ଅପରାଧ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲଙ୍କୁ ପୁଣି ୫ ଦିନଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲଙ୍କୁ ପୁଣି ୫ ଦିନଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

କଟକ ଅଫିସ/ବଲାଙ୍ଗୀର ଅଫିସ/ପାଟଣାଗଡ,୨।୫(ଡି.ଏନ୍‌.ଏ.)-ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ପୁଣି ୫ଦିନଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ପାଟଣାଗଡ ଏସ୍‌ଡିଜେଏମ୍‌ କୋର୍ଟରେ ପୁଞ୍ଜିଲାଲଙ୍କୁ ଆଉ ୮ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ବୁଧବାର ଆବେଦନ କରିଥିଲା।

ଟ୍ରେନ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ଟ୍ରେନ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ଚଣ୍ଡିଖୋଲ, ୨।୫(ଡି.ଏନ.ଏ): ଯାଜପୁର ଜିଲା ବୈରୀ ରେଳଷ୍ଟେଶନ ନିକଟରେ ରେଳ ଧାରଣାରେ କଟି ମଙ୍ଗଳବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ କହୁଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ।

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଶେଷ, ପାଟଣାଗଡ଼ ନିଆଗଲା

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଶେଷ, ପାଟଣାଗଡ଼ ନିଆଗଲା

କଟକ ଅଫିସ,୧।୫: ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ୬ ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ଶେଷ ହୋଇଛି। ଅପରାହ୍ନରେ କଡ଼ା ସୁରକ୍ଷା ବଳୟରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତାଙ୍କୁ ପାଟଣାଗଡ଼ ନିଆଯାଇଛି।

ନାବାଳିକା ମୃତ୍ୟୁ ଘଟଣାର ଭିନ୍ନମୋଡ଼: ହତ୍ୟା ଅଭିଯୋଗ ଆଣିଲେ ମାମୁ

କଟକ ସଦର,୧।୫(ଡି.ଏନ୍‌.ଏ.): କନ୍ଦରପୁର ଥାନା ଅନ୍ତର୍ଗତ ଅଥଙ୍ଗା ଗ୍ରାମର ୧୭ ବର୍ଷୀୟ ନାବାଳିକା ସ୍ବର୍ଣ୍ଣଲତା ପ୍ରଧାନ ସୋମବାର ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ପରେ କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ଲାଞ୍ଚ ମାଗି ୪ କଷ୍ଟମ ଅଧିକାରୀ ଗିରଫ

ଲାଞ୍ଚ ମାଗି ୪ କଷ୍ଟମ ଅଧିକାରୀ ଗିରଫ

ନୂଆଦିଲ୍ଲୀ, ୧-୫(ପି.ଟି.) ଲାଞ୍ଚ ମାଗିବା ଅଭିଯୋଗରେ ବମ୍ବେର ୪ଜଣ କଷ୍ଟମ ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିଛି। ଏହି ଅଧିକାରୀମାନେ ଡେପୁଟି କମିଶନର ପାହ୍ୟାର ବୋଲି କଷ୍ଟମ ଡିପାର୍ଟମେଣ୍ଟର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି।

ନାବାଳିକାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ, ପୀଡିତାଙ୍କ ଡାକ୍ତରୀମାଇନା

ରାଜନଗର,୩୦। ୪(ଡି.ଏନ୍‌.ଏ.)- ରାଜନଗର ବ୍ଲକ ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ତାଳଚୁଆ ପୋଲିସ ମଙ୍ଗଳବାର କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଅଭିଯୁକ୍ତ ଓ ପୀଡିତାଙ୍କ ଡାକ୍ତରୀମାଇନା କରାଇଛି।

ଏସ୍‌ସିବିରେ ଶିଶୁ ବିକ୍ରି ଉଦ୍ୟମ

ଏସ୍‌ସିବିରେ ଶିଶୁ ବିକ୍ରି ଉଦ୍ୟମ

କଟକ ଅଫିସ,୧।୫: କଟକ ଏସ୍‌ସିବି ମେଡିକାଲ କଲେଜରେ ମଙ୍ଗଳବାର ଶିଶୁ ବିକ୍ରି ଉଦ୍ୟମ ଅଭିଯୋଗ ହୋଇଛି। ଭଦ୍ରକ ଜିଲା ବନ୍ତ ଅଞ୍ଚଳର ଜଣେ ଦମ୍ପତି ନିଜର ନବଜାତ ୩ ଶିଶୁ କନ୍ୟାଙ୍କ ମଧ୍ୟରୁ ୨ ଜଣଙ୍କୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ। ଖବରପାଇ କଟକ ଚାଇଲ୍ଡ ଲାଇନ୍‌ ସଂଯୋଜକ ନାରାୟଣ ଶୁକ୍ଳା ଏସ୍‌ସିବି ମେଡିକାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗ ଓ୍ବାର୍ଡରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ଟ୍ରକ୍‌ ଡିକିରୁ ଟଙ୍କା ଲୁଟ୍‌ ଅଭିଯୋଗ

ଟ୍ରକ୍‌ ଡିକିରୁ ଟଙ୍କା ଲୁଟ୍‌ ଅଭିଯୋଗ

ରଣପୁର,୧।୫(ସ୍ବ.ପ୍ର.)- ନୟାଗଡ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥର ରୟାଲ ଢ଼ାବା ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ଟ୍ରକ୍‌ ଡ୍ରାଇଭର ଟଙ୍କା ଲୁଟ୍‌ କରି ଏପ୍ରିଲ ୨୮ରେ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ନୂଆଗଁ। ଥାନା ଅଞ୍ଚଳର ଅଭିଯୁକ୍ତ ରାକେଶମହାନ୍ତି ଓରଫ କାଳିଆଙ୍କୁ ମଙ୍ଗଳବାର ତାଙ୍କ ଗ୍ରାମରୁ ଗିରଫ କରିଛି।

ବାରହା ମାଂସ ଜବତ: ୩ ଶିକାରୀ ଗିରଫ

ବାରହା ମାଂସ ଜବତ: ୩ ଶିକାରୀ ଗିରଫ

ସଜନାଗଡ,୧।୫(ଡି.ଏନ.ଏ.): ବାଲେଶର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣର ରିଷିୟା ଡ୍ୟାମ ରାସ୍ତା ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।

ଗୁଣି ଗାରେଡି ହତ୍ୟା ମାମଲାରେ ନାବାଳକଙ୍କୁ ୩ବର୍ଷ କାରାଦଣ୍ଡ

ଗୁଣି ଗାରେଡି ହତ୍ୟା ମାମଲାରେ ନାବାଳକଙ୍କୁ ୩ବର୍ଷ କାରାଦଣ୍ଡ

ରାୟଗଡା ଅଫିସ,୧।୫-ରାୟଗଡା ଜିଲା ଗୁଣୁପୁର ବ୍ଲକ ପୁଟାସିଂ ଥାନା ଅନ୍ତର୍ଗତ ତେଲଣା ପଞ୍ଚାୟତ ପିଟୁଙ୍ଗୁ ଗ୍ରାମରେ ଗୋଟିଏ ପରିବାରର ୩ ଜଣଙ୍କୁ ଗୁଣି ଗାରେଡି ସନ୍ଦେହରେ ଗତ ସେପ୍ଟେମ୍ବର ୨୦୧୬ରେ ହତ୍ୟା କରାଯାଇଥିଲା।

ଉଷସୀଙ୍କୁ ଅସଦାଚରଣ, ମାଡ଼ ଘଟଣା: ଇନ୍ଦ୍ରମଣିଙ୍କ ସମେତ ୪ ଗିରଫ

ଉଷସୀଙ୍କୁ ଅସଦାଚରଣ, ମାଡ଼ ଘଟଣା: ଇନ୍ଦ୍ରମଣିଙ୍କ ସମେତ ୪ ଗିରଫ

ତାଳଚେର/ଅନୁୂଗୋଳ ଅଫିସ ୩୦ା୪(ନି.ପ୍ର.)- ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଓ ମାଡ ମରାଯିବା ଘଟଣାରେ କଣିହାଁ ପୋଲିସ ମୁଖ୍ୟ ଅଭିଯୁକ୍ତ ଡେରଙ୍ଗ ଗ୍ରାମର ଇନ୍ଦ୍ରମଣି ସାହୁ, ତାଙ୍କ ପୁଅ ରୁଜିତ ସାହୁ, ବଳରାମପ୍ରସାଦର ଦୁଷ୍ମନ୍ତ ସାହୁ ଓ କନିଆବେଡା ଗ୍ରାମର ସୁଧାଂଶୁ ନାୟକଙ୍କୁ ଗିରଫ କରିଛି।

ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ବର୍ଷେ ଜେଲ୍‌ ଦଣ୍ଡ

ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ବର୍ଷେ ଜେଲ୍‌ ଦଣ୍ଡ

ଭଦ୍ରକ ଅଫିସ,୩୦।୪-ଜଣେ କଲେଜ ପଢୁଆ ଛାତ୍ରୀଙ୍କୁ ରାସ୍ତାରେ ଅଶାଳୀନ ମନ୍ତବ୍ୟ ଓ ଅସଦାଚରଣ ମାମଲାର ବିଚାର କରି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମହଲତ ସା ସୋମବାର ଅଭିଯୁକ୍ତଙ୍କୁ ୧ବର୍ଷ ୧ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

୫ଶହ କେଜି ଗଞ୍ଜେଇ ଜବତ

୫ଶହ କେଜି ଗଞ୍ଜେଇ ଜବତ

ବାଲିମେଳା,୩୦ା୪(ଡି.ଏନ.ଏ.)-ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତର ଗମ୍ପାକୋଣ୍ଡାର ମୁଖ୍ୟ କେନାଲ ରାସ୍ତାର ଏମଭି-୧୨୦ ଗ୍ରାମ ନିକଟରୁ ୫ଶହ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ଶନିବାର ରାତି ସାଢେ ୭ଟାରେ ପୋଲିସ ଏମଭି-୧୨୦ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଆସୁଥିବା ଏକ ଟ୍ରକକୁ ସନ୍ଦେହ କରି ଅଟକାଇଥିଲେ। ଏହାକୁ ଯାଞ୍ଚ କରିବାରୁ ଟ୍ରକ ଉପର କେବିନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଧରାପଡିଥିଲା। ୧୯ଟି ପ୍ୟାକେଟରେ ୫୦୫ କେଜି ଗଞ୍ଜେଇ ଜବତ କରାଯାଇଥିଲା।

ବିଦ୍ୟୁତ୍‌ ଶକ୍‌ ଦେଇ ବଧୂହତ୍ୟା ଅଭିଯୋଗ

ବିଦ୍ୟୁତ୍‌ ଶକ୍‌ ଦେଇ ବଧୂହତ୍ୟା ଅଭିଯୋଗ

ମାର୍ଶାଘାଇ,୩୦ା୪(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ପାଟଳିପଙ୍କ ଗ୍ରାମର ଜଣେ ମହିଳାଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ହତ୍ୟା କରାଯାଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ଅଞ୍ଜଳି ବେହେରା।

ବଳାତ୍କାର ଉଦ୍ୟମ ଓ ସାନଭାଇଙ୍କୁ ଆକ୍ରମଣ ଅଭିଯୋଗରେ ବଡଭାଇଙ୍କୁ ୫ବର୍ଷ ଜେଲ

ବଳାତ୍କାର ଉଦ୍ୟମ ଓ ସାନଭାଇଙ୍କୁ ଆକ୍ରମଣ ଅଭିଯୋଗରେ ବଡଭାଇଙ୍କୁ ୫ବର୍ଷ ଜେଲ

ବିରଜାକ୍ଷେତ୍ର,୩୦ା୪(ଡି.ଏନ.ଏ.)- ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଯାଜପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ସୋମବାର ୫ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଯାଜପୁର ଜିଲା ବଡଚଣା ଥାନା ସାନବନ୍ଦାଳ ଗ୍ରାମର ରଥ ରାଉତଙ୍କ ଦୁଇପୁତ୍ର ଲକ୍ଷ୍ମୀଧର ଓ ଅକ୍ଷୟଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା।

ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ, ଅଭିଯୁକ୍ତ ଯୁବକ ଗିରଫ

ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ, ଅଭିଯୁକ୍ତ ଯୁବକ ଗିରଫ

ବାଲୁଗଁ।,୩୦।୪ (ଡି.ଏନ୍‌.ଏ.)- ପ୍ରଥମ ସ୍ତ୍ରୀଙ୍କୁ ପ୍ରତାରଣା କରି ଗୋପନରେ ଦ୍ୱିତୀୟ ବିବାହ ବାଲୁଗଁ। ଅଞ୍ଚଳର ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ପ୍ରଥମ ସ୍ତ୍ରୀ ଘଟଣା ସମ୍ପର୍କରେ ବାଲୁଗଁ। ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ରାକେଶ ରୋଶନ୍‌ ପରିଡାଙ୍କୁ ରବିବାର ଭୁବନେଶ୍ୱରରୁ ଗିରଫ କରିଛି । ଏହି ଘଟଣା ସମଗ୍ର ବାଲୁଗଁ। ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

୪ ବର୍ଷରେ ରାଜପଥ ଡକାୟତି ସଂଖ୍ୟା ୨୯୬

୪ ବର୍ଷରେ ରାଜପଥ ଡକାୟତି ସଂଖ୍ୟା ୨୯୬

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ରାଜ୍ୟରେ ଗତ ୪ ବର୍ଷରେ ୨୯୬ଟି ରାଜପଥ ଡକାୟତି ଘଟଣା ଘଟିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ସ୍ବାଧିନସଭ୍ୟ ସନାତନ ମହାକୁଡ଼ ପ୍ରଶ୍ୱରେ ଏହି ଉତ୍ତର ରଖାଯାଇଛି।

ଓଜନମାପ ବିଭାଗର ସହକାରୀ ନିୟନ୍ତ୍ରକଙ୍କ ଘରେ ଭିଜିଲାନ୍ସ ଚଢାଉ

ଓଜନମାପ ବିଭାଗର ସହକାରୀ ନିୟନ୍ତ୍ରକଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ ଅଫିସ/ରାଉରକେଲା,୩୦।୪: ରାଉରକେଲା ଓଜନମାପ ବିଭାଗର ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ବିଶ୍ୱାଳଙ୍କ ଭୁବନେଶ୍ୱରସ୍ଥିତ ପୋଖରୀପୁଟଠାରେ ଥିବା ୩ ମହଲା କୋଠା, ଖୋର୍ଦ୍ଧା ଜିଲା ନିମିକ୍ଷେତ ଗ୍ରାମରେ ଥିବା ଘର ଓ ଭୁବନେଶ୍ୱର ପାତ୍ରପଡ଼ା ଠାରେ ଥିବା ସମ୍ପର୍କୀୟଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଏକକାଳିନ ଯାଞ୍ଚ କରାଯାଉଛି।

ରାଜପଥ ଲୁଟେରା ସନ୍ତୋଷ ଗିରଫ

ରାଜପଥ ଲୁଟେରା ସନ୍ତୋଷ ଗିରଫ

ରଣପୁର, ୩୦।୪(ଡି.ଏନ୍‌.ଏ)- ନୟାଗଡ଼ ଜିଲା ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମରେ ରବିବାର ରାତିରେ ଚାନ୍ଦପୁର ଓ ରଣପୁର ପୋଲିସ ମିଳିତ ଚଢ଼ାଉ କରି ସନ୍ତୋଷ କୁମାର ମହାନ୍ତି ନାମକ ଜଣେ ରାଜପଥ ଲୁଟେରାଙ୍କୁ ଗିରଫ କରିଛି।

ଭିଜିଲାନ୍ସ ଜାଲରେ ମେଟ୍ରୋଲୋଜି ବିଭାଗର ସହାୟକ ନିୟନ୍ତ୍ରକ

ଭିଜିଲାନ୍ସ ଜାଲରେ ମେଟ୍ରୋଲୋଜି ବିଭାଗର ସହାୟକ ନିୟନ୍ତ୍ରକ

ରାଉରକେଲା,୩୦।୪(ଡି.ଏନ୍‌.ଏ.) : ଅସାଧୁ ଉପାୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଘଟଣାରେ ମେଟ୍ରୋଲୋଜି (ମାପ, ଓଜନ) ବିଭାଗର ସହାୟକ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ ଭିଜିଲାନ୍ସ ଜାଲରେ ଫଶିଛନ୍ତି। ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଏ ନେଇ ସୋମବାର ଧରପଗଡ଼ ହୋଇଛି।

ଉଷସୀଙ୍କୁ  ଅସଦାଚରଣ ମାମଲା: ବାପପୁଅ ଗିରଫ

ଉଷସୀଙ୍କୁ ଅସଦାଚରଣ ମାମଲା: ବାପପୁଅ ଗିରଫ

ତାଳଚେର, ୩୦।୪(ନି.ପ୍ର.)- ଓଲିଉଡ୍‌ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଓ ମାଡ଼ ମାରିବା ମାମଲାରେ ରବିବାର ରାତିରେ କଣିହାଁ ପୋଲିସ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅ ରୋଜିତ୍‌ କୁମାର ସାହୁଙ୍କୁ ଗିରଫ କରିଛି। ଏ

ନକଲି ତେଲ କାରଖାନା ଠାବ: ପୋଲିସ ଚଢାଉ ଜାରି

ନକଲି ତେଲ କାରଖାନା ଠାବ: ପୋଲିସ ଚଢାଉ ଜାରି

କଟକ ଅଫିସ, ୩୦।୪: ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନନଗର ନୂଆସାହି ଅଞ୍ଚଳରେ ଚାଲିଥିବା ନକଲି ଶୋରିଷ ତେଲ କାରଖାନା ଉପରେ ସୋମବାର ବାଦାମବାଡି ଥାନା ପୋଲିସ ଚଢାଉ କରିଛି। ପ୍ରକାଶ ଯେ, ନାମୀ କମ୍ପାନୀର ପାଉଚ୍‌ ଓ ଟିଣରେ ନକଲି ତେଲ ପୂରାଇ ଅସଲି ଦରରେ ବିକ୍ରି କରୁଥିଲେ। ଏ ନେଇ ଖବର ପାଇ ପୋଲିସ ଚଢାଉ କରିଥିଲା।

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲ ଲେଖିଥିଲେ ‘ଆଇ ଆମ୍‌ ଫେଲ୍ୟୁର’

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲ ଲେଖିଥିଲେ ‘ଆଇ ଆମ୍‌ ଫେଲ୍ୟୁର’

କଟକ ଅଫିସ, ୨୯।୪: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ। ୬ ଦିନିଆ ରିମାଣ୍ଡର ରବିବାର ଚତୁର୍ଥ ଦିନ ଜେରାବେଳେ କ୍ରାଇମବ୍ରାଞ୍ଚକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି।

ଜାମିନଦାର ଦୁଃଶାସନ ମହାନ୍ତିଙ୍କ ହତ୍ୟା ଘଟଣା: ଖବର ଦେବା ସତ୍ତ୍ୱେ ପହଞ୍ଚି ନ ଥିଲା ପୋଲିସ, ୩ ଅଭିଯୁକ୍ତ ଫେରାର

ଜାମିନଦାର ଦୁଃଶାସନ ମହାନ୍ତିଙ୍କ ହତ୍ୟା ଘଟଣା: ଖବର ଦେବା ସତ୍ତ୍ୱେ ପହଞ୍ଚି ନ ଥିଲା ପୋଲିସ, ୩ ଅଭିଯୁକ୍ତ ଫେରାର

ଭୁବନେଶ୍ୱର, ୨୯।୪(ବ୍ୟୁରୋ)- ବଡଗଡ ଥାନା ଚିଲିପୋଖରି ନିକଟରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଜାମିନଦାର ଦୁଃଶାସନ ମହାନ୍ତିଙ୍କ ହତ୍ୟା ଘଟଣାକୁ ୨୪ ଘଣ୍ଟା ବିତିଗଲାଣି। ହେଲେ ପୋଲିସ ଏଯାଏ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିତ୍ପାରି ନାହିଁ। ଜଣେ ଅଭିଯୁକ୍ତ ଆକ୍ରମଣ ସମୟରେ ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ସେ ସୁସ୍ଥ ହେବାକୁ ପୋଲିସ ଅପେକ୍ଷା କରିଛି।