ଅପରାଧ

ବୈତରଣୀ ନଦୀ ପଠାରୁ ବେଆଇନ ବାଲି ଚାଲାଣ: ୨ ହିଟାଚି ମେସିନ,୨ ଡମ୍ପର ଜବତ

ବୈତରଣୀ ନଦୀ ପଠାରୁ ବେଆଇନ ବାଲି ଚାଲାଣ: ୨ ହିଟାଚି ମେସିନ,୨ ଡମ୍ପର ଜବତ

ଯାଜପୁର ଅଫିସ/କୋରେଇ(ଡି.ଏନ୍‌.ଏ.),୩।୫: ବୈତରଣୀ ନଦୀ ପଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ବ୍ୟାସନଗର ତହସିଲଦାରଙ୍କ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ନଦୀର ମୁକୁନ୍ଦପୁର ଓ ସାଆଳାଁ ବେଲିଘାଟରୁ ୨ ଟି ହିଟାଚି ମେସିନ, ୨ଟି ଡମ୍ପର ଜବତ କରାଯାଇଛି। ଘଟଣାସ୍ଥଳରୁ ବାଲି ମାଫିଆମାନେ ଫେରାର ହୋଇଯାଇଥିବା ଜଣାପଡିଛି।

ମଧ୍ୟାହ୍ନ ଭୋଜନ ବିଲ୍‌ ପାଇଁ ଲାଞ୍ଚ: ପ୍ରଧାନ ଶିକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ

ମଧ୍ୟାହ୍ନ ଭୋଜନ ବିଲ୍‌ ପାଇଁ ଲାଞ୍ଚ: ପ୍ରଧାନ ଶିକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ

ସୋନପୁର,୩।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ଦୁବୁଲା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ମଧୁସୂଦନ ମିଶ୍ର ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମଧ୍ୟାହ୍ନ ଭୋଜନ ବିଲ ପ୍ରଦାନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମସି) ସଭାପତି କୃଷ୍ଣଚନ୍ଦ୍ର ଛତ୍ରିଆଙ୍କ ଠାରୁ ସେ ନିଜ କାର୍ଯ୍ୟାଳୟ ପରିସରରେ ୭ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ପ୍ରଧାନଶିକ୍ଷକ ମିଶ୍ରଙ୍କୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଥିବା ଟଙ୍କା ଜବତ କରାଯାଇଛି।

 ଚୋରା ମଦ ଜବତ: ୪ ଗିରଫ

ଚୋରା ମଦ ଜବତ: ୪ ଗିରଫ

କାକଟପୁର, ୩।୫(ଡି.ଏନ୍‌.ଏ.): ନିମାପଡ଼ା ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ କାକଟପୁର ମେଡିକାଲ ଛକସ୍ଥିତ କାଳୁଢାବା ଓ ବସଷ୍ଟାଣ୍ଡସ୍ଥିତ ଜେଜେ ଢାବା ଉପରେ ବୁଧବାର ବିଳମ୍ବିତ ରାତିରେ ଅଚାନକ ଚଢାଉ କରାଯାଇଥିଲା। ଢାବା ଦୁଇଟିରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଓ ନଗଦ ୨୦ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।

ବିବାହର ମାସେ ନ ପୂରୁଣୁ  ନବବଧୂଙ୍କ ମୃତ୍ୟୁ

ବିବାହର ମାସେ ନ ପୂରୁଣୁ ନବବଧୂଙ୍କ ମୃତ୍ୟୁ

କଣ୍ଟାବାଞ୍ଜି,୩।୫(ଡି.ଏନ.ଏ.) ବିବାହକୁ ମାସେ ପୁରି ନାହିଁ। କୌଣସି କାରଣରୁ ପାରିବାରିକ ଗଣ୍ଡଗୋଳ କିମ୍ବା ଅନ୍ୟ କୌଣସି ଅସନ୍ତୋଷର କାରଣ ମଧ୍ୟ ଜଣାପଡ଼ି ନାହିଁ ା ହେଲେ ନବ ବିବାହିତା ବଧୂ ପିଙ୍କି ପୁଟେଲଙ୍କର ମୃତ୍ୟୁ ହୋଇଛି। ଏହା ଉପରେ କଣ୍ଟାବାଞ୍ଜି ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।

୨ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ: ୨ ବଙ୍ଗୀୟ ଯୁବକ ଅଟକ

୨ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ: ୨ ବଙ୍ଗୀୟ ଯୁବକ ଅଟକ

ମାଲକାନଗିରି, ୩।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ପାକୁଣ୍ଡା ପଞ୍ଚାୟତର ଗାଗେରିନେତେଲା ଗ୍ରାମର ୨ ଆଦିବାସୀ ନାବାଳିକାଙ୍କୁ ବୁଧବାର ରାତିରେ ୨ ବଙ୍ଗୀୟ ଯୁବକ ନିକଟସ୍ଥ ଏକ ଜଙ୍ଗଲକୁ ନେଇ ଅସଦାଚରଣ କରୁଥିଲେ।

ମୋଷ୍ଟ ଓ୍ବାଣ୍ଟେଡ୍‌ ମାଓବାଦୀ ମୁକେଶଙ୍କ ଆତ୍ମସମର୍ପଣ

ମୋଷ୍ଟ ଓ୍ବାଣ୍ଟେଡ୍‌ ମାଓବାଦୀ ମୁକେଶଙ୍କ ଆତ୍ମସମର୍ପଣ

ରାଉରକେଲା ଅଫିସ,୩।୫- ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର (ଏସ୍‌ଡିଏସ୍‌) ଡିଭିଜନ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ମାଓବାଦୀ ମୁକେଶ ହେମ୍ବ୍ରମ (୨୫) ବୁଧବାର ରାଉରକେଲା ପୋଲିସ ତଥା ସିଆର୍‌ପିଏଫ୍‌ର ୧୯ ବାଟାଲିୟନ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ସମ୍ପର୍କରେ ରାଉରକେଲା ଏସ୍‌ପି ଡ. ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସୁନ୍ଦରଗଡ଼ ଜିଲା ଟିକାୟତପାଲି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ମୁକେଶଙ୍କୁ ମାଓବାଦୀ ନେତା ଅନମୋଲ ଓରଫ ସମରଜୀ ଏବଂ କୁନୁ ଦେହୁରୀ ଓରଫ ବିଜୟ ମାଓବାଦୀ ସଂଗଠନରେ ସାମିଲ କରିଥିଲେ।

ପୁତୁରା ଚାପୁଡ଼ା ମାଡରେ କକା ମୃତ

ପୁତୁରା ଚାପୁଡ଼ା ମାଡରେ କକା ମୃତ

ନୂଆପଡ଼ା ଅଫିସ,୩।୫- ନୂଆପଡ଼ା ଜିଲା କୋମନା ଥାନା ମଝାଗାଁରେ ବଦନ ସିଂ ମାଝୀ ନାମକ ଜଣେ ଯୁବକଙ୍କ ଚାପୁଡା ମାଡ଼ରେ ତୁଳସିଂ ମାଝୀ(୬୦)ନାମକ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଦୁହେଁ ସମ୍ପର୍କରେ କକା-ପୁତୁରା ବୋଲି ଜଣାପଡ଼ିଛି।

ନାବାଳିକା ଉଦ୍ଧାର

ନାବାଳିକା ଉଦ୍ଧାର

ଲହୁଣୀପଡା, ୩।୫ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ କୁଳିପୋଷ ଗ୍ରାମରୁ ଜନୈକା ନାବାଳିକାଙ୍କୁ ଉଦ୍ଧାର କରାଯାଇ ଦିଶାକୁ ହସ୍ତାନ୍ତର କରାଯାଇଛି। କୁଳିପୋଷ ଗ୍ରାମରେ ଜଣେ ନାବାଳିକା ବୁଲୁଥିବା ସେହି ଗ୍ରାମର ଝରଣା ସାହୁ ଦେଖିବାକୁ ପାଇଥିଲେ। ସେ ଲହଣୀପଡା ଥାନାକୁ ଜଣାଇବା ସହିତ ଲହଣୀପଡା ସିଡିପିଓ ଛବି ମାହାନ୍ତିଙ୍କୁ ମଧ୍ୟ ସୂଚନା ଦେଇଥିଲେ।

୨ ମାସ ହେଲା ନିଖୋଜ ଥିଲେ: ଢ଼ାବା ମାଲିକଙ୍କ ଘରୁ ୨ ଛାତ୍ର ଉଦ୍ଧାର

୨ ମାସ ହେଲା ନିଖୋଜ ଥିଲେ: ଢ଼ାବା ମାଲିକଙ୍କ ଘରୁ ୨ ଛାତ୍ର ଉଦ୍ଧାର

ବୌଦ୍ଧ,୩।୫(ସ୍ବ.ପ୍ର.) - ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ହରେକୃଷ୍ଣପୁର ସେବାଶ୍ରମ ବିଦ୍ୟାଳୟରୁ ଗତ ୨ ମାସ ତଳେ ନିଖୋଜ ହୋଇଥିବା ୨ ଛାତ୍ରଙ୍କୁ ବୌଦ୍ଧ ଓ କନ୍ଧମାଳ ଶିଶୁ ସୁରକ୍ଷା ୟୁନିଟ ଏବଂ ପୋଲିସର ମିଳିତ ଚଢ଼ାଉ ଅଭିଯାନ କ୍ରମେ ଏକ ଢ଼ାବା ମାଲିକଙ୍କ ଘରୁ ଉଦ୍ଧାର କରାଯାଇଛି। ସେମାନେ ହେଲେ ହରଭଙ୍ଗା ବ୍ଳକ ବାରିଙ୍ଗଗୁଛା ସାହିର ପ୍ରଶାନ୍ତ ଦେହୁରୀ ଓ କନ୍ଧମାଳ ଜିଲା ଜାଣମେଣିରର ମନୋଜ ମଲିକ। ଛାତ୍ରଦ୍ୱୟ ଗତ ମାର୍ଚ୍ଚ ମାସ ୯ ତାରିଖରୁ ବିଦ୍ୟାଳୟରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ।

ଡ୍ୟାନ୍ସ ବାରରେ ଦେହ ବ୍ୟବସାୟ

ଭୁବନେଶ୍ୱର, ୩ା୫(ବ୍ୟୁରୋ)- ଡ୍ୟାନ୍ସ ବାର୍‌ରେ ଚାଲିଛି ଦେହ ବ୍ୟବସାୟ। ଏଭଳି ଏକ ସେକ୍ସ ର଼୍ୟାକେଟକୁ ଠାବ କରିଛି କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌(କ୍ୟୁଏଟି)। ଅଶୋକ ନଗରରେ ଥିବା ରଙ୍ଗିଲା ଡ୍ୟାନ୍ସ ବାରରେ କ୍ୟୁଏଟି ଚଢ଼ାଉ କରି ୫ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି।

ଲଙ୍କାଗୁଣ୍ଡ ପକାଇ ୧.୩୯ ଲକ୍ଷ ଟଙ୍କା ଲୁଟ୍‌

ଲଙ୍କାଗୁଣ୍ଡ ପକାଇ ୧.୩୯ ଲକ୍ଷ ଟଙ୍କା ଲୁଟ୍‌

ଜଗତ୍‌ସିଂହପୁର ଅଫିସ, ୩ା୫- ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଜଗତ୍‌ସିଂହପୁର ଥାନା ଅଧୀନ ଅତାମଳା ନିକଟରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଭାରତ ଫାଇନାନ୍‌ସିଆଲ ଇନ୍‌କ୍ଲୁସନ୍‌ ଲିମିଟେଡ୍‌ ନାମକ ଫାଇନାନ୍ସ କମ୍ପାନୀର ଜଗତ୍‌ସିଂହପୁର ଶାଖା କର୍ମଚାରୀଙ୍କ ମୁହଁକୁ ଲଙ୍କା ଗୁଣ୍ଡ ପକାଇ ୧,୩୮,୯୮୮ ଟଙ୍କା ଲିଟି ନେଇଛନ୍ତି।

ବିବାହ ପ୍ରତିଶ୍ରୁତି ଦେଇ ପ୍ରତ୍ୟାଖ୍ୟାନ

ବିରଜାକ୍ଷେତ୍ର,୩।୫(ଡି.ଏନ୍‌.ଏ) ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯାଜପୁର ଥାନା ଅକରପଡ଼ା ପଞ୍ଚାୟତ ମଲ୍ଲିକାପୁର ଗ୍ରାମର ଠକୁନ ଜେନା(୧୯) ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ବୁଧବାର ଯାଜପୁର ପୌରାଞ୍ଚଳ ହରିପୁର ଗ୍ରାମର ଜଣେ ଯୁବତୀ ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ।

ଲାଞ୍ଚ ମାଗି ୪ କଷ୍ଟମ ଅଧିକାରୀ ଗିରଫ

ଲାଞ୍ଚ ମାଗି ୪ କଷ୍ଟମ ଅଧିକାରୀ ଗିରଫ

ନୂଆଦିଲ୍ଲୀ, ୩-୫(ପି.ଟି.) ଲାଞ୍ଚ ମାଗିବା ଅଭିଯୋଗରେ ବମ୍ବେର ୪ଜଣ କଷ୍ଟମ ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିଛି। ଏହି ଅଧିକାରୀମାନେ ଡେପୁଟି କମିଶନର ପାହ୍ୟାର ବୋଲି କଷ୍ଟମ ଡିପାର୍ଟମେଣ୍ଟର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି।

ମୃତ୍ୟୁ ମାମଲା ସ୍ତ୍ରୀ ଗିରଫ, ସହଯୋଗୀ ଫେରାର

ମୃତ୍ୟୁ ମାମଲା ସ୍ତ୍ରୀ ଗିରଫ, ସହଯୋଗୀ ଫେରାର

ଆସିକା,୩ା୫ (ଡି.ଏନ୍‌.ଏ.) ଆସିକା ଥାନା ବାବନପୁର ପାଟଣା ସାହିରେ ଭଡ଼ାଘରେ ରହୁଥିବା ଶିକ୍ଷାସହାୟକ ମହେଶ୍ୱର ମହାରଣାଙ୍କ ମୃତ୍ୟୁ ମାମଲାର ପର୍ଦ୍ଦଫାଶ ହୋଇଛି। ମହେଶ୍ୱରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କ ସ୍ତ୍ରୀ ପଦ୍ମନୀ ସ୍ବାଇଁ ବୁଧବାର ଗିରଫ ହୋଇଛନ୍ତି।

ଘରେ ପଶି ତମ୍ପତିଙ୍କୁ ଆକ୍ରମଣ

କେନ୍ଦୁଝର, ୩ା୫(ସ୍ବ.ପ୍ର.): ପଣ୍ଡାପଡା ଥାନାର ଦଣ୍ଡସେନା ପଶି ଗାଁରେ ମଙ୍ଗଳବାର ରାତିରେ ଘରେ ପଶି ଆଦିବାସୀ ଦମ୍ପତିଙ୍କୁ ଆକ୍ରମଣ ସହ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ସେମାନେ ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ରାଜନୈତିକ ଆକ୍ରୋଶରୁ ଯୁବକଙ୍କୁ ଆକ୍ରମଣ

ହାଟଡିହୀ,୩।୫(ଡି.ଏନ.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ସୋଲପଟା ଗ୍ରାମରେ ରାଜନୈତିକ ଆକ୍ରୋଶ ରଖି ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଏକ ର୍ନିଦ୍ଦିଷ୍ଟ ଦଳର କଥାକଥିତ ଜଣେ ନେତାଙ୍କ ଆକ୍ରମଣରେ ସମ୍ପୃକ୍ତ ଯୁବକ ଗୁରୁତର ହୋଇ ଶାଳଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସେ ହେଲେ ସୋଲପଟା ଗ୍ରାମର ପ୍ରଶାନ୍ତ ନାୟକ।

ଚପରାସୀଙ୍କ ଘରୁ ମିଳିଲା ୧୦୦ କୋଟିର ସମ୍ପତ୍ତି

ଚପରାସୀଙ୍କ ଘରୁ ମିଳିଲା ୧୦୦ କୋଟିର ସମ୍ପତ୍ତି

ହାଇଦ୍ରାବାଦ: ପେଷାରେ ଜଣେ ଚପରାସୀ। ହେଲେ ୧ଶହ କୋଟି ସମ୍ପତ୍ତିର ଅଧିକାରୀ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଆନ୍ଧ୍ରପ୍ରଦେଶ ଆଣ୍ଟି କରପ୍‌ସନ ବ୍ୟୁରୋ ନଜରକୁ ଆସିଛି। ଅଭିଯୁକ୍ତ କିରାଣୀ ହେଉଛନ୍ତି ନେଲୋରରେ ଡିଟିସି ଅଫିସରେ କାର୍ଯ୍ୟରତ ନରସିଂହା ରେଡ୍ଡୀ।

ନାବାଳିକା ଅପହରଣ, ବଳାତ୍କାର ମାମଲା: ଅଭିଯୁକ୍ତ ଗିରଫ

ଆସିକା,୨।୫(ଡି.ଏନ୍‌.ଏ): ଆସିକା ଥାନା ଇଲାକାରେ ଘଟିଥିବା ଏକ ନାବାଳିକା ଅପହରଣ ଓ ବଳତ୍କାର ମାମଲାର ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେ ହେଲେ ଧରାକୋଟ ଥାନା ତାଳପାଟଣା ଗ୍ରାମର ଶିବ ନାହାକ ଓରଫ ଶଙ୍କର।

ଖଣି ବ୍ୟବସାୟୀଙ୍କ  ଘରୁ ଚୋରି ଘଟଣା: ଅଭିଯୁକ୍ତ ରୋଷେୟା ଗିରଫ

ଖଣି ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା: ଅଭିଯୁକ୍ତ ରୋଷେୟା ଗିରଫ

ରାଇରଙ୍ଗପୁର, ୨।୫(ଡି.ଏନ.ଏ.)-ରାଇରଙ୍ଗପୁର ସହରାଞ୍ଚଳସ୍ଥିତ ଜୈନିକ ଖଣି ବ୍ୟବସାୟୀ ବିରାଟ ଚନ୍ଦ୍ର ଡଗରାଙ୍କ ଘରୁ ସୁନା ଗହଣା ସମେତ ନଗର ଟଙ୍କା ଚୋରି ମାମଲାରେ ପୋଲିସ ତାଙ୍କ ରୋଷେୟାଙ୍କୁ ଗିରଫ କରିଛି।

ମଦ ଜବତ, ଜଣେ ଗିରଫ

ମଦ ଜବତ, ଜଣେ ଗିରଫ

ଦିଗପହଣ୍ଡି,୨।୫(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ ପଦ୍ମନାଭପୁର ଗ୍ରାମର ଏନ. ମଧୁ ରେଡ୍ଡୀଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସୋମବାର ପୋଲିସ ପକ୍ଷରୁ ଗ୍ରାମରେ ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବା ବେଳେ ଚୋରା ଦେଶୀ ମଦ ବିକ୍ରି କରୁଥିବା ମଧୁ ପୋଲିସ ହାବୁଡ଼ରେ ପଡ଼ିଥିଲେ। ତାଙ୍କ ନିକଟରୁ ୧୮ଟି ଦେଶୀ ମଦ ପାଉଚ ଜବତ କରାଯାଇଛି। ଏ ନେଇ ଏକ ମାମଲା (ନଂ. ୬୬/୧୮) ରୁଜୁ କରାଯାଇଛି।

ରଶୀ ଲଗାଇ  ଯୁବତୀଙ୍କ ଆତ୍ମହତ୍ୟା

ରଶୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ଚନ୍ଦାହାଣ୍ଡି, ୨।୫(ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପାଟ୍ଟଖଲିଆ ପଞ୍ଚାୟତ ଅଧୀନ ପାଓଜୋରୀ ଗ୍ରାମରେ ଜଣେ ଯୁବତୀ ମଙ୍ଗଳବାର ସନ୍ଧ୍ୟାରେ ଏକ ଗଛରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗୌରମଣି ଗୌଡ଼(୨୨)।

ରାମଗିରୀ-ଦଣ୍ଡାବାଡି ରାସ୍ତାରେ ବିସ୍ଫୋରଣ: ଯୁବକ ଗୁରୁତର

ରାମଗିରୀ-ଦଣ୍ଡାବାଡି ରାସ୍ତାରେ ବିସ୍ଫୋରଣ: ଯୁବକ ଗୁରୁତର

ବୈପାରୀଗୁଡା, ୨।୫(ଡି.ଏନ୍‌.ଏ.) : ବୁଧବାର ବୈପାରୀଗୁଡା ଥାନା ଅଧୀନ ରାମଗିରୀ -ଦଣ୍ଡାବାଡି ରାସ୍ତାର କାଲିଆଝୋଲିରେ ବୋମା ବିସ୍ଫୋରଣ ଘଟି ରାମଗିରୀ ଗ୍ରାମର ଗୁପ୍ତ ପ୍ରଧାନୀ (୩୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାମଗିରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମହିଳାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨।୫-ଭଦ୍ରକ ସହର ଉପକଣ୍ଠ ବାଉଦପୁର ସାଳନ୍ଦୀ ନଦୀପଠାରୁ ସେହି ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ବୁଧବାର ଗ୍ରାମାଞ୍ଚଳ ଥାନା ପୋଲିସ ଉଦ୍ଧାର କରିଛି।

ଭିଜିଲାନ୍ସ ଜାଲରେ ଓଏମ୍‌ସି ଫାର୍ମାସିଷ୍ଟ, ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ

ଭିଜିଲାନ୍ସ ଜାଲରେ ଓଏମ୍‌ସି ଫାର୍ମାସିଷ୍ଟ, ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ

କେନ୍ଦୁଝର, ୨।୫ (ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟୀସ୍ଥିତ ଓଏମ୍‌ସି ମେଡିକାଲରେ କାର୍ଯ୍ୟରତ ସିନିଅର ଫାର୍ମାସିଷ୍ଟ ଲୀନା ପ୍ରିୟଦର୍ଶିନୀ କଟକ ଭିଜିଲାନ୍ସ ସେଲ ହାତରେ ଧରାପଡିଛନ୍ତି। ଜଣେ ଔଷଧ କମ୍ପାନୀ ପ୍ରତିନିଧିଙ୍କଠାରୁ ଉକ୍ତ କମ୍ପାନୀର ମେଡିସିନ ପ୍ରେସକ୍ରାଇବ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଧରା ପଡିଥିବା ଜଣାପଡିଛି।