ଅପରାଧ

ରାଜା ଆଚାର୍ଯ୍ୟଙ୍କ ଜାମିନକୁ ପୋଲିସର ଚ୍ୟାଲେଞ୍ଜ

ରାଜା ଆଚାର୍ଯ୍ୟଙ୍କ ଜାମିନକୁ ପୋଲିସର ଚ୍ୟାଲେଞ୍ଜ

କଟକ ଅଫିସ, ୪।୫: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏହି ଜାମିନକୁ ଚ୍ୟାଲେଞ୍ଜ କରିଛି କମିଶନରେଟ ପୋଲିସ। ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ଦାଦାବଟି ମାଗିବା ଅଭିଯୋଗରେ ରାଜା ଜେଲରେ ଥିଲେ।

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା: ୨ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ ମୁସ୍ତାକ

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା: ୨ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ ମୁସ୍ତାକ

କଟକ ଅଫିସ, ୪।୫: ସାଲେପୁରର ୬ ବର୍ଷିୟା ଶିଶୁ କନ୍ୟା ବଳାତ୍କାର ଓ ହତ୍ୟା ମାମଲାରେ ଶୁକ୍ରବାର ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ କଟକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ସାଲେପୁର ପୋଲିସ ତାଙ୍କୁ ୨ ଦିନ ରିମାଣ୍ଡରେ ନେବାକୁ ଅଦାଲତରେ ଆବେଦନ କରିଥିଲେ।

ପୁଅ ବାହାଘର ଦିନ ଘରପୋଡ଼ି ଘଟଣା: ତଦନ୍ତ କଲା ଆଇନସେବା ପ୍ରାଧିକରଣ

ପୁଅ ବାହାଘର ଦିନ ଘରପୋଡ଼ି ଘଟଣା: ତଦନ୍ତ କଲା ଆଇନସେବା ପ୍ରାଧିକରଣ

କୁନ୍ଦୁରା,୪।୫(ଡି.ଏନ୍‌.ଏ.): କୁନ୍ଦୁରା ବ୍ଲକ ଡଙ୍ଗରପାଉଁସୀ ଗ୍ରାମପଞ୍ଚାୟତ ଭେଜାହାଣ୍ଡିଠରେ ବାସ କରୁଥିବା ଦୁଇ ଅର୍ଦ୍ଧ ପାଗଳ ଭାଇ ରାମଚନ୍ଦ୍ର ଖାତି ଏବଂ ଗୁପ୍ତ ଖାତିଙ୍କର ଘର ପୋଡ଼ିଯାଇଥିଲା । ମାର୍ଚ୍ଚ ୬ରେ ରାମଚନ୍ଦ୍ର ଖାତିଙ୍କର ଏକମାତ୍ର ପୁଅ ମଙ୍ଗରାଜ ଖାତିଙ୍କର ବାହାଘର ବେଳେ ହଠାତ୍‌ ଲୋକ ଜାଣିବା ପୂର୍ବରୁ ବିଦ୍ୟୁତ୍‌ ସର୍ଟସର୍କିଟରେ ଦୁଇଭାଇଙ୍କ ଘର ପୋଡି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଜିଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିଦ୍ୟୁତ୍‌ କୁମାର ମିଶ୍ର ଏବଂ ପ୍ରାଧିକରଣ ସମ୍ପାଦକ ଲଳିତ ମଞ୍ଜରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ଅଧିକାରୀ ସୋମନାଥ ମହାନ୍ତି ଭେଜାହାଣ୍ଡି ଯାଇ ତଦନ୍ତ କରି ଫେରିଛନ୍ତି। ଏହା ସହ କୁନ୍ଦୁରା ଥାନା ଭାରପ୍ରାପ୍ତ ଅଧିକାରୀ ଶୁଭ୍ରାଂଶୁ କୁମାର ପଣ୍ଡା ଏବଂ ପ୍ରତାପ ରଥଙ୍କ ସହ ଭେଟି ଆଲୋଚନା କରିଛନ୍ତି ।

