ପାଣି, ଏଏସ୍‌ଆଇ ଅଶୋକ କୁମାର ତ୍ରିପାଠୀ, ପୋଲିସ କର୍ମଚାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅପରପକ୍ଷରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ବାପାଙ୍କୁ ମାଡ଼ ମାରି ଜେଲ ଗଲେ ପୁଅ

ବାପାଙ୍କୁ ମାଡ଼ ମାରି ଜେଲ ଗଲେ ପୁଅ

ଦିଗପହଣ୍ଡି,୧୩।୬(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ହରେକୃଷ୍ଣ ମିଶ୍ରଙ୍କୁ ବୁଧବାର କେ.ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବନବିଭାଗ, ପୋଲିସର ମିଳିତ ଚଢ଼ାଉ: ଦୁଇ ଲକ୍ଷ ଟଙ୍କାର ଶାଳ ଗଣ୍ଡି, ଦୁଇଟି ଗାଡି ଜବତ

ବନବିଭାଗ, ପୋଲିସର ମିଳିତ ଚଢ଼ାଉ: ଦୁଇ ଲକ୍ଷ ଟଙ୍କାର ଶାଳ ଗଣ୍ଡି, ଦୁଇଟି ଗାଡି ଜବତ

ଓଡ଼ଗାଁ, ୧୩ା୬(ସ୍ବ.ପ୍ର.): ଦୀର୍ଘଦିନର ନୀରବତା ପରେ ସ୍ଥାନୀୟ ବନ ବିଭାଗ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ାଉ କରି ପ୍ରାୟ ୨ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଳଗଣ୍ଡି ଜବତ କରଛନ୍ତି ।

ଭିଜିଲାନ୍ସ ହାତରେ ବେଗୁନିଆ ଥାନା ଏସ୍‌ଆଇ

ଭିଜିଲାନ୍ସ ହାତରେ ବେଗୁନିଆ ଥାନା ଏସ୍‌ଆଇ

ବେଗୁନିଆ, ୧୨ା୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଏସ୍‌ଆଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବେଗୁନିଆ ଥାନା ପିଚୁକୁଳି ଗ୍ରାମର କିଶୋର ନାଏକଙ୍କଠାରୁ ସେ ଏହି ଲାଞ୍ଚ ଟଙ୍କା ନେଉଥିଲେ।

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ: ମୁଖ୍ୟ ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ: ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଜୟପୁର ଗ୍ରାମର ଜନୈକା ୧୩ ବର୍ଷିୟା ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ପୀଡ଼ିତାଙ୍କ ମା’ ଖନ୍ତାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ୨୨୫/୧୮ରେ ଏକ ମାମଲା ରୁଜୁ କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ କରୁଣା ଶଙ୍କର ପଲେଇ ପ୍ରକାଶ କରିଛନ୍ତି।

୪ ଜୁଆଡି ଗିରଫ, ୫୦ ହଜାର ଜବତ

୪ ଜୁଆଡି ଗିରଫ, ୫୦ ହଜାର ଜବତ

ଯାଜପୁର ରୋଡ, ୧୨ା୬ (ନି.ପ୍ର): ଯାଜପୁରରୋଡ ପୋଲିସ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ ଉପରେ ଚଢ଼ାଉକରି ୪ ଜୁଆଡିଙ୍କୁ ଗିରଫ କରିଛି। ସେମାନେ ହେଲେ ମାନସ ସାହୁ, ପ୍ରଦୀପ କୁମାର ସାହୁ, ଚନ୍ଦନ ବେହେରା ଓ ମୋହନ ମହାରଣା।

୮ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି,୧୨।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବଡ଼ପଦର ଗ୍ରାମରୁ ମଙ୍ଗଳବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଥିବା ନେଇ ଖବରପାଇ ଚିତ୍ରକୋଣ୍ଡା ପୋଲିସ ଉକ୍ତ ଗ୍ରାମର ଜଗବନ୍ଧୁଙ୍କ ଘରେ ଚଢ଼ାଉ କରିଥିଲା।

