Dharitri News

ରାଜ୍ୟ

ର଼୍ୟାଗିଙ୍ଗରେ ଛାତ୍ର ମୃତ୍ୟୁ ଘଟଣା: ରାଜଧାନୀରେ ବିଶାଖାପାଟଣା ପୋଲିସର ତଦନ୍ତ

ର଼୍ୟାଗିଙ୍ଗରେ ଛାତ୍ର ମୃତ୍ୟୁ ଘଟଣା: ରାଜଧାନୀରେ ବିଶାଖାପାଟଣା ପୋଲିସର ତଦନ୍ତ

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- ବିଶାଖାପାଟଣାର ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟରେ ର଼୍ୟାଗିଙ୍ଗ ଯୋଗୁ ଓଡ଼ିଆ ଛାତ୍ର ଶ୍ରେୟସଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗୁରୁବାର ବିଶାଖାପାଟଣା ପୋଲିସ ଭୁବନେଶ୍ୱରରେ ପହଞ୍ଚତ୍ଛି। ବିଶାଖାପାଟଣାର ପାଲମା ଥାନାର ଏକ ଟିମ୍‌ ଚନ୍ଦ୍ରଶେଖରପୁର ପୋଲିସ ସହାୟତାରେ ଶ୍ରେୟସ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେଠାକୁ ଯାଇ ଡାକ୍ତରଙ୍କୁ ପଚରାଉଚରା କରିଛି।

ଭିତରକନିକା ଖୋଲିଲା

ଭିତରକନିକା ଖୋଲିଲା

ରାଜନଗର,୧୧।୧(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଗୁରୁବାର ଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲାଯାଇଛି ।

ବିଜେଡିରେ ସାମିଲ ହେଲେ ଅନୁଗୋଳ ପୌର ଉପାଧ୍ୟକ୍ଷା

ବିଜେଡିରେ ସାମିଲ ହେଲେ ଅନୁଗୋଳ ପୌର ଉପାଧ୍ୟକ୍ଷା

ଭୁବନେଶ୍ୱର(ବ୍ୟୁରୋ)/ଅନୁଗୋଳ ଅଫିସ,୧୧।୧: ଅନୁଗୋଳ ପୌର ଉପାଧ୍ୟକ୍ଷା ରାମପତି ମାଣ୍ଡୋଥିଆ ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ବିଧାୟକ ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ରାମପତିଙ୍କ ସହ ବହୁ କଂଗ୍ରେସ କର୍ମୀ ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।

୨୦୧୯ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

୨୦୧୯ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବୀକରଣ ଏପ୍ରିଲ ୨୦୧୯ ସୁଦ୍ଧା କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ଭାବରେ ବିକଶିତ କରାଯିବ। ଏଥିରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମହାନଦୀ ପ୍ରସଙ୍ଗ, ଦସ୍ତଖତ ସଂଗ୍ରହ କରିବ ସିପିଆଇଏମ୍‌

ମହାନଦୀ ପ୍ରସଙ୍ଗ, ଦସ୍ତଖତ ସଂଗ୍ରହ କରିବ ସିପିଆଇଏମ୍‌

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ୩୦ ଜିଲାରୁ ୩୦ ଲକ୍ଷ ଦସ୍ତଖତ ସଂଗ୍ରହ କରିବ ସିପିଆଇଏମ୍‌। ଏ ନେଇ ଗୁରୁବାର ଦଳୀୟ କାର୍ଯ୍ୟାଳୟରେ କହିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ଅଳି କିଶୋର ପଟ୍ଟନାୟକ। ମହାନଦୀ ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଏକମାତ୍ର ବାଟ।

ସତ୍ୟବାଦୀ: ବିଜେଡି ଛାଡିଲେ ପୂର୍ବତନ ବିଧାୟକ

ସତ୍ୟବାଦୀ: ବିଜେଡି ଛାଡିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖି ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି ସତ୍ୟବାଦୀ ପୂର୍ବତନ ବିଜେଡି ବିଧାୟକ ରମା ରଞ୍ଜନ ବଳିଆରସିଂ।

ଚିଲିକା ମହୋତ୍ସବ ଆରମ୍ଭ

ଚିଲିକା ମହୋତ୍ସବ ଆରମ୍ଭ

କୃଷ୍ଣ ପ୍ରସାଦ, ୧୧।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ାରେ ଗୁରୁବାରଠାରୁ ୬ଷ୍ଠ ଚିଲିକା ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହା ୪ ଦିନ ଧରି ଚାଲିବ।

ଲାଞ୍ଚ ନେବାବେଳେ ଧରାପଡ଼ିଲେ କପ୍ତିପଦା ତହସିଲଦାର

ଲାଞ୍ଚ ନେବାବେଳେ ଧରାପଡ଼ିଲେ କପ୍ତିପଦା ତହସିଲଦାର

ଉଦଳା/କପ୍ତିପଦା/ବାରିପଦା ଅଫିସ, ୧୧।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲଦାର ଶରତ ଚନ୍ଦ୍ର ମଲିକ ଗୁରୁବାର ନିଜ ଭଡ଼ା ଘରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଶ୍ରୀମନ୍ଦିରରେ ନଡ଼ିଆ ଭଙ୍ଗା କଟକଣା

ଶ୍ରୀମନ୍ଦିରରେ ନଡ଼ିଆ ଭଙ୍ଗା କଟକଣା

ପୁରୀ ଅଫିସ, ୧୦।୧: ଏଣିକି କୌଣସି ସେବାୟତ ଶ୍ରୀମନ୍ଦିର ଜଗମୋହନ ତଥା ଭିତରକାଠରେ ନଡ଼ିଆ ଭାଙ୍ଗିପାରିବେ ନାହିଁ। ଏ ନେଇ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ବୁଧବାର ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହ ସମସ୍ତ ସେବାୟତ ନିଯୋଗକୁ ମଧ୍ୟ ଚିଠି କରାଯାଇଛି।

ଭିତରକନିକାରେ କୁମ୍ଭୀର, ପକ୍ଷୀ ସଂଖ୍ୟା ବୃଦ୍ଧି

ରାଜନଗର, ୧୦।୧ (ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ଓ ପକ୍ଷୀ ସଂଙ୍ଖ୍ୟା ବୃଦ୍ଧି ପାଇଛି।

ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରହିବ ‘ଏମ୍‌ପିଲାଡ୍‌ ସ୍କିମ୍‌’

ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରହିବ ‘ଏମ୍‌ପିଲାଡ୍‌ ସ୍କିମ୍‌’

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ସାଂସଦ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ ‘ଏମ୍‌ପିଲାଡ ସ୍କିମ’ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଆଗାମୀ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହି ସ୍କିମ ସାଂସଦମାନଙ୍କ ପାଇଁ ଲାଗୁ ରହିବ।

ବଜେଟ ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ବଜେଟ ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ପ୍ରାକ୍‌ ବଜେଟକୁ ନେଇ ଆଲୋଚନା କରୁଛନ୍ତି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ହୋଇଛି।

ଜମି ବିବାଦରୁ ଗୁଳିମାଡ଼, ୩ ଗୁରୁତର

ଜମି ବିବାଦରୁ ଗୁଳିମାଡ଼, ୩ ଗୁରୁତର

ଧର୍ମଶାଳା, ୧୦।୧ (ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଭରତପୁର ଗ୍ରାମରେ ବୁଧବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଗୋଟିଏ ପରିବାରର ଜଣେ ମହିଳାଙ୍କ ସମେତ ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସେହି ଗ୍ରାମର କ୍ଷୀରୋଦ ପ୍ରଧାନଙ୍କ ସ୍ତ୍ରୀ ସୁଜାତା (୫୦), ୨ ପୁଅ ବିବେକ(୨୯) ଓ ରଞ୍ଜନ (୨୪)। ସେମାନଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପାପୁଲିବିହୀନ ଶିକାରୀ ଗିରଫ

ପାପୁଲିବିହୀନ ଶିକାରୀ ଗିରଫ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଭରତପୁର ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ କର୍ମଚାରୀ ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି।

ଦୁର୍ବଳ ହେଉଛି ଭାଜପା

ଦୁର୍ବଳ ହେଉଛି ଭାଜପା

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ଏବେ ଭାଜପାରେ ବିଶୃଙ୍ଖଳା ବୃଦ୍ଧି ପାଇବାରେ ଲାଗିଛି। ଏହାର ନଗ୍ନ ଚିତ୍ର ଏବେ ସମ୍ମୁଖକୁ ଆସିଛି। ରାୟଗଡ଼ା ଜିଲା ମୁନିଗୁଡା ବ୍ଲକର ଶତାଧିକ ଭାଜପା କର୍ମୀ ଓ ନେତା ବୁଧବାର ବିଧିବଦ୍ଧଭାବେ କଂଗ୍ରେସରେ ଯୋଗଦେଇ ଏହାର ପ୍ରମାଣ ଦେଇଛନ୍ତି।

ବିଜେଡି ହାତବାରିସି ସାଜିଛି ପୋଲିସ

ବିଜେଡି ହାତବାରିସି ସାଜିଛି ପୋଲିସ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ବିଜେପୁର ଭାଜପା କର୍ମୀଙ୍କ ଘର ଉପରକୁ ଗୁଳିକାଣ୍ଡ ଘଟଣାରେ ଭାଜପା ମୁଖପାତ୍ର ସଜ୍ଜନ ଶର୍ମା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଶାସକ ବିଜେଡିର ହାତବାରିସି ସାଜିଛି ପୋଲିସ।

ଜେଇରେ ଶିଶୁମୃତ୍ୟୁର ତଦନ୍ତ କରିବ ୫ ଜଣିଆ ଟିମ୍‌

ଜେଇରେ ଶିଶୁମୃତ୍ୟୁର ତଦନ୍ତ କରିବ ୫ ଜଣିଆ ଟିମ୍‌

ଭୁବନେଶ୍ୱର, ୯।୧(ବ୍ୟୁରୋ)- ଜାପାନିଜ ଏନ୍‌ସେଫାଲାଇଟିସ୍‌(ଜେଇ)ରେ ଖୋର୍ଦ୍ଧା ଜିଲା ଭୁଷଣ୍ଡପୁର ଅଞ୍ଚଳର ଶିଶୁ କନ୍ୟା ଶୁଭଲକ୍ଷ୍ମୀ ବେହେରା(୯)ଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୫ ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ଏହି ବିଶେଷଜ୍ଞ ଡାକ୍ତରୀଦଳ ତଦନ୍ତ ଆରମ୍ଭ କରିଦେଇଛନ୍ତି।

ସ୍କୁଲ ଶିକ୍ଷକଙ୍କ ପାଇଁ ସମ୍ବଲପୁରୀ ୟୁନିଫର୍ମ: ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ

ସ୍କୁଲ ଶିକ୍ଷକଙ୍କ ପାଇଁ ସମ୍ବଲପୁରୀ ୟୁନିଫର୍ମ: ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ

ଭୁବନେଶ୍ୱର, ୯।୧(ବ୍ୟୁରୋ)- ଏଣିକି ସ୍କୁଲ ଶିକ୍ଷୟିତ୍ରୀ ଏବଂ ଶିକ୍ଷକମାନେ ସମ୍ବଲପୁରୀ ୟୁନିଫର୍ମ ପିନ୍ଧିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପାଇଁ ଏଭଳି ଡ୍ରେସ୍‌ କୋଡ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ।

ବାଲିଅନ୍ତାରେ ଏନ୍‌କାଉଣ୍ଟର: ପୋଲିସ-ଡକାୟତ ଗ୍ୟାଙ୍ଗ ମୁହାଁମୁହିଁ

ବାଲିଅନ୍ତାରେ ଏନ୍‌କାଉଣ୍ଟର: ପୋଲିସ-ଡକାୟତ ଗ୍ୟାଙ୍ଗ ମୁହାଁମୁହିଁ

ବାଲିଅନ୍ତା(ଡି.ଏନ.ଏ.)/ଭୁବନେଶ୍ୱର(ବ୍ୟୁରୋ), ୯।୧- ରାଜଧାନୀ ଉପକଣ୍ଠରେ ମଙ୍ଗଳବାର ଅପରାହ୍ନରେ ପୋଲିସ-ଡକାୟତ ମୁହାଁମୁହିଁ ହୋଇଛନ୍ତି। ବାଲିଅନ୍ତା ଥାନା ଅନ୍ତର୍ଗତ ଧବଳାହାର ଆମ୍ବତୋଟାରେ ଡକାୟତି ଯୋଜନା ଚାଲିଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ଚଢ଼ାଉ କରିବାରୁ ଗୁଳିବିନିମୟ ଘଟିଥିଲା। ପୋଲିସ ଏନ୍‌କାଉଣ୍ଟରରେ ୨ଜଣ ଡକାୟତ ଆହତ ହୋଇଛନ୍ତି।

ମେଡିକାଲ କଲେଜ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି: ଉପକୃତ ହେବେ ୫ ମେଡିକାଲ କଲେଜର ୬୦ ଶିକ୍ଷକ

ମେଡିକାଲ କଲେଜ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି: ଉପକୃତ ହେବେ ୫ ମେଡିକାଲ କଲେଜର ୬୦ ଶିକ୍ଷକ

ଭୁବନେଶ୍ୱର, ୯।୧(ବ୍ୟୁରୋ)- ରାଜ୍ୟର ୫ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କ ଦରମା ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦରମା ବୃଦ୍ଧି କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜେପୁର ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ  ସମେତ ୨ ଗିରଫ

ବିଜେପୁର ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ

ବରଗଡ଼ ଅଫିସ୍‌,୯।୧-ବରଗଡ଼ ଜିଲା ବିଜେପୁର ଥାନା ପଡ଼ା ଗ୍ରାମରେ ରବିବାର ରାତିରେ ଘଟିଥିବା ବହୁଚର୍ଚ୍ଚିତ ଗୁଳିମାଡ଼ ଘଟଣା ଉପରୁ ପରଦା ହଟିଛି। ସୋହେଲା ଥାନା ଲୁହୁରାଚଟିର ପୁରୁଣା ତନଖି ଫାଟକ ନିକଟ ଏକ ଢ଼ାବାରୁ ମଙ୍ଗଳବାର ଅପରାହ୍ନରେ ପୋଲିସ ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ସୋହେଲାର ମୂଳବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ସଦର ଥାନା ଅନ୍ତର୍ଗତ ଅମ୍ବାପାଲିରେ ରହୁଥିବା ମହମ୍ମଦ ଅସ୍‌ରଦ୍‌ ଓରଫ୍‌ ରାଜା ଖାଁ ଏବଂ ସୋହେଲାର ସୁଶାନ୍ତ ଭୋଇ ଓରଫ୍‌ ଛେଲ୍‌କେ।

ଡ୍ରେସ୍‌କୋର୍ଡ ନେଇ କଥା କଟାକଟି

ଡ୍ରେସ୍‌କୋର୍ଡ ନେଇ କଥା କଟାକଟି

ଭୁବନେଶ୍ୱର, ୯।୧(ବ୍ୟୁରୋ): କିଛି ଦିନ ତଳେ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସ୍କୁଲ ଶିକ୍ଷତ୍ରୀମାନଙ୍କ ଡ୍ରେସ୍‌କୋର୍ଡରେ ପରିବର୍ତ୍ତନ ଆସିବ ବୋଲି କହିଥିଲେ।

ରାଜଧାନୀର ୧୦ ମଲକୁ ଅଗ୍ନିଶମ ବିଭାଗର ନୋଟିସ

ରାଜଧାନୀର ୧୦ ମଲକୁ ଅଗ୍ନିଶମ ବିଭାଗର ନୋଟିସ

ଭୁବନେଶ୍ୱର, ୯।୧(ବ୍ୟୁରୋ): ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଅଗ୍ନିଶମ ବିଭାଗ ରାଜଧାନୀର ବଡ଼ବଡ଼ ୧୦ଟି ମଲରେ ରେଡ୍‌ କରିଥିଲା। ମାତ୍ର ମଲଗୁଡିକ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଙ୍ଘନ କରୁଥିବା ଜଣାପଡିଥିଲା, ଯାହାକୁ ନେଇ ମଙ୍ଗଳବାର ମଲ୍‌ଗୁଡିକୁ ନୋଟିସ ଜାରି କରାଯାଇଛି।

ଇ-ଲାଇବ୍ରେରୀ ଉଦ୍‌ଘାଟିତ

ଇ-ଲାଇବ୍ରେରୀ ଉଦ୍‌ଘାଟିତ

କଟକ ଅଫିସ, ୯।୧: ଓଡ଼ିଶା ହାଇକୋର୍ଟ ପରିସରରେ ଇ-ଲାଇବ୍ରେରୀ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ବିଚାରପତି ବିନୀତ୍‌ ଶରନ ମୁଖ୍ୟ ଅତିଥିରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।