ଜୀବନଚର୍ଯ୍ୟା

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ଓ୍ବାଶିଂଟନ: ସ୍ବାଭିମାନ ମାନସିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟତା କରିଥାଏ। ଏହା ମାନସିକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଆତ୍ମ ସମ୍ମାନ ଓ ବ୍ୟକ୍ତିତ୍ୱ ନିଷ୍ଠା ସ୍ବାଭିମାନ ଦ୍ୱାରା ପରିପ୍ରକାଶ ହୋଇଥାଏ। ଏହି ମର୍ମରେ ଓ୍ବାଟରଲୁ ବିଶ୍ୱ ବିଦ୍ୟାଳୟର ମନୋସ୍ତତ୍ତ୍ୱବିତ୍‌ ୮ରୁ ୧୭ ବର୍ଷ ବୟସ୍କ ୪୭ ଜଣ ମାନସିକ ବିକାର ଗ୍ରସ୍ତ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ।

ଆଜ୍‌ମା ଯୋଗୁ ହ୍ରାସ ପାଏ ପ୍ରଜନନ କ୍ଷମତା

ଆଜ୍‌ମା ଯୋଗୁ ହ୍ରାସ ପାଏ ପ୍ରଜନନ କ୍ଷମତା

ଲଣ୍ଡନ: ଆଜ୍‌ମା ଯୋଗୁ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ ବୋଲି ୟୁରୋପିଆନ୍‌ ଲଙ୍ଗସ୍‌ ଫାଉଣ୍ଡେସନ ପକ୍ଷରୁ ସମ୍ପନ୍ନ ହୋଇଥିବା ଏକ ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଆଜ୍‌ମା ଦ୍ୱାରା ଆକ୍ରାନ୍ତ ମହିଳା ଯଦି ନିୟମିତ ଔଷଧ ଗ୍ରହଣ କରୁଥାନ୍ତି ତେବେ ସେମାନେ ସନ୍ତାନ ସମ୍ଭବା ହେବା କଷ୍ଟକର ହୋଇଥାଏ। ଏହି ମର୍ମରେ ଗବେଷକ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ବିଟ୍ରେନ୍‌ ଓ ଅୟାରଲାଣ୍ଡ୍‌ର ୫ ହଜାର ମହିଳାଙ୍କ ଉପରେ ଅଧ୍ୟୟନ କରିଥିଲେ।

ପ୍ରାକୃତିକ ଉପାୟରେ ମୁହଁର ଦାଗ ଦୂରକରନ୍ତୁ

ପ୍ରାକୃତିକ ଉପାୟରେ ମୁହଁର ଦାଗ ଦୂରକରନ୍ତୁ

ସୁନ୍ଦର ତ୍ୱଚା ସମସ୍ତଙ୍କୁ ପସନ୍ଦ। ହେଲେ ବେଳେ ବେଳେ ମୁହଁରେ ଦେଖାଯାଉଥିବା କିଛି ଦାଗକୁ ନେଇ ଆମେ ବ୍ୟତିବ୍ୟସ୍ତ ହୋଇପଡୁ। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ଆପଣେଇଲେ ମୁହଁରେ ଥିବା ଦାଗ ଲିଭିଯିବା ସହ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ।

ସୋରିଆସିସ୍‌, ମୁଣ୍ଡବିନ୍ଧା ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତିଦିଏ କଲରା

ସୋରିଆସିସ୍‌, ମୁଣ୍ଡବିନ୍ଧା ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତିଦିଏ କଲରା

କଲରା ସାଧାରଣତଃ ଖରାଦିନେ ଅଧିକ ପରିମାଣରେ ମିଳିଥାଏ। ହେଲେ ଏହା ଗୁଣରେ ପିତା ହୋଇଥିବାରୁ ଏହାକୁ ଅନେକ ଲୋକ ପସନ୍ଦ କରି ନ ଥାଆନ୍ତି। ଆହୁରି କେତେକ ବ୍ୟକ୍ତି କଲରାର ଭଲ ଗୁଣ ଜାଣି ଏହାକୁ ଖାଇବାକୁ ପସନ୍ଦ କରନ୍ତି।

ଖାଦ୍ୟନଳୀ କର୍କଟ ଆଶଙ୍କା ବୃଦ୍ଧି କରେ ଗରମ ଚା’

ଖାଦ୍ୟନଳୀ କର୍କଟ ଆଶଙ୍କା ବୃଦ୍ଧି କରେ ଗରମ ଚା’

ଲଣ୍ଡନ, ୧୧।୪: ଶରୀରକୁ ଫୁତ୍ତି ପ୍ରଦାନ ପାଇଁ ଅନେକ ଚା’ପାନ କରିଥାନ୍ତି। ଚା’ରେ ଥିବା ରାସାୟନିକ ପଦାର୍ଥ ଶରୀର କୋଷକୁ ଚଳଚଞ୍ଚଳ କରିବାକୁ ସକ୍ଷମ ହୋଇଥାଏ। ଶୀତଦିନେ ଚା’ ଆଦର ବଢ଼ିଯାଇଥାଏ। ତେବେ ନିୟମିତ ଗରମ ଚା’ପାନ କରିବା ଦ୍ୱାରା ଖାଦ୍ୟନଳୀ କର୍କଟ ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଗବେଷଣାରୁ ଜଣାପଡିଛି।

ଧୀରେ ଧୀରେ ଖାଦ୍ୟ ଖାଇଲେ ହ୍ରାସ ପାଏ ଓଜନ

ଧୀରେ ଧୀରେ ଖାଦ୍ୟ ଖାଇଲେ ହ୍ରାସ ପାଏ ଓଜନ

ଲଣ୍ଡନ, ୧୦।୪: ଶୀଘ୍ର ଖାଦ୍ୟ ନ ଖାଇ ଏହାକୁ ଧୀରେ ଧୀରେ ଗ୍ରହଣ କଲେ ଶରୀର ଓଜନ ହ୍ରାସ ପାଇଥାଏ ବୋଲି ଗବେଷକ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ପୂର୍ବରୁ ଅନୁଧ୍ୟାନରୁ ଜଣାପଡିଥିଲା ଅଧିକ ସମୟ ଧରି ବସି ରହି ଖାଦ୍ୟ ଖାଇବା ଦ୍ୱାରା ମେଦବହୁଳତା ରୋଗ ସୃଷ୍ଟି ହୋଇଥାଏ। ତେବେ ଗବେଷକଙ୍କ ଏହି ନୂତନ ସର୍ଭେ ଭିତ୍ତିକ ରିପୋର୍ଟ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। ଗବେଷକ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଧୀରେ ଧୀରେ ଖାଦ୍ୟ ଗ୍ରହଣ ସହିତ ଖାଦ୍ୟର ପରିମାଣ କମାଇବା ଆବଶ୍ୟକ।

ପିମ୍ପୁଡି ଦ୍ୱାରା ପ୍ରସ୍ତୁତ ଆଣ୍ଟି ବାୟୋଟିକ୍ସ୍‌ ମନୁଷ୍ୟ ପାଇଁ ଉପଯୋଗୀ

ପିମ୍ପୁଡି ଦ୍ୱାରା ପ୍ରସ୍ତୁତ ଆଣ୍ଟି ବାୟୋଟିକ୍ସ୍‌ ମନୁଷ୍ୟ ପାଇଁ ଉପଯୋଗୀ

ଓ୍ବାଶିଂଟନ, ୯।୪: ପିମ୍ପୁଡି ନିଜ ଶରୀରରେ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବା ପାଇଁ ଏକ ପ୍ରକାର ଆଣ୍ଟି ବାୟୋଟିକ୍ସ୍‌ ପ୍ରସ୍ତୁତ କରିଥାନ୍ତି। ଏହା ମନୁଷ୍ୟଠାରେ ଦେଖାଯାଉଥିବା କେତେକ ରୋଗର ନିଦାନ କ୍ଷେତ୍ରରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏସମ୍ପର୍କରେ ଉତ୍ତର କାରୋଲିନା ବିଶ୍ୱବିଦ୍ୟାଳୟର କେତେକ ଗବେଷକ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି।

କ୍ୟାନ୍‌ସରରେ ଆହାର-ବିହାର- ଦିନଚର୍ଯ୍ୟା

କ୍ୟାନ୍‌ସରରେ ଆହାର-ବିହାର- ଦିନଚର୍ଯ୍ୟା

(ଡ. ରୀତା ସାହୁ) କ୍ୟାନ୍‌ସର ଏମିତି ଏକ ରୋଗ ଯାହାକୁ ଆକ୍ରମଣ କରେ ସେ ସର୍ବସ୍ବାନ୍ତ ହୋଇଯାଏ। ଶାରୀରିକ ପୀଡ଼ା ଯେତିକି ପାଏ, ଆର୍ଥିକ ଅବସ୍ଥା ମଧ୍ୟ ସେତିକି ଶୋଚନୀୟ ହୋଇଯାଏ। କିନ୍ତୁ ବୈଜ୍ଞାନିକମାନଙ୍କ ଅନୁସନ୍ଧାନରୁ ଜଣାଯାଏ ଆମର ଆଚାର ବ୍ୟବହାର, ଆହାର, ବିହାରରେ ଅନେକ କ୍ୟାନ୍‌ସର ବିରୋଧୀ ଗୁଣକାରୀ ତତ୍ତ୍ୱ ଅଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆମକୁ ଅନେକ ପରିମାଣରେ ସୁସ୍ଥତା ମିଳିପାରିଥାଏ।

ହୃଦ୍‌ରୋଗ ଆଶଙ୍କା କମାଏ ବାଦାମ

ହୃଦ୍‌ରୋଗ ଆଶଙ୍କା କମାଏ ବାଦାମ

ହୃଦ୍‌ରୋଗ (ହାର୍ଟ ଡିଜିଜ) ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହାଠାରୁ ଦୂରେଇ ରହିବାକୁ ହେଲେ ଆମକୁ ଏକ ପରିବର୍ତ୍ତିତ ଜୀବନଶୈଳୀ ଆପଣେଇବାକୁ ପଡିଥାଏ। ନିକଟରେ ଏହି ତାଲିକାରେ ଆମେରିକୀୟ ହୃଦବିଜ୍ଞାନୀ ଏକ ନୂଆ କଥା ଯୋଡିଛନ୍ତି। ଦୁଇବର୍ଷର ଗବେଷଣା ପରେ ସେମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଏକ ଚାଞ୍ଚଲ୍ୟକର କଥା ସାମ୍‌ନାକୁ ଆସିଛି।

ବୁଦ୍ଧିମତ୍ତା  ବଢ଼ାଏ ବ୍ୟାୟାମ

ବୁଦ୍ଧିମତ୍ତା ବଢ଼ାଏ ବ୍ୟାୟାମ

ବୁଦ୍ଧିମତ୍ତାର ବିକାଶରେ ବ୍ୟାୟାମର ଭୂମିକା ରହିଛି। ଏଭଳି ଏକ ତଥ୍ୟ ସମ୍ପର୍କରେ ନିକଟରେ ସୂଚନା ମିଳିଛି। ଉପରୋକ୍ତ ବିଷୟବସ୍ତୁ ଉପରେ ଆମେରିକାସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟିର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ।

ପେଟ ସମସ୍ୟାରୁ ମୁକ୍ତି ଦିଏ ତରଭୁଜ

ପେଟ ସମସ୍ୟାରୁ ମୁକ୍ତି ଦିଏ ତରଭୁଜ

ଖରାଦିନେ ତରଭୁଜ ପ୍ରଚୁର ପରିମାଣରେ ମିଳିଥାଏ। ଏଥିରେ ୯୦ ପ୍ରତିଶତ ଜଳୀୟ ଅଂଶ ରହିଛି। ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ବେଳେ ଏହାର ସେବନରେ ଆମେ ଡିହାଇଡ୍ରେସନ୍‌ ସମସ୍ୟାରୁ ମୁକ୍ତି ପାଇଥାଉ। ଏହାସହ ତରଭୁଜ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥର ଜାଣିବା ଏହା ଆମ ଶରୀର ପାଇଁ କେତେ ଲାଭଦାୟକ।

ନିଜେ ରାନ୍ଧି ଖାଉଥିଲେ...

ନିଜେ ରାନ୍ଧି ଖାଉଥିଲେ...

ସର୍ବପ୍ରଥମେ ଗ୍ୟାସ୍‌ ଚୁଲାର ବ୍ୟବହାର ଭଲ ଭାବେ ଜାଣନ୍ତୁ। କାରଣ ନୂଆ ନୂଆ ରୋଷେଇ କରିବା ସମୟରେ ଅନେକେ ଚୁଲାର ଫ୍ଲେମ୍‌ ଆବଶ୍ୟକତା ଅନୁଯାୟୀ ହାଇ କିମ୍ବା ସିମ୍‌ରେ ରଖିବା ସମ୍ପର୍କରେ ଜାଣିପାରନ୍ତି ନାହିଁ ଏବଂ ଖାଦ୍ୟ ଜଳିଯାଇଥାଏ।

ପଇଡ଼ପାଣି

ପଇଡ଼ପାଣି

ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ବଢୁଛି। ତେଣୁ ପ୍ରତି ରାସ୍ତା କଡରେ ବିଭିନ୍ନ ଥଣ୍ଡା ପାନୀୟ ଦୋକାନ ଆଗରେ ଭିଡ ଜମୁଛି। ତେବେ ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଅଧିକାଂଶ ପଇଡ ପାଣି ପିଇବାକୁ ସବୁଠୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ପୁରୀ ଚନ୍ଦନପୁର ଜାତୀୟ ରାଜପଥରେ ପଇଡ ବ୍ୟବସାୟ କରୁଥିବା କ୍ଷୀର ମଲ୍ଲିକ କୁହନ୍ତି, ଏମିତିରେ ବର୍ଷର ପ୍ରତିଟି ସମୟରେ ପଇଡର ଚାହିଦା ରହିଥାଏ।

କୋଟିଏ ଟଙ୍କାର ଗଞ୍ଜେଇ ଜବତ: ୩ ଧରାପଡ଼ିଲେ, ୭ ଫେରାର

କୋଟିଏ ଟଙ୍କାର ଗଞ୍ଜେଇ ଜବତ: ୩ ଧରାପଡ଼ିଲେ, ୭ ଫେରାର

ବୋରିଗୁମ୍ମା,୭।୪(ଡି.ଏନ୍‌.ଏ.) ବୋରିଗୁମ୍ମା ଥାନା ଅନ୍ତର୍ଗତ ୬୩ ନମ୍ବର ଜାତୀୟ ରାଜପଥ ଜୟନ୍ତଗିରି ଓ ଚାରଗଁ। ମଧ୍ୟରେ ଶନିବାର କୋଟିଏ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୭ ଜଣ ଫେରାର ରହିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଉମୁରୀ ଅଞ୍ଚଳର ଡ୍ରାଇଭର ଅନିଲ ସାଇଲି, ତ୍ରିଲୋଚନା ଖରା, ଶେଖ୍‌ ବାସିର । ଫେରାର ଥିବା ଅନ୍ୟ ୭ ଜଣ ହେଲେ କାବୁଲ ଖରା, ରାଜୁ ଖରା, ସଞ୍ଜୟ ସୁନା, ମଙ୍ଗଳା, ମାଣ୍ଡି, ପ୍ରିନ୍ସ ଓ ରଞ୍ଜନ ବାଘ। ଆଇପିଏସ୍‌ ସାଗରିକା ନାଥ ଏହି ସୂଚନା ଦେଇଛନ୍ତି ।

ମଧୁମେହ ରୋଗୀଙ୍କ ପାଇଁ ବରଦାନ ଘିକୁଆଁରି

ମଧୁମେହ ରୋଗୀଙ୍କ ପାଇଁ ବରଦାନ ଘିକୁଆଁରି

ବିଶେଷକରି ଏଲୋଭେରା(ଘିକୁଆଁରି)କୁ ମୁହଁର ସୁନ୍ଦରତା ବୃଦ୍ଧି କରିବାରେ ବ୍ୟବହାର କରାଯାଇଥାଏ। ଫଳରେ ଏଥିରେ ଥିବା ଔଷଧୀୟ ଗୁଣ ବିଷୟରେ ବେଶ୍‌ କମ୍‌ ଅବଗତ। ଏଲୋଭେରା ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ।

ବାସି ପାଟିରେ ପାଣି ପିଇବା ଲାଭଦାୟକ

ବାସି ପାଟିରେ ପାଣି ପିଇବା ଲାଭଦାୟକ

ସାଧାରଣତଃ ପାଣି ଆମ ପାଇଁ ନିହାତି ଆବଶ୍ୟକ। ଏହାର ସେବନରେ ଶରୀର ସୁସ୍ଥ ରହିଥାଏ। ତେବେ ଖାଲି ପେଟରେ ପାଣି ପିଇଲେ ଏହା ଆମ ଶରୀରକୁ ସୁସ୍ଥ ରଖିଥାଏ। ବିଶେଷକରି ସକାଳୁ ବିଛଣାରୁ ଉଠିବା ପରେ ମୁହଁ ନ ଧୋଇ ପାଣି ପିଇଲେ ଅଧିକ ଲାଭ ମିଳିଥାଏ।

 ମନୁଷ୍ୟ ତ୍ୱଚା ବାସ୍ନାକୁ ମନେ ରଖେ ମଶା

ମନୁଷ୍ୟ ତ୍ୱଚା ବାସ୍ନାକୁ ମନେ ରଖେ ମଶା

ଲଣ୍ଡନ, ୬।୪: ମଶା ମନୁଷ୍ୟ ତ୍ୱଚାର ବାସ୍ନାକୁ ରଖେ। ସେଥି ପାଇଁ ବାରମ୍ବାର ମଶା ଏକ ନିଦ୍ଦିଷ୍ଟ ବ୍ୟକ୍ତିଙ୍କୁ ହିଁ କାମୁଡ଼ି ଥାନ୍ତି। ଏହି ବାସ୍ନାକୁ ଗୋଟିଏ ମଶା ପାଖରୁ ଅନ୍ୟ ମାନମାନଙ୍କ ନିକଟକୁ ସ୍ଥାନାନ୍ତର ହୋଇଥାଏ। ଏହା ସହିତ ମଶା ଘଉଡେଇବା ପାଇଁ ବ୍ୟବହୃତ ହେଉଥିବା ପ୍ରଣାଳୀକୁ ମଧ୍ୟ ମଶା ମନେ ରଖିଥାନ୍ତି।

 ସମ୍ପର୍କକୁ  ସୁଦୃଢ଼ କରେ ଆଲିଙ୍ଗନ

ସମ୍ପର୍କକୁ ସୁଦୃଢ଼ କରେ ଆଲିଙ୍ଗନ

ଓ୍ବାଶିଂଟନ, ୫।୪: ଅଲିଙ୍ଗନ ପ୍ରତିଟି ସମ୍ପର୍କକୁ ସୁଦୃଢ଼ କରିଥାଏ। ଛୋଟ ପିଲା ମା’କୁ ଦେଖିଲେ ଦଉହି ଆସି ଆଲିଙ୍ଗନ କରେ। ସେହିପରି ଭାଇ ଭଉଣୀ, ପ୍ରେମିକ-ପ୍ରେମିକା, ସାଙ୍ଗସାଥିମାନେ ପରସ୍ପରକୁ ଆଲିଙ୍ଗନ କରିଥାନ୍ତି। ଏହାଦ୍ୱାରା ଭଲ ପାଇବା ବଢ଼ିବା ସହିତ ସମ୍ପର୍କର ସ୍ଥାୟିତ୍ୱ ବୃଦ୍ଧି ପାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

ଗରମ ଦିନେ ଥଣ୍ଡା ପାଣି ପିଇବା ହାନିକାରକ

ଗରମ ଦିନେ ଥଣ୍ଡା ପାଣି ପିଇବା ହାନିକାରକ

ଖରାଦିନେ ଥଣ୍ଡାପାଣି ପିଇବାର ସଉକ ଅନେକଙ୍କର ଥାଏ। ଏପରିକି ଅନେକେ ଖରାରୁ ଆସି ଘରେ ପହଞ୍ଚିବା ପରେ ଥଣ୍ଡାପାଣି ପିଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଗରମ ଦିନରେ ଥଣ୍ଡା ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ ବେଶ କ୍ଷତିକାରକ। ଏହି ପାଣି ପିଇବା ଫଳରେ କି କି ଅସୁବିଧା ହୋଇପାରେ ଆସନ୍ତୁ ଆଲୋଚନା କରିବା।