ଯୁବତୀଙ୍କୁ ଅସଦାଚରଣ ମାମଲା: ବସ୍‌ କଣ୍ଡକ୍ଟର ଅଟକ

ଯୁବତୀଙ୍କୁ ଅସଦାଚରଣ ମାମଲା: ବସ୍‌ କଣ୍ଡକ୍ଟର ଅଟକ

କେନ୍ଦୁଝର, ୧୨ା୬ (ସ୍ବ.ପ୍ର.): ଭୁବନେଶ୍ୱରରୁ କେନ୍ଦୁଝର ଯାଉଥିବା ଜଣେ ଯୁବତୀଙ୍କୁ ବସ୍‌ରେ ସୋମବାର ରାତିରେ ଅସଦାଚରଣ ହୋଇଥିଲା। ଏ ନେଇ ଯୁବତୀ ଜଣଙ୍କ ମଙ୍ଗଳବାର ଟାଉନ ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ବସ୍‌କୁ ଅଟକ ରଖିବା ସହ କଣ୍ଡକ୍ଟରଙ୍କୁ ପଚରାଉଚରା ଚଳାଇଛି।

ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ୫ ବୋମା ଜବତ

ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ୫ ବୋମା ଜବତ

ଶେରଗଡ଼,୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମସ୍ଥିତ ଗରୁଡ଼େଶ୍ୱର ଶିବ ମନ୍ଦିରଠାରେ ରବିବାର ବିଳମ୍ବିତ ରାତିରେ ଶେରଗଡ଼ ପୋଲିସ ଏକ ଡକାୟତ ଗ୍ୟାଙ୍ଗ ଉପରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୩ ଜଣଙ୍କୁ ଗିରଫ କରାଯିବା ସହ ବୋମା ଏବଂ ମାରଣାସ୍ତ୍ର ଜବତ ହୋଇଛି।

ଚୋରା ଦେଶୀ ମଦ ଜବତ: ୪ ଗିରଫ

ଚୋରା ଦେଶୀ ମଦ ଜବତ: ୪ ଗିରଫ

ମୋରଡା,୧୧।୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡା ଅବକାରୀ ବିଭାଗ ଅଧୀନ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳେ ଚଢ଼ାଉ କରଯାଇଛି। ଏହି ସମୟରେ ଚୋରା ଦେଶୀ ମଦ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୨ ମହିଳା ଓ ୨ ପୁରୁଷଙ୍କୁ ଗିରଫ କରାଯାଇଛି।

ଆନନ୍ଦପୁର ଦଧିବାମନ ଜୀଉଙ୍କ ମନ୍ଦିରରୁ ସୁନାଚିତା ଚୋରି ଘଟଣା: ପୋଲିସର ତଦନ୍ତ ଜାରି

ଆନନ୍ଦପୁର ଦଧିବାମନ ଜୀଉଙ୍କ ମନ୍ଦିରରୁ ସୁନାଚିତା ଚୋରି ଘଟଣା: ପୋଲିସର ତଦନ୍ତ ଜାରି

ଆନନ୍ଦପୁର,୧୧।୬(ସ୍ବ.ପ୍ର.): ଆନନ୍ଦପୁରର ଆରାଧ୍ୟ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିରରୁ ତିନି ଠାକୁରଙ୍କର ସୁନାଚିତା ଚୋରି ଘଟଣାରେ ପୋଲିସ ତଦନ୍ତକୁ ଜୋର୍‌ କରିଛି। ଇତିମଧ୍ୟରେ ପୂଜକ ଜଗବନ୍ଧୁ ଦାଶଙ୍କୁ ପୋଲିସ ପକ୍ଷରୁ ଜେରା କରାଯାଇଥିବା ବେଳେ ଆଉଥରେ ଜେରା କରାଯିବ ବୋଲି ଥାନା ଅଧିକାରୀ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି।

ପରକୀୟାପ୍ରୀତି ସନ୍ଦେହର କରୁଣ ପରିଣତି: କୋଦାଳରେ ହାଣି ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ

ପରକୀୟାପ୍ରୀତି ସନ୍ଦେହର କରୁଣ ପରିଣତି: କୋଦାଳରେ ହାଣି ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ

ବାସୁଦେବପୁର,୧୧।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଖପରାପଦା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟାପ୍ରୀତି ସନ୍ଦେହରେ ଉକ୍ତ ଅଞ୍ଚଳର ପ୍ରଫୁଲ୍ଲ ବାରିକ ନାମକ ଜଣେ ବ୍ୟକ୍ତି କୋଦାଳରେ ହାଣି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତ ମହିଳା ହେଲେ ଜୟନ୍ତୀ ବାରିକ(୨୮)।

ପୂର୍ବ ଶତ୍ରୁତାକୁ ନେଇ ଅଟୋଚାଳକଙ୍କୁ ବୀଭତ୍ସ ହତ୍ୟା

ପୂର୍ବ ଶତ୍ରୁତାକୁ ନେଇ ଅଟୋଚାଳକଙ୍କୁ ବୀଭତ୍ସ ହତ୍ୟା

ଖୋର୍ଦ୍ଧା ଅଫିସ,୧୦।୬: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ସୁନ୍ଦରପୁର ମୁକ୍ତେଶ୍ୱର ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ରବିବାର ପୋଲିସ ନିକଟରେ ଅଭିଯୋଗ ହୋଇଛି। ମୃତକ ହେଲେ ଉକ୍ତ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବୁଲୁ ଲେଙ୍କା(୨୫)। ବୁଲୁ ପେସାରେ ଜଣେ ଅଟୋଚାଳକ ବୋଲି ଜଣାପଡିଛି। ସେ ସୁନ୍ଦରପୁର ଗ୍ରାମର ଲୋଚନ ପରିଡାଙ୍କ ଘରେ ରହି ଅଟୋ ଚାଳକ ଭାବେ କାର୍ଯ୍ୟ କରୁଥିଲେ।

୪୦ ହଜାର ମୂଲ୍ୟର ଶାଗୁଆନ ପଟା ଜବତ

୪୦ ହଜାର ମୂଲ୍ୟର ଶାଗୁଆନ ପଟା ଜବତ

ଓଡ଼ଗାଁ, ୧୦।୬(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ରୋହିବାଙ୍କ ପଞ୍ଚାୟତ ମହେଶ୍ୱରପୁର ଗ୍ରାମରୁ ବନବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ୬୬ଖଣ୍ଡ ମୂଲ୍ୟବାନ ଶାଗୁଆନ ପଟା ଜବତ କରିଛନ୍ତି।

ଶିକ୍ଷକଙ୍କୁ ମାଡ ମାରି ଯୁବକ ଗିରଫ

ଶିକ୍ଷକଙ୍କୁ ମାଡ ମାରି ଯୁବକ ଗିରଫ

ରଣପୁର, ୧୦।୬(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ଥାନା ସାନଗଡ଼ ଛକରେ ଶନିବାର ଜଣେ ଶିକ୍ଷକକୁ ମାଡମାରିବା ଯୁବକଙ୍କୁ ମହଙ୍ଗା ପଡିଛି। ଯୁବକ ଜଣକ ହେଲେ ସାନଗଡ଼ ଗ୍ରାମର ବ୍ରାଦି ବାହନ(୩୨)। ଶିକ୍ଷକ ସୁରେଶ ମାନ୍ଧାତା ଏ ନେଇ ରଣପୁର ଥାନାରେ ଅଭିଯୋଗ କରିବା ପରେ ରବିବାର ଯୁବକଙ୍କୁ ଗିରଫ କରି ରଣପୁର କୋର୍ଟକୁ ଚାଲାଣ କରାଯାଇଛି।

ସୁନାମୁହିଁ ମନ୍ଦିରରୁ ଚୋରି

ସୁନାମୁହିଁ ମନ୍ଦିରରୁ ଚୋରି

ଭଣ୍ଡାରିପୋଖରୀ,୧୦।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ କୋରକରା ଗ୍ରାମରେ ଥିବା ସୁନାମୁହିଁ ମନ୍ଦିରରୁ ଶନିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ସମସ୍ତ ଆସବାବପତ୍ର ଚୋରାଇ ନେଇଛନ୍ତି।

ବ୍ୟାଙ୍କ୍‌ରୁ ଲୁଟ୍‌ ଉଦ୍ୟମ

କଣ୍ଟାପଡ଼ା,୧୦।୬(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉତ୍ତାରଣ କାନାରା ବ୍ୟାଙ୍କ୍‌ର ତାଲା ଭାଙ୍ଗି ଶନିବାର ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ସିସିଟିଭି ମନିଟର ଏବଂ ଗୋଟିଏ କଏନ୍‌ ପ୍ୟାକେଟ ନେଇ ଫେରାର ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ଗୋବିନ୍ଦପୁର ଥାନାରେ ରବିବାର ଅଭିଯୋଗ ହୋଇଛି।