ଅପରାଧ

ପାରିବାରିକ କଳହରୁ ବୃଦ୍ଧଙ୍କୁ ଗୁଳିମାଡ଼

ପାରିବାରିକ କଳହରୁ ବୃଦ୍ଧଙ୍କୁ ଗୁଳିମାଡ଼

ଫୁଲବାଣୀ ଅଫିସ,୧୮।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡ଼ା ପଞ୍ଚାୟତ ବାଘପଦର ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପାରବାରିକ କଳହକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ଗୁଳିମାଡ଼ କରାଯାଇଛି। ସେ ହେଲେ ଦିବା କହଁର।

ଅମାନବିକତା: ଶ୍ରମିକଙ୍କ ମୃତଦେହ ନଦୀକୁ ଫିଙ୍ଗି ଚାଲିଗଲେ ସହଯୋଗୀ, ୪ ଅଟକ

ଅମାନବିକତା: ଶ୍ରମିକଙ୍କ ମୃତଦେହ ନଦୀକୁ ଫିଙ୍ଗି ଚାଲିଗଲେ ସହଯୋଗୀ, ୪ ଅଟକ

ଝାରସୁଗଡ଼ା ଅଫିସ,୧୭।୬: ଝାରସୁଗୁଡ଼ା ଜିଲା ବନହରପାଲ୍ଲୀସ୍ଥିତ ଓପିଜିସିର ଏକ ଠିକା ସଂସ୍ଥାରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ରବିବାର ଆଲୋଡନ ସୃଷ୍ଟି ହୋଇଛି।

ଦେହ ବ୍ୟବସାୟ ସନ୍ଦେହ:୨ ବଙ୍ଗୀୟ ଯୁବତୀ ଉଦ୍ଧାର

ଦେହ ବ୍ୟବସାୟ ସନ୍ଦେହ:୨ ବଙ୍ଗୀୟ ଯୁବତୀ ଉଦ୍ଧାର

ଝାରସୁଗୁଡ଼ା ଅଫିସ,୧୭।୬: ଝାରସୁଗୁଡ଼ା ବିଜୁନଗରସ୍ଥିତ ଏକ ହୋଟେଲରୁ ରବିବାର ପୋଲିସ ୨ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ୨ ପ୍ରେମୀଯୁଗଳ ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡିଛି। ପୋଲିସ ସେମାନଙ୍କଠାରୁ ପ୍ରମାଣପତ୍ର ଜବତ କରି ଯାଞ୍ଚ କରୁଛି।

ଜମିଜମା ବିବାଦ ନେଇ ବାପାଙ୍କୁ ଛୁରି ଭୁସି ହତ୍ୟା, ପୁଅ ଗୁରୁତର

ଜମିଜମା ବିବାଦ ନେଇ ବାପାଙ୍କୁ ଛୁରି ଭୁସି ହତ୍ୟା, ପୁଅ ଗୁରୁତର

ତିହିଡ଼ି,୧୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ସାହାପୁର ପଞ୍ଚାୟତ ଅଧୀନ ଗୋକୁଳପୁର ଗ୍ରାମରେ ରବିବାର ପୂର୍ବାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ଜମିଜମା ବିବାଦକୁ ନେଇ ଗ୍ରାମର ପଦ୍ମଲୋଚନ ତରାଇ(୫୦)ଙ୍କ ପେଟରେ ଛୁରି ଭୁସି ତାଙ୍କୁ ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ପଦ୍ମଲୋଚନଙ୍କ ପୁଅ ଉମାକାନ୍ତ(୨୫)ଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସେ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି। ତାଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ବାମୀ ପରିତ୍ୟକ୍ତାଙ୍କ ସନ୍ଦେହଜନକ ମୃତ୍ୟୁ: ଘଟଣା ସ୍ଥଳରେ ଏସ୍‌ପିଙ୍କ ତଦନ୍ତ

ସ୍ବାମୀ ପରିତ୍ୟକ୍ତାଙ୍କ ସନ୍ଦେହଜନକ ମୃତ୍ୟୁ: ଘଟଣା ସ୍ଥଳରେ ଏସ୍‌ପିଙ୍କ ତଦନ୍ତ

ବ୍ରଜରାଜନଗର, ୧୭।୬ (ଡି.ଏନ.ଏ)-ଝାରସୁଗୁଡା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ମଧୁବନ ନଗରରେ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସେ ହେଲେ ନିଶାଦେଇ କିଷାନ। ଶନିବାର ସକାଳେ ପୌରକାର୍ଯ୍ୟାଳୟକୁ ଭତ୍ତା ଟଙ୍କା ପାଇଁ ଆସିଥିଲେ।

ଢାବା ମାଲିକ ରାଜେଶ ହତ୍ୟା ଘଟଣା: ଫୋନ୍‌ ରିସିଭ୍‌ କରି ନ ପାରି ମର୍ମାହତ ସ୍ତ୍ରୀ

ଢାବା ମାଲିକ ରାଜେଶ ହତ୍ୟା ଘଟଣା: ଫୋନ୍‌ ରିସିଭ୍‌ କରି ନ ପାରି ମର୍ମାହତ ସ୍ତ୍ରୀ

ଲଖନପୁର,୧୭।୬(ଡି.ଏନ୍‌.ଏ.) ଝାରସୁଗୁଡା ଜିଲା ରେଙ୍ଗାଲି ଥାନା ଅଧୀନ କନକତୋରା ଫରେଷ୍ଟ ଗେଟ୍‌ ନିକଟରେ ଥିବା ଏକ ଢାବାର ମାଲିକ ରାଜେଶ ସାହୁ (୩୮)ଙ୍କୁ ଶୁକ୍ରବାର ରାତିରେ କମଚାରୀ ହତ୍ୟା କରିଛନ୍ତି। ତେବେ ଏହି ଘଟଣାରେ ରାଜେଶଙ୍କ ସ୍ତ୍ରୀ ରାଜେଶଙ୍କ ଫୋନ ରିସିଭ କରିପାରି ନ ଥିବାରୁ ଅନୁତାପ କରୁଛନ୍ତି। ମର୍ମାହତ ହୋଇପଡ଼ିଛନ୍ତି।

ଏଟିଏମ୍‌ ଲୁଟ୍‌ ଉଦ୍ୟମ: ଜଣେ ଅଟକ

ଏଟିଏମ୍‌ ଲୁଟ୍‌ ଉଦ୍ୟମ: ଜଣେ ଅଟକ

ଜଳେଶ୍ୱର,୧୭।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେଶନ ପରିସରରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। ଘଟଣାରେ ଆର୍‌ପିଏଫ୍‌ ଜଣଙ୍କୁ ଅଟକ ରଖିଛି। ସେ ହେଲେ ପଶ୍ଚିମବଙ୍ଗର ଦକ୍ଷିଣ ବିନାଜପୁର ଜିଲା ଗଙ୍ଗାରାମପୁର ଥାନା ଅଧୀନ କୁରୁମସୋଲ ଗ୍ରାମର ସୁଦେବ ରାଏ।

ଟଙ୍କା ନ ଦେବାରୁ ଢାବା ମାଲିକଙ୍କୁ ହତ୍ୟା:ଅଭିଯୁକ୍ତ କର୍ମଚାରୀ ରାୟଗଡ ଷ୍ଟେଶନରୁ ଗିରଫ

ଟଙ୍କା ନ ଦେବାରୁ ଢାବା ମାଲିକଙ୍କୁ ହତ୍ୟା:ଅଭିଯୁକ୍ତ କର୍ମଚାରୀ ରାୟଗଡ ଷ୍ଟେଶନରୁ ଗିରଫ

ଲଖନପୁର,୧୭।୬(ଡି.ଏନ୍‌.ଏ.) ମାଲିକ ଓ କର୍ମଚାରୀଙ୍କ ଭିତରେ ଯୁକ୍ତିତର୍କ ହେଲା। ଟଙ୍କା ଦିଅ ମୁଁ ପଳେଇବି। ଆଉ ତମ ପାଖେ କାମ କରିବିନି ବୋଲି କର୍ମଚାରୀ ଜଣକ କହିଲେ। ହେଲେ ଟଙ୍କା ଦେବିନି ତୁ ମୋର କ’ଣ କରିବୁ କର ବୋଲି ମାଲିକ ଉତ୍ତ୍ୟକ୍ତ କର୍ମଚାରୀଙ୍କୁ କହିଲେ।

ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ସୋର,୧୬।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜନୈକା ଯୁବତୀଙ୍କୁ ଜଣେ ଅଗ୍ନିଶମ କର୍ମଚାରୀ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଏବଂ ପରେ ଅନ୍ୟତ୍ର ବିବାହ କରିବା ନେଇ ଶନିବାର ସୋର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ୨୫୬/୧୮ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ନାବାଳିକାଙ୍କୁ ବଳାତ୍କାର, ହତ୍ୟା ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର, ହତ୍ୟା ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ

ମାଲକାନଗିରି,୧୬।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବେଜଙ୍ଗିବଡ଼ା ଗ୍ରାମରେ ଜନୈକା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ବାଲି ଖିଲ। ସୂଚନାନୁଯାୟୀ, ଉକ୍ତ ନାବାଳିକାଙ୍କ ସହ ବାଲିଙ୍କର ୨ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା।

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ସନ୍ଦେହ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ସନ୍ଦେହ

ମୋରଡା,୧୬।୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା ତଥା ମୋରଡା ବ୍ଲକ ଅନ୍ତର୍ଗତ ଗଉଗାଁରେ ଜଣେ ନାବାଳିକାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଶନିବାର ସକାଳୁ ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ତାଙ୍କୁ ବଳାତ୍କାର କରାଯାଇ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରଜଉତ୍ସବ ଦେଖାଇବାକୁ କହି ଶୁକ୍ରବାର ଜଣେ ଯୁବକ ତାଙ୍କୁ ସାଇକେଳରେ ବସାଇ ଗାଁରୁ ନେଇଥିଲେ।

ପୁଅର କାଠଫାଳିଆ ମାଡ଼ରେ ବାପା ମୃତ

ପୁଅର କାଠଫାଳିଆ ମାଡ଼ରେ ବାପା ମୃତ

କେନ୍ଦୁଝର,୧୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ସାପକଣ୍ଟା ଗ୍ରାମରେ ଶୁକ୍ରବାର ଘଟିଥିବା ଏକ ଅଭାବନୀୟ ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପୁଅର କାଠଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୀର ମୁଣ୍ଡା(୪୭)। ଆକ୍ରମଣର ସଠିକ୍‌ କାରଣ ଜଣାପଡିନାହିଁ। ପୋଲିସ ମୃତଦେହ ଜବତ କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।

ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

ବଅଁରପାଳ,୧୬।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ଅଞ୍ଚଳରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରି କରିଥିବା ଅଭିଯୋଗ କରି ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି।

ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ଧାମନଗର,୧୬।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ବ୍ଲକବଜାର-ଚୁଡାକୁଟି ରାସ୍ତାରେ ଥିବା ଏକ ଘରୁ ଶୁକ୍ରବାର ବିଳମ୍ବତ ରାତିରେ ଚୋରି ହୋଇଛି। ସିଆର୍‌ସିସି ନିରାକାର ରାଉତଙ୍କ ଘରୁ ଚୋରମାନେ ଗ୍ରୀଲ୍‌ କାଟି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରାଇ ନେଇଥିବା ଅଭିଯୋଗ ହୋଇଛି।

ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ଦାଦାଙ୍କୁ ହତ୍ୟା କଲା ପୁତୁରା

ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ଦାଦାଙ୍କୁ ହତ୍ୟା କଲା ପୁତୁରା

ମାଥିଲି,୧୫।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ନାୟକଗୁଡା ପଞ୍ଚାୟତ ସନ୍ୟାସୀଗୁଡାରେ ଗୁରୁବାର ସାରେ ଏକ ଅଭାବନୀୟ ଘଟଣା ଘଟିଛି। ଚୁଆପାଣିକୁ କେନ୍ଦ୍ରକରି ଦାଦା ଏବଂ ପୁତୁରା ମଧ୍ୟରେ ହୋଇଥିବା ସମାନ୍ୟ ବଚସା ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ ହୋଇ ନିଜ ପୁତୁରା ଦାଦାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଅନ୍ୟପକ୍ଷରେ ହତ୍ୟାକାରୀ ପୁତୁରାଙ୍କୁ ପୋଲିସ କାବୁ କରି ଗିରଫ କରିବା ପରେ ଶୁକ୍ରବାର ମାଲକାନଗିରି କୋର୍ଟ ଚାଲାଣ କରିଛି।

ପୁଅର ଗୁଳିମାଡ଼ରେ ବାପା ମୃତ, ପୁଅ ଗୁରୁତର

ପୁଅର ଗୁଳିମାଡ଼ରେ ବାପା ମୃତ, ପୁଅ ଗୁରୁତର

ଦେବଗଡ଼,୧୫।୬(ସ୍ବ.ପ୍ର.)-ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ବୁଢାପାଳ ପଞ୍ଚାୟତ ସୁରଙ୍ଗୀପାଲ ଗ୍ରାମରେ ଗୁରୁବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପୁଅର ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଅଭିଯୁକ୍ତ ପୁଅ ଅଜୁ ମୁଣ୍ଡା (୨୨)ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।

୮ ଆନ୍ତଃଜିଲା ଡକାୟତ ଗିରଫ: ୭ ମୋବାଇଲ, ମାରଣାସ୍ତ୍ର ଜବତ

୮ ଆନ୍ତଃଜିଲା ଡକାୟତ ଗିରଫ: ୭ ମୋବାଇଲ, ମାରଣାସ୍ତ୍ର ଜବତ

ବିରଜାକ୍ଷେତ୍ର,୧୫।୬(ଡି.ଏନ୍‌.ଏ.): ଯାଜପୁର ଟାଉନ ଥାନା ପୋଲିସ ୮ଜଣ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ କଟକ ଜିଲା ନିଶ୍ଚିନ୍ତକୋଇଲି ଏବଂ ନେମାଳ ଅଞ୍ଚଳର। ସେମାନେ ବିଭିନ୍ନ ହତ୍ୟାକାଣ୍ଡ, ଡକାୟତି ଆଦି ଘଟଣାରେ ସମ୍ପୃକ୍ତ ଥିବା ଶୁକ୍ରବାର ଏସ୍‌ଡିପିଓ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

୧୩ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

୧୩ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ପାଲଲହଡ଼ା,୧୫।୬(ଡି.ଏନ୍‌.ଏ.): ଛେଳି ଚରାଇବାକୁ ଯାଇଥିବା ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଶୁକ୍ରବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଖମାର ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

ଯୌତୁକ ନିର୍ଯାତନା, ବୋହୂକୁ ପିଟି ହତ୍ୟା କଲେ ଶାଶୁ ଘର ଲୋକେ, ସ୍ବାମୀ ଅଟକ

ଯୌତୁକ ନିର୍ଯାତନା, ବୋହୂକୁ ପିଟି ହତ୍ୟା କଲେ ଶାଶୁ ଘର ଲୋକେ, ସ୍ବାମୀ ଅଟକ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରଜ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ରାଜଧାନୀରେ ଘଟିଛି ଯୌତୁକଜନିତ ହତ୍ୟାକାଣ୍ଡ। ଜମି ପାଇଁ ବୋହୂକୁ ପିଟି ପିଟି ହତ୍ୟା କରିଛନ୍ତି ଶାଶୁଘର ଲୋକେ। ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଶହୀଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମରେ।

ସଇତାନ ସାଜିଲେ ପୁଅ: ବାପା, ମା’ଙ୍କୁ  ପିଟି ହତ୍ୟା

ସଇତାନ ସାଜିଲେ ପୁଅ: ବାପା, ମା’ଙ୍କୁ ପିଟି ହତ୍ୟା

ବଇଣ୍ଡା,୧୫।୬(ଡି.ଏନ୍‌.ଏ.): ସଇତାନ ସାଜିଲେ ପୁଅ। ନିଜ ବାପା, ମା’ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପୁଅ। ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲା କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗ୍ରାମରେ। ଗୁରୁବାର ରାତିରେ ଗ୍ରାମର ବାପା କରୁଣାକର ବଘାର ଓ ମା’ ଚମ୍ପା ବଘାରଙ୍କୁ ପୁଅ ଦୁଃଖୀଶ୍ୟାମ ବଘାର ଏକ ଲୁହା ମାର୍ତୁଲରେ ପିଟି ହତ୍ୟା କରିଛନ୍ତି।

ଖଣି ଅଞ୍ଚଳରୁ ୩ ଟ୍ରକ ଚୋର ଗିରଫ

ଖଣି ଅଞ୍ଚଳରୁ ୩ ଟ୍ରକ ଚୋର ଗିରଫ

କାଳିଆପାଣି,୧୫।୬(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳରୁ ବିଭିନ୍ନ ସମୟରେ ଟ୍ରକ, ଡମ୍ପର ଆଦି ଗାଡ଼ି ଚୋରି ହୋଇଥାଏ। ଏହି ଘଟଣାରେ କାଳିଆପାଣି, ଭୁବନ, ସୁକିନ୍ଦା ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ମିଳିତ ଭାବେ ଚଢାଉ କରି ସୁକିନ୍ଦା ଥାନା ଅନ୍ତର୍ଗତ ଦାମଦରପୁର ଗ୍ରାମରୁ ୩ ଟ୍ରକ ଚୋରଙ୍କୁ ଗିରଫ କରିଛି।

ରଜ ସୁଯୋଗରେ ଲୁଟ୍‌ କରୁଥିବା ଗ୍ୟାଙ୍ଗ ଠାବ: ୧ ବାଇକ୍‌, ୧୨ ମୋବାଇଲ ଜବତ, ୨ ଗିରଫ

ରଜ ସୁଯୋଗରେ ଲୁଟ୍‌ କରୁଥିବା ଗ୍ୟାଙ୍ଗ ଠାବ: ୧ ବାଇକ୍‌, ୧୨ ମୋବାଇଲ ଜବତ, ୨ ଗିରଫ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ରଜପର୍ବ ପାଳନ ଅବସରରେ ରାଜଧାନୀରେ ଜନଗହଳି ଦେଖାଦେଉଛି। ଏହାର ସୁଯୋଗ ନେଇ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଲୁଟ୍‌ପାଟ କରୁଥିବା ଏକ ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ୧ ବାଇକ୍‌, ୧୨ ମୋବାଇଲ ଫୋନ ଜବତ କରିଛି।

ବନ୍ଧୁକ ଦେଖାଇ ଲୁଟିଲେ  ୧୨ ଲକ୍ଷ

ବନ୍ଧୁକ ଦେଖାଇ ଲୁଟିଲେ ୧୨ ଲକ୍ଷ

ଆଠମଲ୍ଲିକ,୧୪।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବଜାରରେ ଥିବା ଏକ ସିମେଣ୍ଟ, ଛଡ଼ ଦୋକାନରୁ ଗୁରୁବାର ଭୋର ସମୟରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଦୋକାନର ମାଲିକ ମହେଶ ଅଗ୍ରଓ୍ବାଲ ଦୋକାନ ଖୋଲି ଟଙ୍କା ହିସାବ କରୁଥିବାବେଳେ ୪ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଏହି ଲୁଟ୍‌ କରିଥିଲେ।

ଲକ୍ଷ୍ମୀନାରାୟଣ ମନ୍ଦିରରୁ ଚୋରି

ଲକ୍ଷ୍ମୀନାରାୟଣ ମନ୍ଦିରରୁ ଚୋରି

ଚାନ୍ଦବାଲି,୧୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବଡ଼ ଦସ୍ତିଆ ପଞ୍ଚାୟତରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଚୋରମାନେ ମୁଖ୍ୟଦ୍ୱାରର ଚାବି ଭାଙ୍ଗି ମନ୍ଦିରରେ ପ୍ରବେଶ କରିବା ସହ ସେଠାରେ ଥିବା ଇନଭର୍ଟରକୁ ନେଇଯାଇଛନ୍ତି। ଦାନବାକ୍ସରୁ ଟଙ୍କା ନେଇଯାଇଥିଲେ ମଧ୍ୟ ଚୋରମାନେ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ସକ୍ଷମ ହୋଇ ନାହାନ୍ତି।