ସ୍ମରଣ ଶକ୍ତି ପାଇଁ ଏକେଟି ପ୍ରୋଟିନ୍‌ ଦାୟୀ

ସ୍ମରଣ ଶକ୍ତି ପାଇଁ ଏକେଟି ପ୍ରୋଟିନ୍‌ ଦାୟୀ

ଓ୍ବାଶିଂଟନ, ୪।୪: ମନୁଷ୍ୟ ମସ୍ତିଷ୍କରେ ଛୋଟବେଳଠାରୁ ବଡ ହେବା ପର୍ଯ୍ୟନ୍ତ ଅନେକ ସ୍ମୃତି ରହିଥାଏ। ଧୀରେ ଧୀରେ କେତେକ ଘଟଣା ଭଲ ଭାବେ ମନେ ମଧ୍ୟ ପଡି ନ ଥାଏ। ମସ୍ତିିଷ୍କରେ ବିଭିନ୍ନ ଘଟଣାକୁ ସାଇତି ରଖିବାରେ ଏକେଟି ପ୍ରୋଟିନ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ସହିତ ମସ୍ତିଷ୍କରେ ଥିବା ଏକେଟି-୧, ଏକେଟି-୨ ଓ ଏକେଟି-୩ ଆଦି ୩ ପ୍ରକାର ମସ୍ତିଷ୍କ କୋଷିକା ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି କଲୋରାଡୋ ବିଶ୍ୱବିଦ୍ୟାଳୟର ଗବେଷକ ଜାଣି ପାରିଛନ୍ତି।

ଦୁଃଖ ସମୟରେ ପୁରୁଷଙ୍କୁ ସହଯୋଗ କରିଥାନ୍ତି ମହିଳା

ଦୁଃଖ ସମୟରେ ପୁରୁଷଙ୍କୁ ସହଯୋଗ କରିଥାନ୍ତି ମହିଳା

ଓ୍ବାଶିଂଟନ, ୩।୪: ମହିଳାମାନେ ପୁରୁଷଙ୍କ ଦୁଃଖ ସମୟରେ ସେମାନଙ୍କୁ ମାନସିକସ୍ତରରେ ଅଧିକ ସହାୟତା ଦେଇଥାନ୍ତି। ଫଳରେ ସମ୍ପୃକ୍ତ ପୁରୁଷଙ୍କ ମଧ୍ୟରେ ଦୁଃଖ ଓ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବାର ଶକ୍ତି ସୃଷ୍ଟି ହୋଇଥାଏ ବୋଲି ଗବେଷକ ଜାଣିପାରିଛନ୍ତି। ତେବେ ପୁରୁଷଙ୍କ ସୁଖ ସମୟରେ ଏଭଳି ମହିଳାମାନେ ସେମାନେ ଦେଇଥିବା ମାନସିକ ସହାୟତାର ପ୍ରତିଦାନ କେବେ ମଧ୍ୟ ମାଗି ନ ଥାନ୍ତି ବୋଲି ଗବେଷକ କହିଛନ୍ତି।

ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ

ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ

ଏକ ଚାମଚ ମହୁରେ ଲେମ୍ବୁ ରସ ମିଶାଇ ମୁହଁରେ ମସାଜ୍‌ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା ନମନୀୟ ରହିଥାଏ। କମଳା ଚୋପାକୁ ଖରାରେ ଶୁଖାଇ ତା’ର ପାଉଡର ପ୍ରସ୍ତୁତ କରନ୍ତୁ। ଏହି ପାଉଡରରେ ଏକ ଚାମଚ କ୍ଷୀର, ଅଳ୍ପ ପରିମାଣର ହଳଦୀଗୁଣ୍ଡ ଏବଂ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇଲେ ତ୍ୱଚା ସଫା ଦେଖାଯାଇଥାଏ।

ଘରେ ନିଅନ୍ତୁନି ଅଫିସ୍‌ ଟେନସନ୍‌

ଘରେ ନିଅନ୍ତୁନି ଅଫିସ୍‌ ଟେନସନ୍‌

ସବୁବେଳେ ନିଜର ସୀମା ଭିତରେ ରହନ୍ତୁ। ଅଫିସ୍‌ରେ କାମ ଅଫିସ୍‌ରେ ସାରିବାକୁ ଚେଷ୍ଟା କରନ୍ତୁ। ଯଦି ଅଫିସ୍‌ କାମ ଘରକୁ ନେଇ ଆସିବେ ତେବେ ଆପଣଙ୍କ ଅନ୍ୟ କାମ ଏଥିଯୋଗୁ ବିଳମ୍ବ ହେବ।

ଖରାଦିନରେ ଆଉଟ୍‌ ଫିଟ୍‌

ଖରାଦିନରେ ଆଉଟ୍‌ ଫିଟ୍‌

ଖରାଦିନେ ଆପଣ ଟାଇଟ୍‌ ଜିନ୍ସ ବଦଳରେ ଲଙ୍ଗ ସ୍କର୍ଟ ପିନ୍ଧି ପାରିବେ। ଏହି ପରି ଡ୍ରେସ ଆପଣଙ୍କ ଲୁକ୍‌ ଟ୍ରେଣ୍ଡି ଲାଗିବା ସହ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ।