ଅପରାଧ

ଗୁଳିକାଣ୍ଡରେ ଜଣେ ମୃତ: ଜଣେ ଆହତ

ଗୁଳିକାଣ୍ଡରେ ଜଣେ ମୃତ: ଜଣେ ଆହତ

ପାରଳାଖେମୁଣ୍ଡି/କାଶୀନଗର, ୪।୩(ସ୍ବ.ପ୍ର./ଡି.ଏନ୍‌.ଏ.)- ରବିବାର ରାତି ୯ଟାରେ ପାରଳାଖେମୁଣ୍ଡି ଜଲାରେ ଏକ ଗୁଳିକାଣ୍ଡ ହୋଇଛି। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କେ. ରାଧାକୃଷ୍ଣ। ଗଜପତି ଜିଲା କାଶୀନଗର ବ୍ଲକ ସୀତାପୁର ଗ୍ରାମରେ ଏପରି ଘଟଣା ଘଟିଛି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏନେଇ ସମ୍ପୃକ୍ତ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି।

ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ଗିରଫ, ୨ ମାଉଜର, ୨୯ ରାଉଣ୍ଡ ଗୁଳି ଜବତ

ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ଗିରଫ, ୨ ମାଉଜର, ୨୯ ରାଉଣ୍ଡ ଗୁଳି ଜବତ

କଟକ ଅଫିସ,୪।୩: ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକଙ୍କୁ ସଦର ଥାନା ପୋଲିସ ଶନିବାର ବିଳମ୍ବିତ ରାତିରେ ଗିରଫ କରିଛି। ଗିରଫ ହୋଇଥିବା ମିକୁଙ୍କ ଘର ଭୁବନେଶ୍ୱର ନୟାପଲ୍ଲୀ ଥାନା ଆଇଆରସି ଭିଲେଜ ଅଞ୍ଚଳରେ। ତାଙ୍କଠାରୁ ୨ ମାଉଜର, ୨୯ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା: ସ୍ବାମୀ, ପୁଅ ସଙ୍କଟାପନ୍ନ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା: ସ୍ବାମୀ, ପୁଅ ସଙ୍କଟାପନ୍ନ

କୁଆଁରମୁଣ୍ଡା,୩।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଖୁଖୁଣ୍ଡୁବାହାଲ ପଞ୍ଚାୟତ ରତାଖଣ୍ଡି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମବାସୀଙ୍କ ଅତର୍କିତ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ସେ ହେଲେ ଯଶୋଦା ସିଂ(୫୦)।

ଡକାୟତି ଘଟଣାରେ ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଡକାୟତି ଘଟଣାରେ ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭୋଗରାଇ/ଜଳେଶ୍ୱର,୩।୩(ଡି.ଏନ୍‌.ଏ.): ଭୋଗରାଇ ଡକାୟତି ଘଟଣାରେ ସମ୍ପୃକ୍ତ ୮ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଅବସରରେ ଏସ୍‌ପି ନୀତିଶେଖର, ଏସ୍‌ଡିପିଓ ରାମଚନ୍ଦ୍ର ଗୌଡୁ, ଆଇଆଇସି ଚନ୍ଦନ ଘଡ଼ାଇ ଉପସ୍ଥିତ ଥିଲେ।

ବିଦେଶ ବୁଲାଇବା ନାଁରେ ଠକେଇ: ସଂସ୍ଥା ମାଲିକ ଗିରଫ

ବିଦେଶ ବୁଲାଇବା ନାଁରେ ଠକେଇ: ସଂସ୍ଥା ମାଲିକ ଗିରଫ

କଟକ ରୋଡ଼, ୩।୩ (ଡି.ଏନ୍‌.ଏ.): ବିଦେଶରେ ବୁଲାଇବା ନାଁରେ ଟଙ୍କା ଠକିବା ଅଭିଯୋଗରେ ବଡ଼ଗଡ଼ ଥାନା ପୋଲିସ ଗୁରୁବାର ସଂସ୍ଥା ମାଲିକଙ୍କୁ କେନ୍ଦୁଝରରୁ ଗିରଫ କରିଛି। ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲା ଉଦୟପୁରର ସ୍ମୃତିରଞ୍ଜନ ବିଶ୍ୱାଳ।

ପୂଜା ଆଳରେ ଗହଣା ଚୋରି

ପୂଜା ଆଳରେ ଗହଣା ଚୋରି

ରୂପ୍‌ସା,୩।୩(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅନ୍ତର୍ଗତ ଆଙ୍କୋ ଗ୍ରାମର ରାଜେଶ କୁମାର ବେହେରାଙ୍କ ଘରୁ ସୁନା ଗହଣା ଚୋରି ହୋଇଥିବା ଶନିବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା(୧୪/୧୮) ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୋଗରୁ ପ୍ରକାଶ ଯେ, ଜଣେ ଅଜଣା ବ୍ୟକ୍ତି ରାଜେଶଙ୍କ ଘରେ ପହଞ୍ଚି ପରିବାରର ଗ୍ରହଦଶା ଖରାପ ଥିବା କହିଥିଲେ।

ଭୋଗରାଇରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ଜଗା ଗିରଫ

ଭୋଗରାଇରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ଜଗା ଗିରଫ

ଭୋଗରାଇ,୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ-ଜଳେଶ୍ୱର ଅଞ୍ଚଳରେ ଲଗାତାର ଭାବେ ଡକାୟତି ସହିତ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ରତନ ଦାସ ଓରଫ ଜଗାକୁ ପୋଲିସ ଗିରଫ କରିଛି। ଏଥିସହ ଘଟଣାଗୁଡିକ ସହ ସମ୍ପୃକ୍ତ ଥିବା ସନ୍ଦେହରେ ଅନ୍ୟ ୭ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

ହୋଲିରେ ଅଭାବନୀୟ ଘଟଣା: କଟକରେ ଅଢ଼େଇ ବର୍ଷର ଶିଶୁକନ୍ୟାଙ୍କୁ ଗଳବଳାତ୍କାର

ହୋଲିରେ ଅଭାବନୀୟ ଘଟଣା: କଟକରେ ଅଢ଼େଇ ବର୍ଷର ଶିଶୁକନ୍ୟାଙ୍କୁ ଗଳବଳାତ୍କାର

କଟକ ଅଫିସ,୨।୩: ରାଜ୍ୟର ପ୍ରମୁଖ ସହରଗୁଡିକ ହୋଲିକୁ ନେଇ ଉତ୍ସବ ମୁଖର ଥିବା ବେଳେ କଟକ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ଷ୍ଟେଶନ ନିକଟରେ ଅଢ଼େଇ ବର୍ଷର ଗୋଟିଏ ଶିଶୁକନ୍ୟାଙ୍କୁ ଗଣବଳାତ୍କାର କରାଯାଇଥିବା ସୂଚନା ମିଳିଛି।

ମାଙ୍ଗାନିଜ ଚୋରା ଚାଲାଣ ବେଳେ ଚଢାଉ, ୫ ଗିରଫ

ମାଙ୍ଗାନିଜ ଚୋରା ଚାଲାଣ ବେଳେ ଚଢାଉ, ୫ ଗିରଫ

ବଡବିଲ, ୧।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଉପଖଣ୍ଡର ରୁଗୁଡି ଥାନା ପୋଲିସ ମାଙ୍ଗାନିଜ ଚୋରାଚାଲାଣ ବେଳେ ବୁଧବାର ରାତିରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି।

ତାଲାଭାଙ୍ଗି ଡକାୟତି

ଭୁବନ,୧।୩(ଡି.ଏନ୍‌.ଏ.): ଭୁବନ ଏନ୍‌ଏସିର କଲେଜ ରୋଡ୍‌ରେ ରହୁଥିବା ବିଦ୍ୟାଧର ବେହେରାଙ୍କ ଘରୁ ବୁଧବାର ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଡକାୟତି କରିଛନ୍ତି। ଘରଲୋକଙ୍କ ଅନୁପସ୍ଥିତିରେ ଦୁର୍ବୃତ୍ତମାନେ ଘରର ସ୍କାଏଲାଇଟ ଓ ଗ୍ରୀଲ୍‌ର ତାଲା ଭାଙ୍ଗି ଆସବାବପତ୍ର ଓ ଆଲମାରୀରୁ ଟଙ୍କା, ସୁନାଗହଣା ଚୋରି କରିନେଇଛନ୍ତି।

ସ୍ତ୍ରୀ, ପୁଅଙ୍କୁ ମାରି ଘରେ ପୋତିଥିବା ଅଭିଯୋଗରେ ସ୍ବାମୀ ଅଟକ

ସ୍ତ୍ରୀ, ପୁଅଙ୍କୁ ମାରି ଘରେ ପୋତିଥିବା ଅଭିଯୋଗରେ ସ୍ବାମୀ ଅଟକ

ଧାମନଗର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ସାହସପୁର ଛତିଶ ସାହିରେ ନିଜ ସ୍ତ୍ରୀ ଓ ଶିଶୁ ପୁତ୍ରଙ୍କୁ ଜଣେ ଯୁବକ ମାରି ଘରେ ପୋତି ଦେଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ରଇଡାରେ ଗୁଳିମାଡ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ରଇଡାରେ ଗୁଳିମାଡ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ବଇଣ୍ଡା,୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଠାକୁରଗଡ଼ ଥାନା କନ୍ତପଡ଼ା ପଞ୍ଚାୟତ ରଇଡା ଗ୍ରାମରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ ହୋଇଛି। ଉକ୍ତ ଗ୍ରାମର ରବି ଭୋଇଙ୍କ ଗୁଳିମାଡରେ ଅନାମ ପ୍ରଧାନଙ୍କ ସ୍ତ୍ରୀ ରତନି ପ୍ରଧାନଙ୍କ ମୃତ୍ୟୁ ଘଟିଥିବାବେଳେ ଅନାମ ଗୁରୁତର ଆହତ ହୋଇଛନ୍ତି।

ଭାଇଙ୍କୁ ବୋମାମାଡ଼, ଭଉଣୀଙ୍କୁ ଗୁଳି

ଭାଇଙ୍କୁ ବୋମାମାଡ଼, ଭଉଣୀଙ୍କୁ ଗୁଳି

ଭୁବନେଶ୍ୱର, ୨୮।୨(ବ୍ୟୁରୋ)- ପ୍ରଥମେ ସାନ ଭାଇ, ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲେ। ସେମାନେ ରାତିରେ ଶୋଇଥିବାବେଳେ ଘର କବାଟ କିଳି ନିଆଁ ଲଗାଇଦେଲେ। କିନ୍ତୁ ପୋଲିସ ଅଭିଯୁକ୍ତ ହାଡ଼ିବନ୍ଧୁ ରାଉତରାୟ ଓରଫ ହାଡ଼ିଆଙ୍କୁ ଗିରଫ କଲାନାହିଁ। ଯାହାଫଳରେ ସେ ପୁନର୍ବାର ତାଙ୍କ ସାନଭାଇ ଚିତ୍ତରଞ୍ଜନ ରାଉତରାୟଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି।

ବନବିଭାଗର ଚଢ଼ାଉ: ୩ ଧନୁ, ୧୪ ତୀର ଜବତ

ବନବିଭାଗର ଚଢ଼ାଉ: ୩ ଧନୁ, ୧୪ ତୀର ଜବତ

ବଡ଼ସାହି, ୨୮।୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଶିମିଳିପାଳ ପାଦଦେଶରେ ଥିବା ବେସରପାଣି ଅଞ୍ଚଳରୁ ବୁଧବାର ବନବିଭାଗ ଚଢାଉକରି ୩ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ଟି ଧନୁ ଓ ୧୪ଟି ତୀର ଜବତ କରାଯାଇଛି।

କଶ୍ମୀର ଛାତ୍ର ନିଖୋଜ ଘଟଣା: ୩ ରାଜ୍ୟର ପୋଲିସ କରୁଛନ୍ତି ତଦନ୍ତ, ସେହେଲଙ୍କ ଫେସବୁକ୍‌ ଆକାଉଣ୍ଟ କରାଯିବ ଯାଞ୍ଚ

କଶ୍ମୀର ଛାତ୍ର ନିଖୋଜ ଘଟଣା: ୩ ରାଜ୍ୟର ପୋଲିସ କରୁଛନ୍ତି ତଦନ୍ତ, ସେହେଲଙ୍କ ଫେସବୁକ୍‌ ଆକାଉଣ୍ଟ କରାଯିବ ଯାଞ୍ଚ

ଭୁବନେଶ୍ୱର, ୨୭।୨(ବ୍ୟୁରୋ)- ଭୁବନେଶ୍ୱର ଏମ୍‌ସରେ ପଢ଼ୁଥିବା କଶ୍ମୀରର ଡାକ୍ତରୀ ଛାତ୍ର ସେହେଲ ଇସାକ୍‌ଙ୍କ ନିଖୋଜ ଘଟଣାକୁ ଓଡ଼ିଶା ପୋଲିସ ସମେତ ଛତିଶଗଡ଼ ଏବଂ ଜମ୍ମୁ-କଶ୍ମୀର ପୋଲିସ ଚିନ୍ତାରେ ପଡ଼ିଛନ୍ତି। ୩ ରାଜ୍ୟର ପୋଲିସ ଘଟଣାର ତଦନ୍ତ କରୁଛନ୍ତି। ସେହେଲଙ୍କୁ କେହି ଅପହରଣ କରିଛନ୍ତି ନା ସେ ଭାରତ ବିରୋଧୀ କୌଣସି ଆତଙ୍କବାଦୀ ସଂଗଠନରେ ଯୋଗଦେଇଛନ୍ତି ସେନେଇ ତଦନ୍ତ କରାଯାଉଛି।

ନାବାଳକଙ୍କୁ ପାଳିତ ମା,ବାପା ଚେଙ୍କ ଦେବା ନେଇ ଅଭିଯୋଗ

ନାବାଳକଙ୍କୁ ପାଳିତ ମା,ବାପା ଚେଙ୍କ ଦେବା ନେଇ ଅଭିଯୋଗ

ବାହାନଗା,୨୭।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ଜଣେ ନାବାଳକଙ୍କୁ ତାଙ୍କ ପାଳିତ ମା, ବାପା ଦେହସାରା ଲୁହାରଡ୍‌ରେ ଚେଙ୍କ ଦେବା ନେଇ ଅଭିଯୋଗ ହୋଇଛି। ଚେଙ୍କ ଦିଆଯାଇଥିବା ଜାଣିବାପରେ ନାବାଳକଙ୍କ ଅଜା ତାଙ୍କୁ ସେଠାରୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌

ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌

କେନ୍ଦ୍ରାପଡା ଅଫିସ,୨୬।୨: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ଜିଆର୍‌ଏସ୍‌। ଏପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ସଦର ବ୍ଲକ କପିଳେଶ୍ୱର ପଞ୍ଚାୟତରେ। ଏହି ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ଉପେନ୍ଦ୍ର ବେହେରା ସୋମବାର ସମଲପୁର ଗ୍ରାମର ବୈଷ୍ଣବ ପରିଡାଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା।

ଦୁର୍ଗା ମନ୍ଦିରରୁ ଚୋରି

ଦୁର୍ଗା ମନ୍ଦିରରୁ ଚୋରି

କେନ୍ଦୁଝର, ୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟର ପ୍ରମୁଖ ସ୍ଥାନ ତଥା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଦୁର୍ଗା ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦେବୀଙ୍କ ୫ଟି ରୁପା ମୁକୁଟ, ସୁନାର ମଙ୍ଗଳସୂତ୍ର ଓ ରୁପାର ଅଣ୍ଟା ସୁତା ସମେତ ହୁଣ୍ଡିରୁ ଟଙ୍କା ଚୋରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ଶହ ମିଟର ଓ ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୩ ଶହ ମିଟର ଦୂରରେ ଥିବା ଏହି ମନ୍ଦିରରୁ ଏଭଳି ଚୋରିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼, ଯୁବକ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼, ଯୁବକ ମୃତ

ରଣପୁର, ୨୬।୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ନିକଟ ମେଡିକାଲ ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ସକାଳ ୮ଟାରେ ଜଣେ ଯୁବକଙ୍କୁ ବୋମାମାଡ଼ ସହିତ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ବାଲୁଗାଁ ଗ୍ରାମର ଟୁଲୁ ବାରିକ(୩୮)।

ଫାଇଲ ତଳେ ୩ ହତ୍ୟା ଘଟଣା: ହାତ ବାନ୍ଧି ବସିଛି ପୋଲିସ

ଫାଇଲ ତଳେ ୩ ହତ୍ୟା ଘଟଣା: ହାତ ବାନ୍ଧି ବସିଛି ପୋଲିସ

ବୈପାରୀଗୁଡ଼ା,୨୪।୨(ଡି.ଏନ୍‌.ଏ.): ବୈପାରୀଗୁଡ଼ା ଥାନା ଇଲାକାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହେବା ପରଠାରୁ ମାଓବାଦୀ ହିଂସା ସମ୍ପୂର୍ଣ୍ଣ ହ୍ରାସ ପାଇଛି ସତ; କିନ୍ତୁ ଅନ୍ୟ ଅପରାଧ ବଢ଼ିବାରେ ଲାଗିଛି। ପୋଲିସର ନିଷ୍କ୍ରିୟତା ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତ୍ତେ ପୀଡ଼ିତମାନଙ୍କ ପରିବାରକୁ ପୋଲିସ ଚାପଗ୍ରସ୍ତ କରୁଥିବା ବୁଦ୍ଧିଜୀବୀ ମହଲ ଅଭିଯୋଗ କରୁଛନ୍ତି। ଗତ ବର୍ଷ ସେପେମ୍ବର ୨୯ରେ ବୈପାରୀଗୁଡା ଥାନା ତାଳପଦର ନିକଟସ୍ଥ ନାଳରୁ ମଙ୍ଗଳା ହନ୍ତାଳ (୪୫)ଙ୍କ ମୃତଦେହ ମିଳିଥିଲା ।

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ବାଲିଅନ୍ତା, ୨୪।୨(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ମଲିକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ସ୍ବାମୀ ତଣ୍ଟିଚିପି ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଛବୀନ୍ଦ୍ର ମଲିକ।

ଟେଣ୍ଟହାଉସ୍‌ ମାଲିକଙ୍କୁ ହତ୍ୟା: ଚନ୍ଦ୍ରଶେଖରପୁର ଅଶାନ୍ତ

ଟେଣ୍ଟହାଉସ୍‌ ମାଲିକଙ୍କୁ ହତ୍ୟା: ଚନ୍ଦ୍ରଶେଖରପୁର ଅଶାନ୍ତ

ଭୁବନେଶ୍ୱର(ବ୍ୟୁରୋ)/ଚନ୍ଦ୍ରଶେଖରପୁର(ଡି.ଏନ.ଏ.),୨୩।୨- ୟୁନିଟ୍‌-୪ରେ କାଠମିସ୍ତ୍ରି ଗୋପୀନାଥ ମହାରଣା ହତ୍ୟା ଘଟଣା ଉପରୁ ପୋଲିସ ପରଦା ଉଠାଇପାରି ନ ଥିବାବେଳେ ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେତେଜଣ ଦୁର୍ବୃତ୍ତ ଏକ ଟେଣ୍ଟହାଉସ ମାଲିକ ଧନେଶ୍ୱର ଦାଶଙ୍କୁ ହତ୍ୟା କରିଛନ୍ତି।

ଗହିରମଥାରୁ ୧ଟ୍ରଲର ଜବତ: ୮ମତ୍ସ୍ୟଜୀବୀ ଗିରଫ

ଗହିରମଥାରୁ ୧ଟ୍ରଲର ଜବତ: ୮ମତ୍ସ୍ୟଜୀବୀ ଗିରଫ

ରାଜନଗର,୨୩ା୨(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଗୁରୁବାର ବିଳମ୍ବିତ ରାତିରେ ବେଆଇନ ଭାବେ ମାଛ ଧରୁଥିବାବେଳେ ରାଜନଗର ବନବିଭାଗ ଗୋଟିଏ ଟ୍ରଲର ଜବତ କରିଛି। ସେଥିରେ ଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

କାକଟପୁର,୨୩।୨(ଡି.ଏନ.ଏ.): ପାଟ୍ରୋଲିଂ କରୁଥିବା ସମୟରେ ଅସ୍ତରଙ୍ଗ ଥାନା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଆଇଆଇସି ପ୍ରଣିତା ପଟ୍ଟନାୟକ ଓ ଭ୍ୟାନ୍‌ ଡ୍ରାଇଭର ନରେନ୍ଦ୍ର କାଣ୍ଡିଙ୍କୁ ୨ଜଣ ପୋଲିସ କର୍ମଚାରୀ ଆକ୍ରମଣ କରିଛନ୍ତି। କାକଟପୁର ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।