ମାଓବାଦୀଙ୍କ ବନ୍ଦ ଡାକରା, ବିସ୍ଫୋରଣ କରି ଉଡ଼ାଇଲେ କଲଭର୍ଟ

ମାଓବାଦୀଙ୍କ ବନ୍ଦ ଡାକରା, ବିସ୍ଫୋରଣ କରି ଉଡ଼ାଇଲେ କଲଭର୍ଟ

ମାଲକାନଗିରି,୪।୫(ସ୍ବ.ପ୍ର.): ମହାରାଷ୍ଟ୍ରର ଗଡ଼ଚିରୋଲି ଓ ଛତିଶଗଡ଼ର ବିଜାପୁରରେ ହୋଇଥିବା ମିଥ୍ୟା ଏନକାଉଣ୍ଟର ପ୍ରତିବାଦୀ ମାଓବାଦୀଙ୍କ କେନ୍ଦ୍ରିୟ ଟିମ୍‌ ପକ୍ଷରୁ ଭାରତ ବନ୍ଦ ଡଶକରା ଦିଆଯାଇଛି। ଏହି ଅବସରରେ ସେମାନେ ଛତିଶଗଡ଼ ଓ ତେଲେଙ୍ଗାନାରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ମାଓବାଦୀମାନେ ଲଗାଇଥିବା ବୋମାକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିଛି।

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ ଗିରଫ ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ ଗିରଫ ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ଦାରିଙ୍ଗବାଡ଼ି,୪।୫(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଯୋଗୁ ଉତ୍ତେଜନା ପ୍ରକାଶ ପାଇଛି ା ଗୁରୁବାର ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଦାରିଙ୍ଗବାଡ଼ି ଆସି ଛାତ୍ରୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ସୋରଡା, ୪।୫(ଡି.ଏନ୍‌.ଏ.)- ସୋରଡା ବ୍ଲକ ବଡଗଡ ତିନିଛକଠାରେ ଜଣେ ଯୁବକଙ୍କୁ ଶୁକ୍ରବାର ଅପରାହ୍ନରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ବଡଗଡ ଥାନା ଗାଙ୍ଗପୁର ଗ୍ରାମର ସନିଆ ବିଷୋୟୀ।

ବାହାଘର ପୂର୍ବରୁ ବଡ଼ଝିଅ ନିଖୋଜ: ନାବାଳିକା ସାନଝିଅକୁ ବିବାହ ଦେବାବେଳେ ରୋକିଲା ଚାଇଲ୍ଡ ଲାଇନ୍‌

ବାହାଘର ପୂର୍ବରୁ ବଡ଼ଝିଅ ନିଖୋଜ: ନାବାଳିକା ସାନଝିଅକୁ ବିବାହ ଦେବାବେଳେ ରୋକିଲା ଚାଇଲ୍ଡ ଲାଇନ୍‌

ବୈପାରୀଗୁଡ଼ା,୪।୫(ଡି.ଏନ୍‌.ଏ.): ଚାଇଲ୍ଡ ହେଲ୍ପଲାଇନ୍‌ କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ଯୋଗୁଁ ବୈପାରୀଗୁଡା ବ୍ଲକ କେନ୍ଦୁଗୁଡ଼ା ପଞ୍ଚାୟତ ଦିଶାରୀଗୁଡା ଗ୍ରାମରେ ଜଣେ ନାବାଳିକାଙ୍କ ବିବାହ ରୋକାଯାଇ ପାରିଛି । ଏ ସଂପର୍କରେ ଚାଇଲ୍ଡ ହେଲପଲାଇନକୁ କେହି ସୂଚନା ଦେବା ପରେ ତାହାର କର୍ମକର୍ତ୍ତା ଦିଶାରୀଗୁଡ଼ା ଗ୍ରାମରେ ପହଞ୍ଚତ୍ଥିଲେ।

ଫୋନ୍‌ରେ ଧମକ ଅଭିଯୋଗ

ରିଷିଡ଼ା,୪।୫(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ରିଷିଡ଼ା ଗାନ୍ଧୀନଗରପଡ଼ାର ଜଣେ ମହିଳାଙ୍କୁ ମୋବାଇଲ ମେସେଜ୍‌ ଓ କଲରେ ଧମକ ଦିଆଯାଇଥିବା ଶୁକ୍ରବାର ରିଷିଡ଼ା ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ମହିଳା ଅଭିଯୋଗରେ ଦର୍ଶାଇଛନ୍ତି ଯେ ମାଟ୍ରିକ ପରୀକ୍ଷା ଦେଇଥିବା ତାଙ୍କ ବଡ଼ ପୁଅଙ୍କୁ ଦୀର୍ଘ ୩ ମାସ ହେଲା କେହି ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ଅଶ୍ଲୀଳ

କାଜୁ ଜଙ୍ଗଲକୁ ନେଇ ଦୁଇ ଗ୍ରାମବାସୀ ହାତାହାତି

କାଜୁ ଜଙ୍ଗଲକୁ ନେଇ ଦୁଇ ଗ୍ରାମବାସୀ ହାତାହାତି

କୋରାପୁଟ,୪।୫(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ବାଜ୍ରିଂଆମ୍ବ ସ୍ଥିତ ଏକ କାଜୁ ଜଙ୍ଗଲକୁ ନେଇ ଦୁଇ ଗ୍ରାମବାସୀ ହାତାହାତି ହୋଇଛନ୍ତି। ଏନେଇ ବାଜ୍ରିଂଆମ୍ବ ଗ୍ରାମବାସୀ ସ୍ଥାନୀୟ ମାଛକୁଣ୍ଡ ଥାନାରେ ଏତଲା ଦେବା ସହ କୋରାପୁଟ ଜିଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଲମତାପୁଟ ବ୍ଲକର ବାଦିଗଡ ପଞ୍ଚାୟତରେ ଥିବା ବାଜ୍ରିଂଆମ୍ବ ଗ୍ରାମରେପଟ୍ଟା ହୋଇଥିବା କାଜୁ ଜଙ୍ଗଲକୁ ଗ୍ରାମବାସୀ ଜଗାରଖା କରୁଥିଲେ।

ଛେନାପଦୀରେ ଗୋଷ୍ଠୀ ସଂଘର୍ଷ, ୩ ଆହତ

ଛେନାପଦୀରେ ଗୋଷ୍ଠୀ ସଂଘର୍ଷ, ୩ ଆହତ

ହାଟଡିହୀ, ୪।୫(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ଓ ଛେନାପଦୀ ମଧ୍ୟରେ ଶୁକ୍ରବାର ମଧ୍ୟାହ୍ନରେ ମୁଦୁ ପାନୀୟ ଜଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ଖଣ୍ଡା ଜବତ କରିବା ସହ ତଦନ୍ତ ଜାରି ରଖିଛି।

ପିଠାପାତିଆରେ ଶିଶୁକନ୍ୟାକୁ ଚେଙ୍କ ଦେଲେ ପାଳିତା ବାପା, ଥାନାରେ ଅଟକ

ପିଠାପାତିଆରେ ଶିଶୁକନ୍ୟାକୁ ଚେଙ୍କ ଦେଲେ ପାଳିତା ବାପା, ଥାନାରେ ଅଟକ

ବ୍ରହ୍ମପୁର ଅଫିସ,୪।୫: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଶ୍ରୀ ରାମନଗର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪ ବର୍ଷର ଶିଶୁ କନ୍ୟାକୁ ପାଳିତ ବାପା ଅମାନବିୟ ଭାବେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ପାଳିତ ବାପା ରୁନା ଗୌଡ଼କୁ ବଡବଜ଼ାର ଥାନା ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

ଭିଜିଲାନ୍ସ ଜାଲରେ  କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନ,୪।୫(ଡି.ଏନ.ଏ.)- ଭୁବନ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ସ୍ବାଇଁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଡି’ ଲିଙ୍କ୍‌ ନେଇ ଖୋଳତାଡ଼: ଧର୍ମଶଳା ବିଧାୟକକୁ ଇଡିର ସମନ

ଡି’ ଲିଙ୍କ୍‌ ନେଇ ଖୋଳତାଡ଼: ଧର୍ମଶଳା ବିଧାୟକକୁ ଇଡିର ସମନ

କଟକ ଅଫିସ/ଭୁବନେଶ୍ୱର (ବ୍ୟୁରୋ), ୪।୫: ଧଳ ସାମନ୍ତ ଭ୍ରାତାଙ୍କ ସହ ସମ୍ପର୍କ (ଡି’ ଲିଙ୍କ୍‌) ନେଇ ହରଡ଼ଘଣାରେ ପଡିଛନ୍ତି ଯାଜପୁର ଜିଲା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ। ଏଥିପାଇଁ ତାଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଛି। ଆସନ୍ତା ୭ ତାରିଖରେ ଇଡ଼ି ଅଫିସରେ ହାଜର ହେବା ପାଇଁ ତାଙ୍କୁ ନୋଟିସରେ କୁହାଯାଇଛି।

ଓଭରବ୍ରିଜ୍‌ ଭୁଷୁଡିବା ଘଟଣା: ଫୋରେନ୍‌ସିକ୍‌ ଟିମ୍‌ର ତଦନ୍ତ

ଓଭରବ୍ରିଜ୍‌ ଭୁଷୁଡିବା ଘଟଣା: ଫୋରେନ୍‌ସିକ୍‌ ଟିମ୍‌ର ତଦନ୍ତ

ଭୁବନେଶ୍ୱର, ୪।୫ (ବ୍ୟୁରୋ): ବମିଖାଲ ଓଭରବ୍ରିଜ୍‌ ଭୁଷୁଡିବା ଘଟଣାର ୧୫ ଘଣ୍ଟା ପରେ ଫୋରେନ୍‌ସିକ୍‌ ଟିମ୍‌ର ୮ ଜଣ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେଉଁ କାରଣରୁ ଗୁରୁବାର ରାତିରେ କାମ ଚାଲିଥିବା ବେଳେ ରେଲିଂ ଭୁଶୁଡିଲା।

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାୟଗଡା ଅଫିସ,୪।୫: ରାୟଗଡା ସହରର ରେଳ ଷ୍ଟେଶନଠାରୁ ପ୍ରାୟ ୨ଶହ ମିଟର ଦୂର ରେଳଧାରଣା ପାର୍ଶ୍ୱସ୍ଥ ଏକ ଗଛରୁ ଶୁକ୍ରବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପକେଟରୁ ୬,୮୩୧ଟଙ୍କା ଜବତ କରାଯାଇଛି। ଯୁବକଙ୍କ ବାମ ହାତ ଶିର କଟି ରକ୍ତ ବୋହୁଥିବା ବେଳେ ତାଙ୍କ ବାମ ଗୋଡ ପାଦ ପାଖରେ କ୍ଷତ ଥିବା ଦେଖାଯାଇଛି।

ନାବାଳିକାଙ୍କୁ ବଳାତ୍କାର, ବୃଦ୍ଧ ଗିରଫ

ବଡ଼ଗାଁ,୪।୫(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଞ୍ଚଳର ଜଣେ ୧୧ ବର୍ଷୀୟ ନାବାଳିକାଙ୍କୁ ୨ ତାରିଖ ସାରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ କାଲୁସ ସାଙ୍ଗା (୬୦)ଙ୍କୁ ଗିରଫ କରିଛି। କାଲୁସଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। କାଲୁସ ନାବାଳିକାଙ୍କୁ ଘର ନିକଟ ନାଳ ବନ୍ଧକୁ ଉଠାଇ ନେଇ ବଳାତ୍କାର କରିଥିବା ଅଭିଯୋଗ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ:ଫଲୋଅପ୍‌ ଚିକିତ୍ସା ପାଇଁ ଆସିଲେ ରୀମା,ଆଖିକୁ ଭଲ ଦିଶୁନି, କାନକୁ କମ୍‌ ଶୁଭୁଛି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ:ଫଲୋଅପ୍‌ ଚିକିତ୍ସା ପାଇଁ ଆସିଲେ ରୀମା,ଆଖିକୁ ଭଲ ଦିଶୁନି, କାନକୁ କମ୍‌ ଶୁଭୁଛି

କଟକ ଅଫିସ, ୪।୫- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ରୀମା ସାହୁ ଗୁରୁବାର ଫଲୋଅପ୍‌ ଚିକିତ୍ସା ପାଇଁ ଏସ୍‌ସିବି ଆସିଥିଲେ। ପ୍ଲାଷ୍ଟିକ୍‌ ସର୍ଜରି, ଇଏନ୍‌ଟି ଓ ଚକ୍ଷୁ ବିଭାଗରେ ରୀମା ଡାକ୍ତରଙ୍କ ପରାମର୍ଶ କରିଥିଲେ। ରୀମାଙ୍କ ବାମ ଆଖିକୁ ଭଲ ଦିଶୁ ନ ଥିବାବେଳେ ବାମ କାନକୁ କମ୍‌ ଶୁଭୁଛି। ତେଣୁ ଆଖି ଓ କାନର ଚିକିତ୍ସା କରିବା ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ଯାଇଥିଲେ। ସେଠାରେ ବୋମା ବିସ୍ଫୋରଣ ଯୋଗୁ ଶରୀରରେ ସୃଷ୍ଟି ହୋଇଥିବା ଦାଗଗୁଡ଼ିକୁ ହଟାଇବା ପାଇଁ ଚିକିତ୍ସା ଆରମ୍ଭ କରାଯାଇଛି। ଏଥିପାଇଁ ରୀମାଙ୍କୁ କେତେକ ଇଞ୍ଜେକ୍‌ସନ ଦିଆଯାଇଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ବିଭୁତି ଭୂଷଣ ନାୟକ ସୂଚନା ଦେଇଛନ୍ତି। ଆଉ ୧ ମାସ ପରେ ପୁନର୍ବାର ରୀମା ଫଲୋଅପ୍‌ ଚିକିତ୍ସାରେ ଆସିବା ପାଇଁ ପରାମର୍ଶ ଦିଆଯାଇଥିବା ଡାକ୍ତର ନାୟକ ସୂଚନା ଦେଇଛନ୍ତି।

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା:ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଆଇଜି,ନିଯୁକ୍ତ ହେଲେ ସ୍ବତନ୍ତ୍ର ପିପି

କଟକ ଅଫିସ, ୪।୫- ସାଲେପୁର ୬ ବର୍ଷିଆ ଶିଶୁକନ୍ୟା ବଳାତ୍କାର ଓ ହତ୍ୟା ମାମଲାରେ ସମସ୍ତ ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଗୁରୁବାର ଅପରାହ୍ନରେ ଘଟଣାସ୍ଥଳକୁ ଆଇଜି ପ୍ରିୟଦର୍ଶୀ ଓ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ ପରିଦର୍ଶନରେ ଯାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବା ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡ଼ କରିବାକୁ ସାଲେପୁର ଏସ୍‌ଡିପିଓ ଓ ଥାନା ଅଧିକାରୀଙ୍କୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାର ପରିଚାଳନା ପାଇଁ ସ୍ବତନ୍ତ୍ର ପିପି ଏ.କେ. ନାୟକଙ୍କୁ ନିଯୁକ୍ତ କରାଯାଇଛି। ଶୀଘ୍ର ଚାର୍ଜଶିଟ ଦାଖଲ ହେବ। ଏଥିନିମନ୍ତେ ସମସ୍ତ କାର୍ଯ୍ୟ ଚାଲିଛି ବୋଲି ଆଇଜି ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ନମୁନାର ଡିଏନ୍‌ଏ ଟେଷ୍ଟ ପାଇଁ ରାଜ୍ୟ ଫୋରେନ୍‌ସିକ ସାଇନ୍ସ ଲାବୋରେଟୋରି (ଏଫ୍‌ଏସ୍‌ଏଲ୍‌)କୁ ପଠାଯାଇଛି। ଫିଙ୍ଗରପ୍ରିଣ୍ଟ ଯାଞ୍ଚ ପାଇଁ ଏଫ୍‌ଏସ୍‌ଏଲ୍‌କୁ ପଠାଯାଇଥିବା ସୂଚନା ମିଳିଛି। ନୂଆ ଅପରାଧ ଅଧ୍ୟାଦେଶ ଅନୁଯାୟୀ ଏହି ଘଟଣାକୁ ପୋଲିସ ରେଡ୍‌ଫ୍ଲାଗ ମାମଲାରେ ଅନ୍ତଭୁକ୍ତ କରି ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛି। ସମଗ୍ର ଘଟଣାର ଅନୁଧ୍ୟାନ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଉଛି। କ୍ରାଇମବ୍ରାଞ୍ଚର ଏକ ଟିମ୍‌ ସାଲେପୁରକୁ ଯାଇ ଘଟଣାର ତଦନ୍ତ ପ୍ରକ୍ରିୟାକୁ ଯାଞ୍ଚ କରିଛି।

ନାବାଳିକାକୁ ବଳାତ୍କାର ମାମଲା: ଯୁବକ ଗିରଫ

ନାବାଳିକାକୁ ବଳାତ୍କାର ମାମଲା: ଯୁବକ ଗିରଫ

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୪।୫-ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଖଇରପଲ୍ଲୀ ପଞ୍ଚାୟତରେ ଜଣେ ନାବାଳିକା(୧୦)ଙ୍କୁ ବଳାତ୍କାର କରି ଫେରାର ଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ଖଇରପଲ୍ଲୀ ପଞ୍ଚାୟତ ତାରିଆ ଗ୍ରାମର କାଠିଆ ନାଏକ (୨୬)। କାଠିଆଙ୍କୁ ଗୁରୁବାର ଖୋର୍ଦ୍ଧା ଜିଲା କଳାପଥର ନିକଟରେ ଥିବା କୋଟସିଙ୍ଗା ଗ୍ରାମରେ ଚଢ଼ାଉ କରି ପୋଲିସ ଗିରଫ କରିଥିଲା। ପ୍ରକାଶ ଯେ ନାବାଳିକାଙ୍କୁ କାଠିଆ ବଳାତ୍କାର କରିଥିବା ସୁନାଖଳା ଫାଣ୍ଡିରେ ୨୯ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦିନ ଅପରାହ୍ନରେ ନାବାଳିକା ଜଣଙ୍କ ବାହାରକୁ ଶୌଚ ହେବା ପାଇଁ ଯାଇଥିବାବେଳେ ଯୁବକ ଜଣଙ୍କ ନାବାଳିକାଙ୍କୁ କୋଳି ଦେବା ବାହାନାରେ ବୁଦାମୂଳକୁ ଡ଼ାକି ନେଇ ବଳାତ୍କାର କରିଥିଲେ। ଏ ନେଇ ରଣପୁର ଥାନାରେ ୮୧/୧୭ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଗିରିଜା ଶଙ୍କର ରଥ ପ୍ରକାଶ କରିଛନ୍ତି। ସେହିଭଳି ଯୁବକଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ଶୁକ୍ରବାର କୋର୍ଟଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ।

ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨୦ ବାଇକ ଜବତ

ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨୦ ବାଇକ ଜବତ

ଭୁବନେଶ୍ୱର, ୩।୫ (ବ୍ୟୁରୋ): ରାଜଧାନୀର ଭିନ୍ନ ଭିନ୍ନ ସ୍ଥାନରେ ୨ ଚକିଆ ଗାଡ଼ି ଚୋରି କରୁଥିବା ଏକ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଖଣ୍ଡଗିରି ପୋଲିସ। ଏହି ଗ୍ୟାଙ୍ଗର ଲୁଟେରା ଦୀପକ ସାହୁ ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେମାନଙ୍କ ନିକଟରୁ ୨୦ରୁ ଅଧିକ ବାଇକ୍‌ ଜବତ ହୋଇଛି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ବାଣ ଦୋକାନୀଙ୍କୁ ପଚରାଉଚୁରା କଲା କ୍ରାଇମବ୍ରାଞ୍ଚ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ବାଣ ଦୋକାନୀଙ୍କୁ ପଚରାଉଚୁରା କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ/ପାଟଣାଗଡ଼,୩।୫(ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌ ପାଟଣାଗଡ଼, ବଲାଙ୍ଗୀର ଓ ରାୟପୁରରେ ତନାଘନା ଚଲାଇଛି। କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଗୁରୁବାର ପୂର୍ବାହ୍ନରେ ବଲାଙ୍ଗୀର ଆସି ବାଣ ଦୋକାନୀଙ୍କୁ ପଚରାଉଚୁରା କରୁଛି। ପୁଞ୍ଜିଲାଲଙ୍କୁ ଗିରଫ କରି ଜେରା କରିବା

ହତ୍ୟା ଅଭିଯୋଗରେ ଜଣେ ଗିରଫ

ହତ୍ୟା ଅଭିଯୋଗରେ ଜଣେ ଗିରଫ

ତୁମୁଡିବନ୍ଧ,୩।୫(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ ହତ୍ୟା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ସେ ହେଲେ ତୁମୁଡିବନ୍ଧ ପଞ୍ଚାୟତ କିଲୁପଡି ଗ୍ରାମର ଅନନ୍ତ ମାଝୀ।

କୋର୍ଟ ପରିସରରେ ଦମ୍ପତିଙ୍କୁ ମାଡ଼: ୬ ଗିରଫ

ଭଦ୍ରକ ଅଫିସ,୩।୫-ଭଦ୍ରକ ଜିଲା ବାସୁଦେବପୁର କୋର୍ଟ ପରିସରରେ ଏକ ଦମ୍ପତିଙ୍କୁ ମାଡ଼ ମରାଯାଇଥିବା ନେଇ ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଦମ୍ପତି ହେଲେ ସିମୁଳିଆ ଥାନା ଅଧୀନ କ୍ଷୀରକୋଣା ଗଁାର ଗୋଲାପି ମହାରଣା ଓ ତାଙ୍କ ସ୍ବାମୀ ଶ୍ୟାମସୁନ୍ଦର ମହାରଣା।

ଯବାନ-ମାଓବାଦୀ ଗୁଳିବିନିମୟ: ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି,୩।୫(ସ୍ବ.ପ୍ର)-ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲା ଗୋଣ୍ଟା ଥାନା କୁହାଇଗୁଡ଼ାଠାରେ ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି।