ଅପରାଧ

ଗହିର ମଥାରୁ ୧ଟ୍ରଲର ଜବତ : ୧୦ମତ୍ସ୍ୟଜୀବୀ ଗିରଫ

ଗହିର ମଥାରୁ ୧ଟ୍ରଲର ଜବତ : ୧୦ମତ୍ସ୍ୟଜୀବୀ ଗିରଫ

ରାଜନଗର,୯।୨(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲାର ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଶୁକ୍ରବାର ବେଆଇନ ଭାବେ ମାଛ ଧରୁଥିବା ସମୟରେ ଭଦ୍ରକ ଅଞ୍ଚଳର ଏକ ଟ୍ରଲରକୁ ରାଜନଗର ବନବିଭାଗ ଜବତ କରିଛି। ଏଥିରେ ଥିବା ୧୦ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

କାର୍‌ ସହ ୨୪୯ ବୋତଲ ମଦ ଜବତ,୨ ଅଭିଯୁକ୍ତ କୋର୍ଟଚାଲାଣ

କାର୍‌ ସହ ୨୪୯ ବୋତଲ ମଦ ଜବତ,୨ ଅଭିଯୁକ୍ତ କୋର୍ଟଚାଲାଣ

ରୂପ୍‌ସା, ୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ପୋଡାଡ଼ିହା ନିକଟରୁ ରୂପ୍‌ସା ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍‌ ସହ ୨୪୯ ବୋତଲ ଚୋରା ବିଦେଶୀ ମଦ ଜବତ କରିଥିଲା। ଏଥିସହ କାର୍‌ ଚାଳକ ବାପି ଜେନା ଓ ମନୋରଞ୍ଜନ ସାହୁଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳି

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳି

କଟକ ଅଫିସ, ୭।୨: କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ବୁଧବାର ପୂର୍ବାହ୍ନରେ ଫୁଟିଛି ଗୁଳି। ତେଲେଙ୍ଗା ପେଣ୍ଠ ରୋଡ଼ରେ ୩ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗୁଳି କରିଛନ୍ତି।

ଗିଫ୍ଟ ଦୋକାନ ସଟର ତାଡି ଲୁଟ୍‌ ଉଦ୍ୟମ

ଗିଫ୍ଟ ଦୋକାନ ସଟର ତାଡି ଲୁଟ୍‌ ଉଦ୍ୟମ

ପୁରୀ ଅଫିସ, ୭।୨: ପୁରୀ ଟାଉନ ଥାନା ଅଧୀନ ଲବଣିଖିଆ ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ କୁମ୍‌କୁମ୍‌ ନାମକ ଏକ ଗିଫ୍ଟ ଦୋକାନର ସଟର ତାଡି ଲୁଟ୍‌ ଉଦ୍ୟମ କରିଥିଲେ।

ପୁରସ୍କାର ନାଁରେ ମହିଳାଙ୍କୁ ଠକେଇ: ୧ କୋଟି ଲୋଭରେ ୧୦ ଲକ୍ଷ ହରାଇଲେ

ପୁରସ୍କାର ନାଁରେ ମହିଳାଙ୍କୁ ଠକେଇ: ୧ କୋଟି ଲୋଭରେ ୧୦ ଲକ୍ଷ ହରାଇଲେ

ଭୁବନେଶ୍ୱର, ୬।୨(ବ୍ୟୁରୋ)- ଆପଣ ୧ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଅନ୍ତୁ, ଆମେ ସେଥିରେ ଆପଣ ଜିତିଥିବା ୧ କୋଟି ଟଙ୍କା ଜମା କରିଦେବୁ। ଏଥିପାଇଁ ଆପଣଙ୍କୁ ପ୍ରଥମେ ୨୦ଲକ୍ଷ ଟଙ୍କା ଆମ ଆକାଉଣ୍ଟରେ ଜମା କରିବାକୁ ପଡିବ। ତା’ ପରେ ସଙ୍ଗେ ସଙ୍ଗେ ଆପଣ ଦେଇଥିବା ଆକାଉଣ୍ଟ ନମ୍ବରରେ ୧ କୋଟି ଟଙ୍କା ଜମା ହୋଇଯିବ।

୪.୩୪ କୋଟି ଠକେଇ ମାମଲା: ଶ୍ରୀଭୂମି ଏମ୍‌ଡି ଶୁଭ୍ରାଂଶୁ ସିଂଙ୍କୁ ୭ବର୍ଷ ଜେଲ

୪.୩୪ କୋଟି ଠକେଇ ମାମଲା: ଶ୍ରୀଭୂମି ଏମ୍‌ଡି ଶୁଭ୍ରାଂଶୁ ସିଂଙ୍କୁ ୭ବର୍ଷ ଜେଲ

କଟକ ଅଫିସ, ୬।୨- ଚିଟ୍‌ଫଣ୍ଡ ଠକେଇ ମାମଲାରେ ଶ୍ରୀଭୂମି ଗ୍ରୁପ୍‌ ଅଫ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ସିଂଙ୍କୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହିତ ତାଙ୍କୁ ୭ବର୍ଷ ଜେଲ୍‌ ଓ ନଗଦ ୧ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ୧ ବର୍ଷ ୮ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ ରଖିଛନ୍ତି। ଅନ୍ୟପକ୍ଷରେ କମ୍ପାନୀର ସିଏମ୍‌ଡି ଛୋଟରାୟ ମାଝି ୩ ବର୍ଷ ହେବ ଫେରାର ଥିବା ଜଣାପଡ଼ିଛି।

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କ ସହ ସମ୍ପର୍କୀୟ ଭାଇର ପାପ ସମ୍ପର୍କ ମାମଲା: ଅଭିଯୁକ୍ତ ଗିରଫ ପରେ ପୀଡ଼ିତାଙ୍କ ଭାଇକୁ ହତ୍ୟା ଧମକ

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କ ସହ ସମ୍ପର୍କୀୟ ଭାଇର ପାପ ସମ୍ପର୍କ ମାମଲା: ଅଭିଯୁକ୍ତ ଗିରଫ ପରେ ପୀଡ଼ିତାଙ୍କ ଭାଇକୁ ହତ୍ୟା ଧମକ

ଭୁବନେଶ୍ୱର, ୬।୨(ବ୍ୟୁରୋ)- ମାନସିକ ବିକାରଗ୍ରସ୍ତ ମାମୁ ଝିଅକୁ ପାଖରେ ରଖି ବଳାତ୍କାର କରି ଗର୍ଭବତୀ କରିବା ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳବାର ଭୋର ସମୟରେ ପୋଲିସ ଅଭିଯୁକ୍ତ ଗଜେନ୍ଦ୍ର ଅଚାର୍ଯ୍ୟଙ୍କୁ କଳାରାହାଙ୍ଗ ଅଞ୍ଚଳରୁ ଗିରଫ କରିଛି। ଅନ୍ୟପଟେ ଅଭିଯୁକ୍ତ ଗିରଫ ହେବାମାତ୍ରେ ପୀଡ଼ିତାଙ୍କ ଭାଇଙ୍କୁ ହତ୍ୟା ଧମକ ଦିଆଯାଇଛି। ଭୋରୁ ଦୁଇଟି ବାଇକ୍‌ରେ ୪ ଦୁର୍ବୃତ୍ତ ପୀଡ଼ିତାଙ୍କ ବାଲିଅନ୍ତାସ୍ଥିତ ଘରକୁ ଯାଇଇଥିଲେ। ସେମାନେ ତାଙ୍କ ଭାଇଙ୍କୁ ଥାନାରୁ ମାମଲା ଉଠାଇନେବାକୁ ଧମକ ଦେଇଥିଲେ। ମାମଲା ନ ଉଠାଇଲେ ହତ୍ୟା କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଭାଇକୁ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ନିକଟରେ ଥିବା କ୍ଲବ ପିଲାଙ୍କୁ ଡାକିଦେବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏ ନେଇ ପୀଡ଼ିତାଙ୍କ ଭାଇ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମଞ୍ଚେଶ୍ୱର ପୋଲିସ ପୀଡ଼ିତା ଏବଂ ତାଙ୍କ ମା’ଙ୍କୁ ମଙ୍ଗଳବାର ସକାଳୁ ରାତି ପର୍ଯ୍ୟନ୍ତ ଥାନାରେ ଅଟକ ରଖିଥିବା ତାଙ୍କ ଭାଇ କହିଛନ୍ତି।

ଗ୍ୟାଙ୍ଗ୍‌ଷ୍ଟାର କୁନୁପଣ୍ଡା ହତ୍ୟା ମାମଲା: ୩ ଅଭିଯୁକ୍ତ ଗିରଫ

ଗ୍ୟାଙ୍ଗ୍‌ଷ୍ଟାର କୁନୁପଣ୍ଡା ହତ୍ୟା ମାମଲା: ୩ ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୬।୨: ବାଲେଶ୍ୱର ସହରରେ ଘଟିଥିବା କୁନୁପଣ୍ଡା ହତ୍ୟା ମାମଲାର ୩ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଏ ନେଇ ବାଲେଶ୍ୱର ଏସ୍‌ପି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆସିକା ପୋଲିସର ଡବଲ୍‌ ଏନ୍‌କାଉଣ୍ଟର: ୨ ସୁପାରି କିଲର୍‌ ଗୁରୁତର, ୨ ମାଉଜର ଜବତ

ଆସିକା ପୋଲିସର ଡବଲ୍‌ ଏନ୍‌କାଉଣ୍ଟର: ୨ ସୁପାରି କିଲର୍‌ ଗୁରୁତର, ୨ ମାଉଜର ଜବତ

ଆସିକା,୬।୨(ଡି.ଏନ୍‌.ଏ): ଆସିକା- ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଆସିକା ଥାନା ଅନ୍ତର୍ଗତ କର୍ଣ୍ଣୋଳି ଗ୍ରାମ ଉପକଣ୍ଠରେ ଥିବା ପାହାଡ ନିକଟରେ ମଙ୍ଗଳବାର ସକାଳ ୭ଟା ସମୟରେ ଆସିକା ପୋଲିସ ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଛି। ଏଥିରେ ୨ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଅପରାଧୀ ଗୁରୁତର ଆହତ ହୋଇଛନ୍ତି।

ଫ୍ୟୁଚର କ୍ରିଏଟର ନିର୍ଦ୍ଦେଶକ ଗିରଫ

ଫ୍ୟୁଚର କ୍ରିଏଟର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୪।୨(ବ୍ୟୁରୋ)- ଚିଟ୍‌ଫଣ୍ଡ ସଂସ୍ଥା ଖୋଲି ଜମାକାରୀଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଖାରବେଳନଗର ପୋଲିସ ଫ୍ୟୁଚର ଆସିଓ ଓ୍ବେଲ୍‌ଫେୟାର କ୍ରିଏଟର ସଂସ୍ଥାର ନିର୍ଦ୍ଦେଶକ ପୁରୁଷୋତ୍ତମ ପରିଡାଙ୍କୁ ଗିରଫ କରିଛି। ପୁରୁଷୋତ୍ତମଙ୍କ ଘର ପୁରୀ ମାଲୁଦ ଅଞ୍ଚଳର।

ଥାନାରେ ଏସିପି, ଏସ୍‌ଆଇ ମାରପିଟ୍‌

ଥାନାରେ ଏସିପି, ଏସ୍‌ଆଇ ମାରପିଟ୍‌

ଭୁବନେଶ୍ୱର, ୪।୨(ବ୍ୟୁରୋ)- ଶହୀଦନଗର ଥାନାରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କୌଣସି କାରଣରୁ ଜଣେ ଏସିପି ଏବଂ ଜଣେ ଏସ୍‌ଆଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ଏହାକୁ ନେଇ ଉଭୟେ ମାରପିଟ୍‌ ହୋଇଥିଲେ। ଏଭଳି ଦୃଶ୍ୟ ଥାନାର ଅନ୍ୟ କର୍ମଚାରୀ ଏବଂ ଅଭିଯୋଗ କରିବାକୁ ଆସିଥିବା କେତେଜଣ ବ୍ୟକ୍ତିଙ୍କୁ ସ୍ତମ୍ଭୀଭୂତ କରିଥିଲା। ପୋଲିସ କର୍ମଚାରୀଙ୍କ ବିଶୃଙ୍ଖଳିତ ଆଚରଣକୁ ବି ପଦାରେ ପକାଇଥିଲା।

ରେଲଓ୍ବେରେ ଚାକିରି ଦେବା ନଁ।ରେ ୬୦ ହଜାର ଠକେଇ

ରେଲଓ୍ବେରେ ଚାକିରି ଦେବା ନଁ।ରେ ୬୦ ହଜାର ଠକେଇ

ଭୁବନେଶ୍ୱର, ୪।୨(ବ୍ୟୁରୋ)- ରେଲଓ୍ବେରେ ପୁଅର ଚାକିରି କରାଇଦେବା ନଁାରେ ଶକୁନ୍ତଳା ନାୟକ ନାମ୍ନୀ ମହିଳାଙ୍କୁ ୬୦ ହଜାର ଟଙ୍କା ଠକେଇ କରାଯାଇଛି। ଏ ନେଇ ସମ୍ପୃକ୍ତ ମହିଳା ରବିବାର ଶହୀଦନଗର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ।

ନାବାଳିକାଙ୍କୁ ହତ୍ୟା କଲା ବିଫଳ ପ୍ରେମିକ

ନାବାଳିକାଙ୍କୁ ହତ୍ୟା କଲା ବିଫଳ ପ୍ରେମିକ

ବାଲୁଗାଁ,୪।୨(ଡି.ଏନ୍‌.ଏ.): ସପ୍ତାହେ ପୂର୍ବେ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ଜଣେ ନାବାଳିକା ଏକତରଫା ପ୍ରେମର ଶିକାର ହୋଇ ପ୍ରେମିକ ଦ୍ୱାରା ବଳାତ୍କାର ଓ ପରେ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଶନିବାର ରାତିରେ ବାଲୁଗାଁ ଅଞ୍ଚଳର ଜଣେ ନାବାଳିକା ଅନୁରୂପ ଭାବେ ହତ୍ୟାର ଶିକାର ହୋଇଛନ୍ତି।

ଅମାନବୀୟ: ଗର୍ଭବତୀ ଗାଈର ଚିର କାଟିନେଲେ ଦୁର୍ବୃତ୍ତ

ଅମାନବୀୟ: ଗର୍ଭବତୀ ଗାଈର ଚିର କାଟିନେଲେ ଦୁର୍ବୃତ୍ତ

ନିଶ୍ଚିନ୍ତକୋଇଲି,୪।୨(ସ୍ବ.ପ୍ର.): କ୍ରୋଧ ମଣିଷକୁ କେତେ ନିଷ୍ଠୁର କରିଦିଏ ତା’ର ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ତରତ ପଞ୍ଚାୟତର ତରତ ଶାସନ ଗ୍ରାମରେ। ମା’ ରୂପେ ପରିଗଣିତ ହେଉଥିବା ଗାଈ ଉପରେ ଶନିବାର ରାତିରେ ଦାଉ ସାଧିଛନ୍ତି କିଛି ଦୁର୍ବୃତ୍ତ। ସେମାନେ ଉକ୍ତ ଗାଈର ୪ଟି ଚିର କାଟି ଦେଇଛନ୍ତି।

ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

କଟକ ଅଫିସ,୪।୨: କଟକ ଜିଲା ପୁରୀଘାଟ ଥାନା ଅନ୍ତର୍ଗତ ମାରୁତି ମଣ୍ଡପଠାରେ ଶନିବାର ରାତିରେ ଜଣେ ବୃଦ୍ଧଙ୍କ ମୁଣ୍ଡକୁ ପିଟି ହତ୍ୟା କରାଯାଇଛି। ମୃତକ ହେଲେ ଚୌଧୁରୀ ବଜାର ଅଞ୍ଚଳର ପବନ ବଥଓ୍ବାଲ(୫୫)। ସେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଶନିବାର ରାତିରେ ସେ ମାରୁତି ମଣ୍ଡପରେ ଶୋଇଥିଲେ।

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଆସିକା,୩।୨ (ଡି.ଏନ୍‌.ଏ.): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଗୁଣ୍ଠପଡା ନିକଟସ୍ଥ ଜଗଦଳପୁର ବିଶ୍ରାମାଗାରରୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ବଳାତ୍କାର ପୀଡ଼ିତାଙ୍କ ପରିଚୟ ପ୍ରଘଟ ଘଟଣା: ସୂଚନା ଅଧିକାର କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ବଳାତ୍କାର ପୀଡ଼ିତାଙ୍କ ପରିଚୟ ପ୍ରଘଟ ଘଟଣା: ସୂଚନା ଅଧିକାର କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, ୩।୨(ବ୍ୟୁରୋ)- ଭାରତୀୟ ଦଣ୍ଡବିଧାନ ସଂହିତାର ୨୨୮-ଏ ଧାରାରେ ବଳାତ୍କାରର ଶିକାର ପୀଡ଼ିତାଙ୍କ ପରିଚୟ ଗୋପନ ରଖିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ କେତେଜଣ ସୂଚନା ଅଧିକାର କର୍ମୀ ଏହି ଆଇନକୁ ଉଲ୍ଲଂଘନ କରି କୁନ୍ଦୁଲି ଏବଂ ବାଣପୁର ବଳାତ୍କାର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିଲେ।

ନକଲି ଜର୍ଦ୍ଦା କମ୍ପାନୀ ଠାବ

ନକଲି ଜର୍ଦ୍ଦା କମ୍ପାନୀ ଠାବ

କଟକ ଅଫିସ, ୩।୨: କଟକ ଜିଲା ବାଦାମବାଡି ଥାନା ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳରେ ଶନିବାର ଏକ ନକଲି ଜର୍ଦ୍ଦା କମ୍ପାନୀ ଠାବ ହୋଇଛି। ସେଠାରୁ ପୋଲିସ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି। ଏଥିସହ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଧରାପଡ଼ିଲା ଜାଲ୍‌ ନୋଟ କାରବାର: ୧୦୦ଟି ୨ ହଜାର ଟଙ୍କିଆ ନୋଟ ଜବତ

ଧରାପଡ଼ିଲା ଜାଲ୍‌ ନୋଟ କାରବାର: ୧୦୦ଟି ୨ ହଜାର ଟଙ୍କିଆ ନୋଟ ଜବତ

ବାରିପଦା ଅଫିସ/ ବସ୍ତା(ଡି.ଏନ.ଏ.)୨।୨: ପଶ୍ଚିମବଙ୍ଗ ରାଜ୍ୟରୁ ମୟୂରଭଞ୍ଜ ଜିଲାକୁ ଲମ୍ବିଛି ଜାଲ୍‌ ନୋଟ କାରବାର। ଏକ ସଙ୍ଗଠିତ ର଼୍ୟାକେଟ ଦ୍ୱାରା ଏହି କାରବାର ଜାରି ରହିଛି।

ଛୁରି ଭୁସି ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା

ଛୁରି ଭୁସି ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା

ଜଟଣୀ,୨।୨(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ କଲେଜରୋଡ଼ରେ ଭଡାରେ ରହୁଥିବା ଦୁଇଭାଇ ବିପିନ ସ୍ବାଇଁ ଓ ବାବୁଲିଙ୍କ ପରିବାର ମଧ୍ୟରେ କିଛିଦିନ ହେବ ଲାଗି ରହିଥିବା ବିବାଦରୁ ଶେଷରେ ହତ୍ୟାକାଣ୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଡ୍ୟୁଟି ସମୟରେ ନିଶା ଖାଇ ରାସ୍ତାରେ ଗଡିବା ପଡିଲା ମହଙ୍ଗା: ପୋଲିସ ଏଏସ୍‌ଆଇ ନିଲମ୍ବିତ

ଭୁବନେଶ୍ୱର, ୨ା୨(ବ୍ୟୁରୋ)- ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତାରେ ଗଡ଼ିବା ଜଣେ ପୋଲିସ ଏଏସ୍‌ଆଇଙ୍କ ପାଇଁ ମହଙ୍ଗା ହୋଇଛି। ଏଥିପାଇଁ ତାଙ୍କୁ କମିଶନରେଟ ପୋଲିସ ମୁଖିଆ ନିଲମ୍ବନ କରିଛନ୍ତି।

୫ କୋଟି ଠକେଇ ଅଭିଯୋଗ: ବଳଦେବଜୀଉ ଇନ୍‌ଫ୍ରା ଏମ୍‌ଡି ଗିରଫ

୫ କୋଟି ଠକେଇ ଅଭିଯୋଗ: ବଳଦେବଜୀଉ ଇନ୍‌ଫ୍ରା ଏମ୍‌ଡି ଗିରଫ

ଭୁବନେଶ୍ୱର, ୨।୨(ବ୍ୟୁରୋ)- ଫ୍ଲାଟ ଦେବା ନାଁରେ ୫ କୋଟି ଠକେଇ କରିଥିବା ବଳଦେବଜୀଉ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଦୁର୍ଗାପ୍ରସନ୍ନ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶୁକ୍ରବାର ଗିରଫ କରିଛି।

ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

ଜଟଣୀ, ୨।୨(ଡି.ଏନ୍‌.ଏ.): ଜଟଣୀ ନିକଟସ୍ଥ ବାଛରା ଗାଁରେ ଶୁକ୍ରବାର ଅପରାହ୍ନ ସାଡ଼େ ୪ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ଗଙ୍ଗାଧର ସେଠୀ(୬୩)ଙ୍କର ମୃତ୍ୟୁ ଘଟିଛି।

ପାରିବାରିକ କଳହରୁ ଅଭାବନୀୟ ଘଟଣା: ପୁତୁରା ଛୁରାମାଡରେ ଖୁଡ଼ୀ ମୃତ

ପାରିବାରିକ କଳହରୁ ଅଭାବନୀୟ ଘଟଣା: ପୁତୁରା ଛୁରାମାଡରେ ଖୁଡ଼ୀ ମୃତ

ଖୋର୍ଦ୍ଧା ଅଫିସ, ୨।୨: ପାରିବାରିକ କଳହକୁ କେନ୍ଦ୍ର କରି ପୁତୁରାଙ୍କ ଆକ୍ରମଣରେ ଖୁଡୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ଥାନା ମେଡିକାଲ ରୋଡର ସବିତା ସ୍ବାଇଁ(୪୦)।